ପ୍ରଭୁ ଶ୍ରୀରାମଙ୍କ ପାଇଁ ବୁଣାକାରଙ୍କ ନୈବେଦ୍ୟ । ପ୍ରଭୁଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରି ରାମ ସେତୁ ଶାଢୀ ପଠାଇଛନ୍ତି ବରଗଡ ବୁଣାକାର ଇଶ୍ୱର ।

କନକ ବ୍ୟୁରୋ: ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଇଁ ରାମ ସେତୁ ଶାଢୀ । ଦେଶ ବିଦେଶରୁ କୋଣ ଅନୁକୋଣରୁ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ କିଏ କେତେ କଣ ପଠାଉଛି । ଆଉ ଏବେ ଓଡ଼ିଶାରୁ ପ୍ରଭୁ ରାମ ଚନ୍ଦ୍ରଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରାଯାଇଛି ରାମ ସେତୁ ଶାଢି । ବରଗଡ ଜିଲ୍ଲା କଟା ପାଲିର ଇଶ୍ୱର ମେହେର ପ୍ରସ୍ତୁତ କରିଛନ୍ତି ଏହି ରାମ ସେତୁ ଶାଢି । ଶାଢି ପ୍ରଭୁଙ୍କ ନାଁରେ ତିଆରି ହୋଇଥିବା ବେଳେContinue reading “ପ୍ରଭୁ ଶ୍ରୀରାମଙ୍କ ପାଇଁ ବୁଣାକାରଙ୍କ ନୈବେଦ୍ୟ । ପ୍ରଭୁଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରି ରାମ ସେତୁ ଶାଢୀ ପଠାଇଛନ୍ତି ବରଗଡ ବୁଣାକାର ଇଶ୍ୱର ।”

ଆଜି ହେବ ସିମୁଳିଆ ବିଡିଓଙ୍କ ଶବ ବ୍ୟବଚ୍ଛେଦ । ଛୁଟି ମିଳିନଥିବାରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଆଣିଲେ ଅଭିଯୋଗ । ।

କନକ ବ୍ୟୁରୋ: ଆଜି ହେବ ସିମୁଳିଆ ବିଡିଓଙ୍କ ଶବ ବ୍ୟବଚ୍ଛେଦ । ଗତକାଲି ସରକାରୀ ବାସଭବନରୁ ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଥିଲେ ବିଡିଓ । ମାତ୍ର ଦୁଇ ମାସ ତଳେ ସେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛିି । ବିଶ୍ୱରଂଜନ ମହାନ୍ତିଙ୍କ ଘରେ ବାରିପଦାରେContinue reading “ଆଜି ହେବ ସିମୁଳିଆ ବିଡିଓଙ୍କ ଶବ ବ୍ୟବଚ୍ଛେଦ । ଛୁଟି ମିଳିନଥିବାରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଆଣିଲେ ଅଭିଯୋଗ । ।”

ସ୍ୱଚ୍ଛ ସର୍ବକ୍ଷେଣ ୨୦୨୩: ଚତୁର୍ଥ ସ୍ଥାନରେ ଓଡିଶା କିନ୍ତୁ ପ୍ରଥମ ୩୦ ସହର ତାଲିକାରେ ନାହିଁ ଓଡିଶାର କୌଣସି ସହର । ରାଙ୍କିଙ୍ଗରେ ୩୪ ସ୍ଥାନରେ ଭୁବନେଶ୍ୱର ।

କନକ ବ୍ୟୁରୋ: ସ୍ୱଚ୍ଛତା କ୍ଷେତ୍ରରେ ଲଗାତର ସପ୍ତମ ଥର ପାଇଁ ଇନ୍ଦୋର ସହର ବାଜି ମାରି ନେଇଛି । ଚଳିତ ବର୍ଷ କିନ୍ତୁ ସୁରତ ମଧ୍ୟ ସ୍ୱଚ୍ଛତାରେ ଇନ୍ଦୋର ସହିତ ଏକ ନମ୍ବର ହୋଇଛି । ତେବେ ପ୍ରଥମ ୩୦ ସହର ଭିତରେ କିନ୍ତୁ ଓଡିଶାର କୌଣସି ସହର ସ୍ଥାନ ନାହିଁ । ହେଲେ ଆଶ୍ୱସ୍ତି ଆଣି ଦେଇଛି ରାଜ୍ୟ ବର୍ଗର୍ରେ । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ରେ ଓଡିଶା ୪ର୍ଥ ସ୍ଥାନ ହାସଲ କରିଛି । ୨୦୨୨ରେContinue reading “ସ୍ୱଚ୍ଛ ସର୍ବକ୍ଷେଣ ୨୦୨୩: ଚତୁର୍ଥ ସ୍ଥାନରେ ଓଡିଶା କିନ୍ତୁ ପ୍ରଥମ ୩୦ ସହର ତାଲିକାରେ ନାହିଁ ଓଡିଶାର କୌଣସି ସହର । ରାଙ୍କିଙ୍ଗରେ ୩୪ ସ୍ଥାନରେ ଭୁବନେଶ୍ୱର ।”

ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁ: ଜିଲ୍ଲାପାଳଙ୍କ ଆଡକୁ ଉଠିଲା ଅଙ୍ଗୁଳି, ବିଡିଓଙ୍କ ବାପା କହିଲେ, ମିଳୁନଥିଲା ଛୁଟି, ଡିପ୍ରେସନରେ ଥିଲେ ପୁଅ

କନକ ବ୍ୟୁରୋ: ସରକାରୀ ବାବୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ ବାସଭବନରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ବିଡିଓ ବିଶ୍ୱରଞ୍ଜନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଛନ୍ତି ବିଡିଓ । ଘଟଣା ସ୍ଥଳରେ ସିମୁଳିଆ ପୁଲିିସ ପହଂଚି ତଦନ୍ତ ଆରମ୍ଭ କରିଛି । ମାତ୍ର ଦୁଇ ମାସ ତଳେ ସେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି ନାContinue reading “ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁ: ଜିଲ୍ଲାପାଳଙ୍କ ଆଡକୁ ଉଠିଲା ଅଙ୍ଗୁଳି, ବିଡିଓଙ୍କ ବାପା କହିଲେ, ମିଳୁନଥିଲା ଛୁଟି, ଡିପ୍ରେସନରେ ଥିଲେ ପୁଅ”

ୟୁନିଭରସିଟି ଲ’ କଲେଜରେ ବ୍ୟାପକ ଅନିୟମିତତା: ବାର କାଉନସିଲ୍ ଅଫ ଇଣ୍ଡିଆ ଦେଉନାହିଁ ଲାଇସେନ୍ସ

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ୟୁନିଭର୍ସିଟି ଲ’ କଲେଜ । କଲେଜର ଭୁଲ ପାଇଁ ଭୋଗୁଛନ୍ତି ଛାତ୍ରଛାତ୍ରୀ । ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ, ଅନ୍ୟ ରାଜ୍ୟରେ ପ୍ରାକ୍ଟିସ କରିବା ପାଇଁ ଲାଇସସେନ୍ସ ଦେଉ ନାହିଁ ବାର୍ କାଉନସିଲ ଅଫ ଇଣ୍ଡିଆ । କଲେଜର ଏଭଳି ଅନିୟମିତତାକୁ ନେଇ ଛାତ୍ର ଅସନ୍ତୋଷ ଦାନ ବାନ୍ଧୁଥିବା ବେଳେ କଲେଜ ଅଧ୍ୟକ୍ଷ କହିଛନ୍ତି ଖୁବ୍ଶୀଘ୍ର ହେବ ସମାଧାନ । ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭରସିଟି ଲ’Continue reading “ୟୁନିଭରସିଟି ଲ’ କଲେଜରେ ବ୍ୟାପକ ଅନିୟମିତତା: ବାର କାଉନସିଲ୍ ଅଫ ଇଣ୍ଡିଆ ଦେଉନାହିଁ ଲାଇସେନ୍ସ”

ବିବାଦରେ ଛନ୍ଦି ହେଲା ତାମିଲ ସିନେମା ଅନ୍ନପୋରାନୀ। ଧାର୍ମିକ ମନୋଭାବନାକୁ ଆଘାତ ଅଭିଯୋଗରେ ଅଭିନେତ୍ରୀ, ପ୍ରଯୋଜକଙ୍କ ନାମରେ ମାମଲା ରୁଜୁ

କନକ ବ୍ୟୁରୋ : ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ଦର୍ଶାଇ ବିବାଦରେ ଦକ୍ଷିଣଭାରତ ସିନେମା ଫିଲ୍ମ ‘ଅନ୍ନପୂର୍ଣ୍ଣି’ । ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ନୟନତାରା ଅଭିନୀତ ଏହି ଫିଲକୁ ନେଇ ବିରୋଧାଭାଷ ଦେଖିବାକୁ ମିଳିଛି । ଫିଲ୍ମର ଏକ ଦୃଶ୍ୟକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି । ଭଗବାନ ରାମଙ୍କୁ ମାଂସାହାରୀ ବୋଲି ଏହି ଫିଲ୍ମର ଏକ ଦୃଶ୍ୟରେ ଦର୍ଶାଯାଇଛି । ଭଗବାନ ରାମ, ସୀତା ଓ ଲକ୍ଷ୍ମଣ ବନବାସ ବେଳେ ପଶୁ ମାଂସContinue reading “ବିବାଦରେ ଛନ୍ଦି ହେଲା ତାମିଲ ସିନେମା ଅନ୍ନପୋରାନୀ। ଧାର୍ମିକ ମନୋଭାବନାକୁ ଆଘାତ ଅଭିଯୋଗରେ ଅଭିନେତ୍ରୀ, ପ୍ରଯୋଜକଙ୍କ ନାମରେ ମାମଲା ରୁଜୁ”

ନର୍ଲା ଦେଖିବ ବଡ଼ ଲଢ଼େଇ? ବିଧାନସଭାରୁ ଲଢ଼ିବେ ଭକ୍ତ ଦାସ ! ଭୂପିନ୍ଦର ଓ ବସନ୍ତଙ୍କ ସହ ହୋଇପାରେ ମୁକାବିଲା

କନକ ବ୍ୟୁରୋ: ପ୍ରାୟ ୩୯ ବର୍ଷର ବ୍ୟବଧାନ ପରେ ବିଧାନସଭା ମଇଦାନକୁ ଓହ୍ଲାଇ ପାରନ୍ତି ଭକ୍ତ ଦାସ । ନୂଆପଡା ଓ ଖଡିଆଳ କାର୍ୟ୍ୟକ୍ରମରେ ସାମିଲ ହେବା ସମୟରେ ନର୍ଲା ବିଧାନସଭା ଆଡକୁ ଇସାରା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ । କୁହାଯାଉଛି, ନର୍ଲା ବିଧାନସଭାରେ ଏଥର ଦେଖିବାକୁ ମିଳିପାରେ ବଡ ଲଢେଇ । ଶାସକ ଦଳର ବିଧାୟକ ଭୂପିନ୍ଦର ସିଂଙ୍କ ସହ ସିଧାସଳଖ ଟକ୍କର ଦେଇପାରନ୍ତି ଭକ୍ତ । ଆଉ ଏହାରି ଭିତରେ ନର୍ଲା ବିଧାନସଭାContinue reading “ନର୍ଲା ଦେଖିବ ବଡ଼ ଲଢ଼େଇ? ବିଧାନସଭାରୁ ଲଢ଼ିବେ ଭକ୍ତ ଦାସ ! ଭୂପିନ୍ଦର ଓ ବସନ୍ତଙ୍କ ସହ ହୋଇପାରେ ମୁକାବିଲା”

ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ରେକ୍ଟର ସ୍କେଲରେ ୬.୨ ତ୍ରୀବତା ରେକର୍ଡ, ଉତରଭାରତ ସମେତ ଆଫଗାନିସ୍ଥାନ, ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ

କନକ ବ୍ୟୁରୋ : ଦିଲ୍ଲୀ-ଏନସିଆର ସମେତ ଉତର ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେର୍କଡ ହୋଇଛି । ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ ଓ ଜମ୍ମୁ କାଶ୍ମୀରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନ ବୋଲି ନ୍ୟାସନାଲ ସେଂଟର ଫର ସିସ୍ମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଭକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଦିଲ୍ଲୀ ଏବଂContinue reading “ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ରେକ୍ଟର ସ୍କେଲରେ ୬.୨ ତ୍ରୀବତା ରେକର୍ଡ, ଉତରଭାରତ ସମେତ ଆଫଗାନିସ୍ଥାନ, ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ”

ଫେବୃଆରି ୧ରେ ଅନ୍ତରୀଣ ବଜେଟ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହୋଇପାରେ ଉଦ୍ୟମ,କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଖାସ୍ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖେଇ ଆସୁଛି । କେନ୍ଦ୍ର ସରକାର ଗୋଟିଏ ପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହାପୂର୍ବରୁ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଆସିବ । ଫେବୃଆରୀ ୧ ତାରିଖରେ ଆସିବ ଏହି ଅନ୍ତରୀଣ ବଜେଟ୍ । ନିର୍ବାଚନକୁ ନଜରରେ ରଖି ସାଧାରଣ ଲୋକଙ୍କୁ ଆକର୍ଷିତ କଲାଭଳିି ବଜେଟ୍ ପ୍ରସ୍ତୁତ କରି ପାରନ୍ତି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । କୁହାଯାଉଛି ଏହି ବଜେଟ୍ରେ କିଛି ବଡ ଘୋଷଣା କରିପାରନ୍ତିContinue reading “ଫେବୃଆରି ୧ରେ ଅନ୍ତରୀଣ ବଜେଟ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହୋଇପାରେ ଉଦ୍ୟମ,କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଖାସ୍ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ”

ସୀମା ସୁରକ୍ଷାକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ । ଜେନେରାଲ ମନୋଜ ପାଣ୍ଡେଙ୍କ ସୂଚନା, ଉତର ସୀମାରେ ସ୍ଥିତି ସ୍ଥିର ଥିଲେ ବି ସମ୍ବେଦନଶୀଳ ରହିଛି ଅନେକ ସ୍ଥାନ

କନକ ବ୍ୟୁରୋ : ୨୦୨୪ରେ ଭାରତୀୟ ସେନାରେ ବଡ ପରିବର୍ତନ ହୋଇପାରେ । ସ୍ଥଳସେନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ହେବ । ବୈଷୟିକ ଜ୍ଞାନକୌଶଳକୁ ପ୍ରାଧ୍ୟାନ୍ୟ ଦିଆଯିବ । ଚୀନ ଓ ପାକିସ୍ତାନ ସହ ଭାରତର ସୀମା ବିବାଦ ଜାରି ଭିତରେ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଉତରସୀମାରେ ସ୍ଥିତି ସ୍ଥିର ରହିଛି ତଥାପି କିଛି ସ୍ଥାନ ସମ୍ବେଦନଶୀଳ ରହିଛି । ସ୍ଥିତିକୁ ଦୃଷ୍ଟିରେContinue reading “ସୀମା ସୁରକ୍ଷାକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ । ଜେନେରାଲ ମନୋଜ ପାଣ୍ଡେଙ୍କ ସୂଚନା, ଉତର ସୀମାରେ ସ୍ଥିତି ସ୍ଥିର ଥିଲେ ବି ସମ୍ବେଦନଶୀଳ ରହିଛି ଅନେକ ସ୍ଥାନ”

Design a site like this with WordPress.com
Get started