କନକ ବ୍ୟୁରୋ: ଯାହା ମୁଣ୍ଡ ଉପରେ ଭଗବାନଙ୍କ ଆଶୀର୍ବାଦ ଥିବ, ତାର ବା କେବେ କ୍ଷତି ହୋଉଛି, ଯେ ହେବ । କୁନି ଝିଅ ବିଜୟିନୀକୁ ନେଇ ସମ୍ବଲପୁରରୁ ଆସିଛି ଖୁସି ଖବର । ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ବିଜୟିନୀ ଆଜି ହସ୍ପିଟାଲ ଛାଡିଛି । ସମସ୍ତ ବିଧି ବ୍ୟବସ୍ଥା ଭିତରେ କୁନି ଝିଅଟି ଯେତେବେଳେ ଡାକ୍ତରଖାନା ଛାଡୁଥିଲା, ସେତେବେଳେ ସମସ୍ତଙ୍କ ଆଖି ଛଳଛଳ ହେଉଥିଲା । ଆଉ ଏହାରି ଭିତରେ ବିଜୟିନୀକୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁContinue reading “ବୁର୍ଲା ମେଡିକାଲରୁ ଡିସଚାର୍ଜ ହେଲା ବିଜୟିନୀ: ଶିଶୁ ସୁରକ୍ଷା ଅଧିକାରୀଙ୍କୁ କରାଗଲା ହସ୍ତାନ୍ତର”
Category Archives: News
ସହେନ୍ଦଘେରରେ ଅଭିଯୁକ୍ତ ସୂଚନା ସେଠ । ବୟାନରେ ରହୁନି ତାଳମେଳ,ପୁଲିସ ହାତରେ ଚାଂଚଲ୍ୟକର ତଥ୍ୟ
କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ବର୍ତ୍ତମାନର ସବୁଠୁ ଚର୍ଚ୍ଚିତ ଗୋଆ ହତ୍ୟା ମାମଲାକୁ ନେଇ ସେତିକି ସହେନ୍ଦ ବଢ଼ୁଛି । କେମିତି ହେଲା କୁନି ପୁଅର ହତ୍ୟା? ହତ୍ୟା ପଛରେ ମା’ ସୂୂଚନାଙ୍କ ହାତ ରହିଛି ନା ପରଦା ପଛରେ ଖଳନାୟକ ଆଉ କିଏ? କାହିଁକି ବାରମ୍ବାର ବୟାନ ବଦଳାଉଛନ୍ତି ଅଭିଯୁକ୍ତ? ହତ୍ୟା ମାମଲାକୁ ନେଇ ସୂଚନା ଯେଉଁ ବୟାନ ଦେଉଛନ୍ତି ସେଗୁଡିକ ପାରିପାଶ୍ୱିକ ପରିସ୍ଥିିତି ସହ କାହିଁକି ମେଳ ଖାଉନି । ଯଦିContinue reading “ସହେନ୍ଦଘେରରେ ଅଭିଯୁକ୍ତ ସୂଚନା ସେଠ । ବୟାନରେ ରହୁନି ତାଳମେଳ,ପୁଲିସ ହାତରେ ଚାଂଚଲ୍ୟକର ତଥ୍ୟ”
କୁକୁର ବନ୍ଧ୍ୟାକରଣ ପାଇଁ ପ୍ରସ୍ତୁତି: ବିନା ତଥ୍ୟରେ ଅନ୍ଧାରରେ ବାଡ଼ି ବୁଲାଉଛି ବିଏମସି
କନକ ବ୍ୟୁରୋ: କୁକୁର ବନ୍ଧ୍ୟାକରଣ ପାଇଁ ବିଏମସି ଆଗକୁ ବଢୁଥିବା ବେଳେ ରାଜଧାନୀରେ କେତେ କୁକୁର ଅଛନ୍ତି ତା’ର ହିସାବ ନାହିଁ । କିନ୍ତୁ ଅପରେସନ୍ ଥିଏଟର ପ୍ରସ୍ତୁତ କରାଯାଇଛି, ଏହି କାର୍ଯ୍ୟ ପାଇଁ ଦାୟିତ୍ୱ ମଧ୍ୟ ଦିଆସରିଛି । ହେଲେ ସୁରକ୍ଷିତ ବନ୍ଧ୍ୟାକରଣ ପାଇଁ ଏବେ ବି ଅଧା ରହିଛି ଭିତିଭୂମି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ଏପଟେ ସଂଖୃା ନଜାଣି କେବଳ ଅନୁମାନ ଆଧାରରେ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଥିବାରୁ ବଡ଼Continue reading “କୁକୁର ବନ୍ଧ୍ୟାକରଣ ପାଇଁ ପ୍ରସ୍ତୁତି: ବିନା ତଥ୍ୟରେ ଅନ୍ଧାରରେ ବାଡ଼ି ବୁଲାଉଛି ବିଏମସି”
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ତେଜୁଛି ରାଜନୀତି । ଆରଏସଏସ-ବିଜେପି ଇଭେଂଟ କହି ପ୍ରାଣପ୍ରତିଷ୍ଠାକୁ କାର୍ଯ୍ୟକ୍ରମକୁ କଂଗ୍ରେସର ବୟକଟ,ଜବାବ ରଖିଲା ବିଜେପି
କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଜୋର ଧରିଛି ରାଜନୀତି । ଧର୍ମୀୟ ଭାବନାକୁ ବିଜେପି ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ନେତୃତ୍ୱ ଯୋଗ ଦେବେ ନାହିଁ ବୋଲି ବୁଧବାର ଦଳ ପକ୍ଷରୁ ସ୍ପଷ୍ଟ କରିଥିବା ବେଳେ ଏହାକୁ ନେଇ ରାଜନୀତି ତେଜିଛି । ବିଜେପି ସାଂସଦ ସୁଧାଶୁଂ ତ୍ରିବେଦୀ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏହିContinue reading “ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ତେଜୁଛି ରାଜନୀତି । ଆରଏସଏସ-ବିଜେପି ଇଭେଂଟ କହି ପ୍ରାଣପ୍ରତିଷ୍ଠାକୁ କାର୍ଯ୍ୟକ୍ରମକୁ କଂଗ୍ରେସର ବୟକଟ,ଜବାବ ରଖିଲା ବିଜେପି”
ଫାଇଭ୍-ଟି ଅଧ୍ୟକ୍ଷଙ୍କ ଛାତ୍ରଛାତ୍ରୀଙ୍କୁ ୬ ଗୁରୁମନ୍ତ୍ର: ବଲାଙ୍ଗୀରରେ ସଫଳତାର ସୂତ୍ର କହିଲେ ପାଣ୍ଡିଆନ୍
କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଗସ୍ତ କରି ଆଜି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ବଲାଙ୍ଗୀର, ସଇଁତଳା ଓ କଂଟାବାଂଜିରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଜୀବନରେ ଆଗକୁ ବଢିବା ପାଇଁ କଣ ସବୁ ଆବଶ୍ୟକତା ରହିଛି ଓ କଣ ସବୁ କରିବା ଜରୁରୀ, ତାହା କଲେଜ ପିଲାକୁ ବୁଝାଇଛନନ୍ତି । ଏହାସହ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ସବୁ ଯୋଜନା କରିଛନ୍ତି, ସେଥିରୁ କେଉଁ କାମ କେତେ ବାଟ ଆଗେଇଛି ତାରContinue reading “ଫାଇଭ୍-ଟି ଅଧ୍ୟକ୍ଷଙ୍କ ଛାତ୍ରଛାତ୍ରୀଙ୍କୁ ୬ ଗୁରୁମନ୍ତ୍ର: ବଲାଙ୍ଗୀରରେ ସଫଳତାର ସୂତ୍ର କହିଲେ ପାଣ୍ଡିଆନ୍”
ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ: ପିଲାଙ୍କ କଥା ଶୁଣିଲେ, ଲୋକଙ୍କ ଦୁଃଖ ବୁଝିଲେ
କନକ ବ୍ୟୁରୋ: ରାଜ୍ୟପାଳଙ୍କ ମାରାଥନ ଗସ୍ତ । ଗାଁରୁ ଗାଁ ବୁଲୁଛନ୍ତି, ଲୋକଙ୍କ ସହ ସୁଖଦୁଃଖ ଆଲୋଚନା କରୁଛନ୍ତି । ଏହି କ୍ରମରେ ଆଜି ଗଂଜାମ ଯାଇ ଅଙ୍ଗନବାଡିରେ କୁନି କୁନି ପିଲାଙ୍କ ଅନ୍ନପ୍ରସନ୍ନ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ମାଆ ତାରାତାରିଣୀଙ୍କ ଦର୍ଶନ କରିବା ସହ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଦିନିକିଆ ଗଂଜାମ ଗସ୍ତରେ ଯାଇ ରାଜ୍ୟପାଳ ରଘୁବର ଦାସ ଲୋକଙ୍କୁ ଭେଟିବା ସହ ଛୋଟପିଲାଙ୍କ ସହିତ ବାର୍ତାଳାପ କରିଛନ୍ତି । ସକାଳୁContinue reading “ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ: ପିଲାଙ୍କ କଥା ଶୁଣିଲେ, ଲୋକଙ୍କ ଦୁଃଖ ବୁଝିଲେ”
୧୪ ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ: ୪ ଜିଲ୍ଲାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା
କନକ ବ୍ୟୁରୋ: ୪ଟି ଜିଲ୍ଲା, ୪ଦିନର ଯାତ୍ରା । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ନେଇ ବେଶ ଉତ୍ସାହିତ କଂଗ୍ରେସ ଶିବିର । ଝାରଖଣ୍ଡରୁ ମୟୂରଭଂଜ ଦେଇ ଓଡିଶାରେ ପ୍ରବେଶ କରିବେ ରାହୁଲ । ଏବଂ ଝାରସୁଗୁଡା ଦେଇ ଛତିଶଗଡ ଅଭିମୁଖେ ଯିବେ । ରାହୁଲଙ୍କ ଯାତ୍ରା ଅଧିକରୁ ଅଧିକ ଜନତାଙ୍କୁ ଯୋଡିବା ପାଇଁ ରାଜ୍ୟ କଂଗ୍ରେସ ସ୍ୱତନ୍ତ୍ର ନମ୍ବର ଜାରି କରିଛି । ଏପଟେ ଉଭୟ ବିଜେଡି ଓ ବିଜେପି କହିଛନ୍ତି, ପଡିବନିContinue reading “୧୪ ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ: ୪ ଜିଲ୍ଲାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା”
ମଧ୍ୟାହ୍ନ ଭୋଜନରେ ପାଣିଆ ଡାଲି: ନିମ୍ନମାନର ଡାଲି ଓ ସୋୟାବିନ ଖାଉଛନ୍ତି ଛାତ୍ରଛାତ୍ରୀ, ଅଣ୍ଡା ତରକାରୀ ପାଇଁ ଚାଲିଛି ଅଙ୍କକଷା
କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ଖାଉଛନ୍ତି ନିମ୍ନମାନର ଖାଦ୍ୟ । ଥାଳିରେ ଭାତ ସାଙ୍ଗରେ ପରସା ଯାଉଛି ପାଣିଆ ଡାଲମା ଓ ତରକାରୀ । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ମିଳିବ ଓ ପାଠ ପ୍ରତି ଆଗ୍ରହ ବଢିବ, ଏଭଳି କିଛି ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ ଯେମିିତି ବାଟ ହୁଡିଛି । ପିଲାଙ୍କ ଭାଗ୍ୟ ସହ କେବଳ ଖେଳାଯାଉନାହିଁ । ଏମିତିକି ଯୋଜନା ଯେମିତି ପାଲଟିଯାଇଛି ପ୍ରହସନ । ୫ ଟଙ୍କା ୯୦Continue reading “ମଧ୍ୟାହ୍ନ ଭୋଜନରେ ପାଣିଆ ଡାଲି: ନିମ୍ନମାନର ଡାଲି ଓ ସୋୟାବିନ ଖାଉଛନ୍ତି ଛାତ୍ରଛାତ୍ରୀ, ଅଣ୍ଡା ତରକାରୀ ପାଇଁ ଚାଲିଛି ଅଙ୍କକଷା”
ପରିକ୍ରମା ପ୍ରକଳ୍ପ ପାଇଁ ବଡ ପ୍ରସ୍ତୁତି: ଯଜ୍ଞ ମଣ୍ଡପ ପ୍ରସ୍ତୁତ, ଲୋକାର୍ପଣକୁ ଅପେକ୍ଷା
କନକ ବ୍ୟୁରୋ: ଆସନ୍ତା ୧୭ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ଏହାର ଲୋକର୍ପଣ କରିବେ । ୧୭ତାରିଖ ଅପରାହ୍ନ ୩ଟା ପରେ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗ ବୁଲିପାରିବେ । ସନ୍ଧ୍ୟାରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ସହ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ପ୍ରଦର୍ଶନୀ ହେବ । ଏଥିସହ ପରିକ୍ରମା ପ୍ରକଳ୍ପ ପାଇଁ କେଉଁ ଦିନ କଣ ହେବ ସେଥିପାଇଁ ଆଜି ବସିଥିବା ପରିଚାଳନା କମିଟି ବୈଠକରେ ହୋଇଛି ଚୂଡାନ୍ତContinue reading “ପରିକ୍ରମା ପ୍ରକଳ୍ପ ପାଇଁ ବଡ ପ୍ରସ୍ତୁତି: ଯଜ୍ଞ ମଣ୍ଡପ ପ୍ରସ୍ତୁତ, ଲୋକାର୍ପଣକୁ ଅପେକ୍ଷା”
ଝୁଲନ୍ତା ଅବସ୍ଥାରେ ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର: ସରକାରୀ ବାସଭବନରୁ ମିଳିଲା ଝୁଲନ୍ତା ମୃତଦେହ
କନକ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ବିଡିଓଙ୍କ ମୃତଦେହ ଉଦ୍ଧାର । ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ୨ ମାସ ହେବ ସିମୁଳିଆରେ ନିଯୁକ୍ତି ହୋଇଥିଲେ ବିଶ୍ୱରଞ୍ଜନ । The post ଝୁଲନ୍ତା ଅବସ୍ଥାରେ ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର: ସରକାରୀ ବାସଭବନରୁ ମିଳିଲା ଝୁଲନ୍ତା ମୃତଦେହ firstContinue reading “ଝୁଲନ୍ତା ଅବସ୍ଥାରେ ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର: ସରକାରୀ ବାସଭବନରୁ ମିଳିଲା ଝୁଲନ୍ତା ମୃତଦେହ”