କନକ ବ୍ୟୁରୋ : ବର୍ଷରେ ଥରେ ଲୋକସେବା ଭବନ ଉଦ୍ୟାନ ବୁଲିବା ସବୁ ଲୋକଙ୍କର ଇଚ୍ଛା । ଏନେଇ ରାଜ୍ୟ ସରକାର ଆସନ୍ତା କାଲି ରବିବାର ଠାରୁ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୁଲିବାକୁ ଯାଉଛନ୍ତି । ଚଳିତମାସ ପ୍ରତି ଛୁଟିଦିନରେ ଏହି ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇଘଣ୍ଟା ପାଇଁ ଏହି ଉଦ୍ୟାନ ବୁଲିପାରିବେ । The postContinue reading “ଜାନୁଆରୀ ମାସ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ । ଆସନ୍ତା କାଲି ରବିବାର ଠାରୁ ଆରମ୍ଭ”
Category Archives: News
ପର୍ଯ୍ୟଟକ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୁରଭଂଜର ଖାଣ୍ଡିଆ ଜଳପ୍ରପାତ
କନକ ବ୍ୟୁରୋ : ପିକନିକ୍ ଋତୁ ଆସିଲେ ବଣଭୋଜି କରିବାକୁ ମୟୂରଭଂଜ ଜିଲ୍ଲାକୁ ପ୍ରଥମେ ପସନ୍ଦ କରନ୍ତି ପର୍ଯ୍ୟଟକ । ବଣପାହାଡ ଘେଣା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଂଜର ଖାଣ୍ଡିଆ ଜଳପ୍ରପାତ । ସୁଉଚ୍ଚ ପର୍ବତ ମାଳାରୁ କୁଳୁ କୁୁ ନାଦରେ ଝରି ଆସୁଥିବା ଏହି ଜଳପ୍ରପାତର ଦୃଶ୍ୟ ଅନନ୍ୟ । ସବୁଜିମା ଭିତରେ ଜଳପ୍ରପାତ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ଏହି ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ ବଣଭୋଜି କରିବାକୁ ଦୂରଦୂରାନ୍ତରୁ ଆସୁଛନ୍ତିContinue reading “ପର୍ଯ୍ୟଟକ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୁରଭଂଜର ଖାଣ୍ଡିଆ ଜଳପ୍ରପାତ”
ପେଶା ଶିକ୍ଷାଦାନ, ନିଶା ରହିଛି ରଙ୍ଗ ତୁଳୀରେ । ଭଳିକିଭଳି ଚିତ୍ର ଆଙ୍କି ଚର୍ଚ୍ଚାରେ ସୁନାବେଡା ଅଧ୍ୟାପିକା ବିଦ୍ୟୁତପ୍ରଭା ରାଉତ
କନକ ବ୍ୟୁରୋ : ରାତି ପାହିଲେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରନ୍ତି । ଆଉ ଟିକେ ଅବସର ମିଳିଲେ ତୂଳୀରେ ଆଙ୍କି ବସନ୍ତି ଭଳକିଭଳି ଚିତ୍ର ମାନ । ପେନସିଲ ଆର୍ଟରୁ ନେଇ ଅଏଲ ପେଟିଂ, ମଡ଼ର୍ଣ୍ଣ ଆର୍ଟ ସହିତ ବିଭିନ୍ନ ପ୍ରକାରର ମୂର୍ତ୍ତିମାନ ଗଢୁଛନ୍ତି । ଗାଁ ପରିବେଶର ସମସ୍ତ ଚିତ୍ରକୁ ନିଜ ତୂଳୀରେ ସାଉଁଟି ଚିତ୍ର ଆଙ୍କିବାରେ ମଗ୍ନ ହୋଇଯାନ୍ତି ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ରାଉତ । ସୁନାବେଡା ଏଇଏଫରେ ରୁହନ୍ତି ଅଧ୍ୟାପିକା ବିଦ୍ୟୁତପ୍ରଭା । ଶିକ୍ଷାଦାନContinue reading “ପେଶା ଶିକ୍ଷାଦାନ, ନିଶା ରହିଛି ରଙ୍ଗ ତୁଳୀରେ । ଭଳିକିଭଳି ଚିତ୍ର ଆଙ୍କି ଚର୍ଚ୍ଚାରେ ସୁନାବେଡା ଅଧ୍ୟାପିକା ବିଦ୍ୟୁତପ୍ରଭା ରାଉତ”
ଯନ୍ତ୍ରଣା ସାଙ୍ଗକୁ ଦାରିଦ୍ର୍ୟର ତାଡନା । ଗୋଟିଏ ପଟେ ରୁଗଣ ଶାଶୂ , ଅନ୍ୟପଟେ ଶଯ୍ୟାଶାୟୀ ସ୍ୱାମୀ ଯୋଗୁ ବଢୁଛି ଚିନ୍ତା
କନକ ବ୍ୟୁରୋ : ପରିବାର ଜଂଜାଳ । ରୋଗ ଯନ୍ତ୍ରଣାରେ ଛଟପଟ । ତାରି ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ସରୋଜିନୀ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ବର୍ଷ ହେଲା ଯନ୍ତ୍ରଣାସିକ୍ତ ଜୀବନ ଜୀଉଁଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଙ୍ଗାର ଗାଁର ସରୋଜିନୀ ସାହୁ । ନିଜେ ଅସୁସ୍ଥ ଥିବା ବେଳେ ଘରେ ରୁଗଣ ସ୍ୱାମୀ ଓ ଶାଶୁ । ସୁସ୍ଥ କହିଲେ କେବଳ ଘରର ଛୋଟ ଛୁଆContinue reading “ଯନ୍ତ୍ରଣା ସାଙ୍ଗକୁ ଦାରିଦ୍ର୍ୟର ତାଡନା । ଗୋଟିଏ ପଟେ ରୁଗଣ ଶାଶୂ , ଅନ୍ୟପଟେ ଶଯ୍ୟାଶାୟୀ ସ୍ୱାମୀ ଯୋଗୁ ବଢୁଛି ଚିନ୍ତା”
ସୁବର୍ଣ୍ଣପୁରରେ ସୁଧୁରୁନି ଟ୍ରାଫିକ୍ ସମସ୍ୟା । ପ୍ରତିବାଦ ପରେ ବି ନିଆଯାଉନି ପଦକ୍ଷେପ,ଅକାଳରେ ଦୁର୍ଘଟଣାରେ ଯାଉଛି ଜୀବନ
କନକ ବ୍ୟୁରୋ : ଗୋଟିଏ ପଟେ ସଡକ ସୁରକ୍ଷା ସପ୍ତାହ ପାଳନ କର।।ଯାଉଛି । ହେଲେ ଅନ୍ୟ ପଟେ ଚାଲିଯାଉଛି ମୂଲ୍ୟବାନ ଜୀବନ । ଲୋକଙ୍କ ବାରମ୍ବାର ବିରୋଧ ପରେ ବି ସୁଧୁରିପାରୁନି ଟ୍ରାଫିକ୍ ସମସ୍ୟା । ସୁବର୍ଣ୍ଣପୁରରେ ଟ୍ରାଫିକ୍ ସମସ୍ୟା ଯୋଗୁ ବଢୁଛି ଚିନ୍ତା । ସହରରେ ଛୋଟ ବଡ ମିଶି ରହିଛି ୬ଟି ଛକ । ସହର ଦେଇ ଯାଇଛି ୫୭ ନମ୍ବର ଜାତୀୟ ରାଜପଥ । ଦିନକୁ ଦିନ ଗାଡିମୋଟର ସଂଖ୍ୟା ବଢିଚାଲିଥିବାContinue reading “ସୁବର୍ଣ୍ଣପୁରରେ ସୁଧୁରୁନି ଟ୍ରାଫିକ୍ ସମସ୍ୟା । ପ୍ରତିବାଦ ପରେ ବି ନିଆଯାଉନି ପଦକ୍ଷେପ,ଅକାଳରେ ଦୁର୍ଘଟଣାରେ ଯାଉଛି ଜୀବନ”
ମହଙ୍ଗା ଭିତରେ ଶସ୍ତା ହେଉଛି ଦାଦନଙ୍କ ଜୀବନ । ଗଞ୍ଜାମରେ ବଢିଚାଲିଛି ସମସ୍ୟା, ନୂଆବର୍ଷରେ ଗଲାଣି ୫ ଦାଦନଙ୍କ ଜୀବନ
କନକ ବ୍ୟୁରୋ : ଥମୁନି ଦାଦନ ଦୁଃଖ! ସରକାରଙ୍କ ମାଳ ମାଳ ଯୋଜନା । ଗରିବ ମାନଙ୍କୁ ରୋଜଗାରକ୍ଷମ କରାଇବାକୁ ବିଭିନ୍ନ ଯୋଜନା ମାନ କରାଯାଇଛି । ହେଲେ ବହୁ ଗରିବ କିନ୍ତୁ ଏଥିରୁ ଉପକୃତ ହୋଇପାରୁନାହାନ୍ତି । ଗଂଜାମରେ ଦାଦନ ଖଟିବାକୁ ଯାଇ ୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଭଂଜନଗର ଉପଖଣ୍ଡ ବାଲାକିଆରି ଗାଁ । ଗାଁର ଗରିବ ଅସହାୟ ଦିବ୍ୟାଙ୍ଗ ପିତାମ୍ବରଙ୍କ ସ୍ତ୍ରୀ ଗୋଲାପ ବାଙ୍ଗାଲୋର କାମ କରିବାକୁ ଯାଇଥିଲେ । ରୋଗାକ୍ରାନ୍ତContinue reading “ମହଙ୍ଗା ଭିତରେ ଶସ୍ତା ହେଉଛି ଦାଦନଙ୍କ ଜୀବନ । ଗଞ୍ଜାମରେ ବଢିଚାଲିଛି ସମସ୍ୟା, ନୂଆବର୍ଷରେ ଗଲାଣି ୫ ଦାଦନଙ୍କ ଜୀବନ”
ମନ ଖୁସି କରିଦେଲା କୁନି ଝିଅର ଚିଠି । ମାଲିକ ପଠାଇଦେଲେ ଟ୍ରକ ଭର୍ତ୍ତି ଚିପ୍ସ
କନକ ବ୍ୟୁରୋ : ଛୋଟିଆ ଝିଅଟିର ବୟସ ମାତ୍ର ୧୦ ବର୍ଷ । ହେଲେ ତା ହାତ ଲେଖା ଚିଠି କିଛି ଖାସ ଥିଲା । ଆଉ େଇ ଖାସ ଚିଠି ବଦଳରେ କମ୍ପାନୀ ପଠାଇଛି ସରପ୍ରାଇଜ । ଇଏ ସ୍କଟଲ୍ୟାଣ୍ଡ ଏଡିନବର୍ଗର ଘଟଣା । ଏଡିନବର୍ଗରେ ରହୁଥିବା ଏହି ଛୋଟିଆ ଝିଅ ନିକଟକୁ ଗ୍ରେସକୁ ଟେଲର ସ୍ନାକ୍ସ ନାମକ ଏକ ଚିପ୍ସ କମ୍ପାନୀ ଟ୍ରକ ଭର୍ତି କରି ଚିପ୍ସ ପଠାଇଛି, ସେ ବି ପୁରା ମାଗଣାContinue reading “ମନ ଖୁସି କରିଦେଲା କୁନି ଝିଅର ଚିଠି । ମାଲିକ ପଠାଇଦେଲେ ଟ୍ରକ ଭର୍ତ୍ତି ଚିପ୍ସ”
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ଜେ.ଆଇ. ଟି. ଏମ )ର ବାର୍ଷିକ ଉତ୍ସବ (ଫୋନିକ୍ସ ) ଉଦଯାପିତ
କନକ ବ୍ୟୁରୋ : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗୀର ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିଲ । ପୂର୍ବାହ୍ନ ୧୦.୩୦ରେ ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେContinue reading “ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ଜେ.ଆଇ. ଟି. ଏମ )ର ବାର୍ଷିକ ଉତ୍ସବ (ଫୋନିକ୍ସ ) ଉଦଯାପିତ”
ଇତିହାସ ରଚିଲା ଇସ୍ରୋ । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ଏଲ ୧ ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ଏଲ ୧ ।
କନକ ବ୍ୟୁରୋ: ଇତିହାସ ରଚିଲା ଇସ୍ରୋ । ସୂର୍ଯ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଭାରତୀୟ ସାଟେଲାଇଟ୍ ଆଦିତ୍ୟ ଏଲ ୧ । ଏବେ ଭାରତର ଏହି ସାଟେଲାଇଟ୍ ପୃଥିବୀଠାରୁ ଠିକ୍ ଦେଢ ଲକ୍ଷ କିଲୋମିଟର ଦୂରରେ ରହିଛି । ଯାହାକି ଗତ ସେପ୍ଟେମ୍ବର ୨ ତାରିଖରେ ନିଜର ଯାତ୍ରା ଆରମ୍ଭ କରିଥିଲା । ତେବେ ମାତ୍ର ୪ ଶହ କୋଟି ଟଙ୍କାରେ ଆରମ୍ଭ ହେଇଥିବା ଏହି ମିଶନ୍ ଏବେ ଇସ୍ରୋକୁ ଦେଇଛି ବଡ ସଫଳତା ।Continue reading “ଇତିହାସ ରଚିଲା ଇସ୍ରୋ । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ଏଲ ୧ ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ଏଲ ୧ ।”
୯ଦିନ ପରେ ରାଜନୀତିରୁ ହେଲା ମୋହଭଙ୍ଗ । ଅମ୍ବାତି ରାୟୁଡୁ ଛାଡିଲେ ଜଗନମୋହନଙ୍କ ହାତ
କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ମାତ୍ର ୯ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସରେ ଯୋଗ ଦେଇଥିଲେ । ହେଲେ ଏମିତି କଣ ହେଲା ଯେ ମାତ୍ର ୯ ଦିନ ପରେ ସେ ପାର୍ଟି ଛାଡିଛନ୍ତି । ତାଙ୍କର ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତି ଶୁଣି ସମସ୍ତେ ଚକିତ ହୋଇପଡିଛନ୍ତି । ସେ ନିଜେ ଏହି ନିଷ୍ପତି ବାବଦରେ ସମସ୍ତଙ୍କୁ ଜଣାଇଛନ୍ତିContinue reading “୯ଦିନ ପରେ ରାଜନୀତିରୁ ହେଲା ମୋହଭଙ୍ଗ । ଅମ୍ବାତି ରାୟୁଡୁ ଛାଡିଲେ ଜଗନମୋହନଙ୍କ ହାତ”