ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋଙ୍କ ଉଦବୋଧନ : କହିଲେ ୩ଟି କଥାକୁ ଦିଅ ଗୁରୁତ୍ୱ; ପରିବାରର ବାପା, ମାଆଙ୍କ ପ୍ରତି ଦାୟିତ୍ୱକୁ ନଭୁଲିବାକୁ ଦେଲେ ପରାମର୍ଶ

କନକ ବ୍ୟୁରୋ : ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ । ଓଡିଆ ଜାତି ଏକ ମହାନ ଜାତି । ଓଡିଶା ପ୍ରତି ମହାନ ସମ୍ରାଟଙ୍କ ଅବଦାନ ଚିରସ୍ମରଣୀୟ । ୩ଟି କଥାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ବିଜେଡି ସୁପ୍ରିମୋ । ପରିବାରର ବାପା, ମଆଙ୍କ ପ୍ରତି ଦାୟିତ୍ୱକୁ ଭୁଲିବାନି । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ଓ ସମାଜର ବିକାଶ ପାଇଁ କାମ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ଏହା ସହ ସୋସିଆଲ ମିଡିଆରେ ଠିକ ଭାବେ ବ୍ୟବହାର କରିବାକୁ କରିଛନ୍ତି ନବୀନ । ୟୁନିକ ଆଇଡେଂଟିକୁ ଭଲ ଭାବେ ଜାଣନ୍ତୁ । ଭବିଷ୍ୟତରେ ଏହାର ପ୍ରଚାର ପ୍ରସାର କରିନ୍ତୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି । ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃ ମଣ୍ଡଳୀ ଉପସ୍ଥିତ ରହିଛନ୍ତି । ଏହି ସମାବେଶରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖାଯାଇଛି ।

from Kanak News
via <a href="https://ifttt.com/?

କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ବଜ୍ରକାପ୍ତା ଚାଲାଣ କରୁଥିବା ଅଭିଯୋଗରେ ଜଣେ ଗିରଫ

କନକ ବ୍ୟୁରୋ : କଟକ ବିରିବାଟିଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବଜ୍ରକାପ୍ତା ଜବତ କରିବା ସହ ଜଣଙ୍କୁ ଗିରଫ କରି କ୍ରାଇମ‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଏସ୍‌ଟିଏଫ୍‌ ଟିମ୍ କଟକ କନ୍ଦରପୁରର ବିରିବାଟି କେନାଲ୍‌ ରୋଡ୍‌ରେ‌ ଚଢ଼ାଉ କରି ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତ୍‌ସିଂହପୁର ଜିଲ୍ଲାର ଢିଅସାହି ଗୁମୁଟିପୁରର ସନ୍ତୋଷ କୁମାର ଦଳାଇ । ତାଙ୍କୁ ଗିରଫ ପରେ ଏସ୍‌ଡିଜେଏମ୍‌ କୋର୍ଟକୁ ଫରୱାର୍ଡ କରାଯାଇଛି । ବଜ୍ରକାପ୍ତା ସହ ଏସ୍‌ଟିଏଫ୍‌ ଟିମ୍‌ ଅନ୍ୟ କେତେକ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି । ତେବେ ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ଏ ନେଇ ତଦନ୍ତ ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ଅପାରଗତା ଢାଙ୍କିବାକୁ କ୍ଷତି ଦର୍ଶାଉଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ । ପଡି ରହିଛି ୯ ହଜାର କୋଟିରୁ ଅଧିକ ଟଙ୍କା । ପୁଣି ବିଲ୍ ବୃଦ୍ଧି କରିବାକୁ ଗ୍ରୀଡକୋ ପାଖରେ ଆବେଦନ

କନକ ବ୍ୟୁରୋ : ବିଦ୍ୟୁତ ବିଭାଗର ଘରୋଇକରଣ ପରେ ସାଧାରଣ ଲୋକମାନେ ଧିରେ ଧିରେ ବିଜୁଳି ଚୋରୀରୁ ନିବୃତ୍ତ ହେଉଛନ୍ତି । ହେଲେ ଗ୍ରିଡକୋ ନିଯୁକ୍ତ କରିଥିବା ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ମାନେ ହଜାର ହଜାର କୋଟି ଟଙ୍କା ବକେୟା ଗ୍ରିଡକୋକୁ ଦେଉ ନାହାନ୍ତି । ଏହି ବକେୟାର ପରିମାଣ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ୬୦୧୯ କୋଟି ଟଙ୍କା ଥିବା ବେଳେ ମାତ୍ର ୬ ମାସ ମଧ୍ୟରେ ଏହା ୮ ଶହ କୋଟି ଟଙ୍କା ବୃଦ୍ଧି ପାଇ ଏବେ ୯୮୦୩ କୋଟି ଟଙ୍କାରେ ପହଂଚିଲାଣି । ଫଳରେ ଆର୍ଥିକ ଦୃଷ୍ଟିରୁ ଗ୍ରୀଡକୋ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏହାର ଭରଣା ପାଇଁ ଗ୍ରୀଡକୋ ବାରମ୍ବାର ଓଇଆସି ବା (ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ) ଙ୍କ ନିକଟରେ ଆବେଦନ କରୁଛି । ଏହା ଆଜିର ସମସ୍ୟା ନୁହେଁ ଅନେକ ବର୍ଷ ହେଲା ଗ୍ରୀଡକୋ ଏଭଳି ଆବେଦନ କରିଆସୁଛି ଓ ସମୟ ସୁବିଧା ଦେଖି ବିଦ୍ୟୁତ୍ ବିଲ୍ ବୃଦ୍ଧି କରାଇବାରେ ସଫଳ ମଧ୍ୟ ହେଉଛି । ଚଳିତ ଫେବୃଆରୀ ମାସରେ ଏଭଳି ଆବେଦନ ଉପରେ ବିଚାର କରି ଓଇଆରସି ବିଦ୍ୟୁତ୍ ବିଲ୍ ବୃଦ୍ଧି କରିଥିଲେ ବି ଏବେ ପୁଣିଥରେ ଓଇଆରସି ନିକଟରେ ଗ୍ରୀଡକୋ ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ଆବେଦନ କରିଥିବା ସୂଚନା ମିଳିଛି ।

୨୦୨୦ ମସିହା ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ସେସୁ (ବର୍ତ୍ତମାନର ଟାଟା ପାୱାର) ଉପରେ ଗ୍ରୀଡକୋର ବକେୟା ରାଶି ୨୨୩୮.୫ କୋଟି ଟଙ୍କାରେ ପହଂଚିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେସୁ ବାଦ ବିଦ୍ୟୁତ ବିତରଣ କରିବାକୁ ସରକାରଙ୍କ ଠାରୁ ଅନୁମତି ନେଇଥିବା ଟିପିସିଓଡିଏଲ ଉପରେ ମାତ୍ର କିଛି ମାସ ମଧ୍ୟରେ ୪୨୮.୩୨ କୋଟି ଟଙ୍କା ବକେୟା ପଡିଲାଣି । ଏହାସହ ନେସ୍କୋ ଉପରେ ଗ୍ରୀଡକୋର ୧୨୭୨.୬୩ କୋଟି, ୱେସ୍କୋ ଉପରେ ଗ୍ରୀଡକୋର ୧୪୬୭.୬୧ କୋଟି, ସାଉଥ୍ କୋ ଉପରେ ୧୩୯୬.୨୧ କୋଟି ଟଙ୍କା ପଡି ରହିଛି । ଏହାକୁ ମୋଟା ମୋଟି ହିସାବ କଲେ ବଦ୍ୟୁତ ବିତରଣ କମ୍ପାନୀ ମାନଙ୍କ ଉପରେ ଗ୍ରୀଡକୋର ମୋଟ ବକେୟା ପରିମାଣ ୬୮୦୦ କୋଟି ଅତିକ୍ରମ କରିବାକୁ ବସିଲାଣି ।

ଏବେ ଯଦି ଆପଣମାନେ ଦେଖିବେ ତେବେ ପ୍ରାୟ ଘରୋଇ କ୍ଷେତ୍ରରେ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତା ମାନେ ୯୦ ପ୍ରତିଶତ ବିଲ୍ ପୈଠ କରୁଛନ୍ତି । ତାହେଲେ ବିଲ୍ ପୈଠ କରିବାରେ ଅବହେଳା ସେହିମାନେ କରୁଛନ୍ତି ଯେଉଁ ମାନେ ମାସିକ ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍ ବ୍ୟବହାର କରୁଛନ୍ତି । ଅନ୍ୟପଟେ ବିଦ୍ୟୁତ୍ ବଣ୍ଟକାରୀ ସଂସ୍ଥା ମାନେ ପରିଚାଳନା ଓ ପରିବହନ ଜନିତ କ୍ଷତି ଦର୍ଶାଇ ଗ୍ରୀଡକୋକୁ ବକେୟା ପଇଠ ନକରିବା ପଛରେ ରହିଛି ଏକ ବିଧିବଦ୍ଧ ଷଡଯନ୍ତ୍ର । ଗୋଟିଏ ପଟେ ବଡ ବଡ କମ୍ପାନୀ ଓ ଶିଳ୍ପ ମାନେ ବିଦ୍ୟୁତ ବିଲ୍ ପୈଠ କରୁ ନାହାନ୍ତି ଅନ୍ୟପଟେ ଏହି କ୍ଷତିର ଭରଣା ପାଇଁ ବିଜୁଳି ବଣ୍ଟନକାରୀ ସଂସ୍ଥା ମାନେ ବାରମ୍ବାର ଏହାକୁ ଦର୍ଶାଇ ଗ୍ରୀଡକୋ ମାଧ୍ୟମରେ ବିଲ୍ ବୃଦ୍ଧି ପାଇଁ ଓଇଆରସି ଉପରେ ଚାପ ପକାଇବାରେ ଲାଗିଛନ୍ତି । ବର୍ତ୍ତମାନ ବିଜୁଳି ବଣ୍ଟନ କମ୍ପାନୀ ମାନେ ଓଇଆରସି ନିକଟକରେ ୟୁନିଟ୍ ପିଛା ୨.୭୦ ଟଙ୍କା କୁ ବୃଦ୍ଧି କରି ୩.୯୩ ଟଙ୍କା କରାଯାଉ ବୋଲି ଆବେଦନ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୧୨ ଲକ୍ଷରୁ ବଢି ୬୭ ଲକ୍ଷରେ ପହଂଚିଛି । ହେଲେ ବିଜୁଳି ବଣ୍ଟନକାରୀ କମ୍ପାନୀ ମାନେ ବିଲ୍ ଆଦାୟ କରିବାରେ ବିଫଳ ହୋଇଛନ୍ତି । ସେମାନେ ବିଭିନ୍ନ ସମୟରେ ରାଜନେତାଙ୍କ ହସ୍ତକ୍ଷେପ ଯୋଗୁ ବଡ ବଡ କମ୍ପାନୀ ମାନଙ୍କ ଠାରୁ ଦେୟ ଆଦାୟ କରିପାରୁ ନାହାନ୍ତି । ଏହାସହ ରାଜନେତାଙ୍କ ଚାପ ରହିଥିବାରୁ ବିଦ୍ୟୁତ୍ ସଂଯୋଗ ବି ବିଛିନ୍ନ କରିପାରୁ ନାହାନ୍ତି ।

ଘରୋଇ ଉପଭୋକ୍ତାଙ୍କ ବ୍ୟତିତ ଏକ ବୃହତ ପରିମାଣର ବିଲ୍ ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ଉପରେ ବାକି ରହିଛି । ଏହି ବାକିରଖିବା ସଂସ୍ଥା ମାନଙ୍କ ମଧ୍ୟରୁ ଅଧିକାଂଶ ଦେୟ ଦାବି ମାମଲା ଏବେ ଅଦାଲତରେ ଗଡୁଛି । ଅନ୍ୟପକ୍ଷରେ ନିଜର କ୍ଷତି ଭରଣା ଓ ଅପାରଗତାକୁ ଢାଙ୍କିବାକୁ ଯାଇ ଗ୍ରୀଡକୋକୁ ଢାଲ କରି ସାଧାରଣ ଘରୋଇ ଉପଭୋକ୍ତାଙ୍କ ମୁଣ୍ଡରେ ବୋଝ ଲଦିବାକୁ ପ୍ରୟାସ କରୁଛନ୍ତି ବିତରଣ କମ୍ପାନୀ ମାନେ ।

from Kanak News
via <a href="https://ifttt.com/?

ମହାରାଜା ଶ୍ରୀ ରାମଚନ୍ଦ୍ର ଭଂଜଦେଙ୍କ ନାଁରେ ନାମିତ ହେଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ବଦଳିଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାମ । ନର୍ଥ ୟୁନିଭରସିଟିର ନୂଆ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଂଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଂଜଦେଙ୍କ ନାଁରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ନାମିତ କରାଯାଇଛି । ନୂଆ ନାଁ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଶ୍ୱ ବିଦ୍ୟାଳୟ ଲାଇବ୍ରେରୀର ଉନ୍ନତିକରଣ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ।

ତେବେ ଓଡିଶାର ବିକାଶରେ ମୟୂରଭଂଜ ମହାରାଜାଙ୍କର ବିଶେଷ ଅବଦାନ ରହିଛି । ଓଡିଶା ଚଳିତବର୍ଷ ଶ୍ରୀ ରାମଚନ୍ଦ୍ର ଭଂଜଦେଓଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯାଉଥିବା ବେଳେ ତାଙ୍କ ନାଁରେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟର ନାମକରଣ କରାଯାଇଛି । ସେପଟେ ଚାଲିଛି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି ।

from Kanak News
via <a href="https://ifttt.com/?

ଆଜିଠୁ ଖୋଲିଲା ଶ୍ରୀକ୍ଷେତ୍ରର ସବୁ ମନ୍ଦିର । କୋଭିଡ୍ କଟକଣା ମାନି ଭକ୍ତ କରୁଛନ୍ତି ବାବା ଅଲାରନାଥଙ୍କ ଦର୍ଶନ

କନକ ବ୍ୟୁରୋ: ଆଜି ଠାରୁ ଶ୍ରୀଅଲାରନାଥ ଓ ବାଲିହରଚଣ୍ଡୀ ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଖୋଲିବ । ଏନେଇ ବ୍ରହ୍ମଗିରି ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିିତ ହୋଇଥିଲା । ବୈଠକରେ ପୁଲିସ୍ ଅଧିକାରୀଙ୍କ ସମେତ ସେବାୟତ ନିଯୋଗ କର୍ମକର୍ତା ଯୋଗଦେଇଥିଲେ । କୋଭିଡ ନିୟମ ସହ କିପରି ଭକ୍ତ ଶୃଂଖଳିତ ଦର୍ଶନ କରିପାରିବେ ଏନେଇ ପୁଂଖାନୁପୁଂଖ ଭାବେ ଆଲୋଚନା ହୋଇଥିଲା । ତେବେ ଡିସେମ୍ବର ୩୧ ତାରିଖ ଓ ନୂଆ ବର୍ଷ ଦିନ ଅଲାରନାଥ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ସେହିପରି ଡିସେମ୍ବର ୨୫, ଡିସେମ୍ବର ୩୧ ଓ ନୂଆ ବର୍ଷ ଦିନ ବାଲି ହରଚଣ୍ଡି ମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ବିଜୁ ଛାତ୍ର ଜନତା କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବକୁ ନେଇ ଆଲୋଚନା: ଓଡିଶା ବିଶ୍ୱବିଦ୍ୟାଳୟ ସଂସୋଧନ ଆଇନ୍ ୨୦୨୦ ଏକ ଯୁଗାନ୍ତକାରୀ ପଦକ୍ଷେପ

କନକ ବ୍ୟୁରୋ : ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବସିଛି । ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃମଣ୍ଡଳୀ ଉପସ୍ଥିତ ରହିଛନ୍ତି । ଏହି ସମାବେଶରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖାଯାଇଛି । ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦, ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଏହା ବିଶ୍ୱ ବିଦ୍ୟାଳୟ ସ୍ତରରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଦୁର୍ନୀତି, ପ୍ରିୟାପ୍ରିତୀ ତୋଷଣ ଦୂରିକରଣ ତଥା ରାଜନୈତିକରଣକୁ ଦୂରେଇ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଇ ପାରିବ । ତେଣୁ ଏଭଳି ଆଇନ୍ ଆଣିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ଏହାସହ ଏହି କାର୍ଯ୍ୟକାରୀଣୀ ବୈଠକରେ ବିଜୁ ଛାତ୍ର ଜନତା ଦଳର ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଆଗତ କରିଛନ୍ତି ବିଜୁ ଛାତ୍ର ଜନତା ଦଳ କଟକ ଜିଲ୍ଲାର ସାଧାରଣ ସଂପାଦକ ସନ୍ତୋଷ ମହାପାତ୍ର । ବୈଠକରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଅଛନ୍ତି । ବିଜୁ ଛାତ୍ର ଜନତା ଦଳରେ ସାମିଲ ହୋଇଥିବା ସମସ୍ତ ସଦସ୍ୟ ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ଲୋକଙ୍କ ପାଖରେ ପହଂଚାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନ ଭିତରେ ଆଜି ପାଳିତ ହେଉଛି ଜାତୀୟ କୃଷକ ଦିବସ । କୃଷକ ନେତା ରାକେଶ ଟିକାୟତଙ୍କ ବୟାନ । ଅନ୍ନଦାତାଙ୍କୁ ଆଇନର ଛାଟ ଦେଖାଇବା ପୂର୍ବରୁ ସରକାର ଥରେ ଚୌଧୁରୀ ଚରଣ ସିଂ ଙ୍କୁ ମନେପକାନ୍ତୁ ।

କନକ ବ୍ୟୁରୋ : ଆଜି ସାରା ଦେଶରେ ପାଳନ କରାଯାଉଛି ଜାତୀୟ କୃଷକ ଦିବସ । ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ତଥା ଜଣାଶୁଣା କୃଷକ ନେତା ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଜୟନ୍ତି । ଏହି ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ କୁ ସାରା ଦେଶ ଜାତୀୟ କୃଷକ ଦିବସ ରୂପେ ପାଳନ କରିଥାଏ । ପ୍ରଧାନମନ୍ତ୍ରୀ ଚରଣ ସିଂ ନିଜ କାର୍ଯ୍ୟକାଳରେ ଦେଶର କୃଷକ ମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀର ପରିବର୍ତ୍ତନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଥିଲେ । ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ବହୁତ୍ କମ ଦିନ କାର୍ଯ୍ୟ କରିଛନ୍ତି । ହେଲେ କୃଷକ ଓ କୃଷି କ୍ଷେତ୍ରରେ ସେ ଯେଭଳି ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ତାହାକୁ ନଜରରେ ରଖିତ ୨୦୦୧ ମସିହା ଠାରୁ ଆଜିର ଦିନକୁ କୃଷକ ଦିବସ ଭାବେ ପାଳନ କରାଯାଉଛି । ହେଲେ ସବୁବର୍ଷ ଠାରୁ ଏବର୍ଷର ପରିସ୍ଥିତି ଭିନ୍ନ । ଯାହାଙ୍କ ପାଇଁ ଆଜି ଦେଶ ଏହି ଦିବସ ପାଳନ କରୁଛି ସେମାନେ ଆଜି ନିଜର ହକ୍ ଗଣ୍ଡାକ ପାଇଁ ବିଯୁକ୍ତ ତାପମାତ୍ରାରେ ଦିଲ୍ଲୀ ସୀମାରେ ପାଖା ପାଖି ଗୋଟିଏ ମାସ ହେବ ଆନ୍ଦୋଳନରେ ବସିଛନ୍ତି ।

ପେଟ ପୋଡି ଗଲେ ପାଠ କି କରିବ ପଣ୍ଡିତେ ପଡିବେ ଗଡି । ଏହା ଏକ ଓଡିଆ ଢଗ । ହେଲେ ଏହା ଯେ ଜୀବନ ସତ୍ତା ପାଇଁ ଏକ ନିଚ୍ଛକ ସତ ତାହା ସେତେବେଳେ ଅନୁମେୟ ହୋଇଥାଏ ଯେତେବେଳେ ଆମ ପାଖରେ ଖାଇବାକୁ ନଥାଏ କିନ୍ତୁ ପେଟରେ ଭୋକର ଜ୍ୱାଳା ଅନୁଭବ ହେଉଥାଏ । କାରଣ ଆପଣ ଯାହା ବି କରନ୍ତୁ ପ୍ରଥମେ ଆପଣ କିଛି କରିବାକୁ ଜୀବନ୍ତ ରହିବା ଦରକାର ଆଉ ଜୀବନ୍ତ ରହିବାକୁ ହେଲେ ଖାଦ୍ୟତ ନିଶ୍ଚିନ୍ତ ଆବଶ୍ୟକ । ହେଲେ ସେ ଖାଦ୍ୟ ଦେଶର କୃଷକ ଭାଇ ଯୋଗାଇ ଥାଏ । ଦେଶର ୭୦ ପ୍ରତିଶତ ଲୋକ ଏବେ ବି କୃଷି କ୍ଷେତ୍ରକୁ ଜୀବୀକା କରି ଜୀବନ ନିର୍ବାହ କରୁଛନ୍ତି । ହେଲେ ସ୍ୱାଧିନତାର ୭୦ ବର୍ଷ ପରେ ବି ସରକାର କୃକେ ମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ କିଛି ବଡ ପଦକ୍ଷେପ ନେଉ ନାହାନ୍ତି । ଯେମିତି କି ସରକାର ଶିଳ୍ପର ବିକାଶ ସହ ଶିଳ୍ପପତିଙ୍କର ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି ସେଭଳି କୃଷି କ୍ଷେତ୍ରରେ ବିଶେଷ କିଛି ପରିବର୍ତ୍ତନ ପାଇଁ କୌଣସି ବି ସରକାରଙ୍କ ଆନ୍ତରିକତା ଥିବା ଭଳି ମନେ ହେଉନାହିଁ ।

ଆଜିର ଏହି ଦିନଟି ବହୁତ ମହତ୍ୱପୂର୍ଣ୍ଣ ଅଟେ । କାରଣ ଆଜିର ଦିନଟି କୃଷି କ୍ଷେତ୍ରରେ ପରିବର୍ତ୍ତନ ସହ କୃଷକ ମାନଙ୍କୁ ସଶକ୍ତ କରିବାର ବିଚାର ଆମ ମାନଙ୍କ ମନକୁ ଆସିଥାଏ । ଏନେଇ ଆୟୋଜିତ ହେଉଥିବା ସମାରୋହ ମାନଙ୍କରେ କୃଷିକ୍ଷେତ୍ର ଓ କୃଷକ ମାନଙ୍କ ପାଇଁ ଥିବା ସଂକଟ ଉପରେ ଆଲୋଚନା କରାଯାଏ । ଏହା ସହ ସେମାନେ କିଭଳି ବିଭିନ୍ନ ସଂକଟରୁ ମୁକ୍ତି ପାଇବେ ସେନେଇ ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ । ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ‘ଛୋଟୁରାମ ବିରାସତ’ ନାମରେ ଏକ ସଂଗଠନ ଗଠନ କରିଥିଲେ । ଏହାସହ ସେ ୨୩ ଡିସେମ୍ବର ୧୯୭୮ ମସିହାରେ କିଷାନ ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ  କରିଥିଲେ । ଯେଉଁ ଟ୍ରଷ୍ଟ ଏବେ ବି କୃଷକ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ସହ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି ।

ହେଲେ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି  ଏବେ ଦେଶର ଲକ୍ଷ ଲକ୍ଷ କୃଷକ ଦିଲ୍ଲୀରୁ ପଲ୍ଲୀଯାଏ ଧାରଣାରେ ବସିଛନ୍ତି । ପାଖା ପାଖି ଗୋଟିଏ ମାସ ଧରି ଦେଶର ଚାଷୀ ମାନେ ଆନ୍ଦୋଳନ ଚଳାଇଥିବା ବେଳେ ସରକାର ଏବେ ବି ଚୁପ୍ ରହିଛନ୍ତି । ଏନେଇ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୫ ଥର ବୈଠକ ବସି ସାରିଥିଲେ ବି ସରକାର କି କୃଷକ ମାନେ ସେମାନଙ୍କ ଜିଦ୍ ରେ ଅଟଳ ରହିବା ହେତୁ ଏନେଇ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ । ଗୋଟେ ପଟେ ସରକାର ଆଇନର ସଂଶୋଧନ ପାଇଁ ରାଜି ହୋଇଥିଲେ ବି କୃଷକ ସଂଗଠନ ସମ୍ପୁର୍ଣ୍ଣ ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି । ଏହି ଆନ୍ଦୋଳନ ଭିତରେ ଆନ୍ଦୋଳନରେ ସାମିଲ ହୋଇଥିବା କୃଷକ ମାନଙ୍କ ମଧ୍ୟରୁ ୩୦ ରୁ ଅଧିକ କୃଷକଙ୍କ ଜୀବନ ଗଲାଣି ।

ଆଜିର କୃଷକ ଦିବସରେ କେନ୍ଦ୍ର ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂ ଏକ ଟ୍ୱିଟ ଯୋଗେ କୃଷକ ଦିବସରେ କୃଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଖୁବ୍ ଶୀଘ୍ର କୃଷକ ମାନଙ୍କ ସହ ଆଲୋଚନା କରାଯାଇ ଏହାର ନିସ୍କର୍ଶ ବାହାର କରାଯିବ ବୋଲି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି ।

from Kanak News
via <a href="https://ifttt.com/?

ଯଦୁପୁରରେ ଏସଆଇଟି ମୁଖ୍ୟ: ପରୀ ମାମଲାରେ ଗତକାଲି ପୋଖରୀରୁ ଲେଗିଂନ୍ସ ମିଳିବା ପରେ ଆଜି ଘଟଣାସ୍ଥଳରେ ପହଂଚିଛନ୍ତି ଅରୁଣ ବୋଥ୍ରା

କନକ ବ୍ୟୁରୋ: ନୟାଗଡ ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବୋଥ୍ରା । ଅଧିକ ପ୍ରମାଣ ପାଇଁ ପୋଖରୀ ଭିତରେ ଓଡ୍ରାଫ ଟିମ ଯାଂଚ କରୁଛନ୍ତି । ସ୍କୁବା ଡାଇଭର ସାହାର୍ଯ୍ୟରେ ଖୋଜା ଚାଲିଛି । ଗତକାଲି ପୋଖରୀରୁ ଜଳ ନିଷ୍କାସନ ପରେ ଏକ ଲେଗିଂନ୍ସ ପ୍ୟାଂଟ ମିଳିଥିଲା । ତେବେ ତାହା ପରୀର କି ନୁହେଁ ତାହା ଜାଣିବା ପାଇଁ ପରୀକ୍ଷାଗାରକୁ ପଠାଇଦିଆଯାଇଛି ।

ଦିନ ତମାମ ମଟର ଲଗାଇ ପାଣି ଶୁଖାଯାଇଥିଲା ପୋଖରୀ । ଏହା ପରେ ରାତିରେ ଓଡ୍ରାଫ ଟିମ ପହଚିଂ ପାଣି ଭିତରେ ଖୋଜାଖୋଜି ପରେ ଲେଗିଂନ୍ସ ପ୍ୟାଂଟ ପାଇଥିଲେ । ସେପଟେ, ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଏସଆଇଟି । ପରୀକୁ କିଭଳି ଓ କେଉଁ ପରିସ୍ଥିତିରେ, କଣ ପାଇଁ ହତ୍ୟା କରାଯାଇଥିଲା ତାର ଗୁମର ଖୋଲିଥିଲେ ଅରୁଣ ବୋଥ୍ରା ।

from Kanak News
via <a href="https://ifttt.com/?

ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ ଏସଓପି । ଲକ୍ଷଣ ଥିବା ୫୫ବର୍ଷରୁ ଅଧିକ ଯାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ

କନକ ବ୍ୟୁରୋ: କରୋନା ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସତର୍କତା ।  ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଏସଓପି ଜାରି କରାଯାଇଛି ।  ବିଦେଶ ଫେରନ୍ତାଙ୍କ ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ  ସମସ୍ତ ବିମାନ ସେବା ପ୍ରଦାନ କାରୀ ସଂସ୍ଥାକୁ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  ବିମାନବନ୍ଦର ଟର୍ମିନାଲ ପରିସରରେ  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ  ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯାଉଛି ।

ବର୍ତମାନ  ଭୁବନେଶ୍ୱରକୁ  ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି ।  ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି  ଓ ୨୭ଟି ବିମାନ ଭୁବନେଶ୍ୱରରୁୁ ଯାଉଛି । ଲକ୍ଷଣ ଥିବା ୫୫ ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କ ଆଟିଂଜେନ ଟେଷ୍ଟ ବାଧ୍ୟତାମୂଳକ ବୋଲି ଭୁବନେଶ୍ୱର ବିମାନବନ୍ଦର କାର୍ଯ୍ୟକାରୀ  ନିର୍ଦ୍ଦେଶକ ଗୌତମ ରାୟଙ୍କ କହିଛନ୍ତି ।

from Kanak News
via <a href="https://ifttt.com/?

ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ରେଡ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ପୁରୀ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ସଂଧ୍ୟାରାଣୀଙ୍କ ପୈତୃକ ଘର, ସମତେ ହାତୀଶାଳରେ ଥିବା ୪ ମହଲା କୋଠା, ଅଟା ମିଲ, ଅଙ୍ଗନୱାଡି କେନ୍ଦ୍ର ଓ ଡେଲାଙ୍ଗ ହାଟ ସାହିରେ ଥିବା  ଶଶୁର ଘରେ ମଧ୍ୟ ରେଡ ହୋଇଛି । ବର୍ତମାନ ଏହି ରେଡ ଜାରି ରହିଛି ।

ଭିଜିଲାନ୍ସ ସଂଧ୍ୟାରାଣୀଙ୍କ ପରିବାର ରହୁଥିବା ତାଙ୍କ ବାପାଙ୍କ ଘରେ, ବାଶେଳୀସାହିର ମାଛ ମାର୍କେଟ ନିକଟରେ ଥିବା ତ‌ାଙ୍କର ଏକ ଆଜବେଷ୍ଟ୍ ଘରେ, ପୁରୀ ସଦର ଥାନା ଅଞ୍ଚଳରେ ଥିବା ତାଙ୍କର ଆଉ ଏକ ଆଜ୍‌ବେଷ୍ଟ ଘରେ, ବାଶେଳୀସାହିର ଲୋକନାଥ ରୋଡ୍‌ର ହାତୀଶାଳରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ ବିଲ୍ଡିଂରେ, ହାତୀଶାଳରେ ଥିବା ତାଙ୍କ ଶଶୁର ଘରେ, ପୁରୀର ଦେଲେୱାରେରେ ଥିବା ତାଙ୍କ ସ୍ବାମୀଙ୍କ ଅଫିସ୍‌ରେ ଓ ବାଶେଳୀସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ସବୁ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।

 

from Kanak News
via <a href="https://ifttt.com/?

Design a site like this with WordPress.com
Get started