ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମହାଯଜ୍ଞ ଆରମ୍ଭ: ବେଦ ଉଚ୍ଚାରଣ ଓ ମନ୍ତ୍ରଧ୍ୱନିରେ ମୁଖରିତ ପରିବେଶ

କନକ ବ୍ୟୁରୋ: ମନ୍ତ୍ରପାଠରେ କମ୍ପୁଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହୋଇଛି ଯଜ୍ଞ । ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ଯଜ୍ଞକୁଣ୍ଡରେ ସଂଯୋଗ ହେବା ପରେ ଯଜ୍ଞ ଆରମ୍ଭ ହୋଇଛି । ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ଦ୍ୱାର । ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଣ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ବେଦପାଠ ବ୍ୟବସ୍ଥା ହୋଇଛି । ସିଂହଦ୍ୱାରରେ ଋକ୍ବେଦ, ପଶ୍ଚିମଦ୍ୱାରରେ ସାମବେଦ, ଉତରଦ୍ୱାରରେ ଅର୍ଥବବେଦ ଏବଂ ଦକ୍ଷିଣ ଦ୍ୱାରରେ ଯର୍ଜୁବେଦ ପାଠ କରାଯିବ । ଆସନ୍ତାକାଲି ମଧ୍ୟ ଯଜ୍ଞ ଅନୁଷ୍ଠିତ ହେବ । ସେପଟେ ଶ୍ରୀମାର୍ଗ ଏବଂ ଶ୍ରୀସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଏହା ଉପରେ ଟ୍ରାଏଲ ରନ କରାଯିବ । ୧୭ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁରୀ ପୋଲିସ । ସେପଟେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । କହିଛନ୍ତି, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମହାଯଜ୍ଞ ଆରମ୍ଭ: ବେଦ ଉଚ୍ଚାରଣ ଓ ମନ୍ତ୍ରଧ୍ୱନିରେ ମୁଖରିତ ପରିବେଶ first appeared on Kanak News.

from Kanak News
via <a href="https://ifttt.com/?

ଜୀବନ ବଞ୍ଚାଇବା ପାଇଁ ଖାଇବାକୁ ପଡିଲା ମଣିଷ ମାଂସ । ବରଫ ପାହାଡରେ ୭୨ ଦିନ ।

ଯେତେବେଳେ ବରଫ ପର୍ବତ ସହିତ ବିମାନଟି ମୁହାଁମୁହିଁ ଧକ୍କା ହେଲା, ସେତେବେଳେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ।  ମଣିଷର ମୃତଦେହ ଖାଇ ବଞ୍ଚିଥିବା ବ୍ୟକ୍ତି କହିଲା – ଅନୁଶୋଚନା ନାହିଁ!

ଅକ୍ଟୋବର ୧୩ , ୧୯୭୨ ଏକ  ବିମାନ ଉରୁଗୁଏ ଜାତୀୟ ରଗବୀ ଦଳକୁ ନେଇ ଯାତ୍ରା ଆରମ୍ଭ କରିଥିଲା । ଖରାପ ପାଗ ଯୋଗୁଁ ଏହା ଆଣ୍ଡେସ୍ ପର୍ବତମାଳାରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବଞ୍ଚିଥିବା ଲୋକମାନେ ମୃତଯାତ୍ରୀଙ୍କ ମାଂସ ଖାଇ ନିଜକୁ ରକ୍ଷା କରିଥିଲେ । ବର୍ତ୍ତମାନ ଏହି ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ମନୁଷ୍ୟ ମାଂସ ଖାଇବାରେ ତାଙ୍କର କୌଣସି ଅନୁତାପ ନାହିଁ ।

ନିକଟରେ ଏବେ Netflix ରେ ଏକ ଫିଲ୍ମ ରିଲିଜ୍ ହେଇଛି । “Society of the Snow” । ଚଳଚିତ୍ରଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ଅଟେ । ସତୁରୀ ଦଶକର କଥା । ଉରୁଗୁଏର ରଗବୀ ଟିମ ଖେଳିବା ପାଇଁ ଅନ୍ୟ ଦେଶକୁ ବିମାନରେ ଯାତ୍ରା କରୁଥିଲେ । ଖରାପ ପାଗ ହେତୁ ବିମାନଟି ପର୍ବତମାଳାରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେଇଥିଲା । କିଛି ଯାତ୍ରୀଙ୍କର ମୃତ୍ଯୁ ଘଟିଥିଲା ଆଉ କିଛି ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ । ସାହାଜ୍ୟ ଆସି ପହଞ୍ଚିବାରେ ବିଳମ୍ବ ହେବାରୁ ସେମାନେ ଭୋକ ବିକଳରେ ମୃତ ସହଯାତ୍ରୀ ମାନଙ୍କର ମାଂସ ଖାଇ ଜୀବନ ବଞ୍ଚାଇଥିଲେ । ବଞ୍ଚି ଯାଇଥିବା ସେହି ବିମାନ ଯାତ୍ରୀ ମାନଙ୍କ ମଧ୍ୟରୁ ଜଣେ ଏବେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେତେବେଳେ ମନୁଷ୍ୟ ମାଂସ ଖାଇବାକୁ ନେଇ ତାଙ୍କର କୌଣସି ଅନୁଶୋଚନା ନାହିଁ ।

ବଞ୍ଚିବା ପାଇଁ ଜଣେ ମଣିଷ ଅନ୍ୟ ମଣିଷର ମାଂସ ଖାଇପାରେ କି ? ଆପଣ ଏହାକୁ ଅତ୍ୟନ୍ତ ନୃଶଂସ ବିଷୟ କହିପାରନ୍ତି, କିନ୍ତୁ ଯେତେବେଳେ ଏହା ଜଣଙ୍କର ଜୀବନ ମରଣ ସହିତ ଜଡ଼ିତ ଥାଏ ତେବେ ଏହା ଏକ ବିତର୍କର ବିଷୟ ହେଇପାରେ ଯେ ‘ ଜଣେ ବଞ୍ଚିବା ପାଇଁ ମଣିଷ ମାଂସ ଖାଇ ପାରିବ ନା ନାହିଁ”? ହୁଏତ ଜଣେ ନିଜ ଜୀବନ ବଞ୍ଚାଇବା ପାଇଁ ମଣିଷ ମାଂସ ଖାଇବାକୁ ପଛଘୁଞ୍ଚା ଦେବ ନାହିଁ । ଏହା ବୋଧହୁଏ ସେହି ଲୋକ ଠିକ କହିପାରିବ ଯିଏ ଏଭଳି ପରିସ୍ଥିତିରୁ ବଂଚିକି ଆସିଛି ।

ଅକ୍ଟୋବର ୧୩ , ୧୯୭୨ ରେ ଏପରି ଏକ ଦୁର୍ଘଟଣା ଘଟିଥିଲା ।  ଯେତେବେଳେ ଏକ ଉରୁଗୁଏର ଏକ ବିମାନ ଆଣ୍ଡେସ ପର୍ବତମାଳା ମଧ୍ୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସେହି ସମୟ ମଧ୍ୟରେ, ଦୁର୍ଘଟଣାରୁ ବଞ୍ଚିଥିବା ଲୋକଙ୍କୁ ସେହି ତୁଷାର ପାହାଡରେ ୭୨ ଦିନ ବିନା ଖାଦ୍ୟରେ ରହିବାକୁ ପଡିଥିଲା । ଏହି ଦୁର୍ଘଟଣା ଇତିହାସରେ ‘ଚମତ୍କାର ଆଣ୍ଡେସ୍’ ଏବଂ ‘ଆଣ୍ଡେସ୍ ଫ୍ଲାଇଟ୍ ବିପର୍ଯ୍ୟୟ’ ଭାବରେ ପ୍ରସିଦ୍ଧ । ଏହି ସମୟ ମଧ୍ୟରେ, ୧୬ ଜଣ ବ୍ୟକ୍ତି ବହୁତ କଷ୍ଟରେ ନିଜ ଜୀବନ ରକ୍ଷା କରିପାରିଥିଲେ  । ନିଜକୁ ବଞ୍ଚାଇବା ପାଇଁ ସେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ମଧ୍ୟ ଖାଇଥିଲେ । ବର୍ତ୍ତମାନ ଏହି ଦୁର୍ଘଟଣାରୁ ବଞ୍ଚିଥିବା ୭୦ ବର୍ଷିୟ ରୋବର୍ଟ କାନେସା ଏହି ଦୁର୍ଘଟଣା ସମ୍ପର୍କରେ ନିଜର ମତ ରଖିଛନ୍ତି । ରବର୍ଟ କାନେସା କହିଛନ୍ତି ଯେ ମୃତ ଶରୀରକୁ ଖାଇବା ନିଷ୍ପତି ଏତେ ସହଜ ନଥିଲା, କିନ୍ତୁ ଆମ ପାଖେ ଅନ୍ୟ କୌଣସି ବିକଳ୍ପ ବି  ନଥିଲା । ସେ କହିଛନ୍ତି, ‘ଯଦି ମୁଁ ସେହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥାନ୍ତି, ତେବେ ଅନ୍ୟମାନେ ମଧ୍ୟ ମୋ ଶରୀର ଖାଇ ନିଜକୁ ବଞ୍ଚାଇବାକୁ ଚାହିଁଥାନ୍ତେ ।

ଡେଲି ମେଲ ସହ କଥାବାର୍ତ୍ତା ବେଳେ କାନେସା କହିଛନ୍ତି ଯେ ମୁଁ ନିଜକୁ ବଞ୍ଚାଇବାର ରାସ୍ତା ବାଛିଛି ଏବଂ ମୁଁ ଗର୍ବିତ ମୁଁ ସେହି ସମୟରେ କ’ଣ କରିଥିଲି କାନେସା ମଧ୍ୟ ତାଙ୍କ ପୁସ୍ତକରେ ଏହି ସମ୍ପୂର୍ଣ୍ଣ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଥିଲେ ଯେ ଆମେ ଦୀର୍ଘ ଦିନ ଧରି ଭୋକ ଯନ୍ତ୍ରଣା ସହିଥିଲୁ । ମୁଁ ବରଫ ଭିତରକୁ ଯାଇ ଭଗବାନଙ୍କ ମାର୍ଗଦର୍ଶନ ପାଇଁ ପ୍ରାର୍ଥନା କଲି । ଦୁର୍ଘଟଣା ସମୟରେ କାନେସା ଜଣେ ଡାକ୍ତରୀ ଛାତ୍ର ଥିଲେ। ସେ ହିଁ ଅନ୍ୟ ଲୋକଙ୍କୁ ମୃତଦେହ ଖାଇ ଜୀବିତ ରହିବାକୁ କହିଥିଲେ। କାନେସା ଆହୁରି ମଧ୍ୟ କହିଛନ୍ତି ଯେ ମାନବ ମାଂସ ଖାଇବାର କଳ୍ପନା ସମ୍ପୂର୍ଣ୍ଣ ଭୟଙ୍କର ଥିଲା । ଏହା ପୂର୍ବରୁ ଟାଇମ୍ସ ସହ କଥାବାର୍ତ୍ତା ବେଳେ ଅନ୍ୟ ଜଣେ ବଞ୍ଚିଥିବା ରାମନ୍ ସାବେଲା କହିଥିଲେ ଯେ ଏହାକୁ ପାଟିରେ ରଖିବା ବହୁତ କଷ୍ଟକର ଥିଲା କିନ୍ତୁ ଆମ ପାଖେ ଅନ୍ୟ କୌଣସି ବିକଳ୍ପ ନଥିଲା । ଆମେ ବାଧ୍ୟ ହେଇଥିଲୁ ।

ଏହି ଦୁର୍ଘଟଣା କିପରି ହେଇଥିଲା ?

୧୯୭୨ ମସିହାରେ, ଅର୍ଥାତ୍ ୫୨ ବର୍ଷ ପୂର୍ବେ, ଉରୁଗୁଏ ବାୟୁସେନା ବିମାନ ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ରଗବୀ ଦଳର ଖେଳାଳି ଏବଂ ଅଧିକାରୀମାନଙ୍କୁ ନେଇ ଆଣ୍ଡାମାନ ପର୍ବତ ଦେଇ ଯାଉଥିଲା । ବିମାନରେ ସମୁଦାୟ ୪୫  ଜଣ ଯାତ୍ରୀ ଥିଲେ। ବିମାନଟି ଉଡ଼ିବାର କିଛି ସମୟ ପରେ ପାଗ ଖରାପ ହେବାକୁ ଲାଗିଲା । ଏହି କାରଣରୁ ପାଇଲଟ ତୁଷାରପାତ ପର୍ବତକୁ ଦେଖିପାରିଲେ ନାହିଁ ଏବଂ ୧୪ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନଟି ସିଧାସଳଖ ଆଣ୍ଡାମାନ ପର୍ବତ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ବିମାନରେ ଥିବା ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିଲା, କେବଳ ୨୭ ଜଣ ଜୀବିତ ରହିଥିଲେ। ବଞ୍ଚିଥିବା ଲୋକମାନେ ବଞ୍ଚିବାର କୌଣସି କୌଣସି ଆଶା ଦେଖିବାକୁ ପାଇ ନଥିଲେ। ଏଭଳି ପରିସ୍ଥିତିରେ ରଗବୀ ଦଳର ଦୁଇ ଖେଳାଳି ନନ୍ଦୋ ପାରାଡୋ ଏବଂ ରୋବର୍ଟ କାନେସା ହାର ମାନିନଥିଲେ । ଜୀବନ୍ତ ରହିବାକୁ ଏହି ଉତ୍ସାହ ହେତୁ ସେ କେବଳ ନିଜକୁ ବଞ୍ଚାଇ ନଥିଲେ ବରଂ ଅନ୍ୟ ୧୪ ଜଣଙ୍କୁ ବଞ୍ଚାଇବାରେ ମଧ୍ୟ ସଫଳ ହୋଇଥିଲେ ।

୭୨ ଦିନର ସଂଘର୍ଷ, ପୁନର୍ବାର ଜୀବଦାନ

ବିମାନ ଦୁର୍ଘଟଣାରୁ ମୋଟ ୨୭ ଜଣ ବଞ୍ଚିଥିଲେ ମଧ୍ୟ ପର ସମୟରେ ୧୧ ଜଣ ଧୀରେ ଧୀରେ ମୃତ୍ୟୁ ବରଣ କରିଥିଲେ । କେବଳ ୧୬ ଣ ଲୋକ ବାକି ରହି ଥିଲେ । ସମସ୍ତେ ମୃତ୍ୟୁକୁ ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ନନ୍ଦୋ ପାରାଡୋ ଏବଂ ରୋବର୍ଟ କାନେସା ସହାୟତା ସନ୍ଧାନରେ ବାହାରିଥିଲେ । ଦୁର୍ବଳ ହେବା ସତ୍ତ୍ୱେ ସେ ଆଶ୍ଚର୍ଯ୍ୟଜନକ ସାହସ ଦେଖାଇ ୧୨  ଦିନ ଚାଲି ଚାଲି ଚିଲିର ଜନବହୁଳ ଅଞ୍ଚଳରେ ପହଞ୍ଚିଥିଲେ ।  ଯେଉଁଠାରେ ଉଭୟେ ସେମାନଙ୍କ ସାଥୀଙ୍କ ଅବସ୍ଥାନ ବିଷୟରେ ଉଦ୍ଧାରକାରୀ ଦଳକୁ ସୂଚନା ଦେଇଥିଲେ । ସେମାନକ ସୂଚନା ଆଧାରରେ ଅବଶିଷ୍ଟ ବଞ୍ଚିଥିବା ଲୋକଙ୍କୁ ମଧ୍ୟ ସୂଚୀତ ସ୍ଥାନରୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ଏହିପରି, ଏହି ଦୁଇ ଖେଳାଳି, ସେମାନଙ୍କ ଜୀବନ ବଞ୍ଚାଇବା ସହିତ, ନିଜ ସାଥୀମାନଙ୍କ ଜୀବନ ମଧ୍ୟ ବଞ୍ଚାଇ ପାରିଥିଲେ ।

 

The post ଜୀବନ ବଞ୍ଚାଇବା ପାଇଁ ଖାଇବାକୁ ପଡିଲା ମଣିଷ ମାଂସ । ବରଫ ପାହାଡରେ ୭୨ ଦିନ । first appeared on Kanak News.

from Kanak News
via <a href="https://ifttt.com/?

ଦୁବାଇରେ ଚମକିଲେ ଓଡ଼ିଆ ତାରକା: ଆୟୋଜିତ ଓଡିଆ ଚଳଚ୍ଚିତ୍ର ସମ୍ମାନ କାର୍ଯ୍ୟକ୍ରମରେ ନାଚ, ଗୀତରେ ଝଲସିଲା ମଞ୍ଚ

କନକ ବ୍ୟୁରୋ: ଦୁବାଇରେ ଆୟୋଜିତ ହୋଇଯାଇଛି ଓଡିଆ ଚଳଚ୍ଚିତ୍ର ସମ୍ମାନ । ଆର ଆର ଇଭେଂଟ୍, ସିନେ ପ୍ରଡକ୍ସନ ଆସୋସିଏସନ୍ ଓ ୟୁଏଇ ଓଡିଆ ସମାଜ ପକ୍ଷରୁ ଆୟୋଜିତ ହୋଇଯାଇଛି ପ୍ରଥମ ମେଗା ଓଡିଆ ଫାଇବ୍ ଷ୍ଟାର ଫିଲ୍ମ ଆୱାର୍ଡସ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବର୍ଷ ୨୦୨୩ରେ ବଛା ବଛା ଓଡିଆ ଫିଲ୍ମ ପାଇଁ ସମ୍ମାନିତ ହୋଇଛନ୍ତି କଳାକାର ଓ ଟେକ୍ନିସିଆନ୍ । ଏଥିରେ ଚଳଚ୍ଚିତ୍ର ପୁଷ୍କରା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ଅଭିନେତ୍ରୀ ଶିବାନୀ ସଙ୍ଗୀତ, ମାଲ୍ୟଗିରିରେ ନିଜ ଚମକ୍ରାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ହାତେଇଛନ୍ତି । ସେହିପରି ପ୍ରଶାନ୍ତ ନନ୍ଦଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଛି ।

The post ଦୁବାଇରେ ଚମକିଲେ ଓଡ଼ିଆ ତାରକା: ଆୟୋଜିତ ଓଡିଆ ଚଳଚ୍ଚିତ୍ର ସମ୍ମାନ କାର୍ଯ୍ୟକ୍ରମରେ ନାଚ, ଗୀତରେ ଝଲସିଲା ମଞ୍ଚ first appeared on Kanak News.

from Kanak News
via <a href="https://ifttt.com/?

ବାଲେଶ୍ୱର ପୋଲିସକୁ ବଡ ସଫଳତା: ସୋରୋ ଓ ଖଇରା ଏଟିଏମ୍ ଲୁଟେରାଙ୍କୁ ବାନ୍ଧିଲା

କନକ ବ୍ୟୁରୋ: ବାଲେଶ୍ୱର ପୋଲିସକୁ ବଡ ସଫଳତା । ନିକଟରେ ସୋରୋ ଓ ଖଇରାରେ ହୋଇଥିବା ଏଟିଏମ୍ ଲୁଟ୍ରେ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଜଣେ ଫେରାର ଅଛି । ୫ ଅଭିଯୁକ୍ତ ପାଖରୁ ୬ ଲକ୍ଷ ୧୩ ହଜାର ୭୦୦ ଟଙ୍କା ଜବଲ କରିଛି ପୋଲିସ । ଏଥିସହ ଲୁଟରେ ବ୍ୟବହୃତ ଗାଡି, ବନ୍ଧୁକ, ଗୁଳି, ୱାଆର କଟର, ତିନୋଟି ସ୍ମାର୍ଟ ଫୋନ୍, ସ୍ପ୍ରେ ପେଂଟ୍, ଏଟିଏମ୍ କ୍ୟାସ୍ ଟ୍ରେ ଓ ଅଭିଯୁକ୍ତଙ୍କ ପରିଚୟ ପତ୍ର ଜବତ ହୋଇଛି । ସମସ୍ତ ଅଭିଯୁକ୍ତ ହରିୟାଣାର ହୋଇଥିବାବେଳେ ବ୍ୟବହୃତ ଗାଡି ଦିଲ୍ଲୀରୁ ଚୋରୀ କରାଯାଇଥିବା କହିଛନ୍ତି ବାଲେଶ୍ୱର ଏସ୍ପି ସାଗରିକା ନାଥ । ଅଭିଯୁକ୍ତଙ୍କ ନାମରେ ଅନ୍ୟ ରାଜ୍ୟରେ ମାମଲା ରହିଠି । ଦୁଇଟି ଏଟିଏମ୍ରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଲୁଟେରା ।

The post ବାଲେଶ୍ୱର ପୋଲିସକୁ ବଡ ସଫଳତା: ସୋରୋ ଓ ଖଇରା ଏଟିଏମ୍ ଲୁଟେରାଙ୍କୁ ବାନ୍ଧିଲା first appeared on Kanak News.

from Kanak News
via <a href="https://ifttt.com/?

୨୨୯ ବର୍ଷ ପରେ ବି ବିଶ୍ୱରୁ ଶେଷ ହେଇନଥିବ ଗରିବୀ । ଦିନକୁ ଦିନ ବଢୁଛି ଧନୀଙ୍କ ଧନ, ଗରିବ ହେଉଛନ୍ତି ଆହୁରି ଗରିବ । ଚମକାଇଦେଲା ଏହି ରିପୋର୍ଟ…

କନକ ବ୍ୟୁରୋ: ୨୨୫୩ ମସିହା ପର୍ଯ୍ୟନ୍ତ ବି ବିଶ୍ୱରୁ ଶେଷ ହେଇନଥିବ ଗରିବୀ । ଅର୍ଥାତ ୨୨୯ ମସିହା ପରେ ବି ବିଶ୍ୱରୁ ସମ୍ପୂର୍ଣ୍ଣ ଭାବେ ଗରିବୀ ହଟିନଥିବ । ଅକ୍ସଫାମ୍ ରିପୋର୍ଟରେ ଆସିଥିବା ଏହି ତଥ୍ୟ ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ଦିନକୁ ଦିନ ଧନୀ ଓ ଗରିବଙ୍କ ଭିତରେ ଆର୍ଥିକ ଅସମାନତା ବଢିଚାଲିଥିବାବେଳେ, ଗରିବଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ବିଶ୍ୱରୁ ଗରିବୀ ହଟାଇବା ପାଇଁ ତମାମ ଦେଶର ନେତୃବୃନ୍ଦ ଚେଷ୍ଟା ଚଳାଇଛନ୍ତି । ହେଲେ ତା ସତ୍ତେ୍ୱ ବି ଅନେକ ଦେଶରୁ ଆଜି ବି ଗରିବୀ ହଟିପାରିନାହିଁ । ଗତ ୩ ବର୍ଷ ଭିତରେ ଧନୀଙ୍କ ଧନ ଦୁଇ ଗୁଣା ବୃଦ୍ଧି ପାଇଥିବାବେଳେ, ଗରିବଙ୍କ ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ, ଦୁନିଆର ଟପ୍-୫ ଧନୀଙ୍କ ଅର୍ଥ ୨୦୨୦ ପରେ ଦୁଇଗୁଣା ବୃଦ୍ଧି ପାଇଛି । ଅନ୍ୟପଟେ ଏହି ସମୟ ମଧ୍ୟରେ ବିଶ୍ୱରେ ୫ ଅରବ ଲୋକ ଗରିବ ହେଇଯାଇଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଏହା ମଧ୍ୟ କୁହାଯାଇଛି ଯେ, ଆଗାମୀ ବର୍ଷ ଧନୀମାନଙ୍କର ବର୍ଷ ହେବାକୁ ଯାଉଛି । ଆଗାମୀ ୧୦ ବର୍ଷ ମଧ୍ୟରେ ବିଶ୍ୱକୁ ନିଜର ପ୍ରଥମ ଖରବପତି ମଧ୍ୟ ମିଳିପାରେ । ତେବେ ୫୨ଟି ଦେଶରେ ଥିବା ୮୦ କୋଟି ଲୋକଙ୍କ ଆୟରେ ପତନ ଘଟିିଛି । ଗତ ଦୁଇ ବର୍ଷ ଭିତରେ ୧.୫ ଟ୍ରିଲିୟନ୍ ଡଲାରର କ୍ଷତି ଘଟିଛି । ଅକ୍ସଫାମ ରିପୋର୍ଟ ମୁତାବକ, ଆଫ୍ରିକାରେ ସବୁଠୁ ଅଧିକ ଆର୍ଥିକ ଅସମାନତା ଦେଖିବାକୁ ମିଳିଛି ।

The post ୨୨୯ ବର୍ଷ ପରେ ବି ବିଶ୍ୱରୁ ଶେଷ ହେଇନଥିବ ଗରିବୀ । ଦିନକୁ ଦିନ ବଢୁଛି ଧନୀଙ୍କ ଧନ, ଗରିବ ହେଉଛନ୍ତି ଆହୁରି ଗରିବ । ଚମକାଇଦେଲା ଏହି ରିପୋର୍ଟ… first appeared on Kanak News.

from Kanak News
via <a href="https://ifttt.com/?

ଶତ୍ରୁ ପାଇଁ ଆତଙ୍କ ଆମ ପାଇଁ ହିରୋ: ଭାରତମାତାର ସାହସୀ ସେନାଙ୍କୁ ସଲାମ୍

କନକ ବ୍ୟୁରୋ: ବାହୁରେ ବାହୁବଳୀ ପରି ବଳ, ହାତରେ ଶତ୍ରୁ ସଂହାର ପାଇଁ ଶହ ଶହ ଶସ୍ତ୍ର । ଛପନ୍ ଇଂଚ୍ର ଛାତି ପତାଇ ଏଲଓସିରେ ଲକ୍ଷ୍ମଣରେଖା ଟାଣି ଛିଡ଼ା ହୋଇଛନ୍ତି ଭାରତର ବୀର ଯବାନ । ଖରାତରାକୁ ଖାତିର ନକରି ଶତ୍ରୁର ପ୍ରତିଟି ଷଡ଼ଯନ୍ତ୍ରକୁ ମାତ୍ ଦେବାପାଇଁ ସବୁବେଳେ ସଜାଗ ଥାନ୍ତି ଆମ ସାହସୀ ଯବାନ । ଆଜି ଆର୍ମି ଡେ’ରେ ସମସ୍ତ ଯବାନଙ୍କ ବୀରତ୍ୱକୁ ନେଇ ଏହି ରିପୋର୍ଟ…

ସେମାନେ ଚେଇଁଥାନ୍ତି ବୋଲି ଆମେ ଶାନ୍ତିରେ ଶୋଉଛୁ । କେତେବେଳେ ମାଟି ମା’ ପାଇଁ ଛାତିରେ ଗୁଳିଖାଇ ସହିଦ ହୁଅନ୍ତି ତ କେତେବେଳେ ମାଟି ମା’ର ଇଜ୍ଜତ ପାଇଁ ଶତ୍ରୁର ଛାତିକୁ ବନ୍ଧୁକ ଗୁଳିରେ ଛାଉଣି କରିଦିଅନ୍ତି । ସେଥିପାଇଁ ତ କୁହାଯାଏ ପଛଘୁଞ୍ଚା ନାହିଁ ବୀରର ଜାତକେ, ନ ମରେ ସେ କେଭେ ପରାଣ ଆତଙ୍କେ । । ବର୍ଡରରେ ସେମାନେ ହସି ହସି ବଳିଦାନ ଦେଉଛନ୍ତି ବୋଲି ଆଜି ଆମ ପରିବାର ଓ ଆମେ ହସଖୁସିରେ ରହିପାରୁଛୁ । ସତରେ ସେମାନେ ସୀମାରେ ସୁରକ୍ଷା କବଚ ସାଜିଛନ୍ତିି ବୋଲି ଆମେ ସମସ୍ତେ ସୁରକ୍ଷିତ ଅଛୁ ।

ଆଜି ହେଉଛି ଭାରତୀୟ ସେନା ଦିବସ । ଦେଶ ପାଇଁ ସେନାଙ୍କ ବୀରତ୍ୱ ଓ ବଳିଦାନକୁ ମନେ ରଖିବା ପାଇଁ ଆଜି ହେଉଛି ଦିନଟିଏ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ କରାଯାଏ । ଏହି ଦିନ ଭାରତୀୟ ଯବାନଙ୍କ ସମ୍ମାନର ଦିନ ଯିଏ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି । ଭାରତୀୟ ସେନାଙ୍କ ପାଇଁ ଆଜିର ଦିନ ବହୁତ ଖାସ । କାରଣ ଆଜିର ଦିନରେ ଫିଲ୍ଡ ମାର୍ଶଲ କେଏମ କାରିୟପ୍ପା ସେନାର ପ୍ରଥମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ କେଏମ କରିୟପ୍ପାଙ୍କୁ ସମ୍ମାନ ଦେବାକୁ ଯାଇ ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ କରାଯାଉଛି ।

ସ୍ୱାଧୀନତା ପୂର୍ବରୁ ଭାରତରେ ବ୍ରିଟିଶ ରାଜ ଚାଲିଥିଲା । ୧୯୪୯ ମସିହା ସ୍ୱାଧିନତା ପରେ ବ୍ରିଟିଶ କମାଣ୍ଡର ଇନ ଚିଫ ଜେନେରାଲ ଥିଲେ । ଏହା ପରେ ସ୍ୱାଧୀନ ଭାରତର ପ୍ରଥମ ସେନା ମୁଖ୍ୟ ଭାବେ ଲେପ୍ଟନାଣ୍ଟ ଜେନେରାଲ କେଏମ କରିୟପ୍ପା କମାଣ ସମ୍ଭାଳିଥିଲେ । ଭାରତ-ପାକ୍ ଯୁଦ୍ଧରେ ବି ସେ ନେତୃତ୍ୱ ନେଇଥିଲେ । ଏହାପରେ କରିୟପ୍ପା ଫିଲ୍ଡ ମାର୍ଶଲ ବନିଥିଲେ ।

ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ସେନାରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଏବେ ଭାରତୀୟ ସେନା ବିଶ୍ୱର ଶକ୍ତିଶାଳୀ ସେନା ମଧ୍ୟରେ ୪ର୍ଥ ସ୍ଥାନରେ ରହିଛି । ଭାରତୀୟ ସେନାରେ ଏବେ ୧୨ ଲକ୍ଷ ୩୭ ହଜାର ୧୧୭ ଜଣ ସକ୍ରିୟ ସେନା ରହିଛନ୍ତି । ସେହିପରି ୯ ଲକ୍ଷ ୬୦ ହଜାର ରିଜର୍ଭ ସେନା ସାମିଲ ଅଛନ୍ତି । ଅତିତରେ ବଡ ବଡ ଯୁଦ୍ଧରେ ଦେଶକୁ ରକ୍ଷା କରିଛନ୍ତି ଭାରତୀୟ ସେନା ।

ଭାରତୀୟ ସେନା ଆମ ଦେଶ ପାଇଁ ଗର୍ବ ଆଉ ଗୌରବ । ନିଜ ପରିବାର ହସ ଖୁସି ଛାଡି ସେମାନେ ସେନାରେ ଯୋଗ ଦିଅନ୍ତି । ବାପା ମା, ସ୍ତ୍ରୀ, ପିଲା ଛୁଆଙ୍କୁ ଛାଡି ବର୍ଷ ବର୍ଷ ବର୍ଡରରେ ଦେଶର ସୁରକ୍ଷାରେ ନିଜକୁ ସମର୍ପଣ କରିଥାନ୍ତି । ଏମିତି କି ଯୁଦ୍ଧରେ ନିଜର ସହିଦ ହେବାର ଜାଣି ମଧ୍ୟ ସେମାନେ ପଛ ଘୁଞ୍ଚା ଦିଅନ୍ତିନି । ଦେଶକୁ ରକ୍ଷା କରିବା ପାଇଁ ସେମାନେ କେତେବେଳେ ଶତ୍ରୁତୁ କଡା ଜବାବ ଦେଇଥାନ୍ତି ତ ଆଉ କେତେବେଳେ ନିଜର ବଳିଦାନ ଦେଇଥାନ୍ତି । ଦେଶ ପାଇଁ ସେନାଙ୍କ ବୀରତ୍ୱ ଓ ବଳିଦାନକୁ ଦେଶବାସୀ କେବେ ବି ଭୁଲିବେନି ।

The post ଶତ୍ରୁ ପାଇଁ ଆତଙ୍କ ଆମ ପାଇଁ ହିରୋ: ଭାରତମାତାର ସାହସୀ ସେନାଙ୍କୁ ସଲାମ୍ first appeared on Kanak News.

from Kanak News
via <a href="https://ifttt.com/?

ସଚିନ ହେଲେ ‘ଡିପ୍ ଫେକ୍’ର ଶିକାର । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଭିଡିଓକୁ ରିପୋର୍ଟ କରିବାକୁ ତେନ୍ଦୁଲକରଙ୍କ ଅନୁରୋଧ ।

କନକ ବ୍ୟୁରୋ: ଭାଇରାଲ ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଡିପ ଫେକ୍ ଭିଡିଓ । ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ସଚିନଙ୍କ ଏହି ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଖୋଦ୍ କ୍ରିକେଟର ଭଗବାନ । ଏଥିସହିତ ସେ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରି ଏହା ମିଛ ଭିଡିଓ ବୋଲି ସୂଚନା ଦେଇଛନ୍ତି ।

ଗତ କିଛି ମାସ ଧରି ଏଆଇ ସାହାଯ୍ୟରେ ଲୋକପ୍ରିୟ ସେଲିବ୍ରିଟିଙ୍କ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏବେ ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଚିନ ଏକ ଆପର ପ୍ରମୋସନ୍ କରୁଥିବା ଦେଖିବାକୁ ମିଳୁଛି । ଆଉ ଏହି ଏଆଇ ଭିଡିଓରେ ସଚିନଙ୍କ ଭିଡିଓ ଡବିଂ କରି ଏଡିଟ୍ କରାଯାଇଥିବା ଜଣାପଡିଛି ।

https://platform.twitter.com/widgets.js

ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ, ସଚିନ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ଏହି ଭିଡିଓ ଫେକ୍ ଅଟେ । ଟେକ୍ନୋଲୋଜିର ଖରାପ ବ୍ୟବହାର କରାଯାଉଛି । ତେଣୁ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଆପ୍ ଏବଂ ଏହି ଭିଡିଓର ପ୍ରଚାରକୁ ରିପୋର୍ଟ କରନ୍ତୁ । ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ରିକେଟର ଶୁଭମନ ଗିଲଙ୍କର ମଧ୍ୟ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିଥିଲା ।

The post ସଚିନ ହେଲେ ‘ଡିପ୍ ଫେକ୍’ର ଶିକାର । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଭିଡିଓକୁ ରିପୋର୍ଟ କରିବାକୁ ତେନ୍ଦୁଲକରଙ୍କ ଅନୁରୋଧ । first appeared on Kanak News.

from Kanak News
via <a href="https://ifttt.com/?

ମକର ସଂକ୍ରାନ୍ତି ଭିଡରେ ମାତିଲେ ଲୁଟେରା: ଆଠଗଡ ଧବଳେଶ୍ୱର ପୀଠରୁ ଦୁଇ ଲେଡି ଲୁଟେରା ଗିରଫ, ଖସିଗଲା ଆଉ ଜଣେ ଚୋର

କନକ ବ୍ୟୁରୋ: ମକର ସଂକ୍ରାନ୍ତିର ଭିଡରେ ମାତିଛନ୍ତି ଲୁଟେରା । ବାବା ଧବଳେଶ୍ୱରଙ୍କ ପୀଠରୁ ଦୁଇ ଜଣ ଲେଡି ଲୁଟେରାଙ୍କୁ ପୋଲିସ ଧରି ପଚରା ଉଚରା କରୁଛି । ଅନ୍ୟପଟେ ପୋଲିସର ଧରପଗଡ ବେଳେ ଜଣେ ଲୁଟେରା ଖସିଯାଇଥିବା ସୂଚନା ମିଳିଛି । ମକର ସଂକ୍ରାନ୍ତି ଅବସରରେ ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି । ଏହାର ସୁଯୋଗ ନେଇ ଭିଡ ଭିତରେ ପଶି ମହିଳା ଭକ୍ତଙ୍କୁ ଟାର୍ଗେଟ କରୁଥିଲେ ଲେଡି ଲୁଟେରା । ଭିଡ ଭିତରେ ଠେଲାପେଲା ସମୟରେ ସୁନା ଅଳଙ୍କାର ଲୁଟ ଉଦ୍ୟମ କରୁଥିଲେ । ଏସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭିଡ ଭିତରୁ ଦୁଇ ଜଣ ଲେଡି ଲୁଟେରାଙ୍କୁ ଉଠାଇ ଆଣି ପଚରା ଉଚରା କରିଛି । ଅଟକ ଦୁଇ ଲେଡି ଲୁଟେରା ରାଜସ୍ଥାନ ଅଂଚଳର ବୋଲି ସୂଚନା ମିଳିଛି ।

The post ମକର ସଂକ୍ରାନ୍ତି ଭିଡରେ ମାତିଲେ ଲୁଟେରା: ଆଠଗଡ ଧବଳେଶ୍ୱର ପୀଠରୁ ଦୁଇ ଲେଡି ଲୁଟେରା ଗିରଫ, ଖସିଗଲା ଆଉ ଜଣେ ଚୋର first appeared on Kanak News.

from Kanak News
via <a href="https://ifttt.com/?

ମାଞ୍ଜା ସୂତା ନେଲା ଯବାନଙ୍କ ଜୀବନ । ଡ୍ୟୁଟିକୁ ଯିବାବେଳେ ଅଘଟଣ ।

କନକ ବ୍ୟୁରୋ: ଚାଇନିଜ୍ ମାଞ୍ଜାସୂତାରେ ବେକ କଟିବାରୁ ଚାଲିଗଲା ଯବାନଙ୍କ ଜୀବନ। ହାଇଦ୍ରାବାଦର ଲଙ୍ଗର ହାଉସ ଫ୍ଲାଏଓଭରରେ ଘଟିଛି ଏହି ଘଟଣା। ସେ ବାଇକରେ ଡ୍ୟୁଟିକୁ ଯାଉଥିବା ବେଳେ ହଠାତ୍ ଏକ ଚାଇନାର ମାଞ୍ଜାଦିଆ ସୂତା ଆସି ତାଙ୍କ ବେକରେ ଗୁଡ଼ାଇ ହୋଇଯାଇଥିଲା। ଏହା ପରେ ସେ ନିଜ ଗାଡ଼ିରୁ ତଳକୁ ଖସିପଡ଼ିଥିଲେ। ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଯବାନଙ୍କ ନାମ କୋଟେଶ୍ୱର ରେଡ୍ଡି ବୋଲି ଚିହ୍ନଟ କରାଯାଇଛି।

କୋଟେଶ୍ୱର ରେଡ୍ଡି ବିଶାଖାପାଟନମର ବାସିନ୍ଦା ଥିଲେ ଏବଂ ଚାକିରି ପାଇଁ ସେ ହାଇଦ୍ରାବାଦର ଲଙ୍ଗର ହାଉସ ଅଞ୍ଚଳରେ ରହୁଥିଲେ। ତେବେ ଏହି ଦୁର୍ଭାଗ୍ୟଜନକ ଘଟଣା ପରେ ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ଓସମାନିଆ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ମୃତଦେହକୁ ସେନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷରେ ୨୮ବର୍ଷୀୟ କୋଟେଶ୍ୱରଙ୍କ ପତ୍ନୀ ସଡ଼କ ପଥରେ ସ୍ୱାମୀଙ୍କ ମୃତଦେହକୁ ବିଶାଖାପାଟଣା ପଠାଇବାକୁ ଅନୁରୋଧ କରିଛନ୍ତି। ସେଠା‌ରେ କୋଟେଶ୍ୱରଙ୍କ ଅନ୍ତିମ ସଂସ୍କାର କରାଯିବ। ଏହି ଘଟଣା ପରେ ଏବେ ପୁଲିସ ଏତଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

The post ମାଞ୍ଜା ସୂତା ନେଲା ଯବାନଙ୍କ ଜୀବନ । ଡ୍ୟୁଟିକୁ ଯିବାବେଳେ ଅଘଟଣ । first appeared on Kanak News.

from Kanak News
via <a href="https://ifttt.com/?

ବସରେ ଯାତ୍ରୀଙ୍କ ଅକସ୍ମାତ୍ ମୃତ୍ୟୁ । ଭୋଗରାଇରୁ ଜଳେଶ୍ୱର ଯାଉଥିଲେ ।

କନକ ବ୍ୟୁରୋ: ବସରେ ଯାତ୍ରୀଙ୍କ ମୃତ୍ୟୁ । ଭୋଗରାଇରୁ ବାଲେଶ୍ୱର ଯାଉଥିବା ମଧୁସୂଦନ ବସରେ ଘଟିଛି ଏହି ଅଘଟଣ । ମୃତକ ଭୋଗରାଇ ଗାଁର ଗୌରାଙ୍ଗ ପ୍ରଧାନ ବୋଲି ସୂଚନା ମିଳିଛି । କୌଣସି କାର୍ଯ୍ୟରେ ଭୋଗରାଇରୁ ମଧୁସୂଦନ ବସରେ ଚଢି ଗୌରାଙ୍ଗ ଜଳେଶ୍ୱର ଆସୁଥିଲେ । ଜଳେଶ୍ୱର ବସଷ୍ଟାଣ୍ଡରେ ବସ ଅଟକିବା ପରେ ମଧ୍ୟ ଗୌରାଙ୍ଗ ଗାଡିରୁ ଓହ୍ଲାଇନଥିଲେ । ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବସ କର୍ମଚାରୀ ଜଳେଶ୍ୱର ଜିକେ ଭଟ୍ଟ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

The post ବସରେ ଯାତ୍ରୀଙ୍କ ଅକସ୍ମାତ୍ ମୃତ୍ୟୁ । ଭୋଗରାଇରୁ ଜଳେଶ୍ୱର ଯାଉଥିଲେ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started