କନକ ବ୍ୟୁରୋ: ହିଂସା ଭିତରେ ପଡୁଛି ଭୋଟ, ବାଂଲାଦେଶ ନିର୍ବାଚନ ପାଇଁ ସକାଳୁ ସକାଳୁ ଆରମ୍ଭ ହୋଇଛି ମତଦାନ । ଦେଶର ୪୨ହଜାର ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି ୧୧.୯୬ କୋଟି ଭୋଟର । ପ୍ରଧାନମନ୍ତ୍ରୀ ଶେଖ ହସିନା କଡା ସୁରକ୍ଷା ମଧ୍ୟରେ ବୁଥକୁ ଯାଇ ଭୋଟ ଦେଇଛନ୍ତି । ୨୭ଟି ଦଳର ୧୫୦୦ରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଛନ୍ତି । ତେବେ ପ୍ରମୁଖ ବିରୋଧି ଦଳ ବିଏନପି ନିର୍ବାଚନକୁ ବର୍ଜନ କରିବା ସହ ୪୮ଘଣ୍ଟିଆContinue reading “ହିଂସା ଭିତରେ ପଡୁଛି ଭୋଟ । ବାଂଲାଦେଶ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ନିର୍ବାଚନକୁ ବର୍ଜନ କରିଛି ବିରୋଧୀ ବିଏନପି ।”
Category Archives: News
ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ ପରେ ସ୍ୱାଭାବିକ ହେଲା ବସ୍ ଚଳାଚଳ । ଆଶ୍ୱସ୍ତି ହେଲେ ଯାତ୍ରୀ ।
କନକ ବ୍ୟୁରୋ: ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ ହେବାପରେ ସ୍ୱାଭାବିକ ହେଲା ବସ ଚଳାଚଳ । ରାଜ୍ୟର ବିଭିନ୍ନ ସ୍ଥାନରେ ବସ ଚଳାଚଳ ହେଉଥିବାେ ନେଇ ଆସିଲା ଚିତ୍ର । ଗତ ଦୁଇ ତିନି ଦିନ ହେବ ଡ୍ରାଇଭର ସଂଘର ଆନ୍ଦୋଳନୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ । ଏବେ ବସ ଚଳାଚଳ ସ୍ୱାଭାବିକ ହେବା ପରେ ଆଶ୍ୱସ୍ତି ହୋଇଛନ୍ତି ଜନସାଧାରଣ । The post ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ ପରେ ସ୍ୱାଭାବିକ ହେଲାContinue reading “ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ ପରେ ସ୍ୱାଭାବିକ ହେଲା ବସ୍ ଚଳାଚଳ । ଆଶ୍ୱସ୍ତି ହେଲେ ଯାତ୍ରୀ ।”
ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ । ପରେ କଟକ ଜିଲ୍ଲାର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଲେ ଅଶ୍ୱିନୀ ବୈଷ୍ଣବ ।
କନକ ବ୍ୟୁରୋ: ଆଠଗଡ଼ ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶନିବାର ରାତିରେ ଧବଳେଶ୍ୱର ମନ୍ଦିରରେ ପହଞ୍ଚିିବା ପରେ ସେଠାରେ ଥିବା ଗେଷ୍ଟ ହାଉସରେ ରାତ୍ର ଯାପନ କରିଥିଲେ । ଆଜି ସକାଳ ୮ଟା ବେଳେ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ରେଳମନ୍ତ୍ରୀଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ଏହା ପରେ କଟକ ଜିଲ୍ଲାରେContinue reading “ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ । ପରେ କଟକ ଜିଲ୍ଲାର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଲେ ଅଶ୍ୱିନୀ ବୈଷ୍ଣବ ।”
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଶେଷ । ପୁରୀରେ ଭକ୍ତଙ୍କ ପାଇଁ ସୁରକ୍ଷା କଡାକଡି । ପୁରା ସହରକୁ ଜଗିବ ୪ହଜାର ସିସିଟିଭି ।
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପରିକ୍ରମା ପ୍ରକଳ୍ପକୁ ଭବ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଉଛି । ଆସନ୍ତା ୧୪ ତାରିଖରୁ ପରିକ୍ରମା ପ୍ରକଳ୍ପର ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱ ପୁଲିସକୁ ହସ୍ତାନ୍ତର ହେବ । ପୂରା ସହରକୁ ବ୍ଲାକେଟ୍ ସିକ୍ୟୁରିଟିରେ ରଖାଯିବ । ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ସିସିଟିଭି ବଳୟରେ ରହିବ ପୂରା ସହର ।Continue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଶେଷ । ପୁରୀରେ ଭକ୍ତଙ୍କ ପାଇଁ ସୁରକ୍ଷା କଡାକଡି । ପୁରା ସହରକୁ ଜଗିବ ୪ହଜାର ସିସିଟିଭି ।”
କାଳିଆ ପ୍ରେମରେ ଯୁବକ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ହରିୟାଣାରୁ ସାଇକେଲରେ ବାହାରିଛନ୍ତି ପୁରୀ ।
କନକ ବ୍ୟୁରୋ: କାଳିଆ ପ୍ରେମରେ ୨୭ ବର୍ଷୀୟ ଯୁବକ । ସୁଦୁର ହରିୟାଣାରୁ ସାଇକେଲରେ ଯାତ୍ରା କରି ନୀଳଗିରି ଜଗନ୍ନାଥ ମନ୍ଦିରରେ ପହଂଚିଛନ୍ତି ରାଜେଶ କୁମାର । ସାଇକେଲ ଯୋଗେ ଭାରତ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଥିବା ରାଜେଶ ନୀଳଗିରିରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ନୀଳଗିରିରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ପଞ୍ଚଲିଙ୍ଗେଶ୍ୱର, ପୁରୀ ଜଗନ୍ନାଥ ଓ ପରେ ଆନ୍ଧ୍ରପ୍ରଦେଶର ରାମେଶ୍ୱର ଠାକୁରଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି । ସ୍ଥାନୀୟ ଲୋକ ଓ ସାଙ୍ଗସାଥୀମାନେContinue reading “କାଳିଆ ପ୍ରେମରେ ଯୁବକ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ହରିୟାଣାରୁ ସାଇକେଲରେ ବାହାରିଛନ୍ତି ପୁରୀ ।”
ଧାନମଣ୍ଡି ଉପରେ ପଡିଛି ଡ୍ରାଇଭରଙ୍କ ଆନ୍ଦୋଳନର ପ୍ରଭାବ । ମଣ୍ଡିରେ ଧାନ ପଡିରହିଥିବାରୁ ଚିନ୍ତାରେ କଳାହାଣ୍ଡି ଚାଷୀ ।
କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ ନିୟମ ବିରୋଧ କରି ଡ୍ରାଇଭର ସଂଘର ଆନ୍ଦୋଳନର ପ୍ରଭାବ ଧାନମଣ୍ଡି ଉପରେ ପଡ଼ିଛି । କଳାହାଣ୍ଡିର ପ୍ରାୟ ୩ ଲକ୍ଷ କ୍ୱିଣ୍ଟାଲ ଧାନ ମଣ୍ଡି ଗୁଡ଼ିକରେ ପଡ଼ିରହିଛି । ଆଉ ତିନି ଦିନ ଧରି ମଣ୍ଡିଗୁଡ଼ିକ ବନ୍ଦ ରହିବାରୁ ଚାଷୀଙ୍କ ଟୋକନ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କେଉଁ ମଣ୍ଡିରେ ଅଧା ଧାନ ଲୋଡିଂContinue reading “ଧାନମଣ୍ଡି ଉପରେ ପଡିଛି ଡ୍ରାଇଭରଙ୍କ ଆନ୍ଦୋଳନର ପ୍ରଭାବ । ମଣ୍ଡିରେ ଧାନ ପଡିରହିଥିବାରୁ ଚିନ୍ତାରେ କଳାହାଣ୍ଡି ଚାଷୀ । “
ଦାଦନ ଖଟିବାକୁ ଯାଇ ଅଧ ବାଟରେ ସ୍ୱାମୀ ନିଖୋଜ । ୪ ଦିନ ହେବ ଘରେ ପଡିଛି କାନ୍ଦବୋବାଳି ।
କନକ ବ୍ୟୁରୋ: ଆବାସ ଘର ନିର୍ମାଣ ପାଇଁ ସ୍ୱାମୀ ସ୍ତ୍ରୀ ଦାଦନ ଖଟିବାକୁ ଯାଇ ଅଧା ବାଟରେ ନିଖୋଜ ହୋଇଗଲେ ସ୍ୱାମୀ । ଦୁଇ ଦିନ ଧରି ସ୍ୱାମୀଙ୍କୁ ନ ପାଇ ଶେଷରେ ଭୁବନେଶ୍ୱର ଷ୍ଟେସନରୁ ଏକୁଟିଆ ଘରକୁ ଫେରିଛନ୍ତି ସ୍ତ୍ରୀ । ସେପଟେ ନାତି ନାତୁଣୀଙ୍କୁ ଧରି ଘରେ ଥିବା ବୃଦ୍ଧା ବିଧବା ମା’ ପାଖରେ ଖବର ପହଞ୍ଚିବା ପରେ ଚାରି ଦିନ ଧରି ଘରେ ଜଳିନି ଚୁଲି । ଏଭଳି ଏକ ଅଭାବନୀୟ ଘଟଣାContinue reading “ଦାଦନ ଖଟିବାକୁ ଯାଇ ଅଧ ବାଟରେ ସ୍ୱାମୀ ନିଖୋଜ । ୪ ଦିନ ହେବ ଘରେ ପଡିଛି କାନ୍ଦବୋବାଳି ।”
କିଏ ଦିଲ୍ଲୀପ କିଏ ଜ୍ୟୋତିରଞ୍ଜନ… ଡିଏନଏ ଟେଷ୍ଟ ଦୂର କରିବ ଦ୍ୱନ୍ଦ୍ୱ । ହାଇଟେକ ଟ୍ରାଜେଡି ଘଟଣାରେ ଦୁଇ ମୃତକଙ୍କ ପରିଚୟକୁ ନେଇ ଲାଗିରହିଛି ସସପେନ୍ସ ।
କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ମୃତ୍ୟୁ ଘଟଣାରେ ଦୁଇ ମୃତକଙ୍କ ପରିଚୟ ଜାଣିବା ପାଇଁ ଡିଏନଏ ରିପୋର୍ଟକୁ ଅପେକ୍ଷା । ଉଭୟ ଜ୍ୟୋତିରଞ୍ଜନ ଓ ଦିଲ୍ଲୀପ ସାମନ୍ତରାୟଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ରହିଛି । ଗତକାଲି ଦିଲ୍ଲୀପଙ୍କ ମୃତ୍ୟୁ ପରେ ଏଯାବତ ମୃତଦେହ ପୁଲିସ ରଖିଛି । ଶବ ବ୍ୟବଚ୍ଛେଦ ସହ ଡିଏନଏ ଟେଷ୍ଟ ରିପୋର୍ଟ ପରେ ସ୍ପଷ୍ଟ ହେବ, ଶନିବାର ପ୍ରାଣ ହରାଇଥିବା ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତିରଞ୍ଜନ । ଭୁବନେଶ୍ୱର ସ୍ଥିତ ଏମ୍ସContinue reading “କିଏ ଦିଲ୍ଲୀପ କିଏ ଜ୍ୟୋତିରଞ୍ଜନ… ଡିଏନଏ ଟେଷ୍ଟ ଦୂର କରିବ ଦ୍ୱନ୍ଦ୍ୱ । ହାଇଟେକ ଟ୍ରାଜେଡି ଘଟଣାରେ ଦୁଇ ମୃତକଙ୍କ ପରିଚୟକୁ ନେଇ ଲାଗିରହିଛି ସସପେନ୍ସ ।”
ନେତାଜୀଙ୍କୁ ‘ରାଷ୍ଟ୍ରପୁତ୍ର’ ଘୋଷଣା ପାଇଁ ଆବେଦନକୁ ଖାରଜ କଲେ ସୁପ୍ରିମ୍କୋର୍ଟ । ନେତାଜୀଙ୍କ ମହାନତା ବଖାଣିଲେ ସର୍ବୋଚ୍ଚ ନ୍ୟାୟାଳୟ ।
କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ନେତା ଅମର ଅଟନ୍ତି ଏବଂ ତାଙ୍କୁ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ସ୍ୱୀକୃତି ଦେବାର ଆବଶ୍ୟକତା ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍କୋର୍ଟ କହିଛନ୍ତି। ବୋଷଙ୍କୁ ‘ଦେଶର ରାଷ୍ଟ୍ରପୁତ୍ର’ ଘୋଷଣା ପାଇଁ ନିର୍ଦ୍ଦେଶ ଦେବା ଏବଂ ତାଙ୍କ ନିଖୋଜ କିମ୍ବା ମୃତ୍ୟୁ ବିଷୟରେ ସତ ପ୍ରକାଶ ନ କରିବା ପାଇଁ କଂଗ୍ରେସଠାରୁ କ୍ଷମା ପ୍ରାର୍ଥନା ଦାବି ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି। ଦେଶରContinue reading “ନେତାଜୀଙ୍କୁ ‘ରାଷ୍ଟ୍ରପୁତ୍ର’ ଘୋଷଣା ପାଇଁ ଆବେଦନକୁ ଖାରଜ କଲେ ସୁପ୍ରିମ୍କୋର୍ଟ । ନେତାଜୀଙ୍କ ମହାନତା ବଖାଣିଲେ ସର୍ବୋଚ୍ଚ ନ୍ୟାୟାଳୟ ।”
ସମ୍ବଲପୁରରେ ଏନକାଉଣ୍ଟଟର, ଡକାୟତି କରି ଚମ୍ପଟ ମାରୁଥିବାବେଳେ ପୁଲିସର ଫାୟରିଙ୍ଗରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ।
କନକ ବ୍ୟୁରୋ: ସମ୍ବଲପୁର ପୁଲିସର ଏନକାଉଣ୍ଟଟର । ସଦର ଥାନା କେନଘାଟି ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ଜ୍ୟାକବ ରାଜ ନାମକ ଜଣେ ଅଭିଯୁକ୍ତ ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଅଭିଯୁକ୍ତ ଜ୍ୟାକବ ରାଜ ଓ ସହ ଯୋଗୀ ଡକାୟତ କରି ଫେରାର ହେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ପୁଲିସ ସେମାନଙ୍କୁ ଧରିବାକୁ ଯାଇଥିଲା । ପୁଲିସକୁ ଏହି ଗ୍ୟାଙ୍ଗ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା ।Continue reading “ସମ୍ବଲପୁରରେ ଏନକାଉଣ୍ଟଟର, ଡକାୟତି କରି ଚମ୍ପଟ ମାରୁଥିବାବେଳେ ପୁଲିସର ଫାୟରିଙ୍ଗରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ।”