ବିନା ଇଣ୍ଟରନେଟ ବିନା ସିମକାର୍ଡରେ ହେବ ଭିଡିଓ ଷ୍ଟ୍ରିମିଂ । ଖୁବଶୀଘ୍ର ଦେଶର ୧୯ଟି ସହରରେ ହେବ ପରୀକ୍ଷଣ

କନକ ବ୍ୟୁରୋ : ଦେଶରେ ଡିଜିଟାଲ କ୍ଷେତ୍ରରେ ଆସିବାକୁ ଯାଉଛି ବୈପ୍ଳବିକ ପରିବର୍ତନ । ଭବିଷ୍ୟତରେ ବାସ୍ତବ ରୂପ ନେବ ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ସିଷ୍ଟମ । ଏଣିକି ଲୋକମାନେ ବିନା ଇଂଟରନେଟ ବିନା ସିମକାର୍ଡରେ ନିଜ ମୋବାଇଲରେ ଲାଇଭ୍ ଭିଡିଓ ଦେଖିପାରିବେ । ପୂର୍ବରୁ ମୋବାଇଲ ବ୍ୟବହାରକାରୀଙ୍କୁ ଭିଡିଓ ଦେଖିବାକୁ ସିମକାର୍ଡ ଏବଂ ଇଂଟନେଟର ଆବଶ୍ୟକତା ପଡୁଥିବା ବେଳେ ବର୍ତମାନ ଏସବୁରୁ ଆଶ୍ୱସ୍ତି ମିଳିବ । ନେଟୱାର୍କ ଲୋଡ କମାଇବା ସହିତ ଟିଭି ଦେଖା ଅନୁଭୂତିକୁ ନୂଆ ସ୍ତରକୁ ନେବା ପାଇଁ ବିକଶିତ ହୋଇଥିବା ବ୍ରଡକାଷ୍ଟିଂ ସିଷ୍ଟମ ଉପରେ କାମ କରୁଛନ୍ତି କେନ୍ଦ୍ର ସରକାର । ଆଇଆଇଟି କାନପୁର ଏବଂ ସଂଖ୍ୟା ଲ୍ୟାବ୍ସ ପକ୍ଷରୁ ଏହି ନୂଆ ଟେକ୍ନୋଲୋଜିକୁ ବିକଶିତ କରାଯାଇଛି । ଏହାଦ୍ୱାରା ଯୋଗାଯୋଗ ଭିତିଭୂମି, ସାର୍ବଜନୀନ ପ୍ରସାରଣ ବ୍ୟବସ୍ଥାକୁ ବ୍ୟବହାର କରି ଭିଡିଓ, ଅଡିଓ ଏବଂ ଡାଟାକୁ ମୋବାଇଲକୁ ପହଁଚାଯାଇପାରିବ । ଗତବର୍ଷ ଏହି ପ୍ରଯୁକ୍ତିକୁ ବାଙ୍ଗାଲୋର, ନୂଆଦିଲ୍ଲୀ କର୍ତବ୍ୟପଥ ଏବଂ ନୋଏଡାରେ ପରୀକ୍ଷଣ କରାଯାଇଥିଲା । ଆଗକୁ ଦେଶର ୧୯ଟି ସହରରେ ଏହା ଉପରେ ପରୀକ୍ଷଣ କରାଯିବ ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ବର୍ତମାନ ୨୧କୋଟି ପରିବାର ରହିଥିବା ବେଳେ ୧୯କୋଟି ପରିବାର ପାଖରେ ଟିଭି ରହିଛି । ସେହିପରି ୮୦କୋଟି ସ୍ମାର୍ଟଫୋନ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୬୯ ପ୍ରତିଶତ ଲୋକ ମୋବାଇଲରେ ଭିଡିଓ ଦେଖନ୍ତି । ବହୁସଂଖ୍ୟାରେ ଲୋକ ମୋବାଇଲ ମାଧ୍ୟମରେ ଭିଡିଓ ଦେଖିବା କାରଣରୁ ନେଟୱାର୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଯଦି ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ସିଷ୍ଟମ ଦ୍ୱାରା ୨୫ରୁ ୩୦% ଲୋକ ମୋବାଇଲରେ ଭିଡିଓ ଦେଖିବେ, ତେବେ ନେଟୱାର୍କ ସିଷ୍ଟମ ଉପରେ ଚାପ କମିବା ସହିତ ଡିଜିଟାଲ ବିପଳ୍ପ ଆହୁରି ତ୍ୱରାନ୍ୱିତ ହୋଇପାରିବ । ଏହାଦ୍ୱାରା ଦେଶର ଦୁର୍ଗମ ଏବଂ ଉପାନ୍ତ ଇଲାକାର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ଅନଲାଇନ ଶିକ୍ଷା ଗ୍ରହଣ କରୁଥିବା ପିଲାମାନଙ୍କ ପାଠ ପଢା ସହଜ ହେବା ସହିତ ସ୍ୱାସ୍ଥ୍ୟ, କୃଷି ସମ୍ବନ୍ଧୀୟ ତଥ୍ୟ ମଧ୍ୟ ସହଜରେ ଉପଲବ୍ଧ ହେବ ।

ସଫଳ ପରୀକ୍ଷଣ ହେବା ପରେ ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ସିଷ୍ଟମ ଆଗାମୀ ବର୍ଷ ସୁଦ୍ଧା କାର୍ଯ୍ୟକାରୀ କରାଯିବାର ସମ୍ଭାବନା ରହିଛି । ଯଦି ଏପରି ହୁଏ ତାହେଲେ ଭାରତରେ ଡିଜିଟାଲ ବୈପ୍ଲବ କ୍ଷେତ୍ରରେ ଏହା ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ।

The post ବିନା ଇଣ୍ଟରନେଟ ବିନା ସିମକାର୍ଡରେ ହେବ ଭିଡିଓ ଷ୍ଟ୍ରିମିଂ । ଖୁବଶୀଘ୍ର ଦେଶର ୧୯ଟି ସହରରେ ହେବ ପରୀକ୍ଷଣ first appeared on Kanak News.

from Kanak News
via <a href="https://ifttt.com/?

ହାଇକୋର୍ଟ ଯିବେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ସରକାରୀ ବାସଭବନ ତୁରନ୍ତ ଖାଲି କରିବା ନୋଟିସକୁ ଦେବେ ଚ୍ୟାଲେଂଜ

କନକ ବ୍ୟୁରୋ : ହାଇକୋର୍ଟ ଯିବେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କୁ ପୁଣିଥରେ ସରକାରୀ ଘର ଛାଡିବାକୁ ନୋଟିସ୍ । ମଙ୍ଗଳବାର ତାଙ୍କ ସରକାରୀ ବଙ୍ଗଳାକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି । ଟିଏମସି ନେତ୍ରୀଙ୍କୁ ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ସମ୍ପଦା ନିର୍ଦ୍ଦେଶାଳୟ ସରକାରୀ ସମ୍ପଦା ପରିଚାଳନା ପାଇଁ କାର୍ଯ୍ୟ କରିଥାଏ । ନୋଟିସରେ କୁହାଯାଇଛି ଯେ ଯଦି ମହୁଆ ନିଜେ ବଙ୍ଗଳା ଖାଲି ନ କରନ୍ତି, ତେବେ ଆବଶ୍ୟକ ପଡ଼ିଲେ ଏଥିପାଇଁ ବଳ ପ୍ରୟୋଗ ମଧ୍ୟ କରାଯାଇପାରିବ । ଏବେ ମହୁଆ ପୁଣିଥରେ ନୋଟିସକୁ ଚ୍ୟାଲେଞ୍ଜ କରିବା ନେଇ ସୂଚନା ମିଳିଛି । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଂଚ ନେବା ମାମଲାରେ ସଂସଦୀୟ କମିଟି ମହୁଆଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସଂସଦରୁ ତାଙ୍କୁ ବହିଷ୍କାର କରାଯାଇଛି ।

The post ହାଇକୋର୍ଟ ଯିବେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ସରକାରୀ ବାସଭବନ ତୁରନ୍ତ ଖାଲି କରିବା ନୋଟିସକୁ ଦେବେ ଚ୍ୟାଲେଂଜ first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ଥାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ । ଆକ୍ରମଣ ପରେ ପରିଣାମ ଭୋଗିବାକୁ ଇରାନକୁ ପାକିସ୍ଥାନର ଚେତାବନୀ

କନକ ବ୍ୟୁରୋ : ଯେଉଁ ପାକିସ୍ତାନ ଅନ୍ୟ ଦେଶକୁ ନିଜ ଆତଙ୍କୀଙ୍କୁ ପଠାଇ ଆକ୍ରମଣ କରେ ଆଜି ସମାନ ସ୍ଥିିତି ନିଜେ ଭୋଗୁଛି । ଆତଙ୍କୀଙ୍କୁ ସମର୍ଥନ କରୁଥିବା, ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନରେ ପଶି ବଡ ଧରଣର ଆକ୍ରମଣ କରିଛି ଇରାନ । ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୧୬ ଅଧରାତିରେ ଇରାନ-ପାକିସ୍ତାନ ସୀମାରେ ଥିବା ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ଇରାନ । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲର ତିନି ଠିକଣା ଧ୍ୱସ୍ତ । ମଙ୍ଗଳବାର ବଲୁଚିସ୍ତାନ ପଜଂଗୁର ଇଲାକାରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି ।

ଆତଙ୍କୀ ସଂଗଠନ‘ଜୈଶ ଅଲ ଅଦଲର ପାକିସ୍ଥାନ ସୀମାରେ ରହି ଇରାକ ସୁରକ୍ଷା ବଳ ଉପରେ ପୂର୍ବରୁ ବାରମ୍ବାର ଆକ୍ରମଣ କରୁଛି । ଏନେଇ ଇରାନ ବାରମ୍ବାର ଧମକ ଦେବା ସତ୍ୱେ ଆତଙ୍କୀ ସଂଗଠନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପାକିସ୍ତାନ । ତେଣୁ ଏହାର ଜବାବ ଦେବାକୁ ଯାଇ ପାକିସ୍ଥାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଥିବା କହିଛି ଇରାନ  ।

ଆତଙ୍କୀ ସଂଗଠନ‘ଜୈଶ ଅଲ ଅଦଲ’
-ଜୈଶ ଅଲ ଅଦଲର ମୁଖ୍ୟ ଆଡ୍ଡା ବଲୁଚିସ୍ତାନରେ ରହିଛି
-ଇରାନରେ ଲଗାତାର ଆକ୍ରମଣ କରୁଛି
-୩ଦେଶରେ ସଂଗଠନର ଆଡ୍ଡା ରହିଛି
-ପାକିସ୍ତାନ ଓ ଆଫଗାନିସ୍ତାନରେ ଦବଦବା ରହିଛି

ଇରାନ ଏହି ଆକ୍ରମଣରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ବ୍ୟବହାର କରି ପରମାଣୁ ଶକ୍ତିସମ୍ପର୍ଣ୍ଣ ପାକିସ୍ଥାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ସେପଟେ ପାକିସ୍ଥାନ ଏହି ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ନେଇ ସୂଚନା ଦେବା ସହ ଇରାନକୁ ଏହି ଆକ୍ରମଣର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି । ପାକିସ୍ତାନ ସରକାର ଇରାନ ରାଜଦୁତଙ୍କୁ ତଲବ କରିଛନ୍ତି ।

ଗତ ଦୁଇ ଦିନ ହେବ ଇରାନ ସିରିଆ ଓ ଇରାକ ଉପରେ ଆକ୍ରମଣ କରୁଛି । ଇସଲାମିକ ଷ୍ଟେଟକୁ ଟାର୍ଗେଟ କରିଛନ୍ତି । ସିରିଆ ଓ ଇରାକରେ ଇରାନର ଆକ୍ରମଣକୁ ଆମେରିକା ଏବଂ ଇସ୍ରାଏଲ ପାଇଁ ଏକ ଚେତାବନୀ ଭାବେ ଦେଖାଯାଉଛି । ଇରାନ ସମର୍ଥିତ ସଂଗଠନ ହୁତୀ ଓ ଅନ୍ୟାନ୍ୟ ସଂଗଠନ ଉପରେ କାରଣ ଉଭୟ ଆମେରିକା ଓ ଇସ୍ରାଏଲ କରୁଛନ୍ତି ।

The post ପାକିସ୍ଥାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ । ଆକ୍ରମଣ ପରେ ପରିଣାମ ଭୋଗିବାକୁ ଇରାନକୁ ପାକିସ୍ଥାନର ଚେତାବନୀ first appeared on Kanak News.

from Kanak News
via <a href="https://ifttt.com/?

ଯାତାୟତରେ କୁହୁଡି ସାଜିଛି କାଳ । ୨୪ଘଂଟାରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା, ୪୦ ଆହତ, ବିମାନ ସହ ରେଳ ଚଳାଚଳ ବାଧାପ୍ରାପ୍ତ

କନକ ବ୍ୟୁରୋ : କୁହୁଡ଼ି ପାଇଁ ଯାତାୟତ ବାଧାପ୍ରାପ୍ତ । ଘନ କୁହୁଡ଼ି ପାଇଁ ଦିଶୁନି ରାସ୍ତାଘାଟ । ପାଦେ ଚାଲିବା ପାଇଁ ମଧ୍ୟ ବାଧା ସାଜୁଛି ବାୟୁ ପ୍ରଦୁଷଣ ସାଙ୍ଗକୁ କୁହୁଡି । ବିଶେଷ ପରି ହାଇୱେ ଓ ହାଇୱେ ଏକ୍ସପ୍ରେସ ୱେରେ ଦ୍ରୁତ ଗତିରେ ଯାତାୟତ କରୁଥିବା ଗାଡିଗୁଡିକ ଦୁର୍ଘଟଣାର ଶିକାର ହେଉଛନ୍ତି । ଗତ ୨୪ ଘଂଟା ଭିତରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା ଘଟିବା ସହ ୪୦ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଂଜାବରେ ପୋଲିସ ଭ୍ୟାନ ଟ୍ରାକ୍ଟର ସହ ପିଟିବା ପରେ ୪ଜଣ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ସେପଟେ ଘନ କୁହୁଡି ବିମାନ ଉଡାଣ ପାଇଁ ସବୁଠୁ ବଡ ସମସ୍ୟା ସାଜିଛି । ଦେଶର ଅଧିକାଂଶ ସ୍ଥାନରେ ବିମାନ ଉଡାଣ ବାଧାପ୍ରାପ୍ତ ହେଉଛି । କେଉଁଠି ଘଂଟା ଘଂଟା ବିମାନ ଉଡାଣରେ ବିଳମ୍ବ ହେଉଛି ତ ପୁଣି କେଉଁଠି ରଦ୍ଧ ହେଉଛି । କିଛି ବିମାନର ରୁଟ ପରିବର୍ତନ ହେବା ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସଡକପଥ, ଆକାଶପଥ ନୁହେଁ ରେଳପଥରେ ବି ବାଧା ସାଜିଛି କୁହୁଡି । ଉତରଭାରତର ଅଧିକାଂଶ ରାଜ୍ୟରେ ଟ୍ରେନ ଚଳାଚଳ ବିଳମ୍ବରେ ହେବା ସହ ଅଧିକାଂଶ ଟ୍ରେନ ଯାତାୟତ ବାଧାପ୍ରାପ୍ତ ହେଉଛି ଓ ରଦ୍ଧ ମଧ୍ୟ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ କହିଛି ଆଉ ୭ଦିନ ଧରି ସମାନ ସ୍ଥିତି ରହିବ ।

The post ଯାତାୟତରେ କୁହୁଡି ସାଜିଛି କାଳ । ୨୪ଘଂଟାରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା, ୪୦ ଆହତ, ବିମାନ ସହ ରେଳ ଚଳାଚଳ ବାଧାପ୍ରାପ୍ତ first appeared on Kanak News.

from Kanak News
via <a href="https://ifttt.com/?

ଦେଶରେ କମିଛି ଦାରିଦ୍ର୍ୟ! ଓଡିଶାରେ ବି ଦାରିଦ୍ର୍ୟ ହାର ୧୧ ପ୍ରତିଶତକୁ ହ୍ରାସ

କନକ ବ୍ୟୁରୋ: ରାଜ୍ୟରେ ଦାରିଦ୍ର୍ୟହାର କମିଛି । ନୀତି ଆୟୋଗ ରିପୋର୍ଟ ଏହା କହୁଥିବା ବେଳେ ଗ୍ରାଉଣ୍ଡଜିରୋରେ ବାସ୍ତବ ସ୍ଥିିତି କିଛି ଭିନ୍ନ କଥା କହୁଛି । ସାଧାରଣତଃ ଲୋକଙ୍କ ଆୟ ତୁଳନାରେ ବ୍ୟୟ ବଢିଛି । କିନ୍ତୁ ସବୁ ଦିନ କାମ ମିଳୁନାହିଁ । ଏଭଳି ସ୍ଥିତିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର ମାନକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟ କେବଳ ରାଜନୈତିକ ପ୍ରଚାର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ନୀତି ଆୟୋଗର ଏ ସଂପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଅନେକଙ୍କ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ସତରେ କଣ ଦାରିଦ୍ର୍ୟ ହାର କମିଛି । ଏହାର ସତ୍ୟାସତ୍ୟ ଜାଣିବା ପାଇଁ କନକ ନ୍ୟୁଜ କ୍ୟାମେରା ଟିମ ପହଂଚିଥିଲା ଭୁବନେଶ୍ୱରର ନୀଳାଦ୍ରୀବିହାର ବସ୍ତିରେ । କିଏ ତାସ ଖେଳିବାରେ ବ୍ୟସ୍ତ ଥିଲେ ତ କିଏ ନିଜ ନିଜ କାମ କରିବାରେ ବ୍ୟସ୍ତ ଥିଲେ । ଏହି ଭିଡ ଭିତରେ ଥିଲେ ବନମାଳି ନାୟକ । ୬୫ ବର୍ଷୀୟ ବନମାଳୀ ରାଜମିସ୍ତ୍ରୀ ଭାବେ କାମ କରନ୍ତି । ଆଜି କାମ ମିଳିନଥିବାରୁ ଘର ବାହାରେ ବସି ରହିଥିଲେ । ରୋଜଗାର ସନ୍ଧାନରେ ୨୦ ବର୍ଷ ତଳୁ ଗଞ୍ଜାମରୁ ଭୁବନେଶ୍ୱର ଆସିଥିଲେ । ତାଙ୍କ କହିବା କଥା, ୨୦ ବର୍ଷ ଭିତରେ ତାଙ୍କ ମଜୁରୀ ବଢିଛି ସତ ହେଲେ ଖର୍ଚ ମଧ୍ୟ ବଢ଼ିଯାଇଛି ।

ବନମାଳୀ ନାୟକ ଗୋଟିଏ ଉଦାହରଣ ହୋଇପାରନ୍ତି, କିନ୍ତୁ ଏହି ବସ୍ତିର ଅନେକ ଲୋକଙ୍କ ସମାନ ଅବସ୍ଥା । ଅନ୍ୟପଟେ ନୀତି ଆୟୋଗର ରିପୋର୍ଟ କହୁଛି
ଗତ ୯ ବର୍ଷ ଭିତରେ ଭାରତରେ କମିଛି ଗରିବଙ୍କ ସଂଖ୍ୟା
ରାଜ୍ୟର ଦାରିଦ୍ର୍ୟ ହାର ୧୧. ୦୭ ପ୍ରତିଶତକୁ ଖସିଛି
୨୦୧୩-୧୪ରେ ଏହା ଥିଲା ୩୪.୨୮ ପ୍ରତିଶତ
ଓଡିଶାର ୧ କୋଟି ୨ ଲକ୍ଷ ୭୮ ହଜାର ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି
ଜାତୀୟ ସ୍ତରରେ ଦାରିଦ୍ôର୍ୟ ହାର ୧୧.୨୮ ପ୍ରତିଶତକୁ ହ୍ରାସ

ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର ମାନ ଏହି ୩ଟି ଦିଗକୁ ଦୃଷ୍ଟିରେ ରଖି ୧୨ଟି ମାପଦଣ୍ଡ ଆଧାରରେ ପ୍ରସ୍ତୁତ ହୋଇଥାଏ । ତେବେ ଦାରିଦ୍ର୍ୟ ମାପିବା ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ । ଭାରତରେ ଦାରିଦ୍ର୍ୟ କମୁଥିବା ନେଇ ନୀତି ଆୟୋଗର ରିପୋର୍ଟ କେବଳ ରାଜନୈତିକ ପ୍ରଚାର ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ ।

The post ଦେଶରେ କମିଛି ଦାରିଦ୍ର୍ୟ! ଓଡିଶାରେ ବି ଦାରିଦ୍ର୍ୟ ହାର ୧୧ ପ୍ରତିଶତକୁ ହ୍ରାସ first appeared on Kanak News.

from Kanak News
via <a href="https://ifttt.com/?

ଚତୁର୍ଥ ଦିନରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ନାଗାଲାଣ୍ଡରେ ଦେଖିବାକୁ ମିଳୁଛି ରାହୁଲ ଗାନ୍ଧୀଙ୍କ କ୍ରେଜ,ବାଇକରର୍ସଙ୍କୁ ଭେଟିଲେ ରାହୁଲ

କନକ ବ୍ୟୁରୋ : ଚତୁର୍ଥ ଦିନରେ ପହଁଚିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ବୁଧବାର ସକାଳୁ ରାହୁଲ ନାଗାଲାଣ୍ଡର ବିକେ ଟାଉନରୁ ପଦଯାତ୍ରାରେ ବାହାରିଥିବା ବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ପଦଯାତ୍ରାରେ ରାହୁଲ ଗାନ୍ଧୀ ବିିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହିତ ଆଲୋଚନା କରିଛନ୍ତି । ଜନସଭାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି ରାହୁଲ । ମୋଦି ସରକାର ଗତ ୯ବର୍ଷର ଶାସନ କାଳ ମଧ୍ୟରେ ନାଗାଲାଣ୍ଡକୁ ଅଣଦେଖା କରିଛନ୍ତି । ସେହିପରି ଦେଶର ଶାସନ ବ୍ୟବସ୍ଥାକୁ ମୋଦିଙ୍କ ଘନିଷ୍ଠ କୁହାଯାଉଥିବା କେତେକ ହାତଗଣତି ବ୍ୟବସାୟୀ ଅକ୍ତିଆର କରିନେଇଥିବା ରାହୁଲ ଅଭିଯୋଗ କରିଛନ୍ତି ।

The post ଚତୁର୍ଥ ଦିନରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ନାଗାଲାଣ୍ଡରେ ଦେଖିବାକୁ ମିଳୁଛି ରାହୁଲ ଗାନ୍ଧୀଙ୍କ କ୍ରେଜ,ବାଇକରର୍ସଙ୍କୁ ଭେଟିଲେ ରାହୁଲ first appeared on Kanak News.

from Kanak News
via <a href="https://ifttt.com/?

କୋଲକାତାରୁ ଭୁବନେଶ୍ୱର: ‘କଫ୍ ସିରପ୍’ର ବେଆଇନ କାରବାର, କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି ବ୍ୟବହାର

କନକ ବୁାରୋ: ରାଜଧାନୀରେ ବଢୁଛି ବେୟାଇନ କଫସିରପ୍ କାରବାର । କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି କଫ୍ସିରପ୍ ବ୍ୟବହାର । କୋଲକାତାରୁ ଭୁବନେଶ୍ୱର ବେଆଇନ ଚାଲଣ ହେଉଥିବା ବେଳେ ୧୬୮୦ ବୋତଲ କଫସିରଫ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ବେଆଇନ କାରବାରର ମୁଖ୍ୟକୁ ଧରିବା ପାଇଁ ରାଜ୍ୟ ବାହାରକୁ ଯିବା ପାଇଁ ଯୋଜନା କରିଛି ପୁଲିସ ।

ଜବତ ହୋଇଥିବା ଲକ୍ଷାଧିକ ଟଙ୍କାର କଫ୍ ସିରପ୍ର ଅସଲ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାଶ ପାଇଁ ଏହା ବ୍ୟବହାର ହୁଏ ବୋଲି ସମସ୍ତେ ଜାଣିନ୍ତି, କିନ୍ତୁ ଅନେକ ଜାଣିନଥିବେ ନିଶା ପାଇଁ ଏହାର ବ୍ୟବହାର ବଢ଼ି ବଢ଼ି ଚାଲିଛି । ଆଜି ବିପୁଳ ପରିମାଣର ବେଆଇନ କଫ୍ ସିରପ୍ ଜବତ କରିଛି ଭୁବନେଶ୍ୱର ପୁଲିସ ।

ବସରେ କୋଲକାତାରୁ ଭୁବନେଶ୍ୱର ଅଣା ଯାଉଥିବା ବେଳେ ଚଢ଼ାଉ କରି ୧୬୮୦ ବୋତଲ କଫ୍ ସିରପ୍ ଜବତ କରିଛି ନୟାପଲ୍ଲୀ ପୁଲିସ । ଭୁବନେଶ୍ୱର ଗାଡ଼କଣାର ଜଗନ୍ନାଥ ଜେନା, ଖୋର୍ଦ୍ଧା ବେଗୁନିଅ।। ଅନୀଲ ନାୟକଙ୍କୁ ଗିରଫ କରାଯାଇଛି । ପେଟି ପେଟି କଫସିରପ୍ ଭୁବନେଶ୍ୱରକୁ କିଏ ଆଣିଥିଲା, କେଉଁ ଆଡକୁ ଯାଇଥାନ୍ତା, ତା’ର ଖୋଳତାଡ଼ ଆରମ୍ଭ ହୋଇଛି । ଦୁଇ ଅଭିଯୁକ୍ତଙ୍କ ବୟାନ ଅନୁସାରେ କୋଲକାତା ଓ ଅହମ୍ମଦାବାଦରୁ ଏହା ଆସୁଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହା ଚାଲାଣ କରାଯାଉଛି ।

ଗତବର୍ଷ ଏପ୍ରିଲ ମାସରେ ୪୦ ଲକ୍ଷରୁ ଅଧିକ ଟଙ୍କାର କଫ୍ ସିରପ୍ ଜବତ କରିଥିଲା ପୁଲିସ । କଫ୍ ସିରପ୍ ଅପେକ୍ଷାକୃତ ଶସ୍ତା ହୋଇଥିବାରୁ ବିକଳ୍ପ ନିଶା ଭାବେ ବ୍ୟବହାର କରୁଛନ୍ତି ଯୁବପିଢ଼ି । ଯେଉଁଠି କଫ୍ ସିରପ୍ ତିଆରି ହେଉଛି, ସେଠାକୁ ଯିବା ପାଇଁ ପ୍ରସ୍ତୁତ ହେଉଛି କମିସନରେଟ୍ ପୁଲିସର ସ୍ପେଶାଲ୍ ଟିମ୍ । ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ଆରମ୍ଭ ହୋଇଛି ତନାଘନା ।

The post କୋଲକାତାରୁ ଭୁବନେଶ୍ୱର: ‘କଫ୍ ସିରପ୍’ର ବେଆଇନ କାରବାର, କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି ବ୍ୟବହାର first appeared on Kanak News.

from Kanak News
via <a href="https://ifttt.com/?

ପ୍ରଭୁ ରାମଙ୍କ ପାଇଁ ଦେଶବିଦେଶର ଛୁଟୁଛି ଉପହାରର ସୁଅ । ହାଇଦ୍ରାବାଦରୁ ଆସିଲା ୧୨୬୫ କେଜିର ଲଡୁ, କର୍ଣ୍ଣାଟକରୁ ରାମନଗରୀକୁ ଗଡିଲା ସ୍ୱତନ୍ତ୍ର ରଥ

କନକ ବ୍ୟୁରୋ : ହାଇଦ୍ରାବାଦରୁ ପ୍ରଭୁ ରାମଙ୍କ ପାଇଁ ଆସିଲା ଉପହାର । ହାଇଦ୍ରାବାଦ ରାମଭକ୍ତ ନାଗଭୂଷଣ ରେଡ୍ଡୀ ନିଜ ହାତରେ ତିଆରି କରିଛନ୍ତି ୧୨୬୫ କେଜିର ଲଡୁ । ଲଡୁ ଯେପରି ଖରାପ ନହୁଏ ସେଥିପାଇଁ ଶୀତ ତାପ ନିୟନ୍ତ୍ରିତ କାଚରେ ଏହାକୁ ହାଇଦ୍ରାବାଦରୁ ଅଯୋଧ୍ୟାକୁ ପଠାଯାଇଛି । ୨୪ଜଣ ମିଠା କାରିଗର ଗୋଟିଏ ଦିନରେ ଏହି ବିଶାଳ ଲଡୁ ପ୍ରସ୍ତୁତ କରିଛନ୍ତି । ଡାଏଫ୍ରୁଟରେ ଲଡୁରେ ଲେଖାଯାଇଛି ଜୟଶ୍ରୀରାମ । ଲଡୁ ଗୁଡିକର ନାଁ ରହିଛି ରାମ, ସୀତାଳ ଲକ୍ଷ୍ମଣ ଓ ହନୁମାନ । ୨୦୦୦ ମସିହାରେ ନାଗଭୂଷଣରାମ କ୍ୟାଟରିଂ କରିଥିଲେ । ସେବେଠୁ ପ୍ରତ୍ୟେକ ଦିନ ଏକ କେଜି ଲଡୁ ଭୋଗ ଲଗାଇବାକୁ ମନସ୍କାମନା କରିଥିଲେ । ପରେ ଏବେ ୧୨୩୬ କେଜି ଲଡୁ ପ୍ରସ୍ତୁତ କରି ରାମଙ୍କ ପାଇଁ ପଠାଇଛନ୍ତି ନାଗଭୂଷଣ ।

ସେହିଭଳି ଆନ୍ଧ୍ରପ୍ରଦେଶରୁ ଅଯୋଧ୍ୟାକୁ ପହଁଚିବ ସ୍ୱତନ୍ତ୍ର ଉପହାର । ଦୁଇଜଣ ରାମଭକ୍ତ ପଇଡ଼କୁ ଅତି ସୁନ୍ଦର ଭାବେ ସଜାଇଛନ୍ତି । ପଇଡ଼କୁ ସଜାଇବା ସହ ଏଥିରେ ରାମ, ଲକ୍ଷ୍ମଣ ସୀତାଙ୍କ ନାଁ ଲେଖାଯାଇଛି । ଏହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି । ତେବେ ରାମ,ସୀତା ଓ ଲକ୍ଷ୍ମଣଙ୍କୁ ଘରେ ପୂଜା କରିବା ସହ ଏମାନେ ରାମଙ୍କ ଜଣେ ପରମ ଭକ୍ତ ଅଟନ୍ତି ଆନ୍ଧ୍ରପ୍ରଦେଶର ଏହି ଦମ୍ପତି ।

ଅନ୍ୟପଟେ ଅଯୋଧ୍ୟାରେ ପହଁଚିଲା ସୁସଜ୍ଜିତ ରଥ । ହନୁମାନଙ୍କ ଜନସ୍ଥାନ କୁହାଯାଉଥିବା କିସକିନ୍ଦାରୁ ଏହି ରଥ ଆସି ଏବେ ଅଯୋଧ୍ୟାରେ ପହଁଚିଛି । ଏକ ଚାରି ଚକିଆ ଯାନକୁ ସ୍ୱର୍ଣ୍ଣ ରଙ୍ଗରେ ସୁସଜ୍ଜ୍ିତ କରାଯାଇଛି । ସମ୍ମୁଖରେ ହନୁମାନଙ୍କ ପ୍ରତିମୂର୍ତିକୁ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାଣପ୍ରତିଷ୍ଠା ଉତ୍ସବରେ ଏହି ଯାନ ନଗର ପରିକ୍ରମା କରିବ ।

The post ପ୍ରଭୁ ରାମଙ୍କ ପାଇଁ ଦେଶବିଦେଶର ଛୁଟୁଛି ଉପହାରର ସୁଅ । ହାଇଦ୍ରାବାଦରୁ ଆସିଲା ୧୨୬୫ କେଜିର ଲଡୁ, କର୍ଣ୍ଣାଟକରୁ ରାମନଗରୀକୁ ଗଡିଲା ସ୍ୱତନ୍ତ୍ର ରଥ first appeared on Kanak News.

from Kanak News
via <a href="https://ifttt.com/?

୨ୟ ଦିନରେ ଚାଲିଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନ କାର୍ଯ୍ୟକ୍ରମ । ରାମଲାଲଙ୍କ ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହର କରାଗଲା ପୂଜାର୍ଚ୍ଚନା

କନକ ବ୍ୟୁରୋ : ମର୍ଯ୍ୟାଦା ପୁରୁଷୋତମଙ୍କ ଆଗମନକୁ ନେଇ, ସବୁଠି ଉକ୍ରଣ୍ଠା, ସବୁଠି ଉତ୍ସାହ । ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅପେକ୍ଷା କରି ରହିଛି ସାରା ଭାରତବର୍ଷ  । ଗର୍ଭଗୃହରେ ଶ୍ରୀରାମଙ୍କ ବାଳକ ରୂପର ବିଗ୍ରହ ସ୍ଥାପନ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚି ସାରିଛି ।

ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନର ଦାୟିତ୍ୱ ନିର୍ବାହ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକାଧିକ ନାଁ’କୁ ନେଇ ଚର୍ଚ୍ଚା ଭିତରେ ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତ, ମୋଦୀ ହିଁ ମୁଖ୍ୟ ଯଜମାନ ହେବେ ବୋଲି ସୂଚନା ଦେଇଛନ୍ତି । ପ୍ରାଣପ୍ରତିଷ୍ଠା ପାଇଁ ଭକ୍ତି ଓ ଶ୍ରଦ୍ଧାମୟ ଭିତରେ ୩ ଦିନ ଆଧ୍ୟାତ୍ମିକ ଚେତେନା ଭିତରେ ରହିବେ ପ୍ରଧାନମନ୍ତ୍ରୀ ।

– ପ୍ରାଣ ପ୍ରତିଷ୍ଠା ଦିନ ନିର୍ଜଳା ଉପବାସ କରିବେ ପ୍ରଧାନମନ୍ତ୍ରୀ
– ୧୯ ରୁ ୨୧ ତାରିଖ ଯାଏଁ କେବଳ ଫଳମୂଳ ଆହାର ଗ୍ରହଣ କରିବେ
– ଖଟରେ ନଶୋଇ ତଳେ ବିଛଣାରେ ଶୋଇବେ
– ଶ୍ଲୋକ ଓ ଭଜନ ଜପ କରିବେ ନରେନ୍ଦ୍ର ମୋଦୀ

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ହାତରେ ରାମଲାଲାଙ୍କୁ ସ୍ଥାପିତ କରିବେ । ଆଠ ଦିନ ଧରି ଆଧ୍ୟାତ୍ମିକ ବିଧି ଚାଲିବ । ତେଣୁ ଯଜମାନୀ ଦାୟିତ୍ୱରେ ସହଯୋଗ କରିବା ପାଇଁ ଅନିଲ ମିଶ୍ରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଡକ୍ଟର ଅନୀଲ ମିଶ୍ର ପେଶାରେ ଜଣେ ଡାକ୍ତର ଓ ପରବର୍ତୀ ସମୟରେ ଆରଏସଏସରେ ସାମିଲ ହୋଇଥିଲେ ।

ଏପଟେ ଅଯୋଧ୍ୟାରେ ପହଁଚିଲେଣି ଅତିଥି । ପୌରାଣିକ ଧାରାବାହିକ ରାମାୟଣରେ ରାମ,ସୀତା ଓ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ବନାଇପାରିଥିବା ଅରୁଣ ଗୋଭିିଲ, ସୁନୀଲ ଲହରୀ ଓ ଦିପୀକା ଚିଖାଲିଆ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେହିପରି ପ୍ରାଣପ୍ରତିଷ୍ଠା ଦିନ ପ୍ରଖ୍ୟାତ ନୃତ୍ୟୁ ଶିଳ୍ପୀ, ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳୀନି ପରିବେଷଣ କରିବେ ।

ଏହାରି ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନା ଅନୁସାରେ ଦେଶର ପ୍ରାୟ ୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସେହିପରି ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ବିଦେଶରୁ ୧୦୦ରୁ ଅଧିକ ବିଶେଷ ଅତିଥି ଯୋଗ ଦେବେ ।

The post ୨ୟ ଦିନରେ ଚାଲିଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନ କାର୍ଯ୍ୟକ୍ରମ । ରାମଲାଲଙ୍କ ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହର କରାଗଲା ପୂଜାର୍ଚ୍ଚନା first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟ ଯଜମାନ ହେବେ ପ୍ରଧାନମନ୍ତ୍ରୀ: ୩ ଦିନ ତପସ୍ୟା ଓ ଧ୍ୟାନ କରିବେ ମୋଦୀ

କନକ ବ୍ୟୁରୋ: ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅପେକ୍ଷା କରି ରହିଛି ସାରା ଭାରତବର୍ଷ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଜାନୁଆରୀ ୨୨ ତାରିଖରେ ନବ ନିର୍ମିତ ଶ୍ରୀରାମ ମନ୍ଦିର ଗର୍ଭଗୃହରେ ପ୍ରଭୁ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେବେ ବଡ କଥା ହେଉଛି ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନର ଦାୟିତ୍ୱ ନିର୍ବାହ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମର୍ଯ୍ୟାଦା ପୁରୁଷୋତମଙ୍କ ଆଗମନକୁ ନେଇ, ସବୁଠି ଉକ୍ରଣ୍ଠା, ସବୁଠି ଉତ୍ସାହ । ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅପେକ୍ଷା କରି ରହିଛି ସାରା ଭାରତବର୍ଷ । ଗର୍ଭଗୃହରେ ଶ୍ରୀରାମଙ୍କ ବାଳକ ରୂପର ବିଗ୍ରହ ସ୍ଥାପନ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚି ସାରିଛି । ଅଯୋଧ୍ୟା ପ୍ରସ୍ତୁତ, ଯଜମାନ ପ୍ରସ୍ତୁତ ।
ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନର ଦାୟିତ୍ୱ ନିର୍ବାହ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକାଧିକ ନାଁ’କୁ ନେଇ ଚର୍ଚ୍ଚା ଭିତରେ ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତ, ମୋଦୀ ହିଁ ମୁଖ୍ୟ ଯଜମାନ ହେବେ ବୋଲି ସୂଚନା ଦେଇଛନ୍ତି । ପ୍ରାଣପ୍ରତିଷ୍ଠା ପାଇଁ ଭକ୍ତି ଓ ଶ୍ରଦ୍ଧାମୟ ଭିତରେ ୩ ଦିନ ଆଧ୍ୟାତ୍ମିକ ଚେତେନା ଭିତରେ ରହିବେ ପ୍ରଧାନମନ୍ତ୍ରୀ ।

– ପ୍ରାଣ ପ୍ରତିଷ୍ଠା ଦିନ ନିର୍ଜଳା ଉପବାସ କରିବେ ପ୍ରଧାନମନ୍ତ୍ରୀ
– ୧୮ ରୁ ୨୧ ତାରିଖ ଯାଏଁ କେବଳ ଫଳମୂଳ ଆହାର ଗ୍ରହଣ କରିବେ
– ଖଟରେ ନଶୋଇ ତଳେ ବିଛଣାରେ ଶୋଇବେ
– ଶ୍ଲୋକ ଓ ଭଜନ ଜାପ କରିବେ ନରେନ୍ଦ୍ର ମୋଦୀ

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ହାତରେ ରାମଲାଲାଙ୍କୁ ସ୍ଥାପିତ କରିବେ । ଆଠ ଦିନ ଧରି ଆଧ୍ୟାତ୍ମିକ ବିଧି ଚାଲିବ । ତେଣୁ ଯଜମାନୀ ଦାୟିତ୍ୱରେ ସହଯୋଗ କରିବା ପାଇଁ ଅନିଲ ମିଶ୍ରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଡକ୍ଟର ଅନୀଲ ମିଶ୍ର ପେଶାରେ ଜଣେ ଡାକ୍ତର ଓ ପରବର୍ତୀ ସମୟରେ ଆରଏସଏସରେ ସାମିଲ ହୋଇଥିଲେ ।

ଏପଟେ ଅଯୋଧ୍ୟାରେ ପହଁଚିଲେଣି ଅତିଥି । ପୌରାଣିକ ଧାରାବାହିକ ରାମାୟଣରେ ରାମ,ସୀତା ଓ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ବନାଇପାରିଥିବା ଅରୁଣ ଗୋଭିିଲ, ସୁନୀଲ ଲହରୀ ଓ ଦିପୀକା ଚିଖାଲିଆ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେହିପରି ପ୍ରାଣପ୍ରତିଷ୍ଠା ଦିନ ପ୍ରଖ୍ୟାତ ନୃତ୍ୟୁ ଶିଳ୍ପୀ, ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳୀନି ପରିବେଷଣ କରିବେ ।

ଏହାରି ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନା ଅନୁସାରେ ଦେଶର ପ୍ରାୟ ୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସେହିପରି ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ବିଦେଶରୁ ୧୦୦ରୁ ଅଧିକ ବିଶେଷ ଅତିଥି ଯୋଗ ଦେବେ ।

The post ମୁଖ୍ୟ ଯଜମାନ ହେବେ ପ୍ରଧାନମନ୍ତ୍ରୀ: ୩ ଦିନ ତପସ୍ୟା ଓ ଧ୍ୟାନ କରିବେ ମୋଦୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started