କନକ ବ୍ୟୁରୋ: ପୁଣି ଇତିହାସ ରଚିଲା ଇସ୍ରୋ । ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଂଚିଛି ଆଦିତ୍ୟ ଏଲ୍-ୱାନ । ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ସେହି ସମୟରେ ପହଞ୍ଚିଛି ଭାରତର ସାଟେଇଲାଇଟ୍ । ଏଲ- ୱାନ ପଏଣ୍ଟରେ ୫ ବର୍ଷ ଯାଏଁ ଏହା କାମ କରିବ । ହାଲୋ ଅରବିଟରେ ପ୍ରଦକ୍ଷଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସମ୍ପର୍କରେ ଅଧିକ ଗବେଷଣା ପାଇଁContinue reading “ସୂର୍ଯ୍ୟ ଅଭିଯାନରେ ଇତିହାସ ରଚିଲା ଇସ୍ରୋ । ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ -୧ । ଦେବ ଗୁରୁତ୍ୱପୂର୍ଣ୍ଣ ସୂଚନା ।”
Category Archives: News
ଅଧା ବାଟରେ ଅଟକିଲା ରେଳମନ୍ତ୍ରୀଙ୍କ ଟ୍ରେନ୍ । ଟ୍ରେନରୁ ଓହ୍ଲାଇ ଲୋକଙ୍କ ସମସ୍ୟା ବୁଝିଲେ ଅଶ୍ୱିନୀ ବୈଷ୍ଣବ ।
କନକ ବ୍ୟୁରୋ: ଯେବେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଅଧା ବାଟରେ ଅଟକାଇ ଦିଅନ୍ତି ରେଳ ମନ୍ତ୍ରୀ । ଆଉ ଟ୍ରେନରୁ ଓହ୍ଲାଇ ଲୋକଙ୍କ କଥା ବୁଝନ୍ତି ଅଶ୍ୱିନୀ ବୈଷ୍ଣବ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନପଦର ଗ୍ରାମରୁ ଆସିଛି ଏଭଳି କିଛି ଚିତ୍ର । ରେଳ ଟ୍ରାକ୍ ଊପରେ ରେଳ ଗଡ଼ୁଥିଲା । ରେଳରେ ଥିଲେ ଅଶ୍ୱିନୀ ବୈଷ୍ଣବ । କିନ୍ତୁ ବିନା ଷ୍ଟେସନରେ ଲୋକଙ୍କୁ ଦେଖି ହଠାତ ଅଟକି ଯାଇଥିଲା ରେଳମନ୍ତ୍ରୀଙ୍କ ଟ୍ରେନContinue reading “ଅଧା ବାଟରେ ଅଟକିଲା ରେଳମନ୍ତ୍ରୀଙ୍କ ଟ୍ରେନ୍ । ଟ୍ରେନରୁ ଓହ୍ଲାଇ ଲୋକଙ୍କ ସମସ୍ୟା ବୁଝିଲେ ଅଶ୍ୱିନୀ ବୈଷ୍ଣବ ।”
ନଗଡ଼ାରେ ପୁଣି ଶିଶୁ ଅପପୁଷ୍ଟି ମାମଲା । ନବଜାତ ଶିଶୁର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ନଥିବା ସୂଚନା ।
କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ନଗଡାରେ ପୁଣି ଏକ ନବଜାତ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ନିକଟରେ ନଗଡା ଅଞ୍ଚଳର ଜଣେ ମହିଳା ଏକ ନବଜାତକୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ନଥିଲା । ସ୍ୱାସ୍ଥ୍ୟ ବିଭାଗ ଖବରପାଇ ଶିଶୁଟିକୁ ସୁକିନ୍ଦା ମେଡିକାଲକୁ ଆଣିବାକୁ ଯାଇଥିଲେ । ହେଲେ ତାର ମା’ ଡାକ୍ତରଖାନା ନଯିବାକୁ ଜିଦ୍ ଧରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁରContinue reading “ନଗଡ଼ାରେ ପୁଣି ଶିଶୁ ଅପପୁଷ୍ଟି ମାମଲା । ନବଜାତ ଶିଶୁର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ନଥିବା ସୂଚନା ।”
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରଭାବରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ । ଦିନକରେ ୫୦ ପ୍ରତିଶତ ପେଟ୍ରୋଲ ବିକ୍ରି । ବିଭିନ୍ନ ଟାଙ୍କି ଗୁଡ଼ିକରେ ତେଲ ଶେଷ ।
କନକ ବ୍ୟୁରୋ: ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ସିଧାସଳଖ ପ୍ରଭାବ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ତେଲ ସରିଯିବା ଭୟରେ ଯିଏ ଯେତେ ପାରିଲା, ସେତେ କିଣି ପକାଇଲା । ଫଳରେ ଦିନରେ ୫୦ ପ୍ରତିଶତ ପେଟ୍ରୋଲ ବିକ୍ରି ହୋଇଥିବା ସୂଚନା ମିଳିଛି । ସେହିପରି ଡିଜେଲ ବିକ୍ରି ୨୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସ୍ ଓ ଟ୍ରକ୍ ଚଳାଚଳ ଠପ୍ ପଡ଼ିଯାଇଥିଲା ।Continue reading “ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରଭାବରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ । ଦିନକରେ ୫୦ ପ୍ରତିଶତ ପେଟ୍ରୋଲ ବିକ୍ରି । ବିଭିନ୍ନ ଟାଙ୍କି ଗୁଡ଼ିକରେ ତେଲ ଶେଷ ।”
ଜାନୁଆରୀ ୨୭ରେ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ
କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ।ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ । ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓContinue reading “ଜାନୁଆରୀ ୨୭ରେ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ । ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ”
ପଦାରେ ପଡିଲା ଇଣ୍ଡିଆ ମେଂଟଫାଟ । ଆସନ ଭାଗବଂଟା ପ୍ରସଙ୍ଗରେ ମୁହଁ ମୋଡ଼ି ଦେଲା ଜେଡିୟୁ
କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ସମୟ ପାଖେଇ ପାଖେଇ ଆସୁଛି । ଏହାସହ ରାଜନୈତିକ ଉଷ୍ମତା ବଢ଼ୁଛି । ବିଜେପି ଓ ମୋଦୀଙ୍କୁ ପୁଣି ଥରେ ଗାଦି ଦଖଲରୁ ଅଟକାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ଇଣ୍ଡିଆ ମେଂଟ । ହେଲେ ଏହି ମେଂଟରେ ଏବେ ଭିତିରି କନ୍ଦଳ ପଦାରେ ପଡ଼ିଲାଣି । କାରଣ ଦଳର ନେତାମାନେ ତ କହୁଛନ୍ତି ଆମେ ସାଙ୍ଗରେ ଅଛୁ ବୋଲି, ହେଲେ ଏକାକି ଲଢ଼ିବାକୁ ସଜବାଜ ହେବାର ସଙ୍କେତContinue reading “ପଦାରେ ପଡିଲା ଇଣ୍ଡିଆ ମେଂଟଫାଟ । ଆସନ ଭାଗବଂଟା ପ୍ରସଙ୍ଗରେ ମୁହଁ ମୋଡ଼ି ଦେଲା ଜେଡିୟୁ”
ମଝି ସମୁଦ୍ରରେ ଭାରତୀୟ ନୌସେନାର ପରାକ୍ରମ । ଆରବସାଗରରେ ‘ମାର୍କୋସ କମାଣ୍ଡୋ’ଙ୍କ କମାଲ
କନକ ବ୍ୟୁରୋ : ପୁଣି ଥରେ ପରାକ୍ରମ ଦେଖାଇଛି ଭାରତୀୟ ସେନା । ମଝି ସମୁଦ୍ରରେ ଅପହରଣକାରୀଙ୍କ କବଳରୁ ୧୫ଜଣ ଭାରତୀୟଙ୍କ ସମେତ ୨୧ଜଣ କ୍ରିୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିପାରିଛି ନୌସେନା । ବଳ, ବୁଦ୍ଧି ଖଟାଇ ଜଳଦସ୍ୟୁଙ୍କ କବଳରୁ ୨୧ଜଣଙ୍କୁ ରକ୍ଷା କରିବା ପରେ ଏବେ ସବୁଠି ଭାରତୀୟ ସେନାର ପ୍ରଂଶସା । ଉଦ୍ଧାର ପାଇଥିବା କ୍ରିୟୁ ସଦସ୍ୟଙ୍କ ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଛି । ଜଳଦସ୍ୟୁଙ୍କ କବଳରୁ ସୁରକ୍ଷିତ ଉଦ୍ଧାର ପାଇବାContinue reading “ମଝି ସମୁଦ୍ରରେ ଭାରତୀୟ ନୌସେନାର ପରାକ୍ରମ । ଆରବସାଗରରେ ‘ମାର୍କୋସ କମାଣ୍ଡୋ’ଙ୍କ କମାଲ”
ହଲିଉଡରୁ ଆସିଲା ଦୁଃଖଦ ଖବର । ବିମାନ ଦୁର୍ଘଟଣାରେ ଦୁଇ ଝିଅ, ପାଇଲଟ ସହ ପ୍ରାଣ ହରାଇଲେ ଅଭିନେତା ଖ୍ରୀଷ୍ଟିଆନ ଓଲିଭର
କନକ ବ୍ୟୁରୋ : ବିମାନ ଦୁର୍ଘଟଣାରେ ହଲିଉଡ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ସହ ତାଙ୍କର ଦୁଇ ଝିଅ ଏବଂ ପାଇଲଟଙ୍କ ମୃତ୍ୟୁ ହୋଇଛି । କ୍ରିଷ୍ଟିଆନଙ୍କ ବିମାନ ଉଡାଣ ଭରିବାର କିଛି ସମୟ ପରେ କାରିବେନ ସାଗରରେ ପଡିଯାଇଥିଲା । ଗୋଟିଏ ଇଞ୍ଜିନ ଥିବା ଏକ ଘରୋଇ ବିମାନରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି । ୨୦୦୮ର ଚର୍ଚ୍ଚିତ ଆକ୍ସନ ଏବଂ କମେଡି ଫିଲ୍ମ ‘ସ୍ପିଡ୍ ରେସର’ ଏବଂ ‘ଦ ଗୁଡ ଜର୍ମାନ’Continue reading “ହଲିଉଡରୁ ଆସିଲା ଦୁଃଖଦ ଖବର । ବିମାନ ଦୁର୍ଘଟଣାରେ ଦୁଇ ଝିଅ, ପାଇଲଟ ସହ ପ୍ରାଣ ହରାଇଲେ ଅଭିନେତା ଖ୍ରୀଷ୍ଟିଆନ ଓଲିଭର”
ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଲେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି
କନକ ବ୍ୟୁରୋ: ରାଜ୍ୟରେ ସ୍ଥଗିତ ରହିବ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଇଛି ରାଜ୍ୟ ଡ୍ରାଇଭର ମହାସଂଘ । ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିଛନ୍ତି । ତେବେ କେନ୍ଦ୍ର ସରକାର ଆଣିଥିବା ଆଇନ୍ ସଂପର୍କରେ ଆନ୍ଦୋଳନ ହେବ କି ନାହିଁ ପରବର୍ତି ସମୟରେ ନିଷ୍ପତି ନିଆଯିବ । ଯେହେତୁ ଅନ୍ୟ ରାଜ୍ୟରେContinue reading “ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଲେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି”
ଆଲାକ୍ସା ଏୟାରଲାଇନ୍ସ ବୋଇଂ ବିମାନରେ ଅଘଟଣ । ଉଡାଣର କିଛି ସମୟ ପରେ ଉଡିଗଲା ବିମାନ ଝରକା
କନକ ବ୍ୟୁରୋ : ପଶ୍ଚିମ ଆମେରିକାର ପୋର୍ଟଲାଣ୍ଡର ଆର୍ନ୍ତଜାତୀୟ ବିମାନ ବନ୍ଦରରୁ ଶୁକ୍ରବାର ସନ୍ଧ୍ୟାରେ ଆଲସକା ଏୟାରଲାଇନ୍ସ ବିମାନ ବୋଇଙ୍ଗ୍ ୭୩୭ ମାକ୍ସ-୯ ଉଡାଣ ଭରିଥିଲା । ଏହି ବିମାନଟି ଆମେରିକାର କାର୍ଲିଫର୍ଣ୍ଣିଆର ଓଂଟାରିଓ ଯିବାର ଥିଲା । କିନ୍ତୁ ବିମାନ ଉଡାଣ ଭରିବାର ଗୋଟିଏ ମିନିଟ୍ ପରେ ଏକ ୱିଣ୍ଡୋର କାଚ ଭାଙ୍ଗିଯାଇଥିଲା । ଯାତ୍ରୀମାନେ ବିମାନର ଏକ ଝରକା ଭାଙ୍ଗିଯାଇଥିବା ଜାଣିବା ବେଳରୁ ବିମାନଟି ସ୍ଥଳପୃଷ୍ଟରୁ ୧୬ ହଜାର ୩୨୫ ଫୁଟ ଉଚ୍ଚତାରେ ଥିଲାContinue reading “ଆଲାକ୍ସା ଏୟାରଲାଇନ୍ସ ବୋଇଂ ବିମାନରେ ଅଘଟଣ । ଉଡାଣର କିଛି ସମୟ ପରେ ଉଡିଗଲା ବିମାନ ଝରକା”