ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଅଯୋଧ୍ୟାନଗରୀ । ବେଦପାଠ ଓ ମନ୍ତ୍ର ଉଚ୍ଚାରଣ ସହ ଆରମ୍ଭ ପ୍ରାୟଶ୍ଚିତ ପୂଜା । ଜାଣନ୍ତୁ ପୁରା କାର୍ଯ୍ୟସୂଚୀ ।

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିରେ ନିର୍ମିତ ଭବ୍ୟ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଐତିହାସିକ ମୁହୂର୍ତ୍ତକୁ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ପ୍ରାଣ ପ୍ରତିଷ୍ଠା ବିଧି ଆରମ୍ଭ ହୋଇଛି । ପ୍ରାୟଶ୍ଚିତ ପୂଜାରୁ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ରାମମୟ ହୋଇଛି ଅଯୋଧ୍ୟାନଗରୀ । ପୁରୋହିତ ମାନଙ୍କ ମନ୍ତ୍ରୋଚ୍ଚାରଣ, ବେଦପାଠରେ ପୁରା ଅଯୋଧ୍ୟାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଅଯୋଧ୍ୟାରେ ଅଦିନିଆ ଦୀପାବଳିର ମାହୋଲ ଦେଖିବାକୁ ମିଳିଛି । ସରଜୁ ଘାଟ ସମେତ ବିଭିନ୍ନ ସ୍ଥାନରେ ଦୀପ ଜାଳି ଉତ୍ସବ ମନାଉଛନ୍ତି ରାମଭକ୍ତ ।

ମଙ୍ଗଳବାର ଠାରୁ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରାକ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି, ୨୨ତାରିଖରେ କରାଯିବ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ର୍ୟକ୍ରମ ମାନ ଅନୁଷ୍ଠିତ ହେବ । ୨୨ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ଅନୁଷ୍ଠିତ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ପଣ୍ଡିତ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ତତ୍ୱାବଧାନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବାକୁ ଥିବା ବେଳେ ଏହି ସମୟରେ ଗର୍ଭଗୃହରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ, ନିତ୍ୟ ଗୋପାଳ ଜି ମହାରାଜ ଏବଂ ରାଜ୍ୟପାଳ ଆନନ୍ଦିବେନ ପଟେଲ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାରତୀୟ ଆଧ୍ୟତ୍ମିକତା ଜଗତ, ବିବିଧ ଧାର୍ମିକ ପରମ୍ପରା , ଉପାସନା ବ୍ୟବସ୍ଥା ଏବଂ ୧୫୦ରୁ ଅଧିକ ପନ୍ଥିର ସନ୍ଥଙ୍କ ସମେତ ଦେଶର ୫୦ରୁ ଉଦ୍ଧ୍ୱର୍ ଆଦିବାସୀ, ଗିରିବାସୀ, ଦ୍ୱୀପବାସୀଙ୍କ ପ୍ରତିନିଧି ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ଦେଖବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

The post ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଅଯୋଧ୍ୟାନଗରୀ । ବେଦପାଠ ଓ ମନ୍ତ୍ର ଉଚ୍ଚାରଣ ସହ ଆରମ୍ଭ ପ୍ରାୟଶ୍ଚିତ ପୂଜା । ଜାଣନ୍ତୁ ପୁରା କାର୍ଯ୍ୟସୂଚୀ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା । ଅପରାହ୍ନରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହେବ ନୂଆ ଫର୍ଦ୍ଦ । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅପରାହ୍ନରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବରେଣ୍ୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ପଞ୍ଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଏବଂ ପଥକୁ ଶୋଧ କରାଯାଇଛି । ଦିନ ପ୍ରାୟ ୧ଟା ୧୫ରୁ ସାଢେ ଗୋଟାଏ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଦିନ ୧୨ଟାରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରି ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରିବେ । ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି । ପରେ ସଭାସ୍ଥଳକୁ ଯାଇ ନିମନ୍ତ୍ରିତ ସାଧୁସନ୍ଥ ଏବଂ ଅତିଥି ମାନଙ୍କୁ ଉଭୟ ଗଜପତି ମହାରାଜ ଏବଂ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

The post ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା । ଅପରାହ୍ନରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଦେଶରୁ ଦୂର ହେଉଛି ଦାରିଦ୍ର୍ୟ: ନୀତି ଆୟୋଗ ରିପୋର୍ଟ, ଦାରିଦ୍ର୍ୟ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ୧୧.୨୮%କୁ ହ୍ରାସ

କନକ ବ୍ୟୁରୋ: ଦେଶରେ ଦୂର ହେଉଛି ଦାରିଦ୍ର୍ୟ । ଗତ ୯ ବର୍ଷରେ ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ‘୨୦୦୫-୦୬ରୁ ଭାରତରେ ବହୁମୁଖୀ ଦାରିଦ୍ର୍ୟ ’ଶୀର୍ଷକ ନୀତି ଆୟୋଗର ଆଲୋଚନା ପତ୍ରରୁ ଏହା ଜଣାପଡ଼ିଛି । ନୀତି ଆୟୋଗର ସିଇଓ ଶ୍ରୀ ବି.ଭି.ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ସୋମବାର ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ରିପୋର୍ଟ ଉନ୍ମୋଚନ କରିଛନ୍ତି । ରିିପୋର୍ଟ ଅନୁଯାୟୀ ଏହିପରି ସୂଚନା ମିଳିଛି । ସବୁଠାରୁ ଦୁର୍ବଳ ଓ ବଂଚିତ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସରକାରଙ୍କ ନିରନ୍ତର ସମର୍ପଣ ଓ ଦୃଢ଼ ପ୍ରତିବଦ୍ଧତା ଏହି ସଫଳତାରେ ସହାୟକ ହୋଇଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଦାରିଦ୍ର୍ୟର ସମସ୍ତ ଦିଗକୁ ଦୂର କରିବା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଏହି ଉଲ୍ଲେଖନୀୟ ସଫଳତାର ଶ୍ରେୟ ଦିଆଯାଇଛି । ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁକ୍ତ ଭାରତ ଭଳି ଉଲ୍ଲେଖନୀୟ ପଦକ୍ଷେପ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତାକୁ ବୃଦ୍ଧି କରିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଗ୍ରାମୀଣ ଓ ସହରାଂଚଳ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ଯାହା ଦାରିଦ୍ର୍ୟ ମୁକ୍ତିରେ ଗୋଟିଏ ବଡ ଭୂମିକା ଗ୍ରହଣ କରିଛି ।

The post ଦେଶରୁ ଦୂର ହେଉଛି ଦାରିଦ୍ର୍ୟ: ନୀତି ଆୟୋଗ ରିପୋର୍ଟ, ଦାରିଦ୍ର୍ୟ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ୧୧.୨୮%କୁ ହ୍ରାସ first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ଆରମ୍ଭ ରାମଲାଲା ପ୍ରାକ ପ୍ରତିଷ୍ଠା ରୀତିନୀତି: ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ, ୨୨ରେ ପ୍ରାଣ ପ୍ରତିଷ୍ଠା

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହୋଇଛି । ୧୮ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି, ୨୨ତାରିଖରେ କରାଯିବ ପ୍ରାଣ ପ୍ରତିଷ୍ଠା । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟବୋର୍ଡର ମହାସଚିବ ଚମ୍ପତରାୟ ସାମ୍ବାଦିକ ସମ୍ମିଳନୀରେ ୬ଦିନ ଧରି ଚାଲିବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ନେଇ ସୂଚନା ଦେଇଛନ୍ତି । ଆଜିଠୁ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହେବାକୁ ଥିବା ବେଳେ ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ର୍ୟକ୍ରମ ମାନ ଅନୁଷ୍ଠିତ ହେବ । ୨୨ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ଅନୁଷ୍ଠିତ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ଏହା ପୂର୍ବରୁ ୧୮ତାରିଖରେ ଗର୍ଭଗୃହରେ ରାମଲାଲାଙ୍କ ୫ବର୍ଷ ବାଳକ ସ୍ୱରୁପର ପ୍ରତିମା ସ୍ଥାପନ କରାଯିବ । ଏହ ପ୍ରତିମାର ଓଜନ ୧୫୦ରୁ ୨୦୦କିଲୋଗ୍ରାମର । ମହୀଶୂରର ପ୍ରସିଦ୍ଧ ଶୀଳ୍ପି ଅରୁଣ ଯୋଗୀରାଜଙ୍କ ଦ୍ୱାର ନିର୍ମିତ ପ୍ରତିମା ସହ ପୂରାତନ ପ୍ରତିମା ମଧ୍ୟ ଗୃହରେ ସ୍ଥାନ ପାଇବ । କାଶୀର ଗଣେଶ୍ୱର ଶାସ୍ତ୍ରୀ ଏହି ଦିବ୍ୟ ମୂହୁର୍ତକୁ ସ୍ଥିର କରିଥିବା ବେଳେ ମୋଟ ୧୨୧ଜଣ ଆଚାର୍ଯ୍ୟ କର୍ମକାଣ୍ଡକୁ ସମାପନ କରିବେ । ପଣ୍ଡିତ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ତତ୍ୱାବଧାନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବାକୁ ଥିବା ବେଳେ ଏହି ସମୟରେ ଗର୍ଭଗୃହରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ, ନିତ୍ୟ ଗୋପାଳ ଜି ମହାରାଜ ଏବଂ ରାଜ୍ୟପାଳ ଆନନ୍ଦିବେନ ପଟେଲ । ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାରତୀୟ ଆଧ୍ୟତ୍ମିକତା ଜଗତ, ବିବିଧ ଧାର୍ମିକ ପରମ୍ପରା , ଉପାସନା ବ୍ୟବସ୍ଥା ଏବଂ ୧୫୦ରୁ ଅଧିକ ପନ୍ଥିର ସନ୍ଥଙ୍କ ସମେତ ଦେଶର ୫୦ରୁ ଉଦ୍ଧ୍ୱର୍ ଆଦିବାସୀ, ଗିରିବାସୀ, ଦ୍ୱୀପବାସୀଙ୍କ ପ୍ରତିନିଧି ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରକୁ ପ୍ରତ୍ୟକ୍ଷ ଭାବେ ଦେଖିବେ ।

The post ଆଜିଠୁ ଆରମ୍ଭ ରାମଲାଲା ପ୍ରାକ ପ୍ରତିଷ୍ଠା ରୀତିନୀତି: ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ, ୨୨ରେ ପ୍ରାଣ ପ୍ରତିଷ୍ଠା first appeared on Kanak News.

from Kanak News
via <a href="https://ifttt.com/?

ରାମଭକ୍ତିରେ ମଗ୍ନ ପ୍ରଧାନମନ୍ତ୍ରୀ ମୋଦୀ: ଆନ୍ଧ୍ରପ୍ରଦେଶରେ ବୀରଭଦ୍ର ମନ୍ଦିରରେ କଲେ ସ୍ୱତନ୍ତ୍ର ପୂଜା ପାଠ ସହ ଆଳତୀ

କନକ ବ୍ୟୁରୋ: ଭିନ୍ନ ମୁଦ୍ରାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ । ରାମଙ୍କ ଭକ୍ତିରେ ମଗ୍ନ ହେଲେ ମୋଦୀ । ଧ୍ୟାନମୁଦ୍ରାରେ ବସିଲେ । ରାମଭଜନ ଗାଇଲେ । ମଙ୍ଗଳବାର ଏଭଳି କିଛି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ବୀରଭଦ୍ର ମନ୍ଦିରରେ । ଅଯୋଧ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆନ୍ଧ୍ରପଦେଶର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ବୁଲିବା ସହ ପୂଜା କରିଛନ୍ତି । ମନ୍ଦିରରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପୂଜା କରିବା ଆଳତି କରିଥିଲେ । ପରେ କିଛି ସମୟ ଧରି କରିବା ସହ ‘ଶ୍ରୀ ରାମ ଜୟ ରାମ’ ଭଜନ ଗାଇଥିଲେ । କିଛି ସମୟ ଧରି ଧ୍ୟାନରେ ବସିବା ପରେ ମନ୍ଦିର ପରିସର ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ।

The post ରାମଭକ୍ତିରେ ମଗ୍ନ ପ୍ରଧାନମନ୍ତ୍ରୀ ମୋଦୀ: ଆନ୍ଧ୍ରପ୍ରଦେଶରେ ବୀରଭଦ୍ର ମନ୍ଦିରରେ କଲେ ସ୍ୱତନ୍ତ୍ର ପୂଜା ପାଠ ସହ ଆଳତୀ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ: ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ ଟିମ

କନକ ବ୍ୟୁରୋ: ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ । ଦେଶର ଏହି ତିନି ତଦନ୍ତକାରୀ ସଂସ୍ଥାର ଉଚ୍ଚ ସ୍ତରୀୟ ଟିମ୍ ୟୁକେ ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୟୁକେରେ ଏବେ ହୀରା ବ୍ୟବସାୟୀ ନିରବ ମୋଦି, କିଙ୍ଗଫିସର ଏୟାରଲନସର ପ୍ରମୋଟର ବିଜୟ ମାଲ୍ୟା ଏବଂ ପ୍ରତିରକ୍ଷା ଡିଲର ସଂଜୟ ଭଣ୍ଡାରୀ ସମତେ ଅନେକ ବ୍ୟବସାୟୀ ରହିଛନ୍ତି । ଏମାନେ ଭାରତରେ ବିଭିନ୍ନ ବ୍ୟବସାୟ କରୁଥିଲେ । କିନ୍ତୁ ଆର୍ଥିକ ଅନିୟମିତତା କାରବା ପରେ ଆଇନର ଜାଲରେ ଫସି ଦେଶ ଛାଡି ବ୍ରିଟେନ ପଳାଇଛନ୍ତି ।

ଭାରତରୁ କୋଟି କୋଟି ଟଙ୍କା ଲୁଟି ବିଦେଶରେ ବିନ୍ଦାସ ଜୀବନ କାଟୁଥିବା ଏହି ୩ ପଳାତକଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ସମସ୍ତ ବଳ ପ୍ରୟୋଗ କରିଛନ୍ତି । ଶେଷରେ ଏମାନଙ୍କୁ ଧରିବା ପାଇଁ ସିବିଆଇ, ଏନଆଇଏ ଓ ଇଡିକୁ ନେଇ ଉଚ୍ଚସ୍ତରୀୟ ଟିମ ଗଠନ କରାଯାଇଛି ।

ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ବା ଏମଏଲଏଟି ଅଧୀନରେ ଚୁକ୍ତି ହୋଇଛି । ବ୍ରିଟେନ କର୍ତୃପକ୍ଷଙ୍କ ନିକଟରେ ଦୀର୍ଘ ଦିନ ଧରି ଅଟକ ରହିିଥିବା ପ୍ରକ୍ରିୟା ସୁଗମ ହେବା ପରେ ଲଣ୍ଡନ ଗସ୍ତରେ ଯିବାକୁ ଇଡି-ସିବିଆଇ ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍ ପ୍ରସ୍ତୁତି ଚଳାଇଛି । ସେଠାକାର ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଉଭୟ ଭାରତ ଏବଂ ବ୍ରିଟେନ ଏମଏଲଏଟିରେ ସ୍ୱାକ୍ଷର କରିଛନ୍ତି । ତେଣୁ ଅର୍ଥନୈତିକ ଅପରାଧୀ ଏବଂ ଅନ୍ୟାନ୍ୟ ମାମଲାରେ ଜଡିତ ଅପରାଧୀକ ତଦନ୍ତ ସଂପର୍କରେ ସୂଚନା ଅଂଶୀଦାର କରିବାକୁ ଆଇନଗତ ଭାବରେ ବାଧ୍ୟ ।

ପଂଜାବ ନ୍ୟାଶନାଲ ବ୍ୟାଙ୍କରୁ ନୀରବ ମୋଦୀ ୬ହଜାର କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ସେହିପରି ବିଜୟ ମାଲ୍ୟାଙ୍କ ମୁଣ୍ଡରେ ଲାଗଛି ୯ହଜାର କୋଟି ଟଙ୍କା ଠକେଇ ଅଭିଯୋଗ । ଅନ୍ୟପଟେ ସଂଜୟ ଭଣ୍ଡାରୀ ୟୁପିଏ ସରକାର ସମୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି ।

ବ୍ରିଟେନରୁ ଭାରତ ଆଣିବାକୁ ଯେଉଁ ସବୁ କଟକଣା ରହିଥିଲା ସେଗୁଡିକ ପ୍ରାୟତ ଦୂର ହୋଇଛି । ତେଣୁ ଖୁବ ଶିଘ୍ର ନୀରବ ମୋଦୀ, ବିଜୟ ମାଲ୍ୟା ଓ ସଂଜୟ ଭଣ୍ଡାରୀଙ୍କ ଭାରତ ପ୍ରତ୍ୟର୍ପଣ ସମ୍ଭାବନା ରହିଛି ।

The post ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ: ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ ଟିମ first appeared on Kanak News.

from Kanak News
via <a href="https://ifttt.com/?

ବିମାନ ଉଡ଼ାଣରେ କୁହୁଡି କାଳ: ଦିଲ୍ଲୀ ବଦଳରେ ମୁମ୍ବାଇରେ ଅବତରଣକୁ ନେଇ ତାତିଲେ ଯାତ୍ରୀ

କନକ ବ୍ୟୁରୋ: ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଯେଉଁ ରନୱେରେ ପହଁଚିବା ପୂର୍ବରୁ କଡ଼ା ସୁରକ୍ଷା, ତନ୍ନତନ୍ନ ଯାଂଚ କରାଯାଏ । ଏପରିକି ପକ୍ଷୀଟିଏ ନଜର ଆସିଲେ ବି ସୁରକ୍ଷାକୁ ଦ୍ୱିଗୁଣା କରାଯାଏ ସେଠାରେ କିଭଳି ଯାତ୍ରୀଙ୍କ ମେଳି ହୋଇଛି । ଅଧରାତିରେ ଟାରମାକ ବା ଯେଉଁଠି ବିମାନରେ ପାକିଂ କରାଯାଏ ସେଠି ଶହ ଶହ ଯାତ୍ରୀ ଏକାଠି ବସି ଖାଉଥିବା ଦୃଶ୍ୟ ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିିକି ପ୍ରଶ୍ନ ଉଠୁଛି । ଏପରିକି ସୋସିଆଲ ମିଡିଆରେ ଯାତ୍ରୀ ଏହି ଭିଡିଓକୁ ପୋଷ୍ଟ କରି ଅସନ୍ତୋଷ ଜାହିର କରିଛନ୍ତି । ଯାତ୍ରୀ ଅଭିଯୋଗ କରିଛନ୍ତି ଗୋଆରୁ ଦିଲ୍ଲୀ ଆସିବାକୁଥିବା ଇଣ୍ଡିଗୋ ବିମାନ ୨୦ଘଂଟା ବିଳମ୍ବ ଦେଖାଯିବା ସତ୍ୱେ ବିମାନ କର୍ତୁପକ୍ଷଙ୍କ ପକ୍ଷରୁ କୌଣସି ସଠିକ ସୂଚନା ଦିଆଯାଇଥିଲା । ନିୟମ ଅନୁସାରେ ଯାତ୍ରୀଙ୍କ ଖାଦ୍ୟ ପାନୀୟ ଓ ବିଶ୍ରାମ ବ୍ୟବସ୍ଥା ମଧ୍ୟ କରାଯାଇନଥିଲା । ଏପରିକ ଦିଲ୍ଲୀରେ ଅବତରଣ କରିବା ବଦଳରେ ଅଧରାତିରେ ବିମାନଟି ଦିଲ୍ଲୀରେ ଅବତରଣ କରିଥିଲା । ଘଟଣାକୁ ନେଇ ବିମାନ କ୍ରିୟୁ ସଦସ୍ୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହେବା ପରେ ଅସନ୍ତୁଷ୍ଟ ଯାତ୍ରୀ ରନୱେରେ ବସି ଖାଇବା ପାଇଁ ଓ ବିଶ୍ରାମ ନେବାକୁ ନିଷ୍ପତି ନେଇଥିଲେ । ବିମାନ ଉଡ଼ାଣ ବିଳମ୍ବକୁ ନେଇ ଇଣ୍ଡିଗୋ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଥିବା କହିଛି ବିମାନ କମ୍ପାନୀ ।

ଦିନକ ପୂର୍ବରୁ ଇଣ୍ଡିଗୋ ବିମାନ ଭିତରରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଉଡ଼ାଣରେ ବିଳମ୍ବ ଯୋଗୁଁ ଉତ୍ୟକ୍ତ ଯାତ୍ରୀ ପାଇଲଟଙ୍କୁ ପିଟିବା ପାଇଁ ପଛେଇନଥିଲେ । ଆକ୍ରମଣ ପରେ ଅଭିଯୁକ୍ତଙ୍କୁ ହାଜତକୁ ନେଇଛି ପୁଲିସ । ସେପଟେ ଘଟଣା ବାବଦରେ ରୁଷିଆ ମଡେଲଙ୍କ ବୟାନ ସାମ୍ନାକୁ ଆସିଛି । ଘଟଣା ସମୟରେ ସମାନ ବିମାନରେ ଯାତ୍ରା କରୁଥିଲେ ମଡେଲ ଏବଗୋନିଆ ବେଲ୍ସାକିଆ । ମଡେଲ କହିଛନ୍ତି ବିମାନ ଉଡାଣ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ଯାତ୍ରୀ । ତେବେ ପାଇଲଟ ହଙ୍ଗାମାକୁ ନିୟନ୍ତ୍ରଣ କରିବା ବଦଳରେ ଓଲଟା ଯାତ୍ରୀଙ୍କୁ ଦାୟୀ କରିଥିଲେ । ପାଇଲଟ କହିଥିଲେ ଯାତ୍ରୀଙ୍କ ହଟଗୋଳ ପାଇଁ ବିମାନ ଉଡାଣରେ ଡେରି ହେଉଛି । ଏହାକୁ ଶୁଣି ସାହିଲ କଟାରିଆ ଉତ୍ୟକ୍ତ ହୋଇ ଆକ୍ରମଣ କରିଥିବା ରୁଷ ମଡେଲ ଏକ ଭିଡିଓ ଜାରି କରିଛନ୍ତି ।

କୁହୁଡି ଯୋଗୁଁ କିଛି ଦିନ ହେବ ଯାତାୟତ ବେଶ ବାଧାପ୍ରାପ୍ତ ହେଉଛି । କେବଳ ବିମାନ ନୁହେଁ ଟ୍ରେନ, ବସ ଓ ଛୋଟବଡ ଗାଡି ଚଳାଚଳରେ ବାଧକ ସାଜୁଛି କୁହୁଡୁ । ପରିସ୍ଥିତିକୁ ଦେଖି ଅଧିକାଂଶ ବିମାନ ଉଡାଣ ରଦ୍ଧ କରାଯାଉଥିବାବେଳେ ଅନେକର ରୁ ପରିବର୍ତନ କରାଯାଉଛି । କୁହୁଡି ପାଇଁ ସବୁଠୁ ଅଧିକ ହନ୍ତସନ୍ତ ହେଉଛନ୍ତି ବିମାନଯାତ୍ରୀ ।

The post ବିମାନ ଉଡ଼ାଣରେ କୁହୁଡି କାଳ: ଦିଲ୍ଲୀ ବଦଳରେ ମୁମ୍ବାଇରେ ଅବତରଣକୁ ନେଇ ତାତିଲେ ଯାତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ନାଗାଲାଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା: କୋହିମାରେ ରାହୁଲଙ୍କ ଜନସଭା, ମଂଚରୁ ମୋଦୀଙ୍କୁ କଲେ ଟାର୍ଗେଟ

କନକ ବ୍ୟୁରୋ: ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟଯାତ୍ରା ୧୬ ତାରିଖରେ ତୃତୀୟ ଦିନରେ ପହଁଚିଛି । ଦଳୀୟକର୍ମୀ, ନେତାଙ୍କୁ ନେଇ ରାହୁଲ ମଙ୍ଗଳବାର କୋହିମାରେ ପହଁଚିଛନ୍ତି । ଏଠାରେ ପହଁଚିବାପରେ ସ୍ଥାନୀୟ ଲୋକଙ୍କୁ ଭେଟି ଅଭିବାଦନ ଗ୍ରହଣ କରିଛନ୍ତି ରାହୁଲ । କୋହିମାର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ରାହୁଲଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଖେଳାଳୀଙ୍କ ଗହଣରେ ଷ୍ଟାଡିୟମରେ କିଛି ସମୟ ଅତିବାହିତ କରିଥିଲେ ରାହୁଲ । ସଭାକୁ ସମ୍ବୋଧିତ କଂଗ୍ରେସ ସାଂସଦ କହିଛନ୍ତି ବିଚାରଧାରାର ଲଢେଇକୁ ନେଇ ଭାରତ ଯୋଡ ନ୍ୟାୟଯାତ୍ରା ଆରମ୍ଭ କରିଛି ଦଳ ।

ଯାତ୍ରା ସମୟରେ ନାଗାଲାଣ୍ଡର ପାରମ୍ପାରିକ ପୋଷାକରେ କଂଗ୍ରେସ ସାଂସଦଙ୍କୁ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସହ ସେଲଫି ଉଠାଇଥିଲେ ରାହୁଲ । ସେପଟେ ଯୁଦ୍ଧ ସ୍ମାରକୀରେ ପହଁଚି ସହିଦ ଯବାନଙ୍କୁ ସେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପ୍ରସଙ୍ଗ ଉଠାଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ । ପ୍ରାଣପ୍ରତିଷ୍ଠା ବିଜେପିର ଏକ ନିର୍ବାଚନୀ ରଣନୀତି । ଭୋଟବ୍ୟାଙ୍କ ପାଇଁ ଏକ ପ୍ରହସନ । ତେଣୁ ଆରଏସଏସ ଓ ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମକୁ କଂଗ୍ରେସ ବୟକଟ କରିଥିବା ରାହୁଲ କହିଛନ୍ତି ।

ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଲୋକସଭା ନିର୍ବାଚନ ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି ଖୁବ ଶିଘ୍ର ଆସନ ଭାଗବଂଟା ଶେଷ ହେବ । ମେଂଟ ମଧ୍ୟରେ କୌଣସି ସମସ୍ୟା ନାହିଁ । ତେବେ କିଛି ରାଜ୍ୟରେ ଆସନ ଭାଗବଂଟାକୁ ନେଇ ସମସ୍ୟା ଥିବା ସ୍ୱିକାର କରିଛନ୍ତି କଂଗ୍ରେସ ସାଂସଦ ।

ଭାରତ ଯୋଡ ଯାତ୍ରାର ୨ୟ ସଂସ୍କରଣ ଭାବେ କଂଗ୍ରେସ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଛି । ପ୍ରାୟ ଦୁଇମାସ ଧରି ଚାଲିଥିବା ଯାତ୍ରାରେ ରାହୁଲ ୬ହଜାର ୭ଶହ କିଲୋମିଟର ପଦଯାତ୍ରା କରିବେ । ଶହ ଶହ କର୍ମୀ, ସମର୍ଥକ ଓ ନେତାଙ୍କୁ ନେଇ ମଣିପୁରରୁ କଂଗ୍ରେସ ଆରମ୍ଭ କରିଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ମୁମ୍ବାଇରେ ସରିବ ।

The post ନାଗାଲାଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା: କୋହିମାରେ ରାହୁଲଙ୍କ ଜନସଭା, ମଂଚରୁ ମୋଦୀଙ୍କୁ କଲେ ଟାର୍ଗେଟ first appeared on Kanak News.

from Kanak News
via <a href="https://ifttt.com/?

ଆପର ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ, ବିଜେପି, କଂଗ୍ରେସ, ଏଆଇଏମଆଇଏମର କଟାକ୍ଷ: କହିଲେ ବିଜେପି ଆରଏସଏସ ରାସ୍ତାରେ ଚାଲୁଛି ଆମ ଆଦମୀ ପାର୍ଟି, ଭୋଟ ପାଇଁ ଚାଲିଛି ପ୍ରହସନ

କନକ ବ୍ୟୁରୋ: ଅଯୋଧ୍ୟା ରାମଲାଲା ପ୍ରାଣପ୍ରତିଷ୍ଠାର ସେହି ଶୁଭ ସମୟ ଆସିବାକୁ ଯାଉଛି । ଏହା ପୂର୍ବରୁ ଦିଲ୍ଲୀ ସରକାର ବଡ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଦିଲ୍ଲୀର ମୋଟ ୨୬ଶହ ସ୍ଥାନରେ ୧୬ ତାରିଖଠୁ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ପାଠ କରିଛି ଆମ ଆଦମୀ ପାର୍ଟି । ପ୍ରଥମ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ ହନୁମାନ ମନ୍ଦିରରେ ପହଁଚି ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିସା ପାଠ କରିଛନ୍ତି ।

ଆମ ଆଦମୀ ପାର୍ଟିର କାଯ୍ୟକ୍ରମକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିଜେପି,କଂଗ୍ରେସ ଓ ଏଆଇଏଆଇଏମ ଶାଣିତ ଢ଼ଙ୍ଗରେ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି । ବିଜେପି କହିଛି ନିର୍ବାଚନ ଆସୁଥିବା ଯୋଗୁଁ ଆପକୁ ରାମଙ୍କ କଥା ମନେ ପଡିଛି । ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଧିନ ଓୱେସୀ କହିଛନ୍ତି ବିଜେପି ଓ ଆରଏସଏସ ଏବଂ ଆପ ମଧ୍ୟରେ କୌଣସି ଫରକ ନାହିଁ । ସେପଟେ କଂଗ୍ରେସ ମଧ୍ୟ ଆପକୁ କଟାକ୍ଷ କରିଛି ।

ମିଳିଥିବା ସୂଚନା ଅନୁସାରେ–
-ପ୍ରତିମାସର ପ୍ରଥମ ମଙ୍ଗଳବାର କାର୍ଯ୍ୟକ୍ରମର ଆୟୋଜନ କରାଯିବ
-ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ କରିବ ଆପ୍
-ମୋଟ ୨୬ଶହ ସ୍ଥାନରେ କାର୍ଯ୍ୟକ୍ରମ କରାଯିବ

ଆମ ଆଦମୀ ପାର୍ଟି କହିଛି ପ୍ରଭୁ ଶ୍ରୀରାମ କୌଣସି ଜଣେ ବ୍ୟକ୍ତି କିମ୍ବା ଦଳର ନୁହେଁ । ତେଣୁ ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ଆମ ଆଦମୀ ପାର୍ଟି ମୁଖିଆ ଅରବିନ୍ଦ କେଜ୍ରିୱାଲ ରାମଙ୍କ ଜଣେ ପରମଭକ୍ତ ଅଟନ୍ତି ଓ ପ୍ରାଣପ୍ରତିଷ୍ଠା ଉତ୍ସବରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

The post ଆପର ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ, ବିଜେପି, କଂଗ୍ରେସ, ଏଆଇଏମଆଇଏମର କଟାକ୍ଷ: କହିଲେ ବିଜେପି ଆରଏସଏସ ରାସ୍ତାରେ ଚାଲୁଛି ଆମ ଆଦମୀ ପାର୍ଟି, ଭୋଟ ପାଇଁ ଚାଲିଛି ପ୍ରହସନ first appeared on Kanak News.

from Kanak News
via <a href="https://ifttt.com/?

ଗୋପାଳପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ: ଗୋଟିଏ ମଂଚରେ ହେଭିୱେଟ୍ ନେତା

କନକ ବ୍ୟୁରୋ: ଆଗକୁ ନିର୍ବାଚନ । ଆଉ ସବୁଥର ଭଳି ବିଜେଡି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବ୍ରହ୍ମପୁରରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ଦଳର ହେଭିୱେଟ୍ ନେତା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବା ପାଇଁ ରଣନୀତି ଆରମ୍ଭ କରିଛି ଦଳ ।

ମକର ମହୋତ୍ସବ ପାଳନ ବାହାନାରେ ଗୋପାଳପୁରର ଜିଲ୍ଲା ବିଜେଡି ନେତାଙ୍କ ଶକ୍ତି ପ୍ରଦର୍ଶନ ।  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଏହି ଆସନକୁ ଅକ୍ତିଆର କରିବାକୁ ଦଳ ସବୁପ୍ରକାର କୌଶଳ ଆପଣାଇଛି । ବ୍ରହ୍ମପୁର ବିଧାୟକ ବିକ୍ରିମ ପଣ୍ଡା ଏବେ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଅଛନ୍ତି । ଆଉ ନିର୍ବାଚନ ପାଖେଇଆସୁଥିବାବେଳେ ମକର ସଂକ୍ରାନ୍ତି ପାଳନ ବାହାନାରେ ଗୋପାଳପୁରରେ ଜିଲ୍ଲାର ନେତାଙ୍କୁ ଏକାଠି କରି ଦମ ଦେଖାଇଛନ୍ତି ବିକ୍ରମ । ମନ୍ତ୍ରୀ ଉଷାଦେବୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଓ ଆସ୍କା ସାଂସଦ, ଜିଲ୍ଲାର ବିଧାୟକ ଓ ପୁରୁଖା ନେତା ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରିଛନ୍ତି ।

ବଡକଥା ହେଲା, ଗଂଜାମ ବିଜେଡି ପାଇଁ ଗୋପାଳପୁର ସଙ୍ଗଠନ ଅଧିକ ଗୁରୁତ୍ୱ ବହନ କରିଛି । ପ୍ରଦୀପଙ୍କ ବିଜେଡିରୁ ବିଦା ହେବା ପରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ଗୋପାଳପୁର ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଏବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁର ସଙ୍ଗଠନ ସମ୍ଭାଳୁଛନ୍ତି । ଗୋପାଳପୁର ରାଜନୀତି ସହ ବିକ୍ରମ ଭଲଭାବେ ଜଡିତ ଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ଜୋର ଧରିଛି । ଆଉ ମକର ଉତ୍ସବ ପାଳ ବାହାନାରେ ଜିଲ୍ଲା ନେତାଙ୍କୁ ଏକାଠି କରି ନିଜର ଦବଦବା ଜାହି କରିଛନ୍ତି ବିକ୍ରମ । ତା ସହ ତେଲୁଗୁ ଭୋଟରଙ୍କୁ ବି ବିଜେଡି ଆଡକୁ ଆଣିବାକୁ ଉଦ୍ୟମ କରିଛନ୍ତି ।

ମକର ଉତ୍ସବ ପାଳନ ବାହାନାରେ ବିଜେଡି ନେତାଙ୍କ ଏକାଠି ହେବାକୁ ନେଇ ଗୋପାଳପୁରର ରାଜନୀତି ସରଗରମ ହୋଇଛି ।  ଏହି ଆଳରେ ପ୍ରଦୀପ ପାଣିଗ୍ରାହୀଙ୍କୁ  ଚେକ ଦେବାକୁ ବିଜେଡି ପ୍ରସ୍ତତ ହେଉଥିବା ଚର୍ଚ୍ଚା ଜୋର ଧରିଛି ।

The post ଗୋପାଳପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ: ଗୋଟିଏ ମଂଚରେ ହେଭିୱେଟ୍ ନେତା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started