ବାରିପଦା ସହରରେ ବୁଲୁଛି ହାତୀ । ପାଚେରୀ ଭାଙ୍ଗି ଏମ୍.କେ.ସି ହାଇସ୍କୁଲରେ ପଶିଲା ଦନ୍ତା । ଗୋଠ ଛଡା ଦନ୍ତାକୁ ଘଉଡାଇବାକୁ ବନ ବିଭାଗ ଓ ବାରିପଦା ପୋଲିସ ନାକେଦମ୍ ।

କନକ ବ୍ୟୁରୋ: ବାରିପଦା ସହରରେ ପଶିଲା ହାତୀ । ସହର ଭିତରେ ଦନ୍ତା ଦେଖି ଲୋକେ ଭୟଭୀତ । ସହର ମଧ୍ୟରେ ଥିବା ପାଚେରୀ ଭାଙ୍ଗି ଏମକେସି ହାଇସ୍କୁଲରେ ପଶିଥିଲା ଦନ୍ତା । ଗୋଠ ଛଡ଼ା ହାତୀ ସହର ଭିତରେ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାରିପଦା ସହର ମଧ୍ୟକୁ ପସିଆସିଥିଲା ଏହି ଦନ୍ତା । ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହ ସ୍କୁଲ ଗେଟ୍ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆସିଥିଲା । ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ହାତୀଟିକୁ ସହର ମଧ୍ୟରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

The post ବାରିପଦା ସହରରେ ବୁଲୁଛି ହାତୀ । ପାଚେରୀ ଭାଙ୍ଗି ଏମ୍.କେ.ସି ହାଇସ୍କୁଲରେ ପଶିଲା ଦନ୍ତା । ଗୋଠ ଛଡା ଦନ୍ତାକୁ ଘଉଡାଇବାକୁ ବନ ବିଭାଗ ଓ ବାରିପଦା ପୋଲିସ ନାକେଦମ୍ । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ ସହର । ନନ୍ଦରାଜାଙ୍କ ଘରେ ଗୋପପୁରବାସୀ ପାଳିଲେ ନନ୍ଦ ଉତ୍ସବ ।

କନକ ବ୍ୟୁରୋ: ବରଗଡ ଧନୁ ଯାତ୍ରାର ଆଜି ଚତୁର୍ଥ ଦିନ । ଆଜି ଗୋପୁରରେ ଅନୁଷ୍ଠିତ ହେବ କୃଷ୍ଣଙ୍କ ବାଲ୍ୟ ଲୀଳା । ତୃତୀୟ ଦିନରେ ଗୋପପୁରବାସୀ ନନ୍ଦ ଉତ୍ସବ ପାଳନ କରିଛନ୍ତି । ନନ୍ଦ ରାଜା ଓ ନନ୍ଦ ରାଣୀ ଯୋଶଦା ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି । ନନ୍ଦ ନଅରରେ ଆୟୋଜନ କରିଥିଲେ ନନ୍ଦ ଉତ୍ସବ । ଏଥିରେ ସାମିଲ ହୋଇ ଶ୍ରୀକୃଷ୍ଣଙ୍କୁ ଦୋଳିରେ ଝୁଲାଇଥିଲେ ଗୋପପୁରବାସୀ ।

ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଂଗମଞ୍ଚ ଧନୁଯାତ୍ରାର ତୃତୀୟ ଦିନରେ ବିଜୁଳି କନ୍ୟାଙ୍କ ଦୈବୀବାଣୀ ଦୃଶ୍ୟ ଅଭିନୀତ ହୋଇଛି । ଭଉଣୀ ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଥିଲେ ମହାରାଜ କଂସ । ଅଷ୍ଟମ ଗର୍ଭର ସନ୍ତାନ ମୃତ୍ୟୁର କାରଣ ଜାଣିବା ପରେ ମଥୁରା ନରେଶ ଅଷ୍ଟମ ଗର୍ଭର କନ୍ୟାକୁ ଦେବକୀଙ୍କୁ କୋଳରୁ ଛଡାଇ ନେଇ ଚଟାଣରେ କଚାଡି ମାରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ବିଜୁଳି କନ୍ୟା କଂସଙ୍କ ହାତରୁ ଖସି ଯାଇ ଆକାଶମାର୍ଗରୁ ଦୈବୀବାଣୀ କରିଥିଲେ । ଗୋପପୁରରେ ଶ୍ରୀକୃଷ୍ଣ ବଢୁଥିବା ଓ ଶ୍ରୀକୃଷ୍ଣଙ୍କ ହାତରେ ମୃତ୍ୟୁ ହେବା ଖବର ଶୁଣି ବିଚଳିତ ହୋଇପଡିଛନ୍ତି ମଥୁରା ନରେଶ । ବିସର୍ଣ୍ଣ ଓ ଭୟଗ୍ରସ୍ତ ମନକୁ ସରସ କରିବା ପାଇଁ ମହାରାଜ କଂସ ରଙ୍ଗ ମହଲରେ ସମୟ କାଟିଛନ୍ତି । ଏହି ଅବସରରେ ନାଚଗୀତର ଆସର ଜମିଛି ।

The post ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ ସହର । ନନ୍ଦରାଜାଙ୍କ ଘରେ ଗୋପପୁରବାସୀ ପାଳିଲେ ନନ୍ଦ ଉତ୍ସବ । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ସୁବର୍ଣ୍ଣରେଖାରୁ ବାଲି ଚୋରିକୁ ନେଇ ତୁମୁଳକାଣ୍ଡ  । ଚଢଉ ପାଇଁ ଯାଇଥିବା ପୁଲିସ ଉପରେ ଆକ୍ରମଣ କଲେ ବାଲି ମାଫିଆ ।

କନକ ବ୍ୟୁରୋ: ସୁବର୍ଣ୍ଣରେଖାରେ ବାଲି ଉଠାଣକୁ ନେଇ ବାଲି ମାଫିଆ ଓ ପୋଲିସ ମୁହାଁମୁହିଁ । ବାଲି ମାଫିଆଙ୍କ ଆକ୍ରମଣରେ ୫ ଜଣ ପଶ୍ଚିମବଙ୍ଗ ପୋଲିସ ଆହତ ହୋଇଛନ୍ତି । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଗୁଆଗଡିଆ ନିକଟ ସୁବର୍ଣ୍ଣରେଖା ନଦୀର ପଶ୍ଚିମବଙ୍ଗ ସୀମାନ୍ତରୁ ବେଆଇନ ଭାବେ ବାଲି ଉଠାଉଥିଲେ ମାଫିଆ । ଖବର ପାଇ ପଶ୍ଚିମବଙ୍ଗ ପୋଲିସ ଚଢାଉ କରିବାରୁ ବାଲି ଗାଡି ନେଇ ଚମ୍ପଟ ମାରିଥିଲେ । ପୋଲିସ ଗାଡିକୁ ପିଛା କରି ଧରିବା ପରେ ମାଫିଆ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା  । ଏଥିରେ ୪ ଜଣ ପଶ୍ଚିମବଙ୍ଗ ପୋଲିସ ଆହତ ହୋଇଛନ୍ତି,ସେମାନଙ୍କୁ ଦାନ୍ତୋନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।

ମାଫିଆ ମାନେ ସୁବର୍ଣ୍ଣରେଖା ନଦୀରୁ ଦିନରାତି ବେଆଇନ ଭାବେ ବାଲି ଉତ୍ତଳନ କରୁଥିବା ବେଳେ ଓଡିଶା ପୋଲିସ ନିରବଦ୍ରଷ୍ଟା ପାଲଟିଛି,ମାତ୍ର ପଶ୍ଚିମବଙ୍ଗ ପୋଲିସ ସକ୍ରିୟ ରହିଥିବାରୁ ମାଫିଆଙ୍କ ଅକ୍ରମଣର ଶିକାର ହେଉଛନ୍ତି ।

The post ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ସୁବର୍ଣ୍ଣରେଖାରୁ ବାଲି ଚୋରିକୁ ନେଇ ତୁମୁଳକାଣ୍ଡ  । ଚଢଉ ପାଇଁ ଯାଇଥିବା ପୁଲିସ ଉପରେ ଆକ୍ରମଣ କଲେ ବାଲି ମାଫିଆ । first appeared on Kanak News.

from Kanak News
via <a href="https://ifttt.com/?

କୂଅରୁ ୩ ମାସର ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର । ହତ୍ୟା ପରେ ଫିଙ୍ଗିଦିଆଯାଇଥିବା ସନ୍ଦେହ । ଅନୁଗୁଳରେ ଚାଞ୍ଚଲ୍ୟ ।

କନକ ବ୍ୟୁରୋ: ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ଉଦ୍ଧାର ହୋଇଛି ୩ ମାସର ଯାଆଁଳ ଶିଶୁର ମୃତଦେହ । ଅନୁଗୁଳ ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ ଏହି ଘଟଣା ଘଟିଛି । ମୁଣ୍ଡାଢିପ ସାହିର ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଘର ପଛପଟ କୂଅ ଭିତରେ ଠାବ ହୋଇଛି ।

ସୂଚନା ଅନୁସାରେ, ତପସ୍ୱୀନି କୌଣସି କାମରେ ପଡିଶା ଘରକୁ ଯାଇଥିଲେ । କିଛି ସମୟ ପରେ ଆସି ଦେଖିଲାବେଳେ ଦୁଇ ଶିଶୁ ନଥିଲେ । ପରେ ଏନେଇ ଖୋଜାଖୋଜି କରିବା ପରେ ଘର ପଛ କୂଅ ଭିତରେ ଜଣେ ଶିଶୁର ମୃତଦେହ ଭାସୁଥିଲା । ପରେ ସେହି କୂଆ ଭିତରୁ ଅନ୍ୟ ଜଣେ ଶିଶୁର ମୃତଦେହ ମିଳିଥିଲା । ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଣୁ ସଂପୃକ୍ତ ଦୁଇ ଶିଶୁଙ୍କୁ ହତ୍ୟା ପରେ କୂଅରେ ପିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି ।

ମୃତ ଶିଶୁଙ୍କ ପରିବାର ଲୋକ ମଧ୍ୟ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ ଦୁଇ ଶିଶୁ ଯାଆଁଳା ବୋଲି ଜଣାପଡିଛି । ପୁଅର ନାଁ ସାଇ ହୋଇଥିବାବେଳେ ଝିଅର ନା ଶ୍ରଦ୍ଧା ବୋଲି ଜଣାପଡିଛି । ବିବାହର ୧୦ ବର୍ଷ ପରେ ସୁନୀଲ ଓ ତପସ୍ୱିନୀଙ୍କ ଯାଅଁଳା ଶିଶୁ ଜନ୍ମ ନେଇଥିଲେ । କିଏ ଓ କାହିଁକି ଦୁଇ ଶିଶୁଙ୍କୁ କୂଅକୁ ଫିଙ୍ଗିଲା ତାହା ସନ୍ଦେହ ଘେରକୁ ଆସିଛି । ପୁଲିସ ଘଟଣାର ତଦନ୍ତ କରୁଛି ।

The post କୂଅରୁ ୩ ମାସର ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର । ହତ୍ୟା ପରେ ଫିଙ୍ଗିଦିଆଯାଇଥିବା ସନ୍ଦେହ । ଅନୁଗୁଳରେ ଚାଞ୍ଚଲ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ମଞ୍ଚ ଉପରେ ଦୁଇ ହେଭିୱେଟ ନେତା ମୁହାଁମୁହିଁ । ବିଧାୟକ ତାରା ବାହିନୀପତି ଓ ରବି ନନ୍ଦଙ୍କ ଭିତରେ ଯୁକ୍ତିତର୍କ ପରେ ବଢିଲା ଉତ୍ତେଜନା ।

କନକ ବ୍ୟୁରୋ: ମଞ୍ଚରେ ଅଭିଯୋଗ ଓ ମଞ୍ଚରେ ହିଁ ଜବାବ । ମଞ୍ଚରେ ଜୟପୁର ବିଧାୟକ ତାରାବାହିନୀପତିଙ୍କୁ କଟାକ୍ଷ କଲେ ପୂର୍ବତନ ବିଧାୟକ ରବି ନନ୍ଦ । ଆଉ ମଞ୍ଚରେ ହିଁ ଜବାବ ଦେଲେ ତାରା । ଜୟପୁର ପୌରପାଳିକା ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଜୟପୁର ରାଜନଅର ଛକରେ ଆୟୋଜିତ କାର୍ଯ୍ୟକ୍ରମରେ ରବି ଓ ତାରାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ରବି ନନ୍ଦ ପ୍ରଥମେ ତାରାଙ୍କୁ କଟାକ୍ଷ କରିଥିଲେ । ଆଉ ଏହାର ଜବାବ ଦେଇଥିଲେ ତାରା । ବିଗତ ଦିନର ପ୍ରସଙ୍ଗ ଓଷ, ମାଉଁସ, ପାଉଁଶକୁ ନେଇ ରବି ତାରା କଥା କଟାକଟି ହୋଇଥିଲେ । ଏହାକୁ ନେଇ ମଞ୍ଚ ତଳେ ଉଭୟ ନେତାଙ୍କ ସମର୍ଥକ ପାଟିତୁଣ୍ଡ କରିବା ସହ ଜିନ୍ଦାବାଦ ମୁର୍ଦାବାଦ ନାରା ଦେଇଥିଲେ । ଫଳରେ ସଭାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଉପସ୍ଥିତ ପୋଲିସ ସମର୍ଥକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

The post ମଞ୍ଚ ଉପରେ ଦୁଇ ହେଭିୱେଟ ନେତା ମୁହାଁମୁହିଁ । ବିଧାୟକ ତାରା ବାହିନୀପତି ଓ ରବି ନନ୍ଦଙ୍କ ଭିତରେ ଯୁକ୍ତିତର୍କ ପରେ ବଢିଲା ଉତ୍ତେଜନା । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାରୁ ଅଯୋଧ୍ୟାକୁ ଯାଉଛି ଅହିଂସା ସିଲ୍କ ଖଣ୍ଡୁଆ ପାଟ ,ପରିଧାନ କରିବେ ରାମଲାଲା । ସମ୍ପୂର୍ଣ୍ଣ ନିଷ୍ଠା ଓ ବ୍ରତ ଧାରଣ କରି ପାଟ ପ୍ରସ୍ତୁତ କରିଛନ୍ତି ବୁଣାକାର ।

କନକ ବ୍ୟୁରୋ: ଓଡିଶାରୁ ରାମଲାଲାଙ୍କ ପାଇଁ ଅଯୋଧ୍ୟା ଯାଉଛି ଅହିଂସା ସିଲ୍କ ଖଣ୍ଡୁଆ ପାଟ । ଯାହାକୁ ରାମଲଲା ପରିଧାନ କରିବେ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଅହିଂସା ଖଣ୍ଡୁଆ ପାଟ ଧରି ଅଯୋଧ୍ୟା ବାହାରିଛନ୍ତି ଶ୍ରଦ୍ଧାଳୁ । ବ୍ରତ ଓ ବିଧି ପାଳନ ପୂର୍ବକ କଟକ ନୂଆପାଟଣାର ବୁଣାକାରମାନେ ଏହି ପାଟବସ୍ତ୍ରକୁ ପ୍ରସ୍ତୁତ କରିଛନ୍ତି ।

ଏହି ପାଟବସ୍ତ୍ର ବୁଣିବାକୁ ୧୧ ଜଣ କାରିଗରଙ୍କୁ ୧୫ ଦିନ ସମୟ ଲାଗିଥିଲା । ରାମଲାଲାଙ୍କ ପାଇଁ ଏହା ଓଡିଶାର ଲୋକଙ୍କ ଭକ୍ତିର ଅର୍ଘ୍ୟ ବୋଲି ରାମଭକ୍ତ କହିଛନ୍ତି । ଏହାପରେ ପ୍ରତିବର୍ଷ ଗୋଟିଏ ଦିନ ରାମଲଲା ଓଡିଶାର ଏହି ଅହିଂସା ଖଣ୍ଡୁଆ ପାଟ ପରିଧାନ କରିବେ, ତେଣୁ ପ୍ରତି ବର୍ଷ ଅହିଂସା ଖଣ୍ଡୁଆ ତିଆରି କରି ପଠାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା କହିଛନ୍ତି ।

The post ଓଡିଶାରୁ ଅଯୋଧ୍ୟାକୁ ଯାଉଛି ଅହିଂସା ସିଲ୍କ ଖଣ୍ଡୁଆ ପାଟ ,ପରିଧାନ କରିବେ ରାମଲାଲା । ସମ୍ପୂର୍ଣ୍ଣ ନିଷ୍ଠା ଓ ବ୍ରତ ଧାରଣ କରି ପାଟ ପ୍ରସ୍ତୁତ କରିଛନ୍ତି ବୁଣାକାର । first appeared on Kanak News.

from Kanak News
via <a href="https://ifttt.com/?

ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ । ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ ।ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହରେ ପୂଜାର୍ଚ୍ଚନା ।

କନକ ବ୍ୟୁରୋ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ପୂଜାର ଦ୍ୱିତୀୟ ଦିନରେ ମନ୍ଦିରରେ ପୁରୁଷୋତମଙ୍କ ଶ୍ୟାମଳ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ ହୋଇଛି । ଆଜି ଗର୍ଭଗୃହରେ ରାମ ଲଲାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯିବ । ପ୍ରଭୁ ଶ୍ରୀରାମଙ୍କ ନବନିର୍ମିତ ପ୍ରତିମୂର୍ତି ୫୧ ଇଂଚର ଶ୍ୟାମଳ ରଙ୍ଗର ମୂର୍ତ୍ତି । ଆଜି ଦ୍ୱିପ୍ରହରରେ ମନ୍ଦିରର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ । ଏହାପୂର୍ବରୁ ରାମ ଲଲାଙ୍କ ଆସନ ମଧ୍ୟ ତିଆରି ସରିଛି ।

ରାମଲଲାଙ୍କ ଆସନ ୩ ଦଶମିକ ୪ଫୁଟ ଉଚ୍ଚ ରହିଛି । ଯାହାକୁ ମକରାନା ପଥରରେ ତିଆରି କରାଯାଇଛି । ଶ୍ରୀରାମଙ୍କ ମୂର୍ତ୍ତି ମନ୍ଦିର ପ୍ରବେଶ ପୂର୍ବରୁ ପୁରା ରାମ ମନ୍ଦିରକୁ ଫୁଲରେ ସଜ୍ଜା ଯାଇଥିଲା । ଗେଟରୁ ଆରମ୍ଭ କରି ମନ୍ଦିର ପରିସର ଯାଏଁ ସରଜୁ ନଦୀର ପାଣି ଧୁଆଯାଇଥିଲା । ଏହାପରେ ପୂଜାର୍ଚ୍ଚନା କରେ କ୍ରେନ ସାହାଯ୍ୟରେ ପ୍ରତିମୂର୍ତ୍ତିକୁ ମନ୍ଦିର ପ୍ରବେଶ କରାଯାଇଛି । ବୁଧବାର ସକାଳେ ଶ୍ରୀରାମଙ୍କ ପ୍ରତୀକ ମୂର୍ତ୍ତିକୁ ମନ୍ଦିର ପରିକ୍ରମା କରାଯାଇଥିଲା ।

The post ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ । ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ ।ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହରେ ପୂଜାର୍ଚ୍ଚନା । first appeared on Kanak News.

from Kanak News
via <a href="https://ifttt.com/?

ଗୁଡି ସୂତା ଲାଗି ୨ ଆହତ । ପୀଉସିଙ୍କ ଘରେ ଭୋଜିଖାଇ ବାପାଙ୍କ ସହ ଫେରୁଥିବେଳେ ୭ ବର୍ଷର ନାବାଳକର କଟିଗଲା ବେକ

କନକ ବ୍ୟୁରୋ : ଗୁଡି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର । ବାଲେଶ୍ୱର ଟାଉନରୁ ଆସିଛି ଏଭଳି ଏକ ଖବର । ଗୁରୁତର ଅବସ୍ଥାରେ ଶିଶୁଟିକୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆଜି ଅପରାହ୍ଣ ସାଢେ ୩ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । କୁନି ପୁଅଟି ନିଜ ବାପା ଶଶିକାନ୍ତ ମହଲାଙ୍କ ସହ ବାଇକରେ ଆସୁଥିବାବେଳେ ଆହତ ହୋଇଥିବା ଜଣାପଡିଛି । ବାଇକର ଆଗରେ ବସିଥିବାରୁ ଗୁଡି ସୂତା ଲାଗି ଗୁରୁତର ହୋଇ ପଡିଛି ଶିଶୁଟି । ବାପାଙ୍କ ସହ ପିଉସି ଘର ମଲ୍ଲସସାରୁ ଭୋଜି ଖାଇ ନିଜ ଗାଁ ଦୁମୁଦା ଫେରୁଥିବାବେଳେ ଗୁଡି ସୂତା କଟି କୁନି ପୁଅର ବେକରେ ଗୁଡେଇ ହୋଇ ଯାଇଥିଲା । ଫଳରେ ଗୁରୁତର ହୋଇ ପଡିଥିଲା କୁନି ପୁଅଟି । ସେହିପରି ମୋତିଗଂଜ ଅଂଚଳରେ ଗୁଡି ସୂତା ଲାଗି ଆଉ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣା ପଡିଛି । ପ୍ରଶାସନର ନାନା କଟକଣା ଓ ପ୍ରତିବନ୍ଧକ ସତ୍ୱେ, ଗୁଡି ଉଡାଇବା ପାଇଁ ମାଂଜା ସୂତାର ପ୍ରୟୋଗ ହେଉଛି । ଯାହାର ପରିଣାମ ଏଭଳି ନୀରିହ ଜୀବନ ଭୋଗୁଛନ୍ତି ।

The post ଗୁଡି ସୂତା ଲାଗି ୨ ଆହତ । ପୀଉସିଙ୍କ ଘରେ ଭୋଜିଖାଇ ବାପାଙ୍କ ସହ ଫେରୁଥିବେଳେ ୭ ବର୍ଷର ନାବାଳକର କଟିଗଲା ବେକ first appeared on Kanak News.

from Kanak News
via <a href="https://ifttt.com/?

ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ୩ ମାସର ଦୁଇ ଯାଅଁଳା ଶିଶୁଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଅନୁଗୁଳରେ ଚାଂଚଲ୍ୟ । କୂଅରୁ ଉଦ୍ଧାର ହୋଇଛି ୩ ମାସର ଦୁଇ ଶିଶୁର ମୃତଦେହ । ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଅନୁଗୁଳ ବସଲା ପଂଚାୟତ ମୁଣ୍ଡାଢିପ ସାହିରେ ଏହି ଘଟଣା ଘଟିଛି । ଦୁଇଶିଶୁର ମାଆ କ୍ଷୀର ଆଣିବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି । ତେଣୁ ସଂପୃକ୍ତ ଦୁଇ ଶିଶୁଙ୍କୁ ହତ୍ୟା ପରେ କୂଅରେ ପିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି । ପରିବାର ଲୋକ ବି ହତ୍ୟା ଅଭିଯୋଗ ଆଣିଛି । ମୃତ ଦୁଇ ଶିଶୁ ଯାଆଁଳା ବୋଲି ଜଣାପଡିଛି । ପୁଅର ନାଁ ସାଇ ହୋଇଥିବାବେଳେ ଝିଅର ନା ଶ୍ରଦ୍ଧା ବୋଲି ଜଣାପଡିଛି । ପୁଲିସ ଏଯାଏଁ ପଂହଚିପାରିନାହିଁ । ଥାନାରେ ଏ ନେଇ ଅଭିଯୋଗ ହୋଇନାହିଁ ।

The post ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ୩ ମାସର ଦୁଇ ଯାଅଁଳା ଶିଶୁଙ୍କ ମୃତଦେହ ଉଦ୍ଧାର first appeared on Kanak News.

from Kanak News
via <a href="https://ifttt.com/?

ରିଙ୍କୁ-ରୋହିତଙ୍କ ବିସ୍ଫୋରକ ପାଳି: ଆଫଗାନିସ୍ତାନ ବିପକ୍ଷରେ କଲେ ଛକା-ଚୌକା ବର୍ଷା, ୨୧୨ ରନ କଲା ଭାରତ

କନକ ବ୍ୟୁରୋ: ଆଜି ଭାରତ-ଆଫଗାନିସ୍ତାନ ମଧ୍ୟରେ ଶେଷ ଟି-୨୦ରେ ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ରୋହିତ ଶର୍ମା ଓ ରିଙ୍କୁ ସିଂ । ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ରିଙ୍କୁ ସିଂ ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ର ବିଶାଳ ସ୍କୋର କରିଥିଲା । ଏବେ ଆଫଗାନିସ୍ତାନକୁ ଜିତିବାକୁ ହେଲେ ୨୧୩ ରନର ଟାର୍ଗେଟ ପୂରଣ କରିବାକୁ ହେବ ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ମାତ୍ର ୨୨ ରନରେ ୪ ୱିକେଟ ହରାଇ ବିପର୍ଯ୍ୟୟର ସାମ୍ନା କରିଥିଲା । ହେଲେ ରୋହିତ ଶର୍ମା ଓ ରିଙ୍କୁ ସିଂ ମୈଦାନରେ ପାଳି ସମ୍ଭାଳିଥିଲେ । ଆଉ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଦଳ ପକ୍ଷରୁ ରୋହିତ ଶର୍ମା ୧୨୧ ରନ କରିଥିଲେ ଯେଉଁଥିରେ ୮ ଛକା ଓ ୧୧ ଚୌକା ସାମିଲ ଅଛି । ସେହିପରି ରିଙ୍କୁ ସିଂ ୬୯ ରନ କରିଥିଲେ, ଯେଉଁଥିରେ ୬ ଛକା, ୨ ଚୌକା ସାମିଲ ଅଛି ।

The post ରିଙ୍କୁ-ରୋହିତଙ୍କ ବିସ୍ଫୋରକ ପାଳି: ଆଫଗାନିସ୍ତାନ ବିପକ୍ଷରେ କଲେ ଛକା-ଚୌକା ବର୍ଷା, ୨୧୨ ରନ କଲା ଭାରତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started