ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା , ଜୟଶଙ୍କରଙ୍କ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ । କ’ଣ ଆଲୋଚନା କରାଯାଇଥିଲା ?

ପୃଥିବୀର  ଅନେକ ଅଞ୍ଚଳ ଏବେ ଯୁଦ୍ଧର ବିଭୀଷିକା ମଧ୍ୟରେ କବଳିତ ହେଇଅଛି । ଏଥିରେ ରୁଷ-ୟୁକ୍ରେନ, ଇସ୍ରାଏଲ୍-ପାଲେଷ୍ଟାଇନ ଏବଂ ୟେମେନ ଭଳି ଅନେକ ଦେଶ ପ୍ରତ୍ୟକ୍ଷ ଭାବେ ଓ ଆହୁରି ବହୁ ଦେଶ ପରୋକ୍ଷ ଭାବେ ଏହି ଯୁଦ୍ଧରେ ଲିପ୍ତ ଅଛନ୍ତି । ଏହିଭଳି ତିକ୍ତ ପରିବେଶରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ଏଥି ସହିତ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଇରାନ ଗସ୍ତରେ ଯାଇ ସେଠାରେ ଇରାନର ରାଷ୍ଟ୍ରପତି ତଥା ବୈଦେଶିକ  ମନ୍ତ୍ରୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ସୋମବାର ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀ ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ଦୁଇ ନେତା ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ମଧ୍ୟ ରାଜି ହୋଇଛନ୍ତି । ପୁଟିନଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ସୋସିଆଲ ମିଡିଆରେ ପିଏମ ମୋଦୀ ସୂଚନା ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କ ସହ ମୋର  ବାର୍ତ୍ତାଳାପ ସକାରାତ୍ମକ ରହିଥିଲା । ଆମର ସ୍ବତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀରେ ଆମେ ବିଭିନ୍ନ ସକରାତ୍ମକ ବିକାଶ ବିଷୟରେ ଆଲୋଚନା କଲୁ ଏବଂ ଭବିଷ୍ୟତର ପଦକ୍ଷେପ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ରାଜି ହେଲୁ । ବ୍ରିକ୍ସରେ ରୁଷର ଅଧ୍ୟକ୍ଷତା ପ୍ରସ୍ତାବ ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଆମେ ଉପଯୋଗୀ ମତ ବିନିମୟ କରିଛୁ ।କିଛି ଦିନ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ରୁଷ ଗସ୍ତରେ ଯାଇଥିଲେ। ଜୟଶଙ୍କର ପୁଟିନଙ୍କୁ ମଧ୍ୟ ଭେଟିଥିଲେ । ଏହି ବୈଠକରେ ପୁଟିନ ରୁଷ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଜୟଶଙ୍କର ପୁଟିନଙ୍କୁ କହିଥିଲେ ଯେ ଉଭୟ ଦେଶର କାର୍ଯ୍ୟକ୍ରମକୁ ବିଚାର କରି ଖୁବ ଶୀଘ୍ର ଏକ ତାରିଖ ସ୍ଥିର ହେବ ।

ଜୟଶଙ୍କର ଇରାନର ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଇରାନ ଗସ୍ତରେ ଅଛନ୍ତି । ସେ ଇରାନର ବୈଦେଶିକ ମନ୍ତ୍ରୀ ହୋସେନ୍ ଆମୀର-ଅବଦୋଲ୍ଲାୟାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଆଲୋଚନାରେ ରଣନୀତିକ ଗୁରୁତ୍ୱପୂର୍ଣ୍ଣ ଚାବାହାର ବନ୍ଦର ଏବଂ ଉତ୍ତର-ଦକ୍ଷିଣ କନେକ୍ଟିଭିଟି ପ୍ରୋଜେକ୍ଟରେ ଭାରତର ଅଂଶଗ୍ରହଣ ପାଇଁ ଦୀର୍ଘକାଳୀନ ଢାଞ୍ଚା ଉପରେ ଆଲୋଚନା କରାଯାଇଥିଲା ।

ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଉଚ୍ଚ ସ୍ତରୀୟ କଥାବାର୍ତ୍ତାର ଏକ ଅଂଶ ଭାବରେ ଜୟଶଙ୍କର ଇରାନ ଗସ୍ତରେ ଅଛନ୍ତି । ସେ ଇରାନର ରାଷ୍ଟ୍ରପତି ଡକ୍ଟର ଇବ୍ରାହିମ ରାଇସିଙ୍କୁ ମଧ୍ୟ ଭେଟିଥିଲେ। ଜୟଶଙ୍କର X’ ରେ ଏକ ପୋଷ୍ଟରେ କହିଛନ୍ତି ଯେ ତେହେରାନରେ ଇରାନର ବୈଦେଶିକ ମନ୍ତ୍ରୀ ଆମୀର-ଅବଦୋଲ୍ଲାହାନଙ୍କ ସହ ତାଙ୍କର ବ୍ୟାପକ ଆଲୋଚନା ହୋଇଛି । ଆମର ଦ୍ୱିପାକ୍ଷିକ ଆଲୋଚନା ଚାବାହାର ବନ୍ଦର ଏବଂ INSTC କନେକ୍ଟିଭିଟି ପ୍ରୋଜେକ୍ଟ ସହିତ ଭାରତର ଯୋଗଦାନ ପାଇଁ ଦୀର୍ଘକାଳୀନ ଢାଞ୍ଚା ପ୍ରସ୍ତୁତି ଉପରେ ଆମେ ଧ୍ୟାନ ଦେଇଥିଲୁ । ସେ ଏହି ଅଞ୍ଚଳରେ ସାମୁଦ୍ରିକ ପରିବହନ ପାଇଁ ଆସୁଥିବା ବିପଦ ବିଷୟରେ ମଧ୍ୟ କହିଥିଲେ ଏବଂ ଏହି ସମସ୍ୟାର ଶୀଘ୍ର ସମାଧାନ ହେବା ଜରୁରୀ ବୋଲି କହିଥିଲେ । ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଲୋହିତ ସାଗରରେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ବିଷୟରେ ଏହି ଆଲୋଚନା ଉଦ୍ଧିଷ୍ଟ ଥିଲା । ୟେମେନରେ ହୁତି ବିଦ୍ରୋହୀଙ୍କ ଆଡ୍ଡାକୁ  ଟାର୍ଗେଟ କରି ଆମେରିକା ଏବଂ ବ୍ରିଟେନ ଏୟାର ଷ୍ଟ୍ରାଇକ୍ କରିଛନ୍ତି ।

ଲୋହିତ ସାଗରରେ ବଦଳୁଥିବା ପରିସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି । ଗୁରୁବାର ଦିନ ଜୟଶଙ୍କର ଏବଂ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ  ମଧ୍ୟରେ ଫୋନ୍ ବାର୍ତ୍ତାଳାପରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଇଥିଲା । ଜୟଶଙ୍କର କହିଛନ୍ତି ଯେ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏଜେଣ୍ଡା ଉପରେ ଥିବା ଅନ୍ୟାନ୍ୟ ପ୍ରସଙ୍ଗ ସବୁ ହେଉଛି ‘ଗାଜା ପରିସ୍ଥିତି, ଆଫଗାନିସ୍ତାନ, ୟୁକ୍ରେନ ଏବଂ ବ୍ରିକ୍ସ ସହଯୋଗ’ ।

 

The post ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା , ଜୟଶଙ୍କରଙ୍କ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ । କ’ଣ ଆଲୋଚନା କରାଯାଇଥିଲା ? first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଅସହାୟ ଅବସ୍ଥାରେ କିଏ ଛାଡି ଚାଲିଗଲା କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଭଦ୍ରକ ଧାମରା ବଜାର ନିକଟ ପେଟ୍ରୋଲ ପମ୍ପ ରାସ୍ତାକଡ଼ରୁ ଶିଶୁ କନ୍ୟାଟି ଉଦ୍ଧାର ହୋଇଛି । ମଣି ଶଙ୍କର ଗ୍ରୁପର ସଦସ୍ୟ ସୁମନ୍ତ କୁମାର ମହାନ୍ତି ଧାମରାରୁ ଫେରୁଥିବା ବେଳେ ରାସ୍ତାକଡ଼ରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ତେବେ ନବଜାତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ମା’ ଧାମରାଇଙ୍କ ପୀଠରେ ପବିତ୍ର ମକର ସଂକ୍ରାନ୍ତି ଚାଲିଥିବାବେଳେ ଭିଡ଼ର ସୁଯୋଗ ନେଇ କେହି ଏଭଳି କରିଥାଇପାରେ ବୋଲି କୁହାଯାଉଛି ।

The post ରାସ୍ତାକଡ଼ରୁ ନବଯାତ ଶିଶୁ କନ୍ୟା ଉଦ୍ଧାର । ଅସହାୟ ଅବସ୍ଥାରେ କିଏ ଛାଡି ଚାଲିଗଲା କାରଣ ଅସ୍ପଷ୍ଟ first appeared on Kanak News.

from Kanak News
via <a href="https://ifttt.com/?

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ । ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟରଙ୍କୁ ଆହ୍ୱାନ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ।

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଛନ୍ତି । ଆଗାମୀ ୨୬ ଜାନୁଆରୀରେ ଭଗୱନ୍ତଙ୍କ ଉପରେ ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟର ମାନଙ୍କୁ ଆହ୍ୱାନ କରିଛି ପନ୍ନୁ । କେବଳ ଏତିକି ନୁହେଁ ପଞ୍ଜାବ ଡିଜିପି ଗୌରବ ଯାଦବଙ୍କୁ ମଧ୍ୟ ଜୀବନରୁ ମାରିବାକୁ ଧମକ ଦେଇଛି ପନ୍ନୁ ।

ଖଲିସ୍ତାନୀ ସମର୍ଥକ ଓ ଗ୍ୟାଙ୍ଗଷ୍ଟରଙ୍କ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନ କାରଣରୁ ଚିହିଁକି ଉଠିଛି ପନ୍ନୁ । ପଞ୍ଜାବ ପୋଲିସ ଏବେ ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛି । ପୋଲିସର ଘନ ଘନ କାର୍ଯ୍ୟାନୁଷ୍ଠାନ କାରଣରୁ ପନ୍ନୁ ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି । ଏହାପୂର୍ବରୁ ରାମମନ୍ଦିରର ପ୍ରତିଷ୍ଠା ସମାରୋହକୁ ନେଇ ଭାରତ ସରକାରଙ୍କୁ ଟାର୍ଗେଟ କରିଥିଲା ପନ୍ନୁ । ଏହି ସମାରୋହକୁ ମୁସଲିମ ସମୁଦାୟ ବିରୋଧ କରନ୍ତୁ ବୋଲି ଆହ୍ୱାନ ଦେଇଥିଲା ପନ୍ନୁ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପନ୍ନୁ କହିଥିଲା, ନରେନ୍ଦ୍ର ମୋଦୀ ମୁସଲିମ ମାନଙ୍କର ବଡ ଶତ୍ରୁ ।

ପନ୍ନୁ ଧମକ ଦେବା ସହ କହିଛି ଗଣତନ୍ତ୍ର ଦିବସରେ ଭଗୱନ୍ତ ମାନ ଯେଉଁଠି ପତାକା ଉତ୍ତୋଳନ କରିବେ ସେଠାରେ ଭୟଙ୍କର ମାହୋଲ ସୃଷ୍ଟି ହେବ । ଏହାପୂର୍ବରୁ ମଧ୍ୟ ୧୩ ଡିସେମ୍ବରରେ ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା ପନ୍ନୁ ।

The post ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ । ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟରଙ୍କୁ ଆହ୍ୱାନ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ । first appeared on Kanak News.

from Kanak News
via <a href="https://ifttt.com/?

ସମ୍ବଲପୁର ସମଲେଇ ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ । ୩୦ଟି ଜିଲ୍ଲାରେ ଥିବା ଦେବାଳୟ ଗୁଡ଼ିକୁ କରାଯିବ ନିମନ୍ତ୍ରଣ

କନକ ବ୍ୟୁରୋ : ସମ୍ବଲପୁର ମା’ ସମଲେଇ ପ୍ରକଳ୍ପ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାକୁ ନିମନ୍ତ୍ରଣ ପାଇଁ ଟିମ୍ ବାହାରିଛନ୍ତି । ପୂଜକ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ୫ଟି ଟିମ୍ କରାଯାଇଛି ।

୨ ଜଣ ପୂଜକ, ଜଣେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଜିଲ୍ଲା ପ୍ରଶାସନର ପ୍ରତିନିଧି ସାମିଲ ହୋଇଛନ୍ତି । ଏହି ଟିମ୍ ରାଜ୍ୟର ୩ରୁ ୪ ଦିନ ଭିତରେ ସବୁ ଜିଲ୍ଲା ଗସ୍ତ କରି ପ୍ରମୁଖ ଦେବାଳୟ ଗୁଡ଼ିକ ନିମନ୍ତ୍ରଣ ଦେବେ । ଗୋଟିଏ ଟିମ୍ ପାଖାପାଖି ୫ଟି ଜିଲ୍ଲା ଗସ୍ତ କରିବ ବୋଲି ସୂଚନା ମିଳିଛି ।

The post ସମ୍ବଲପୁର ସମଲେଇ ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ । ୩୦ଟି ଜିଲ୍ଲାରେ ଥିବା ଦେବାଳୟ ଗୁଡ଼ିକୁ କରାଯିବ ନିମନ୍ତ୍ରଣ first appeared on Kanak News.

from Kanak News
via <a href="https://ifttt.com/?

ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ । କେୟାର ଟେକର ସୋନିକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ । ବିଶ୍ୱଜିତଙ୍କ କେୟାର ଟେକର ସୋନିଙ୍କୁ ଗିରଫ କରିଛି ପୋଲିସ । ବିବାହ ପାଇଁ ବିଶ୍ୱଜିତ୍ ରାଜି ନହେବାରୁ ସୋନି ହତ୍ୟା କରିଥିବା ସୂଚନା ମିଳିଛି ।

ବିଶ୍ୱଜିତଙ୍କ କେୟାର ଟେକର ଭାବେ ସୋନି ତିନି ବର୍ଷ ଧରି ରହି ଆସୁଥିଲେ । ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ଆଉ ବିଶ୍ୱଜିତଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ ସୋନି । ବିଶ୍ୱଜିତ୍ ବିବାହ ପାଇଁ ରାଜି ନହେବାରୁ ସୋନି ଏପରି ଜଘନ୍ୟକାଣ୍ଡ ଘଟାଇଥିବା ଜଣାପଡ଼ିଛି । ଦୁଇ ଦିନ ତଳେ ବିଶ୍ୱଜିତଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା । ତଂଟିକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯିବା ପରେ ମୃତଦେହକୁ କମ୍ବଳରେ ଘୋଡାଇ ରଖାଯାଇଥିଲା ।

The post ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ । କେୟାର ଟେକର ସୋନିକୁ ଗିରଫ କଲା ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ଏମିତି ଝିଅକୁ ଧିକ୍ ! ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା-ମାଆଙ୍କୁ ପନିକିରେ ଆକ୍ରମଣ 

କନକ ବ୍ୟୁରୋ : ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା-ମାଆଙ୍କୁ ପନିକିରେ ଆକ୍ରମଣ କରିଛି ଝିଅ । ବାଲେଶ୍ୱର ସୋର ଥାନା ହାତିଗଡ଼ିଆ ଗାଁରେ ଘଟିଛି ଏମିତି ଏକ ଘଟଣା । ଆକ୍ରମଣରେ ଗୁରୁତର ହୋଇଥିବା ବାପା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ହାତିଗଡ଼ିଆ ଗାଁର ରଞ୍ଜିତ୍ ସିଂ ଓ ବୁଦୁନି ସିଂଙ୍କ ବଡ଼ ଝିଅ କୁନି ବିବାହ ପରେ ବାପ ଘରେ ରହୁଥିଲେ । ଗତକାଲି ରାତିରେ ସେ ଫୋନ୍ରେ କଥା ହେଉଥିବାରୁ ମା’ ବିରକ୍ତ ହେବା ସହ ସାନ ଝିଅକୁ ପ୍ରଶଂସା କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ପନିକିରେ ଆକ୍ରମଣ କରିଥିଲେ । ସ୍ତ୍ରୀକୁ ବଂଚାଇବାକୁ ଯାଇ ବାପା ମଧ୍ୟ ପନିକି ଚୋଟର ଶିକାର ହୋଇଛନ୍ତି ।

The post ଏମିତି ଝିଅକୁ ଧିକ୍ ! ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା-ମାଆଙ୍କୁ ପନିକିରେ ଆକ୍ରମଣ  first appeared on Kanak News.

from Kanak News
via <a href="https://ifttt.com/?

ଇରାକରେ ଆମେରିକାର ଦୂତାବାସ ନିକଟରେ ଆକ୍ରମଣ । ୮ ଟି ସ୍ଥାନରେ ବିସ୍ଫୋରଣ, ଚାରି ଜଣଙ୍କର ମୃତ୍ୟୁ ।

ଇରାକର ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ ଏର୍ବିଲରେ ହୋଇଥିବା ବିସ୍ଫୋରଣରେ ମିଳିତ ମଞ୍ଚ କିମ୍ବା ଆମେରିକାର ସେନାବାହିନୀର କେହି ପ୍ରାଣ ହରାଇ ନାହାଁନ୍ତି । ସୂଚନାନୁସାରେ, ମିଳିତ ବାହିନୀ ଇରାକର ଏର୍ବିଲ ବିମାନବନ୍ଦର ନିକଟରେ ତିନୋଟି ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛନ୍ତି । ଆକ୍ରମଣ ପରେ ଏରବିଲରେ ବିମାନ ଚଳାଚଳ ବନ୍ଦ କରାଯାଇଛି ।

ଇରାକର ଆର୍ବିଲରେ ଥିବା ଆମେରିକାର କନସୁଲେଟ୍ ନିକଟରେ ଅନେକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପାଇଁ ଇରାନର ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିଏସ) ନିଜକୁ ଦାୟୀ କରିଛି । ଆଇଆରଜିଏସ୍ କହିଛି ଯେ ସେମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଏହି ଅଞ୍ଚଳର ଗୁପ୍ତଚର ମୁଖ୍ୟାଳୟ ଏବଂ ଇରାନ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀକୁ ଟାର୍ଗେଟ କରୁଛି ।ଇରାକର ଏକ ସୁରକ୍ଷା ସୂତ୍ରରୁ ଏବିସି ନ୍ୟୁଜ୍ ରିପୋର୍ଟ କରିଛି ଯେ ଆଇଆରଜିଏସ ଦ୍ୱାରା ହୋଇଥିବା ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଇରାକର ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ ଏର୍ବିଲରେ ହୋଇଥିବା ବିସ୍ଫୋରଣରେ ମିଳିତ ମଞ୍ଚ କିମ୍ବା ଆମେରିକାର ସେନାବାହିନୀର କେହି ପ୍ରାଣ ହରାଇ ନାହାଁନ୍ତି ।

ଦୂତାବାସ ନିକଟରେ ଥିବା ଆଠଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା

ସୂଚନାନୁସାରେ, ମିଳିତ ବାହିନୀ ଇରାକର ଏର୍ବିଲ ବିମାନବନ୍ଦର ନିକଟରେ ତିନୋଟି ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛନ୍ତି । ଇରାକର ଏକ ସୁରକ୍ଷା ସୂତ୍ରରୁ ଏବିସି ନ୍ୟୁଜ୍ ରିପୋର୍ଟ କରିଛି ଯେ ଏର୍ବିଲରେ ବିମାନ ଚଳାଚଳ ବନ୍ଦ ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ଅତ୍ୟନ୍ତ ହିଂସାତ୍ମକ ଥିଲା । ଆମେରିକାର କନସୁଲେଟ୍ ନିକଟରେ ଥିବା ଆଠଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା ।

ଇସ୍ରାଏଲ୍ ହାମାସ୍ ଯୁଦ୍ଧର ପ୍ରଭାବ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଦୁଇଜଣ ଅଧିକାରୀ ରଏଟର୍ସକୁ କହିଛନ୍ତି ଯେ ଏହି ଆକ୍ରମଣ ଦ୍ୱାରା ଆମେରିକାର ସୁବିଧା ପ୍ରଭାବିତ ହୋଇନାହିଁ। ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ଇସଲାମିକ୍ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭରୁ ଏହା ମଧ୍ୟ ପୂର୍ବରେ ବ୍ୟାପିଗଲା । ଯେଉଁଥିରେ ଇରାନର ସହଯୋଗୀମାନେ ମଧ୍ୟ ଲେବାନନ୍, ସିରିଆ, ଇରାକ ଏବଂ ୟେମେନ ପକ୍ଷରୁ ଯୁଦ୍ଧରେ ପ୍ରବେଶ କରୁଛନ୍ତି ।ଚାରିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁଏଥିରେ ଇରାନ ଇସ୍ରାଏଲ ସହିତ ଯୁଦ୍ଧରେ ହମାସକୁ ସମର୍ଥନ କରୁଛି ଏବଂ ଗାଜାରେ ଇସ୍ରାଏଲକୁ ସମର୍ଥନ କରୁଥିବା ଆମେରିକା ଉପରେ ମଧ୍ୟ ଅଭିଯୋଗ କରିଛି । ଏଥି ସହିତ, ପାଲେଷ୍ଟାଇନ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଆମେରିକା ଉଦ୍ବେଗ ପ୍ରକାଶ କରିଥିଲା । କୁର୍ଦ୍ଦିସ୍ତାନ ସରକାରଙ୍କ ସୁରକ୍ଷା ପରିଷଦ ଏହି ଆକ୍ରମଣକୁ ଅପରାଧ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଆର୍ବିଲ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂଛ ଜଣ ଆହତ ହୋଇଛନ୍ତି ।

 

 

 

 

 

The post ଇରାକରେ ଆମେରିକାର ଦୂତାବାସ ନିକଟରେ ଆକ୍ରମଣ । ୮ ଟି ସ୍ଥାନରେ ବିସ୍ଫୋରଣ, ଚାରି ଜଣଙ୍କର ମୃତ୍ୟୁ । first appeared on Kanak News.

from Kanak News
via <a href="https://ifttt.com/?

ଜାଡ଼ରେ ଥରୁଛି ରାଜଧାନୀ ଦିଲ୍ଲୀ । ଘନ କୁହୁଡ଼ି ଯୋଗୁଁ ରେଳ ଯାତ୍ରା ଓ ବିମାନ ସେବା ପ୍ରଭାବିତ

କନକ ବ୍ୟୁରୋ : ଘନ କୁହୁଡି ସାଙ୍ଗକୁ ପ୍ରଚଣ୍ଡ ଥଣ୍ଡା ରାଜଧାନୀ ଦିଲ୍ଲୀକୁ ପ୍ରଭାବିତ କରିଛି । ବିମାନଠୁ ରେଳ ଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୁହୁଡ଼ି ଯୋଗୁଁ ଅନେକ ବିମାନ ବାତିଲ ହୋଇଥିବା ବେଳେ ଅନେକ ବିମାନର ରୁଟ୍ ଡାଇଭର୍ଟ କରାଯାଇଛି ।

ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରୁ ପ୍ରାୟ ୩୦ଟି ବିମାନ ବିଳମ୍ବିତ ହୋଇଥିବା ବେଳେ ୧୭ଟି ବିମାନ ବାତିଲ ହୋଇଛି । ପାଲାମ ବିମାନ ବନ୍ଦରରେ ସକାଳ ୭ଟାରେ ୧୦୦ ମିଟର ଦୃଶ୍ୟମାନ ଦୂରତା ଥିବା ବେଳେ ସକାଳ ସାଢ଼େ ୭ଟାରେ ଶୂନ୍ୟ ଦୃଶ୍ୟମାନ ଦୂରତା ଥିଲା । ସେହିପରି ସକାଳ ୭ଟାରେ ସଫଦରଜଙ୍ଗ ବିମାନ ବନ୍ଦରରେ ୫୦ ମିଟର ଦୃଶ୍ୟମାନ ଦୂରତା ରହିଥିଲା । ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ଼ ଜମିଛି । ଲୋକମାନେ ଘଂଟା ଘଂଟା ଧରି ବିମାନକୁ ଅପେକ୍ଷା କରୁଛନ୍ତି । ଏୟାରପୋର୍ଟର ଭିଡ଼ ରେଳ ଷ୍ଟେସନର ଗହଳି ଭଳି ଲାଗୁଛି । ଥଣ୍ଡା ପାଗରେ ଯାତ୍ରୀମାନେ ତଳେ ବସି ବିମାନକୁ ଅପେକ୍ଷା କରୁଛନ୍ତି । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏୟାରପୋର୍ଟରେ ବସିଛନ୍ତି ।

The post ଜାଡ଼ରେ ଥରୁଛି ରାଜଧାନୀ ଦିଲ୍ଲୀ । ଘନ କୁହୁଡ଼ି ଯୋଗୁଁ ରେଳ ଯାତ୍ରା ଓ ବିମାନ ସେବା ପ୍ରଭାବିତ first appeared on Kanak News.

from Kanak News
via <a href="https://ifttt.com/?

ଆଠମଲ୍ଲିକ ବିଜେଡିରେ କନ୍ଦଳ । ନଳିନୀ ପ୍ରଧାନଙ୍କୁ ଜୋରଦାର ବିରୋଧ

କନକ ବ୍ୟୁରୋ : ଆଠମଲ୍ଲିକ ବିଜେଡିରେ କନ୍ଦଳ । ଜଂଘା ଦେବ ମନ୍ଦିର ପ୍ରତିଷ୍ଠା ଓ ଦାରୁଦେବଙ୍କ ବିଗ୍ରହ ସ୍ଥାପନ ବେଳେ ଏହି ବିବାଦ ଦେଖାଦେଇଛି । ବିଧାୟକ ରମେଶ ସାଏଙ୍କ ଗୋଷ୍ଠୀ ବିଜେଡି ନେତା ତଥା ପୂର୍ବତନ ପୂର୍ତ ସଚିବ ନଳିନୀ ପ୍ରଧାନଙ୍କୁ ଜୋରଦାର ବିରୋଧ କରିଛି ।

ନଳିନୀ ପ୍ରଧାନ ସୋମବାର ତାଙ୍କ ସମର୍ଥକଙ୍କ ସହ ମନ୍ଦିର ବିଗ୍ରହ ସ୍ଥାପନ ପାଇଁ ଆସୁଥିଲେ । ଏହି ଅବସରରେ ଗଣ୍ଡ ସମାଜ ପକ୍ଷରୁ ବିରୋଧ କରାଯାଇଛି । ନଳିନୀ ପ୍ରଧାନ ଗୋ ବ୍ୟାକ ନାରା ଦେଇ ଗଣ୍ଡ ସମାଜ ଜୋରଦାର ବିରୋଧ କରିଛି । ବିଧାୟକଙ୍କ ଗୋଷ୍ଠୀ କହିଛି, ନିକଟରେ ନଳିନୀ ପ୍ରଧାନ ଗଣ୍ଡ ସମାଜଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଇଥିଲେ । ଏହିପରି ଅନେକ ଦଳୀୟ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି । ଯାହାକୁ ଗଣ୍ଡ ସମାଜ ବିରୋଧ କରି ନଳିନୀଙ୍କ ବିରୋଧରେ ଗୋ ବ୍ୟାକ ନାରା ଦେଇଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସୋମବାର ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ପ୍ରଫୁଲ ମଲ୍କିକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ନଳିନୀ ପ୍ରଧାନ ବିନା ନିମନ୍ତ୍ରଣରେ ନିଜ ସମର୍ଥକଙ୍କୁ ନେଇ ମନ୍ତ୍ରୀଙ୍କ ସହ ଆସିଥିବା ଗଣ୍ଡ ସମାଜ ପକ୍ଷରୁ କୁହାଯାଇଛି । ଆଠମଲ୍କିକ ଆମ୍ବସରମୁଣ୍ଡାଠାରେ ଆୟୋଜିତ ଏହି ମନ୍ଦିର ପ୍ରତିଷ୍ଠାର ପ୍ରଥମ ଦିନରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।

The post ଆଠମଲ୍ଲିକ ବିଜେଡିରେ କନ୍ଦଳ । ନଳିନୀ ପ୍ରଧାନଙ୍କୁ ଜୋରଦାର ବିରୋଧ first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ପାଳିତ ହୋଇଛି ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ବାର୍ଷିକ ଉତ୍ସବ । ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କୁ ଯୋଡିବା ସଂଗଠନର ମୂଳ ଲକ୍ଷ୍ୟ

କନକ ବ୍ୟୁରୋ : ଭୁବନେଶ୍ୱରରେ ପାଳିତ ହୋଇଛି ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ବାର୍ଷିକ ଉତ୍ସବ । କାର୍ଯ୍ୟକ୍ରମରେ ବିଶ୍ୱର ୧୭୩ଟି ଦେଶରୁ ଅନେକ ଓଡ଼ିଆ ଜୁମ୍ ମିଟିଂ ମାଧ୍ୟମରେ ଯୋଡି ହୋଇଥିଲେ ।

ବିଶ୍ୱର ବିଭିନ୍ନ ଦେଶରେ ଯେତେ ଓଡ଼ିଆ ଅଛନ୍ତି ସେମାନଙ୍କୁ ଯୋଡିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସଂଗଠନର ମୂଳ ଲକ୍ଷ୍ୟ । ଏହା ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱରେ ପ୍ରଚାର ପ୍ରସାର କରିବା ସହ ଲୋକଲୋଚନକୁ ଆଣିବା ପାଇଁ ସଂଗଠନ ପ୍ରୟାସ ଜାରି ରହିଛି । ସଂଗଠନର ତୃତୀୟ ବାର୍ଷିକ ଉତ୍ସବ ଅବସରରେ ଦୁବାଇ, ଅଷ୍ଟ୍ରେଲିଆ ସହ ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

The post ଭୁବନେଶ୍ୱରରେ ପାଳିତ ହୋଇଛି ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ବାର୍ଷିକ ଉତ୍ସବ । ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କୁ ଯୋଡିବା ସଂଗଠନର ମୂଳ ଲକ୍ଷ୍ୟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started