ରାସ୍ତା ପାଇଁ ରୋଗୀଙ୍କ ପାଖରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଗୁରୁତର ଅବସ୍ଥାରେ ରୋଗୀକୁ ଷ୍ଟ୍ରେଚରରେ ବୋହିନେଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ ।

କନକ ବ୍ୟୁରୋ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡେ । ଫଳରେ ସେଠିକାର ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏପରିକି ଅନେକ ସମୟରେ ରୋଗୀ ଠିକ ସମୟରେ ହସ୍ପିଟାଲ ନଯାଇପାରି ଗୁରୁତର ହୋଇଯିବାର ଅନେକ ନଜିର ମଧ୍ୟ ରହିଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡ ବ୍ଳକ ଆବରସିଂହ ଗାଁରେ ।

ଏହି ଗାଁକୁ ଭଲ ରାସ୍ତାନଥିବାରୁ ଆମ୍ବୁଲାନ୍ସ ପଶିପାରିନଥିଲା । ଫଳରେ ମହିଳାଙ୍କୁ ଆମ୍ବୁଲାନ୍ସ ଯାଏଁ ୨ କିଲୋମିଟର ବାଟ ଷ୍ଟ୍ରେଚରରେ ବୋହିନେଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ । ଏଭଳି ସମସ୍ୟ ଭିତରେ ରୋଗୀକୁ ରାୟଗଡ ହସ୍ପିଟାଲରେ ପହଞ୍ଚାଇବବେଳକୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଛି ।

The post ରାସ୍ତା ପାଇଁ ରୋଗୀଙ୍କ ପାଖରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଗୁରୁତର ଅବସ୍ଥାରେ ରୋଗୀକୁ ଷ୍ଟ୍ରେଚରରେ ବୋହିନେଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ । first appeared on Kanak News.

from Kanak News
via <a href="https://ifttt.com/?

ସଫ୍ଟୱେର କମ୍ପାନୀଙ୍କୁ ଘାରିଛି ବାଘ ଡର । ଇନଫୋସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ, ବଦଳିଲା ଟିସିଏସ୍ କର୍ମଚାରୀଙ୍କ ଡ୍ୟୁଟି ସମୟ ।

କନକ ବ୍ୟୁରୋ: ବାଘ ଡରରେ ଆତଙ୍କିତ ସଫ୍ଟୱେର କମ୍ପାନୀ କର୍ମଚାରୀ । ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋର ସ୍ଥିତ ଇଣ୍ଟରନ୍ୟାସନାଲ ସଫ୍ଟୱେର କମ୍ପାନୀ ଇନଫୋସିସ୍ ଓ ଟିସିଏସ୍ ତରଫରୁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଯେଉଁଥିରେ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟିସିଏସ୍ କର୍ମଚାରୀଙ୍କୁ ମଙ୍ଗଳବାର ନିର୍ଦ୍ଧାରିତ ସମୟ ଠାରୁ ଭିନ୍ନ ସମୟରେ ଆସିବାକୁ କୁହାଯାଇଥିଲା । ଯେଉଁମାନେ ସକାଳ ସିଫ୍ଟରେ ଆସିବା କଥା ସେମାନଙ୍କୁ ଦିନ ଥାଇ ଅଫିସ ଛାଡିବାକୁ କୁହାଯାଇଥିବାବେଳେ ଯେଉଁମାନଙ୍କର ରାତି ସିଫ୍ଟ ସେମାନଙ୍କୁ ସନ୍ଧ୍ୟା ପୁର୍ବରୁ ଅଫିସରେ ପହଞ୍ଚିବାକୁ କୁହାଯାଇଛି ।

ଇନ୍ଦୋର ସ୍ଥିତ ସୁପର କରିଡରରେ ମଙ୍ଗଳବାର କଲରାପତରିଆ ବାଘ ଦେଖାଯିବା ପରେ ସେଠାରେ କୋକୁଆ ଭୟ ଦେଖାଯାଇଛି । ତେବେ ବନ ବିଭାଗ ପହଞ୍ଚି ଖୋଜିବା ଆରମ୍ଭ କରିଛି । ବିଭାଗୀୟ ଅଧିକାରୀଙ୍କ ଠାରୁ କୌଣସି ନିର୍ଦ୍ଦେଶ ନପାଇବା ଯାଏ ଜାରି ହୋଇଥିବା ଆଡଭାଇଜରୀ ଅନୁସାରେ କାମ କରିବାକୁ କୁହାଯାଇଛି ।

The post ସଫ୍ଟୱେର କମ୍ପାନୀଙ୍କୁ ଘାରିଛି ବାଘ ଡର । ଇନଫୋସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ, ବଦଳିଲା ଟିସିଏସ୍ କର୍ମଚାରୀଙ୍କ ଡ୍ୟୁଟି ସମୟ । first appeared on Kanak News.

from Kanak News
via <a href="https://ifttt.com/?

ମୋହୁଆ ମୋଇତ୍ରଙ୍କର ବଢୁଛି ଅଡୁଆ । ସରକାରୀ ଆବାସ ଖାଲି କରିବାକୁ ନୋଟିସ୍ ପରେ ନୋଟିସ୍ ।

କନକ ବ୍ୟୁରୋ: ବଢିଲା ଟିଏମସି ନେତା ମହୁଆ ମୋଇତ୍ରୋଙ୍କ ଅଡୁଆ । ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ୍ । ଡିସେମ୍ବର ମାସରେ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ, ଏବେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ଏନେଇ ସମ୍ପଦା ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି । ପ୍ରଥମେ ତାଙ୍କୁ ଘର ଖାଲି କରିବାକୁ ଗୋଟିଏ ମାସର ସମୟ ଦିଆଯାଇଥିଲା । ଏନେଇ କୋର୍ଟକୁ ଯିବାକୁ ମଧ୍ୟ ଅନୁମତି ମିଳିଥିଲା । ହେଲେ ଏବେ ଯଦି ସେ ସରକାରୀ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କୁ ଜୋର ଜବରଦସ୍ତ ଘରୁ ବାହାର କରାଯିବ ବୋଲି କୁହାଯାଇଛି ।

ପ୍ରଥମେ ମହୁଆ ମୋଇତ୍ରଙ୍କୁ ଜାନୁଆରୀ ୭ ଭିତରେ ଘର ଖାଲି କରିବାକୁ ନିର୍ଦ୍ଦେଶ ମିଳିଥିଲା । ଆଉ ଏହା ପରେ ତାଙ୍କୁ ୮ ତାରିଖରେ ସମ୍ପଦା ନିର୍ଦ୍ଦେଶାଳୟ ପୁଣି ନୋଟିସ୍ କରିଥିଲା । ତିନି ଦିନ ଭିତରେ ଏହି ନୋଟିସର ଜବାବ ଦେବା ସହିତ, ସେ କାହିଁକି ସରକାରୀ ଆବାସ ଖାଲି କରିନାହାଁନ୍ତି ସେ ନେଇ ପଚରାଯାଇଥିଲା । ଏହାପରେ ଜାନୁଆରୀ ୧୨ ତାରିଖରେ ମୋହୁଆ ମୋଇତ୍ରଙ୍କୁ ତୃତୀୟ ନୋଟିସ୍ ପଠାଯାଇଥିଲା । ଆଉ ଘର ଖାଲି କରିବାକୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ, ତାଙ୍କୁ ସରକାରୀ ଆବାସରୁ ହଟିବାକୁ ହେବ । ହେଲେ ନୋଟିସ୍ ପରେ ବି ସେ ସରକାରୀ ଆବାସ ଛାଡିନାହାଁନ୍ତି । ନିୟମ ଅନୁସାରେ ଏକ ମାସ ପରେ ସେ ଏହି ଘର ଛାଡିଦେବା ଉଚିତ୍ । ହେଲେ ଯଦି ସେ ସରକାରୀ ଆବାସ ଖାଲି ନକରନ୍ତି, ତେବେ ଜୋର ଜବରଦସ୍ତ ବଙ୍ଗଳାକୁ ଖାଲି କରାଯିବ ବୋଲି ସୂଚନା ମିଳିଛି ।

The post ମୋହୁଆ ମୋଇତ୍ରଙ୍କର ବଢୁଛି ଅଡୁଆ । ସରକାରୀ ଆବାସ ଖାଲି କରିବାକୁ ନୋଟିସ୍ ପରେ ନୋଟିସ୍ । first appeared on Kanak News.

from Kanak News
via <a href="https://ifttt.com/?

ଡାକ୍ତରଙ୍କ ଅବହେଳା ଯୋଗୁଁ ଯନ୍ତ୍ରଣାରେ କଲବଲ କୁନି ପୁଅ । ଚିକିତ୍ସା ବେଳେ ଗୋଡରେ ଛାଡିଦେଲେ ଛୁଞ୍ଚି, ଧୀରେ ଧୀରେ ପଚିବାକୁ ଲାଗିଲା ଗୋଡ ।

କନକ ବ୍ୟୁରୋ: ବିହାରର ମୁଜାଫରପୁର ଜିଲ୍ଲାରୁ ସ୍ୱାସ୍ଥ୍ୟ ବିଭାଗର ବଡ ଅବହେଳା ସାମ୍ନାକୁ ଆସିଛି । ବାସ୍ତବରେ ମୁଜାଫରପୁରର ଏକ ସ୍କୁଲରେ ଗଛ ପଡ଼ି ଆହତ ହୋଇଥିବା ଶିଶୁର ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ପୋଷାକ ପିନ୍ଧିବା ସମୟରେ ଶିଶୁର ଗୋଡ଼ରେ ଛୁଞ୍ଚି ରଖିଥିଲେ। ଏହି ସମୟରେ ଶିଶୁଟିର ଗୋଡ଼ରେ ଯନ୍ତ୍ରଣା ବଢିବାରେ ଲାଗିଥିଲା ଏବଂ ଧୀରେ ଧୀରେ ତା’ର ଗୋଡ଼ ପଚିବା ଅବସ୍ଥାରେ ପହଞ୍ଚିଯାଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ଶିଶୁଟିକୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ସୂଚନା ମୁତାବକ, ନଭେମ୍ବର ମାସରେ ମୁଜାଫରପୁର ଜିଲ୍ଲାର ଏକ ସରକାରୀ ସ୍କୁଲରେ ଏକ ପିପଲ ଗଛ ଖସି ପଡ଼ିବାରୁ ଅନେକ ଛାତ୍ର ଆହତ ହୋଇଥିଲେ। ଏହି ସମୟରେ ଆହତ ଶିଶୁ ମହମ୍ମଦ ଶାହନୱାଜଙ୍କ ପୋଷାକ ପିନ୍ଧିବା ସମୟରେ ଶିଶୁର ଗୋଡରେ ସିଲେଇ ହୋଇଥିବା ଛୁଞ୍ଚିକୁ ଛାଡି ପ୍ଲାଷ୍ଟର କରାଯାଇଥିଲା, ଯାହା ଫଳରେ ଶିଶୁର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା । ଶିଶୁର ଯନ୍ତ୍ରଣା ବଢିବା ପରେ ପରିବାର ଲୋକେ ମଧ୍ୟ ପାଟନାର ପିଏମସିଏଚରେ ପହଞ୍ଚିଥିଲେ ।

କିନ୍ତୁ କୌଣସି ପ୍ରକାରର ସହାୟତା ନମିଳିବାରୁ ପରିବାର ଲୋକେ ଶିଶୁଟିକୁ ମୁଜାଫରପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଶିଶୁର ଗୋଡ଼ରେ ଏକ୍ସ-ରେ ସମୟରେ ଛୁଞ୍ଚି ଠାବ ହୋଇଥିଲା। ଏହାପରେ ସେଠାରେ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଛନ୍ତି । ।

The post ଡାକ୍ତରଙ୍କ ଅବହେଳା ଯୋଗୁଁ ଯନ୍ତ୍ରଣାରେ କଲବଲ କୁନି ପୁଅ । ଚିକିତ୍ସା ବେଳେ ଗୋଡରେ ଛାଡିଦେଲେ ଛୁଞ୍ଚି, ଧୀରେ ଧୀରେ ପଚିବାକୁ ଲାଗିଲା ଗୋଡ । first appeared on Kanak News.

from Kanak News
via <a href="https://ifttt.com/?

ନ୍ୟାୟ ପାଇଁ ପ୍ରେମିକ ଦୁଆରେ ପ୍ରେମିକା । ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ ।

କନକ ବ୍ୟୁରୋ: ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଘର ଆଗରେ ପ୍ରେମିକା ଧାରଣା ଦେଇଥିବାବେଳେ ପ୍ରେମିକ ଘର ଛାଡି ଫେରାର ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ଯାଞ୍ଚ କରୁଥିବା ଜଣାପଡିଛି ।
ନବରଙ୍ଗପୁର ପାପଡାହାଣ୍ଡି ଚାନ୍ଦିଲି ଗାଁରେ ଘଟିଛି ଏଭଳି ଘଟଣା ।

ଯୁବତୀଙ୍କ କହିବା ଅନୁସାରେ ଗତ ୯ ମାସ ହେବ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିବାବେଳେ ଦୁହେଁ ତାମିଲନାଡୁ ଯାଇ ସେଠାରେ ପାଖାପାଖି ୩ ମାସ ରହିଥିଲେ । ଯୁବକ ଜଣକ ତାଙ୍କୁ ତାମିଲନାଡୁରେ ଛାଡି ଘରକୁ ପଳାଇଆସିଥିଲେ । ବାପା , ମା’ଙ୍କୁ ବୁଝାଇ ତାଙ୍କୁ ଘରକୁ ନେବା ସହ ବିବାହ କରିବାକୁ କହିଥିଲେ ବି ଆଉ ଫେରିନଥିଲେ । ଏବେ ପ୍ରେମିକା ତାଙ୍କ ଘର ସାମ୍ନାରେ ବସିଥିବାବେଳେ ଧରାଛୁଆଁ ଦେଉନି ପ୍ରେମିକ ।

The post ନ୍ୟାୟ ପାଇଁ ପ୍ରେମିକ ଦୁଆରେ ପ୍ରେମିକା । ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ପହଞ୍ଚିଲେ ରାମାୟଣ ସିରିଏଲରେ ଅଭିନୟ କରିଥିବା ରାମ ଓ ସୀତା । କହିଲେ, ରାମ ମନ୍ଦିର କୋଟି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଓ ପରିଚୟ ପାଲଟିବ ।

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଖେଳିଯାଇଛି । ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ଅଯୋଧ୍ୟା ମୁହାଁ ହେଉଛନ୍ତି । ନିମନ୍ତ୍ରଣ ପାଇବା ପରେ ରାମାୟଣ ସିରିଏଲରେ ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ଅଯୋଧ୍ୟା ପହଂଚିଛନ୍ତି ।

ଅଭିନେତା ଅରୁଣ ଗୋଭିଲ, ଦୀପିକା ଚିଖଲିୟା ଓ ଅଭିନେତା ସୁନୀଲ ଲହରିଙ୍କୁ ଲୋକେ ପାଦ ଛୁଇଁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି । ଅଯୋଧ୍ୟାରେ ଗଣମାଧ୍ୟମ ଆଗରେ ଅଭିନେତା କହିଛନ୍ତି ରାମଜନ୍ମଭୂମିରେ ତିଆରି ହେଉଥିବା ରାମଲଲାଙ୍କ ମନ୍ଦିର ସାରା ବିଶ୍ୱକୁ ପ୍ରେରଣା ଯୋଗାଇବ । ରାମ ମନ୍ଦିର କୋଟି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଓ ପରିଚୟ ପାଲଟିବ । ସାରା ବିଶ୍ୱ ଦେଖିବ ପୁରୁଷୋତ୍ତମ ରାମଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଆଉ ସେହି ଐତିହାସିକ ମୁହୂର୍ତର ସାକ୍ଷୀ ହେବାକୁ ଥିବାରୁ ରୋମାଂଚିତ ଅନୁଭବ କରୁଥିବା କହିଛନ୍ତି ଅରୁଣ ଗୋଭିଲ ।

The post ଅଯୋଧ୍ୟାରେ ପହଞ୍ଚିଲେ ରାମାୟଣ ସିରିଏଲରେ ଅଭିନୟ କରିଥିବା ରାମ ଓ ସୀତା । କହିଲେ, ରାମ ମନ୍ଦିର କୋଟି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଓ ପରିଚୟ ପାଲଟିବ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦ । ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଶେଷ ଟି-୨୦ ଖେଳିବ ରୋହିତ ବାହିନୀ ।

କନକ ବ୍ୟୁରୋ : ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦, ସିରିଜ୍ ମୂଳପୋଛ ଲକ୍ଷ୍ୟରେ ରୋହିତ ବାହିନୀ । ପୂର୍ବ ଦୁଇଟି ମ୍ୟାଚରେ ସହଜ ବିଜୟ ସହ ଟିମ୍ ଇଣ୍ଡିଆ ସିରିଜ କବଜା କରି ସାରିଥିବା ବେଳେ ବାଙ୍ଗାଲୋରରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ ଜିତି ଭାରତ ସିରିଜ ମୂଳପୋଛ ଲକ୍ଷ୍ୟରେ ରହିଛି । ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଏହା ଶେଷ ଟି-୨୦ ମ୍ୟାଚ, ତେଣୁ ଏହି ଶେଷ ମ୍ୟାଚରେ ଦଳ ପକ୍ଷରୁ ପରୀକ୍ଷାମୂଳକ ନିଷ୍ପତି ନିଆଯାଇପାରେ ।

ବିଶ୍ୱକପକୁ ଆଉ ୫ ମାସ ସମୟ ବାକି ରହିଛି । କିନ୍ତୁ ଏହି ସିରିଜ ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନ ବେଶ ଗୁରୁତ୍ୱ ବହନ କରୁଛି । ଶେଷ ମ୍ୟାଚରେ ସଞ୍ଜୁ ସାମସନ, କୁଳଦୀପ ଯାଦବ ଓ ଅବେଶ ଖାନଙ୍କ ମଧ୍ୟରୁ ଜଣକୁ ଖେଳାଇପାରନ୍ତି ରୋହିତ । ସେହିପରି ଗତ ମ୍ୟାଚରେ ୨୦୦ ଟି-୨୦ ୱିକେଟ ପୂରଣ କରିଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ଶେଷ ମ୍ୟାଚରେ ସୁଯୋଗ ମିଳିପାରେ । ଅପରପକ୍ଷେ ଆଫଗାନିସ୍ତାନ ବୋଲର ଭାରତୀୟ ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିବାକୁ ସଂଘର୍ଷ କରି ଆସୁଛନ୍ତି । ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି ଆଫଗାନିସ୍ତାନ ।

The post ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦ । ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଶେଷ ଟି-୨୦ ଖେଳିବ ରୋହିତ ବାହିନୀ । first appeared on Kanak News.

from Kanak News
via <a href="https://ifttt.com/?

ଜମୁଛି ବରଗଡ଼ ଧନୁଯାତ୍ରା । କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣ, କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଞ୍ଚାଇବା ପାଇଁ ଗୋପପୁର ନେଲେ ବାସୁଦେବ ।

କନକ ବ୍ୟୁରୋ : ଜମୁଛି ବରଗଡ ଧନୁଯାତ୍ରା, କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣ । କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଂଚାଇବା ପାଇଁ ଗୋପପୁର ନେଲେ ବାସୁଦେବ । ଏପଟେ କଂସ ଦରବାରରେ ନାଚଗୀତର ଆସର ଜମିଛି । ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜ କଂସ ନଗର ଭ୍ରମଣରେ ବାହାରିଥିବା ବେଳେ ପ୍ରଜାଙ୍କ ମନୋରଂଜନ ପାଇଁ ରଙ୍ଗମହଲର ଉଦଘାଟନ କରିଛନ୍ତି ।

ଅନ୍ୟପଟେ କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି । ଦୈବୀବାଣୀ ପରେ ଦେବକୀଙ୍କ ଗର୍ଭର ସମସ୍ତ ସନ୍ତାନକୁ କଂସ ହତ୍ୟା କରୁଥିବାରୁ, ଅଷ୍ଟମ ଗର୍ଭର ସନ୍ତାନକୁ ବଂଚାଇବାକୁ ବାସୁଦେବ ନବଜାତ ଶ୍ରୀକୃଷ୍ଣକୁ ଧରି ଗୋପପୁର ଯାଇଛନ୍ତି । ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ଦୃଶ୍ୟ ଅଭିନୀତ ହୋଇଛି । କୃଷ୍ଣଙ୍କ ଜନ୍ମକୁ ନେଇ ଗୋପପୁରର ନନ୍ଦ ରାଜାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଆଜି ତୃତୀୟ ଦିନରେ ମହାରାଜ କଂସ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହ ବିଜୁଳି କନ୍ୟାର ଶୂନ୍ୟବାଣୀ ଶ୍ରୀକୃଷ୍ଣଙ୍କୁ ମାରିବାକୁ ଗୋପକୁ ଷଡମଲ୍ଲ ଏବଂ ପୁତନାକୁ ପ୍ରେରଣ କରିବାର ଦୃଶ୍ୟ ପରିବେଷଣ କରାଯିବ । ୧୧ ଦିନ ଧରି ବରଗଡ଼ ଧନୁଯାତ୍ରା ଚାଲିବାକୁ ଥିବା ବେଳେ ଏହି ଅବସରରେ ମେଳା ଓ ମୀନାବଜାରର ଆସର ଜମିଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବରଗଡ଼ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

The post ଜମୁଛି ବରଗଡ଼ ଧନୁଯାତ୍ରା । କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣ, କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଞ୍ଚାଇବା ପାଇଁ ଗୋପପୁର ନେଲେ ବାସୁଦେବ । first appeared on Kanak News.

from Kanak News
via <a href="https://ifttt.com/?

ମିଳିଲାନି ମହାପ୍ରୟାଣ ଗାଡି, ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ସୁନ୍ଦରଗଡରୁ ଆସିଲା ଅଭାବନୀୟ ଖବର ।

କନକ ବ୍ୟୁରୋ : ମୃତଦେହକୁ ମିଳିଲାନି ମାନବୀୟ ସମ୍ମାନ । ମେଡିକାଲରୁ ଘରକୁ ମୃତଦେହ ନେବା ପାଇଁ ଅସହାୟ ପରିବାରକୁ ମିଳିଲାନି ମହାପ୍ରୟାଣ ଗାଡି । ଶେଷରେ ବାଧ୍ୟ ହୋଇ ମୃତଦେହକୁ ହାତରେ ଟେକି ଟେକି ନେଲେ ସଂପର୍କୀୟ । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ହସ୍ପିଟାଲ ପରିସରରୁ ପ୍ରାୟ ଗୋଟିଏ କିଲୋମିଟର ଚାଲି ଚାଲି ଶବକୁ ନେବା ପରେ ଏକ ଘରୋଇ ଗାଡି କରି ଘରକୁ ନେଇଛନ୍ତି ।

ସୁନ୍ଦରଗଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହର ଏଭଳି ଅସମ୍ମାନ ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମୃତକ ହେଉଛନ୍ତି ସନ୍ଦରଗଡ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ । ୫ ଦିନ ତଳେ ମେଡିକାଲରେ ଭର୍ତି ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । ଆଜି ହଠାତ୍ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତି କରିଥିଲେ । ହେଲେ ମେଡିକାଲରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ମୃତଦେହ ନେବାକୁ ପରିବାର ଲୋକେ ମହାପ୍ରୟାଣ ଗାଡିକୁ ଯୋଗାଯୋଗ କରିଥିଲେ । ପରିବାର ଲୋକେ ଯେତେ କାକୁତି ମିନତି କଲେ ମଧ୍ୟ ମହାପ୍ରୟାଣ ଗାଡି ମିଳିନଥିଲା । ଟୋଲ ଫ୍ରି ନମ୍ବରରେ ଫୋନ କଲେ ବି କେହି ଉତର ଦେଲେ ନାହିଁ । ଶେଷରେ କିଛି ଉପାୟ ନପାଇ ପରିବାର ଲୋକେ ଶବକୁ ଟେକି ଟେକି ପାଖାପାଖି ଗୋଟିଏ କିଲୋମିଟର ନେବା ପରେ ଏକ ଘରୋଇ ଗାଡି ଭଡା କରି ନିଜ ଗାଁକୁ ଫେରିଥିଲେ ।

The post ମିଳିଲାନି ମହାପ୍ରୟାଣ ଗାଡି, ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ସୁନ୍ଦରଗଡରୁ ଆସିଲା ଅଭାବନୀୟ ଖବର । first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନ ସୀମାରେ ପଶି ଏୟାର ଷ୍ଟ୍ରାଇକ କଲା ଇରାନ । ପରିଣାମ ଭୋଗିବାକୁ ଚେତାବନୀ ଦେଲା ପାକିସ୍ତାନ ।

କନକ ବ୍ୟୁରୋ : ପାକିସ୍ତାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ୍ । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲର ତିନି ଠିକଣା ଧ୍ୱସ୍ତ । ମଙ୍ଗଳବାର ବେଲୁଚିସ୍ତାନ ପଜଂଗୁର ଇଲାକାରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । ଜୈଶ ଅଲ ଅଦଲ ପକ୍ଷରୁ ଇରାକ ଓ ସିରିଆ ଉପରେ ମିଶାଇଲ ଆକ୍ରମଣର ଗୋଟିଏ ଦିନ ପରେ ପ୍ରତିଆକ୍ରମଣ କରାଯାଇଛି । ଏହି ସର୍ଜିକାଲ ଷ୍ଟ୍ରାଇକରେ ଘନ ଘନ ମିସାଇଲ ମାଡ଼ରେ ୩ ଆତଙ୍କୀ ଆଡ୍ଡା ସମ୍ପ୍ରୂ୍ଣ୍ଣ ଧ୍ୱଂସ ହୋଇଥିବା ଇରାନ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆତଙ୍କୀ ସଂଗଠନ ପାକିସ୍ତାନ ସୀମାରେ ରହି ଇରାକ ସୁରକ୍ଷା ବଳ ଉପରେ ପୂର୍ବରୁ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଛି ।

ଇରାନ ଏହି ଆକ୍ରମଣରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ବ୍ୟବହାର କରି ପରମାଣୁ ଶକ୍ତିସମ୍ପର୍ଣ୍ଣ ପାକିସ୍ତାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ସେପଟେ ପାକିସ୍ତାନ ଏହି ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ନେଇ ସୂଚନା ଦେବା ସହ ଇରାନକୁ ଏହି ଆକ୍ରମଣର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି ।

The post ପାକିସ୍ତାନ ସୀମାରେ ପଶି ଏୟାର ଷ୍ଟ୍ରାଇକ କଲା ଇରାନ । ପରିଣାମ ଭୋଗିବାକୁ ଚେତାବନୀ ଦେଲା ପାକିସ୍ତାନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started