ସେନା ଶକ୍ତିରେ ଏବେ ବି ରାଜ୍ କରୁଛି ଆମେରିକା । ଚାଇନା ଓ ଋଷିଆକୁ ଅନେକ କ୍ଷେତ୍ରରେ ଦେଉଛି ଟକ୍କର

କନକ ବ୍ୟୁରୋ : ସାରା ବିଶ୍ୱରେ ଥିବା ଦେଶମାନଙ୍କର ସେନା ଶକ୍ତି ରାଙ୍କିଙ୍ଗ୍ ପ୍ରସ୍ତୁତ କରୁଥିବା ସଂସ୍ଥା ଗ୍ଲୋବାଲ ଫାୟାରପାୱାର ଚଳିତ ବର୍ଷ ନୂଆ ସୂଚୀ ଜାରି କରିଛି । ଏହି ର୍ୟାଙ୍କିଙ୍ଗରେ ଆମେରିକା ପ୍ରଥମ ସ୍ଥାନରେ ରହିଛି ଓ ଭାରତ ଚତୁର୍ଥ ସ୍ଥାନରେ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କ୍ରମାଗତ ଭାବେ ଋଷ ଓ ଚୀନ ରହିଛି ।

ଏହି ସୂଚୀ ପ୍ରସ୍ତୁତ କରିବାକୁ ଗ୍ଲୋବାଲ ଫାୟାରପାୱାର ଭିନ୍ନ ଭିନ୍ନ ବିନ୍ଦୁ ଉପରେ ଫୋକସ କରିଛି । ଏହି ତଥ୍ୟ ମୁତାବକ ଏବେ ଆମେରିକା ସେନା ଶକ୍ତିରେ ପ୍ରଥମ ସ୍ଥାନରେ ରହିଛି । ଏହି ତାଲିକାରେ ମୋଟ ୧୪୫ ଟି ଦେଶକୁ ସାମିଲ କରାଯାଇଛି । ଏଥିରେ ମୋଟ ୬୦ ଟି ବିନ୍ଦୁ ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଶେଷ କରି ସୈନିକ ସଂଖ୍ୟା, ସାମରିକ ଅସ୍ତ୍ରଶସ୍ତ୍ର, ଆର୍ଥିକ ସ୍ଥିରତା, ଭୌଗଳିକ ସ୍ଥିତିକୁ ସାମିଲ କରାଯାଇଛି ।

ତାଲିକାରେ କ୍ରମାଗତ ଭାବେ ଥିବା ଦେଶଗୁଡିକ ହେଉଛି , ଆମେରିକା, ଋଷ, ଚୀନ, ଭାରତ, ଦକ୍ଷିଣ କୋରିଆ, ୟୁନାଇଟେଡ୍ କିଙ୍ଗଡନ, ଜାପାନ, ତୁର୍କି, ପାକିସ୍ତାନ, ଇଟାଲି, ଭୁଟାଲ, ମାଲ୍ଦବା, ସୁରିନାମ, ସୋମାଲିଆ, ବେନିନ୍, ଲାଇବେରିଆ, ସିୟେରା ଲିୟୋନ, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ, ଆଇସିଲ୍ୟାଣ୍ଡ ।

ପ୍ରସ୍ତୁତ ହୋଇଥିବା ତାଲିକା ମୁତାବକ ଭାରତ ପାଖରେ ୬୦୬ଟି ଯୁଦ୍ଧ ବିମାନ ରହିଛି । ଏଥିରୁ ୧୩୦ ଟି ଆକ୍ରମଣ କରିପାରୁଥିବା ଯୁଦ୍ଧ ବିମାନ, ୨୬୪ ଟି ପରିବହନ ବିମାନ, ୩୫୧ଟି ପ୍ରଶିକ୍ଷଣ ବିମାନ, ୭୦ ଟି ସ୍ପେଶାଲମିଶନ ଏୟାରକ୍ରାଫ୍ଟ, ୬ଟି ଟ୍ୟାଙ୍କର୍ସ ପ୍ଲିଟ୍, ୮୬୯ ଟି ହେଲିକପ୍ଟର, ୪୦ଟି ଆକ୍ରମଣ କରିପାରୁଥିବା ହେଲିକପ୍ଟର ରହିଛି । ସେହିଭଳି ସ୍ଥଳସେନା ପାଖରେ ୪୬୧୪ଟି ଟ୍ୟାଙ୍କର୍ସ, ୧.୫୧ ଲକ୍ଷରୁ ଅଧିକ ଗାଡି, ୧୪୦ ଟି ସେଲ୍ଫ ପ୍ରୋପେଲ୍ଡ ଆର୍ଟିଲାରୀ, ୩୨୬୪ ଟି ଟୋଡ ଆର୍ଟିଲାରୀ, ୭୦୨ଟି ରକେଟ୍ ଆର୍ଟିଲାରୀ ରହିଛି । ଏହାସହ ଭାରତ ପାଖରେ ତିନିସେନାରେ ମିଶାଇ ମୋଟ ୫୧ ଲକ୍ଷ ଯବାନ ରହିଛନ୍ତି ।

The post ସେନା ଶକ୍ତିରେ ଏବେ ବି ରାଜ୍ କରୁଛି ଆମେରିକା । ଚାଇନା ଓ ଋଷିଆକୁ ଅନେକ କ୍ଷେତ୍ରରେ ଦେଉଛି ଟକ୍କର first appeared on Kanak News.

from Kanak News
via <a href="https://ifttt.com/?

କ୍ରମାଗତ ଭାବରେ ବାର୍ଦ୍ଧକ୍ୟ ଆଡକୁ ଗତି କରୁଛି ଚୀନ୍‌ର ଜନସଂଖ୍ୟା । ଜିନପିଙ୍ଗଙ୍କ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ କୋଭିଡ୍ ସୃଷ୍ଟି କରିଥିବା ପରିସ୍ଥିତିରୁ ଆମେ କହିପାରିବା ଯେ ସାଧାରଣ ଜୀବନ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହିଁ । ବିଶ୍ୱର ସର୍ବ ଜନବହୁଳ ଦେଶ ମଧ୍ୟରେ ଗଣାଯାଉଥିବା ଚୀନ୍, କୋଭିଡ ପରେ ଏହାର ଜନସଂଖ୍ୟା ଉପରେ ବହୁତ ପ୍ରଭାବ ପକାଇଥିଲା ।

ଗତ କିଛି ବର୍ଷ ମଧ୍ୟରେ କରୋନା କାରଣରୁ ବିଶ୍ୱରେ ଯେଉଁଭଳି ପରିବର୍ତ୍ତନ ହୋଇଛି, ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ଏବେ ବି ଅଛି । ଏହାର ସଦ୍ୟତମ ଉଦାହରଣ ହେଉଛି ଚୀନ୍‌ । କରୋନା ଯୋଗୁଁ ଚୀନର ଜନସଂଖ୍ୟା ବହୁତ ପ୍ରଭାବିତ ହୋଇଛି । କୋଭିଡ -19 ସମ୍ବନ୍ଧୀୟ ପ୍ରତିବନ୍ଧକକୁ ହଟାଇବା ସତ୍ତ୍ୱେ ମୃତ୍ୟୁ ହାର ବୃଦ୍ଧି ଏବଂ କମ୍ ଜନ୍ମ ହାର ହେତୁ ୨୦୨୩ ତୁଳନାରେ ଚୀନ୍ ଜନସଂଖ୍ୟାରେ ପ୍ରାୟ ୨୦ ଲକ୍ଷର ବ୍ୟବଧାନ ରହିଛି, ଯାହା ଏକ ବହୁତ ବଡ ବ୍ଯବଧାନ  ଅଟେ ।

ଗତ ୨ ବର୍ଷ ଧରି ଚାଇନାର ଜନସଂଖ୍ୟା ହ୍ରାସ ହେବାର ଧାରା ଜାରି ରହିଛି । ଲଗାତର ଦ୍ୱିତୀୟ ବର୍ଷ ପାଇଁ ଚୀନ୍ ଜନସଂଖ୍ୟାରେ ମଧ୍ୟ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି । ଏହି ବିଷୟରେ ପରିସଂଖ୍ୟାନ ବ୍ୟୁରୋ ସହିତ କଥାବାର୍ତ୍ତା ବେଳେ ଜଣେ ଅଧିକାରୀ କହିଥିଲେ ଯେ ଦେଶର ମୋଟ ଜନସଂଖ୍ୟା ୧.୪ ବିଲିୟନ । ବୃଦ୍ଧି ପରିବର୍ତ୍ତେ ଏହା ଦ୍ରୁତ ଗତିରେ ହ୍ରାସ ପାଉଛି । କୋଭିଡ -19 ଆରମ୍ଭ ହେତୁ ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିବ ବୋଲି ଡେମୋଗ୍ରାଫରମାନେ ପୂର୍ବାନୁମାନ କରିଥିଲେ ।

ଅନ୍ୟପକ୍ଷରେ ଚାଇନାରେ ଜନ୍ମ ହାରରେ ହଠାତ୍ ହ୍ରାସ ଘଟିଛି, ଯାହା ମଧ୍ୟ ତାଙ୍କ ପାଇଁ ସଙ୍କଟ ସୃଷ୍ଟି କରିପାରେ । ବାସ୍ତବରେ ଚାଇନାରେ ଦୀର୍ଘ ଦିନ ଧରି ଅର୍ଥନୈତିକ  ଏବଂ ସାମାଜିକ ଚ୍ୟାଲେଞ୍ଜ ସବୁ ରହିଆସିଛି । ଚୀନ୍ ଜନସଂଖ୍ୟାର ହାରାହାରି ବୟସ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଅଧିକାଂଶ ଜନସଂଖ୍ୟା ବାର୍ଦ୍ଧକ୍ୟ ଆଡକୁ ଗାଡି କରୁଛନ୍ତି ।  ଏହି କାରଣରୁ ଚାଇନାରେ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଉଛି । ଯଦି ଶ୍ରମିକ କମ୍ ହେଇଯାନ୍ତି ତେବେ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ସମୟ ସହିତ ମନ୍ଥର ହୋଇପାରେ । ଏହା ବ୍ୟତୀତ ଦେଶର ବୟସ୍କ ବୃଦ୍ଧାବୃଦ୍ଧଙ୍କୁ ସେବା ଯୋଗାଇବା ପାଇଁ ଦେଶର ସାମର୍ଥ୍ୟ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ ।

କୋଭିଡ ପୂର୍ବରୁ ମଧ୍ୟ ଚାଇନାରେ ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଥିଲା । ଗତ ୭ ବର୍ଷ ଧରି ଏହି ଧରା  କ୍ରମାଗତ ଭାବରେ ଘଟି ଚାଲିଛି । ଏହା କୁହାଯାଇପାରେ ଯେ ଗତ କିଛି ବର୍ଷ ତୁଳନାରେ ଏଥର ଏହି ହ୍ରାସ କମ୍ ଅଛି । ଗତ ବର୍ଷ ଚାଇନାରେ ପ୍ରାୟ ୯୦ ଲକ୍ଷ ପିଲା ଜନ୍ମ ହୋଇଥିଲେ। ଏହା ପୂର୍ବରୁ ଚାଇନାରେ, ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ, ସେଠାରେ ଥିବା ଲୋକମାନେ କେବଳ ଗୋଟିଏ ଶିଶୁର ନୀତି ଆପଣେଇ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ସେଠାରେ ନୂତନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ୨୦୧୬ ମସିହାରେ ଏହି ନୀତି ଆନୁଷ୍ଠାନିକ ଭାବେ ସମାପ୍ତ ହେବା ପରଠାରୁ ଚୀନ୍ ସରକାର ଜନ୍ମ ହାରକୁ ଉତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସରକାର ଏହି କାର୍ଯ୍ୟରେ ଅଧିକ ସଫଳତା ପାଇନାହାଁନ୍ତି ।

ଚାଇନାର ଜନସଂଖ୍ୟା ହ୍ରାସ ହେବାର କେବଳ ଗୋଟିଏ କାରଣ ନାହିଁ । ଏହାର ଅନେକ କାରଣ ଅଛି ଯେମିତି ସେଠାରେ ଯୁବକମାନଙ୍କ ଡେରିରେ ବିବାହ କରିବା , ଏହା ବ୍ୟତୀତ, ସେଠାରେ ଥିବା ଅନେକ ଲୋକ ସନ୍ତାନ ପ୍ରାପ୍ତ କରିବାକୁ ଚାହାଁନ୍ତି ନାହିଁ, କିମ୍ବା ଯଦିଓ ସେମାନେ କରନ୍ତି, ଏହା ବହୁତ ଡେରିରେ କରୁଛନ୍ତି ଏବଂ ଯଦି ସନ୍ତାନ କରୁଛନ୍ତି ତେବେ ତାହା ଗୋଟିଏ ଭିତରେ ସୀମିତ ରଖୁଛନ୍ତି । ଏହି ସବୁ ଜିନିଷର ମୁଖ୍ୟ କାରଣ ହେଉଛି ମୁଦ୍ରାସ୍ଫୀତି । ଏହିପରି ମୁଦ୍ରାସ୍ଫୀତି ହେତୁ ପିଲାମାନଙ୍କର ଶିକ୍ଷା ଏବଂ ଲାଳନପାଳନ ଅଧିକ ହେତୁ ଅଧିକାଂଶ ଲୋକ କେବଳ ଗୋଟିଏ ସନ୍ତାନର ନୀତି ଅନୁସରଣ କରୁଛନ୍ତି ।

The post କ୍ରମାଗତ ଭାବରେ ବାର୍ଦ୍ଧକ୍ୟ ଆଡକୁ ଗତି କରୁଛି ଚୀନ୍‌ର ଜନସଂଖ୍ୟା ।   ଜିନପିଙ୍ଗଙ୍କ ସମସ୍ୟା first appeared on Kanak News.

from Kanak News
via <a href="https://ifttt.com/?

କାଳିଆ ପ୍ରେମରେ ଭିଜୁଛି ସାରା ଓଡ଼ିଶା । । ଲୋକାର୍ପଣ ଉତ୍ସବ ଦେଖିବାକୁ ସବୁ ପଞ୍ଚାୟତରେ ଏଲଇଡି ବ୍ୟବସ୍ଥା । ଶ୍ରୀକ୍ଷେତ୍ରରେ ପରିବେଶିତ ହେବ ‘ଆହେ ନୀଳ ଶଇଳ’ ।

କନକ ବ୍ୟୁରୋ: ଆଜି କାଳିଆ ପ୍ରେମରେ ଭିଜୁଛି ସାରା ଓଡିଶା । ଗାଁଠୁ ସହର ସବୁରି ମନରେ ଶ୍ରୀଜଗନ୍ନାଥ ଚେତନା । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପାଇଁ ହରିବୋଲ ସଂକୀର୍ତ୍ତନରେ ବଡଦାଣ୍ଡ ଉଛୁଳୁଥିବାବେଳେ ଭକ୍ତଙ୍କ ଭାବରେ ଭିଜିଛି ଶ୍ରୀକ୍ଷେତ୍ର । ସମସ୍ତେ ଯେପରି ମହାପ୍ରଭୁ୍ଙ୍କ ଆଖିରେ ଆଖି ମିଶାଇ ଏକୀଭୂତ ହୋଇଛନ୍ତି । ନିଜର ସତ୍ତାକୁ ଭୁଲି ନିଜକୁ ବିଶ୍ୱ ନିୟନ୍ତାଙ୍କ ପାଖରେ ସମର୍ପଣ କରିଛନ୍ତି ।

ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତ ଯେତିକି ଭାବମୟ ହୋଇଛନ୍ତି ପରିକ୍ରମା ପ୍ରକଳ୍ପ ଉଦଘାଟନର ଉତ୍ସବର ଦୃଶ୍ୟକୁ ସମସ୍ତଙ୍କ ପାଖରେ ପଞ୍ଚାଇବାକୁ ପ୍ରତି ପଞ୍ଚାୟତରେ ଲାଗିଛି ଏଲିଡି । ଏହାବ୍ୟତୀତ ମଞ୍ଚସ୍ଥ ହେଉଛି ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀତ ବିଭିନ୍ନ ନାଟକ, ଯାହା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଛି । ଏହା ପ୍ରତି ଜିଲ୍ଲାରେ ସନ୍ଧ୍ୟା ସାଢେ ୬ଟାରେ ପ୍ରଦର୍ଶୀତ ହେବ । ଏହାସହ ଶ୍ରୀକ୍ଷେତ୍ରରେ ମଧ୍ୟ ମହାପ୍ରଭୁଙ୍କ ମାହାତ୍ମ୍ୟକୁ ନେଇ ପରିବେଶିତ ହେବ ଲୋକପ୍ରିୟ ନାଟକ ‘ଆହେ ନୀଳଶଇଳ’ ।

The post କାଳିଆ ପ୍ରେମରେ ଭିଜୁଛି ସାରା ଓଡ଼ିଶା । । ଲୋକାର୍ପଣ ଉତ୍ସବ ଦେଖିବାକୁ ସବୁ ପଞ୍ଚାୟତରେ ଏଲଇଡି ବ୍ୟବସ୍ଥା । ଶ୍ରୀକ୍ଷେତ୍ରରେ ପରିବେଶିତ ହେବ ‘ଆହେ ନୀଳ ଶଇଳ’ । first appeared on Kanak News.

from Kanak News
via <a href="https://ifttt.com/?

ଭାରତ ସହ ବିବାଦ ପରେ ମାଲଦ୍ୱୀପ ବର୍ତ୍ତମାନ ଡ୍ରୋନ୍ କିଣୁଛି :  ତୁର୍କୀ ସହିତ ବଡ ପ୍ରତିରକ୍ଷା ଚୁକ୍ତି

ଭାରତ ସହ ବିବାଦ ଏବଂ ଚୀନ୍‌ରୁ ଫେରିବା ପରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମନୋଭାବ କ୍ରମାଗତ ଭାବେ ବଦଳୁଥିବା ଦେଖାଯାଉଛି । ଏହି ସମୟରେ ତୁର୍କୀରୁ ଡ୍ରୋନ୍ କିଣିବା ପାଇଁ ମାଲଦ୍ୱୀପ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହାପୂର୍ବରୁ ମାଲଦ୍ୱୀପର ରାଷ୍ଟ୍ରପତି ଚୀନ୍ ସହିତ ୨୦ ଟି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ଭାରତ ସହିତ ବିବାଦ ପରେ ମାଲଦ୍ୱୀପ ବର୍ତ୍ତମାନ ପ୍ରତିରକ୍ଷା କାରବାରରେ ବ୍ୟସ୍ତ ଅଛି । ବର୍ତ୍ତମାନ ମାଲଦ୍ୱୀପ କିଛି ସାମରିକ ଡ୍ରୋନ୍ କିଣିବାକୁ ନିଷ୍ପତି ନେଇଛି । ଏଥିପାଇଁ ସେ ତୁର୍କୀ ସହିତ ଏକ ବଡ ପ୍ରତିରକ୍ଷା ଚୁକ୍ତି କରିଛି । ଏହି ଚୁକ୍ତି ପାଇଁ ମାଲଦ୍ୱୀପ ସରକାର ପ୍ରାୟ ୨୫୯ କୋଟି ଟଙ୍କା ବଜେଟ୍ ରଖିଛନ୍ତି । ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହି ସମଗ୍ର ବିଷୟ ବିଷୟରେ ଜ୍ଞାନ ଥିବା ଜଣେ ବିଶେଷଜ୍ଞ କହିଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟ ବର୍ତ୍ତମାନ ବଜେଟର ଏକ ଅଂଶ MNDF କୁ ପ୍ରଦାନ କରିଛି ।

ଡ୍ରୋନ୍ କିଣିବା ପରେ ମାଲଦ୍ୱୀପ ସେନା ମାଲଦ୍ୱୀପ ଜଳକ୍ଷେତ୍ର ଉପରେ ୨୪ ଘଣ୍ଟା ନଜର ରଖିବାକୁ ଯୋଜନା କରିଛି । ତେବେ ତୁର୍କୀରୁ ମାଲଦ୍ୱୀପ କେତେ ଡ୍ରୋନ୍ କ୍ରୟ କରୁଛି ତାହା ଜଣା ପଡିନାହିଁ । ଏଥି ସହ ଅତି କମରେ ତିନିଟି ଡ୍ରୋନ୍ କ୍ରୟ କରାଯିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ସାମରିକ ଡ୍ରୋନ୍ କିଣିବା ପାଇଁ ତୁର୍କୀ କମ୍ପାନୀ ସହିତ ମାଲଦ୍ୱୀପ ସରକାର ଚୁକ୍ତି କରିଛନ୍ତି । ତାହା ଅଧୀନରେ ଟଙ୍କା କିସ୍ତିରେ ଦିଆଯିବ । ଏହି ଚୁକ୍ତିନାମା ଅନୁଯାୟୀ ମାଲଦ୍ୱୀପକୁ ଚଳିତ ବର୍ଷ ପୁରା ରାଶି ଦେବାକୁ ପଡିବ।

ଭାରତ ସହ ବିବାଦ

ଏବଂ ଚୀନ୍‌ରୁ ଫେରିବା ପରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମନୋଭାବ କ୍ରମାଗତ ଭାବରେ ବଦଳୁଥିବା ଦେଖାଯାଉଛି । ଚାଇନାରୁ ଫେରିବା ପରେ ରାଷ୍ଟ୍ରପତି ମୁଇଜୁଜୁ ସୂଚାଇ ଦେଇଛନ୍ତି ଯେ ସେ ମାଲଦ୍ୱୀପ ସେନା ବିସ୍ତାର କରିବାକୁ ଚିନ୍ତା କରୁଛନ୍ତି । ଏହା ପୂର୍ବରୁ ମାଲଦ୍ୱୀପର ରାଷ୍ଟ୍ରପତି ଚୀନ୍ ସହିତ ୨୦ ଟି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ଭାରତ ମହାସାଗରର ମାଲଦ୍ୱୀପ ସର୍ବ ବୃହତ ଅଂଶୀଦାର

ଭାରତ ସହିତ ବିବାଦ ପରେ ମାଲଦ୍ୱୀପର ରାଷ୍ଟ୍ରପତି କହିଥିଲେ ଯେ ଭାରତ ମହାସାଗର କୌଣସି ନିର୍ଦ୍ଦିଷ୍ଟ ଦେଶର ସମ୍ପତ୍ତି ନୁହେଁ । ୯ ଲକ୍ଷ ଏକର ସାମୁଦ୍ରିକ କ୍ଷେତ୍ର ସହିତ ମାଲଦ୍ୱୀପ ଏକ ବୃହତ ଦେଶ ।  ମାଲଦ୍ୱୀପ ହେଉଛି ଭାରତ ମହାସାଗରର ସବୁଠାରୁ ବଡ ଅଂଶୀଦାର ।  ଚୀନ୍‌ର ସମର୍ଥକ ମୁଇଜୁ କିଛି ଦିନ ପୂର୍ବରୁ ବେଜିଂ ଗସ୍ତ କରିଥିଲେ । ଏହି ସମୟ ମଧ୍ୟରେ ସେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଥିଲେ। ଏହି ବୈଠକରେ ମୁଇଜୁ ଚୀନ୍‌ କୁ  ପ୍ରଶଂସାରେ ପୋତି ଦେଇଥିଲେ । ଭାରତ-ମାଲଦ୍ୱୀପ ବିବାଦ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଜୁ ଚୀନ୍ ସମର୍ଥକ ନେତା ଭାବରେ ଜଣାଶୁଣା । ନିକଟରେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାଲଦ୍ୱୀପର ତିନି ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି । ସମ୍ପର୍କ ଖରାପ ହେବା ପରେ ମାଲଦ୍ୱୀପ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି । ସେ କହିଛନ୍ତି ଯେ ଆମେ ଭାରତ ଉପରେ ଆମର ନିର୍ଭରଶୀଳତାକୁ ଶେଷ କରିବୁ ।

ମାର୍ଚ୍ଚ ୧୫ ପୂର୍ବରୁ ଭାରତୀୟ ସୈନିକମାନଙ୍କୁ  ମାଲଦ୍ୱୀପରୁ ପ୍ରତ୍ୟାହାର କରିବାକୁ ହେବ

ମାର୍ଚ୍ଚ ୧୫ ପୂର୍ବରୁ ମାଲଦ୍ୱୀପରୁ ମୁଇଜୁ ସରକାର ଭାରତୀୟ ସୈନିକମାନଙ୍କୁ ମାଲଦ୍ୱୀପରୁ ପ୍ରତ୍ୟାହାର କରିବାକୁ କହିଛନ୍ତି । ଦୀର୍ଘ ଦିନ ଧରି ମାଲଦ୍ୱୀପରେ ଭାରତୀୟ ସୈନିକ ନିୟୋଜିତ ହୋଇଥିଲେ। ମାଲଦ୍ୱୀପରେ ୭୦ ରୁ ଅଧିକ ଭାରତୀୟ ସୈନିକ ନିୟୋଜିତ ହୋଇଛନ୍ତି । ଭାରତର ପ୍ରଥମ ହେଲିକପ୍ଟର ଏବଂ କ୍ରୁ ୨୦୧୦ ରେ ମାଲଦ୍ୱୀପରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେତେବେଳେ ମହମ୍ମଦ ନାସିଦ ମାଲଦ୍ୱୀପର ରାଷ୍ଟ୍ରପତି ଥିଲେ । ନିର୍ବାଚନରେ ​​ପୂର୍ବରୁ ମୁଇଜୁ କହିଥିଲେ ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ପ୍ରଥମେ ବିଦେଶୀ ସୈନ୍ୟମାନଙ୍କୁ ଦେଶରୁ ବାହାର କରିଦେବେ ।

The post ଭାରତ ସହ ବିବାଦ ପରେ ମାଲଦ୍ୱୀପ ବର୍ତ୍ତମାନ ଡ୍ରୋନ୍ କିଣୁଛି :  ତୁର୍କୀ ସହିତ ବଡ ପ୍ରତିରକ୍ଷା ଚୁକ୍ତି first appeared on Kanak News.

from Kanak News
via <a href="https://ifttt.com/?

ବ୍ୟବହାର ହେଉନଥିବା ଦୋକାନକୁ ନେଇ କଠୋର ହେଲା ବିଏମସି । ବ୍ୟବହାର ନହେଲେ ହଟିବ ଦୋକାନ । ସତ୍ୟନଗରରେ ଲାଗିଲା ନୋଟିସ୍ ।

କନକ ବ୍ୟୁରୋ: ରାସ୍ତା କଡ଼ରେ ବ୍ୟବହାର ନହୋଇ ପଡ଼ିରହିଥିବା ଭଙ୍ଗା ଦଦରା କ୍ୟାବିନ୍, କାଠ ଷ୍ଟ୍ରକଚରକୁ ଉଠାଇ ନେବ ବିଏମସି । ରାସ୍ତା କଡ଼ରେ ରହି ଜାଗା ମାଡ଼ିବସିବା ସହ ସହରକୁ ଅସୁନ୍ଦର କରୁଛି । ପରେ ଏହା ମଦୁଆଙ୍କ ଆଡ଼ା ପାଲଟୁଛି । ଏସବୁକୁ ହଟାଇ ଏହି ପରିତ୍ୟକ୍ତ ବା ଖାଲି ଜାଗାକୁ ବିଏମସି ପ୍ଲେସ ମେକିଂ ଯୋଜନାରେ ବ୍ୟବହାରଯୋଗ୍ୟ କରିବ । ବିଏମସି ଏହି ସବୁ ପରିତ୍ୟକ୍ତ କ୍ୟାବିନରେ ନୋଟିସ୍ ଲଗାଇବା ଆରମ୍ଭ କରିଛି । ପୁରା ସହରରେ ଖୋଜି ଖୋଜି ନୋଟିସ୍ ଲଗାଇବାକୁ ଯୋଜନା କରିଛି ଭୁବନେଶ୍ୱର ମହାନଗର ନିଗମ । ନୋଟିସର ଗୋଟିଏ ସପ୍ତାହ ମଧ୍ୟରେ କ୍ୟାବିନ୍ ବା ଷ୍ଟ୍ରକଚର ସମ୍ପୃକ୍ତ ମାଲିକ ନହଟାଇଲେ ବିଏମସି ଉଠାଇ ନେବ ବୋଲି ନୋଟିସରେ ଚେତାବନୀ ଦେଇଛି । ।

The post ବ୍ୟବହାର ହେଉନଥିବା ଦୋକାନକୁ ନେଇ କଠୋର ହେଲା ବିଏମସି । ବ୍ୟବହାର ନହେଲେ ହଟିବ ଦୋକାନ । ସତ୍ୟନଗରରେ ଲାଗିଲା ନୋଟିସ୍ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଦ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତିଙ୍କ ଉପସ୍ଥିତିରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ର ଐହିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଦ । ଲୋକାର୍ପଣ ପୂର୍ବରୁ ବରଣୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ପଂଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଏବଂ ପଥକୁ ଶୋଧ କରାଯାଇଥିଲା । ଏହର ପୂର୍ବରୁ ଦିନ ୧୨ଟାରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରି ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରିଥିଲେ ।

୩ଦିନ ଧରି ଚାଲିଥିବା ମହାଯଜ୍ଞଙ୍କରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି । ପରେ ସଭାସ୍ଥଳକୁ ଯାଇ ନିମନ୍ତ୍ରିତ ସାଧୁସନ୍ଥ ଏବଂ ଅତିଥି ମାନଙ୍କୁ ଉଭୟ ଗଜପତି ମହାରାଜ ଏବଂ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସମଗ୍ର ପୁରୀ ସହର ବଧୁବେଶରେ ସଜେଇ ହୋଇଛି । କାନ୍ଥବାଡରେ ଅଙ୍କା ଯାଇଥିବା ଚିତ୍ର ଐତିହାସିକ ଗାଥାକୁ ପୁଣିଥରେ ଉଜ୍ଜୀବିତ କରିଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ପୁରୀ ବାସୀଙ୍କ ସମେତ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

The post ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଦ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଚିକେନ୍ ଭୋଜିି ନଦେବାରୁ ପାରାଙ୍କୁ ମାରିଦେଲେ । ସାଙ୍ଗଙ୍କ ନାଁରେ ମମଲା ଦାଏର କଲେ ପକ୍ଷୀ ପ୍ରେମୀ ।

କନକ ବ୍ୟୁରୋ: ଚିକେନ୍ ଭୋଜି ନଦେବାରୁ ପୋଶା ପାରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପାରାଦୀପ ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ପାରାଦୀପ ତାରିଣୀଗଡାରେ ରହୁଥିବା ଅମର ବାରିକ ଭଡ଼ାରେ ରହୁଥିବା ବେଳେ ଏକ ସେଲୁନ୍ କରି ଚଳନ୍ତି ।  ସେ ଜଣେ ପକ୍ଷୀ ପ୍ରେମୀ । ସଉକରେ ପାରା ରଖିଥିବା ବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ଚିକେନ୍ ଭୋଜି ମାଗିଥିଲେ । ହେଲେ ଭୋଜି ନଦେବାରୁ ତାଙ୍କର ୧୨ଟି ପାରା ମାରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ୫ ଜଣ ସାଙ୍ଗଙ୍କ ନାଁରେ ପାରାଦିପ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ।

The post ଚିକେନ୍ ଭୋଜିି ନଦେବାରୁ ପାରାଙ୍କୁ ମାରିଦେଲେ । ସାଙ୍ଗଙ୍କ ନାଁରେ ମମଲା ଦାଏର କଲେ ପକ୍ଷୀ ପ୍ରେମୀ । first appeared on Kanak News.

from Kanak News
via <a href="https://ifttt.com/?

ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ ।

କନକ ବ୍ୟୁରୋ: ବିଡିଓଙ୍କ ଘରକୁ ବି ଛାଡିଲେନି ଲୁଟେରା । ରାତି ଅଧରେ କପ୍ତିପଦା ବିଡିଓ ସିଦେ୍ଧଶ୍ୱର ନାଏକଙ୍କ ଘରେ କଳାକନା ବୁଲାଇଲେ ଚୋର । ବିଡିଓ ତାଙ୍କ ପରିବାର ସହ ଭୁବନେଶ୍ୱର ଆସିଥିବାବେଳେ ଏହାକୁ ଠାକ କରିଥିଲେ ଲୁଟେରା । ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରୀ କରିଥିଲେ । ଲକ୍ଷାଧିକ ଟଙ୍କାସହ ନଗଦ ଟଙ୍କା ଓ ଦାମୀ ସାମଗ୍ରୀ ସବୁ ଲୁଟି ନେଇଛନ୍ତି ଲୁଟେରା । ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ଇରାନ ଯେଉଁ ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରିଛି ସେହି ସଂଗଠନ ହିଁ ଭାରତୀୟ କୁଲଭୂଷଣ ଯାଦବଙ୍କୁ ଅପହରଣ କରିଥିଲା ।

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ଇରାନର ଚାବାହରରୁ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଅପହରଣ କରି ନେଇଥିଲେ । ପାକିସ୍ତାନ ଏଜେନ୍ସିମାନେ ଗୁପ୍ତଚର ମାମଲାରେ ଯାଦବଙ୍କୁ ଜଡ଼ିତ କରି ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଜୈସ-ଅଲ- ଅଦାଲ ପାକିସ୍ତାନ ସୀମାରେ ଆତଙ୍କବାଦୀ ଘଟଣା ଘଟାଇଥାଏ ।

ଇରାନ ମଙ୍ଗଳବାର ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ବିରୋଧରେ ଏୟାର ଷ୍ଟ୍ରାଇକ କରିଥିଲା । ଜୈସ-ଅଲ-ଅଦାଲ ସୀମାରେ ଆତଙ୍କବାଦୀ ଘଟଣା ଘଟାଇଥାଏ । ଏହା ହେଉଛି ସେହି ସଂଗଠନ ଯିଏ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଅପହରଣ କରି ନେଇଥିଲା । ଜୈସ-ଅଲ-ଅଦାଲ ସଦସ୍ୟମାନେ ହିଁ ଇରାନରୁ କୁଲଭୂଷଣ ଯାଦବଙ୍କୁ ଅପହରଣ କରି ନେଇଥିଲେ ଏବଂ ପରେ ତାଙ୍କୁ ଆଇଏସଆଇକୁ ହସ୍ତାନ୍ତର କରି ଦେଇଥିଲେ । ଜୈସ-ଅଲ-ଅଦାଲ ଇରାନର ଚାବାହରରୁ କୁଲଭୂଷଣଙ୍କୁ ଅପହରଣ କରି ନେଇଥିଲେ । ଏହା ପରେ ତାଙ୍କୁ ପାକିସ୍ତାନ ନିଆଯାଇଥିଲା । ଗୁପ୍ତଚର ମାମଲାରେ କୁଲଭୂଷଣଙ୍କୁ ଜଡିତ କରିବା ପାଇଁ ଏଠାରେ ଏକ ଷଡଯନ୍ତ୍ର କରାଯାଇଥିଲା । ଗୁପ୍ତଚର ମାମଲାରେ ପାକିସ୍ତାନୀ ଏଜେନ୍ସିମାନେ ଯାଦବଙ୍କୁ ଜଡିତ କରିଥିଲେ, ଏହା ପରେ ସେଠାରେ ଥିବା କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଯାଦବ ଏବେ ମଧ୍ୟ ପାକିସ୍ତାନରେ ଜେଲରେ ଅଛନ୍ତି। ତାଙ୍କୁ  ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଭାରତ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । କୁଲଭୂଷଣ ଯାଦବଙ୍କ ମାମଲା ମଧ୍ୟ ଅନ୍ତର୍ଜାତୀୟ କୋର୍ଟରେ ଉଠିଛି ।

ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ଉପରେ ଇରାନର ଆକ୍ରମଣ

ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନ ପୂର୍ବରୁ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ଭେଟିଥିଲେ ଏବଂ ବୈଠକର ୪୮ ଘଣ୍ଟା ପରେ ପାରେ ଇରାନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ କୁଲଭୂଷଣ ଯାଦବଙ୍କ ସହ ଜଡିତ ଅଛି ବୋଲି ବିଶ୍ଵାସ କରାଯାଏ । କୁଲଭୂଷଣ ଯାଦବଙ୍କ ବିରୋଧରେ ଜୈସ-ଅଲ-ଅଦାଲ  ଏବଂ ପାକିସ୍ତାନ ଷଡଯନ୍ତ୍ର ରଚିଛନ୍ତି ।

ଜୈସ-ଅଲ-ଅଦାଲ ଇରାନ ସୀମା ଉପରେ ଆକ୍ରମଣ କରିଥିଲା

ଗତ କିଛି ମାସ ମଧ୍ୟରେ ଜୈସ-ଅଲ-ଅଦାଲ ଇରାନ ସୀମାରେ ଅନେକ ଥର ଆତଙ୍କବାଦୀ ଆକ୍ରମଣ କରିଥିଲା । ଏହି ଆକ୍ରମଣକୁ ନେଇ ଇରାନ ଅନେକ ଥର ପାକିସ୍ତାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛି । ଗତ ବର୍ଷ ଡିସେମ୍ବର ୨୦୨୩ ରେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ ହୋଇଥିଲା ଯେଉଁଥିରେ ପ୍ରାୟ ୧୧ ସୁରକ୍ଷା କର୍ମୀ ନିହତ ହୋଇଥିଲେ । ଏହି ଘଟଣାରେ ଇରାନ ଦୃଢ ଆପତ୍ତି ଜଣାଇ ପାକିସ୍ତାନକୁ ତାଗିଦ କରିଥିଲା ।  ଇରାନ କହିଛି ଯେ ପାକିସ୍ତାନ ଏହାର ସୀମାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହେଁ ।

ଇରାନ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି 

ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରି ଜୈସ-ଅଲ-ଅଦାଲ ର ଦୁଇଟି ବେସକୁ ଧ୍ୱଂସ କରିଦେଇଛି । ଇରାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଦୁଇ ନିରୀହ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଇରାନର ଏହି କାର୍ଯ୍ୟକୁ ପାକିସ୍ତାନ ନିନ୍ଦା କରିଛି ।

The post ଇରାନ ଯେଉଁ ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରିଛି ସେହି ସଂଗଠନ ହିଁ ଭାରତୀୟ କୁଲଭୂଷଣ ଯାଦବଙ୍କୁ ଅପହରଣ କରିଥିଲା । first appeared on Kanak News.

from Kanak News
via <a href="https://ifttt.com/?

କେହି ଦଳ ଛାଡିଦେଲେ କାହାକୁ ଫରକ ପଡିବନି… ଆଇପିଏଲ ଆରମ୍ଭ ପୂର୍ବରୁ ମହମ୍ମଦ ସାମି ଦେଲେ ବଡ ବୟାନ ।

କନକ ବ୍ୟୁରୋ : ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଫ୍ରାଞ୍ଚାଇଜ । ନିଲାମୀ ଶେଷ ହେବା ପୂର୍ବରୁ ଫ୍ରାଞ୍ଚାଇଜ ଗୁଡିକ ମଧ୍ୟରେ ହୋଇଥିବା ଟ୍ରେଡକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଖାସକରି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ହୋଇଥିବା ଟ୍ରେଡ ସମସ୍ତଙ୍କୁ ଚକିତ କରିଥିଲା । କାରଣ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକଙ୍କୁ ଦଳରେ ପୁଣିଥରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ ମଧ୍ୟ ଦେଇଛି ମୁମ୍ବାଇ । ତେବେ ଏହି ଟ୍ରେଡକୁ ନେଇ ଏକ ସାକ୍ଷାତକାରରେ ମୁହଁ ଖୋଲିଛନ୍ତି ଗୁଜୁରାଟ ଟାଇଟନ୍ସର ବୋଲର ମହମ୍ମଦ ସାମି ।

ହାର୍ଦ୍ଦିକ ଗୁଜୁରାଟ ଟାଇଟନ୍ସ ଛାଡିବା ପରେ ଶୁଭମନ ଗିଲଙ୍କୁ ମିଳିଛି ଦଳର ଅଧିନାୟକ ଭାର । ଏସବୁ ଭିତରେ ମହମ୍ମଦ ସାମି କହିଛନ୍ତି, କେହି ଦଳ ଛାଡିଦେଲେ କାହା ଉପରେ ଫରକ ପଡେନି । ହାର୍ଦ୍ଦିକ ଦଳ ଛାଡିବାକୁ ଚାହୁଁଥିଲେ ଏବଂ ସେ ଦଳ ଛାଡିଦେଲେ । ଅଧିନାୟକ ଭାବେ ଗୁଜୁରାଟ ଟାଇଟନ୍ସ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି ହାର୍ଦ୍ଦିକ ଏବଂ ଦଳକୁ ଥରେ ଚାମ୍ପିୟନ ମଧ୍ୟ କରିଛନ୍ତି । ଜୀବନସାରା ଗୁଜୁରାଟ ଟିମରୁ ଖେଳିବାକୁ ସେ ଅନୁବନ୍ଧିତ ନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୨ରେ ଗୁଜୁରାଟ ଟାଇଟନ୍ସକୁ ବିଜୟୀ କରିଥିଲେ । ଏହାପରେ ୨୦୨୩ରେ ଫାଇନାଲ ମୁକାବିଲା ଖେଳିଥିଲେ ମଧ୍ୟ ଦଳକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

The post କେହି ଦଳ ଛାଡିଦେଲେ କାହାକୁ ଫରକ ପଡିବନି… ଆଇପିଏଲ ଆରମ୍ଭ ପୂର୍ବରୁ ମହମ୍ମଦ ସାମି ଦେଲେ ବଡ ବୟାନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started