ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ଯଜ୍ଞ, ବେଦପାଠ ଓ ପୂଜାର୍ଚ୍ଚନାରେ ଆଧ୍ୟତ୍ମିକତାର ମାହୋଲ ସୃଷ୍ଟି

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ମହାଯଜ୍ଞର ଆରମ୍ଭ ହୋଇଥିବା ବେଳେ ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ବେଦପାଠ ଓ ପୂଜାର୍ଚ୍ଚନାରେ ପ୍ରକମ୍ପିତ ହେଉଛି ଚତୂର୍ଦ୍ଦିଗ । ଶ୍ରୀମନ୍ଦିର ଚାରିଦ୍ୱାରେ ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକତାର ମାହୋଲ ।

୬୦ ଜଣ ବିଦ୍ୟାର୍ଥୀ ଏହି ବେଦ ପାଠ କରୁଛନ୍ତି । ସିଂହଦ୍ୱାରରେ ଋକ ବେଦ, ପଶ୍ଚିମଦ୍ୱାରରେ ସାମ ବେଦ , ଉତର ଦ୍ୱାରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯାଉଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ । ସେପଟେ ପରିକ୍ରମା ପ୍ରକଳ୍ପର ଲୋକର୍ପଣ କାର୍ଯ୍ୟକ୍ରମକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁରୀ ପୋଲିସ ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ଯଜ୍ଞ, ବେଦପାଠ ଓ ପୂଜାର୍ଚ୍ଚନାରେ ଆଧ୍ୟତ୍ମିକତାର ମାହୋଲ ସୃଷ୍ଟି first appeared on Kanak News.

from Kanak News
via <a href="https://ifttt.com/?

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୬ଦିନ, ଉତ୍ସବମୁଖର ଅଯୋଧ୍ୟା ନଗରୀ । ଆଜିଠୁ ଆରମ୍ଭ ହେବ ପ୍ରାକ ପ୍ରତିଷ୍ଠା ରୀତିନୀତି

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହେବ । ୧୮ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି, ୨୨ତାରିଖରେ କରାଯିବ ପ୍ରାଣ ପ୍ରତିଷ୍ଠା । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟବୋର୍ଡର ମହାସଚିବ ଚମ୍ପତରାୟ ସାମ୍ବାଦିକ ସମ୍ମିଳନୀରେ ୬ଦିନ ଧରି ଚାଲିବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ନେଇ ସୂଚନା ଦେଇଛନ୍ତି ।

ଆଜିଠୁ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହେବାକୁ ଥିବା ବେଳେ ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ର୍ୟକ୍ରମ ମାନ ଅନୁଷ୍ଠିତ ହେବ । ୨୨ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ଅନୁଷ୍ଠିତ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ଏହା ପୂର୍ବରୁ ୧୮ତାରିଖରେ ଗର୍ଭଗୃହରେ ରାମଲାଲାଙ୍କ ୫ବର୍ଷ ବାଳକ ସ୍ୱରୁପର ପ୍ରତିମା ସ୍ଥାପନ କରାଯିବ । ଏହ ପ୍ରତିମାର ଓଜନ ୧୫୦ରୁ ୨୦୦କିଲୋଗ୍ରାମର । ମହୀଶୂରର ପ୍ରସିଦ୍ଧ ଶୀଳ୍ପି ଅରୁଣ ଯୋଗୀରାଜଙ୍କ ଦ୍ୱାର ନିର୍ମିତ ପ୍ରତିମା ସହ ପୂରାତନ ପ୍ରତିମା ମଧ୍ୟ ଗୃହରେ ସ୍ଥାନ ପାଇବ । କାଶୀର ଗଣେଶ୍ୱର ଶାସ୍ତ୍ରୀ ଏହି ଦିବ୍ୟ ମୂହୁର୍ତକୁ ସ୍ଥିର କରିଥିବା ବେଳେ ମୋଟ ୧୨୧ଜଣ ଆଚାର୍ଯ୍ୟ କର୍ମକାଣ୍ଡକୁ ସମାପନ କରିବେ ।

ପଣ୍ଡିତ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ତତ୍ୱାବଧାନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବାକୁ ଥିବା ବେଳେ ଏହି ସମୟରେ ଗର୍ଭଗୃହରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ, ନିତ୍ୟ ଗୋପାଳ ଜି ମହାରାଜ ଏବଂ ରାଜ୍ୟପାଳ ଆନନ୍ଦିବେନ ପଟେଲ । ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାରତୀୟ ଆଧ୍ୟତ୍ମିକତା ଜଗତ, ବିବିଧ ଧାର୍ମିକ ପରମ୍ପରା , ଉପାସନା ବ୍ୟବସ୍ଥା ଏବଂ ୧୫୦ରୁ ଅଧିକ ପନ୍ଥିର ସନ୍ଥଙ୍କ ସମେତ ଦେଶର ୫୦ରୁ ଉଦ୍ଧ୍ୱର୍ ଆଦିବାସୀ, ଗିରିବାସୀ, ଦ୍ୱୀପବାସୀଙ୍କ ପ୍ରତିନିଧି ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରକୁ ପ୍ରତ୍ୟକ୍ଷ ଭାବେ ଦେଖିବେ ।

The post ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୬ଦିନ, ଉତ୍ସବମୁଖର ଅଯୋଧ୍ୟା ନଗରୀ । ଆଜିଠୁ ଆରମ୍ଭ ହେବ ପ୍ରାକ ପ୍ରତିଷ୍ଠା ରୀତିନୀତି first appeared on Kanak News.

from Kanak News
via <a href="https://ifttt.com/?

ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ: ଦର୍ଶକଙ୍କ ମନ ଜିତିଲା କଳାକାରଙ୍କ ଡାଇଲଗ ଓ ଲୁକ

କନକ ବ୍ୟୁରୋ: ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଥିବା ଡାଇଲଗ ଓ ଆକର୍ଷଣୀୟ ଦୃୃଶ୍ୟ ଦର୍ଶକଙ୍କ ମନ ଜିତିପାରିଛି । ପ୍ରଥମ ଥର ପାଇଁ ବଲିଉଡ ହାଟଥ୍ରୋବ ହ୍ରତିକ ରୋଶନ ଓ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ଏକାଠି ଅଭିନୟ କରୁଛନ୍ତି । ବାୟୁସେନାଧିକାରୀ ଭୂମିକାରେ ଉଭୟଙ୍କ ରହିଛି ଦମଦାର ଅଭିନୟ । ଜାନୁଆରୀ ୨୫ରେ ଫାଇଟର ହେବ ରିଲିଜ ।

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର । ଆକ୍ସନରେ ଭରପୂର ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରୁଛି ବଲିଉଡ ହାଟଥ୍ରୋବ ହ୍ରିତିକ ରୋଶନ ଓ ଡିମ୍ପଲ ଗର୍ଲ ଦିପୀକା ପାଦୁକୋନ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କିଭଳି ଭାରତୀୟ ସେନା ପାକିସ୍ତାନଠୁ ପ୍ରତିଶୋଧ ନେଉଛନ୍ତି ଏହାକୁ ନେଇ ପର୍ଯ୍ୟବେସିତ ହୋଇଛି ଫିଲ୍ମ ଫାଇଟରର କାହାଣୀ । ପ୍ରଥମ ଥର ପାଇଁ ବିଟାଉନର ଆଗଧାଡି ତଥା ଲୋକପ୍ରିୟ କଳାକାର ଦୀପିକା ପାଦୁକୋନ ଓ ହ୍ରିତିକ ରୋଶନ ଏକାଠି ଅଭିନୟ କରୁଛନ୍ତି । ଅନ୍ୟପଟେ ଅନୀଲ କପୁରଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି । ପୂର୍ବରୁ ସିନେମାର ଗୋଟିଏ ଟିଜର ଓ ୩ଟି ଗୀତ ରିଲିଜ ହୋଇଛି ଯାହା ଦର୍ଶକଙ୍କ ମନକୁ ଛୁଇଁଛି । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଫାଇଟର ଜାନୁଆରୀ ୨୫ରେ ରିଲିଜ ହେବ ।

The post ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ: ଦର୍ଶକଙ୍କ ମନ ଜିତିଲା କଳାକାରଙ୍କ ଡାଇଲଗ ଓ ଲୁକ first appeared on Kanak News.

from Kanak News
via <a href="https://ifttt.com/?

ବିଳମ୍ବ ହେଲା ବିମାନ ଉଡ଼ାଣ, ରାଗିଗଲେ ଯାତ୍ରୀ: ସିଟରୁ ଉଠି ପାଇଲଟଙ୍କୁ ମାରିଲେ ମାଡ଼

କନକ ବ୍ୟୁରୋ: କୁହୁଡ଼ି ଯୋଗୁଁ ବିମାନ ଉଡାଣରେ ବିଳମ୍ବ ହେଉଥିବା ନେଇ ଘୋଷଣା କରୁଥିଲେ ପାଇଲଟ । ହଠାତ ନିଜ ସିଟରୁ ଉଠି ଆସି ପାଇଲଟଙ୍କ ଉପରେ ବର୍ଷିଥିଲେ ଜଣେ ଯାତ୍ରୀ ।ବିମାନରେ ଅଧଘଂଟାରୁ ଅଧିକ ସମୟ ବସିବା ପରେ ବିମାନ ଉଡାଣରେ ଡେରି ନେଇ ଘୋଷଣା କରିବାକୁ ପାସେଞ୍ଜର ଚାମ୍ବରକୁ ଆସିଥିଲେ ପାଇଲଟ । ଅଧଘଂଟାରୁ ଅଧିକ ସମୟ ଧରି ବିମାନରେ ବସି ବସି ବିରକ୍ତ ହୋଇଥିବା ଜଣେ ଯାତ୍ରୀ ପୁଣି ଡେରିରେ ଉଡାଣ ଖବର ଶୁଣି ରାଗରେ ନିୟନ୍ତ୍ରଣ ହରାଇଥିଲେ । ନିଜ ସିଟରୁ ଉଠିଯାଇ ପାଇଲଟଙ୍କୁ ଏକ ଚାପୁଡା ଦେଇଥିଲେ । ପାଖରେ ଛିଡା ହୋଇଥିବା ଜଣେ ଏୟାରହୋଷ୍ଟେଜ ଯାତ୍ରୀଙ୍କୁ ରୋକିଥିଲେ । ଘଟଣାସ୍ଥଳରେ ଆଉ କିଛିଜଣ ମଧ୍ୟ ଯାତ୍ରୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଏଭଳି ଘଟଣା ଦେଖି କେହି ଆଶ୍ଚର୍ଯ୍ୟ ହୋଇପଡିଥିଲେ ତ ପୁଣି କିଏ ଅସନ୍ତୋଷ ଜାହିର କରିଥିଲେ । ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ଘଟଣାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବୟାନ ସାମ୍ନାକୁ ଆସିଛି । ପାଇଲଟଙ୍କ ଉପରେ ଆକ୍ରମଣକୁ ନିନ୍ଦନୀୟ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରବିବାର ଦିଲ୍ଲୀରୁ ଉଡାଣ ଅପେକ୍ଷାରେ ଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଛି । ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଘନ କୁହୁଡି ଯୋଗୁଁ ପାଖାପାଖି ୧୦୦ଟି ବିମାନର ଉଡାଣ ବିଳମ୍ବିତ ହୋଇଥିଲା ।

ଦିଲ୍ଲୀରୁ ଗୋଆ ଯିବାକୁ ଥିବା ଇଣ୍ଡିଗୋ ବିମାନର ପାଇଲଟ ଯାତ୍ରରଙ୍କୁ ବିଳମ୍ବ ବାବଦରେ ସୁଚନା ଦେଉଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଅଭିଯୁକ୍ତ ଯାତ୍ରୀଙ୍କ ନାମ ସାହିଲ କଟାରିୟା ବୋଲି ଜଣାପଡିଛି । ଘଟଣାର କିଛି ସମୟରେ ସିଆଇଏସଏଫ କର୍ମଚାରୀ ସାହିଲ କଟାରିୟାଙ୍କୁ ବିମାନରୁ ଓହ୍ଲାଇ ନେଇ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ କ୍ଷମା ମାଗିଥିବା ଜଣାପଡିଛି । ସୂଚନା ଅନୁସାରେ ଯାତ୍ରୀ ଜଣକ ଗୋଆ ଯିବାକୁ ବିମାନ ଟିକେଟ କରିଥିଲେ । ଶୀତଦିନରେ ପ୍ରବଳ କୁହଡି ବିମାନ ଓ ଟ୍ରେନ ଚଳାଚଳ ପାଇଁ ବାଧାପ୍ରାପ୍ତ ହେଉଛି । ଅଧିକାଂଶ ବିମାନ ଉଡାଣ ରଦ୍ଧ ହେବା ସହ କିଛିର ରୁଟ ପରିବର୍ତନ କରାଯାଉଛି । ଯାହା ପାଇଁ ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଶ ଦେଖିବାକୁ ମିଳୁଛି । ଏହା ଭିତରେ ପାଇଲଟଙ୍କୁ ଯାତ୍ରୀଙ୍କ ମାଡ଼ମରା ଘଟଣା ବେଶ ଚର୍ଚ୍ଚାରେ ରହିଛି ।

The post ବିଳମ୍ବ ହେଲା ବିମାନ ଉଡ଼ାଣ, ରାଗିଗଲେ ଯାତ୍ରୀ: ସିଟରୁ ଉଠି ପାଇଲଟଙ୍କୁ ମାରିଲେ ମାଡ଼ first appeared on Kanak News.

from Kanak News
via <a href="https://ifttt.com/?

ମାଳଦ୍ୱୀପ ମୁହଁରେ ଚୀନ କଥା: ମାର୍ଚ୍ଚ ୧୫ ସୁଦ୍ଧା ନିଜ ଦେଶରୁ ସେନା ହଟାଇବା ପାଇଁ ଭାରତକୁ କହିଲା ମାଳଦ୍ୱୀପ

କନକ ବ୍ୟୁରୋ: କିଛି ଦିନ ହେବ ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିିଛି ବିବାଦ । ପର୍ଯଟନ କ୍ଷେତ୍ରକୁ ନେଇ ଉଠିଥିବା ବିବାଦ ଦୁଇ ଦେଶର ସର୍ମ୍ପକକୁ ପ୍ରଭାବିତ କରିଛି । ଏହି ପ୍ରସଙ୍ଗକୁ ନେଇ ପ୍ରଥମଥର ପାଇଁ ବୟାନ ରଖିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ମାଳଦ୍ୱୀପ ସମ୍ବନ୍ଧିତ ଏକ ପ୍ରଶ୍ନର ଉତର ଦେଇ ଜୟଶଙ୍କର କହିଛନ୍ତି—-ସବୁବେଳେ ସବୁ ଦେଶ ଭାରତର ବିଚାରଧାରାକୁ ସମର୍ଥନ କରିବେ, ସହମତି ପ୍ରକାଶ କରିବେ ଏହାର ଗ୍ୟାରେଂଟି ଦେବା ଅସମ୍ଭବ । ବିଗତ ୧୦ବର୍ଷ ଧରି ଭାରତ ଅନ୍ୟ ଦେଶ ସହ ନିଜର କୁଟନୀତି ସମ୍ପର୍କ ମଜଭୁତ ଦିଗରେ କାମ କରୁଛି ଓ ସଫଳତା ମଧ୍ୟ ପାଇଛି । । ରାଜନୀତି ଭଲ-ଖରାପ ସମୟ ଦେଇ ଗତିକରେ । ପରସ୍ପର ପ୍ରତି ଭଲ ଭାବନା ରଖିବା ଓ ସମ୍ପର୍କକୁ ମଜବୁତ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ମାଳଦ୍ୱୀପ ରାଷ୍ଟ୍ରପତି ଚୀନଗସ୍ତ ସାରି ଫେରିବା ପରେ ଭାରତ ପ୍ରତି ଅଧିକ ଆକ୍ରୋଶିତ ହୋଇପଡିଛନ୍ତି । ଚୀନର ଭାଷା କହୁଛନ୍ତି ମହମ୍ମଦ ମୁଇଜୁ । ଏଥିସହ ଭାରତ ବିରୋଧୀ ଆଭିମୁଖ୍ୟକୁ ଅଧିକ କଠୋର କରିଛନ୍ତି ମାଳଦ୍ୱୀପ ସରକାର । ମାର୍ଚ୍ଚ ୧୫ସୁଦ୍ଧା ମାଳଦ୍ୱୀପରୁ ଭାରତୀୟ ସେନା ଛାଡି ଯିବା ଉଚିତ ବୋଲି କହିଛନ୍ତି ମାଳଦ୍ୱୀପ ସେନା । ପବ୍ଲିକ ପଲିସି ସେକ୍ରେଟେରୀ ଅବଦୁଲା ନାଜିମ ଇବ୍ରାହିମ କହିଛନ୍ତି—ଭାରତୀୟ ସେନା ମାଳଦ୍ୱୀପରେ ରହିପାରିବେନି । ମାର୍ଚ୍ଚ ୧୫ସୁଦ୍ଧା ଭାରତୀୟ ସେନା ମାଳଦ୍ୱୀପ ଛାଡିବା ଉଚିତ । ଏହା ରାଷ୍ଟ୍ରପତି ମୁଇଜୁଙ୍କ ନୀତି ଅଟେ ।

ସୂଚନା ଅନୁସାରେ ଉଭୟ ଦେଶରୁ ସେନା ପ୍ରତ୍ୟାହାର ସର୍ମ୍ପକିତ ପ୍ରକିୟା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ରହିଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି କମିଟି ନିଷ୍ପତି ଗ୍ରହଣ କରିବା ପୂର୍ବରୁ ମାଳଦ୍ୱୀପ ନିଜର ମନମାନି କରି ଭାରତକୁ ସମୟସୀମା ଦେଇଛି । ମାଳଦ୍ୱୀପରେ ମୋଟ ୭୭ଜଣ ଭାରତୀୟ ଯବାନ ରହିଛନ୍ତି । ଭାରତ ସହାୟତାରେ ମାଳଦ୍ୱୀପରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ସେଠାରେ ଭାରତୀୟ ସେନା ମୃତୟନ ଏକ ଅତ୍ୟାବଶୀକୟ ପ୍ରକ୍ରିୟା ବୋଲି ପୂର୍ବରୁ ସ୍ପଷ୍ଟକରିସାରିଛି ଭାରତ । ଚୀନ ମାଳଦ୍ୱୀପକୁ ଭାରତ ବିରୋଧରେ ଉସକାଉଛି ଓ ଏହା ପ୍ରଭାବ ସିଧାସଳଖ ଉଭୟ ଦେଶର କୁଟନୀତି ସମ୍ପର୍କରେ ପଡୁଛି । ଆଗକୁ ମାଳଦ୍ୱୀପ ପାଇଁ ଏକ ଜଟିଳ ସମସ୍ୟା ଭାବେ ଉଭା ହେବା ଆଶଙ୍କା ରହିଛି ।

The post ମାଳଦ୍ୱୀପ ମୁହଁରେ ଚୀନ କଥା: ମାର୍ଚ୍ଚ ୧୫ ସୁଦ୍ଧା ନିଜ ଦେଶରୁ ସେନା ହଟାଇବା ପାଇଁ ଭାରତକୁ କହିଲା ମାଳଦ୍ୱୀପ first appeared on Kanak News.

from Kanak News
via <a href="https://ifttt.com/?

ଏପଟେ ଯୋଡ଼ୁଛି କଂଗ୍ରେସ, ସେପଟେ ଭାଙ୍ଗୁଛି ଦଳ: ୫ବର୍ଷରେ ହାତ ଛାଡିଲେଣି ୧୧ରୁ ଅଧିକ ବରିଷ୍ଠ ନେତା

କନକ ବ୍ୟୁରୋ: ଆସୁଛି ସାଧାରଣ ନିର୍ବାଚନ । କେମିତି କ୍ଷମତା ହାତ ମୁଠାକୁ ଆସିବ ସେନେଇ ତତ୍ପର ରାଜନୈତିକ ଦଳଗୁଡିକ । ଯେଉଁ ଭାରତ ଯୋଡ ଯାତ୍ରା ବଳରେ କର୍ଣ୍ଣାଟକ ଓ ହିମାଚଳରେ ସରକାର ଗଡିଥିଲା ଏବେ ତାର ୨ୟ ସଂସ୍କରଣ ଭାବେ ଭାରତଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛି କଂଗ୍ରେସ । ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦଳ ନୂଆ ରଣନୀତି ଆପଣାଇଛି । ୨୫୫ ଲୋକସଭା ଆସନ ଯେଉଁ ଅଂଚଳରେ ରହିଛି ସେହି ରୁଟ ଦେଇ ପଦଯାତ୍ରା କରିବ ଦଳ । ତୃଣମୃଳ ସ୍ତରରେ ଜନତାଙ୍କ ସହ ଯୋଡି ହେବାକୁ ଲକ୍ଷ୍ୟ ରଖିଛି ଦଳ । ଯାତ୍ରାର ପ୍ରଥମ ଦିନରୁ ହିଁ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ।

ଗୋଟେ ପଟେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି ଜନତାଙ୍କ ସହ ସିଧାସଳଖ ଯୋଡି ହେବାକୁ ଓ ଦେଶବାସୀଙ୍କୁ ଏକାଠି ବାନ୍ଧି ରଖିବାକୁ କଂଗ୍ରେସ ନିଜର ମୂଳ ଲକ୍ଷ୍ୟ କହୁଛି ସେପଟେ କିନ୍ତୁ ଘର ଦଳର ଭିତର କନ୍ଦଳ ପଦାରେ ପଡୁଛି । ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଦଳ ଛାଡିବା କଂଗ୍ରେସ ପାଇଁ ଆଗକୁ ବଡ ଚ୍ୟାଲେଂଜ ଆଣିପାରେ । ଯଦି ନଜର ପକାଇବା ୨୦୧୯ ମସିହାରୁ ଏବେ ସୁଦ୍ଧା ୧୧ଜଣ ବରିଷ୍ଠ ନେତା କଂଗ୍ରେସ ଛାଡିସାରିଲେଣି ।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ସାଂଗଠନିକ ସ୍ତରର ଜଟିଳତା ସ୍ପଷ୍ଟ ବାରି ହୋଇପଡୁଛି । ଯେଉଁ ନେତା ମାନେ କଂଗ୍ରେସ ଛାଡିଛନ୍ତି ଦିନେ ସେମାନେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ମଧ୍ୟ ଥିଲେ । ସବୁଠୁ ବଡ କଥା ହେଉଛି ଦଳ ଛାଡିଥିବା ଅଧିକାଂଶ ନେତା କଂଗ୍ରେସର ପରମ ପ୍ରତିଦ୍ୱନ୍ଦୀ ବିଜେପିରେ ଯୋଗ ଦେଇଛନ୍ତି । ଏହି ତାଲିକା ଲମ୍ବିବା ଯୋଗୁ କଂଗ୍ରେସରେ ଅସନ୍ତୋଷ, ଅଣଦେଖାକୁ ନେଇ ଯେଉଁ ଚର୍ଚ୍ଚା ହୁଏ ସେକଥାକୁ ବଳ ମିଳୁଛି । ସେପଟେ କଂଗ୍ରେସ କିନ୍ତୁ ନିଜ ଢ଼ଙ୍ଗରେ ପ୍ରତିଥର ଜବାବ ରଖୁଛି । ଯେଉଁମାନେ ଦଳ ଛାଡୁଛନ୍ତି ସେମାନଙ୍କ ଭିତରୁ କାହାକୁ ବିଶ୍ୱାସଘାତକ ତ ଆଉ କାହାକୁ ସ୍ୱାର୍ଥପରର ଆଖ୍ୟା ଦେଉଛି କଂଗ୍ରେସ । ଏପରିକି ସେମାନଙ୍କଠୁ ଲକ୍ଷେଗୁଣ ଭଲ ଭାବମୂର୍ତି ଓ ଦକ୍ଷ ନେତା କଂଗ୍ରେସରେ ଯୋଗ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରୁଛି ଦଳ ।

ରାଜନୀତିର ଅଭିଜ୍ଞତା, ଅନୁଭୂତି ଓ କରାମତି ପାଇଁ ଯେଉଁମାନେ ଦଳର ପାଇଁ ବଳ ଥିଲେ ସେମାନେ ହାତ ଛାଡିବା ନିଶ୍ଚିତଭାବେ କଂଗ୍ରେସକକୁ ପ୍ରଭାବିତ କରିବ । ଆଗାମୀ ନିର୍ବାଚନରେ ସେହି ନେତାଙ୍କ ପତିଆରାର ଅଭାବ ଦଳକୁ ଅନୁଭବ ହେବା ଏକପ୍ରକାର ନିଶ୍ଚିତ । କଂଗ୍ରେସ ଏବେ ନିଜ ଅସ୍ତିତ୍ୱ ବଂଚାଇବାକୁ ସଂଘର୍ଷ କରୁଥିବାବେଳେ ବାହୁବଳୀ ନେତା ହାତ ଛାଡିବା ଦଳ ପାଇଁ ବୁମେଂରା ସାବ୍ୟସ୍ତ ହୋଇପାରେ ।

The post ଏପଟେ ଯୋଡ଼ୁଛି କଂଗ୍ରେସ, ସେପଟେ ଭାଙ୍ଗୁଛି ଦଳ: ୫ବର୍ଷରେ ହାତ ଛାଡିଲେଣି ୧୧ରୁ ଅଧିକ ବରିଷ୍ଠ ନେତା first appeared on Kanak News.

from Kanak News
via <a href="https://ifttt.com/?

ମହିଳା ଭୋଟ ଉପରେ ବିଜେପି ଫୋକସ୍: ବିଜେପି କରିବ ବିଶାଳ ମହିଳା ସମାବେଶ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଏବେ ସାରା ଦେଶରେ ସଫେଇ ଅଭିଯାନ କରୁଛନ୍ତି ବିଜେପି ନେତା, ମନ୍ତ୍ରୀ ଓ କର୍ମକର୍ତା । ନିଜ ନିଜ ନିର୍ବାଚନ ମଣ୍ଡଳି ବୁଲି ସେଠାକାର ପ୍ରସିଦ୍ଧ ମନ୍ଦିରଗୁଡିକର ସଫେଇ କାମ ନିଜେ କରୁଛନ୍ତି । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶର ସବୁ ମନ୍ଦିର ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୋଦୀ । ଆଉ ଏହାକୁ ପାଳନ କରିବାକୁ ଯାଇ, ହାତରେ ଛାଡୁ-ପୋଛା ଧରି ସଫେଇ କାମରେ ଲାଗି ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠ ବିଜେପି ନେତା ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳୀୟ ଭୋଟ୍ ବ୍ୟାଙ୍କ୍ ବଢ଼ାଇବା ପାଇଁ ସେତିକି କସରତ ହେଉଛି । ଆଉ ସବୁ ରାଜନୈତିକ ଦଳର କେନ୍ଦ୍ରରେ ୩ଟି ବର୍ଗ । ମହିଳା, ଯୁବ ଏବଂ ନୂଆ ଭୋଟର୍ । ହେଲେ ସମସ୍ତଙ୍କ ଆଖିରେ ପ୍ରାୟ ଅଧା ଭୋଟର୍ । ଅର୍ଥାତ୍ ମହିଳା ଭୋଟ୍ । ଦେଶରେ ଥିବା ପ୍ରାୟ ୩୭ କୋଟି ମହିଳା ଭୋଟର୍, କୌଣସି ଦଳର ବି ସଂଖ୍ୟା ଗଡ଼ବଡ଼ କରିବାକୁ ସକ୍ଷମ ଓ ସମର୍ଥ । ସେଥିପାଇଁ ଏବେ ବିଜେପି ଫୋକସ୍୍ରେ ଓଡ଼ିଶାର ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ମହିଳା ଭୋଟର୍ । ମହିଳା ଭୋଟ୍କୁ ହାତେଇବା ପାଇଁ ଗେରୁଆ ଦଳ କରୁଛି ବଡ଼ ଯୋଜନା । ଏହାକୁ ଲକ୍ଷ୍ୟରେ ରଖି ଓଡ଼ିଶାରେ ଏକ ଜାତୀୟସ୍ତରୀୟ ମହିଳା ସମାବେଶ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଆଉ ନାରୀ ଶକ୍ତିକୁ ନିଜ ଆଡୁକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି ରୂପରେଖ ।

– ନାରୀ ଶକ୍ତି ମହିଳା ବନ୍ଦନ ବା’ ମହିଳା ସଂରକ୍ଷଣ
– ଉଜ୍ଜଳା ଯୋଜନା ବା’ ଗରିବ ମହିଳାଙ୍କ ପାଇଁ ଗ୍ୟାସ୍
– ପରିମଳ ଯୋଜନା ବା’ ଗାଁ ମହିଳାଙ୍କ ପାଇଁ ପାଇଖାନା
– ମହିଳା ସ୍ୱାବଲମ୍ବୀ ଲକ୍ଷ୍ୟ ବା’ ଋଣ ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସହାୟତା

ମହିଳା କେନ୍ଦ୍ରୀତ ଯୋଜନାକୁ ଅଧିକ ଗୁରୁତ୍ୱ ଦେବା ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି । ଏହା ସହିତ ମହିଳାଙ୍କ ପାଇଁ ହୋଇଥିବା କେନ୍ଦ୍ର ଯୋଜାନକୁ କେମିତି ରାଜ୍ୟ ସରକାର ହାଇଜାକ କରୁଛନ୍ତି, ତାଉପରେ ଜାଗରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି ।

ଏପଟେ ମହିଳା ଭୋଟ୍କୁ ନିଜର ଶକ୍ତି ବୋଲି ଧରି ଆସିଥିବା ବିଜେଡି, ବିଜେପିର କୌଣସି ରଣନୀତି ଓଡ଼ିଶାରେ କାମ ଦେବ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି । ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାର ୭୦ ଲକ୍ଷ ମହିଳାଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣି ପାରିଛନ୍ତି ବୋଲି ବିଜେଡି କହିଛି । ଏପଟେ ରାଜ୍ୟରେ ମହିଳା ଭୋଟ୍ ସବୁବେଳେ ଶାସକ ଦଳ ସପକ୍ଷରେ ରହିଥିବାରୁ ଏହାକୁ ଭାଙ୍ଗିବା ବିଜେପି ପାଇଁ ବହୁ କଷ୍ଟକର ହେବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ମହିଳା ଭୋଟ୍ ଯେହେତୁ ଗଣତନ୍ତ୍ରର ଗଣିତ ବିଗାଡ଼ିବାର ସାମର୍ଥ୍ୟ ରଖୁଛି, ସେଥିପାଇଁ ଉଭୟ ବିଜେପି ଓ ବିଜେଡି ୩୩% ମହିଳା ସଂରକ୍ଷଣ କଥା ଉଠାଇପାରନ୍ତି ଉଭୟ ଦଳ । ହେଲେ ଦେଖିବାକୁ ବାକି ରହିଛି- ମହିଳାଙ୍କ ପସନ୍ଦ କେଉଁ ଦଳ? ବିଜେଡି ନା’ ବିଜେପି?

The post ମହିଳା ଭୋଟ ଉପରେ ବିଜେପି ଫୋକସ୍: ବିଜେପି କରିବ ବିଶାଳ ମହିଳା ସମାବେଶ first appeared on Kanak News.

from Kanak News
via <a href="https://ifttt.com/?

ବରଗଡ଼ ପାଲଟିଲା ମଥୁରା ନଗରୀ, ଅମ୍ବାପଲ୍ଲୀ ହେଲା ଗୋପପୁର: ଆଜିଠୁ ଆରମ୍ଭ ହେଲା ବରଗଡ ଧନୁଯାତ୍ରା

କନକ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା । ଉଦଘାଟିତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଂଗମଂଚରେ ମଂଚସ୍ଥ ହେବ ନାଟ୍ୟାଭିନୟ । ଦୀର୍ଘ ୧୧ ଦିନ ଧରି ଗଣତନ୍ତ୍ର ବଦଳରେ ଚାଲିବ ପ୍ରତିକାତ୍ମକ ରାଜତନ୍ତ୍ର । ଯାତ୍ରା ପାଇଁ ପ୍ରସ୍ତୁତ ରହିଛି ଉଭୟ ମଥୁରାପୁର ଏବଂ ଗୋପପୁର । ଧନୁଯାତ୍ର ପାଇଁ ୨୧ରୁ ଅଧିକ କଳାକାର ଦଳ ବରଗଡ଼ରେ ପହଂଚି ସାରିଛନ୍ତି । ଆଉ ଏଥର ଧନୁଯାତ୍ର ପାଇଁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ।

ବାହାରିଛି କଳାକାରଙ୍କ ବିରାଟ୍ ପଟୁଆର । ରାଜରାସ୍ତା ଉପରେ ନୃତ୍ୟପ୍ରଦର୍ଶନ କରୁଛନ୍ତି କଳାକାର । କିଏ ପାରମ୍ପରିକ ନୃତ୍ୟ କରୁଛନ୍ତି ଓ ଆଉ କିଏ ଲୋକକଳା ପ୍ରଦର୍ଶନ କରୁଛନ୍ତି । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ସାମିଲ ହେବା ପାଇଁ ମଧୁରାନଗରୀରେ ପହଚଂଚି ସାରିଛନ୍ତି ୨୧ଟି କଳାକାର ଦଳ । ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ପରେ ରାଜମହଲ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରାୟ ୫ଶହ କଳାକାର । ଶୋଭାଯାତ୍ରାରେ ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଳାପାଳଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ସାମିଲ୍ ହୋଇଛନ୍ତି ।

ଏପଟେ ଧନୁଯାତ୍ରାର ସୁରକ୍ଷା ପାଇଁ ସଜାଗ୍ ରହିଛନ୍ତି ସୁରକ୍ଷା ବାହିନୀ । ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ମଧୁରାନଗରୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପୁଲିସ୍ ମୁତୟନ କରାଯାଇଥିବା ବେଳେ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏସ୍ପି ।

ଆଉ କିଛି ସମୟର ଅପେକ୍ଷା । ଆରମ୍ଭ ହୋଇଯିବ, ବିଶ୍ୱର ସର୍ବବୃହତ ରଙ୍ଗମଂଚରେ ନାଟ୍ୟଅଭିନୟ । କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ମଧୁରାନଗର । ୧୧ ଦିନ ଧରି ଚାଲିବ ମହାରାଜଙ୍କ ରାଜୁତି । ଗଣତନ୍ତ୍ରର ଶାସନ ଭିତରେ ଚାଲିବ ପ୍ରତିକାତ୍ମକ ରାଜତନ୍ତ୍ର । ମହାରାଜ କଂସ ଆଦେଶରେ ଚାଲିବ ପୁରା ବ୍ୟବସ୍ଥା ।

The post ବରଗଡ଼ ପାଲଟିଲା ମଥୁରା ନଗରୀ, ଅମ୍ବାପଲ୍ଲୀ ହେଲା ଗୋପପୁର: ଆଜିଠୁ ଆରମ୍ଭ ହେଲା ବରଗଡ ଧନୁଯାତ୍ରା first appeared on Kanak News.

from Kanak News
via <a href="https://ifttt.com/?

ସରକାରୀ ନିୟମକୁ ଖୋଲା ଉଲ୍ଲଙ୍ଘନ: ମଣ୍ଡି ବଦଳରେ ମିଲକୁ ଆସୁଛି ଧାନ

କନକ ବ୍ୟୁରୋ: ମଣ୍ଡି ବଦଳରେ ସିଧାସଳଖ ମିଲକୁ ଯାଉଛି ଚାଷୀର ଧାନ । ସରକାରୀ ନିୟମର ଉଲ୍ଲଂଘନ କରି ଚାଷୀର ଧାନକୁ ମିଲକୁ ନେବାକୁ ଉସୁକାଉଛନ୍ତି ମଣ୍ଡିରେ କାମ କରୁଥିବା କର୍ମଚାରୀ । ମିଲର ଓ ମଣ୍ଡି କର୍ମଚାରୀଙ୍କ ଭିତରେ କେଉଁ ମଧୁଚନ୍ଦ୍ରିକା ରହିଛି, ଯେ ମଣ୍ଡିରେ ଧାନ ଓହ୍ଲାଇ ବଦଳରେ ବିନା ପାସ୍ରେ ମିଲକୁ ଯାଉଛି ଧାନ । କେମିତି ଚାଲିଛି ଧାନ କିଣା ବଲାଙ୍ଗୀର ଜିଲ୍ଲାରେ ସ୍ଥିତି ପରଖିଥିଲା କନକ ନ୍ୟୁଜ ଟିମ୍ ।

ବଲାଙ୍ଗୀରର ତୁଷରାରେ ଥିବା କେଡିଆ ରାଇସମିଲ୍ । ଏଠାରେ ସକାଳୁ ସକାଳୁ ଲାଗିଛି ଧାନ ଗାଡିର ଲମ୍ବା ଲାଇନ । ଆମେ ଯେତେବେଳେ ଧାନ ଆଣି ଆସିଥିବା ଟ୍ରକ ଡ୍ରାଇଭରକୁ ପଚାରିଥିଲୁ ତାଙ୍କ ଉତର ଥିଲା, ମଣ୍ଡିରେ ଧାନ ନ ଓହ୍ଲାଇ ସିଧା ମିଲକୁ ବିନା ଟ୍ରାଞ୍ଜିଟପାସରେ ଧାନ ଦେବା ପାଇଁ କୁହାଯାଇଛି । ତେବେ ନିୟମ ଅନୁସାରେ ଚାଷୀ ଧାନ ମଣ୍ଡିରେ ଦେବେ ଓ ପରେ ମଣ୍ଡିରୁ ଧାନକୁ ମିଲର୍ସ ନିଜ ଟ୍ରକ ମାଧ୍ୟମରେ ମିଲକୁ ନେବେ । କିନ୍ତୁ ଏଠାରେ ଏହି ନିୟମର ଖୁଲମଖୁଲ୍ଲା ଉଲ୍ଲଙ୍ଘନ କରାଯାଇଛି ।

ବଲାଙ୍ଗୀରର ମଲମୁଣ୍ଡା, ମହିମୁଣ୍ଡା, ଉପରଝର ପ୍ୟାକ୍ସ ଏହି ମଣ୍ଡିରେ ଧାନ ବସ୍ତା ଦୀର୍ଘଦିନ ଧରି ପଡିରହିଛି ଓ ଏହା କେବେ ଉଠିବ ସେ ଆଶାରେ ଜଗି ବସିଛି ଚାଷୀ । କିନ୍ତୁ ମିଲର୍ସଙ୍କ ଦେଖା ନାହିଁ । ଆଉ ଦୀର୍ଘଦିନ ଧରି ଧାନ ପଡିରହିଥିବାରୁ ଚାଷୀ କମ ଦାମରେ ମିଲରେ ଧାନ ଦେବାକୁ ବାଧ୍ୟ ହେଉଛି । ଆଉ ଏହାର ଫାଇଦା ଉଠାଇ କିଛି ମଣ୍ଡିର କର୍ମଚାରୀ ଚାଷୀଙ୍କୁ ଧାନକୁ ସିଧାସଳଖ ମିଲକୁ ନେବାକୁ ଉସୁକାଉଛନ୍ତି । ଆଉ ମିଲର୍ସ ଏହାର ଫାଇଦା ଉଠାଇ କମ ଦାମରେ ଧାନ କିଣୁଛନ୍ତି । କାଗଜପତ୍ରରେ ଫଲସ ଏଂଟ୍ରି କରି କୋଟି କୋଟି ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି ।

ହାଇକୋର୍ଟଙ୍କ ରାୟ ଅନୁସାରେ, ବଲାଙ୍ଗୀରରେ ଚାଷୀଙ୍କଠାରୁ କୌଣସି ମଲର୍ସ ଧାନ ସିଧାସଳଖ କରିଣିପାରିବନାହିଁ । ମଣ୍ଡି ମାଧ୍ୟମରେ ଧାନ କିଣିପାରିବେ । କିନ୍ତୁ ଜିଲ୍ଲାରେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି । ବାଲାଙ୍ଗିରରେ କେବଳ କେଡିଆ ରାଇସମିଲ ନୁହେଁ ଅନେକ ମିଲରେ ଚାଲିଛି ଏଭଳି ବେଆଇନ କାମ । ଆଉ ଯୋଗାଣ ଅଧିକାରୀ ଚୁପ୍ ହୋଇ ବସିଛନ୍ତି । ପ୍ରଶ୍ନ ଉଠୁଛି,
-ରାଇସମିଲକୁ ସିଧାସଳଖ ଧାନ ଯାଉଛି କେମିତି?
-ମଣ୍ଡିରେ ମିଲର୍ସ-ଯୋଗାଣ ଅଧିକାରୀ ମୁଧୁଚନ୍ଦ୍ରିକା ଚାଲିଛି କି?
-ପ୍ରଶାସନ ଏ ସବୁ ଜାଣିପାରୁନାହିଁ କେମିତି ?

The post ସରକାରୀ ନିୟମକୁ ଖୋଲା ଉଲ୍ଲଙ୍ଘନ: ମଣ୍ଡି ବଦଳରେ ମିଲକୁ ଆସୁଛି ଧାନ first appeared on Kanak News.

from Kanak News
via <a href="https://ifttt.com/?

ବାତ୍ୟାର ସଠିକ୍ ଆକଳନ କରେ ଆଇଏମଡି: ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗକୁ ପୂରିଛି ଦେଢ ଶହ ବର୍ଷ । ୧୫୦ ବର୍ଷ ପୂର୍ତି ଅବସରରେ ନୂଆ ଅଭିଯାନ ଆରମ୍ଭ କରିଛି ଆଇଏମ୍ଡି । ପଂଚାୟତ ସ୍ତରରେ ପାଣିପାଗ ସୂଚନା ପ୍ରଦାନ କରିବାକୁ ଆରମ୍ଭ ହୋଇଛି, ହର ହର ମୌସମ, ହର ଘର ମୌସମ କାର୍ଯ୍ୟକ୍ରମ । ଏହା ଦ୍ୱାରା ଓଡ଼ିଆ ସମେତ ୧୨ଟି ଭାଷାରେ ପଂଚାୟତସ୍ତରରୁ ମିଳିବ ପାଣିପାଗର ପ୍ରାକ୍ ସୂଚନା ।

ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ତେଣୁ ପାଣିପାଗର ଆଗୁଆ ଆକଳନ ଓଡିଶା ପାଇଁ ସବୁବେଳେ ଜରୁରୀ । ଆଉ ବାତ୍ୟାର ଆଗୁଆ ଆକଳନ କରି, ଅନେକ ସମୟରେ ଓଡିଶା ପାଇଁ ବରଦାନ ପାଲଟିଛି ଭାରତୀୟ ପାଣିପାଗ ବିଭାଗ । ୨୦୧୯ର ଫନି ଏବଂ ୨୦୨୦ର ଅମ୍ଫାନ ଭଳି ବଡବଡ ବାତ୍ୟାକୁ ସଠିକ ଭାବେ ଆକଳନ କରି ଅନେକ ଧନ ଜୀବନ ରକ୍ଷା କରାଯାଇପାରିଛି ।

ସବୁଠୁ ବଡ଼ କଥା ହେଉଛି, ଏବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି ଜଣେ ଓଡ଼ିଆ । ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍ଡି ଡିଜି ଭାବେ କାର୍ଯ୍ୟରତ । ତାଙ୍କ ନେତୃତ୍ୱରେ ଭାରତୀୟ ପାଣିପାଗ ବିଭାଗ ଅନେକ ନୂଆ ନୂଆ ଗବେଷଣା ଜାରି ରଖିଛି । ପାଣିପାଗ ସଂପର୍କରେ ସଠିକ୍ ସୂଚନା ଦେବାରେ ଦେଶର ବିଶ୍ୱସନୀୟ ସଂସ୍ଥା ପାଲଟିଛି ଆଇଏମଡି । କେବେ ବାତ୍ୟା ଆସିବ, କେଉଁଠି ଲ୍ୟାଣ୍ଡଫଲ କରିବ, ବାତ୍ୟାର ଗତିପଥ କ’ଣ ରହିବ, ତାର ସଠିକ୍ ଆକଳନ କରି ଅନେକ ସମୟରେ ପ୍ରଶଂସା ସାଉଁଟିଛି ଆଇଏମ୍ଡି ।

ଆଇଏମଡିର ୧୫୦ ବର୍ଷ ପୂର୍ତି ଅବସରରେ ନୂଆ ଅଭିଯାନ ଆରମ୍ଭ ହୋଇଛି । ହର ହର ମୌସମ, ହର ଘର ମୌସମ ଆରମ୍ଭ କରିଛି ପାଣିପାଗ ବିଭାଗ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହାର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହା ଦ୍ୱାରା ଓଡ଼ିଆ ସମେତ ୧୨ଟି ଭାଷାରେ ପଂଚାୟତସ୍ତରରୁ ମିଳିବ ପାଣିପାଗର ପ୍ରାକ୍ ସୂଚନା । ପୂର୍ବରୁ ବ୍ଳକ ସ୍ତରରେ ପାଣିପାଗର ସୂଚନା ପ୍ରଦାନ କରାଯାଉଥିଲା ।

୧୮୭୫ରେ କୋଲକାତାରୁ ଭାରତୀୟ ପାଣିପାଗ କେନ୍ଦ୍ରର ଜନ୍ମ । କୋଲକାତା ପରେ ସିମ୍ଲା, ପୁନେ ଓ ପରେ ଦିଲ୍ଲୀରେ ଖୋଲିଛି ମୁଖ୍ୟାଳୟ । ସମୟ ଗଡ଼ିବା ସହ ଆଗକୁ ବଢ଼ଚାଲିଛି ଆଇଏମଡି । ୧୮୭୬ରୁ ପ୍ରତିଦିନ ତଥ୍ୟ ପଠାଇବା ଆରମ୍ଭ କରି ଆଜିର ଦିନରେ ସାରା ବିଶ୍ୱକୁ ପ୍ରତି ୧୦ ମିନିଟ୍ରେ ପାଣିପାଗର ଆଗୁଆ ତଥ୍ୟ ଦେଉଛି ଭାରତୀୟ ପାଣିପାଗ ବିଭାଗ । ବର୍ତମାନ ସମୟର ପାଣିପାଗରୁ, ଋତୁକାଳୀନ ପାଣିପାଗ । ସମୟ ସହ ଆଗେଇ ଚାଲିଛି । ମୋବାଇଲରୁ ୱେବସାଇଟ୍, ଏମିତି କି ସୋସିଆଲ୍ ମିଡ଼ିଆ, ପାରମ୍ପରିକ ମଧ୍ୟମରୁ ଅତ୍ୟାଧୁନିକ ମାଧ୍ୟମ ସବୁଠି ପହଂଚିପାରିଛି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିବା ପାଣିପାଗର ସୂଚନା ।

The post ବାତ୍ୟାର ସଠିକ୍ ଆକଳନ କରେ ଆଇଏମଡି: ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started