ପଦ ଗଲା ପରେ ହତାଦର ପୂର୍ବତନ କାଉନସିଲର: ଅଭାବ ଭିତରେ ଶଯ୍ୟାଶାୟୀ ଜଳେଶ୍ୱରର ପୂର୍ବତନ କାଉନସିଲର ସାମରାୟ ହେମ୍ବ୍ରମ

କନକ ବ୍ୟୁରୋ: ପଦ ଗଲାପରେ ଭୁଲିଗଲେ ସମସ୍ତେ । ଦନି ଥିଲା ଘର ଘର ବୁଲି ବୁଲି ଲୋକଙ୍କୁ ସାହାଯ୍ୟ ଯୋଗାଉଥିଲେ । ଲୋକମାନଙ୍କ ସମସ୍ତ ସମସ୍ୟା ଦୂର କରୁଥିଲେ । ଗାଁର ସମସ୍ତ ବିକାଶମୂଳକ କାମ କରୁଥିଲେ । ହେଲେ ଏବେ ନିଜେ ଅସହାୟ ହୋଇପଡିଛନ୍ତି ଜଳେଶ୍ୱରର ପୂର୍ବତନ କାଉନସିଲର ସାମରାୟ ହେମ୍ବ୍ର୍ରମ । ରାତି ପାହିଲେ ଯାହା ପାଖରେ ଲୋକଙ୍କ ଭିଡ ଲାଗୁଥିଲା ତାଙ୍କ ପାଖର ଆଜି କେହି ନାହିଁ । ଭଙ୍ଗାରୁଜା ଘରେ ରୋଗ ଶଯ୍ୟାରେ ପଡିଛନ୍ତି ସାମରାୟ । ଦିନକୁ ଓଳିଏ ଖାଇବାକୁ ମିଳୁନଥିବା ବେଳେ ରୋଗ ଶଯ୍ୟାରେ ମେଡିସିନ୍ ଟିକେ ମିଳିବା କଷ୍ଟକର ହୋଇପଡିଛି । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ବି ନାହିଁ । ଭତାରୁ ନେଇ ଅନ୍ୟ ସରକାରୀ ସହାୟତା ସବୁ ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଲୋକଙ୍କୁ ଘର ଓ ଭତା ବାଂଟୁଥିବା କାଉନସିଲର ଆଜି ନିଜେ ଘର ପାଇଁ ହାତଯୋଡି ଅନୁରାଧ କରିଛନ୍ତି ।

ଲୋକଙ୍କ ସେବାକରି ଦୁଃଖ ଦୂର କରୁଥିବା ଲୋକ ଆଜି ସମସ୍ତଙ୍କ ପାଇଁ ଅଲୋଡା ହୋଇପଡିଛି । ପଲିଥିନ୍ ଟଣା ଛପର ଘରେ ବୁଢି ମା ଓ ପୁଅ ସହ ଦୟନୀୟ ଅବସ୍ଥାରେ ରହୁଛନ୍ତି । ଦୁଇ ବର୍ଷ ହେଲା ଯକ୍ଷ୍ମାରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ବୃଦ୍ଧା ମାଆ ପୁଅକୁ ଜଗି ବସିଥିବା ବେଳେ ଘର ରୁ ନେଇ ଭତା ଗଣ୍ଡାକ ପାଇଁ ଅନୁରାଧ କରିଛି ମାଆ । ପୁଅକୁ ସୁସ୍ଥ କରିବାକୁ କିଛି ସାହାଯ୍ୟ ସହଯୋଗ ପାଇଁ ମାଆ ଆକୁଳ ଅନୁରୋଧ କରିଛି । ଦୁର୍ଦ୍ଦିନରେ ଦିନ କାଟୁଥିବା ପୂର୍ବତନ କାଉନସିଲରଙ୍କୁ କିଛି ସାହାଯ୍ୟ ସହଯୋଗ କରାଗଲେ ତାଙ୍କର ଆର୍ଥିକ ସ୍ଥିିତି ସ୍ୱଚ୍ଛଳ ହୋଇପାରିବ ।

The post ପଦ ଗଲା ପରେ ହତାଦର ପୂର୍ବତନ କାଉନସିଲର: ଅଭାବ ଭିତରେ ଶଯ୍ୟାଶାୟୀ ଜଳେଶ୍ୱରର ପୂର୍ବତନ କାଉନସିଲର ସାମରାୟ ହେମ୍ବ୍ରମ first appeared on Kanak News.

from Kanak News
via <a href="https://ifttt.com/?

ମାତିଛନ୍ତି ଲୁଟେରା: ଭିଡର ସୁଯୋଗ ନେଇ ବଳଦେବଜୀଉ ମନ୍ଦିରରେ କରୁଛନ୍ତି ଲୁଟପାଟ

କନକ ବ୍ୟୁରୋ: ଭିଡର ସୁଯୋଗ ନେଇ ବଳଦେବଜୀଉ ମନ୍ଦିରରେ ମାତିଛନ୍ତି ଲୁଟେରା । ଟିକେ ସୁଯୋଗ ପାଇଲେ ଲୁଟି ନେଉଛନ୍ତି ସୁନା ଚେନ୍, ମନି ପର୍ସ । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ମନ୍ଦିରରେ ସିସିଟିଭି ଲାଗିଥିଲେ ବି କାମ କରୁନଥିବାରୁ ଚୋର ଧରାପଡୁ ନାହାନ୍ତି । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।

କେନ୍ଦ୍ରାପଡାର ଆରାଧ ଦେବତା ବଳଦେବଜୀଉ । ପ୍ରତିଦିନ ବଡଠାକୁରଙ୍କ ଦର୍ଶନ ପାଇଁ ହଜାର ହଜାର ଲୋକ ବଳଦେବଜୀଉ ମନ୍ଦିରକୁ ଆସିଥାନ୍ତି । ସୋମବାର ମକର ସଂକ୍ରାନ୍ତି ହୋଇଥିବାରୁ ପ୍ରବଳ ଭିଡ ହୋଇଥିଲା । କିନ୍ତୁ ଏହି ଭିଡର ସୁଯୋଗ ନେଇ ଲୁଟେରା ମାତିଥିବା ଅଭିଯୋଗ ସାମନାକୁ ଆସିଛି । ପାଂଚ ରୁ ଅଧିକ ଶ୍ରଦ୍ଧାଳୁ ଲୁଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । କେତେ ଜଣଙ୍କ ସୁନା ଚେନ୍ ଲୁଟ୍ ହୋଇଥିବା ବେଳେ ଆଉ କେତେ ଜଣଙ୍କ ପର୍ସ ଲୁଟି ନେଇଛନ୍ତି ଦୁବୃର୍ତ ।

ବଡ କଥା ହେଉଛି ପୋଲିସ ନିୟୋଜିତ ଥିଲେ ବି ଚୋର ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଏଭଳି ଲୁଟ୍ କରୁଛନ୍ତି । ଏଥିସହ ବିଡମ୍ବନାର ବିଷୟ ହେଉଛି, ମନ୍ଦିରର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିଲେ ବି କେବଳ ଗର୍ଭଗୃହର ଚାରିଟି କ୍ୟାମେରାକୁ ଛାଡି ଆଉ ସବୁ ଅଚଳ ହୋଇଯାଇଛି । ଯାହାକି ଦୃବୃର୍ତଙ୍କୁ ସୁହାଉଛି । ଅନ୍ୟପଟେ ଲୁଟର ଶିକାର ଶ୍ରଦ୍ଧାଳୁ ଟାଉନ ଥାନାରେ ଅଭିଯୋଗ କରିବା ସତ୍ୱେ ବି ପୋଲିସ ହାତ ଖାଲି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ସିସିଟିଭି ସଜଡାଯିବ ବୋଲି କହିଛି ମନ୍ଦିର ପ୍ରଶାସନ ।

ତେବେ ପ୍ରଶ୍ନ ଉଠୁଛି ଏହି ମନ୍ଦିର ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ସିସିଟିଭି ଅଚଳ ହେବା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରଦ୍ଧାଳୁଙ୍କୁ ସୁରକ୍ଷା କିଏ ସୁରକ୍ଷା ଦେବ ତାକୁ ନେଇ ପ୍ରଶ୍ନ ଉଠିଛି ।

The post ମାତିଛନ୍ତି ଲୁଟେରା: ଭିଡର ସୁଯୋଗ ନେଇ ବଳଦେବଜୀଉ ମନ୍ଦିରରେ କରୁଛନ୍ତି ଲୁଟପାଟ first appeared on Kanak News.

from Kanak News
via <a href="https://ifttt.com/?

ବିଷ ପାଲଟିଛି ବ୍ରାହ୍ମଣୀର ପାଣି: ସହରର ଆବର୍ଜନା ସାଙ୍ଗକୁ କାରଖାନା ବର୍ଜ୍ୟବସ୍ତୁ ମିଶି ନଦୀ ହେଉଛି ପ୍ରଦୂଷିତ 

କନକ ବ୍ୟୁରୋ: ପ୍ରଦୂଷିତ ହେବାରେ ଲାଗିଛି ବାହ୍ମଣୀ ନଦୀ । କଳ କାରଖାନରୁ ନିର୍ଗତ ବର୍ଜ୍ୟବସ୍ତୁ ସିଧା ସଳଖ ମିଶୁଛି ନଦୀରେ । ପ୍ରତିଦିନ କାରଖାନର ବଜ୍ୟବସ୍ତୁ ମିଶି ପାଣି ସମ୍ପୁର୍ଣ୍ଣ ଦୂଷିତ ହୋଇପଡିଛି । ରାଉରକେଲା ଇସ୍ପାତ କାରଖାନା

ପ୍ରଦୂଷିତ ହେଉଛି ବ୍ରାହ୍ମଣୀ ନଦୀ । ବିଷ ପାଲଟିଛି ନଦୀର ଜଳ । ପାଣିରେ ମିଶୁଛି କୁଢ କୁଢ ଆବର୍ଜନା । ମିଶୁଛି କଳ କାରଖାନାର ବର୍ଜ୍ୟବସ୍ତୁ । ପାଣି ପିଇବା ତ ଦୂର କଥା ବ୍ୟବହାର ଉପଯୋଗୀ ବି ନୁହଁ । ଜୀବନଜୀବୀକା  ଯୋଗାଉଥିବା ରାଉରକେଲାର ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେବାରେ ଲାଗିଛି । ନଦୀର ଦୂଷିତ ପାଣିକୁ ବ୍ୟବହାର କରି ବିଭିନ ଚର୍ମ ରୋଗର ଶିକାର ହେଉଛନ୍ତି ଲୋକେ । ବ୍ରାହ୍ମଣୀ ନଦୀକୁ ଇସ୍ପାତ ସହରର ସମସ୍ତ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ଏବେ ମହଙ୍ଗା ପଡିଛି । ପାଣି ଦିନକୁ ଦିନ ବିଷ ପାଲଟିଯାଉଥିବା ବେଳେ ଏନେଇ ସ୍ଥାନୀୟ ଲୋକେ ଅିଭଯୋଗ ଆଣିଛନ୍ତି । ହେଲେ ଜୀବନ ରେଖା ପାଲଟିଥିବା ବ୍ରାହ୍ମଣୀ ପ୍ରତି କାହାର ଗୁରୁତ୍ୱ ନାହିଁ । ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ କାମ ମଂଥର ଗତିରେ ଚାଲୁଥିବା ବେଳେ ଏନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଅବଧି ସରିଯାଇଥିଲେ ବି ଚାଲିଛି ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ । ଅର୍ଥ ବରାଦ ହାଇ କାମ ବି ଆରମ୍ଭ ହୋଇଛି । ହେଲେ ମଂଥର ଗତିରେ କାମ ଚାଲିଛି । ବର୍ଜ୍ୟ ଜଳ ସଂଗ୍ରହ ପାଇଁ ପ୍ରସ୍ତାବିତ ୪ଟି ପମ୍ପିଂ ଷ୍ଟେସନ ମଧ୍ୟ କାଯ୍ୟକ୍ଷମ ହୋଇପାରିନି । ସ୍ୱରେଜ ପାଇପ୍ ବିଛା ଯାଇଥିବା କାମ ମଧ୍ୟ ଅଧାରେ ପଡିଛି । ପ୍ରତିଥର ନଦୀର ସାମ୍ପଲ କଲେକ୍ସନ କରାଯାଇ ରିପୋର୍ଟ ପଠାଯାଉଛି । ହେଲେ କୌଣସି କାମ ହୋଇପାରୁନି । ସେପଟେ ଯେଉଁମାନେ ବର୍ଜ୍ୟବସ୍ତୁ ପକାଉଛନ୍ତି ସେମାନଙ୍କୁ ଚିଠି କରାଯାଇଛି । ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି । ଦିନକୁ ଦିନ ବ୍ରାହ୍ମଣୀ ନଦୀର ଜଳ ପ୍ରଦୂଷିତ ହେବାରେ ଲାଗିଥିବା ବେଳେ ଏବେଠାରୁ ଗୁରୁତ୍ୱ ଦିଆଯିବା ଜରୁରୀ ହୋଇପଡିଛି ।

The post ବିଷ ପାଲଟିଛି ବ୍ରାହ୍ମଣୀର ପାଣି: ସହରର ଆବର୍ଜନା ସାଙ୍ଗକୁ କାରଖାନା ବର୍ଜ୍ୟବସ୍ତୁ ମିଶି ନଦୀ ହେଉଛି ପ୍ରଦୂଷିତ  first appeared on Kanak News.

from Kanak News
via <a href="https://ifttt.com/?

ପୁଅ-ଝିଅଙ୍କୁ କୁଅକୁ ଠେଲି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ୮ ବର୍ଷ ଜେଲ ଦଣ୍ଡ । ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ସ୍ୱାମୀଙ୍କୁ ୫ ବର୍ଷର ଜେଲ ।

କନକ ବ୍ୟୁରୋ: ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଆତ୍ମହତ୍ୟା ପାଇଁ କୂଅକୁ ଡେଇଁଥିବା ସ୍ତ୍ରୀଙ୍କୁ ୮ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସ୍ୱାମୀଙ୍କୁ ୫ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ । କନ୍ଧମାଳ ଜିଲ୍ଲାର ବାଲିଗୁଡା ଅତିରିକ୍ତ ଜିଲ୍ଲା ଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି ।

୨୦୨୧ ମସିହାରେ ରାଇକିଆ ଅଞ୍ଚଳରେ ପୁଅ-ଝିଅଙ୍କୁ କୂଅକୁ ଠେଲି ଦେଇଥିଲେ । ପରେ ଏମ୍. ଭାଗ୍ୟଲକ୍ଷ୍ମୀ ପାତ୍ର ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ କୂଅ ଭିତରେ ପୁଅ-ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଥିଲେ ଭାଗ୍ୟଲକ୍ଷ୍ମୀ । ଭାରତୀୟ ଦଣ୍ଡବିଧି ଆଇନ୍ ଅନୁସାରେ, ଆତ୍ମହତ୍ୟା ଉଦ୍ୟମ ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଭାଗ୍ୟଲକ୍ଷ୍ମୀଙ୍କୁ ୮ ବର୍ଷର ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ । ସେପଟେ ସ୍ତ୍ରୀକୁ ନିର୍ଯାତନା ଦେବା ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ସ୍ୱାମୀ ଏମ.ରାଜେଶ ପାତ୍ରଙ୍କୁ ୫ ବର୍ଷର ଜେଲ ସହ ୨୦ ହଜାର ଟଙ୍କା ଜରିମାନା କରାଯାଇଛି ।

The post ପୁଅ-ଝିଅଙ୍କୁ କୁଅକୁ ଠେଲି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ୮ ବର୍ଷ ଜେଲ ଦଣ୍ଡ । ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ସ୍ୱାମୀଙ୍କୁ ୫ ବର୍ଷର ଜେଲ । first appeared on Kanak News.

from Kanak News
via <a href="https://ifttt.com/?

ଜନ୍ମକଲା ଛୁଆଙ୍କୁ ହତ୍ୟାକଲା ମାଆ । ଦୁଇ ପିଲାଙ୍କୁ କୂଅକୁ ଫିଙ୍ଗିଲା ଜନ୍ମକଲା ମାଆ ।

କନକ ବ୍ୟୁରୋ: ଜନ୍ମକଲା ଛୁଆଙ୍କୁ ହତ୍ୟାକଲା ମାଆ । ମିଳିଥିବା ସୂଚନା ଅନୁସାରେ, ପାରିବାରକ କଳହରୁ ନିଜ ଛୁଆଙ୍କୁ କୁଅ ଭିତରକୁ ଫିଙ୍ଗିଦେଇଛି ମାଆ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ୱାମୀଙ୍କ ସହ ଝଗଡା ପରେ ଝିଓ ଓ ପୁଅଙ୍କୁ ଏକ କୂଅ ଭିତରକୁ ଠେଲି ଦେଇଛି ମାଆ । ସାହି, ପଡିଶା ଶିଶୁ ଦୁଇଟିଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛି । ତେବେ ଛୁଆ ଦୁଇଟିଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ମିଳିଛି ଛୁଆ ଦୁଇଟିକୁ କୁଅକୁ ଫିଙ୍ଗିଦେବା ପରେ ମାଆ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତି କରିଥିଲା । ହେଲେ ଭୟରେ ନିଜେ ଆତ୍ମହତ୍ୟା କରିପାରିନଥିଲା । ତେବେ ମାଆ ନିଜେ ଛୁଆ ଦୁଇଟିଙ୍କୁ କୁଅ ଠେଲିଦେବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

The post ଜନ୍ମକଲା ଛୁଆଙ୍କୁ ହତ୍ୟାକଲା ମାଆ । ଦୁଇ ପିଲାଙ୍କୁ କୂଅକୁ ଫିଙ୍ଗିଲା ଜନ୍ମକଲା ମାଆ । first appeared on Kanak News.

from Kanak News
via <a href="https://ifttt.com/?

ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ, ପ୍ରଣବଙ୍କ ଜବାବ । କେନ୍ଦ୍ରମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କଲେ ବିଜେଡି ବିଧାୟକ । କହିଲେ, ଆଇନା ଦେଖାଇଲେ ଚିଡୁଛନ୍ତି କଣ ପାଇଁ?

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ, ଏବେ ଏହାର କାଉଣ୍ଟର ଜବାବ ରଖିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ । ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଇଛନ୍ତି ବିଜେଡି ବିଧାୟକ । ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହିତ ତାଙ୍କୁ ଆଇନା ଦେଖାଇଲେ ସେ କାହିଁକି ଚିଡି ଯାଉଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି ।

ଏଥିସହିତ କେନ୍ଦ୍ରମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ କରିଛନ୍ତି ପ୍ରଣବ । ପ୍ରଥମଟି ହେଲା, ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ବି, ନିଜ ମାଟି ପାଇଁ ଗୋଟିଏ ବି ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କେନ୍ଦ୍ରମନ୍ତ୍ରୀ କରିନାହାନ୍ତି । ଅନ୍ୟପଟେ ଦକ୍ଷତା ବିକାଶ କେନ୍ଦ୍ରଟେ ମଧ୍ୟ ସ୍ଥାପନ କରିନାହାଁନ୍ତି । ସେହିପରି ଘଐ-୫୫ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି ବୋଲି ପ୍ରଣବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

https://platform.twitter.com/widgets.js

ଏଥିସହିତ ଧର୍ମେନ୍ଦ୍ରଙ୍କୁ ତୀର ମାରି ପ୍ରଣବ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଖବର ପାଇଲୁ ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଭାବେ କେ.ପି.ସିଂଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ୟ୍ୟକାରୀ କରିଥିଲେ। ହେଲେ ଲାଗୁଛି ଏ ପ୍ରଶ୍ନ ସବୁ ଶୁଣି ଆପଣ ରାଗିଯାଇଛନ୍ତି ଓ ରକ୍ତଚାପ ବଢ଼ିଯାଇଛି। ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗକରିଥିବା ଦେଖିଥିଲି। ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ।

ସୂଚନାଯୋଗ୍ୟ ଯେ, ଏହା ପର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର । ସ୍ୱାସ୍ଥ୍ୟ, ଶିକ୍ଷା,ଜଳସେଚନ ଓ ଆଇନଶୃଙ୍ଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ପଚାରିଥିଲେ କେନ୍ଦ୍ରମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଥିଲେ ।

The post ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ, ପ୍ରଣବଙ୍କ ଜବାବ । କେନ୍ଦ୍ରମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କଲେ ବିଜେଡି ବିଧାୟକ । କହିଲେ, ଆଇନା ଦେଖାଇଲେ ଚିଡୁଛନ୍ତି କଣ ପାଇଁ? first appeared on Kanak News.

from Kanak News
via <a href="https://ifttt.com/?

ଏଣିକି ରାଜ୍ୟରେ ବନ୍ୟା-ବାତ୍ୟାର ଆଗୁଆ ସୂଚନା ପାଇଁ ମନୋରମା ଭରସା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ହେଲେ ମନୋରମା ମହାନ୍ତି ।

Manorama Mohanty Meteorological Center.

କନକ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ଦାୟିତ୍ୱ ନେଲେ ମନୋରମା ମହାନ୍ତି । ଦାୟିତ୍ୱ ହସ୍ତାନ୍ତର କଲେ ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ନିଜ ଜନ୍ମମାଟିରେ ଦାୟିତ୍ୱ ଗ୍ରହଣ କରିବା ପରେ ବେଶ ଖୁସି ହୋଇଛନ୍ତି ମନୋରମା । କହିଛନ୍ତି, ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସିଛି । ଏବେ ଓଡ଼ିଶା କ୍ଷେତ୍ରରେ ନିଜର ଦାୟିତ୍ୱ ରହିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ମନୋରମା । ପୂର୍ବରୁ ମନୋରମା ଗୁଜରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପାଣିପାଗ ବିଜ୍ଞାନୀ ଭାବେ କାର୍ଯ୍ୟରତ ଥିଲେ । ସେହିପରି ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଏହି ବଦଳି ପ୍ରକ୍ରିୟାକୁ ସ୍ୱାଭାବିକ ବୋଲି କହିଛନ୍ତି । ତେବେ ଓଡ଼ିଶାରେ ଫନି ଭଳି ବାତ୍ୟା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି । ଏବେ ତାଙ୍କ ବଦଳି କୋଲକାତାକୁ ହୋଇଛି ।

The post ଏଣିକି ରାଜ୍ୟରେ ବନ୍ୟା-ବାତ୍ୟାର ଆଗୁଆ ସୂଚନା ପାଇଁ ମନୋରମା ଭରସା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ହେଲେ ମନୋରମା ମହାନ୍ତି । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଦୀର୍ଘଦିନ ଧରି ଗୋଟିଏ ପଦବୀରେ ଥିବା ଅଧିକାରୀଙ୍କ ବଦଳି ଦାବି

କନକ ବ୍ୟୁରୋ: ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଦୀର୍ଘଦିନ ଧରି ଗୋଟିଏ ପଦବୀରେ ଥିବା ଅଧିକାରୀଙ୍କ ବଦଳି ଦାବି କରିଛି ଦଳ । ଡିସେମ୍ବର ୧ରେ ରାଜ୍ୟ ସରକାରଙ୍କୁ କମିଶନ ଚିଠି କରିଥିଲେ । ଜାନୁଆରୀ ୩୧ ଶେଷ ତାରିଖ ଥିବା ସତ୍ୱେ ରାଜ୍ୟ ସରକାର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିବା ଅଭିଯୋଗ ହୋଇଛି । ବିଜେପି ଆହୁରି ଅଭିଯୋଗ କରିଛି ଯେ ରାଜ୍ୟରେ ୧୦ ଜିଲ୍ଲାର ଜିଲ୍ଲାପାଳ ୩ ବର୍ଷରୁ ଅଧିକ ସମୟ ଧରି ଜିଲ୍ଲାରେ ରହିଛନ୍ତି । ସେହିପରି ଏକାଧିକ ଆଇଏଏସ ଓ ଆଇପିଏସ୍ ମଧ୍ୟ ଦୀର୍ଘଦିନ ଧରି ଗୋଟିଏ ପଦବୀରେ ରହିଛନ୍ତି । ତେଣୁ ରାଜ୍ୟ ସରକାର କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ ନକଲେ, ଖୁବଶୀଘ୍ର ନିର୍ବାଚନ ଅଧିକାରଙ୍କ ଦ୍ୱାରସ୍ଥ ହେବ ବୋଲି ବିଜେପି କହିଛି ।

The post ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଦୀର୍ଘଦିନ ଧରି ଗୋଟିଏ ପଦବୀରେ ଥିବା ଅଧିକାରୀଙ୍କ ବଦଳି ଦାବି first appeared on Kanak News.

from Kanak News
via <a href="https://ifttt.com/?

ମହିଳା ସାଂସଦ ଚୋରୀ କଲେ ଦାମିକା ପୋଷାକ : ଧରା ପଡିଲା ପରେ ନ୍ୟୁଜିଲ୍ୟାଣ୍ଡ ରାଜନୀତିରେ ଉତ୍ତେଜନା

ଏହି ଘଟଣା ପରେ ଏ ବିଷୟରେ ନ୍ୟୁଜିଲ୍ୟାଣ୍ଡର ଅନେକ ସର୍ବ ସାଧାରଣ ସ୍ଥାନରେ  ଆଲୋଚନା ହେଉଛି । କେହି କେହି  କହୁଛନ୍ତି ଯେ ସାଂସଦଙ୍କଠାରୁ ଏଭଳି ଘଟଣା ଆଶା କରାଯାଏ ନାହିଁ । ତେବେ ଅଭିଯୁକ୍ତ ସାଂସଦ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କ ପ୍ରକୃତି ଏବଂ ଚରିତ୍ରର ବିରୋଧୀ , କିନ୍ତୁ ମୋର ଇସ୍ତଫା ପାଇଁ ଆଉ ଏକ କାରଣ ଅଛି । ମୁଁ ଅଭିଯୋଗକୁ ବୁଝିବାକୁ ଚାହୁଁଛି ।  ମୁଁ ବହୁତ ଲୋକଙ୍କୁ ନିରାଶ କରିଛି ଏବଂ ମୁଁ ବହୁତ ଦୁଃଖିତ ଅଟେ ।

ଆଜିକାଲି ନ୍ୟୁଜିଲ୍ୟାଣ୍ଡର ଆଉ ଜଣେ ସାଂସଦ ଖୁବ ଚର୍ଚ୍ଚାରେ ଅଛନ୍ତି । ସିଏ କିନ୍ତୁ ସଂସଦ ଭିତରେ ଗୀତ ଗାଇବା, ଭାଷଣ ଦେବା କିମ୍ବା ଭାରତ ପରି ହଙ୍ଗମା କରିବା ପାଇଁ ନୁହେଁ ବରଂ ଚୋରି ଅଭିଯୋଗର ତାଙ୍କୁ ସମସ୍ତେ ଛି ଛାକର କରୁଛନ୍ତି । ଟିକେ ଅଜବ ଲାଗୁଛି ଯେ ଜଣେ ସାଂସଦ ଦୋକାନରୁ ପୋଷାକ ଚୋରି କରିବେ, କିନ୍ତୁ ନ୍ୟୁଜିଲ୍ୟାଣ୍ଡର ଏହି ସାଂସଦଙ୍କ ଉପରେ ସେହି ସମାନ ଅଭିଯୋଗ କରାଯାଇଛି । ଅଭିଯୋଗରେ ଘେରି ରହିବା ପରେ ସେ ମଙ୍ଗଳବାର ଦିନ  ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ଏକ ବିବୃତ୍ତି ଦେଇଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗମ୍ଭୀର, ସେ ଏଥିପାଇଁ ଅତ୍ୟନ୍ତ ଦୁଃଖିତ  ଏବଂ ଏହି କାରଣରୁ ସେ ଚାପଗ୍ରସ୍ତ ହେଉଛନ୍ତି ।

ଚୋରି ଅଭିଯୋଗରେ ଘେରି ରହିବା ପରେ ଇସ୍ତଫା ଦେଇଥିବା ସାଂସଦଙ୍କ ନାମ ଗୋଲରିଜ ଘରମାନ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି । ସେ କେନ୍ଦ୍ର ବାମପନ୍ଥୀ ଗ୍ରୀନ୍ ପାର୍ଟିର ସଦସ୍ୟ ଏବଂ ଏହାର ନ୍ୟାୟିକ ମୁଖପାତ୍ର ମଧ୍ୟ । ଇସ୍ତଫା ଦେବା ପରେ ସେ କହିଥିଲେ ଯେ ମାନସିକ ଆରାମ ପାଇଁ ତାଙ୍କୁ କିଛି ସମୟ ଦରକାର।

ସାଂସଦଙ୍କ ବିରୋଧରେ ଅଭିଯୋଗ କ’ଣ ?

ନ୍ୟୁଜିଲ୍ୟାଣ୍ଡର ମହିଳା ସାଂସଦ ଏକ ବୁଟିକ୍ ଦୋକାନରୁ ବିଳାସପୂର୍ଣ୍ଣ ପୋଷାକ ଚୋରି କରିଥିବା ଅଭିଯୋଗ ହୋଇଛି । ସାଂସଦଙ୍କ ବିରୋଧରେ ମୋଟ ତିନୋଟି ଅଭିଯୋଗ ରହିଛି । ସମସ୍ତ ତିନୋଟି ଅଭିଯୋଗ ୨୦୨୩ ବର୍ଷର ଅଟେ । ଦୁଇଟି ଚୋରି ଅଭିଯୋଗ ଅକଲ୍ୟାଣ୍ଡର ଏକ ବିଳାସପୂର୍ଣ୍ଣ ପୋଷାକ ଦୋକାନରୁ ଏବଂ ଅନ୍ୟଟି  ୱେଲିଙ୍ଗଟନ୍‌ର ଏକ ପୋଷାକ ଖୁଚୁରା ଦୋକାନରୁ ଆସିଛି ।

ଏହି ଅଭିଯୋଗ ଉପରେ ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା, ଯାହାର ତଦନ୍ତ ଚାଲିଛି । ଏହାପୂର୍ବରୁ ସାଂସଦ ମାନସିକ ଯନ୍ତ୍ରଣା ଦର୍ଶାଇ ଇସ୍ତଫା ଦେଇ ଦେଇଥିଲେ । ଏହି ଘଟଣା ପରେ ନ୍ୟୁଜିଲ୍ୟାଣ୍ଡରେ ଅନେକ ସର୍ବ ସାଧାରଣ ସ୍ଥାନରେ ଏ ବିଷୟରେ ଆଲୋଚନା ହେଉଛି । କେହି ଜଣେ ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗମ୍ଭୀର ବୋଲି କହୁଛନ୍ତି ଏବଂ ଜଣେ ସାଂସଦଙ୍କଠାରୁ ଏପରି ଘଟଣା ଆଶା କରାଯାଏ ନାହିଁ ବୋଲି କହିଛନ୍ତି ।

ଅଭିଯୁକ୍ତ ସାଂସଦ ନିଜେ କହିଛନ୍ତି ଯେ ରାଜନେତାଙ୍କ ଠାରୁ  ଆଶା କରାଯାଉଥିବା ମାନଦଣ୍ଡ ପାଳନ ନକରିବାରୁ ସେ ଦୁଃଖିତ । ଅଭିଯୁକ୍ତ ମହିଳା ସାଂସଦ ଏହା ମଧ୍ୟ କହିଛନ୍ତି ଯେ ସେ ମାନସିକ ସ୍ତରରେ ସୁସ୍ଥ ନୁହଁନ୍ତି । ତାଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ତାଙ୍କୁ ସମୟ ଆବଶ୍ୟକ ଥିଲା ତେଣୁ ସେ ଇସ୍ତଫା ଦେବାକୁ ସ୍ଥିର କଲେ ।

ଅଭିଯୁକ୍ତ ମହିଳା ସାଂସଦ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କ ଚରିତ୍ରର ବିରୋଧୀ । ମୁଁ ମୋର ଦାୟିତ୍ଵକୁ ତୁଚ୍ଛ କରିବା ପାଇଁ ଏକ ବାହାନା କରୁନାହିଁ, ମୁଁ କେବଳ ଅଭିଯୋଗ ବୁଝିବାକୁ ଚାହୁଁଛି । ମୁଁ ବହୁତ ଲୋକଙ୍କୁ ନିରାଶ କରିଛି ଏବଂ ମୁଁ ଏଥିପାଇଁ ବହୁତ ଦୁଃଖିତ ।

କିଏ ଏହି ସାଂସଦ ଗୋଲ୍ରିଜ ଘରାମନ ?  

ଗୋଲ୍ରିଜ ଗହରମାନ ମୂଳତ ଇରାନରୁ ଆସିଛନ୍ତି । ସେ ଇରାନରେ ଜନ୍ମଗ୍ରହଣ କରିଥିଲେ । ୪୨ ବର୍ଷିୟ ଗୋଲ୍ରିଜ ଗାରମାନ ତାଙ୍କ ପିଲାଦିନରେ ପରିବାର ସହିତ ନ୍ୟୁଜିଲ୍ୟାଣ୍ଡ ଯାଇଥିଲେ । ପ୍ରଥମେ ତାଙ୍କ ପରିବାରକୁ ଶରଣାର୍ଥୀ ଭାବରେ ବଞ୍ଚିବାକୁ ପଡୁଥିଲା କିନ୍ତୁ ପରେ ନାଗରିକତ୍ୱ ପୁନଃ ସ୍ଥାପିତ ହୋଇଥିଲା । ଗୋଲ୍ରିଜ ଗହରମାନ ଆଇନ ଅଧ୍ୟୟନ କରିଛନ୍ତି । ସେ ମିଳିତ ଜାତିସଂଘର ମାନବାଧିକାର ଓକିଲ ହୋଇଥିଲେ । ସେ ପ୍ରଥମେ ୨୦୧୭ ରେ ସଂସଦରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଆନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲରେ କାର୍ଯ୍ୟ କରିଥିଲେ। ଆଇନ କ୍ଷେତ୍ର ତାଙ୍କର ପାରଦର୍ଶିତା ପାଇଁ ସେ ବେଶ ଜଣାଶୁଣା ।

ଦଳ ଗୋରଲିଜଙ୍କୁ ସମର୍ଥନ କରିଥିଲା

ସାଂସଦଙ୍କ ଉପରେ ଲଗାତାର ଚାପ ରହିଥିବା କଥା ଗୋଲ୍ରିଜ ଗରାମନଙ୍କ ଦଳର ନେତା ଜେମ୍ସ ଖା କହିଛନ୍ତି । ସେ ବିଶ୍ୱାସ କରନ୍ତି ଯେ ସଂସଦରେ ତାଙ୍କର ଛ  ବର୍ଷ ମଧ୍ୟରେ ତାଙ୍କୁ ଅନେକ ସମୟରେ ଚାପ ଏବଂ ଚାପର ସମ୍ମୁଖୀନ ହେବାକୁ ପଡିଥିଲା । ଜେମ୍ସ ଖାଁ ଏହା ମଧ୍ୟ କହିଛନ୍ତି ଯେ ସେ ନିର୍ବାଚିତ ହେବା ଦିନଠାରୁ ଗୋଲ୍ରିଜ ଅନେକ ବିପଦର ସମ୍ମୁଖୀନ ହୋଇଥିଲେ।ଦଳର ଅନ୍ୟ ନେତାମାନେ ମଧ୍ୟ କହିଛନ୍ତି ଯେ ଆମେ ଗୋଲ୍ରିଜଙ୍କ ନିଷ୍ପତ୍ତିରେ ଅଛୁ । ସେ ଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇଛନ୍ତି ।

The post ମହିଳା ସାଂସଦ ଚୋରୀ କଲେ ଦାମିକା ପୋଷାକ : ଧରା ପଡିଲା ପରେ ନ୍ୟୁଜିଲ୍ୟାଣ୍ଡ ରାଜନୀତିରେ ଉତ୍ତେଜନା first appeared on Kanak News.

from Kanak News
via <a href="https://ifttt.com/?

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେ କି ରାହୁଲ ଗାନ୍ଧୀ? ଜାଣନ୍ତୁ ଭାରତ ଯୋଡ ନ୍ୟାୟ ଯାତ୍ରାରେ କଣ କହିଲେ ରାହୁଲ?

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏହି ଭବ୍ୟ ସମାରୋହରେ ସାମିଲ ହେବାକୁ ଦେଶ ବିଦେଶରେ ଥିବା ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ କଂଗ୍ରେସ ନିଜକୁ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବରୁ ଦୂରେଇ ରଖିଛି । ଏହା ଭିତରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ରାହୁଲ ଗାନ୍ଧି । ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାହୁଲ । ତେବେ ନ ଯିବା ପଛର କାରଣ ଦର୍ଶାଇଛନ୍ତି ରାହୁଲ । ସେ କହିଛନ୍ତି, ୨୨ ଜାନୁଆରୀର କାର୍ଯ୍ୟକ୍ରମ ରାଜନୈତିକ ଇଭେଣ୍ଟ ଭଳି ଲାଗୁଛି । ଆମେ ସମସ୍ତ ଧର୍ମ ସହ ରହିଛୁ । ମୋତେ ଧର୍ମ ରାଜନୀତିରୁ ଫାଇଦା ଉଠାଇବାର ନାହିଁ, କାରଣ ମୁଁ ଏଭଳି ରାଜନୀତି ପାଇଁ ମୁଁ ଇଚ୍ଛୁକ ନୁହେଁ । ଯେଉଁମାନେ ସେଠାକୁ ଯିବାକୁ ଇଚ୍ଛୁକ ସେମାନେ ଯାଇପାରିବେ କିନ୍ତୁ ଉକ୍ତ ଦିନ ମୁଁ ସେଠାକୁ ଯିବି ନାହିଁ । କାରଣ ମନ୍ଦିର ପ୍ରତିଷ୍ଠା ନାଁରେ କୌଣସି ରାଜନୈତିକ ଇଭେଣ୍ଟକୁ ମୁଁ ଯାଇପାରିବି ନାହିଁ ।

ରାହୁଲ କହିଛନ୍ତି, ଯେଉଁମାନେ ବାସ୍ତବରେ ଧର୍ମକୁ ମାନନ୍ତି ସେମାନେ ଧର୍ମ ସହ ନିଜର ସମ୍ପର୍କ ରଖିଥାନ୍ତି । ମୁଁ ଧାର୍ମିକ ସିଦ୍ଧାନ୍ତ ଅନୁଯାୟୀ ଜୀବନ ବଞ୍ଚିବାକୁ ଚେଷ୍ଟା କରୁଛି । ଲୋକଙ୍କ ସହ ଉତ୍ତମ ଆଚରଣ ସହ ସେମାନଙ୍କୁ ସମ୍ମାନ ଦିଏ । ମୁଁ ଘୃଣାଭାବ ସୃଷ୍ଟି କରେନି । ଏହା ହିଁ ହିନ୍ଦୁ ଧର୍ମର ମୂଳମନ୍ତ୍ର । ଯେଉଁମାନେ ଲୋକଦେଖାଣିଆ ଭାବେ ଧର୍ମରେ ବିଶ୍ୱାସ କରନ୍ତି ସେମାନେ ଧର୍ମ ଜରିଆରେ ଲାଭ ଉଠାଇବାକୁ ଚେଷ୍ଟା କରନ୍ତି । ୨୨ ଜାନୁଆରୀର କାର୍ଯ୍ୟକ୍ରମକୁ ବିଜେପି ଓ ଆରଏସଏସ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ କାର୍ଯ୍ୟକ୍ରମ କରି ସାରିଛନ୍ତି । ଯେଉଁଥିପାଇଁ କଂଗ୍ରେସ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ କହିଥିଲେ । ହିନ୍ଦୁ ଧର୍ମର ବଡ ସନ୍ଥ ମଧ୍ୟ ଏହାକୁ ରାଜନୈତିକ କାର୍ଯ୍ୟକ୍ରମ ବୋଲି ଅଭିହିତ କରି ସାରିଛନ୍ତି ।

କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାକୁ ନେଇ ରାହୁଲ କହିଛନ୍ତି ସାମାଜିକ ନ୍ୟାୟ, ଆର୍ଥିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ପ୍ରସଙ୍ଗ ଉଠାଇବା ଏହି ଯାତ୍ରାର ମୂଳଲକ୍ଷ୍ୟ । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇଥିଲା କାରଣ ମଣିପୁର ସହ ଘୋର ଅନ୍ୟାୟ ହୋଇଛି । ଏହା ପ୍ରଥମ ଥର ପାଇଁ ହେଲା ଯେବେ ଭାରତର ଏକ ରାଜ୍ୟରେ ମାସ ମାସ ଧରି ହିଂସା ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ କିମ୍ବା ବିଜେପିର କୌଣସି ନେତା ସେଠାକୁ ଗଲେ ନାହିଁ ।

The post ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେ କି ରାହୁଲ ଗାନ୍ଧୀ? ଜାଣନ୍ତୁ ଭାରତ ଯୋଡ ନ୍ୟାୟ ଯାତ୍ରାରେ କଣ କହିଲେ ରାହୁଲ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started