ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହେଲା ନୂଆ ଫର୍ଦ୍ଦ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହୋଇଛି ନୂଆ ଫର୍ଦ୍ଦ । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହି ପରିକ୍ରମା ପ୍ରକଳ୍ପ ନେଇ ପୁରପଲ୍ଲୀ ମଧ୍ୟ ଉତ୍ସବ ମୁଖର ହୋଇଉଠିଛି । ଭଜନ କୀର୍ତ୍ତନ ସହ ଘଂଟଘଂଟାରେ ପ୍ରକମ୍ପିତ ହେଉଛି ପରିବେଶ । ଏନେଇ କେନ୍ଦ୍ରାପଡାର ଗରଦପୁର ଓ ମାର୍ଶାଘାଇ ବ୍ଳକ ପ୍ରଶାସନ ପକ୍ଷରୁ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ଉତ୍ସବକୁ ଧୁମଧାମର ସହ ପାଳନ କରାଯାଇଛି । ହରିହର କ୍ଷେତ୍ର ମାହାଳ ଜଗନ୍ନାଥ ମନ୍ଦିରରେ ଶହଶହ ଶ୍ରଦ୍ଧାଳୁ ସାମିଲ ହୋଇ ବେଢା ପରିକ୍ରମା କରିଛନ୍ତି । ତା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

କାମାକ୍ଷାନଗର ଉପଖଣ୍ଡରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡିଶାର ସମସ୍ତ ବ୍ଲକ ଓ ପଂଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୁରୀରୁ ସିଧାପ୍ରସାରଣ ମାଧ୍ୟମରେ ଦେଖିବାକୁ ସବୁଠି ବ୍ୟବସ୍ଥା କର।।ଯାଇଥିଲା । ବିଭିନ୍ନ ପଂଚାୟତରୁ ଆସିଥିବା କଳାକାର ମାନେ ଆସି ଏହି ମଂଚରେ ଉପସ୍ଥିତ ରହି ନିଜ କଳା ପରିବେଶଣ କରିଥିଲେ । ଛୋଟଛୋଟ ପିଲାମାନେ ମଧ୍ୟ ତାଙ୍କର ନୃତ୍ୟ ପରିବେଷଣ କରିଥିଲେ । କାମାକ୍ଷାନଗର ଏନଏସି, ଭୂବନ ,କଙ୍କଡାହାଡ଼,ପର୍ଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅନ୍ୟ ସ୍ଥାନ ଭଳି ସୋର ବ୍ଲକ ସାଜନପୁରର ମଧ୍ୟ ଅଧିଷ୍ଠାତ୍ରୀ ଦେବୀ ମାଆ ଦାଣ୍ଡ ଖେଳାଇ ମନ୍ଦିର ପ୍ରାଙ୍ଗଣ ଉତ୍ସବମୁଖର ହୋଇଉଠିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଛି । ଏହି ଅବସରରେ ଆଖାପାଖରୁ ଶହଶହ ଲୋକଙ୍କ ଭିଡ ଲାଗିଥିଲା । ମଂଚରେ ଆଦିବାସୀ ନୃତ୍ୟରୁ ଓଡ଼ିଶୀ ନୃତ୍ୟଶତଳ୍ପୀ ମାନଙ୍କ ଦ୍ୱାର ନୃତ୍ୟ ପରିବେଷଣ କରାଯାଇଥିଲା ।

The post ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହେଲା ନୂଆ ଫର୍ଦ୍ଦ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ first appeared on Kanak News.

from Kanak News
via <a href="https://ifttt.com/?

ମଲ୍ଲିକାଅର୍ଜୁନ ଖଡଗେଙ୍କ ଉପସ୍ଥିତିରେ ହାତ ଧରିବେ ଗିରିଧର, ହେମା ଓ ଶିଶିର ଗମାଙ୍ଗ, ବିଦ୍ଧିବଧ ଭାବେ କଂଗ୍ରେସର ମିଶିବେ ପୂର୍ବତନ ସାଂସଦ ସଂଜୟ ଭୋଇ

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରର ଘର ବାହୁଡା । କଂଗ୍ରେସକୁ ଫେରିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଏବଂ ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସକୁ ପ୍ରତ୍ୟାବର୍ତନ କରିଛନ୍ତି ଏହି ବରିଷ୍ଠ ନେତା । ଗତ ଶନିବାର ନୂଆଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ଓଡିଶା ପ୍ରଭାରୀଙ୍କୁ ଭେଟି କଂଗ୍ରେସକୁ ଫେରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଆଜି ବିଧିବଦ୍ଧ ଭାବେ ଗମାଙ୍ଗ ପରିବାର ଏବଂ ସଂଜୟ ଭୋଇ କଂଗ୍ରେସରେ ସାମିଲ ହୋଇଛନ୍ତି । ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ ଗିରିଧର ଗମାଙ୍ଗ । ୨୦୨୩ ଅଗଷ୍ଟ ମାସରେ ବିଜେପି ଛାଡି ଭାରତ ରାଷ୍ଟ୍ର ସମିତି ବିଆରଏସରେ ମିଶିଥିଲେ । କିନ୍ତୁ ବିଆରଏସ ଏବେ ଓଡିଶାରେ ନିଜର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ପାଇଁ ଯୋଜନା କରି ନଥିବାରୁ କଂଗ୍ରେସକୁ ଫେରିବାକୁ ଚିନ୍ତା କରିଥିଲେ ଗିରିଧର ଏବଂ ତାଙ୍କ ପୁଅ । ସେହିପରି ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ କଂଗ୍ରେସରୁ ଟିକେଟ୍ ପାଇ ୨୦୦୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ନ ଦେଇ ଥିବାରୁ ସେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏବେ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି । ତେଣୁ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଜାରି ରହିଛି ।

The post ମଲ୍ଲିକାଅର୍ଜୁନ ଖଡଗେଙ୍କ ଉପସ୍ଥିତିରେ ହାତ ଧରିବେ ଗିରିଧର, ହେମା ଓ ଶିଶିର ଗମାଙ୍ଗ, ବିଦ୍ଧିବଧ ଭାବେ କଂଗ୍ରେସର ମିଶିବେ ପୂର୍ବତନ ସାଂସଦ ସଂଜୟ ଭୋଇ first appeared on Kanak News.

from Kanak News
via <a href="https://ifttt.com/?

‘ଏକ ସୱାଲ’ ତରଫରୁ ଜାରି ରହିଛି ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ । ମୋଟର ସାଇକେଲରେ ସାରା ଦେଶ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

କନକ ବ୍ୟୁରୋ : ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେଲେ ଆମେ ଡାକ୍ତର ପାଖକୁ ଯାଉ ହେଲେ ଯେବେ ଆମ ମାନସିକ ସ୍ୱାସ୍ଥ୍ୟରେ ଅବନତି ଦେଖା ଦିଏ, ଏକଥା ଅନ୍ୟକୁ ଜଣାଇବା ପାଇଁ ଅମେ କୁଣ୍ଠାବୋଧ କରୁ । ଜୀବନର ବିଭିନ୍ନ ପାହାଚରେ ଅମେ ଅନେକ ସମସ୍ୟାର ସମ୍ମୁଖୀନ ହେଉ, ଏ ସମସ୍ୟା ମଧ୍ୟ ଠିକ ସେହି ଭଳି । ଏଥି ପାଇଁ ଅସହଜ ମନେ କରିବାର କୌଣସି କାରଣ ନାହିଁ   । ମିଳିତ ସହଯୋଗରେ ଏହାର ସମାଧାନ ହୋଇ ପାରିବ । ଲୋକ ମାନଙ୍କୁ ଏହି ଦିଗରେ ଅଧିକ ସଚେତନ କରିବା ପାଇଁ ସେପ୍ଟେମ୍ବର ୨୦୨୩ ଭୁବନେଶ୍ୱରଠାରୁ ଆରମ୍ଭ ହୋଇଥିଲା ଏକ ସୱାଲ ଟିମର ମାନସିକ ସଚେତନତା ଯାତ୍ରା ।

ଏକ ସୱାଲ ଟିମ୍ ଏହି ଅଭିଯାନ ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ଭିତରେ ମାନସିକ ସମସ୍ୟାକୁ ନେଇ ରହିଥିବା ସଂକୁଚିତ ମନୋଭାବକୁ ଦୂର କରିବାକୁ ଚେଷ୍ଟା ଜାରି ରଖିଛି । ଏ ଯାତ୍ରା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟପାଳଙ୍କ ସ୍ୱୀକୃତି ସହ ରୋଟାରୀ କ୍ଲବ ଅଫ ମେଡୋସ୍ ସହାୟତାରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଏହି ଅଭିଯାନକୁ ପୁରିଲାଣି ୩ ମାସ ଓ ଦୁଇ ଚକିଆ ଯାନରେ ପ୍ରାୟ ୧୦୦୦୦ କିଲୋମିଟର ଯାତ୍ରା କରି ୬ଟି ରାଜ୍ୟର ୧୭ଟି ସହରରେ ମାନସିକ ସ୍ୱାସ୍ଥ୍ୟ ସଚେତନତାକୁ ନେଇ କାର୍ଯ୍ୟକ୍ରର୍ମ ଆୟୋଜନ କରା ଗଲାଣି । ଏହା ଭିତରେ ୧୧ଟି ସ୍କୁଲ ୧୪ଟି କଲେଜ ଥିବା ବେଳେ ଗୋଟିଏ କର୍ପୋରେଟ ସଂସ୍ଥା ରହିଛି ।

ଓଡିଶା, ଆନ୍ଧ୍ରପ୍ରଦେଶ, ଭେଲୋର, ବେଙ୍ଗାଲୁରୁ, କନ୍ୟାକୁମାରୀ, ହାଇଦ୍ରାବାଦ କୋଚି ଓ ଚେନ୍ନାଇ ଭଳି ବିଭିନ୍ନ ସହରରେ ଏହି ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଚେନ୍ନାଇର ଷ୍ଟେଲା ମ୍ୟାରିସ କଲେଜ, କନ୍ୟାକୁମାରୀର ୧୪୫ ବର୍ଷ ପୁରୁଣା ହୋଲି କ୍ରସ ଅଟୋନୋମସ କଲେଜ, ତ୍ରିଭେନ୍ଦ୍ରମର ୧୨୫ ବର୍ଷ ପୁରୁଣା ମହିଳା ମହାବିଦ୍ୟାଳୟ ଆଦି ଏଥିରେ ସାମିଲ ହୋଇଥିିଲେ ।

ଅଭିଯାନରେ ଏକ ସୱାଲ ଟିମ ଦକ୍ଷିଣ ଭାରତର ଏନଆଇଏମଏଚଏସ ର ନିର୍ଦେଶକ ଡା. ପ୍ରତିମା ମୁର୍ତ୍ତୀ, ତାମିଲ ଇଣ୍ଡଷ୍ଟ୍ରିର ବଡ ଫିଲ୍ମ ନିର୍ମାତା ଅଭିରାମି ରାମନାଥନ ଓ ମନସ୍ତତ୍ୱବିଦ ନବୀନ ଭଳି ଅନେକ ଆନେକ ଜଣାଶୁଣା ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂସ୍ପର୍ଶର୍ରେ ଆସିବା ସହ ମାନସିକ ସଚେତନତା ନେଇ ବିଭିନ୍ନ ଆଲୋଚନା କରିଥିଲେ ।

The post ‘ଏକ ସୱାଲ’ ତରଫରୁ ଜାରି ରହିଛି ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ । ମୋଟର ସାଇକେଲରେ ସାରା ଦେଶ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ first appeared on Kanak News.

from Kanak News
via <a href="https://ifttt.com/?

ବ୍ୟବହାର ହେଉନଥିବା ଦୋକାନ ଘରକୁ ନେଇ ବିଏମସିର କଠୋର ଆଭିମୁଖ୍ୟ । ମାଲିକ ପଦକ୍ଷେପ ନନେଲେ ହଟିବ ଦୋକାନ

କନକ ବ୍ୟୁରୋ : ରାସ୍ତା କଡ଼ରେ ବ୍ୟବହାର ନ ହୋଇ ପଡ଼ିରହିଥିବା ଭଙ୍ଗା ଦଦରା କ୍ୟାବିନ୍, କାଠ ଷ୍ଟ୍ରକଚରକୁ ଉଠାଇ ନେବ ବିଏମସି । ରାସ୍ତା କଡ଼ରେ ରହି ଜାଗା ମାଡ଼ିବସିବା ସହ ସହରକୁ ଅସୁନ୍ଦର କରୁଛି । ପରେ ଏହା ମଦୁଆଙ୍କ ଆଡ଼ା ପାଲଟୁଛି । ଏସବୁକୁ ହଟାଇ ଏହି ପରିତ୍ୟକ୍ତ ବା ଖାଲି ଜାଗାକୁ ବିଏମସି ପ୍ଲେସ ମେକିଂ ଯୋଜନାରେ ବ୍ୟବହାରଯୋଗ୍ୟ କରିବ । ବିଏମସି ଏହି ସବୁ ପରିତ୍ୟକ୍ତ କ୍ୟାବିନରେ ନୋଟିସ୍ ଲଗାଇବା ଆରମ୍ଭ କରିଛି । ପୁରା ସହରରେ ଖୋଜି ଖୋଜି ନୋଟିସ୍ ଲଗାଇବାକୁ ଯୋଜନା କରିଛି ଭୁବନେଶ୍ୱର ମହାନଗର ନିଗମ । ନୋଟିସର ଗୋଟିଏ ସପ୍ତାହ ମଧ୍ୟରେ କ୍ୟାବିନ୍ ବା ଷ୍ଟ୍ରକ୍ଚର ସମ୍ପୃକ୍ତ ମାଲିକ ନହଟାଇଲେ ବିଏମସି ଉଠାଇ ନେବ ବୋଲି ନୋଟିସରେ ଚେତାବନୀ ଦେଇଛି । ।

The post ବ୍ୟବହାର ହେଉନଥିବା ଦୋକାନ ଘରକୁ ନେଇ ବିଏମସିର କଠୋର ଆଭିମୁଖ୍ୟ । ମାଲିକ ପଦକ୍ଷେପ ନନେଲେ ହଟିବ ଦୋକାନ first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଜଳିଲା ବିଶାଳ ଧୂପକାଠି । ୫୦ କିଲୋମିଟର ପର୍ଯ୍ୟନ୍ତ ଭରି ଦେଉଛି ବାସ୍ନା

କନକ ବ୍ୟୁରୋ : ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟ ନିକଟତର ହେବା ସହ ପ୍ରତିଦିନ କିଛି ନା କିଛି ଭବ୍ୟ ଆୟୋଜନ ବିଷୟରେ ଶୁଣିବାକୁ ମିଳୁଛି । ବିଭିନ୍ନ ସ୍ଥାନରୁ ଆସୁଛି ଅନେକ ଉପହାର । ନବବଧୂ ପରି ସଜେଇ ହୋଇ ସାରିଲାଣି ଅଯୋଧ୍ୟା ନଗରୀ । ଏବେ ସମସ୍ତଙ୍କ ପ୍ରତୀକ୍ଷା ରହିଛି ପ୍ରତିଷ୍ଠା ଦିବସକୁ । ଏହି ଅବସରରେ ଶ୍ରୀରାମ ଜନ୍ମଭୂୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମହନ୍ତ ନୃତ୍ୟ ଗୋପାଳ ଦାସ ୧୦୮ ଫୁଟ ଲମ୍ବର ଏକ ସୁଗନ୍ଧିତ ଧୂପ କାଠି ଜଳାଇଛନ୍ତି । ସୁଗନ୍ଧିତ ଧୂପକାଠିଟି ଖାସ୍ ଗୁଜୁରାଟର ଭଦୋଦରାରୁ ଅଯୋଧ୍ୟାକୁ ଅଣାଯାଇଛି ।

ଜୟ ଶ୍ରୀରାମ ଧ୍ୱନି ସହ ବିଶାଳ ସମାବେଶରେ ଧୂପକାଠି ପ୍ରଜ୍ୱଳନ କରା ଯାଇଛି । ଆକାର ଅନୁସାରେ ଏହାର ସୁଗନ୍ଧ ପ୍ରାୟ ୫୦ କୋଲୋମିଟର ଯାଏଁ ପହଂଚିବ । ଏପରି ବିଶାଳ ସୁଗନ୍ଧଯୁକ୍ତ ଧୂପକାଠି ତିଆରି ପାଇଁ ଘିଅ, ଫୁଲର ଅଂଶ, ଗୋବର୍, ଅତର ତଥା ଅନେକ ଜଡିବୁଟରି ବ୍ୟବହାର କରାଯାଇଛି । ରାମ ମନ୍ଦିର ପ୍ରତିଷ୍ଠାକୁ ଆଖି ଆଗରେ ରଖି ଏହାର ପ୍ରସ୍ତୁତି କରା ଯାଇଥିବା ବେଳେ ସମ୍ପୂର୍ଣ୍ଣ ତିଆରି କରିବା ପାଇଁ ଦେଢ ମାସରୁ ଉଦ୍ଧ୍ୱର୍ ସମୟ ଲାଗି ଯାଇଥିଲା । ହେଲେ ଏହାର ପ୍ରସ୍ତୁତି ୬ ମାସ ଆଗରୁ ଆରମ୍ଭ ହୋଇ ଯାଇଥିଲା ।

ସାଢେ ୩ ହାତ ଚଉଡା ଧୂପ କାଠିଟିର ଓଜନ ୩ ହଜାର ୬୧୦ କିଲୋ ରହିଛି । ଥରେ ଜଳା ହେବା ପରେ ଏହା ପ୍ରାୟ ୧ମାସରୁ ୁ ଅଧିକ ସମୟ ଯାଏଁ ଅନବରତ ଜଳିବ ବୋଲି କୁହା ଯାଉଛି ।

The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଜଳିଲା ବିଶାଳ ଧୂପକାଠି । ୫୦ କିଲୋମିଟର ପର୍ଯ୍ୟନ୍ତ ଭରି ଦେଉଛି ବାସ୍ନା first appeared on Kanak News.

from Kanak News
via <a href="https://ifttt.com/?

ରାମମୟ ଅଯୋଧ୍ୟା ତ ହନୁମାନମୟ ସିନେମା ହଲ୍ । ଜାଣନ୍ତୁ ଏତେ କମ୍ ବଜେଟର ସିନେମା କିଭଳି ପ୍ରେକ୍ଷାଳୟରେ ଜିଣୁଛି ଦର୍ଶକଙ୍କ ହୃଦୟ

କନକ ବ୍ୟୁରୋ : ତେଲୁଗୁ ଅଭିନେତା ତେଜ୍ ସଜାଙ୍କ ଫିଲ୍ମ ହନୁମାନ ଦର୍ଶକଙ୍କ ଦ୍ୱାରା ବେଶ ଆଦ୍ରୁତ ହୋଇଛି । ଶୁକ୍ରବାର ଦିନ ଏହି ଚଳଚିତ୍ର ସିନେମା ପରଦାରେ ମୁକ୍ତି ଲାଭ କରିଥିଲା । ଏହି ଚଳଚିତ୍ରର ବଜେଟ୍ ବହୁତ ଅଧୀକ ନୁହଁ କି ଏଥିରେ କୌଣସି ବଡ ବଡ ସୁପରଷ୍ଟାର ମଧ୍ୟ ନାହାନ୍ତି । କିନ୍ତୁ ପ୍ରଥମ ପୋଷ୍ଟରରୁ ଲୋକମାନଙ୍କ ଆଗ୍ରହ ସୃଷ୍ଟି କରିଥିବା ଏହି ଚଳଚିତ୍ର ସିନେମା ହଲରେ ଯେଉଁଭଳି ପରିବେଶ ସୃଷ୍ଟି କରିଛି ତାହା କେହି ଆଶା କରିନଥିବେ ।

ଅଳ୍ପ ବଜେଟରେ ନିର୍ମିତ ଏହି ହନୁମାନ ଚଳଚିତ୍ରକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରୁଛନ୍ତି । ପୁରାଣ ଉପରେ ଆଧାରିତ ଏହି ଚଳଚିତ୍ରକୁ ସପରିବାର ଦେଖିବାର ସୁଯୋଗ ମିଳୁଥିବାରୁ ସିନେମା ହଲରେ ଭିଡ ଲାଗିଛି । ଏହି ଚଳଚିତ୍ର ତେଲୁଗୁରେ ମୁକ୍ତି ଲାଭ କରିବା ସହ ହିନ୍ଦୀ, ତାମିଲ, ମାଲାୟାଲମ ଏବଂ କନ୍ନଡ ଭଷାରେ ମଧ୍ୟ ମୁକ୍ତି ଲାଭ କରିଛି । ତେଲୁଗୁ ସହିତ ଏହା ହିନ୍ଦୀ ସଂସ୍କରଣରେ ମଧ୍ୟ ବହୁତ ରୋଜଗାର କରୁଛି । ହନୁମାନ ଚଳଚିତ୍ରର ଏପରି କ୍ରେଜ୍ ଯେ ସପ୍ତାହିକ ଛୁଟି ପରେବି ଫିଲ୍ମଟି ସୋମବାର ଦିନ ମଧ୍ୟ ଭଲ ରୋଜଗାର କରିଥିଲା ।

ମୁକ୍ତି ଲାଭ କରିବା ପୂର୍ବରୁ ହନୁମାନ ଚଳଚିତ୍ର ତେଲୁଗୁରେ ୪.୧୫ କୋଟି ଟଙ୍କା ରୋଜଗାର କରିସାରିଥିଲା ଏବଂ ଶୁକ୍ରବାର ଦିନ ସିନେମା ହଲରେ ମୁକ୍ତିଲାଭ କରି ପ୍ରଥମ ଦିନରେ ୮.୦୫ କୋଟି ଟଙ୍କା ରୋଜଗାର କରିଥିଲା । ଯେଉଁଥିରେ ହିନ୍ଦୀ ଭାଷାରେ ଫିଲ୍ମର ଆୟ ୨.୧ କୋଟି ଟଙ୍କା ଥିଲା । ଦ୍ୱିତୀୟ ଦିନରେ ହନୁମାନ ଚଳଚିତ୍ର ୧୨.୪୫ କୋଟି ଓ ତୃତୀୟ ଦିନରେ ୧୬ କୋଟି ଟଙ୍କା ରୋଜଗାର କରିବା ସହିତ ପ୍ରଥମ ସପ୍ତାହ ଶେଷରେ ମୋଟ ୪୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା ।

ସୂଚନାରୁ ଜଣା ପଡିଛି ଯେ ସପ୍ତାହର ଶେଷ ପରେ, ଲୋକମାନଙ୍କର କାର୍ଯ୍ୟ ଦିନରେ ମଧ୍ୟ ଏହି ଚଳଚିତ୍ର ୫୦ ପ୍ରତିଶତ ପର୍ଯ୍ୟନ୍ତ ରୋଜଗାର କରିଛି । କିନ୍ତୁ ସୋମବାର ଦିନ ଏହି ଚଳଚିତ୍ର ଏକ ଭିନ୍ନ ଚମତ୍କାର କରିଛି । ଚତୁର୍ଥ ଦିନରେ ଚଳଚିତ୍ରଟି ପ୍ରାୟ ୧୪.୫୦ କୋଟି ଟଙ୍କା ସଂଗ୍ରହ କରିଛି । ଅର୍ଥାତ୍ ଫିଲ୍ମଟି ଚତୁର୍ଥ ଦିନରେ ଯେତିକି ରୋଜଗାର କରିଛି ତାହା ପ୍ରଥମ ଏବଂ ଦ୍ୱିତୀୟ ଦିନର ରୋଜଗାର ଠାରୁ ଅଧିକ । ରବିବାର ତୁଳନାରେ ଚଳଚିତ୍ରର ସୋମବାର ରୋଜଗାରରେ ୧୦ ପ୍ରତିଶତ ବି କମ ହୋଇନାହିଁ । ହନୁମାନ ମୁଭି ମାତ୍ର ୪ଦିନରେ ଭାରତରେ ହାଫ୍ ସେଂଚୁରୀ ଠାରୁ ଅଧିକା ରୋଜଗାର କରିସାରିଛି ।

ହନୁମାନ ଫିଲ୍ମ ହିନ୍ଦୀ ସସ୍କରଣରେ ସିନେମା ହଲରେ ପ୍ରଥମ ଦିନରେ ୨.୧ କୋଟି ଟଙ୍କା ରୋଜଗାର କରିଥିଲା । କିନ୍ତୁ ଦିନ କୁ ଦିନ ଏହାର ରୋଜଗାର ହିନ୍ଦୀ ଭାଷାରେ ବଢିବାରେ ଲାଗିଛି । ପ୍ରଥମ ସପ୍ତାହରେ ହିନ୍ଦୀ ଭାଷାରେ ହନୁମାନ ୧୨ କୋଟି ଟଙ୍କା ରୋଜଗାର କରିସାରିଥିଲା ।

ହିନ୍ଦୀ ଭାଷାରେ ମୁକ୍ତି ଲାଭ କରିଥିବା ହନୁମାନ ୪ ଦିନରେ ୧୭ ରୋଟି ଟଙ୍କାର ରୋଜଗାର କରିସାରିଥିବା ବେଳେ ଏହାର ଲୋକପ୍ରିୟତା ବଢୁଥିବା ଦେଖିବା ପାଇଁ ମିଳିଛି ।

The post ରାମମୟ ଅଯୋଧ୍ୟା ତ ହନୁମାନମୟ ସିନେମା ହଲ୍ । ଜାଣନ୍ତୁ ଏତେ କମ୍ ବଜେଟର ସିନେମା କିଭଳି ପ୍ରେକ୍ଷାଳୟରେ ଜିଣୁଛି ଦର୍ଶକଙ୍କ ହୃଦୟ first appeared on Kanak News.

from Kanak News
via <a href="https://ifttt.com/?

ଶାଶୁ ଓ ବୋହୂ ଲଢେଇ ପହଞ୍ଚିଲା  ସୁପ୍ରିମକୋର୍ଟରେ : ପ୍ରଧାନ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ ଏହି ମାମଲା ଜାଣି ।

ଶାଶୁ ବୋହୁ ମଧ୍ୟରେ ଝଗଡା କିଛି ନୂଆ କଥା ନୁହେଁ । ହେଲେ ଯଦି  ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚେ ତେବେ ? ଆଜ୍ଞା ହଁ ଏହିପରି ଏକ ମାମଲା ଯାଇ ପହଞ୍ଚିଛି ପାକିସ୍ତାନର ସୁପ୍ରିମକୋର୍ଟରେ । ଯେଉଁଠାରେ ଶାଶୁ ଏବଂ ବୋହୂ ମଧ୍ୟରେ ୧୦ ତୋଳା ସୁନାକୁ ନେଇ ଏହି ବିବାଦ ଲାଗିଛି ।

କିଛି ପ୍ରସଙ୍ଗରେ ଶାଶୁ ଏବଂ ବୋହୂ ମଧ୍ୟରେ ଝଗଡା ପ୍ରାୟ ସାଧାରଣ କଥା । ପ୍ରାୟତଃ ସୁନା, ରୂପା କିମ୍ବା ଘର କାମକୁ ନେଇ ଶାଶୁ ଏବଂ ବୋହୂ ମଧ୍ୟରେ ଝଗଡା ହେଇଥାଏ । ଯେତେବେଳେ ଶାଶୁ ଏବଂ ବୋହୂ ଝଗଡା ସିଧା ଯାଇ ସୁପ୍ରିମକୋର୍ଟରେ ପହଞ୍ଚେ ସେତେବେଳେ କ’ଣ ହୁଏ ? ହଁ, ପାକିସ୍ତାନରେ ଏହାପରି ଏକ ଘଟଣା ଘଟିଛି । ପାକିସ୍ତାନର ସୁପ୍ରିମକୋର୍ଟରେ ଏକ ଅନନ୍ୟ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଶାଶୁ ଏବଂ ବୋହୂ ମଧ୍ୟରେ ୧୦ ତୋଳା ସୁନା ଉପରେ ବିବାଦ ଲାଗି ରହିଛି ।

ବାସ୍ତବରେ, ପାକିସ୍ତାନର ଜଣେ ମହିଳା ଆବେଦନକାରୀ ତାଙ୍କ ପୂର୍ବ ବୋହୂ ସହିତ ୧୦ ତୋଳା ସୁନାକୁ ନେଇ ବିବାଦ ଚାଲିଛି ।  ସାବିହା ଖାନୁମ ନାମକ ଏହି ମହିଳା ତାଙ୍କ ପୂର୍ବ ବୋହୂକୁ ୧୦ ତୋଳା ସୁନା ଦେବା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପାକିସ୍ତାନୀ ଶୀର୍ଷ କୋର୍ଟରେ ଆବେଦନ କରିଥିଲେ। ମଙ୍ଗଳବାର ଦିନ ପାକିସ୍ତାନର ପ୍ରଧାନ ବିଚାରପତି କାଜି ଫାଇଜସାଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି ।ଜିଓ ଟିଭି ଅନୁଯାୟୀ, ପ୍ରଧାନ ବିଚାରପତି କାଜୀ ଫାଇଜଇସା ଦୁଇ ମହିଳାଙ୍କ ମଧ୍ୟରେ ପାରିବାରିକ କଳହର ବିବରଣୀ ସମ୍ପର୍କରେ ଆବେଦନକାରୀ ମହିଳାଙ୍କ ଓକିଲ ଜୁଲଫିକର ନାକଭିଙ୍କୁ ପ୍ରଶ୍ନ କରିଥିଲେ। ଏହା ଉପରେ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ସୁନା ରଖିବା ସଂପର୍କରେ ଶାଶୁ ଏବଂ ବୋହୂ ମଧ୍ୟରେ ବିବାଦ ଥିଲା । ତା’ପରେ ପାକିସ୍ତାନୀ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ ତାଙ୍କ ବୋହୂ ଛାଡପତ୍ର ହୋଇଥିଲେ ଏବଂ ତାଙ୍କର ହକ-ଇ-ମେହେର (ବିବାହ ସମୟରେ ବରକୁ ଦିଆଯାଇଥିବା ବାଧ୍ୟତାମୂଳକ ଦେୟ ବା ଉପହାର) କ’ଣ ? ଦିଆ ଯାଇଥିବା ଏହି ସୁନା ଫେରେଇବା ପାଇଁ କୋର୍ଟ କହିଥିଲେ ।

The post ଶାଶୁ ଓ ବୋହୂ ଲଢେଇ ପହଞ୍ଚିଲା  ସୁପ୍ରିମକୋର୍ଟରେ : ପ୍ରଧାନ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ ଏହି ମାମଲା ଜାଣି । first appeared on Kanak News.

from Kanak News
via <a href="https://ifttt.com/?

କାନାଡା ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ କାନାଡା ମନ୍ତ୍ରୀ

କନକ ବ୍ୟୁରୋ : କାନାଡା ପାଠ ପଢିବାକୁ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତ ୩ମାସ ମଧ୍ୟରେ ୮୬ ପ୍ରତିଶତ କମିଛି । ଗତବର୍ଷ ଜୁନ୍ ମାସରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପରେ ଉଭୟ ଦେଶ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି । ଏହି କାରଣରୁ ଅନେକ ଛାତ୍ରଛାତ୍ରୀ ଏବେ କାନାଡା ଯିବାକୁ ରାଜି ହେଉ ନାହାଁନ୍ତି । ଏହା କହିଛନ୍ତି କି କାନାଡାର ଇମିଗ୍ରେସନ ମନ୍ତ୍ରୀ ।

ଗତବର୍ଷ ଜୁଲାଇ ରୁ ସେପ୍ଟେମ୍ବର ମାସ ମଧ୍ୟରେ ୧.୮ ଲକ୍ଷରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଯିବାକୁ ଅନୁମତି ମିଳିଥିଲା । ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ମାତ୍ର ୧୪,୯୧୦ ଜଣ ଛାତ୍ରଛାତ୍ରୀ ଷ୍ଟଡି ପରମିଟ୍ ପାଇଁ ଆବେଦନ କରିଥିଲେ । ଏଭଳି ଭାବେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଥିବା କୁହାଯାଉଛି ।

କାନାଡା ଇମିଗ୍ରେସନ ମନ୍ତ୍ରୀ ମାର୍କ ମିଲର କହିଛନ୍ତି କି, କାନାଡା ତରଫରୁ ଭାରତର ଛାତ୍ର ଛାତ୍ରୀଙ୍କୁ ମିଳୁଥିବା ଷ୍ଟଡି ପରମିଟରେ ହ୍ରାସ ଘଟିଛି । ୨୦୨୩ ଶେଷ ୩ମାସରେ ଏହି ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଛି । କାନାଡାରେ ଶିଖ୍ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟା ପରେ କୂଟନୈତିକ ବିବାଦ କାରଣରୁ ଭାରତୀୟ ଛାତ୍ରଙ୍କ ତରଫରୁ ଆବେଦନ ହ୍ରାସ ପାଇଛି । ହେଲେ ଖୁବଶୀଘ୍ର ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ମାର୍କ ମିଲର କହିଛନ୍ତି ।

୨୦୨୩ ସେପ୍ଟେମ୍ବର ୧୮ ତାରିଖରେ କାନାଡା ଅଭିଯୋଗ କରିଥିଲା କି, ଆତଙ୍କବାଦୀ ନିଜ୍ଜର ହତ୍ୟା ପଛରେ ଭାରତର ହାତ ରହିଛି । ଭାରତ ତରଫରୁ ଏହି ଅଭିଯୋଗକୁ ଖଣ୍ଡନ କରାଯିବା ସହ ୪୧ ଜଣ କାନାଡାର କୂଟନୈତିଜ୍ଞଙ୍କୁ ଭାରତ ଛାଡିବାକୁ ଆଦେଶ ଦେଇଥିଲା । ଅକ୍ଟୋବର ୨୦ ତାରିଖରେ ଭାରତରେ ରହୁଥିବା ୬୧ ଜଣ କାନାଡା କୂଟନୈତିଜ୍ଞଙ୍କ ମଧ୍ୟରୁ ୪୧ ଜଣଙ୍କୁ ଭାରତ ତରଫରୁ ବାହାର କରିଦିଆଯାଇଥିଲା ।

The post କାନାଡା ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ କାନାଡା ମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ରତ୍ନଭଣ୍ଡାର ଚାବି ହଜିବା ଘଟଣା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କୋର୍ଟରେ ମାମଲା

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ରିପୋର୍ଟ ସାର୍ବଜନୀନ ପାଇଁ ସରକାରଙ୍କ ଆଭିମୁଖ୍ୟ ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ। ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଥିଲା। ରତ୍ନଭଣ୍ଡାରରୁ ବହୁ ମୂଲ୍ୟ ସାମଗ୍ରୀ ଚୋରି ହୋଇ ଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ। ଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିସନ ଗଠନ କରିଥିଲେ। କମିସନ ନିଜର ତଦନ୍ତ ଶେଷ କରି ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଏବେ ଯାଏ ଏହାକୁ ସାର୍ବଜନିତ କରାଯାଉନାହିଁ।

The post ରତ୍ନଭଣ୍ଡାର ଚାବି ହଜିବା ଘଟଣା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କୋର୍ଟରେ ମାମଲା first appeared on Kanak News.

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି, ଅନ୍ତରୀଣ ସୁରକ୍ଷା ଫେବୃଆରୀ ୧ ଯାଏଁ ବଳବତ୍ତର

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ୨୦୨୪, ଫେବ୍ରୁଆରି ୧ ତାରିଖ ପର୍ୟ୍ୟନ୍ତ ବଢିଛି। ସାଲେପୁର ଜେଏମଏଫସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ବିରୋଧରେ ପ୍ରତାପ ଜେନା ଦାୟର କରିଥିବା ଆବେଦନ (କ୍ରିମିନାଲ ରିଭିଜନ)ର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ଆସନ୍ତା ଫେବ୍ରୁଆରି ପହିଲା ଯାଏଁ ବଳବତ୍ତର ରହିଛି। ଉଭୟ ପକ୍ଷଙ୍କ ସହମତିରେ ହାଇକୋର୍ଟ ଶୁଣାଣି ଘୁଞ୍ଚାଇଛନ୍ତି। ଆଗାମୀ ଫେବ୍ରୁଆରି ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ନୋଟିସ୍ ଜାରି କରିବା ସହିତ ନିମ୍ନ ଅଦାଲତ ରେକର୍ଡ ତଲବ କରିଥିଲେ। ଡିସେମ୍ବର ୧୯ ପର୍ୟ୍ୟନ୍ତ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନଭେମ୍ବର ୨ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତର ଫଳାଫଳ ବିରୋଧରେ ରମାକାନ୍ତ ବରାଳ ସାଲେପୁର ଜେଏମଏଫସି ଅଦାଲତରେ ପ୍ରୋଟେଷ୍ଟ୍‌ ପିଟିସନ ଦାଖଲ କରିଥିଲେ।

ଅଦାଲତ ଏହି ପିଟିସନର ଶୁଣାଣି କରି ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫୋନ୍ ବାର୍ତ୍ତାଳାପର ରେକର୍ଡ (ସିଡିଆର) ଯାଞ୍ଚ କରିବାକୁ ଅଦାଲତ କହିଥିଲେ। ଏହାପରେ ପୁଲିସ ପୁଣି ତଦନ୍ତ କରିଥିଲା। କିନ୍ତୁ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା ଓ ପୁଲିସ ଫାଇନାଲ ଫର୍ମ ଦାଖଲ କରିଥିଲା। ଏହାପରେ ପୁଣି ଅଦାଲତରେ ପ୍ରୋଟେଷ୍ଟ୍‌ ପିଟିସନ ଦାଖଲ କରାଯାଇଥିଲା। ଏହି ପ୍ରୋଟେଷ୍ଟ୍‌ ପିଟିସନର ଅଦାଲତ ଶୁଣାଣି କରି ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏହି କଗନିଜାନ୍ସ ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ପ୍ରତାପ ଜେନାଙ୍କ ଆବେଦନରେ ଦର୍ଶାଯାଇଛି। କୁଳମଣି ବରାଳଙ୍କ ତରଫରୁ ଆଇନଜୀବୀ ପି.କେ.ଭୂୟାଁ, ପ୍ରବୀଣ କାନୁନଗୋ ମାମଲା ପରିଚାଳନା କରୁଛନ୍ତି।

The post ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି, ଅନ୍ତରୀଣ ସୁରକ୍ଷା ଫେବୃଆରୀ ୧ ଯାଏଁ ବଳବତ୍ତର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started