କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ, ଛଟନୀ ଭଳି ଚାଷୀ ସମସ୍ୟାକୁ ନେଇ ପ୍ରତିବାଦ

କନକ ବ୍ୟୁରୋ : ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ ଛଟନୀ ଭଳି ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ଜିଲ୍ଲାରେ ମିଲର ମାନେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ସେହିପରି କ୍ୱିଂଟାଲ ପିଛା ୫ରୁ ୮ କେଜି ଧାନ କଟନି, ଛଟନି ସହ ୨୫ କ୍ୱିଂଟାଲରୁ ଅଧିକ ଧାନ ଦେଉଥିବା ଚାଷୀଙ୍କୁ ମିଲରେ ଧାନ ପହଞ୍ଚାଇବା ଭଳି ନିର୍ଦ୍ଦେଶକୁ ନେଇ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ୧୨ ଘଂଟିଆ ବନ୍ଦ ପାଳନ କରୁଛି କଂଗ୍ରେସ । ବନ୍ଦ ପ୍ରଭାବରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

The post କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ, ଛଟନୀ ଭଳି ଚାଷୀ ସମସ୍ୟାକୁ ନେଇ ପ୍ରତିବାଦ first appeared on Kanak News.

from Kanak News
via <a href="https://ifttt.com/?

ଦେଶରୁ ଦୂର ହେଉଛି ଦାରିଦ୍ର୍ୟ, ଓଡିଶାରୁ ୧ କୋଟି ଦାରିଦ୍ର୍ୟରୁ ହୋଇଛନ୍ତି ମୁକ୍ତ । ନୀତି ଆୟୋଗ ରିପୋର୍ଟରେ ଉଲ୍ଲେଖ

କନକ ବ୍ୟୁରୋ : ଗତ ୯ ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ନୀତି ଆୟୋଗର ରିପୋର୍ଟରୁ ଜଣାପଡ଼ିଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଏହି ସଫଳତା ମିଳିଛି ।

ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୨୦୦୫-୦୬ରେ ୬୩.୮୪ ପ୍ରତିଶତ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରେ ଥିଲେ । ୨୦୧୫-୧୬ ସୁଦ୍ଧା ସେହି ହାର ୨୯.୩୪ ପ୍ରତିଶତକୁ ହ୍ରାସ ପାଇଥିଲା । ଏହାପରେ ୨୦୧୯-୨୧ ସୁଦ୍ଧା ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି । ଗତ ୯ ବର୍ଷ ଭିତରେ ରାଜ୍ୟର ୧.୦୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି । ଯେଉଁ ହାରରେ ଦାରିଦ୍ର୍ୟ ହ୍ରାସ ପାଉଛି, ତାହା ବିଚାରକୁ ନେଲେ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ବହୁମୁଖୀ ଦାରିଦ୍ର୍ୟମୁକ୍ତ ହେବା ଲାଗି ରହିଥିବା ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଭାରତର ସହଜରେ ହାସଲ କରିପାରିବ ବୋଲି କୁହାଯାଇପାରିବ । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଜୀବନ ଧାରଣ ମାନ ଆଦିରେ ହୋଇଥିବା ଉନ୍ନତି ବିଚାରକୁ ନେଇ ବହୁମୁଖୀ ଦାରିଦ୍ର୍ୟ ନିର୍ଧାରଣ କରାଯାଇଥାଏ ।

୨୦୧୩-୧୪ରେ ଭାରତରେ ବହୁମୁଖୀ ଦାରିଦ୍ର୍ୟ ୨୯.୧୭% ଥିଲା
୨୦୨୨-୨୩ରେ ଏହା ୧୧.୨୮% କୁ ହ୍ରାସ ପାଇଛି
ଅର୍ଥାତ୍ ୧୭.୮୯ ପ୍ରତିଶତ ପଏଂଟ ହ୍ରାସ ପାଇଛି
ୟୁପିରେ ଗତ ୯ ବର୍ଷ ମଧ୍ୟରେ ୫.୯୪ କୋଟି ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ
ବିହାରରେ ୩.୭୭ କୋଟି, ମଧ୍ୟପ୍ରଦେଶରେ ୨.୩୦ କୋଟି ଏବଂ ରାଜସ୍ଥାନରେ ୧.୮୭ କୋଟି ଦାରିଦ୍ର୍ୟୁରୁ ମୁକ୍ତ
ଗତ ୯ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି
ଗରିବ ରାଜ୍ୟଗୁଡ଼ିକରେ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ଯାହାକି ଅସମାନତା ହ୍ରାସକୁ ଦର୍ଶାଉଛି
୧୨ଟି ଏମପିଆଇ ସୂଚକାଙ୍କରେ ଉନ୍ନତିର ଉଲ୍ଲେଖନୀୟ ସଙ୍କେତ ଦେଖିବାକୁ ମିଳିଛି
ଭାରତ ୨୦୩୦ ପୂର୍ବରୁ ବହୁମୁଖୀ ଦାରିଦ୍ର୍ୟ ହ୍ରାସ କରିବାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାର ସମ୍ଭାବନା

The post ଦେଶରୁ ଦୂର ହେଉଛି ଦାରିଦ୍ର୍ୟ, ଓଡିଶାରୁ ୧ କୋଟି ଦାରିଦ୍ର୍ୟରୁ ହୋଇଛନ୍ତି ମୁକ୍ତ । ନୀତି ଆୟୋଗ ରିପୋର୍ଟରେ ଉଲ୍ଲେଖ first appeared on Kanak News.

from Kanak News
via <a href="https://ifttt.com/?

ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ମାଇନିଂ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

କନକ ବ୍ୟୁରୋ : ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ମାଇନିଂ ଅଫିସରଙ୍କୁ କଲେ ଆକ୍ରମଣ । ବେଆଇନ ଖଣି ଖନନ ଉପରେ ଚଢାଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କ ଉପରେ ସଂଗବଦ୍ଧ ଆକ୍ରମଣ ହୋଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।

ମାଫିଆଙ୍କ ମାଡ଼ରେ ମାଇନିଂ ଅଫିସର ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ଜଗନ ବେହେରାଙ୍କ ନିକଟକୁ ଏକ ଫୋନ୍ କଲ ଆସିଥିଲା । ଜକରା ଅଂଚଳରେ ଦୁଇଟି ଜେସିବିରେ ବେଆଇନ ଖନନ ଚାଲିଛି ଓ ୪ଟି ହାଇୱା ଗାଡିରେ ଖଣିଜ ଦ୍ରବ୍ୟ ଚାଲାଣ ଚାଲିଥିବା ଖବର ମିଳିଥିଲା । ସେ ଏନେଇ ଆଦର୍ଶ ଥାନାକୁ ଖବର ଦେବା ସହ ନିଜେ ଜଣେ ବ୍ୟକ୍ତିଙ୍କ ସହିତ କାରରେ ଖଣି ଅଂଚଳକୁ ଯାଇଥିଲେ । ଘଟଣାସ୍ଥଳରେ ୩୦ରୁ ୪୦ ଜଣ ଦୁର୍ବୃତ ତାଙ୍କୁ ଘେରିଯାଇଥିଲେ । ସେ କିଛି କହିବା ପୂର୍ବରୁ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହା ସହ କାର ଓ ମୋଟର ସାଇକେଲ ବି ଭଙ୍ଗାରୁଜା କରିଛନ୍ତି ।

The post ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ମାଇନିଂ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ first appeared on Kanak News.

from Kanak News
via <a href="https://ifttt.com/?

ତାରା ପାଲଟିଲେ ଆନ୍ନ । ତେଲୁଗୁ ସୁପରଷ୍ଟାରଙ୍କ ସହ ମିଶି ଧୋତି ପନ୍ଧି ନାଚିଲେ ତାରା ।

କନକ ବ୍ୟୁରୋ : ଆନ୍ନା ପାଲଟିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଧୋତି ପିନ୍ଧି ତେଲଗୁ ସୁପରଷ୍ଟାରଙ୍କ ସହ ନାଚିଲେ ତାରା । ପୋଙ୍ଗଲ ଅବସରରେ ଜୟପୁର ନାରାୟଣୀ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏଥିରେ ତେଲୁଗୁ କଳାକାର ଓ ଗାୟକ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଲୋକ ଏକାଠି ହୋଥିଲେ । ତେଲୁଗୁ କଳାକାର ଓ ଗାୟକଙ୍କ ଗୀତରେ ଝୁମିଥିଲେ ଦର୍ଶକ । ହେଲେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବିଧାୟକ ତାରା ବାହିନୀପତିଙ୍କ ଡ୍ୟାନ୍ସ । ଧୋତି ପିନ୍ଧି ତେଲୁଗୁ ସୁପରଷ୍ଟାରଙ୍କ ନାଚୁଥିବା ଦେଖିବାକୁ ମିଳିଥିଲା ।

The post ତାରା ପାଲଟିଲେ ଆନ୍ନ । ତେଲୁଗୁ ସୁପରଷ୍ଟାରଙ୍କ ସହ ମିଶି ଧୋତି ପନ୍ଧି ନାଚିଲେ ତାରା । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗିର ଖଇରଗୁରା ଓ କୁମୁରିଆ ଖଳାରେ ପଡିଲା ପଶୁବଳି

କନକ ବ୍ୟୁରୋ : ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆ ଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେଉଛି । ଆଦିବାସୀ ସମ୍ପ୍ରଦାୟ ତଥା ମାନସିକଧାରୀ ଶ୍ରଦ୍ଧାଳୁମାନେ ପଶୁବଳି ଦେଉଛନ୍ତି । ଯାତ୍ରା ପାଇଁ ଆଖପାଖ ଗାଁ ମାନଙ୍କରେ କୁଣିଆ ପହଞ୍ଚି ଗ୍ରାମ୍ୟ ଦେବତାଙ୍କ ଗାଁ ପରିକ୍ରମା ଓ ଆଦ୍ୟପୂଜା କରାଯାଇଛି ।

ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଆୟୋଜନ ପାଇଁ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଜିଷ୍ଟ୍ରେଟଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ, ୧୫ ଅଧିକାରୀ, ୪୦ ଜଣ ହୋମଗାର୍ଡ ନିଯୁକ୍ତ ହୋଇଛନ୍ତି ।

The post ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗିର ଖଇରଗୁରା ଓ କୁମୁରିଆ ଖଳାରେ ପଡିଲା ପଶୁବଳି first appeared on Kanak News.

from Kanak News
via <a href="https://ifttt.com/?

କଣାସ ବାଦୂରାବର ଗାଁରେ ହାତୀ ଆତଙ୍କ । ଚାଷ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ, ଖାଇଗଲେ ୨ଶହ ବସ୍ତା ଅମଳ ଧାନ

କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସ ବ୍ଲକରେ ହାତୀ ଉପଦ୍ରବ । ରାତିରେ ଆସି ନଷ୍ଟ କରିଦେଲେ ଚାଷୀଙ୍କ ଫସଲ । କଣାସ ଗଡଖାରଦ ପଞ୍ଚାୟତର ବାଦୁରାବର ଗାଁରେ ୮ରୁ ଅଧିକ ହାତୀ ଆତଙ୍କ ଖେଳାଇଛି । ରାତିରେ ହାତୀପଲ ଜଗନ୍ନାଥ ରୋଡ ପାରି ହେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ହାତୀ ପଲ ଗୁଡିକ ଚିତ୍ରକୁଟ ଜଙ୍ଗଲରୁ ଆସି ଗାଁ ଭିତରେ ପଶିଥିଲେ । ଏହାପରେ ଫସଲ ନଷ୍ଟ କରିଥିବା ଜଣାପଡିଛି । ୨ ଚାଷୀଙ୍କର ୨୦୦ରୁ ଅଧିକ ଅମଳ ହୋଇଥିବା ଧାନ ବସ୍ତା ନଷ୍ଟ କରି ଦେଇଛନ୍ତି ହାତୀ ପଲ । ଧାନ ବସ୍ତା ବ୍ୟତୀତ କଦଳୀ ବାଡିରେ ପଶି ମଧ୍ୟ ଫସଲ ନଷ୍ଟ କରିଛନ୍ତି । ଏତେ ଦୂରରୁ ହାତୀ ପଲ ବାରମ୍ବାର ଆସି ଫସଲ ନଷ୍ଟ କରୁଛନ୍ତି କିନ୍ତୁ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଅମଳ ସମୟରେ ହାତୀ ପଲ ବାରମ୍ବାର ଫସଲ ନଷ୍ଟ କରୁଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।

The post କଣାସ ବାଦୂରାବର ଗାଁରେ ହାତୀ ଆତଙ୍କ । ଚାଷ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ, ଖାଇଗଲେ ୨ଶହ ବସ୍ତା ଅମଳ ଧାନ first appeared on Kanak News.

from Kanak News
via <a href="https://ifttt.com/?

ଲଣ୍ଡନରେ ହେବ ଜଗନ୍ନାଥ ମନ୍ଦିର । ଜମି ଅଧିଗ୍ରହଣ ପାଇଁ ଅନୁମତି ଦେଲେ ବ୍ରିଟେନ ସରକାର

କନକ ବ୍ୟୁରୋ : ୟୁକେରେ ଥିବା ଭାରତୀୟ ମାନଙ୍କ ପାଇଁ ଖୁସିର ଖବର । ଲଣ୍ଡନରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପାଇଁ ବ୍ରିଟେନ ସରକାର ଜମି ଅଧିଗ୍ରହଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମିଳିଥବା ଜମିରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।

ଖୁବଶୀଘ୍ର ଭୂମି ପୂଜନ କରାଯିବା ନେଇ ଫିନନେଷ୍ଟ ଗ୍ରୁପର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ ସୂଚନା ଦେଇଛନ୍ତି । ଶ୍ରୀପଟ୍ଟନାୟକ ହେଉଛନ୍ତି ୟୁକେର ଜଣାଶୁଣା ବ୍ୟବସାୟୀ । ଏପ୍ରିଲ ୨୩, ୨୦୨୩ରେ ବିଶ୍ୱନାଥ ୨୫ ମିଲିୟନ ଜିବିପି ଅର୍ଥାତ ଭାରତୀୟ ମୁଦ୍ରାରେ ୨୦୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ମନ୍ଦିର ପାଇଁ ଦାନ କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଭୂମି ପୂଜନ କରାଯିବା ନେଇ ନିଷ୍ପତି ନିଆଯାଇଛି ।

The post ଲଣ୍ଡନରେ ହେବ ଜଗନ୍ନାଥ ମନ୍ଦିର । ଜମି ଅଧିଗ୍ରହଣ ପାଇଁ ଅନୁମତି ଦେଲେ ବ୍ରିଟେନ ସରକାର first appeared on Kanak News.

from Kanak News
via <a href="https://ifttt.com/?

ବରଗଡ଼ ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ । ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ଯାତ୍ରା ନେଇ ହେବ ଦୃଶ୍ୟ ଅଭିନୟ

କନକ ବ୍ୟୁରୋ : ଆଜି ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ । ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ରଙ୍ଗମହଲର ଉଦଘାଟନ କରିବେ ମହାରାଜ କଂସ । ସେପଟେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସ ଭୟରେ କୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ ଓ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହେବ ।

୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତ ହୋଇ ସାରିଥିବା ବେଳେ ପ୍ରଥମ ଦିନରେ ମୁକ୍ତାକାଶ ରଂଗମଞ୍ଚରେ ଦେବକି ବାସୁଦେବଙ୍କ ବାହାଘର, ଯୁବରାଜ କଂସଙ୍କର ରାଜ୍ୟାଭିଷେକ ଭଳି ପ୍ରମୁଖ ଦୃଶ୍ୟ ଅଭୀନିତ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ପ୍ରହ୍ଲାଦ ସିଂ ମୀନାଙ୍କ ସମେତ ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ବରଗଡରେ ମହାରାଜ କଂସଙ୍କ ରାଜ୍ୟାଭିଷେକ ଚାଲିଥିବା ବେଳେ ଆମ୍ବାପାଲିଠାରେ ଗୋପପୁରର ଦୃଶ୍ୟ ଅଭିନୀତ ହୋଇଛି । ୧୧ ଦିନ ଧରି ବରଗଡ଼ ଧନୁଯାତ୍ରା ଚାଲିବାକୁ ଥିବା ବେଳେ ଏହି ଅବସରରେ ମେଳା ଓ ମୀନାବଜାରର ଆସର ଜମିଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବରଗଡ଼ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

The post ବରଗଡ଼ ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ । ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ଯାତ୍ରା ନେଇ ହେବ ଦୃଶ୍ୟ ଅଭିନୟ first appeared on Kanak News.

from Kanak News
via <a href="https://ifttt.com/?

ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଡିଜିସିଏ ପକ୍ଷରୁ ଏସଓପି ଜାରି

କନକ ବ୍ୟୁରୋ : ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଇଣ୍ଡିଗୋ ବିମାନ ଘଟଣା ପରେ ଡିଜିସିଏ ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଛି । ଉତମ ଯୋଗାଯୋଗ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ଏସଓପି ଜାରି କରଯାଇଛି । ବିମାନ ଉଡାଣରେ ବିଳମ୍ବ ହେବାକୁ ଥିଲେ ତୁରନ୍ତ ଲୋକଙ୍କ ଅସୁବିଧା ନେଇ ସୂଚନା ଦେବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି ।
ବିମାନ ବିଳମ୍ବ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଯାତ୍ରୀଙ୍କୁ ଏସଏମଏସ କିମ୍ବା ଇମେଲ ଦ୍ୱାରା ଆଗୁଆ ସୂଚନା ଦିଆଯିବ । ବିମାନ ଉଡାଣରେ ବିଳମ୍ବ ହେଉଥିଲେ ବନ୍ଦରରେ ଅପେକ୍ଷାରତ ଯାତ୍ରୀଙ୍କୁ ଏୟାରଲାଇନ୍ସର କର୍ମଚାରୀମାନେ କାହିଁକି ବିଳମ୍ବ ହେଉଛି ବୁଝାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଘନ କୁହୁଡି କିମ୍ବା ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ନେଇ ଅଧିକ ବିଳମ୍ବ ଆଶଙ୍କା ଥିଲେ ସମୃକ୍ତ କମ୍ପାନୀ ଉଡାଣକୁ ରଦ୍ଦ କରିପାରିବେ, କିନ୍ତୁ ଏଥିପାଇଁ ସମୟ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦେଇଛି ଡିଜିସିଏ । ବିମାନ ସେବା ବିଳମ୍ବିତ ହେବା କାରଣରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଉଡାଣ ବିଳମ୍ବ ନେଇ ଘୋଷଣା ସମୟରେ ଜଣେ ଯାତ୍ରୀ ଉତକ୍ଷୀପ୍ତ ହୋଇ ପାଇଲଟଙ୍କ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା । ଘଟଣାପରେ ଆକ୍ରମଣରେ ସମ୍ପୃକ୍ତ ଯାତ୍ରୀ ଜଣଙ୍କୁ ଗିରଫ କରାଯାଇଛି ।

The post ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଡିଜିସିଏ ପକ୍ଷରୁ ଏସଓପି ଜାରି first appeared on Kanak News.

from Kanak News
via <a href="https://ifttt.com/?

ଆସ୍କାରେ ପଳାତକ ଅଭିଯୁକ୍ତଙ୍କୁ ଚରମ ଚେତାବନୀ । କୋର୍ଟ ଅବମାନନା ଅଭିଯୋଗରେ ଡେଙ୍ଗୁରା ବଜାଇ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସମନ କଲା ପୁଲିସ

କନକ ବ୍ୟୁରୋ : ପଳାତକଙ୍କୁ ଚରମ ଚେତାବନୀ । କୋର୍ଟରେ ହାଜର ନହେଲେ ବାଜ୍ୟାପ୍ତ ହେବ ସମ୍ପତି । ଡେଙ୍ଗୁରା ବଜାଇ ଏଭଳି ଏକ ସମନ ଜାରି କରିଛି ଆସ୍କା ପୋଲିସ । ଆସ୍କା ଥାନା ଅଧିନରେ ପଞ୍ଜୀକୃତ ହୋଇଥିବା ଅନେକ ଅଭିଯୁକ୍ତଙ୍କୁ ଏଭଳି ଚେତାବନୀ ଦିଆଯାଇଛି ।

ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା । ହେଲେ ଅନେକ ଅଭିଯୁକ୍ତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କୋର୍ଟରେ ପକ୍ଷ ରଖିନଥିଲେ । ଫଳରେ ପୂର୍ବରୁ ସେମାନଙ୍କ ବିରୋଧରେ ଗିରଫ ବିହୀନ ପରୱାନା ଜାରି କରିବା ପରେ ପଳାତକ ଘୋଷଣା କରାଯାଇଥିଲା । ହେଲେ ପଳାତକ ଘୋଷଣା ହୋଇଥିବା ଅଭିଯୁକ୍ତଙ୍କୁ ଡେଙ୍ଗୁରା ବାଡେଇ ସମନ କରାଯାଇଥିଲା । ସିଆରପିସି ୮୩ ଅନୁସାରେ କୋର୍ଟ ନିର୍ଦ୍ଦେଶ ଅବମାନନା ପାଇଁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ସମ୍ପତି ବାଜ୍ୟାପ୍ତ କରାଯିବ ବୋଲି ଘୋଷଣା କରାଯାଇଛି ।

The post ଆସ୍କାରେ ପଳାତକ ଅଭିଯୁକ୍ତଙ୍କୁ ଚରମ ଚେତାବନୀ । କୋର୍ଟ ଅବମାନନା ଅଭିଯୋଗରେ ଡେଙ୍ଗୁରା ବଜାଇ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସମନ କଲା ପୁଲିସ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started