ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ପାଇଁ ବିଜେପିର ଦାବି । ଦିନକ ପାଇଁ ମଦ ଦୋକାନ ବନ୍ଦ ପାଇଁ ବି ଅନୁରୋଧ

କନକ ବ୍ୟୁରୋ: ଜାନୁଆରୀ ୨୨ ତାରିଖରେ ଛୁଟି ଘୋଷଣା କରନ୍ତୁ ରାଜ୍ୟ ସରକାର । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ୫ଶହ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି । ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି ।ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଅନ୍ୟ ରାଜ୍ୟ ଭଳି ଓଡିଶା ସରକାର ମଧ୍ୟ ଜାନୁଆରୀ ୨୨ ତାରିଖରେ ଛୁଟି ଘୋଷଣା କରିବେ । ଉକ୍ତ ଦିନକୁ ପୂର୍ଣ୍ଣ୍ୟ ଓ ପବିତ୍ର ଦିନ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦେବା ସହ ନିଶାଦ୍ରବ୍ୟ ବିକ୍ରି ମଧ୍ୟ ବନ୍ଦ କରାନ୍ତୁ ବୋଲି ବିଜେପି ଦାବି କରିଛି ।

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହୋଇଛି । ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭିନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ୧୮ ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି ଏବଂ ୨୨ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଣୁ ସେ ଦିନ ରାଜ୍ୟରେ ଛୁଟି ଘୋଷଣା କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।

The post ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ପାଇଁ ବିଜେପିର ଦାବି । ଦିନକ ପାଇଁ ମଦ ଦୋକାନ ବନ୍ଦ ପାଇଁ ବି ଅନୁରୋଧ first appeared on Kanak News.

from Kanak News
via <a href="https://ifttt.com/?

ପାର୍ସଲ ଓଜନରେ ଠକୁଥିବାରୁ ପୋଷ୍ଟ ଅଫିସକୁ ଫାଇନ୍ । କେନ୍ଦ୍ରାପଡା ଠାକୁରପାଟଣା ପୋଷ୍ଟ ଅଫିସରେ ଓଜନ ଓ ମାପ ବିଭାଗର ଚଢାଉ

କନକ ବ୍ୟୁରୋ: ପୋଷ୍ଟ ଅଫିସରେ ବ୍ୟାପକ ଅନିୟମିତତା । ଓଜନରେ ଠକେଇ ହୋଇଥିବା ନେଇ ସାଂଘାତିକ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଠାକୁର ପାଟଣାରେ ପୋଷ୍ଟ ଅଫିସ ବିରୋଧରେ ଆସିଛି ଏପରି ଅଭିଯୋଗ । ପୋଷ୍ଟ ଅଫିସରେ ଅନିୟମିତତା, ଓଜନରେ ଠକେଇ ଅଭିଯୋଗ ଆସିବା ପରେ ଓଜନ ମାପ ବିଭାଗ ଚଢ଼ାଉ କରିଛି । ୨୦୧୧ ମସିହାରୁ କିଣାଯାଇଥିବା ଓଜନ ମାପ ଯନ୍ତ୍ର ରିନ୍ୟୁଆଲ କରାଯାଇନାହିଁ । ପ୍ରତି ବର୍ଷ ଏହାର ରିନ୍ୟୁଆଲ କରିବା କଥା । କିନ୍ତୁ ତାହା ହୋଇନଥିବାରୁ ଏହି ଚଢ଼ାଉ କରାଯାଇଛି । ରିନ୍ୟୁଆଲ ନହେବା ଦ୍ୱାରା ଗ୍ରାହକଙ୍କୁ କ୍ଷତି ସହିବାକୁ ପଡ଼ିଛି । ତେଣୁ ଓଜନ ମାପ ବିଭାଗ ତରଫରୁ ଜୋରିମାନା ପାଇଁ ଅଧିକାରୀଙ୍କୁ ନୋଟିସ୍ କରାଯାଇଛି । ତୁରନ୍ତ ଜୋରିମାନା ଦେବା ସହ ଓଜନ ମାପ ଯନ୍ତ୍ରକୁ ରିନ୍ୟୁଆଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଢ଼ାଉରେ ୪ଜଣିଆ ଟିମ୍ ସାମିଲ ହୋଇଥିଲେ ।

The post ପାର୍ସଲ ଓଜନରେ ଠକୁଥିବାରୁ ପୋଷ୍ଟ ଅଫିସକୁ ଫାଇନ୍ । କେନ୍ଦ୍ରାପଡା ଠାକୁରପାଟଣା ପୋଷ୍ଟ ଅଫିସରେ ଓଜନ ଓ ମାପ ବିଭାଗର ଚଢାଉ first appeared on Kanak News.

from Kanak News
via <a href="https://ifttt.com/?

କଟକ ବାଲିକୁଦା ଅଂଚଳରେ ଗୁଡ଼ି ସୂତା ଲାଗି ଜଣେ ଆହତ: ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ବଂଚିଲା ଜୀବନ

କନକ ବ୍ୟୁରୋ: କଟକ ବାଲିକୁଦା ଅଂଚଳରେ ଗୁଡ଼ି ସୁତା ଲାଗି ଜଣେ ଆହତ । ସ୍କୁଟିରେ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଯୁବକଙ୍କ ବେକରେ ପ୍ଲାଷ୍ଟିକ ସୁତା ଲାଗି ଯୁବକ ଜଣଙ୍କ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଯୁବକଙ୍କ ଜୀବନ ବଂଚିଯାଇଛି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ହେଲେ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହୃତ ମାଂଜା ସୂତା ଲୋକଙ୍କ ପାଇଁ କାଳ ପାଲଟୁଛି । କମିଶନରେଟ୍ ପୁଲିସ ପକ୍ଷରୁ ମାଂଜା ସୂତା ବ୍ୟବହାର ନେଇ ବାରମ୍ବାର ସଚେତନ କରାଯାଉଥିଲେ ବି କିଛି ଅମାନିଆ ମାନିବାକୁ ଅରାଜି । ଆଉ ଏହାର ପରିଣାମ ସ୍ୱରୂପ ଅନେକେ ଆହତ ମଧ୍ୟ ହେଉଛନ୍ତି ।

The post କଟକ ବାଲିକୁଦା ଅଂଚଳରେ ଗୁଡ଼ି ସୂତା ଲାଗି ଜଣେ ଆହତ: ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ବଂଚିଲା ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ମୁମ୍ବାଇ ବିମାନବନ୍ଦର ରନୱେରେ ଯାତ୍ରୀ ବସି ହଙ୍ଗାମା କରିବା ଘଟଣା: ବିମାନ ବନ୍ଦର ଏବଂ ଇଣ୍ଡିଗୋକୁ ନୋଟିସ୍ ପଠାଇଲା ବ୍ୟୁରୋ ଅଫ୍ ସିଭିଏଲ ଏଭିଏସନ ସିକ୍ୟୁରିଟି

କନକ ବ୍ୟୁରୋ: ମୁମ୍ବାଇ ବିମାନବନ୍ଦର ରନୱେରେ ଯାତ୍ରୀ ବସି ହଙ୍ଗାମା କରିବା ଘଟଣା, ନୋଟିସ ପଠାଇଲା ବ୍ୟୁରୋ ଅଫ୍ ସିଭିଏଲ ଏଭିଏସନ ସିକ୍ୟୁରିଟି ବା ବିସିଏଏସ । ଗଣମାଧ୍ୟମରେ ବିମାନ ଯାତ୍ରୀଙ୍କ ହଂଗାମାର ଭିଡିଓ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ । ମଧ୍ୟ ରାତ୍ରିରେ ମନ୍ତ୍ରୀ ଏ ନେଇ ଏକ ବୈଠକ କରିଥିବା ଜଣାପଡିଛି । ବିସିଏଏସ ନୋଟିସ୍ ଜାରି ଇଣ୍ଡିଗୋ ବିମାନ ଏବଂ ମୁମ୍ବାଇ ବିମାନ ବନ୍ଦରକୁ ନୋଟିସ୍ କରାଯାଇଛି । ଯାତ୍ରୀଙ୍କ ପାଇଁ ବିମାନ ବନ୍ଦରରେ କାହିଁକି ଭଲ ବ୍ୟବସ୍ଥା ହୋଇନଥିଲା ତାର କାରଣ ଜଣାଇବାକୁ କୁହାଯାଇଛି । ରାତି ଅଢେଇଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ଇଣ୍ଡିଗୋ ବିମାନ ସକାଳ ୧୦ଟା ୪୫ ମିନିଟରେ ଗୋଆରୁ ଦିଲ୍ଲୀ ଆସିବାର ଥିଲା । କିନ୍ତୁ ଏହା ୧୨ ଘଂଟାରୁ ଅଧିକ ବିଳମ୍ବ ହୋଇଥିଲା । ଏହାପରେ ରବିବାର ରାତି ୧୦ଟା ୬ ମିନିଟରେ ବିିମାନଟି ଉଡାଣ ଭରିଥିଲା । ହେଲେ ଦିଲ୍ଲୀ ନଆସି ମୁମ୍ବାଇକୁ ଡାଇଭର୍ଟ ହୋଇଥିଲା ସଂପୃକ୍ତ ବିମାନ । ପରେ ସୋମବାର ରାତି ୨ଟା ୪୦ ମିନିଟରେ ମୁମ୍ବାଇ ଛାଡ଼ିବା ପୂର୍ବରୁ ଯାତ୍ରୀ ମାନେ ବିମାନ ବନ୍ଦରରେ ବସି ହଙ୍ଗାମା କରିଥିଲେ । ଟର୍ମିନାଲକୁ ନଆସି ଖାଇବା ପ୍ଲେଟ୍ ଏବଂ ପାଣି ବୋଟଲ ଧରି ରନୱେରେ ବସିଥିଲେ ଯାତ୍ରୀ । ଇଣ୍ଡିଗୋ ବିମାନ ଏପରି ବ୍ୟବସ୍ଥା ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଛି । କୁହୁଡି ପାଇଁ କମ୍ ଦୃଶ୍ୟମାନ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ଏପରି ଅବ୍ୟବସ୍ଥା ଯେପରି ନହେବ ବିମାନ କର୍ତ୍ତପକ୍ଷ ଧ୍ୟାନ ରଖିବେ ବୋଲି କୁହାଯାଇଛି ।

The post ମୁମ୍ବାଇ ବିମାନବନ୍ଦର ରନୱେରେ ଯାତ୍ରୀ ବସି ହଙ୍ଗାମା କରିବା ଘଟଣା: ବିମାନ ବନ୍ଦର ଏବଂ ଇଣ୍ଡିଗୋକୁ ନୋଟିସ୍ ପଠାଇଲା ବ୍ୟୁରୋ ଅଫ୍ ସିଭିଏଲ ଏଭିଏସନ ସିକ୍ୟୁରିଟି first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲ୍ ଆକ୍ରମଣରେ ୨ ଜଣ ବନ୍ଧକ ନିହତ – ହମାସର ଦାବି

ଏକ ଭିଡିଓ ଜାରି କରି ହମାସ କହିଛି ଯେ ଦୁଇ ଇସ୍ରାଏଲ୍ ବନ୍ଧକଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ୍ ସେନା ଦାୟୀ । ତେବେ ଇସ୍ରାଏଲ୍ ସେନା ହମାସର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ହମାସ୍ କହିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ବନ୍ଧକଙ୍କର ମୃତ୍ୟୁ ହୋଇଥିବାବେଳେ ବାକିମାନେ ବିପଦରେ ଅଛନ୍ତି ।

ଇସ୍ରାଏଲ-ହମାସ ଯୁଦ୍ଧକୁ ୧୦୦ ଦିନ ହେଇଗଲାଣି କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହି ସମୟରେ ହମାସ ଏକ ଭିଡିଓ ଜାରି କରିଛି ଯେଉଁଥିରେ ଇସ୍ରାଏଲର ସେନା ଆକ୍ରମଣରେ ଦୁଇ ଜଣ ଇସ୍ରାଏଲର ବନ୍ଦୀଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ଇସ୍ରାଏଲ ସେନା ମଧ୍ୟ ଏହାର ଜବାବ ଦେଇଛି ।

ସୋମବାର ଗାଜାରେ ଦୁଇ ଜଣ ଇସ୍ରାଏଲ ବନ୍ଦୀଙ୍କ ମୃତ୍ୟୁ ଘୋଷଣା କରିଥିବା ଏକ ଭିଡିଓ ପ୍ରକାଶ କରି ଇସ୍ରାଏଲ ହମାସକୁ ସମାଲୋଚନା କରି କହିଛନ୍ତି ଯେ ଏହା ନିରୀହ ବନ୍ଧକମାନଙ୍କ ପ୍ରତି ଅତି ନିଷ୍ଠୁର ବ୍ୟବହାରର ନିଦର୍ଶନ ।

ଇସ୍ରାଏଲ ହମାସର ଦାବିକୁ ପ୍ରତ୍ୟାଖ୍ୟାନ କଲା

ସାମରିକ ପ୍ରବକ୍ତା ଡାନିଏଲ ହାଗରୀ ଇସ୍ରାଏଲର ବୋମା ବିସ୍ଫୋରଣରେ ଦୁଇ ବନ୍ଧକଙ୍କୁ ହତ୍ୟା କରାଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ କହିଛନ୍ତି ଯେ ଏହା ହମାସର ଏକ ଚାଲ ଅଟେ । ସେ କହିଛନ୍ତି ଯେ ଗତକାଲି ହମାସ ଗାଜାରେ ବନ୍ଦୀ ଥିବା ନିରୀହ ସାଧାରଣ ନାଗରିକ ଇଟାଇ, ୟୋସି ଏବଂ ନୋଏର ଏକ ଭିଡିଓ ଜାରି କରିଛି । ଯେଉଁଥିରେ ହମାସ ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବାକୁ ଚେତାବନୀ ଦେଇଛି । ଡାନିଏଲ ହାଗରୀ କହିଛନ୍ତି ଯେ ହମାସ କିପରି ସୋସିଆଲ ମିଡିଆକୁ ଯୁଦ୍ଧର ମାଧ୍ୟମ ଭାବରେ ଅସ୍ତ୍ର କରୁଛି ଏବଂ ନିରୀହ ଲୋକଙ୍କ ଜୀବନକୁ ଏହାର ଆତଙ୍କବାଦର ଶିକାର ଭାବରେ ବ୍ୟବହାର କରୁଛି ଏହ ହେଉଛି ତାହାର ପ୍ରମାଣ ।

ଅପହରଣର ୧୦୦ ଦିନ ପରେ ଅନେକ ଇସ୍ରାଏଲ୍-ଜର୍ମାନ ବନ୍ଧକଙ୍କ ପରିବାର ବର୍ଲିନରେ ଏକାଠି ହୋଇଥିଲେ ଏବଂ ଯୁଦ୍ଧ ବନ୍ଦ କରିବାକୁ ଏବଂ ବନ୍ଧକମାନଙ୍କୁ ଶୀଘ୍ର ଘରକୁ ଫେରାଇ ଆଣିବା ପାଇଁ ନେତାନ୍ୟାହୁ ସରକାରଙ୍କୁ ଅନୁରୋଧ କରିଥିଲେ ।

 ବନ୍ଧକମାନଙ୍କୁ ହତ୍ୟା କରିବାର ସମ୍ଭାବନା

ଏହି ସମୟରେ ହମାସର ମୁଖପାତ୍ର ଆବୁ ଓବାଇଡା କହିଛନ୍ତି ଯେ ଗାଜା ଅଞ୍ଚଳରେ ହମାସ ଅଟକ ରଖିଥିବା ଅନେକ ବନ୍ଧକଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନିକଟରେ ହତ୍ୟା କରାଯାଇଥିଲା ।  ଅବଶିଷ୍ଟମାନଙ୍କ ଜୀବନ ପ୍ରତି ବିପଦ ପ୍ରତି ମୁହୂର୍ତ୍ତରେ ବଢିଚାଲିଛି । ଏଥିପାଇଁ ଇସ୍ରାଏଲ୍ ସରକାର ଏବଂ ଏହାର ସେନା ଦାୟୀ । ସେ କହିଛନ୍ତି ଯେ ଆଗାମୀ ଦିନରେ ହମାସ ଏହାର ଆକ୍ରମଣକୁ ଆହୁରି ତୀବ୍ର କରିବ ।

ଇସ୍ରାଏଲ ଆକ୍ରମଣକୁ ତୀବ୍ର କରିଥିଲା

ଏହି ସମୟ ମଧ୍ୟରେ ଇସ୍ରାଏଲ ଏହାର ଆକ୍ରମଣକୁ ଜୋରଦାର କରିଛି । ଆଇଡିଏଫ୍ ସୈନିକମାନେ ଦୁଇଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଚିହ୍ନଟ କରି ମାଗାଜୀରେ ସେମାନଙ୍କର ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିଲେ । ଆଇଡିଏଫ୍ ସୈନ୍ୟମାନେ ଇସ୍ରାଏଲୀୟମାନଙ୍କ ଉପରେ ହେବାକୁ ଥିବା ରକେଟ୍ ଉତକ୍ଷେପଣ ପାଇଁ ବ୍ୟବହୃତ ଅନେକ ସକ୍ରିୟ ଲଞ୍ଚ ପ୍ୟାଡ୍ ଚିହ୍ନଟ କରି ଧ୍ୱଂସ କରିଛନ୍ତି । ଏହା ସହିତ ଆଇଡିଏଫ୍ ଟ୍ୟାଙ୍କ ୫ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଏକ ଅଣ୍ଡରଗ୍ରାଉଣ୍ଡ ଟନେଲ୍ ଶାଫ୍ଟ ମଧ୍ୟ ଆବିଷ୍କାର କରିଛନ୍ତି ।

 

The post ଇସ୍ରାଏଲ୍ ଆକ୍ରମଣରେ ୨ ଜଣ ବନ୍ଧକ ନିହତ – ହମାସର ଦାବି first appeared on Kanak News.

from Kanak News
via <a href="https://ifttt.com/?

ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍

କନକ ବ୍ୟୁରୋ : ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏ । ଦେଶର ଏହି ତିନି ତଦନ୍ତକାରୀ ସଂସ୍ଥାର ଉଚ୍ଚ ସ୍ତରୀୟ ଟିମ୍ ୟୁକେ ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୟୁକେରେ ଏବେ ହୀରା ବ୍ୟବସାୟୀ ନିରବ ମୋଦି, କିଙ୍ଗଫିସର ଏୟାରଲନସର ପ୍ରମୋଟର ବିଜୟ ମାଲ୍ୟା ଏବଂ ପ୍ରତିରକ୍ଷା ଡିଲର ସଂଜୟ ଭଣ୍ଡାରୀ ସମତେ ଅନେକ ବ୍ୟବସାୟୀ ରହିଛନ୍ତି । ଏମାନେ ଭାରତରେ ବିଭିନ୍ନ ବ୍ୟବସାୟ କରୁଥିଲେ । କିନ୍ତୁ ଆର୍ଥିକ ଅନିୟମିତତା କାରବା ପରେ ଆଇନର ଜାଲରେ ଫସି ଦେଶ ଛାଡି ବ୍ରିଟେନ ପଳାଇଛନ୍ତି । ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ବା ଏମଏଲଏଟି ଅଧୀନରେ ଚୁକ୍ତି ହୋଇଛି ।

ବ୍ରିଟେନ କର୍ତୃପକ୍ଷଙ୍କ ନିକଟରେ ଦୀର୍ଘ ଦିନ ଧରି ଅଟକ ରହିିଥିବା ପ୍ରକ୍ରିୟା ସୁଗମ ହେବା ପରେ ଲଣ୍ଡନ ଗସ୍ତରେ ଯିବାକୁ ଇଡି-ସିବିଆଇ ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍ ପ୍ରସ୍ତୁତି ଚଳାଇଛି । ସେଠାକାର ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଉଭୟ ଭାରତ ଏବଂ ବ୍ରିଟେନ ଏମଏଲଏଟିରେ ସ୍ୱାକ୍ଷର କରିଛନ୍ତି । ତେଣୁ ଅର୍ଥନୈତିକ ଅପରାଧୀ ଏବଂ ଅନ୍ୟାନ୍ୟ ମାମଲାରେ ଜଡିତ ଅପରାଧୀକ ତଦନ୍ତ ସଂପର୍କରେ ସୂଚନା ଅଂଶୀଦାର କରିବାକୁ ଆଇନଗତ ଭାବରେ ବାଧ୍ୟ । ବ୍ରିଟେନରୁ ଭାରତ ଆଣିବାକୁ ଯେଉଁସବୁ କଟକଣା ରହିଛି ପ୍ରାୟତଃ ପଥ ପରିସ୍କାର ହୋଇଛି । ତେଣୁ ଏବେ ତିନି ପଳାତକଙ୍କୁ ଖୁବଶୀଘ୍ର ଭାରତ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି ।

The post ଭାରତ ଆସିବେ ବ୍ରିଟେନରେ ଲୁଚିଥିବା ପଳାତକ । ୟୁକେ ଯିବ ସିବିଆଇ, ଇଡି ଏବଂ ଏନଆଇଏର ଉଚ୍ଚ ସ୍ତରୀୟ ଟିମ୍ first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାଭିମାନ ଅଞ୍ଚଳରେ ଉନ୍ନତି ଆଣିଛି ଗୁରୁପ୍ରିୟା ସେତୁ ! ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଲୋକଙ୍କ ଜୀବନ ଧାରଣାରେ ଆସିଛି ଉନ୍ନତି । ସ୍ଥାନୀୟ ଅଞ୍ଚଳର ବିକାଶ ମଧ୍ୟ ହୋଇଛି । ଉଦଘାଟନକୁ ୬ ବର୍ଷ ପୁରଣ ହୋଇଥିବା ବେଳେ ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଅଣ୍ଡରାପାଲୀ ପଞ୍ଚାୟତର ଓରାପଦର ନଦୀ ଘାଟଠାରୁ ମୁଦୁଲିଗୁଡ଼ା ପର୍ଯ୍ୟନ୍ତ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବୀ କରିଛନ୍ତି ୫ଟି ପଞ୍ଚାୟତର ଗ୍ରାମବାସୀ ।

ଶତାଧିକ ଲୋକ ମେଳି କରି ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି । ହନ୍ତାଳଗୁଡ଼ା ଘାଟି ରାସ୍ତା ଅତିକ୍ରମ କରି ଜିଲ୍ଲା ହେଡ଼କ୍ୱାର୍ଟର, ବାଲିମେଳା, ଗୁମ୍ମା ଆଦି ଅଞ୍ଚଳକୁ ଯିବାକୁ ହେଲେ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଢ଼ୁଥିବାରୁ ଓରାପଦର ଠାରେ ସେତୁ ନିର୍ମାଣ କଲେ ଅତି କମ ସମୟରେ ଯାତାୟତ କରି ହେବ । ଦ୍ୱୀତିୟ ସେତୁ ନିର୍ମାଣ ହେଲେ ପଣସପୁଟ, ଅଣ୍ଡରାପାଲି, ଯନ୍ତ୍ରୀ, ଜୋଡ଼ାମ୍ବ, ନାକାମାମୁଡ଼ି ଆଦି ପଂଚାୟତର ଲୋକେ ଅନେକ ସୁବିଧା ପାଇପାରିବେ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

The post ସ୍ୱାଭିମାନ ଅଞ୍ଚଳରେ ଉନ୍ନତି ଆଣିଛି ଗୁରୁପ୍ରିୟା ସେତୁ ! ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ first appeared on Kanak News.

from Kanak News
via <a href="https://ifttt.com/?

ମାତ୍ର ୫ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ରହିଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ‘ସମ୍ପଦ’ । ଭାରତ ମଧ୍ୟ କରିଲା ଚୁକ୍ତି ।

ଲିଥିୟମ୍ ଅନୁସନ୍ଧାନ ପାଇଁ ଭାରତ ଆର୍ଜେଣ୍ଟିନା ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଖଣିଜ ବିଦେଶୀ ଇଣ୍ଡିଆ ଲିମିଟେଡ୍ (KABIL), ଆର୍ଜେଣ୍ଟିନା କମ୍ପାନୀ CAMYEN ସହିତ ଏକ ବଡ଼ ଚୁକ୍ତି କରିଛି । ଆର୍ଜେଣ୍ଟିନାରେ ପୃଥିବୀର ସର୍ବ ବୃହତ ଲିଥିୟମ୍ ଭଣ୍ଡାର ଅଛି ।  ଏହି ଚୁକ୍ତି ପରେ ଭାରତରେ ଲିଥିୟମର ଅଭାବ ପୂରଣ ହେବ ବୋଲି ଆଶା କରାଯାଉଛି ।

ଲିଥିୟମ୍ ଆତ୍ମନିର୍ଭରଶୀଳତା ଦିଗରେ ଭାରତ ଏକ ବଡ ପଦକ୍ଷେପ ନେଇଛି। ଏଥିପାଇଁ ଆର୍ଜେଣ୍ଟିନା ସହ ଭାରତ ଏକ ବଡ ଚୁକ୍ତି କରିଛି। ସରକାରୀ କମ୍ପାନୀ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (KABIL) ଲିଥିୟମ୍ ପାଇଁ ଆର୍ଜେଣ୍ଟିନା କମ୍ପାନୀ CAMYEN ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହା ଏକ ସରକାରୀ କମ୍ପାନୀର ପ୍ରଥମ ଖଣି ପ୍ରକଳ୍ପ । ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ ପ୍ରଥମେ ଆର୍ଜେଣ୍ଟିନାରେ ପାଞ୍ଚଟି ଲିଥିୟମ୍ ବ୍ଲକ୍ ବିକାଶ କରିବ।

ଏହା ସହିତ କମ୍ପାନୀ ସେଠାରେ ଏକ ଶାଖା ମଧ୍ୟ ସ୍ଥାପନ କରିବ । ଏହି ପ୍ରକଳ୍ପ ଉଭୟ ଦେଶରେ ଲିଥିୟମ୍ ଖଣି ଏବଂ ତାହାର ଡାଉନଷ୍ଟ୍ରିମ ଅଞ୍ଚଳର ବିକାଶ କରି ଭାରତକୁ  ଲିଥିୟମ୍ ଯୋଗାଣରେ ମଜବୁତ କରିବାରେ ସାହାଯ୍ୟ କରିବ । ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପାଇଁ ଯୋଗାଣ ଶୃଙ୍ଖଳର ବିବିଧକରଣକୁ ଏହା ମଧ୍ୟ ସହଜ କରିବ ବୋଲି କୁହାଯାଉଛି ।

  ଆର୍ଜେଣ୍ଟିନାରେ ଏହି ଅମୂଲ୍ୟ ‘ସମ୍ପଦ’ ଅଛି ।

ଏହା ହେଉଛି ୨୦୦ କୋଟି ଟଙ୍କାର ଏକ ପ୍ରକଳ୍ପ । ପ୍ରାୟ ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ଆର୍ଜେଣ୍ଟିନାରେ ଏକ ଅମୂଲ୍ୟ ‘ସମ୍ପଦ’ ଅର୍ଥାତ୍ ଲିଥିୟମର ସର୍ବ ବୃହତ ସଂରକ୍ଷଣ ଗଚ୍ଛିତ ଅଛି । ଏହି ଚୁକ୍ତି ପରେ ଭାରତ ଏଥିରୁ ବହୁତ ଲାଭବାନ ହେବ। ଏହି ପ୍ରକଳ୍ପ କେବଳ ଲିଥିୟମର ସୋର୍ସିଂ ବଢାଇବ ନାହିଁ, ଏହା ଲିଥିୟମ୍ ସହିତ ଜଡିତ ବୈଷୟିକ ଏବଂ କାର୍ଯ୍ୟକ୍ଷମ ଅଭିଜ୍ଞତା ହାସଲ କରିବାରେ ମଧ୍ୟ ସାହାଯ୍ୟ କରିବ ।

ଲିଥିୟମ୍ କ’ଣ ପାଇଁ ବ୍ୟବହୃତ ହୁଏ ?

ଲିଥିୟମ୍ ହେଉଛି ଏକ ପ୍ରକାର ନରମ ଖଣିଜ ପଦାର୍ଥ । ମୋବାଇଲ୍ ଫୋନ୍, ଲାପଟପ୍, ଡିଜିଟାଲ୍ କ୍ୟାମେରା ଏବଂ ଇଲେକ୍ଟ୍ରିକ୍ ଯାନ ପାଇଁ ରିଚାର୍ଜ ଯୋଗ୍ୟ ବ୍ୟାଟେରୀରେ ଏହା ସାଧାରଣତଃ ବ୍ୟବହୃତ ହୋଇଥାଏ । ଦୁନିଆରେ ଉତ୍ପାଦିତ ଲିଥିୟମ ମଧ୍ୟରୁ ୭୪ ପ୍ରତିଶତ ବ୍ୟାଟେରୀରେ ବ୍ୟବହୃତ ହୁଏ । ଏହା ବ୍ୟତୀତ ଏହା ସିରାମିକ୍ସ ଏବଂ ଗ୍ଲାସ୍, ତେଲ ଲଗାଇବା ଗ୍ରୀସ୍ ଏବଂ ପଲିମର ଉତ୍ପାଦନରେ ମଧ୍ୟ ବ୍ୟବହୃତ ହୁଏ ।

ଲିଥିୟମର ବୃହତ୍ତମ ଭଣ୍ଡାର ଥିବା ଦେଶଗୁଡିକ ଲିଥିୟମର ବୃହତ ଭଣ୍ଡାର ଥିବା ଦେଶଗୁଡ଼ିକରେ ଚିଲି, ଅଷ୍ଟ୍ରେଲିଆ, ବୋଲିଭିଆ, ଆର୍ଜେଣ୍ଟିନା ଅନ୍ତର୍ଭୁକ୍ତ ଅଟନ୍ତି ।

The post ମାତ୍ର ୫ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ରହିଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ‘ସମ୍ପଦ’ । ଭାରତ ମଧ୍ୟ କରିଲା  ଚୁକ୍ତି । first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଡା ସମାଲୋଚନା । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଂଖଳା ବିଭିନ୍ନ ପ୍ରସଙ୍ଗ ଉଠାଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର ଟାର୍ଗେଟ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ସ୍ୱାସ୍ଥ୍ୟ, ଶିକ୍ଷା,ଜଳସେଚନ ଓ ଆଇନଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ

ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ କେହି ବାହାରକୁ କାମ କରିବାକୁ ଯାଉନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଗନ୍ନାଥ ଧଣ୍ଡା ଛୁଇଁ କୁହନ୍ତି ବୋଲି ମଧ୍ୟ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

The post ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଡା ସମାଲୋଚନା । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଂଖଳା ବିଭିନ୍ନ ପ୍ରସଙ୍ଗ ଉଠାଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ତାରିଖ । ଜାନୁଆରୀ ୨୬ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

କନକ ବ୍ୟୁରୋ : ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ତାରିଖ । ଆଜି ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ କରିବ । ପୂର୍ବରୁ ଏହା ଜାନୁଆରୀ ୧୬ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।

ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛନ୍ତି । ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ ସର୍ବାଧିକ ୯୫୨୫ଟି ଆବେଦନ ଆସିଛି ।

The post ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ତାରିଖ । ଜାନୁଆରୀ ୨୬ ପର୍ଯ୍ୟନ୍ତ କରିପାରିବେ ଆବେଦନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started