ବ୍ରାଉନସୁଗାର ଡିଲ୍ ବେଳେ ଛାତ୍ରକୁ ମାଡିବସିଲା ଏସଟିଏଫ୍ । ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ଛାତ୍ର ।

କନକ ବ୍ୟୁରୋ: ବ୍ରାଉନସୁଗର ଡିଲ୍ ବେଳେ କଲେଜ ଛାତ୍ରକୁ ମାଡ଼ି ବସିଲା ଏସଟିଏଫ । ଗିରଫ ଅଭିଯୁକ୍ତ ପୁରୀ ଏସସିଏସ କଲେଜ ପିଜି ପ୍ରଥମ ବର୍ଷର ଛାତ୍ର ସୁଜିତ୍ କୁମାର ମହାନ୍ତି । ନିମପଡ଼ା ପେଟ୍ରୋଲ ପମ୍ପ ନିକଟରେ ଚେକିଂ ବେଳେ ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ଜଣକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ । ଗିରଫ ଅଭିଯୁକ୍ତ ନିକଟରୁ ପ୍ରାୟ ୧କେଜି ୮୦ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ବ୍ରାଉନସୁଗରର ମୂଲ୍ୟ ୧କୋଟିContinue reading “ବ୍ରାଉନସୁଗାର ଡିଲ୍ ବେଳେ ଛାତ୍ରକୁ ମାଡିବସିଲା ଏସଟିଏଫ୍ । ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ଛାତ୍ର ।”

ମାଲକାନଗିରିରେ ଉଡିଲା ବିମାନ । ରନୱେରେ ହେଲା ଟ୍ରାଏଲ ରନ୍ । ଆସନ୍ତା ସପ୍ତାହରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ଖୁବ୍ଶୀଘ୍ର ମାଲକାନଗିରିକୁ ବିମାନରେ ଯାଇହେବ । ଏଥିପାଇଁ ସରିଛି ସବୁ ପ୍ରସ୍ତୁତି । ରନୱେରେ ଆଜି ବିମାନ୍ ଟ୍ରାଏଲ ରନିଙ୍ଗ ବି କରିଛି । ଆସନ୍ତା ସପ୍ତାହରେ ନୂଆ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ । The post ମାଲକାନଗିରିରେ ଉଡିଲା ବିମାନ । ରନୱେରେ ହେଲା ଟ୍ରାଏଲ ରନ୍ । ଆସନ୍ତାContinue reading “ମାଲକାନଗିରିରେ ଉଡିଲା ବିମାନ । ରନୱେରେ ହେଲା ଟ୍ରାଏଲ ରନ୍ । ଆସନ୍ତା ସପ୍ତାହରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”

ଶ୍ରୀରାମ ମନ୍ଦିର ଉଦଘାଟନ୍ ପୂର୍ବରୁ ଅଯୋଧ୍ୟା ଯିବେ କଂଗ୍ରେସ ନେତା । ଜାନୁଆରୀ ୧୫ରେ କରିବେ ରାମଲଲ୍ଲାଙ୍କର ଦର୍ଶନ ।

କନକ ବ୍ୟୁରୋ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଅଯୋଧ୍ୟା ଯିବେ କଂଗ୍ରେସ ନେତା । ୟୁପିର କିଛି କଂଗ୍ରେସ ନେତା ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଯାଇ ଭଗବାନ ଶ୍ରୀରାମଙ୍କର ଦର୍ଶନ କରିବେ ବୋଲି ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ, ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ ହେବାକୁ ଥିବାବେଳେ, କଂଗ୍ରେସ ନେତାମାନେ ଏହା ପୂର୍ବରୁ ଜାନୁଆରୀ ୧୫ ତାରିଖରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କର ଦର୍ଶନContinue reading “ଶ୍ରୀରାମ ମନ୍ଦିର ଉଦଘାଟନ୍ ପୂର୍ବରୁ ଅଯୋଧ୍ୟା ଯିବେ କଂଗ୍ରେସ ନେତା । ଜାନୁଆରୀ ୧୫ରେ କରିବେ ରାମଲଲ୍ଲାଙ୍କର ଦର୍ଶନ ।”

ବିଜେଡି-ବିଜେପି ଉପରେ ବର୍ଷିଲେ କଂଗ୍ରେସ ପ୍ରଭାରୀ । କହିଲେ ଦୁଇ ଦଳ ଭିତରେ ଚାଲିଛି ଭିତିରି ବୁଝାମଣା ।

କନକ ବ୍ୟୁରୋ: ନିର୍ବାଚନ ପାଇଁ ଓଡିଶାରେ ବିଜେଡି ଓ ବିଜେପି କରିଛନ୍ତି ବୁଝାମଣା । ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ହୋଇଛି ବୁଝାମଣା । କଂଗ୍ରେସ ପ୍ରଭାରୀ ଅଜୟ କୁମାର ଆଜି ଏହା କହିଛନ୍ତି । ଶାସକ ଦଳ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପ୍ରଭାରୀ କହିଛନ୍ତି, ରାଜ୍ୟରେ ବାହାରି ଶାସନ ଚାଲିଛି । ଅମଲା ଶାସନ ଲୋକଙ୍କ ପାଖରେ ପହଂଚିପାରୁନି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟର ଏକମାତ୍ର ରାଜନୈତିକ ଦଳContinue reading “ବିଜେଡି-ବିଜେପି ଉପରେ ବର୍ଷିଲେ କଂଗ୍ରେସ ପ୍ରଭାରୀ । କହିଲେ ଦୁଇ ଦଳ ଭିତରେ ଚାଲିଛି ଭିତିରି ବୁଝାମଣା ।”

‘ମୁଁ ସବୁ ଆଶା ହରାଇସାରିଲିଣି… ଏବେ ମୋତେ ଜେଲରେ ମରିବାକୁ ଦିଅ’ ବିଚାରପତିଙ୍କ ଆଗରେ କାନ୍ଦି କାନ୍ଦି କହିଲେ ‘ଜେଟ୍ ଏୟାରୱେଜ୍’ ମାଲିକ ନରେଶ ଗୋୟଲ ।

କନକ ବ୍ୟୁରୋ: ମଣିଷର ଜୀବନରେ କେତେବେଳେ କେଉଁ ସ୍ଥିତି ଆସିବ କିଏ ବା କହିବ । କେବେ ପ୍ରାଚୂର୍ଯ୍ୟ ଭିତରେ ବଞ୍ଚୁଥିବା ବ୍ୟକ୍ତିଟିକୁ ପ୍ରତିଟି ମୂହୂର୍ତ୍ତ ବି କଣ୍ଟା ଭଳି ବିଦ୍ଧ କରେ, ଯନ୍ତ୍ରଣା ଦିଏ । ସେ ବଞ୍ଚିବା ଅପେକ୍ଷା ସବୁ ସମୟରେ ମୃତ୍ୟୁକୁ ଖୋଜେ । ଏମିତି କିଛି ଏବେ ଘଟୁଛି ଏୟାର ୱେଜ୍ ମାଲିକ ନରେଶ ଗୋୟଲଙ୍କ ଜୀବନରେ । କାନାଡା ବ୍ୟାଙ୍କ ଦ୍ୱାରା ମନି ଲଣ୍ଡ୍ରିଂ ମାମଲା ଦାଏର ହେବା ପରେContinue reading “‘ମୁଁ ସବୁ ଆଶା ହରାଇସାରିଲିଣି… ଏବେ ମୋତେ ଜେଲରେ ମରିବାକୁ ଦିଅ’ ବିଚାରପତିଙ୍କ ଆଗରେ କାନ୍ଦି କାନ୍ଦି କହିଲେ ‘ଜେଟ୍ ଏୟାରୱେଜ୍’ ମାଲିକ ନରେଶ ଗୋୟଲ ।”

ଚର୍ଚ୍ଚାରେ ପ୍ରଭୁ ଶ୍ରୀରାମଙ୍କ ଦୁଇ ମୁସଲିମ ଭକ୍ତ । ବାରଣାସୀର ନଜନିନ୍ ଓ ନଜମା ଅଯୋଧ୍ୟାରୁ ରାମଜ୍ୟୋତି ନେଇ ପହଞ୍ଚାଇବେ ଏକତା, ଭାଇଚାରାର ବାର୍ତ୍ତା ।

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଭଗବାନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାପୂର୍ବରୁ ଦୁଇ ଜଣ ମୁସଲମାନ ମହିଳା ନଜନିନ୍ ଅନସାରୀ ଓ ନଜମା ପରଭିନ୍ ଗେରୁଆ ପୋଷାକ ପିନ୍ଧି ପତାକା ଧରି ଅଯୋଧ୍ୟାରୁ ‘ରାମଜ୍ୟୋତି’ ଆଣିବାକୁ ଆସିଛନ୍ତି । ଗତକାଲିଠୁ ସେମାନେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କାଶୀର ପାତାଳପୁରୀ ମଠର ମହନ୍ତ ବାଲକ ଦାସ ଏବଂ ଦୋମରାଜ ଓମ୍ ଚୌଧୁରୀ ଏହି ଦୁଇ ମୁସଲିମ ଭକ୍ତଙ୍କୁ ପତାକା ଦେଇContinue reading “ଚର୍ଚ୍ଚାରେ ପ୍ରଭୁ ଶ୍ରୀରାମଙ୍କ ଦୁଇ ମୁସଲିମ ଭକ୍ତ । ବାରଣାସୀର ନଜନିନ୍ ଓ ନଜମା ଅଯୋଧ୍ୟାରୁ ରାମଜ୍ୟୋତି ନେଇ ପହଞ୍ଚାଇବେ ଏକତା, ଭାଇଚାରାର ବାର୍ତ୍ତା ।”

୨୦ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଘରେ ରୁହନ୍ତୁ, ମୁସଲିମ ଭାଇ-ଭଉଣୀଙ୍କୁ ବଦରୁଦ୍ଦିନଙ୍କ ପରାମର୍ଶ । କଡା ଜବାବ ଦେଲା ବିଜେପି ।

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଲ୍ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟର ସଭାପତି ତଥା ସାଂସଦ ବଦରୁଦ୍ଦିନ ଅଜମଲଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି । ସମସ୍ତ ମୁସଲିମଙ୍କୁ ୨୦ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଘରେ ରହିବାକୁ କହିଛନ୍ତି ବଦରୁଦ୍ଦିନ । କେବଳ ଏତିକି ନୁହେଁ ବିଜେପିକୁ ବଡ ଶତ୍ରୁ ବୋଲି ମଧ୍ୟ କହିଛନ୍ତି ବଦରୁଦ୍ଦିନ । ବାରପେଟାରେ ଏକ ଜନସଭାକୁ ସମ୍ବୋଧିତ କରି ବଦରୁଦ୍ଦିନ କହିଛନ୍ତି, ଆମକୁContinue reading “୨୦ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଘରେ ରୁହନ୍ତୁ, ମୁସଲିମ ଭାଇ-ଭଉଣୀଙ୍କୁ ବଦରୁଦ୍ଦିନଙ୍କ ପରାମର୍ଶ । କଡା ଜବାବ ଦେଲା ବିଜେପି ।”

ମାଲକାନଗିରିରୁ ଶୀଘ୍ର ଉଡ଼ିବ ବିମାନ । ପ୍ରସ୍ତୁତ ରନୱେ ଓ ଟର୍ମିନାଲ । ଆସନ୍ତା ସପ୍ତାହରେ ହେବ ଉଦଘାଟନ ।

କନକ ବ୍ୟୁରୋ: ଶୀଘ୍ର ମାଲକାନଗିରିରୁ ଉଡ଼ିବ ବିମାନ । ଏଥିପାଇଁ ପ୍ରସ୍ତୁତ ରନୱେ ଓ ଟର୍ମିନାଲ । କିଛି ସମୟ ପରେ ମାଲକାନଗିରି ବିମାନ ବନ୍ଦରରେ ହେବ ଟ୍ରାଏଲ ରନ୍ । ଆସନ୍ତା ସପ୍ତାହରେ ନୂଆ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୁଚନା ଦେଇଥିଲେ ମାଲକାନଗିରି ଜିଲ୍ଲାପାଳ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ । ମାଲକାନଗିରି ଏୟରପୋର୍ଟ ର ଟ୍ରାଏଲ ରନ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତିContinue reading “ମାଲକାନଗିରିରୁ ଶୀଘ୍ର ଉଡ଼ିବ ବିମାନ । ପ୍ରସ୍ତୁତ ରନୱେ ଓ ଟର୍ମିନାଲ । ଆସନ୍ତା ସପ୍ତାହରେ ହେବ ଉଦଘାଟନ ।”

ଆଖି ବୁଜିଲା ହାତୀ ସଂରକ୍ଷଣକୁ ଆସିଥିବା ଦନ୍ତା । ୨ ଜଣଙ୍କ ଜୀବନ ନେବା ପରେ ଦନ୍ତାକୁ କାବୁ କରିଥିଲା ବନ ବିଭାଗ ।

କନକ ବ୍ୟୁରୋ: ବୌଦ୍ଧରୁ ଉଦ୍ଧାର ହୋଇ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ର ଆସିଥିବା ଦନ୍ତା ହାତୀର ମୃତ୍ୟୁ । ବନ ବିଭାଗ ଦ୍ୱାରା ଏହା ସ୍ଥାନାନ୍ତର ହେବା ପରେ ଆଜି ଭୋର ଆଖି ବୁଜିଛି ଦନ୍ତା ହାତୀ । କଣ୍ଟାମାଳ ଅଞ୍ଚଳରେ ଆତଙ୍କ ଖେଳାଇବା ପରେ ଦନ୍ତାକୁ ବନ ବିଭାଗ କାବୁ କରିଥିଲା । ଏବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ । ତେବେ ଅତ୍ୟଧିକ ନିଶ୍ଚେତକ ଦିଆଯାଇଥିବାରୁ ହାତୀର ମୃତ୍ୟୁ ଘଟିଥିବା ଅନୁମାନContinue reading “ଆଖି ବୁଜିଲା ହାତୀ ସଂରକ୍ଷଣକୁ ଆସିଥିବା ଦନ୍ତା । ୨ ଜଣଙ୍କ ଜୀବନ ନେବା ପରେ ଦନ୍ତାକୁ କାବୁ କରିଥିଲା ବନ ବିଭାଗ ।”

ରାଜଧାନୀରେ ପଥ ଉତ୍ସବ । ବାଘ ନାଚ, ମାଲଖମ୍ବ କୌଶଳ ସହ ନାଚଗୀତରେ ଦୁଲୁକିଲା ରାଜପଥ ।

କନକ ବ୍ୟୁରୋ: ରାଜଧାନୀରେ ପଥ ଉତ୍ସବ । ଇନଫୋସିଟିରୁ ଶିଖରଚଣ୍ଡି ରାସ୍ତାରେ ଚାଲିଛି ପଥ ଉତ୍ସବ । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ ଆଦି ଭିନ୍ନ ଭିନ୍ନ କ୍ରୀଡ଼ା ଓ କୌଶଳ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ, କଳାକାର ଓ ଏସଏଚଜି ଏଥିରେ ଭାଗ ନେଇଛନ୍ତି । ଶୀତୁଆ ସକାଳରେ ଏହି ପଥୋତ୍ସବ ମନ ପ୍ରଫୁଲ୍ଲିତ କରିବା ସାଙ୍ଗକୁ ଏସବୁ ମନୋରଞ୍ଜନ କାର୍ଯ୍ୟକ୍ରମ ମଜା ନେଉଛନ୍ତିContinue reading “ରାଜଧାନୀରେ ପଥ ଉତ୍ସବ । ବାଘ ନାଚ, ମାଲଖମ୍ବ କୌଶଳ ସହ ନାଚଗୀତରେ ଦୁଲୁକିଲା ରାଜପଥ ।”

Design a site like this with WordPress.com
Get started