ନୂଆବର୍ଷ ପୂର୍ବରୁ ରାସନକାର୍ଡଧାରୀଙ୍କ ପାଇଁ ବଡ ଘୋଷଣା: ଏଣିକି ରାସନ ସାଙ୍ଗକୁ ହିତାଧିକାରୀଙ୍କୁ ମିଳିବ ନଗଦ ଟଙ୍କା; ପ୍ରତି କାର୍ଡଧାରୀଙ୍କୁ ଅଢେଇ ହଜାର ଟଙ୍କା କ୍ୟାସ୍ ସହ ମିଳିବ ଅନ୍ୟାନ୍ୟ ରାସନ ସାମଗ୍ରୀ

କନକ ବ୍ୟୁରୋ:  ଯଦି ଆପଣଙ୍କ ପାଖରେ ରାସନକାର୍ଡ ରହିଛି ତେବେ ରାଜ୍ୟ ସରକାରଙ୍କ ତରଫରୁ ଆପଣଙ୍କୁ ନଗଦ ଅଢେଇ ହଜାର ଟଙ୍କା ମିଳିବ । ଖାଲି କ୍ୟାସ ନୁହେଁ ଟଙ୍କା ସାଙ୍ଗକୁ ହିତାଧିକାରୀଙ୍କୁ ଚାଉଳ ସମେତ ଅନ୍ୟାନ୍ୟ ରାସନ ସାମଗ୍ରୀ ମଧ୍ୟ ଦିଆଯିବ ।

ତାମିଲନାଡୁ ସରକାରଙ୍କ ପୋଙ୍ଗଲ ପ୍ୟାକେଜ୍

ପ୍ରତି ପରିବାରକୁ ଚାଉଳ ସହ ନଗଦ ଟଙ୍କା

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରସନକାର୍ଡଧାରୀଙ୍କୁ ନଗଦ ୨ ହଜାର ୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାମୀସ୍ୱାମୀ ଶନିବାର ଚାଉଳ ନେବା ପାଇଁ ର୍ ସମସ୍ତ କାର୍ଡଧାରକଙ୍କୁ ଟଙ୍କା ଦେବାକୁ ନିଷ୍ପତି ନେଇଛନ୍ତି । କେବଳ ପାଲାମୀସ୍ୱାମୀଙ୍କ ଏହି ପୋଙ୍ଗଲ ପ୍ୟାକେଜରେ ହିତାଧିକାରୀଙ୍କୁ ଶସ୍ତାରେ ଚିନି ସହ ୧ କିଲୋ ଚାଉଳ, ଚିନି, କିସମିସ୍, କାଜୁ, ଇଲାଇଚି ଏବଂ ଏକ କପଡା ବ୍ୟାଗ ମଧ୍ୟ ମିଳିବ । ତେବେ ପୋଙ୍ଗଲ ଉତ୍ସବ ଅବସରରେ ଟଙ୍କା ବାଂଟିବାକୁ କହିବା ସହ ଏହି ପ୍ରୋତ୍ସାହିତ ରାଶି ଜାନୁଆରୀ ୪ ତାରିଖରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଏଆଇଏଡିଏମକେ ସରକାରଙ୍କ ତରଫରୁ ୨୦୧୪ରେ ତାଲିମନାଡୁବାସୀଙ୍କ ପାଇଁ ଗୋଟିଏ କିଲୋ ଚାଉଳ ଏବଂ ୧ କିଲୋ ଚିନି ସହ ୧୦୦ ଟଙ୍କା ଦେବା ଆରମ୍ଭ ହୋଇଥିଲା । ଯାହାକୁ ୨୦୧୮ରେ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏବେ ଏହାକୁ ବଢାଇ ଅଢେଇ ହଜାର ଟଙ୍କା କରିଦିଆଯାଇଛି ।

from Kanak News
via <a href="https://ifttt.com/?

ବିଜେପି ମୋହ ଆଗରେ ତୁଚ୍ଛ ପଡୁଛି ମମତାଙ୍କ ମମତା । ଆଜିର କ୍ୟାବିନେଟରେ ପୁଣି ୪ ମନ୍ତ୍ରୀ ଅନୁପସ୍ଥିତ । ବିଜେପିରେ ଯୋଗ ଦେବା ନେଇ ଜୋର ଧରୁଛି ଚର୍ଚ୍ଚା

କନକ ବ୍ୟୁରୋ : ଦିନକୁ ଦିନ ମମତାଙ୍କ ମମତା ଦଳ ଭିତରେ କାମ ଦେଉନି । ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ସାଂସଦ ସୁନିଲ ମଣ୍ଡଳ ମମତାଙ୍କ ହାତ ଛାଡି ବିଜେପିରେ ଯୋଗ ଦେବା ପରେ ମମତାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଜି (ବୁଧବାର) ମମତାଙ୍କ ଦ୍ୱାରା ଡକାଯାଇଥିବା କ୍ୟାବିନେଟ୍ ବୈଠକରେ ପୁଣି ୪ ଜଣ ମନ୍ତ୍ରୀ ଅନୁପସ୍ଥିତ ରହିବା ନେଇ ମମତାଙ୍କୁ ଶକ୍ତ ଝଟକା ଲାଗିଛି ।

ସୂଚନା ମୁତାବକ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଚିବାଳୟରେ କ୍ୟାବନେଟ୍ ବୈଠକ ଡାକିଥିଲେ । ହେଲେ ବୈଠକ ଶେଷ ହୋଇଥିଲେ ବି ୪ ଜଣ ମନ୍ତ୍ରୀ ବୈଠକରେ ଯୋଗ ନଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନୁପସ୍ଥିତ ଥିବା ୪ ମନ୍ତ୍ରୀ ହେଲେ ପର୍ଯ୍ୟଟନ ମନ୍ତ୍ରୀ ଗୌତମ ଦେବ, ଉତ୍ତରବଙ୍ଗ ବିକାଶ ମନ୍ତ୍ରୀ ରବୀନ୍ଦ୍ରନା ଘୋଷ, ମତ୍ସ୍ୟ ସଂପଦ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା ଓ ବନ ବିଭାଗ ମନ୍ତ୍ରୀ ରାଜୀବ ବାନାର୍ଜୀ । ସେମାନେ କାହିଁକି ବୈଠକରେ ଅନୁପସ୍ଥିତ ରହିଲେ ସେନେଇ ସେମାନଙ୍କ ତରଫରୁ କୌଣସି ସ୍ପଷ୍ଟ କାରଣ ଦର୍ଶାଯାଇ ନଥିବା ବେଳେ ଦଳ ପକ୍ଷରୁ ବି କୌଣସି କାରଣ ଦର୍ଶାଯାଇ ନାହିଁ । ହେଲେ ଅମିତ୍ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ପରେ ଯେଭଳି ଭାବେ ମମତାଙ୍କ ଦଳରୁ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସହ ହଜାର ହଜାର କର୍ମୀ ବିଜେପିରେ ଯୋଗ ଦେଉଛନ୍ତି ତାହାକୁ ଅନୁଧ୍ୟାନ କଲେ ଏମାନେ ବି ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କହିରଖୁ କି ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ଦ୍ୱାରା ରକ୍ତର ରାଜନୀତି କରାଯାଉଛି । ଦୈନିକ କେଉଁଠି ନା କେଉଁଠି ରାଜନୈତିକ ହିଂସା ହେଉଛି । କେତେବେଳେ ବିଜେପି କର୍ମୀଙ୍କ ହତ୍ୟା ତ କେତେବେଳେ ତୃରମୂଳ କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯାଉଛି । ହେଲେ ଏହାରି ମଧ୍ୟରେ ୩୦ ବର୍ଷ ଶାସନ କ୍ଷମତାରେ ଥାଇ ୧୦ ବର୍ଷ ଶାସନରୁ ଦୂରେଇ ରହିଥିବା ବାମଦଳ ମାନେ ଏହି ହିଂସାରେ ଶିକାର ହେବା ବା ହିଂସାରେ ସଂପୃକ୍ତ ରହିବା ନେଇ କୌଣସି ଖବର ଆସୁନାହିଁ । କିଛି ରାଜନୈତିକ ବିଶେଷଜ୍ଞଙ୍କ ମତରେ ପଶ୍ଚିମବଙ୍ଗ ରାଜନୀତିରେ ବାମଦଳ ଏଥର କିଛି ଭଲ ପ୍ରଦର୍ଶନ କରିବାକୁ ଯାଉଛି ତେଣୁ ସେମାନେ ସ୍ଥିର ଭାବେ ରାଜନୈତିକ ରଣ କୌଶଳ ପ୍ରସ୍ତୁତ କରୁଛନ୍ତି ।

from Kanak News
via <a href="https://ifttt.com/?

ଗ୍ୟାସ୍ ଉପଭୋକ୍ତାଙ୍କୁ ମିଳିଥାଏ ୫ଟି ବଡ ଅଧିକାର: ଯଦି ନିଜେ ଯାଇ ଭରନ୍ତି ସିଲିଣ୍ଡର ତେବେ ତୁରନ୍ତ ମିଳିବ ଟଙ୍କା ଫେରସ୍ତ…ପଇସା ଦେବାକୁ ମନା କଲେ ରଦ୍ଦ ହେବ ବିତରକ ସଂସ୍ଥାଙ୍କ ଲାଇସେନ୍ସ

କନକ ବ୍ୟୁରୋ: ବର୍ତ୍ତମାନ ଦେଶର ପ୍ରାୟ ଅଧାରୁ ଅଧିକ ଲୋକ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବାର ନଜୀର ରହିଛି । କିନ୍ତୁ ଗ୍ୟାସ୍ କନେକ୍ସନ ନେବା ପରେ ଏଥିରେ ମିଳୁଥିବା ଲାଭକୁ ଆଜି ମଧ୍ୟ ଅଧିକାଂଶ ଲୋକେ ଅଜ୍ଞାତ ଅଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ଗ୍ୟାସ୍ ବିତରକ ସଂସ୍ଥାର ମାଲିକ । ତେବେ ଏପ୍ରକାର ଠକେଇରୁ ବର୍ତିବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ନିୟମ ସଂପର୍କରେ ଅବଗତ କରାଇବୁ ଯାହା ଆପଣଙ୍କୁ ନା କେବଳ ସତର୍କ କରାଇବ ବରଂ ଖର୍ଚ୍ଚାନ୍ତରୁ ମଧ୍ୟ ରକ୍ଷା କରିବ ।

ଗୋଦାମରୁ ସିଲିଣ୍ଡର ନେଲେ ଟଙ୍କା ଫେରସ୍ତ

ଆପଣ ଯେଉଁ ଏଜେନ୍ସିର କନେକ୍ସନ ନେଇଥାଉ ନା କାହିଁକି । ଯଦି ଆପଣ ଘରକୁ ଗ୍ୟାସ୍ ଡେଲିଭରୀ ନ କରି ନିଜେ ସିଧା ଗୋଦାମରୁ ଯାଇ ସିଲିଣ୍ଡର ଆଣନ୍ତି । ତେବେ ଏଜେନ୍ସି ପକ୍ଷରୁ ଆପଣଙ୍କୁ ୧୯ଟଙ୍କା ୫୦ ପଇସା ଫେରସ୍ତ ମିଳିବ । କୌଣସି ବି ବିରତକ ସଂସ୍ଥା ଏହି ଟଙ୍କା ଗ୍ରାହକଙ୍କୁ ଫେରାଇବା ପାଇଁ ମନା କରିପାରିବେ ନାହିଁ । ତେବେ ଏହି ଟଙ୍କା ଉପଭୋକ୍ତାଙ୍କଠୁ ସିଲିଣ୍ଡର ବୁକ୍ ସମୟରେ ଡେଲିଭରୀ ଚାର୍ଜ ବାବଦକୁ ନିଆଯାଇଥାଏ ।

ଗୋଟିଏ ଅଭିଯୋଗରେ ଲାଇସେନ୍ସ ରଦ୍ଦ !

କୌଣସି ବି ଏଜେନ୍ସି ମାଲିକ ଆପଣଙ୍କୁ ଏହି ଟଙ୍କା ଦେବାକୁ ମନା କରିପାରିବେ ନାହିଁ । କିନ୍ତୁ ଯଦି କେହି ଏଭଳି କରନ୍ତି ତେବେ ଆପଣ ଟୋଲ ଫ୍ରି ନମ୍ବର ୧୮୦୦୨୩୩୩୫୫୫ରେ କଲ୍ କରି ସଂପୃକ୍ତ ଏଜେନ୍ସି ନାଁରେ ଅଭିଯୋଗ କରିପାରିବେ ।

ମାଗଣାରେ ବଦଳାଇପାରିବେ ରେଗୁଲେଟର

ଯଦି ଆପଣଙ୍କ ଏଲପିଜି ରେଗୁଲେଟର ଲିକ୍ ଅଛି । ତେବେ ଆପଣ ଏହାକୁ ଏଜେନ୍ସି ପାଖରେ ମାଗଣାରେ ବଦଳାଇପାରିବେ । ଏଥିପାଇଁ ଆପଣଙ୍କ ନିକଟରେ ସଂପୃକ୍ତ ଏଜେନ୍ସିର ସବସ୍କ୍ରିପସନ ଭାଉଚର ଥିବା ଜରୁରୀ । ଏଥି ସହିତ ହିଁ ଆପଣଙ୍କୁ ଲିକ୍ ରେଗୁଲେଟରକୁ ବି ସାଥିରେ ନେଇ ଯିବାକୁ ପଡିବ । ତେବେ ସବସ୍କ୍ରିପସନ ଭାଉଚର ଏବଂ ରେଗୁଲେଟର ନମ୍ବରକୁ ମ୍ୟାଚ୍ କଲା ପରେ ଯାଇ ଆପଣ ରେଗୁଲେଟର ଚେଂଜ କରିପାରିବେ । ଏଥିପାଇଁ କୌଣସି ଚାର୍ଜ ଲାଗି ନଥାଏ ।

ନଷ୍ଟ ହୋଇଗଲେ ବି ମିଳିବ ନୂଆ ରେଗୁଲେଟର

ଯଦି ଆପଣଙ୍କ ଗ୍ୟାସ ରେଗୁଲେଟର କୌଣସି କାରଣରୁ ନଷ୍ଟ ହୋଇଯାଇଛି । ତେବେ ଏଭଳି ପରିସ୍ଥିତିରେ ବି ଏଜେନ୍ସ ତରଫରୁ ଏହାକୁ ବଦଳା ଯାଇପାରିବେ ।  କିନ୍ତୁ ଏଥିପାଇଁ ବିରତକ ସଂସ୍ଥା ମାଲିକ କଂପାନୀ ପ୍ଲାନ ହିସାବରେ ୧୫୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ନେଇପାରେ ।

ରେଗୁଲେଟର କହିବ କେବେ ସରିବ ଗ୍ୟାସ୍?

ତେବେ ରେଗୁଲେଟର ହଜି ଗଲେ ଆପଣ ୨୫୦ ଟଙ୍କା ଜମା କରି ଏଜେନ୍ସିଠାରୁ ନୂଆ ରେଗୁଲେଟର ନେଇପାରିବେ । ମାତ୍ର ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ବଜାରକୁ ଏବେ Multifunction Gas Regulator ଆସିଛି । ଏହି ରେଗୁଲେଟର ସାହାଯ୍ୟରେ ଗ୍ୟାସ ଟାଙ୍କିରେ କେତେ ଗ୍ୟାସ୍ ବଂଚିଛି  ତାହା ଆପଣ ସହଜରେ ଜାଣିପାରିବେ । ତେବେ ଏହି ରେଗୁଲେଟରର ଓାରେଂଟି ରହିଛି ଲାଇଫ୍ ଟାଇମ୍ । କିନ୍ତୁ manufacturing  ସମସ୍ୟା  ଦେଖାଦେଲେ ଆପଣ ଏହାକୁ ମାଗଣାରେ ବି ବଦଳାଇପାରିବେ ।

from Kanak News
via <a href="https://ifttt.com/?

କଟକଣା ଭିତରେ ଖୋଲିଲା କାକଟପୁର ମଙ୍ଗଳା ମନ୍ଦିର : ବ୍ୟାରିକେଡ ମଧ୍ୟରେ ମନ୍ଦିରକୁ ପ୍ରବେଶ ପାଇଁ କରାଯାଇଛି ବ୍ୟବସ୍ଥା

କନକ ବ୍ୟୁରୋ : କଟକଣା ଭିତରେ ଖୋଲିଲା କାକଟପୁର ମଙ୍ଗଳା ମନ୍ଦିର । ବ୍ୟାରିକେଡ ମଧ୍ୟରେ ମଙ୍ଗଳା ମନ୍ଦିରକୁ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଭୋଗ ମଣ୍ଡପରୁ ମାଆଙ୍କୁ ଦର୍ଶନ କରିବେ । ଗର୍ଭଗୃହକୁ ପ୍ରବେଶ ସହ ମନ୍ଦିର ମଧ୍ୟରେ ଭୋଗ ଓ ଦୀପ ଜାଳିବା ଉପରେ କଟକଣା ଲଗାଯାଇଛି । ଶ୍ରଦ୍ଧାଳୁମାନେ ପୂର୍ବଦ୍ୱାରରେ ପ୍ରବଶେ କରିବା ପରେ ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ କରିବେ । ସେହିପରି ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

from Kanak News
via <a href="https://ifttt.com/?

ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟ୍ : ବିଳମ୍ବିତ ରାତିରେ ବାଲେଶ୍ୱର ଜାମଶୁଳୀ ଛକରେ ଇଣ୍ଡିକ୍ୟାସ୍ ଏଟିଏମରୁ ଲୁଟିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟ୍ । ବିଳମ୍ବିତ ରାତିରେ ଏଭଳି ଏକ ଲୁଟ୍ କରିଛନ୍ତି ଦୁର୍ବୃତ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଛକରେ ଥିବା ଇଣ୍ଡିକ୍ୟାସ୍ ଏଟିଏମକୁ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟି ନେଇଛନ୍ତି ।

ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡି ନାହିଁ । ତେବେ ଏଟିଏମରେ କେହି ସୁରକ୍ଷା କର୍ମୀ ନଥିଲେ । ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

from Kanak News
via <a href="https://ifttt.com/?

କୁଚିଣ୍ଡା ଉପଖଣ୍ଡରେ ସାର କେଳେଙ୍କାରୀ : ଏକ ଏକରରୁ କମ ଥିବା ଚାଷୀଙ୍କ ନାଁରେ ଉଠାଯାଇଛି ୫୦ ବସ୍ତାରୁ ଅଧିକ ସାର, କୃଷକଙ୍କ ପାଖରେ ନାହିଁ ଖବର; କୃଷି ବିଭାଗର ତଦନ୍ତ

କନକ ବ୍ୟୁରୋ : ପ୍ରତିବର୍ଷ ଚାଷ ସମୟରେ କୁଚିଣ୍ଡା ଉପଖଣ୍ଡରେ ସାରର ଘୋର ଅଭାବ ଦେଖାଦିଏ । ଆଉ ଅନେକ ଯାଗାରେ କଳାବଜାରୀ ସହିତ ୨ରୁ ୩ ଗୁଣା ଦେଇ ଚାଷୀ ସାର କିଣିଥାଆନ୍ତି । ସେ ଯାହା ହେଉ ଆବଶ୍ୟକ ଅନୁଯାୟୀ ସାର ନମିଳିଲେ ଚାଷୀ ଆନ୍ଦୋଳନ କରିବା ସହ କୃଷି କାର୍ଯାଳୟ ଘେରିଥାଆନ୍ତି । ହେଲେ ଏବେ ସାରକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ତରଫରୁ ଏକ ଚିଠି ସମ୍ବଲପୁର ଜିଲ୍ଲାପାଳଙ୍କୁ ଦିଆଯାଇଛି ଏବଂ ସେଥିରେ ପ୍ରତି ଲ୍ୟାମ୍ପସରୁ ୟୁରିଆ ସାର ନେଇଥିବା ପ୍ରଥମ ୨୦ ଜଣଙ୍କ ରିପୋର୍ଟ ଦେବା ପାଇଁ କୁହାଯାଇଛି ।

ଆଉ ସେହି ଚିଠି ଆସିବା ପରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପରୁଆଭାଡି ଲ୍ୟାମ୍ପସ ଅଧିନ ପ୍ରଥମ ୨୦ ଜଣଙ୍କ ତାଲିକା କରାଯାଇ ତଦନ୍ତ କରାଯାଇଛି । ଆଉ ସେଥିରୁ ଯେଉଁ ତଥ୍ୟ ଆସିଛି ସେଥିରେ ଏକ ବଡ ଧରଣର ଘୋଟାଲାର ସୁରାକ ମିଳିଛି । ଯେଉଁମାନଙ୍କର ଅଧ ଏକର ବା ଏକ ଏକର ଜମି ଅଛି ବା ମୁଳରୁ ଚାଷ କରିନାହାଁନ୍ତି ସେମାନଙ୍କ ନାଁରେ ୫୦ ରୁ ଅଧିକ ବସ୍ତା ସାର ଉଠାଯାଇଛି । ହେଲେ ସେମାନେ ଜାଣିନଥିବା କହିଥିବା ବେଳେ କୁଚିଣ୍ଡା କୃଷି ବିଭାଗର ତଦନ୍ତ ବେଳେ ଏହା ଜଣାପଡିଛି ।

ତେବେ କୁଚିଣ୍ଡା ଅଂଚଳରେ ଯେତେ ଚାଷ ଜମି ଅଛି ତାର ତିନି ଗୁଣା ୟୁରିଆ ସାର ଦିଆଯାଇଥିବା ସରକାରୀ ରିପୋର୍ଟରେ ଲେଖା ହୋଇଛି । ପ୍ରକୃତ ଚାଷୀ ଏତେ ପରିମାଣର ସାର ପାଇ ନଥିବା ବେଳେ ସାର ସବୁ କଳାବଜାରରେ ବିକ୍ରି କରାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ତେବେ ଏହାର ତଦନ୍ତ ପରେ ଅନ୍ୟ ଲ୍ୟାମ୍ପସର ତଥ୍ୟ ସାମ୍ନାକୁ ଆସିବ ବୋଲି ଅତିରିକ୍ତ କୃଷିଅଧିକାରୀ କହୁଥବା ବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।

from Kanak News
via <a href="https://ifttt.com/?

ଓଡ଼ିଶାରେ ମାସକୁ ବିକ୍ରି ହେଉଛି ୫୫୦୦୦ ଟନ୍ ଖାଇବା ତେଲ: ପି ଚନ୍ଦ୍ରଶେଖର ରେଡ୍ଡି ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

ଫ୍ରିଡମ୍‌ ରିଫାଇନଡ୍‌ ସନ୍‌ଫ୍ଲାୱାର ଅଏଲ୍‌ କଂପାନିର ଉପସଭାପତି (ବିକ୍ରି ଓ ବିପଣନ) ପି ଚନ୍ଦ୍ରଶେଖର ରେଡ୍ଡି କରୋନା ମହାମାରୀର ପ୍ରଭାବ, ଓଡ଼ିଶାର ଖାଇବା ତେଲ ବଜାର, କ୍ଷମତା ସମ୍ପ୍ରସାରଣ ଓ ନୂଆ ଉତ୍ପାଦ ଭଳି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି।

ଲକ୍‌ଡାଉନ୍‌ ପରେ ମୁଣ୍ଡପିଛା ଖାଇବା ତେଲ ବ୍ୟବହାର କେତେ ରହିଛି?

ଲକ୍‌ଡାଉନ୍‌ ସମୟରେ ଖାଦ୍ୟ ଓ ପାନୀୟ ଆଉଟ୍‌ଲେଟ୍‌ଗୁଡ଼ିକ ବନ୍ଦ ରହିଥିଲା। ଲୋକମାନେ ଘର ରୋଷେଇ ଉପରେ ନିର୍ଭରଶୀଳ ହୋଇପଡ଼ିଥିଲେ। ଫ୍ରିଡମ୍ ହେଲ୍‌ଦି କୁକିଂ ଅଏଲସ୍‌ର ସନ୍‌ଫ୍ଲାୱାର ଅଏଲ୍‌ ଓ ଅନ୍ୟ ପ୍ରକାର ତେଲର ବିକ୍ରି ଲକ୍‌ଡାଉନ୍ ସମୟରେ ବଢ଼ିଥିଲା। ଭାରତରେ ମୁଣ୍ଡପିଛା ଖାଇବା ତେଲ ବ୍ୟବହାର ବର୍ଷକୁ ୧୫-୧୬ ଲିଟର୍‌ ରହିଛି। ଅର୍ଥାତ ମାସକୁ ମୁଣ୍ଡପିଛା ୧.୨୫ ଲିଟର ତେଲ। କୋଭିଡ୍-୧୯ ପାଇଁ ବିବାହ ଓ ଅନ୍ୟାନ୍ୟ କାର୍ଯକ୍ରମ ଆଦି ବନ୍ଦ ରହିବା କାରଣରୁ ପାମ୍‌ ଅଏଲ୍‌ ଚାହିଦା ୫୦% ହ୍ରାସ ପାଇଥିଲା। ଶିଳ୍ପ କ୍ଷେତ୍ରର ଚାହିଦା ଚଳନୀୟ ଥିଲା। ଓଡ଼ିଶା, ତେଲେଙ୍ଗାନା, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ବ୍ୟବହୃତ ହେଉଥିବା ସନ୍‌ଫ୍ଲାୱାର ଅଏଲ୍‌ ବ୍ୟବହାରରେ ୧୦-୧୫% ବୃଦ୍ଧି ହୋଇଥିଲା।

ଖାଇବା ତେଲ ଶିଳ୍ପ ଉପରେ ମହାମାରୀର କିଭଳି ପ୍ରଭାବ ପଡ଼ିଛି?

କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ବରେ ଜନଜୀବନ ଠପ୍ ହୋଇଯାଇଥିଲା। ଲକ୍‌ଡାଉନ୍‌ ସମୟରେ ଗହମ, ଚାଉଳ, ଡାଲି, ଖାଇବା ତେଲ, ସ୍ବଚ୍ଛତା ସାମଗ୍ରୀ, ସାନିଟାଇଜର, ମାସ୍କ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଚାହିଦା ବଢ଼ିଥିଲା। ଗ୍ରାହକଙ୍କ ପସନ୍ଦ ଅନୁସାରେ ଦୂରଦୂରାନ୍ତ ପର୍ଯ୍ୟନ୍ତ ଜିନିଷ ପହଞ୍ଚାଇବା ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଥିଲା। ଖାଦ୍ୟ ଉତ୍ପାଦନଠାରୁ ଆରମ୍ଭ କରି ପ୍ରକ୍ରିୟାକରଣ, ବିପଣନ ଏବଂ ବ୍ୟବହାର ପର୍ଯ୍ୟନ୍ତ ସବୁ କିଛିରେ ସମସ୍ୟା ଦେଖାଦେଇଥିଲା। ଖାଦ୍ୟ ପରିଚାଳନା ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ମହାମାରୀ ସାମ୍ନାକୁ ଆଣିଛି। ମହାମାରୀ ଆମକୁ ଏହା ଜଣାଇଛି ଯେ ଗ୍ରାହକମାନଙ୍କ ପ୍ରତି ପ୍ରାସଙ୍ଗିକ ରହିବାକୁ ହେଲେ ପ୍ରଯୁକ୍ତିରେ ଉନ୍ନତି ଏବଂ ବ୍ୟବସ୍ଥାରେ ନବସୃଜନ ଆବଶ୍ୟକ।

ଓଡ଼ିଶାର ଖାଇବା ତେଲ ବଜାର କେତେ ବଡ଼?

ଓଡ଼ିଶାରେ ମାସକୁ ୫୫ ହଜାର ମେଟ୍ରିକ୍ ଟନ୍‌ର ଖାଇବା ତେଲ ବିକ୍ରି ହେଉଛି। ସେଥିରେ ସନ୍‌ଫ୍ଲାୱାର ଅଏଲ୍‌ର ଭାଗ ୧୫-୨୦% ରହିଛି। ମୂଲ୍ୟ ଦୃଷ୍ଟିରୁ ବେଶ୍‌ ସମ୍ବେଦନଶୀଳ ଓଡ଼ିଶାର ଗ୍ରାହକମାନେ ମୁଖ୍ୟତଃ ପାମ୍ ଅଏଲ୍ ଓ ସୋରି‌ଷ ତେଲ ବ୍ୟବହାର କରୁଛନ୍ତି। ମାତ୍ର କିଛି ମାସ ହେଲାଣି ଲୋକମାନେ ଗୁଣାତ୍ମକ ମାନର ବ୍ରାଣ୍ଡ୍ ପ୍ରତି ଆକର୍ଷିତ ହୋଇଥିବା ଦେଖିବାକୁ ମିଳିଛି।

ଉତ୍ପାଦନ କ୍ଷମତା ବଢ଼ାଇବା ଯୋଜନା ଅଛି କି?

କାକିନାଡାରେ ୧୨ ଏକର ଜମିରେ ସ୍ଥାପନ କରାଯାଇଥିବା ଆଧୁନିକ କାରଖାନାକୁ ଆମେ କାର୍ଯ୍ୟକ୍ଷମ କରିଛୁ। ପୂର୍ବାଞ୍ଚଳର ଉପକୂଳରେ ଏକ ନୂଆ ରିଫାଇନାରି ସ୍ଥାପନ କରିବା ଲାଗି ଆମେ ଯୋଜନା ରଖିଛୁ। ବର୍ତ୍ତମାନ ଆମ କାରଖାନାଗୁଡ଼ିକର ଦୈନିକ ଉତ୍ପାଦନ କ୍ଷମତା ୨୩୫୦ ମେଟ୍ରିକ୍ ଟନ୍ ରହିଛି। ନୂଆ କାରଖାନା ସ୍ଥାପନ ହେବା ପରେ ଫ୍ରିଡମ୍ ହେଲ୍‌ଦି କୁକିଂ ଅଏଲ୍‌ର ଉତ୍ପାଦନ ବଢ଼ିବ। ସ୍ପର୍ଶବିହୀନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଆମେ ଉତ୍ପାଦନ ପ୍ରକ୍ରିୟାକୁ ସ୍ବୟଂକ୍ରିୟ କରିବା ଉପରେ ଅଧିକ ଗୁରୁତ୍ବ ଦେଉଛୁ।

କଂପାନି କିଛି ନୂଆ ଉତ୍ପାଦ ଆଣିବ କି?

ସନ୍‌ଫ୍ଲାୱାର ବର୍ଗରେ ଫ୍ରିଡମ୍‌ ଏକ ପରିଚିତ ନାମ। ଆଗାମୀ କିଛି ବର୍ଷ ଆମେ ରାଇସ୍‌ ବ୍ରାନ୍, ସୋରିଷ ଓ ବାଦାମ ତେଲର ବିପଣନ ଓ ଯୋଗାଣ ଉପରେ ଗୁରୁତ୍ବାରୋପ କରିବୁ।

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ର‌ାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ବିଷୟରେ ଆପଣଙ୍କ ମତ କ’ଣ?

ସମ୍ବାଦ ତରଫରୁ ଏହା ଏକ ଶ୍ରେଷ୍ଠ ଅଭିଯାନ। ଓଡ଼ିଶାରୁ ଏମିତି ଅନେକ କଂପାନି ରହିଛନ୍ତି ଯେଉଁମାନେ ସାରା ଭାରତରେ ଏତେଟା ପରିଚିତ ହୋଇପାରିନାହାନ୍ତି। ରାଜ୍ୟ ଭିତରୁ ଗଢ଼ି ଉଠିଥିବା ବ୍ରାଣ୍ଡ୍‌ ଓ ଉତ୍ପାଦକୁ ଉପସ୍ଥାପିତ କରିବା ଲାଗି ଏହା ଏକ ଭଲ ମଂଚ ଯାହା ଉଦୀୟମାନ ଉଦ୍ୟୋଗୀଙ୍କ ପାଇଁ ଓଡ଼ିଶାରେ ପ୍ରତିଦ୍ବନ୍ଦ୍ବିତା ଓ ଅନୁକୂଳ ପରିବେଶ ସୃଷ୍ଟି କରିବ।

from Kanak News
via <a href="https://ifttt.com/?

ଦୃଢ ଇଚ୍ଛାଶକ୍ତି ଓ ମନୋବଳର ପରିଣାମ : ଚାଷଜମିକୁ ପାଣି ମଡାଇବା ପାଇଁ ନିଜସ୍ୱ ଉଦ୍ୟମରେ ଜଳଚକ୍ର କଲେ ମୟୂରଭଞ୍ଜର ଚାଷୀ

କନକ ବ୍ୟୁରୋ : ଆଦିବାସୀ ଚାଷୀଙ୍କ ନିଆରା ଉଦ୍ୟମ । ଚାଷ ଜମିକୁ ପାଣି ମଡାଇବା ପାଇଁ ଚାଷୀ ନିଜ ଉଦ୍ୟେମରେ ଜଳଚକ୍ର ତିଆରି କରିଛନ୍ତି । ବାଉଁଶ ଓ ଅଦରକାରୀ ପାଣି ବୋତଲକୁ ବ୍ୟବହାର କରି ଏହି ଜଳଚକ୍ର ତିଆରି କରିଛନ୍ତି ମୟୂରଭଂଜ ଜିଲ୍ଲା ଶୁକରୁଳି ବ୍ଲକ ବଡାମ ତଳିଆ ଗାଁର ଚାଷୀ ମହୁର ଟିପିରିଆ । ଆଉ ଏହି ଜଳଚକ୍ର ସହାଯ୍ୟରେ ନଦୀରୁ ପାଣି ନେଇ ଜମିକୁ ଜଳ ସେଚିତ କରୁଛନ୍ତି ।

ଆଉ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ମହୁର । ୨୫ରୁ ୩୦ ଖଣ୍ଡ ବାଉଁଶ, ୨ ଖଂଡ ଲୁହାରଡ ଏବଂ ଅଦରକାରୀ ପାଣି ବୋତଲ ସାହାଯ୍ୟରେ ଜଳଚକ୍ର ତିଆରି କରିଛନ୍ତି । ଆଦିବାସୀ ଚାଷୀଙ୍କ ଦୃଷ ଇଚ୍ଛାଶକ୍ତି ଓ ମନବଳ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଜଳଚକ୍ର ତିଆରି କରି ନିଜ ଚାଷ ଜମିକୁ ନଦୀର ପାଣି ନେଉଛନ୍ତି । ଏବଂ ଧାନ, ଟମାଟୋ, ଶାଗ, ଶୋରିଷ ଭଳି ଅନେକ ପ୍ରକାର ଚାଷ କରି ପାରୁଛନ୍ତି ବଡାମ ତଳିଆ ଗାଁର ଚାଷୀ ମହୁର ଟିପିରିଆ ।

 

from Kanak News
via <a href="https://ifttt.com/?

ସମ୍ବାଦ କର୍ପୋରେଟ୍ ଆୱାର୍ଡ ପାଇଁ ପ୍ରବଳ ଉତ୍ସାହ: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା.ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଜାରି

କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ର ଅଭିନବ ଅଭିଯାନ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଉଦ୍ୟୋଗମାନଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଆଉ ଦୁଇ ସପ୍ତାହ ପରେ ଆବେଦନ ପ୍ରକ୍ରିୟା ଶେଷ ହେବାକୁ ଯାଉଛି। ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬। ଓଡ଼ିଶାରୁ ଯାତ୍ରା ଆରମ୍ଭ କରି ରାଜ୍ୟରେ ଓ ରାଜ୍ୟ ବାହାରେ ବ୍ୟବସାୟ କରୁଥିବା ଉଦ୍ୟୋଗଗୁଡ଼ିକ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ।

ଏହି ପୁରସ୍କାର ପ୍ରତିବର୍ଷ ଦିଆଯାଉଛି। ଦେଶର ସ୍ବନାମଧନ୍ୟ ସ୍ବାଧୀନ ଓ ନିରପେକ୍ଷ ବିଚାରକ ମଣ୍ଡଳୀ ବିଜେତା ଚୟନ କରୁଛନ୍ତି। ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ପାଞ୍ଚଟି ବର୍ଗରେ ପ୍ରଦାନ କରାଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING/START-UP)। ଏହି ପୁରସ୍କାର ପାଇଁ ଆବେଦନ କରିବା ଲାଗି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏସଂପର୍କରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌର (୯୬୫୪୧୩୩୩୦୦) ଓ ଜ୍ଞାନ ରଞ୍ଜନ ମହାନ୍ତି (୯୯୩୮୪୪୩୨୨୪) ଙ୍କ ସହିତ ଯୋଗାଯୋଗ କରାଯାଇପାରିବ। ଆଗ୍ରହୀ ଆବେଦନକାରୀମାନେ http://www.sambadawards.comhttp://www.sambadawards.in ମଧ୍ୟ ପରିଦର୍ଶନ କରି ସବିଶେଷ ବିବରଣୀ ହାସଲ କରିପାରିବେ।

from Kanak News
via <a href="https://ifttt.com/?

କନ୍ଧମାଳରେ ଥରହର କରୁଛି ଶୀତ : ଲାଗାତାର ତୃତୀୟ ଦିନ ପାଇଁ  ତାପମାତ୍ରା ୫ ଡିଗ୍ରୀ ତଳେ; ଜନଜୀବନ ପ୍ରଭାବିତ, ଥଣ୍ଡାର ମଜା ନେଉଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ଶୀତରେ ଥରହର ସାରା ଓଡିଶା । କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ ହେଉଛି । ଲଗାତର ଦ୍ୱିତୀୟ ଦିନ ପାଇଁ ଆଜି ପୁଣି ତୁଷାରପାତ ହୋଇଛି । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ କିଛି ଲୋକେ ଶୀତକୁ ଉପଭୋଗ କରୁଛନ୍ତି ।

ତୁଷାରପାତକୁ ଦେଖିବା ପାଇଁ ଲୋକଙ୍କ ଭିଡ ହେଉଛି । ହେଲେ ଗରିବ ଖଟିଖିଆଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ଏହି ଜାଡ । ଥଣ୍ଡା ଯୋଗୁଁ ଦିନ ୧୦ଟା ଆଗରୁ ଘରୁ ବାହାରି ହେଉନାହିଁ । ତେଣୁ ଦିନ ମଜୁରିଆଟିଏ କାମଧନ୍ଦା କରିବାକୁ ଯାଇ ପାରୁନାହାନ୍ତି । ତେଣୁ ପେଟପାଟଣାକୁ ନେଇ ଚିନ୍ତାରେ ପଡିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started