୧୭ ଓ ୨୨ରେ ଜଳିବ ଦୀପ: ମୋଦି, ନବୀନଙ୍କ ଆହ୍ୱାନରେ ଲାଗିଲା ରାଜନୀତିର ରଙ୍ଗ

କନକ ବ୍ୟୁରୋ: ରାଜନୀତିରେ ଦୀପ ଉତ୍ସବ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକଙ୍କ ଧାର୍ମିକ ଭାବନାକୁ ନେଇ ଧ୍ରୁବୀକରଣ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲଲା ମନ୍ଦିର ପ୍ରତିଷ୍ଠାରେ ସାରା ଦେଶରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ କରିଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣର ଦୀପ ଜାଳିବାକୁ ଓଡିଶାବାସୀଙ୍କୁ କହିଛନ୍ତି ।

ବୁଧବାର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ଦୀପ ଜାଳିବାକୁ ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ କାର୍ତିକ ଅବାବାସ୍ୟାରେ ପାଳିତ ହୁଏ ଦୀପାବଳି । କିନ୍ତୁ ରାଜନୀତିର ଦୀପଉତ୍ସବ ପାଇଁ କୌଣସି ନିର୍ଦ୍ଧିଷ୍ଟ ତାରିଖ କିମ୍ବା ତିଥି ନାହିଁ । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନରେ ବିଜେପି ଦୀପାବଳି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରତିଷ୍ଠା ଦିନ ସାରା ଓଡ଼ିଶାବାସୀଙ୍କୁ ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭକ୍ତି ଓ ଭଗବାନ ଭଳି ପ୍ରସଙ୍ଗ ଭାବପ୍ରବଣତାର ବିଷୟ । ଆଉ ରାଜନୀତିରେ ଭାବପ୍ରଣତାର ଏକ ସ୍ଥାନ ଅଛି । ଯାହା ଭୋଟ୍ ରାଜନୀତିକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖେ । ଉଭୟ ବିଜେପି ଓ ବିଜେଡି ଏହି ଭାବପ୍ରବଣତାକୁ ନିଜ ଆଡକୁ ଆଣିବାକୁ ଉଦ୍ୟମ କରିଛନ୍ତି । ଆଉ ପ୍ରଧାନମନ୍ତ୍ରୀ, ମୁଖମନ୍ତ୍ରୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ୨୨ ତାରିଖରେ ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି ।

ଭାରତର ରାଜନୀତିରେ ଦୀପ ଜଳାଇବା ପ୍ରସଙ୍ଗ ଅନେକ ଦିନରୁ ରହିଆସିଛି । ଆଉ ୨୦୧୪ ପରେ ଏହି ପ୍ରସଙ୍ଗ ବ୍ୟାପକ ହୋଇଛି । ପ୍ରତିଟି ଶୁଭକାର୍ଯ୍ୟରେ ଦୀପର ଆବଶ୍ୟକତାକୁ ଆମେ ଅନୁଭବ କରିଛନ୍ତି । ଯେକୌଣସି କାମର ଶୁଭ ଦେବାବେଳେ ଭଗବାନ ରାମ କିମ୍ବା ଜଗନ୍ନାଥଙ୍କୁ ସ୍ମରଣ କରାଯାଇଥାଏ । କିନ୍ତୁ ବିଜେଡି ଓ ବିଜେପିର ଦୀପ ଜାଳିବା ଆହ୍ୱାନକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦଳ କହିଛି, ଦୀପ ଜଳାଇବା ସମସ୍ତଙ୍କ ବ୍ୟକ୍ତିଗତ କାମ । ପ୍ରତିଘରେ ଦୀପ ଜଳେ । ତେବେ କିଏ ଓ କେଉଁଠି ଦୀପ ଜଳାଇବ ତାହା କହିବାର ଅଧିକାର ସରକାରଙ୍କ ନାହିଁ ।

ଭଗବାନଙ୍କ ଉପରେ ଆସ୍ଥା ରଖୁଥିବା ଏମିତି କେହି ନଥିବେ, ଯିଏ ଅଯୋଧ୍ୟ ରାମ ମନ୍ଦିର ଓ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ ନେଇ ଭିନ୍ନ ଭିନ୍ନ ମତ ରଖୁଥିବେ । କିନ୍ତୁ ଏହାକୁ ନେଇ ଯେଉଁ ରାଜନୀତି ହେଉଛି, ତାକୁ ନେଇ ଭିନ୍ନମତ ରଖିବା ସ୍ୱାଭାବିକ୍ । ଆଉ ରାଜନୀତିର ଦିପୋତ୍ସାବ ବୋଧେ ଏହାକୁ ହିଁ ସୂଚାଉଛି ।

The post ୧୭ ଓ ୨୨ରେ ଜଳିବ ଦୀପ: ମୋଦି, ନବୀନଙ୍କ ଆହ୍ୱାନରେ ଲାଗିଲା ରାଜନୀତିର ରଙ୍ଗ first appeared on Kanak News.

from Kanak News
via <a href="https://ifttt.com/?

ରକ୍ତରେ ଭିଜିଲା ଶୁଲିଆ ପୀଠ: ବଳି ପଡିଲେ ଶହ ଶହ ପଶୁ, ପକ୍ଷୀ

କନକ ବ୍ୟୁରୋ: ପ୍ରଶାସନର ବାରଣ ସତ୍ୱେ ଶୁଲିଆ ପୀଠରେ ବଳି ପଡିଛି । ମଣିଷର ମନୋକାମନା ପୂରଣ ପାଇଁ ନୀରିହ ପଶୁ ପକ୍ଷୀଙ୍କ ରକ୍ତରେ ଲାଲ ହୋଇଛି ଶୁଲିଆ ପୀଠ । ସବୁଥର ଭଳି ଏଥର ମଧ୍ୟ ଯାତ୍ରା ପୂର୍ବରୁ ଲୋକଙ୍କୁ ବଳି ନଦେବାକୁ ବୁଝାସୁଝା କରିଥିଲେ ପ୍ରଶାସନିକ ଅଧିକାରୀ । ହେଲେ ପରଂପରା ଓ ଉପସନା ଆଗରେ ହାରି ଯାଇଛି ପ୍ରଶାସନ । ଆସ୍ଥା ଓ ବିଶ୍ୱାସର ପର୍ବ । ସରଳ ବିଶ୍ୱାସୀ ଆଦିବାସୀଙ୍କ ଶୁଲିଆ ଯାତ୍ରା । ଭକ୍ତଙ୍କ ଭାବାବେଗ ଆଗରେ ହାର ମାନିଛି ଆଇନ କାନୁନ, ହାର ମାନିଛି ପ୍ରଶାସନ ।

ଆଦିବାସୀ ପରମ୍ପରାର ଉପାସନା ଶୁଲିଆ ଯାତ୍ରା । ଆଗରେ ପୂଜକ, ପଛେ ପଛେ ଶ୍ରଦ୍ଧାଳୁ, ମାନସିକଧାରୀ । ବଲାଙ୍ଗିର ଜିଲ୍ଲାର ଖଇରଗୁଡା ଶୁଲିଆ ପୀଠର ଏ ହେଉଛି ଦୃଶ୍ୟ । ଠାକୁରଙ୍କ ଆଶିର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଗହଳି । କିଏ ମାନସିକ କରିବାକୁ ଆସିଛି, ଆଉ କିଏ ମାନସିକ ପୂରଣ ପରେ ବଳି ଦେବାକୁ ଆସିଛି । ଆଉ ଉପାସନା ନାଁରେ, ପ୍ରଶାସନର ସଚେତନତା ସତ୍ୱେ ଶହ ଶହ ନୀରିହ ପଶୁ ପକ୍ଷୀଙ୍କ ବଳିରେ ପୀଠ ରକ୍ତରଂଜିତ ହୋଇଛି ।

ବିଶ୍ୱାସ ରହିଛି ଶୁଲିଆ ପୀଠରେ ମାନସିକ କଲେ କେହି ଖାଲି ହାତରେ ଫେରନ୍ତି ନାହିଁ । ସେ ରୋଗ ହେଉ କି ଚାକିରୀ, ଆର୍ଥିକ ଅନଟନ ହେଉ କି ବିବାହ ସମସ୍ୟା, ସବୁ ପୂରଣ କରିଥାନ୍ତି ଶୁଳିଆ ବୁଢା ଓ ଶୁଳିଆ ଦେବୀ । ସେହି ବିଶ୍ୱାସ, ସେହି ଆସ୍ଥା ଟାଣି ଆଣିଛି ଶୁଲିଆ ପୀଠକୁ ରାଜ୍ୟ ତଥା ବାହାର ରାଜ୍ୟର ଶହ ଶହ ଶ୍ରଦ୍ଧାଳୁଙ୍କୁ ।

ଶୁଲିଆ ଯାତ୍ରା ପୂର୍ବରୁ ସବୁଥର ଭଳି ଏଥର ମଧ୍ୟ ନୀରିହ ପଶୁ ପକ୍ଷୀଙ୍କୁ ବଳି ନଦେବାକୁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲା । କିନ୍ତୁ ପାରମ୍ପରିକ ପୂଜା ନାଁରେ ଆଇନ କାନୁନକୁ ମାନି ନାହାନ୍ତି ଶ୍ରଦ୍ଧାଳୁ । ମଣିଷର ମନୋକାମନା ପୂରଣ ପାଇଁ ନୀରିହ ପଶୁ ପକ୍ଷୀଙ୍କୁ ପୂଜା ନାଁରେ ବଳି ଦିଆଯାଇଛି । ଅନ୍ୟପଟେ ଶୁଲିଆ ଯାତ୍ରାରେ ଭିଡ ବଢୁଥିବାରୁ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରିଥିଲା ପୋଲିସ ପ୍ରଶାସନ ।

ଧର୍ମ ନାଁରେ ପଶୁ ବଳି ଏକ କଳଙ୍କିତ ପ୍ରଥା, ଯାହା ଶୁଲିଆ ଯାତ୍ରାରେ ବର୍ଷ ବର୍ଷ ଧରି ଚାଲି ଆସୁଛି । ଅନ୍ୟପଟେ କୌଣସି ବ୍ୟକ୍ତିର ଧାର୍ମିକ ଭାବନା, ଧାର୍ମିକ ବିଶ୍ୱାସକୁ କେହି ଆଘାତ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ବଳିପ୍ରଥା ବନ୍ଦ କରିବା ପାଇଁ ବୁଝାଇବା ଛଡା ଅନ୍ୟ ରାସ୍ତା ନାହିଁ ।

The post ରକ୍ତରେ ଭିଜିଲା ଶୁଲିଆ ପୀଠ: ବଳି ପଡିଲେ ଶହ ଶହ ପଶୁ, ପକ୍ଷୀ first appeared on Kanak News.

from Kanak News
via <a href="https://ifttt.com/?

ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ଥରହର ମଥୁରାନଗରୀ: ଦୈବୀବାଣୀ ପରେ ବିଚଳିତ ମଥୁରା ନରେଶ 

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଂଗମଂଚରେ ଶୁଭୁଛି ମହାରାଜ କଂସଙ୍କ ଅଟ୍ଟହାସ୍ୟ । ପିତା ଉଗ୍ରସେନଙ୍କୁ ବନ୍ଦୀ କରି ରାଜଗାଦି ଅକ୍ତିଆର ପରେ ଉଗ୍ର ହୋଇଛନ୍ତି ତ୍ରିପୁର ବିଜୟୀ କଂସ ମହାରାଜ । ଦୈବୀବାଣି ପରେ ବ୍ୟସ୍ତ ବିବ୍ରତ କଂସ ମୃତ୍ୟୁକୁ ମାତ ଦେବାକୁ ମନ୍ତ୍ରୀ ପାରିଷଦଙ୍କ ସହ ମନ୍ତ୍ରଣା କରିଛନ୍ତି । ଦେବକୀ, ବାସୁଦେବକୁ ବନ୍ଦୀ କରି ଶତ୍ରୁମୁକ୍ତ ରହିବାକୁ ଯୋଜନା ବି କରିଛନ୍ତି । ଅନ୍ୟପଟେ ପ୍ରଜାବତ୍ସଳ ହେବାକୁ, ମଥୁରାବାସୀଙ୍କ ମନରଞ୍ଜନ ପାଇଁ ଆଜି ରଙ୍ଗମହଲର ଉଦଘାଟନ କରିବେ ।

କଂସଙ୍କ ଅଟ୍ଟହାସ୍ୟରେ ଥର ହର ମୁଥୁରାପୁର । ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନରେ ଯୁବରାଜ । କ୍ଷମତା ହାତକୁ ଆସିବା ପରେ ଆରମ୍ଭ ହୋଇଯାଇଛି ମଥୁରାନରେଶଙ୍କ ପ୍ରାର୍ଦୁଭାବ । ମହାରାଜ କଂସଙ୍କୁ ଆହୁରି ଉଗ୍ର ଓ ବ୍ୟଗ୍ର କରି ଦେଇଛି ଦୈବୀବାଣୀ । ଭଉଣୀ ଦେକବୀ ଓ ଭିଣୋଇ ବସୁଦେବଙ୍କୁ ଅବିଳମ୍ବେ ପଠାଇଛନ୍ତି କାରାଗାର । ହେଲେ ମହାରାଜଙ୍କୁ ଘାରିଛି ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନର ଚିନ୍ତା

ମଂଚରେ ମହାନାଟକ ଅଭିନୟ ହେବା ପୂର୍ବରୁ ପ୍ରଥମଦିନରେ ମଥୁରାନଗର ଭ୍ରମଣ କରିଥିଲେ ଉଗ୍ରସେନ । ପାତ୍ରମନ୍ତ୍ରୀଙ୍କୁ ଧରି ନଗର ପ୍ରମଣ କରିବା ସହ ଏକମାତ୍ର ଝିିଅ ଦେବକୀଙ୍କ ବିବାହ ସ୍ଥିର କରିଥିଲେ । ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ବିହାଘର ମଧ୍ୟ କରିଥିଲେ ।

ଧନୁଯାତ୍ରର ଦ୍ୱିତୀୟ ଦିନରେ ମଥୁରବାସୀଙ୍କ ମନୋରଂଜନ ପାଇଁ ରଙ୍ଗମହଲର ଉଦଘାଟନ କରିବେ ମହାରାଜ । ସେହିପରି କୃଷ୍ଣ ଜନ୍ମ, କାଳକୃଷ୍ଣଙ୍କୁ ନେଇ ଗୋପପୁର ଗମନଳ, ଉଗ୍ରସେନଙ୍କ ସହ ଭେଟ୍ ଭଳି ଚିତାକର୍ଷକ ଦୃଶ୍ୟ ଅଭିନିତ ହେବ ।

The post ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ଥରହର ମଥୁରାନଗରୀ: ଦୈବୀବାଣୀ ପରେ ବିଚଳିତ ମଥୁରା ନରେଶ  first appeared on Kanak News.

from Kanak News
via <a href="https://ifttt.com/?

ଖୋଲିଲା ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ରହସ୍ୟ: ଅବୈଧ ସମ୍ପର୍କ, ଝଗଡ଼ାକୁ ନେଇ ହତ୍ୟା କରିଥିଲେ କେୟାରଟେକର

କନକ ବ୍ୟୁରୋ: ଅବୈଧ ପ୍ରେମର କରୁଣ ପରିଣତି । ବାଲିଅନ୍ତାରେ ହୋଟେଲ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ପଛରେ ରହିଛି ଏମିତି ଏକ ଲୋମଟାଙ୍କୁରା କାହାଣୀ । ଯାହାକୁ ପ୍ରେମ କରୁଥିଲେ, ସେହି ହିଁ ଶେଷରେ ଜୀବନ ନେଇଛି । ବିବାହ ପାଇଁ ଜିଦ୍ କରି ସଫଳ ନହେବାରୁ ପ୍ରେମିକକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ପ୍ରେମିକା । କାଠ ଫାଳିଆରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି ।

ଶୁଙ୍କି ରଣା, ଘର ଝାରସୁଗୁଡା
ବିଶ୍ୱଜିତ ନାୟକଙ୍କ ପତ୍ନୀ ନଥିବାରୁ ଘର ଓ ପୁଅର ଦେଖାଶୁଣା କରୁଥିଲେ ଶୁଙ୍କି । ବିଶ୍ୱଜିତଙ୍କ ମା ପୁରୀ ସ୍ଥିତ ଶଙ୍କଟମୋଚନ ଆଶ୍ରମରେ ଥିବା ସମୟରେ ଶୁଙ୍କି ସହ ଚିହ୍ନାଜଣା ହୋଇଥିଲେ ଓ ପରବର୍ତୀ ସମୟରେ ନିଜ ପୁଅ ବିଶ୍ୱଜିତ ସାଙ୍ଗେ ପରିଚୟ କରାଇଥିଲେ । ସମୟ ଗଡିବା ସହ ବିଶ୍ୱଜିତ ଓ ଶୁଙ୍କିଙ୍କ ମଧ୍ୟରେ ଅବୈଧ ପ୍ରେମ ସମ୍ପର୍କ ଗଢି ଉଠିଥିଲା ହେଲେ ସେମାନଙ୍କ ପ୍ରେମରେ ବାଧକ ସାଜିଥିଲା ରହିବା ସ୍ଥାନ । ଶୁଙ୍କିର ଆଶ୍ରମ ପ୍ରତି ଅହେତୁକ ଦୁର୍ବଳତା ଥିବାରୁ ଶୁଙ୍କି ଚାହୁଁଥିଲା ବିଶ୍ୱଜିତ ଆଶ୍ରମରେ ଆସି ତାସହ ରହୁ । ହେଲେ ବିଶ୍ୱଜିତ ଚାହୁଁଥିଲା ଯେ ଶୁଙ୍କି ଆଶ୍ରମରେ ନରହି ତାଙ୍କ ପାଖରେ ବାଲିଅନ୍ତାରେ ରହୁ । ଏକଥାକୁ ନେଇ ଉଭୟଙ୍କ ମଧ୍ୟରେ ସବୁ ସମୟରେ ଝଗଡା ଲାଗି ରହୁଥିଲା । ଗତ ଶନିବାର ଦିନ ଉଭୟଙ୍କ ଝଗଡା ଉଗ୍ର ରୁପ ଧାରଣ କରିଥିଲା । ଆଉ ଶେଷରେ ଉତକ୍ଷିପ୍ତ ହୋଇ ଏକ କାଠଫାଳିଆ ଦ୍ୱାରା ବିଶ୍ୱଜିତଙ୍କ ମୁଣ୍ଡକୁ ଛେଚି ଦେଇଥିଲେ ଶୁଙ୍କି ଆଉ ବିଶ୍ୱଜିତଙ୍କ ପ୍ରାଣବାୟୁ ଘଟଣା ସ୍ଥଳରେ ଉଡିଯାଇଥିଲା ।

ହତ୍ୟା କରିବାର ଥିଲା ଅଭିଜ୍ଞତା
ପୁର୍ବରୁ କରିଥିଲା ଯା ର ହତ୍ୟା
ହତ୍ୟା କରିବା ଶୁଙ୍କି ରଣା ପାଇଁ କୌଣସି ନୁଆ କଥା ନଥିଲା । ପୋଲିସ ସୁଚନା ଅନୁସାରେ
୧୨ ବର୍ଷ ତଳେ ନିଜ ଯା କୁ ନିଜ ହାତରେ ହତ୍ୟା କରିଥିଲା ଏହି ସାଇକୋ କିଲର
ନିଜ ଯାର ସ୍ୱାମୀ ସହ ଅନୌତିକ ସମ୍ପର୍କ ରଖିଥିଲା ଶୁଙ୍କି ରଣା
ଏକଥା ସାମନାକୁ ଆସିବା ପରେ ପରିବାରରେ ବିବାଦ ଉଗ୍ର ରୁପ ଧାରଣ କରିଥିଲା
ଏହାପରେ ମାନସିକ ଭାରସାମ୍ୟ ହରାଇ ନିଜ ଯା କୁ ହତ୍ୟା କରି ରାସ୍ତାରୁ ହଟାଇ ଥିଲା
ସେହି ହତ୍ୟା ମାମଲାରେ ୧୨ ବର୍ଷ ଜେଲରେ ସଜା କାଟିଥିଲା ଶୁଙ୍କିô
ଜେଲରୁ ମୁକୁଳିବା ପରେ ପୁରୀର ଶଙ୍କଟ ମୋଚନ ଆଶ୍ରମରେ ରହୁଥିଲା ଶୁଙ୍କି

ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ସହ ହତ୍ୟା ସମୟରେ ଶୁଙ୍କି ପିନ୍ଧିଥିବା ରକ୍ତ ଲଗା ବସ୍ତ୍ରକୁ ଜବତ କରିଛି ପୋଲିସ । ଶୁଙ୍କି କିଭଳି ଏ ହତ୍ୟାକାଣ୍ଡ କରିଥିଲା ତାର ଡେମୋ ପୋଲିସକୁ ଦେଖାଇବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

The post ଖୋଲିଲା ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ରହସ୍ୟ: ଅବୈଧ ସମ୍ପର୍କ, ଝଗଡ଼ାକୁ ନେଇ ହତ୍ୟା କରିଥିଲେ କେୟାରଟେକର first appeared on Kanak News.

from Kanak News
via <a href="https://ifttt.com/?

‘ରୂପାନ୍ତରିକରଣ ନା ପ୍ରତାରଣା’: ଖୋଲା ବିତର୍କ ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

କନକ ବ୍ୟୁରୋ: ବିଭିନ୍ନ ଯୋଜନା ଦ୍ୱାରା ରାଜ୍ୟରେ ରୂପାନ୍ତରଣ ହେଉଥିବା, ରାଜ୍ୟ ସରକାର ଦାବି କରୁ ଆସୁଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, କଳା କ୍ଷେତ୍ରରେ ପରିବର୍ତନ ଆସିଥିବା କହୁଛନ୍ତି । କିନ୍ତୁ ସରକାରଙ୍କ ଏହି ଦାବିକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ପ୍ରଶ୍ନ କରିଛନ୍ତି ।

ବିଜେଡି ନେତାମାନେ ବାରମ୍ବାର ଟାର୍ଗେଟ କରି ଆସୁଥିଲେ ବି ପ୍ରାୟତଃ ଚୁପ ରହୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଡା ଜବାବ ଦେଇଛନ୍ତି । କିନ୍ତୁ ଏଥର ଧର୍ମେନ୍ଦ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେପିର ମିଶ୍ରଣ ପର୍ବ ମଂଚରୁ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । କହିଛନ୍ତି, ୨୫ ବର୍ଷ ହେଲା ଲୋକ ଆପଣଙ୍କୁ ଭରସା କଲେ, ଖାଲି ରୂପାନ୍ତରଣ କଥା କହୁଛନ୍ତି । ହେଲେ ଏହାର ହିସାବ ଦେବାକୁ ପଡିବ । ରପୂାନ୍ତରଣ ନା ପ୍ରତାରଣା? ରୂପାନ୍ତରଣ ନା ଛଳନା? କେବଳ ଏତିକି ନୁହେଁ ବିଏସକେୱାଇ କାର୍ଡ, ଉଜ୍ୱଳା ଯୋଜନା କଥା ଉଠାଇ ସରକାର ଓ ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଶ୍ୱେତପତ୍ର ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।

ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଆହ୍ୱାନ ଦେବା ପରେ ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଟୁଇଟ୍ କରି ଲେଖିଛନ୍ତି, ଭାଇ ଆପଣଙ୍କୁ ଆଇନା ଦେଖାଇଲେ ଏତେ ଚିଡି ଯାଉଛନ୍ତି କଣ ପାଇଁ? ୩ଟି ସାଧାରଣ ପ୍ରଶ୍ନ ଆପଣଙ୍କୁ ପଚରାଯାଇଥିଲା । … ଲାଗୁଛି ପ୍ରଶ୍ନ ସବୁ ଶୁଣି ଆପଣ ରାଗି ଯାଇଛନ୍ତି ଓ ରକ୍ତଚାପ ବଢ଼ିଯାଇଛି । ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରିଥିବା ଦେଖିଥିଲି । ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ ।

କେବଳ ପ୍ରଣବ ପ୍ରକାଶ ଦାସ ନୁହନ୍ତି, ବିଜେଡିର ଅନ୍ୟନେତାମାନେ ମଧ୍ୟ ଧର୍ମେନ୍ଦ୍ରଙ୍କ ସମାଲୋଚନାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନୁଗୋଳ ଓ ସମ୍ବଲପୁର ଗସ୍ତବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ହୋଇ ବି ନିଜ ମାଟି ପାଇଁ ବିଶ୍ୱବିଦ୍ୟାଳୟ, କି ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କରି ନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି ବୋଲି କହିଥିଲେ । ଜାତୀୟ ରାଜପଥ-୫୫ର ଅବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ..ତେବେ ପ୍ରଣବଙ୍କ ଅଭିଯୋଗ ପରେ ବିଜେପି ବିଧାୟକ ଲଳିତେନ୍ତୁ ବିଦ୍ୟାଧର ମହାପାତ୍ର ଟୁଇଟ୍ କରି ତାଙ୍କୁ କଡା ସମାଲୋଚନା କରିଛନ୍ତି ।

The post ‘ରୂପାନ୍ତରିକରଣ ନା ପ୍ରତାରଣା’: ଖୋଲା ବିତର୍କ ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ first appeared on Kanak News.

from Kanak News
via <a href="https://ifttt.com/?

ଅର୍ପଣ ରଥ ବୁଲି ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଛି ଗୁଆ ଚାଉଳ: ବିରୋଧୀ ଉଠାଇଲେ ପ୍ରଶ୍ନ, ପଚାରିଲେ କୁଆଡେ ଯିବ ସଂଗ୍ରହ ହୋଇଥିବା ଏତେ ଚାଉଳ

କନକ ବ୍ୟୁରୋ: ଲୋକଙ୍କ ମନରେ ‘ଚାଉଳ’ ପ୍ରଶ୍ନ ପରିକ୍ରମା ପ୍ରକଳ୍ପ ପାଇଁ ସାରା ରାଜ୍ୟରେ ବୁଲୁଥିବା ଅର୍ପଣ ରଥକୁ ନେଇ ତେଜିଛି ରାଜନୀତି । ଲୋକଙ୍କ ଠାରୁ ସଂଗ୍ରହ ହେଉଥିବା ଗୁଆ, ଚାଉଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଯାହାକୁ ନେଇ ବୟାନବାଜି ଜାରି ରହିଛି ।

ରାତି ପାହିଲେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଲୋକାର୍ପଣ ଉତ୍ସବକୁ ଦବ୍ୟ ଓ ଭବ୍ୟ ରୂପ ଦେବା ପାଇଁ ମହୋତ୍ସବ ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର । ପ୍ରତିଟି ଓଡ଼ିଆଙ୍କୁ ମହାପ୍ରଭୁଙ୍କ କାର୍ଯ୍ୟରେ ଅଂଶିଦାର କରିବା ପାଇଁ ଗାଁ ଗାଁରେ ବୁଲିଛି ଅର୍ପଣ ରଥ । ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ଅର୍ପଣ କରି ଭକ୍ତିଭାବ ଦେଖାଇବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ହେଲେ ଜଗନ୍ନାଥଙ୍କ ଉର୍ଦ୍ଦେଶ୍ୟରେ ଅର୍ପଣ ହେଉଥିବା ଚାଉଳ ହେବ କ’ଣ ତାକୁ ନେଇ ପ୍ରଶ୍ନ ଉଠିଛି । ଜଗନ୍ନାଥଙ୍କ ପାଖରେ ଚାଉଳ ପହଂଚିବ ନା’ ନାହିଁ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ଏପଟେ ଅର୍ପଣ ରଥରେ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧାର ଦାନକୁ ନେଇ ସକରାତ୍ମକ ଭାବ ଦେଖାଇଛି ଆଉ କିଛି ଲୋକ । ସେମାନଙ୍କ କହିବାର କଥା ହେଲା, ଭଗବାନଙ୍କୁ ଦେବା ପାଇଁ ଆମେ କିଏ? ଭଗବାନଙ୍କ କାମରେ ସାମିଲ ହେବା ଆମ ପାଇଁ ଭାଗ୍ୟ । ସେଥିପାଇଁ ହଜାର ହଜାର ଲୋକ ଭକ୍ତିଭାବ ନେଇ ଆଗେଇ ଆସିଛନ୍ତି ବୋଲି ଆଉ କିଛି ଲୋକ ନିଜ ପ୍ରତିକ୍ରିୟରେ କହିଛନ୍ତି ।

ଅର୍ପଣ ରଥରେ ଗୁଆ ଓ ଚାଉଳ ଅର୍ପଣ କରିଥିବା ଶ୍ରଦ୍ଧାଳୁଙ୍କ ଭିନ୍ନ ଭିନ୍ନ ମତ ବାହାରେ ଶ୍ରଦ୍ଧାର ଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିରୋଧୀଙ୍କ ପ୍ରଶ୍ନ ହେଉଛି-

ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି- ସରକାରୀ ପଇସାରେ ଭକ୍ତିଭାବ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ତେବେ ଓଡ଼ିଆ ଲୋକ ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ରଖି ଚାଉଳ ହେଉଛନ୍ତି । ସେ ଚାଉଳ ଓ ଟଙ୍କା ବାଟ ମାରଣ ନହେଉ, ଭୋଜିରେ ନଲାଗୁ । ଏପଟେ କଂଗ୍ରେସ କହିଛି-ଜଗନ୍ନାଥ ହାତ ରଖି ନାହାଁନ୍ତି ମାଗିବା ପାଇଁ, ହୃଦୟ ରଖିଛନ୍ତି ଦେବା ପାଇଁ । ଭକ୍ତର ବିଶ୍ୱାସ ଭାଙ୍ଗିଛନ୍ତି ଏବଂ ଚାଉଳ ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ଏପଟେ ବିଜେଡି କହିଛି- ଲୋକ ଭକ୍ତିର ସହ ଯୋଡ଼ି ହୋଇଛନ୍ତି, ଚାଉଳ ଠିକ୍ ଜାଗାରେ ଲାଗିବ ।

ରାଜନୀତିର ଏହି ବୟାନବାଜି ଭିତରେ ଆସନ୍ତାକାଲି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆଉ ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ ।

The post ଅର୍ପଣ ରଥ ବୁଲି ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଛି ଗୁଆ ଚାଉଳ: ବିରୋଧୀ ଉଠାଇଲେ ପ୍ରଶ୍ନ, ପଚାରିଲେ କୁଆଡେ ଯିବ ସଂଗ୍ରହ ହୋଇଥିବା ଏତେ ଚାଉଳ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ରରେ ଚାଲିଛି ମହାଯଜ୍ଞ: ବେଦପାଠରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ, କାଲି ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

କନକ ବ୍ୟୁରୋ: ଆସନ୍ତା କାଲି ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏବେ କେବଳ ସେହି ଦିବ୍ୟ ମୁହୁର୍ତକୁ ଅପେକ୍ଷା । କାରଣ ଶ୍ରୀମନ୍ଦିର ଇତିହାସରେ ଯୋଡି ହେବା ଆଉ ଏକ ଫର୍ଦ ।

କାଲି ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଲୋକାର୍ପଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । କେବଳ ସେହି ଦିବ୍ୟ ମୁହୁର୍ତକୁ ଅପେକ୍ଷା । ଯେତେବେଳେ ଶ୍ରୀମନ୍ଦିର ଇତିହାସରେ ଯୋଡି ହେବା ଆଉ ଏକ ଫର୍ଦ ।

ବେଦପାଠରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ନାମ ସଂକୀର୍ତନରେ କମ୍ପୁଛି ଚାରିଦିଗ । ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହେଉଛି ଖଣ୍ଡମଣ୍ଡଳ । ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଚାଲିଛି ତିନିଦିନିଆ ଭବ୍ୟ ମହାଯଜ୍ଞ । ଦ୍ୱିତୀୟ ଦିନରେ ସୂର୍ଯ୍ୟୋଦୟ ପରେ ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ବିଧି ଚାଲିଛି । ସୂର୍ଯ୍ୟପୂଜା ସହ ଧରିତ୍ରୀ ପୂଜା, ଗୋପୂଜା, ଶାଲା ପ୍ରବେଶ ସହ ଯଜ୍ଞ, ଆରତି, ପୁଷ୍ପାଞ୍ଜଳି ଆଦି ବିଧି ଅନୁଷ୍ଠିତ ହୋଇଛି । ଏହା ସହ ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ ଓ ଆନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତନ କରାଯାଉଛି । ବ୍ରାହ୍ମଣ ମାନଙ୍କ ଦ୍ୱାରା ପଥ ସଂସ୍କାର କରାଯାଇଛି ।

ଗଜପତି ମହାରାଜାଙ୍କ ଦ୍ୱାରା ବରଣ ହୋଇଥିବା ୧୦୮ ଜଣ ଶୋତ୍ରୀୟ ବ୍ରାହ୍ମଣ ମନ୍ତ୍ରପାଠ ସହ ଯଜ୍ଞର ବିଭିନ୍ନ ପୂଜାବିଧି ସମାପନ କରିଛନ୍ତି । ଯଜ୍ଞ କୁଣ୍ଡରେ ଘୃତ ଆହୁତି ଦେଇଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରର ଚାରିଦ୍ୱାରରେ ବେଦପାଠୀମାନେ ବେଦ ପାଠ କରୁଛନ୍ତି ।

ତ୍ରିଦିବସୀୟ ଯଜ୍ଞର କାଲି ଅନ୍ତିମ ଦିନ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଯଜ୍ଞର ଅନ୍ୟ ପୂଜାବିଧି ସହ, ପୂର୍ଣ୍ଣାହୁତି ହେବ । ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ, ଆରତି ଓ ପୁଷ୍ପାଞ୍ଜଳି ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପାଞ୍ଜଳି ଦେବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସମଗ୍ର ପୁରୀ ସହର ବଧୁବେଶରେ ସଜେଇ ହୋଇଛି । ରଂଗୀନ ଆଲୋକମାଳାରେ ଝଲସୁଛି ଧାର୍ମିକ ନଗରୀ । କାନ୍ଥବାଡରେ ଅଙ୍କା ଯାଇଥିବା ଚିତ୍ର ଐତିହାସିକ ଗାଥାକୁ ମନେ ପକାଇ ଦେଉଛି । ପୁରୀର ଏହି ରୂପକୁ ଦେଖି ବିମୋହିତ ଶ୍ରଦ୍ଧାଳୁ ।

ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ ଗହଳି ଜମିଲାଣି । ବୁଧବାର ଆହୁରି ଗହଳି ହେବ । ତେଣୁ ଭକ୍ତଙ୍କ ଶୃଂଖଳିତ ଦର୍ଶକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

The post ଶ୍ରୀକ୍ଷେତ୍ରରେ ଚାଲିଛି ମହାଯଜ୍ଞ: ବେଦପାଠରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ, କାଲି ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ first appeared on Kanak News.

from Kanak News
via <a href="https://ifttt.com/?

ରବି ଋତୁ ପାଇଁ ହଟହଟା ଚାଷୀକୂଳ: ବିଲରେ ପାଣି ନ ମାଡିବାରୁ ନଷ୍ଟ ହେବାକୁ ବସିଲାଣି ହେକ୍ଟର ହେକ୍ଟର ଚିନା ବାଦାମ କ୍ଷେତ

କନକ ବ୍ୟୁରୋ: ରବି ରୁତୁ ଆରମ୍ଭ ରୁ ହଟହଟା ଚାଷୀ କୁଳ । ବିଲରେ ପାଣି ନ ମାଡିବାରୁ ହେକ୍ଟର ହେକ୍ଟର ଚିନା ବାଦାମ କ୍ଷେତ ଏବେ ନଷ୍ଟ ହବାକୁ ବସିଲାଣି । ସେପଟେ କେନାଲ ମରାମତି କଥା କହି ଦୋଶ ଲଦା ଲଦି ହୋଉଛନ୍ତି ଜଳସେଚନ ଓ ପୌର ପରିଷଦ । ଆଉ ବାର ଦୁଆର ବୁଲି ବୁଲି କୌଣସି ସୁଫଳ ନ ପାଇ ଏବେ ନିଜ ଭାଗ୍ୟ କୁ ଆଦରି ପଡିଛନ୍ତି ମାଲକାନଗିରି ତମସା ପଂଚାୟତ ଓ ପୌରାଂଚଳର ଚାଷୀ ।

ରବି ଫସଲ ଆରମ୍ଭରୁ ସମସ୍ୟା । ବିଲକୁ ମାଡି ପାରୁନି କେନାଲ ପାଣି । ମାଲକାନଗିରି ଜିଲ୍ଲା ସଦର ମହକୁମାର ଆଖପାଖ ଗାଁ ତଥା ତମସା ଗାଁରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଧାନ ଚାଷ ସାରି ପ୍ରତିବର୍ଷ ପରି ଏଥର ମଧ୍ୟ ନିଜ ବିଲରେ ଚିନା ବାଦାମ ଚାଷ କରି ଥିଲେ ମାଲକାନଗିରିର ବିଭିନ୍ନ ଅଂଚଳର ଚାଷୀ ମାନେ । ବର୍ଷା ପରେ ପରେ ଓଦା ଜମିରେ ଚିନାବାଦମ ଚାଷ ସିନା କରି ଦେଲେ । ହେଲେ ଚିନା ବାଦାମ ଚାରା ବଡ ହେଲା ବେଳକୁ ବିଲରେ ଆଉ ପାଣି ଯୋଗାଇ ପାରୁନାହାନ୍ତି ଚାଷୀ କୁଳ । କାରଣ କେନାଲରେ ଆଉ ପାଣି ଯୋଗାଉ ନାହାନ୍ତି ଜଳ ସେଚନ ବିଭାଗ । ମାଲାକନଗିରି ଏମଭି ୪୩ ଗାଁ ର ଚାଷୀ ଖଗେନ ମଣ୍ଡଳ ଏକର ପିିଛା ୨୫ ହଜାର ଦରରେ ଓ ଖଗେନ ମଣ୍ଡଳ ୪ ଏକର ଜମିରେ ୧ ଲକ୍ଷ ଟଙ୍କା ଖର୍ଚ କରିଛନ୍ତି । ପାଣି ନମାଡିବାରୁ ଚାଷ ନଷ୍ଟ ହୋଇଯିବ । ଆଉ କ୍ଷତିରେ ପଡିବେ ଚାଷୀକୁ । ଏନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।

ସୁଖିଲା ପଡିଛି କେନଲା । ବନ୍ଧ ଭାଙ୍ଗି ସୌନ୍ଦର୍ଯ୍ୟକରଣ କରୁଛି ପୌରପରିଷଦ । ସତିଗୁଡା ଜଳ ଭଣ୍ଡାରେରୁ ବାହାରି ଥିବା କେନାଲ ମାଲକାନଗିରି ପୌରାଂଚଳ ର ଏହି ବଡ ପୋଖରି ଦେଇ ତାମସା ଦିଗକୁ ଯାଇ ଥାଏ । ରବି ଫସଲ ସମୟରେ ପ୍ରାୟ ୧୦୦୦ ହେକ୍ଟର ଚାଷ ଜମିକୁ ଜଳ ସେଚନ ହୋଇଥାଏ । ତେବେ ଚାଷ ସମେୟରେ ପୌର ପରିଷଦ ମୁକ୍ତା ଯୋଜନାରେ ବୃହତ ପୋଖରିର ପୁନରୁଦ୍ଧାର କାମ କରୁଥିବାରୁ ଏପରି ପରିସ୍ଥିତି ଉପୁଜୁଛି । ଏ ନେଇ ବାରମ୍ବାର ଚାଷୀ ମାନେ ବାରମ୍ବାର ଅଭିଯୋଗ କରିବା ସହ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ଚାଷୀଙ୍କୁ ଉଚିତ ସମୟରେ କେନାଲ ପାଣି ଯୋଗାଯାଇପାରିଲେ ସେମାନେ ଉପକୃତ ହାଇପାରିବେ ।

The post ରବି ଋତୁ ପାଇଁ ହଟହଟା ଚାଷୀକୂଳ: ବିଲରେ ପାଣି ନ ମାଡିବାରୁ ନଷ୍ଟ ହେବାକୁ ବସିଲାଣି ହେକ୍ଟର ହେକ୍ଟର ଚିନା ବାଦାମ କ୍ଷେତ first appeared on Kanak News.

from Kanak News
via <a href="https://ifttt.com/?

ମନମୋହୁଛି ଡୁଡୁମା ଜଳପ୍ରପାତ: କୋରାପୁଟର ମନୋରମ ପରିବେଶ ଭିତରେ ଆକର୍ଷଣ ପାଲଟିଛି ପାହାଡି ଝରଣା

କନକ ବ୍ୟୁରୋ: ମନମୋହୁଛି ଜଳପ୍ରପାତ । ବଣ ଜଙ୍ଗଲଘେରା ମନୋରମ ପରିବେଶ ଭିତରେ କିଛି ସମୟ ବିତାଇବାକୁ ଛୁଟିଆସୁଛନ୍ତି ଅନେକ ପର୍ଯ୍ୟଟକ । କୋରାପୁଟ ଲମତାପୁଟ ବ୍ଲକରେ ରହିଛି ବହୁ ପୁରୁଣା ଏହି ପର୍ଯ୍ୟଟନସ୍ଥଳୀ । ମାଛକୁଣ୍ଡ ନଦୀ ଜଳ ପଥର ପ୍ରାଚୀର ଉପରୁ ପ୍ରାୟ ୫୫୦ ଫୁଟ ତଳେ ଏକ ଗଭୀର ପରିପୂର୍ଣ୍ଣ ଜଳାଶୟ ରହିଛି । ସେଠି ଅଛି ଡୁଡୁମା ଜଳପ୍ରପାତ ।

ପ୍ରତିଦିନ ଏହି ସ୍ଥାନକୁ ଦୂରଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ ମାନେ । ପ୍ରପାତ ପାଣି ଓ ପରିବେଶର ବେଶ ମଜା ନେଉଛନ୍ତି ବୁଲି ଆସୁଥିବା ଲୋକ ପାହାଡି ଝରଣା ସହିତ ସେଲ୍ପି ନେବାକୁ ଭୁଲୁନାହାନ୍ତି । ୫୫୦ଫୁଟ ତଳକୁ ଝରୁଥିବା ପ୍ରପାତ ପାଖରେ ବୁଲି ବୁଲି ଫଟୋ ଉଠାଇ ରିଲ୍ସରେ ମାତିଯାଉଛନ୍ତି ପର୍ଯର୍୍ୟଟକ ମାନେ । ଝରଣା ସାଙ୍ଗକୁ ବଣ ଜଙ୍ଗଲ ଘେରା ପରିବେଶରେ କିଛି ସମୟ ବିତାଇବା ସହ ମନଲୋଭ ସୌନ୍ଦଯ୍ୟର କିଛି ମୁହୁର୍ତକୁ ନିଜ ମୋବାଇଲରେ କଏଦ କରିବାକୁ ଭୁଲୁନାହାନ୍ତି । ଏହି ଡୁଡୁମା ଜଳ ପ୍ରପାତ ଦେଖିବା ପାଇଁ ପ୍ରତିଦିନ ଓଡିଶାରୁ ନେଇ ଆନ୍ଧ୍ର, ଛତିଶଗଡ, ବିହାର, ପଶ୍ଚିମବଙ୍ଗରୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ଡୁଡୁମା ଜଳ ପ୍ରପାତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ହେଲେ ଏଠାରେ ବିଭିନ୍ନ ସମସ୍ୟା ସବୁ ଲାଗି ରହିଛି । ଯହାପାଇଁ ଦୂରରୁ ଆସୁଥିବା ପର୍ଯ୍ୟଟକ ମାନେ ବହୁ ଅସୁବିଧା ଭୋଗୁଛନ୍ତି । ସେଠାରେ ପ୍ରଶାସନ ତରଫରୁ ମିଶନଶକ୍ତି କ୍ୟାଫେ କରାଯାଇଛି । ପରିଚାଳନା ପାଇଁ ଏସଏଚଜି ମହିଳା ମାନ ଙ୍କୁ ଦାୟିତ୍ୱ ଦିଆ ଯାଇଛି । ହେଲେ ସେଠାରେ ମଧ୍ୟ ବିଦ୍ୟୁତ ସେବା ନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି ।

ମନଲୋଭା ପରିବେଶରେ ରହିଛି ଡୁଡୁମା ଜଳପ୍ରପାତ । ପ୍ରତିଦିନ ଏହି ସ୍ଥାନକୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟି ଚାଲିଥିବା ବେଳେ ଆଉ କିଛି ସୁବିଧା କରାଯାଇପାରିଲେ ପର୍ଯ୍ୟଟକଙ୍କ ଅଧିକ ଭିଡ ଲାଗିବ ।

The post ମନମୋହୁଛି ଡୁଡୁମା ଜଳପ୍ରପାତ: କୋରାପୁଟର ମନୋରମ ପରିବେଶ ଭିତରେ ଆକର୍ଷଣ ପାଲଟିଛି ପାହାଡି ଝରଣା first appeared on Kanak News.

from Kanak News
via <a href="https://ifttt.com/?

କୁହୁଡି ଯୋଗୁ ଫସଲ ନଷ୍ଟ: ଆସିକା ଓ ଧରାକୋଟରେ ଉଜୁଡିବାକୁ ବସିଛି ରବି ଫସଲ

କନକ ବ୍ୟୁରୋ: କୃଷକ ଉପରେ ଦାଉ ସାଜୁଛି ପ୍ରକୃତି । କେତେ ବେଳେ ଅଦିନିଆ ବର୍ଷା ଓ ପୁଣି କେତେ ବେଳେ ସ୍ୱଳ୍ପ ବୃଷ୍ଟିପାତ ଜନିତ ଫସଲ କ୍ଷତି । ଏବେ ପୁଣି ଘନ କୁହୁଡିର ଆସ୍ତରଣ ସମସ୍ୟା ବଢାଉଛି । ଶୀତ ସହ ଏବେ ସକାଳ ୯ ଟା ପଯ୍ୟନ୍ତ କୁହୁଡି ଢାଙ୍କି ରହୁଛି । ଫଳରେ ଅଧିକ କୁହୁଡି ରବିଯାତିୟ ଫସଲ ଓ ପନିପରିବା ଚାଷ ରେ ନାନା ରୋଗ ସୃଷ୍ଟି କରୁଛି ।

ଘନ କୁହୁଡିର ଆସ୍ତରଣ ଚାଷୀର ନିଦ ହଜାଇ ଦେଇଛି । ୧୨ ରୁ ଅଧିକ ଦିନ ହେଲାଣି ଗଂଜାମର ବିଭିନ୍ନ ଅଂଚଳରେ ଘନ କୁହୁଡି ଲାଗି ରହୁଛି । ଆସିକା ଓ ଧରାକୋଟ ବ୍ଲକର ବିଭିନ୍ନ ଗାଁରେ ପ୍ରାୟ ସକାଳ ୯ ଯାଏଁ କୁହୁଡିର ଆସ୍ତରଣ ଜମି ରହୁଛି । ଯାହା ଦ୍ୱାରା ସାଧାରଣ ଲୋକେ ପ୍ରଭାବିତ ହେଉଥିବା ବେଳେ ଚାଷୀ ପଡିଛି କ୍ଷତିରେ । ଏକର ଏକର ଚାଷ ଜମିରେ ହୋଇଥିବା ଫସଲ କୁହୁଡି ଯୋଗୁ ପୋଡ଼ିବାରେ ଲାଗିଛି । ଚଳିତ ବର୍ଷ ରବି ଫସଲ ଯେମିତିକି ମୁଗ, ବିରି, କୋଳଥ, ଚଣା ଓ ବଟାଣି ଆଦି ଭଳ ଅମଳ ଆଶାରେ ଥିଲେ । ଆଉ ବୁଣା ଯାଇଥିବା ଏହି ସବୁ ରବି ଫସଲ ବି ଭଲ ହୋଇଛି । ହେଲେ ଏବେ ଯେଉଁ ଘନ କୁହୁଡି ଦେଖା ଦେଉଛି ଏହି କୁହୁଡିର ଆସ୍ତରଣ ଦ୍ୱାରା ଫସଲରେ ଜଉ ପୋକ ଲାଗିଲାଣି । ଯାହାକୁ ନେଇ କ୍ଷତିରେ ପଡିଛି ଚାଷୀ ।

ଘନ କୁହୁଡି ଚାଷୀଙ୍କ ପାଇଁ ବିପଦ ଆଣିଛି । ଏହା ପନିପରିବା ଚାଷ ଉପରେ ଅଧିକ ପ୍ରଭାବ ପକାଉଛି । ବିଶେଷ କରି ବିନିଶ୍ , ବଟାଣି ଓ ଶିମ୍ବ ଆଦି ନଷ୍ଟ ହୋଇଯାଉଥିବା ଚାଷୀ କୁହନ୍ତି । ଅନେକ ସ୍ଥାନରେ ଚାଷ କରାଯାଇଥିବା ଗଛ ବି ମରିଗଲାଣି । ଚଳିତ ବର୍ଷ ସେମାନଙ୍କ ଚାଷ କାମରେ ବିନିଯୋଗ କରିଥିବା ଅର୍ଥ ବି ପାଇ ନାହାନ୍ତି । କୁହୁଡି ଯୋଗୁ ରୋଗ ଧରି ଗଛ ମରିଯାଉଛି । କୌଣସି ଔଷଧ ବି କାମ କରୁନି । ପୁଣି ଏହି କୁହୁଡି ଆହୁରି ଆଧିକ ଦିନ ରହିଲେ ଏହା ଫୁଲ କୋବି ଚାଷରୁ ନେଇ ଅନ୍ୟ ଫସଲ ସବୁ ନଷ୍ଟ ହୋଇଯିବ । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । କୁହୁୁଡି ଯୋଗୁ ଚାଷ ନଷ୍ଟ ହେଉଥିବା ବେଳେ ଆଗକୁ କୁହୁଡି ଜାରି ରହିଲେ ଚାଷୀର ଅନେକ କ୍ଷତି ହେବ ।

The post କୁହୁଡି ଯୋଗୁ ଫସଲ ନଷ୍ଟ: ଆସିକା ଓ ଧରାକୋଟରେ ଉଜୁଡିବାକୁ ବସିଛି ରବି ଫସଲ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started