ଓଡିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ବୈଠକ । ବୈଠକ ପୂର୍ବରୁ ଚୁକ୍ତିରୁ ଓହରିଗଲା ଆନ୍ଧ୍ର ।

କନକ ବ୍ୟୁରୋ : ଓଡିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିଲା ବୈଠକ । ବୈଠକ ପୂର୍ବରୁ ଚୁକ୍ତିରୁ ଓହରିଗଲା ଆନ୍ଧ୍ର । ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁଯାୟୀ ହୋଇଥିଲା ଚୁକ୍ତି । ମାତ୍ର ଆଜି ଚୂଡାନ୍ତ ଚିହ୍ନଟ ପ୍ରକ୍ରିୟା ବେଳେ ଚୁକ୍ତିରୁ ଓହରିଗଲା ଆନ୍ଧ୍ର । ପୁଣି ଏକ ବୈଠକରେ ସମସ୍ୟାର ସମାଧାନ ପାଇଁ ଆନ୍ଧ୍ରର ଚୁକ୍ତି ।

ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳରେ ୧୯୬୩ ମସିହାରେ ସେଟେଲମେଂଟ ପକ୍ଷରୁ ସୀମା ଚିହ୍ନଟ କରି ୬ ଟି ପଥର ପୋତାଯାଇଥିଲା । ତାକୁ ନେଇ ସୀମା ନିର୍ଦ୍ଧାଣର ପ୍ରକୃତ ବାଟ ବୋଲି ଉଭୟ ରାଜ୍ୟ ମଧ୍ୟରେ ଗତ ୩ ତାରିଖରେ ହୋଇଥିବା ପ୍ରଥମ ବୈଠକରେ ହୋଇଥିିଲା ନିଷ୍ପତି । ସେହି ସମୟରେ ୨ ଟି ପଥର କୁ ନେଇ ସହମତି ହୋଇଥିଲା ଆଉ ୪ ଟି ପଥରକୁ ନେଇ ସହମତି ହେବାର ଆଶା ଦେଖାଦେଇଛି ।

ପୂର୍ବରୁ ଏହି ସୀମା ବିବାଦକୁ ନେଇ ଉଭୟ ରାଜ୍ୟର ସୀମାନ୍ତ ବାସୀଙ୍କ ମଧ୍ୟରେ ଉତେଜନା ଲାଗିରହିଥିଲା । ଏପରିକି ଆନ୍ଧ୍ରର ସୀମାନ୍ତ ବାସୀ ଓଡ଼ିଶା ସୀମାର ୬୦୦ ମିଟର ଭିତରକୁ ପଶି ଆସି ନିଜର ସୀମା ନିର୍ଦ୍ଧାରଣ କରି ସ୍ଥାନୀୟ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କାମ ଆରମ୍ଭ କରିଥିଲା ଆନ୍ଧ୍ର । ଯାହକୁ ବିରୋଧ କରିଥିଲା ପରେ ବିବାଦ ଗଣ୍ଡଗୋଳର ରୂପ ନେଇଥିଲା ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା । କୋଭିଡ ପରୀକ୍ଷା ପାଇଁ ଚିହ୍ନଟ ବ୍ୟକ୍ତିଙ୍କର ନିଆଗଲା ନମୂନା । ଭୟଭୀତ ନହେବାକୁ ପରାମର୍ଶ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା ଚିହ୍ନଟ । ଗତ ସପ୍ତାହରେ ସେ ବ୍ରିଟେନରୁ ଫେରିଛନ୍ତି । ଚିହ୍ନଟ ବ୍ୟକ୍ତିଙ୍କର କୋଭିଡ ପରୀକ୍ଷା କରାଯାଇଛି । ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ପରିବାର ଲୋକଙ୍କର ମଧ୍ୟ ହେବ କୋଭିଡ ଟେଷ୍ଟ । କାହାରି କି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଏମସି କମିସନର । ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ହୋଇପଡିଥିବା ବେଳେ ରାଜଧାନୀରେ ବ୍ରିଟେନ ଫେରନ୍ତା ଚିହ୍ନଟ ହୋଇଛନ୍ତି ।

ସେପଟେ କରୋନା ନୂଆ ଷ୍ଟ୍ରେନକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଏସଓପି ଜାରି କରାଯାଇଛି । ବିଦେଶ ଫେରନ୍ତାଙ୍କ ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବିମାନବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯାଉଛି । ବର୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି । ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁୁ ଯାଉଛି । ଲକ୍ଷଣ ଥିବା ୫୫ ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କ ଆଟିଂଜେନ ଟେଷ୍ଟ ବାଧ୍ୟତାମୂଳକ ବୋଲି ଭୁବନେଶ୍ୱର ବିମାନବନ୍ଦର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌତମ ରାୟଙ୍କ କହିଛନ୍ତି ।

from Kanak News
via <a href="https://ifttt.com/?

ଜମିରେ ବୋରୱେଲ ଖୋଳାଇ ଫସିଗଲେ ଚାଷୀ । ୨ ବର୍ଷ ହେଲାଣି ସରିଲାଣି ଗଭୀର କୂଅଖୋଳା, ହେଲେ ଲାଗି ପାରୁନି ପମ୍ପ ସେଟ୍ ।

କନକ ବ୍ୟୁରୋ : ଭଲ ଚାଷ କରିବା ପାଇଁ ଜମିରେ କରାଇଥିଲେ ଗଭୀର ନଳକୂପ । ହେଲେ ଆଶା ଆଶାରେ ରହି ଯାଇଛି । ବୋରୱେଲ ଖୋଳାଇ ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି । ଏହାରି ଭିତରେ ବର୍ଷକୁ ତିନି ଫସଲ ଚାଷ କରିବାକୁ ଯୋଜନା ରଖିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ନବରଙ୍ଗପୁର ଉମରକୋଟରୁ ଆସିଛି ଚାଷୀ ସମସ୍ୟାର ଏପରି ଚିତ୍ର ।

ଜମିରେ ଖୋଳାଇଥିଲେ ଗଭୀର ନଳକୂପ । ବିଜୁ କୃଷକ ଯୋଜନାରେ ଚାଷୀ ଟଙ୍କା ବି ବାନ୍ଧିଥିଲେ । ଗଭୀର ନଳକୂପ ଖୋଳାଯିବାକୁ ୨ ବର୍ଷ ପୁରିଲାଣି , ଲାଗି ପାରିନି ପାଣି ପମ୍ପ । ଏହାରି ଭିତରେ ବର୍ଷକୁ ଉଠା ଜଳସେଚନରେ ତିନି ଫସଲ ଚାଷ କରିବାର ଯୋଜନା ରଖିଥିବା ଚାଷୀ ଉମରକୋଟରେ ଉଠାଜଳସେଚନ ପ୍ରକଳ୍ପ ଅଧିକାରୀଙ୍କ ଅଫିସ ଘେରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ଅଂଚଳରୁ ଆସିଛି ଏପରି ଅଭିଯୋଗ । ୨୦୧୭–୧୮ ମସିହାରୁ ଚାଷୀ ଅପେକ୍ଷା କରିଛନ୍ତି ଜମିରେ କେବେ ବସିବ ଉଠାଜଳସେଚନ ପମ୍ପ । ସେପଟେ ଟେଣ୍ଡର ହୋଇନି, କରୋନା ଆଳ ଦେଖାଇଛନ୍ତି ଉଠାଜଳସେଚନ ବିଭାଗ ଏସଡିଓ । ପାଣି ଅଭାବରୁ ଚାଷୀ ଏଥର ବି ଚାଷ କରିପାରିନାହାନ୍ତି । ଉଠାଜଳସେଚନ ବ୍ୟବସ୍ଥା କେବେ ହେବ, ଚାଷୀଙ୍କ ଭାଗ୍ୟ ସୁଧୁରିବା ତାକୁ ହିଁ ଅପେକ୍ଷା ।

from Kanak News
via <a href="https://ifttt.com/?

ଖୋଲିଲା କାଳିଆ କବାଟ, ଜଗାକୁ ଦେଖିବ ଜଗତ । ନଅ ମାସ ପରେ ନୂଆବର୍ଷରୁ ନୟନପଥଗାମୀଙ୍କୁ ଦେଖିବ ଭକ୍ତ । କେମିତି ଥିଲା କରୋନା କାଳରେ ଭକ୍ତ-ଭଗବାନଙ୍କ ବିଚ୍ଛେଦର କାହାଣୀ… ପଢନ୍ତୁ

କନକ ବ୍ୟୁରୋ: ଭାଙ୍ଗିଲା ଭୂତାଣୁର ଦୁର୍ଗ, ମିଶିଲା ଭକ୍ତ-ଭଗବାନଙ୍କ ଆଖି । ଅନନ୍ତ ଅପେକ୍ଷାର ଅନ୍ତ ପରେ ଭକ୍ତଙ୍କୁ ପାଖରୁ ଦେଖିଲା କାଳିଆ, କାଳିଆକୁ ପାଖରୁ ଦେଖିଲେ ଭକ୍ତ  । ସେ ଦୁଇ ଚକାନୟନ ସହ ମିଶିଲା ଭାବଭରା ଭକ୍ତର ଦୁଇ ନୟନ । ନଅ ମାସ ପରେ ଶେଷରେ ନେହୁରା ଶୁଣିଛି କଳା ଠାକୁର । ସଂକ୍ରମଣର ସୂତାକୁ କାଟି ଖୋଲିଛି ସିଂହଦ୍ୱାର । ଭୂତାଣୁ ଭୟକୁ ଏଡାଇ ଭାବ ବିନୋଦିଆକୁ ଅତି ପାଖରୁ ଦେଖିଲେ ଭକ୍ତ । ଦୀର୍ଘ ୯ ମାସ ଧରି ଭକ୍ତଙ୍କୁ ସଂକ୍ରମଣ ନହେଉ ବୋଲି ଯେଉଁ ସିଂହଦ୍ୱାରରେ କଟକଣାର କବାଟ କିଳିଥିଲା କାଳିଆ ସେଥିରୁ ସେ ସଂକ୍ରମଣର ତାଲା ଫିଟାଇଦେଇଛି । ଆଉ ମନମାନିଲାନି ବୋଲି ଅଥୟ ସାଆନ୍ତେ ଆତୁର ଆଖିରେ ଭକ୍ତଙ୍କ ପାଇଁ ସିଂହଦ୍ୱାରରେ ଚାହିଁ ବସିଛନ୍ତି ।

କରୋନା କାୟା ମେଲାଇବା ପରେ ମାର୍ଚ୍ଚ ୨୦ ପରଠୁ ଆଉ ମିଳିନଥିଲା ମହାବାହୁଙ୍କ ଦର୍ଶନ । ଦିନ ପରେ ଦିନ ଗଡ଼ିଚାଲିଲା ସାତ ଦରିଆର ସେପାରିରେ ଥିବା ସାଆନ୍ତେଙ୍କ ଭକ୍ତଙ୍କ ପାଇଁ ମଧ୍ୟ କଟକଣା ଲାଗିଲା, ପାଖରେ ଥିବା ଭକ୍ତ ବି ଭାବବିନୋଦିଆଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ବି କାଳିଆ ବଡ଼ଦାଣ୍ଡକୁ ଓହ୍ଲାଇଲା କିନ୍ତୁ ଭୂତାଣୁର ଭଉଁରୀ  ଅତି ଭୟଙ୍କର ଥିଲା ବୋଲି ବିନା ଭକ୍ତରେ ହୋଇଥିଲା ଏଥରର ରଥଯାତ୍ରା  । ଅନଲାଇନରେ କାଳିଆ ଆଖିରେ ଆଖି ମିଶିଥିଲା ସତ କିନ୍ତୁ ବିଶ୍ୱର ଯେଉଁ ବଡ଼ ଦାଣ୍ଡରେ ସୋରିଷ ବୁଣିବାକୁ ଜାଗା ନଥାଏ ମହାମାରୀ ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ବି ଖାଁ ଖାଁ ଲାଗିଥିଲା । ମନଉଣା କରିଥିଲେ ମହାବାହୁ, ଭକ୍ତଙ୍କୁ ପାଖରୁ ଦେଖିବାକୁ ଚାହିଁଥିଲେ କୋଭିଡ୍ ଭୂତାଣୁର ଭୟାବହତା ଭକ୍ତଙ୍କ ପାଦରେ ବେଡ଼ି ସାଜିଥିଲା । ଶେଷରେ ମନୁଆ ଠାକୁର ମନମାରି ଭାଇ-ଭଣଣୀଙ୍କ ସହ ନିଳାଦ୍ରୀବିଜେ କରିଥିଲା ।

କେବଳ ଏତିକି ନୁହେଁ ଦୀର୍ଘ ୨୬ ବର୍ଷ ପରେ ଜଗାର ଯୋଦ୍ଧା ବେଶକୁ ଜୀବନକାଳରେ ଦେଖିବାକୁ ସ୍ୱପ୍ନ ଦେଖିଥିବା ଭକ୍ତର ସ୍ୱପ୍ନରେ ବି ସଂକ୍ରମଣ ହିଁ ସଂକ୍ରମଣ ଖେଳିଗଲା । ରଥଯାତ୍ରାରେ ମହାବାହୁଙ୍କୁ ଅନଲାଇନରେ ଦର୍ଶନ କରିବାର ସୁଯୋଗ ପାଇଥିବା ଭକ୍ତ କିନ୍ତୁ ନାଗାର୍ଜୁନ ବେଶକୁ ଦେଖିପାରିଲାନି । ଦୁଇ ଦଶନ୍ଧି ପରେ ହୋଇଥିବା ଦିବ୍ୟ ଓ ଦୁର୍ଲଭ ନାଗାର୍ଜୁନ ବେଶରେ ବି ଭକ୍ତ-ଭଗବାନଙ୍କ ମଝିରେ ଭୂତାଣୁ ପାଚେରୀ ହୋଇ ଛିଡ଼ା ହୋଇଥିଲା । ଜଗା ସିନା ରତ୍ନବେଦୀରେ ସଜେଇ ହେଉଥିଲା କିନ୍ତୁ ତା’ ଆଖି ଆଉ ତା’ କାନ ଭକ୍ତରେ ସେ ଭାବ ବିନୋଦିଆ ସାଆନ୍ତେ ଡାକ ଶୁଣିବାକୁ ସତେ ଯେମିତି ବ୍ୟାକୁଳ ହେଉଥିଲା । ଜୀବନ କାଳରେ ହୁଏତ ଜଗାର ଯୋଦ୍ଧା ବେଶ ଅତି ବିରଳ କହିଲେ ଅତ୍ୟୁକ୍ତି ହେବନି, ହେଲେ କରୋନା କଟକଣା ଏଥିରେ ବି କାଳ ସାଜି ଛିଡ଼ା ହୋଇଥିଲା ।

ହେଲେ ସେ ପରା ନଟନାଗର, ଇଚ୍ଛାମୟ , ତା ବିନା ଇଛାରେ ଦୁବଟିଏ ବି କଅଁଳିବା ଅସମ୍ଭବ । ହୁଏତ ହଟିଆ ଠାକୁର ତା’ ଭକ୍ତଙ୍କୁ ଭୂତାଣୁର ବାହୁରୁ ଦୂରେଇ ରଖିବା ପାଇଁ ନିଜ ମନକୁ ମାରି ସିଂହାସନରେ ବସି ଡାକଶୁଣୁଥିଲା । ମହାମାରୀ ଭିତରେ ନିଜର ପ୍ରିୟ ଭକ୍ତଙ୍କୁ ପାଖରୁ ଦେଖିପାରୁନଥିଲେ କ’ଣ ହେଲା ପତିତପାବନ ବେଶରେ ଜଗତ ଉଦ୍ଧାର ପାଇଁ ସିଂହଦ୍ୱାର କଣରୁ ସତେ ଯେମିତି କାଳିଆ କଣେଇ କଣେଇ ଚାହୁଁଥିଲା । ନିଜେ ସଂଗରୋଧରେ ରହିଲା ଭଳି କରୋନା ଭଳି କାଳ ସାମ୍ନାରେ କିଭଳି ସଚେତନ ହେବାକୁ ହୁଏ ସେ ମଧ୍ୟ ରତ୍ନବେଦୀରେ ସାରା ବିଶ୍ୱକୁ ଜଣାଉଥିଲା । ଆଉ ଏବେ ଭକ୍ତ-ଭଗବାନ ମଝିରେ ମହାମାରୀ ପାଚେରୀ ଭାଙ୍ଗି ଯାଉଛି, ପାଖାପାଖି ୨୭୭ ଦିନ, ୬ ହଜାର ୬ଶହ ୬୦ ଘଣ୍ଟା ଅପେକ୍ଷାର ଅବସାନ ପରେ ସାଆନ୍ତେଙ୍କୁ ପାଖରୁ ଦେଖିଲେ ଭକ୍ତ । ତେବେ କରୋନାକୁ ଦୃଷ୍ଟିରେ ରଖି ଆଜିଠୁ ଆସନ୍ତା ୨୫ ତାରିଖ ଯାଏଁ କରୋନା କାଳରେ କାଳିଆର ସେବା କରିଥିବା ସେବାୟତ ଓ ତାଙ୍କ ପରିବାର ଦର୍ଶନଲାଭ କରିବେ । ଏହାପରେ ୨୬ ତାରିଖରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ପୁରୀବାସୀ ଏବଂ ଜାନୁଆରୀ ୩ରୁ ଅନ୍ୟ ଶ୍ରଦ୍ଧାଳୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ କାଳିଆକୁ ଦେଖିପାରିବେ ।

from Kanak News
via <a href="https://ifttt.com/?

ଓଡିଶା ଆନ୍ଧ୍ର ସୀମା ବିବାଦର ହୋଇପାରେ ସମାଧାନ । ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୀମା ଚିହ୍ନଟ ନେଇ ବୈଠକ ଜାରି ।

କନକ ବ୍ୟୁରୋ : ସୀମା ନିର୍ଦ୍ଧାଣରେ ଲାଗିବ ବ୍ରେକ । ଦୀର୍ଘ ଦୀନ ଧରି ଲଗି ରହିଥିଲା ଆନ୍ଧ୍ର ଓଡ଼ିଶା ମଧ୍ୟରେ ସୀମାନ୍ତକୁ ନେଇ ବିବାଦ । ମିଳିଲା ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳର ପଥର ଚିହ୍ନ । ଉଭୟ ରାଜ୍ୟର ସୀମାନ୍ତ ଅଧିକାରୀଙ୍କ ମଧ୍ୟରେ ସୀମାନ୍ତ ସମ୍ବାଇରେ ଚାଲିଛି ବୈଠକ ସହ ସୀମା ନିର୍ଦ୍ଧାରଣ ପ୍ରକ୍ରୀୟା ।

ସୀମା ନିର୍ଦ୍ଧାରଣକୁ ନେଇ ସୀମାନ୍ତ ବାସୀଙ୍କ ମନରେ ବଡ଼ିଲା ଆଶା । କୋରାପୁଟ ଜିଲ୍ଳାର ପଟାଙ୍ଗୀ ବ୍ଳକର ସମ୍ବାଇ ଗ୍ରାମରେ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ଆଗେଇ ଆସିଛନ୍ତି ଉଭୟ ରାଜ୍ୟର ସ୍ଥାନୀୟ ଅଚଂଳର ପ୍ରସାଶନିକ ଅଧିକାରୀ । ସୀମାନ୍ତରେ ଶାନ୍ତି ଫେରାଇ ଆଣିବା ପାଇଁ ଚାଲିଛି ପ୍ରୟାସ । କୋରାପୁଟ ଜିଲ୍ଳା ତରଫରୁ ଜିଲ୍ଳାପାଳ ମଧୁସୁଦନ ମିଶ୍ର ଙ୍କ ନେତୃତ୍ୱରେ ଏକ ଟିମ ପ୍ରତିନିଧିତ୍ୱ କରୁଥିବା ବେଳେ ଆନ୍ଧ୍ର ର ପାଡ଼େରୁ ଅଚଂଳର ଆଇ ଟି ଡ଼ିଏର ପ୍ରୋଜେକ୍ଟ ଅଫିସର ସହ ବନ ବିଭାଗର ଏକ ଟିମ ପ୍ରତିନିଧିତ୍ୱ କରୁଛନ୍ତି ।

ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳରେ ୧୯୬୩ ମସିହାରେ ସେଟେଲମେଂଟ ପକ୍ଷରୁ ସୀମା ଚିହ୍ନଟ କରି ୬ ଟି ପଥର ପୋତାଯାଇଥିଲା । ତାକୁ ନେଇ ସୀମା ନିର୍ଦ୍ଧାଣର ପ୍ରକୃତ ବାଟ ବୋଲି ଉଭୟ ରାଜ୍ୟ ମଧ୍ୟରେ ଗତ ୩ ତାରିଖରେ ହୋଇଥିବା ପ୍ରଥମ ବୈଠକରେ ହୋଇଥିିଲା ନିଷ୍ପତି । ସେହି ସମୟରେ ୨ ଟି ପଥର କୁ ନେଇ ସହମତି ହୋଇଥିଲା ଆଉ ୪ ଟି ପଥର କୁ ନେଇ ସହମତି ହେବାର ଆଶା ଦେଖାଦେଇଛି ।

ପୂର୍ବରୁ ଏହି ସୀମା ବିବାଦକୁ ନେଇ ଉଭୟ ରାଜ୍ୟର ସୀମାନ୍ତ ବାସୀଙ୍କ ମଧ୍ୟରେ ଉତେଜନା ଲାଗିରହିଥିଲା, । ଏପରିକି ଆନ୍ଧ୍ରର ସୀମାନ୍ତ ବାସୀ ଓଡ଼ିଶା ସୀମାର ୬୦୦ ମିଟର ଭିତରକୁ ପଶି ଆସି ନି୍ଜର ସୀମା ନିର୍ଦ୍ଧାରଣ କରି ସ୍ଥାନୀୟ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କାମ ଆରମ୍ବ କରିଥିଲା ଆନ୍ଧ୍ର । ଯାହକୁ ବିରୋଧ କରିଥିଲା ପରେ ବିବାଦ ଗଣ୍ଡୋଗୋଳର ରୂପ ନେଇଥିଲା ।

from Kanak News
via <a href="https://ifttt.com/?

ପୁଣି ବଢିଲା ଅର୍ଣ୍ଣବଙ୍କ ପାଇଁ ଅଡୁଆ । ରିପବ୍ଲିକ ଭାରତ ଟିଭି ଉପରେ ବ୍ରିଟେନ୍ ଲଗାଇଲା ୨୦ ଲକ୍ଷ ଟଙ୍କାର ଜରିମାନା । କହିଲା ଅର୍ଣ୍ଣବ ବିତର୍କ ମାଧ୍ୟମରେ ସୃଷ୍ଟି କରୁଛନ୍ତି ଘୃଣା

କନକ ବ୍ୟୁରୋ : କଙ୍ଗନା ମାମଲା, ଟଆରପି ସ୍କାମ ଭଳି ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା ରିପବ୍ଲିକ ଭାରତ ଟିଭିର ମୁ୍ଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଏବେ ଅଡୁଆ ବଢିବାରେ ଲାଗିଛି । ରିପବ୍ଲିକ ଟିଭିର ହିନ୍ଦି ଚ୍ୟାନେଲ ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର ୨୦ ହଜାର ପାଉଣ୍ଡ ଅର୍ଥାତ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଅଭିଯୋଗ ରହିଚି କି ଅର୍ଣ୍ଣବ ଚ୍ୟାନେଲରେ ବିିତର୍କ କରୁଥିବା ବେଳେ ହେଟ୍ ସ୍ପିଚ୍ ନିୟମ ଉଲଙ୍ଘନ କରିଛନ୍ତି ।

ଗତ ମଙ୍ଗଳବାର ଦିନ ଅଫିସ ଅଫ୍ କମ୍ୟୁନିକେସନ୍ ବା ଅଫକମ୍ ୱାର୍ଲ୍ଡଭ୍ୟୁ ମିଡିଆ ନେଟୱାର୍କ ଲିମିଟେଡ ବିରୋଧରେ ଏକ ଆଦେଶ ଜାରି କରିଛନ୍ତି । ସେ କହିଛନ୍ତି କି ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖରେ ରିପବ୍ଲିକ ଭାରତ ଚ୍ୟାନେଲରେ ଚାଲିଥିବା ବିତର୍କ କାର୍ଯ୍ୟକ୍ରମ ‘ପୁଛତା ହେ ଭାରତ’ ରେ ହେଟ୍ ସ୍ପିଚ୍ ଚାଲିଥିଲା । ସେଥିରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଉଥିଲା ବୋଲି ଅଫକମର ଜଣେ ଏକଜିକ୍ୟୁଟିଭ୍ ଜାଣିବାକୁ ପାଇଥିଲେ । ଯାହା କି ବ୍ରଡକାଷ୍ଟିଙ୍ଗ୍ ନିୟମ ୨.୩, ୩,୨୦.୩ ର ଉଲଙ୍ଘନ କରିଛି ।

ବ୍ରିଟିଶ ବ୍ରୋଡକାଷ୍ଟିଙ୍ଗ୍ ରେଗୁଲେଟର ଅଫକମ କହିଛି କି ‘ପୁଛତା ହେ ଭାରତ’ କାର୍ଯ୍ୟକ୍ରମରେ ଏମିତି ବୟାନ ସାମିଲ ହୋଇଥିଲା ଯେ ତାହା ସାରା ବିଶ୍ୱରେ ପାକିସ୍ତାନ ବିରୋଧରେ ଘୃଣା ସୃଷ୍ଟି କରିବା ଭଳି ବକ୍ତବ୍ୟ ଥିଲା । ଏଥିରେ ପାକିସ୍ତାନ ନାଗରିକଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା । ଯାହାକି ଜାତୀୟତା ଆଧାରରେ ପାକିସ୍ତାନକୁ ଅପମାନ କରାଯାଇଥିଲା । ଯେଉଁ ବୟାନ ଅନ୍ୟର ବକ୍ତିଗତ ଓ ଜାତିଗତ ଓ ଧର୍ମିୟ ଭାବନାକୁ ଅଘାତ କରିବ ତାହା ଅଫକମ୍ ଦୃଷ୍ଟିରେ ଅପରାଧ ବୋଲି ଏହି ଆଦେଶରେ କୁହାଯାଇଛି । ଏନେଇ ଅଫକମ୍ ଏକ ନୂଆ ଗାଇଡଲାଇନ ଜାରି କରିଛି । ଏହି ଗାଇଡ ଲାଇନରେ ଏଭଳି କାର୍ଯ୍ୟକ୍ରମ ପୁଣିଥରେ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଥାଉକି ଏହା ପୂର୍ବରୁ ବ୍ରିଟେନର ମିଡିଆ ଉପରେ ନଜର ରଖିଥିବା ନିୟାମକ ଅଫକମ୍ ବିବାଦୀ ଇସ୍ଲାମିକ ପ୍ରଚାରକ ଜାକିର ନାଇକଙ୍କ ପସ୍ ଟିଭି ନେଟୱାର୍କ ଉପରେ ୩ ଲକ୍ଷ ପାଉଣ୍ଡର ଜରିମାନା ଲଗାଇଥିଲା । ରିପବ୍ଲିକ ଭାରତ ଉପରେ ଲଗାଯାଇଥିବା ଜରିମାନା ବାବଦରେ ଅର୍ଣ୍ଣବଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

from Kanak News
via <a href="https://ifttt.com/?

ବ୍ରହ୍ମପୁରରେ କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ଗତକାଲି ଠାରୁ ଚାଲିଥିଲା ଚଢାଉ । ଏପଟେ ଭିଜିଲାନ୍ସ ହାତରେ ବନ୍ଧା ହେଲେ ଭୁବନେଶ୍ୱର ପୂର୍ତ ବିଭାଗ କୋଟିପତି କିରାଣି ଅସିତ ନାୟକ ।

କନକ ବ୍ୟୁରୋ : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁରରେ ଅଙ୍ଗନବାର୍ଡ଼ି କର୍ମୀ ଗିରଫ । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଗତକାଲି ଠାରୁ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ତ । ବହ୍ମପୁର ୯ ନମ୍ବର ୱାର୍ଡ଼ର ଅଙ୍ଗନବାର୍ଡ଼ି କର୍ମୀ ନମିତା ଦଳେଇଙ୍କ ବାସଭବନ ସମେତ ୬ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ ।

ବହ୍ମପୁର ଲକ୍ଷ୍ମୀ ନୃସିଂହ ନଗରରେ ଥିବା ୨ ଟି ଘର, ଗଣେଶ ନଗରରେ ଥିବା ଗୋଟିଏ ଘର ଓ ଅଫିସ, ବହ୍ମପୁରରେ ଥିବା ଜଣେ ସଂପକୀୟଙ୍କ ଘର ଓ ଭୁବନେଶ୍ୱରରେ ୨ଟି ଆପାର୍ଟମେଂଟରେ ଏକକାଳିନ ଚଢ଼ାଉ କରଥିଲା ଭିଜିଲାନ୍ସ । ବହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜର୍ଜଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଚାଲିଛି ।

ସେପଟେ ଗିରଫ ହେଲେ କୋଟିପତି କ୍ଲର୍କ । ଭୁବନେଶ୍ୱର ପୂର୍ତବିଭାଗର ବରିଷ୍ଠ କିରାଣୀ ଅସିତ କୁମାର ନାୟକଙ୍କୁ ଗିରଫ କରାଯାଇଛି । ଗତକାଲି ଭୁବନେଶ୍ୱର ଭିଜିଲାନ୍ସ ତାଙ୍କ ଡୁମଡୁମା ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉବେଳେ ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଥିଲା ।ଏବେ ସୁଦ୍ଧା ୫ କୋଟି ୨୩ ଲକ୍ଷରୁ ଅଧିକ ସଂପତି ଠାବ କରାଯାଇଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିଲା ।

ଏହାସହ ଆଜି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ସଂଧ୍ୟାରାଣୀଙ୍କ ପୈତୃକ ଘର, ସମତେ ହାତୀଶାଳରେ ଥିବା ୪ ମହଲା କୋଠା, ଅଟା ମିଲ, ଅଙ୍ଗନୱାଡି କେନ୍ଦ୍ର ଓ ଡେଲାଙ୍ଗ ହାଟ ସାହିରେ ଥିବା ଶଶୁର ଘରେ ମଧ୍ୟ ରେଡ ହୋଇଛି । ବର୍ତମାନ ଏହି ରେଡ ଜାରି ରହିଛି ।

from Kanak News
via <a href="https://ifttt.com/?

ପୁଣି ଫେରିଲା କଫ୍ୟୁ । ମହାରାଷ୍ଟ୍ର ପରେ ପୁଣି କର୍ନାଟକ ସରକାର ଜାରିକଲେ ରାତ୍ରକାଳୀନ କଫ୍ୟୁ । ଅନ୍ୟ କିଛି ରାଜ୍ୟ କଫ୍ୟୁ ଜାରି କରିବାକୁ ସଜ ବାଜ ।

କନକ ବ୍ୟୁରୋ : ଦେଶର କେତକ ରାଜ୍ୟରେ ପୁଣି କରୋନାର ଲହର ଦେଖିବାକୁ ମିଳିଛି । ଦିଲ୍ଲୀ ପରେ ମହାରାଷ୍ଟ୍ର, କେରଳ ଓ କର୍ନାଟକରେ କରୋନା ପୁଣି କାୟା ବିସ୍ତାର କରିବାକୁ ଲାଗିଲାଣି । କରୋନାକୁ ନେଇ ଲୋକଙ୍କ ମନରେ ପୂୁଣି ଭୟ ସଂଚାର ହୋଇଥିବା ବେଳେ ସରକାର ଏହାକୁ ଦମନ କରିବାକୁ ପୂର୍ବ ପ୍ରକ୍ରିୟା ଆପଣାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କିଛିଦିନ ହେବ ରାତ୍ରକାଳୀନ କଫ୍ୟୁ ଜାରି କରିଛନ୍ତି । ଏବେ ମହାରାଷ୍ଟ୍ର ପରେ ପୁଣି କର୍ନାଟକର ୟେଦୁରୂପ୍ପା ସରକାର କଫ୍ୟୁ ଜାରି କରିବା ନେଇ ସୂଚନା ମିଳିଛି। କର୍ନାଟକରେ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଏହି କଫ୍ୟୁ ଲାଗୁ କରାଯିବ । ଏହା ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କର୍ନାଟକ ସରକାର ସୂଚନା ଦେଇଛନ୍ତି । ଅନ୍ୟପଟେ ବ୍ରିଟେନର ନୂଆ ପ୍ରକାର କରୋନା ସଂକ୍ରମଣ ଆରମ୍ଭ ହୋଇଥିବାରୁ ଏହାକୁ ନଜରରେ ରଖି ଆମଦେଶର ବିଭିନ୍ନ ରାଜ୍ୟ ସରକାର ମାନେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଲାଗିଲେଣି । ବ୍ରିଟେନ, ଡେନମାର୍କ ଓ ନେଦରଲାଣ୍ଡରୁ ରାଜ୍ୟକୁ ଫେରିଥିବା ଲୋକଙ୍କୁ ଏବେ ଚିହ୍ନଟ କରାଯାଉଛି । ସେମାନଙ୍କର କରୋନା ପରୀକ୍ଷା ହେବା ପୂର୍ବରୁ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରହିବାକୁ ବାଧ୍ୟ କରାଯାଉଛି ।

ଦେଶରେ କିଛି ସପ୍ତାହ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଏହାକୁ ନେଇ ଦେଶବାସୀ ଆସ୍ୱସ୍ଥି ପ୍ରକାଶ କରୁଥିଲେ । କିନ୍ତୁ ହଠାତ୍ ବ୍ରିଟେନରେ କରୋନାର ନୂଆ ପ୍ରକାର ଦେଖା ଦେବା ପରେ ପୁଣି କରୋନାକୁ ନେଇ ବିଶ୍ୱବାସୀ ଆତଙ୍କିତ ହୋଇଛନ୍ତି । ବ୍ରିଟେନ ତା’ର ସମସ୍ତ ବିମାନ ଚଳା ଚଳ ବନ୍ଦ କରିଛି । ଏହା ସହ ବ୍ରିଟେନରୁ ଭାରତ ଫେରିଥିବା ୭ ଶହ ଲୋକଙ୍କୁ ଟ୍ରେସ କରୁଛି ଭାରତ ସରକାର । ସେମାନଙ୍କ ମଧ୍ୟରୁ ଟ୍ରେସ ହୋଇଥିବା ୬ ଜଣ କରୋନା ସଂକ୍ରମିତ ଥିବା ବି ଚିହ୍ନଟ ହୋଇ ସାରିଲେଣି । ଏହାକୁ ନେଇ ଏବେ ପୁଣି ଦେଶରେ ଲକ୍ ଡାଉନ ଓ ସଟଡାଉନ ହୋଇପାରେ ବୋଲି ଆଶଂକା ପ୍ରକାଶ ପାଇଛି ।

from Kanak News
via <a href="https://ifttt.com/?

‘ପରୀ’ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା : କହିଲେ,ଭଗବାନ ପାଖେ ପ୍ରାର୍ଥନା ପରୀ ନ୍ୟାୟ ପାଉ,ଆଉ ସତ୍ୟ ଉନ୍ମୋଚନ ହେଉ

କନକ ବ୍ୟୁରୋ : ପରୀ ହତ୍ୟା ମମାଲାରେ ଦୀର୍ଘଦିନର ବ୍ୟବଧାନ ପରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ । କହିଲେ,ଭଗବାନ ପାଖେ ପ୍ରାର୍ଥନା ପରୀ ନ୍ୟାୟ ପାଉ,ଆଉ ସତ୍ୟ ଉନ୍ମୋଚନ ହେଉ ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଯଦୁପୁର ଗାଁର ପରୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍‌ଆଇଟି । ଅଭିଯୁକ୍ତର ନାମ ସରୋଜ ସେଠୀ । ସେହି ପରୀକୁ ହତ୍ୟା କରିଛି ବୋଲି ଗତକାଲି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍‌ମିଟ ଜରିଆରେ ସୂଚନା ଦେଇଥିଲେ । ଏସ୍‌ଆଇଟି ମୁଖ୍ୟ ପ୍ରେସ୍‌ମିଟ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରୁ ରହସ୍ୟ ପରଦା ହଟାଇଥିଲେ । ଅଭିଯୁକ୍ତଙ୍କ ଜଣଙ୍କ ପରୀକୁ ତଣ୍ଟିଚିପି ହତ୍ୟା କରିଛି । ଏବେ ହତ୍ୟା ପରେ ମୃତଦେହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ନିକଟରେ ଥିବା ପୋଖରୀ ହୁଡ଼ାରେ ପକାଇଦେଇଥିଲା । ସ୍ଥାନୀୟ ଲୋକ କାଳେ ମୃତଦେହକୁ ଦେଖିଦେବେ, ସେଥିପାଇଁ ମୃତଦେହ ଉପରେ ନଡିଆ ବାହୁଙ୍ଗା ପକାଇଦେଇଥିଲେ । ଯାହାକୁ ଏସ୍‌ଆଇଟି ଜବତ କରିଛି । ତେବେ ଜବତ ହୋଇଥିବା ନଡିଆ ବାହୁଙ୍ଗାର ଜେନମ୍‌ ଟେଷ୍ଟ ପାଇଁ ଦିଲ୍ଲୀ ଓ ହାଇଦ୍ରାବାଦ ପଠାଯିବ ।

ସେପଟେ, ନୟାଗଡ ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବୋଥ୍ରା । ଅଧିକ ପ୍ରମାଣ ପାଇଁ ପୋଖରୀ ଭିତରେ ଓଡ୍ରାଫ ଟିମ ଯାଂଚ କରୁଛନ୍ତି । ସ୍କୁବା ଡାଇଭର ସାହାର୍ଯ୍ୟରେ ଖୋଜା ଚାଲିଛି । ଗତକାଲି ପୋଖରୀରୁ ଜଳ ନିଷ୍କାସନ ପରେ ପରୀର ଲେଗିଙ୍ଗସ ମିଳିଥିଲା । ଦିନ ତମାମ ମଟର ଲଗାଇ ପାଣି ଶୁଖାଯାଇଥିଲା । ଏହା ପରେ ରାତିରେ ଓଡ୍ରାଫ ଟିମ ପହଚିଂ ପାଣି ଭିତରେ ଖୋଜାଖୋଜି ପରେ ଲେଗିଙ୍ଗସ ପାଇଥିଲେ ।

from Kanak News
via <a href="https://ifttt.com/?

ଖୋଲିଲା ଶ୍ରୀମନ୍ଦିର : ଜାରି ହେଲା ନୂଆ ଏସଓପି; ମନ୍ଦିର ଭିତରେ ଦୀପ ଜାଳିବା ମନା

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି । ପୁର୍ବ; ଘୋଷଣା ସହ ଆଉ କିଛି ଯୋଡିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ସଂପୂର୍ଣ୍ଣ ନିଷେଧ । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା । ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ । ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜର କରିବେ । ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ସେବାୟତମାନେ ମନ୍ଦିରରେ ଦିଅଁଙ୍କ ଦର୍ଶନ କରୁଛନ୍ତି । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗି ରହିଛନ୍ତି ଜଗନ୍ନାଥ ଟେମ୍ପୁଲ ପୋଲିସ । ଭିତର ବେଢାରେ ସାତ ପାହାଚ ନିକଟ ଗରୁଡସ୍ତମ୍ଭ ପାଖରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହୋଇଛନ୍ତି ।

ଭିନ୍ନକ୍ଷମଙ୍କ ପାଇଁ ଉତରଦ୍ୱାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଶ୍ରୀମନ୍ଦିରକୁ ନଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀ ବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । ତେବେ ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started