କନକ ବ୍ୟୁରୋ: ଏଣିିକି ରେଳରେ ଯାଇ ହେବ ଦଶପଲ୍ଲା । ରାଜଧାନୀ, ପୁରୀ ଓ ଭଦ୍ରକ ସହ ଯୋଡି ହେବ ଦଶପଲ୍ଲା । ଆଜି ଦଶପଲ୍ଲା ଷ୍ଟେସନର ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । ଦଶପଲ୍ଲାକୁ ନିୟମିତ ରେଳ ଚଳାଚଳ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନମ୍ବର ୦୮୪୩୦ ଦଶପଲ୍ଲାରୁ ସକାଳ ୬ଟା ୩୦ରେ ବାହାରିବ । ଏହି ଟ୍ରେନ ପୁରୀରେ ପୂର୍ବାହ୍ନ ୧୧ଟା ୧୫ରେContinue reading “ଆଜିଠୁ ରାଜ୍ୟର ରେଳ ମାନଚିତ୍ରରେ ଯୋଡ଼ି ହେବ ଦଶପଲ୍ଲା -ଖୋର୍ଦ୍ଧା । ବଲାଙ୍ଗୀର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିବ ୪ଟି ଟ୍ରେନ୍ ।”
Category Archives: News
ଜଳଦସ୍ୟୁଙ୍କ କବଳରୁ ମୁକୁଳିଲା ଜାହାଜ । ୧୫ ଭାରତୀୟଙ୍କ ସହ ୨୨ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କଲେ ମେରାଇନ୍ କମାଣ୍ଡୋ ।
କନକ ବ୍ୟୁରୋ: ସୋମାଲିଆ ସମୁଦ୍ର ଉପକୂଳରେ ଜଳଦସ୍ୟୁଙ୍କ ଦ୍ବାରା ଅପହୃତ ହୋଇଥିବା ଲାଇବେରିଆର ପଣ୍ୟବାହୀ ଜାହଜ ଏମ୍ଭି ଲିଲା ନରଫୋକ୍କୁ ଉଦ୍ଧାର କରିବାରେ ଭାରତୀୟ ନୌସେନା ସଫଳ ହୋଇଛି। ଏହି ଜାହାଜରେ ୧୫ଜଣ ଭାରତୀୟଙ୍କ ସହିତ ୨୧ ଜଣ କ୍ରୁ ସଦସ୍ୟ ରହିଥିଲେ। ଗୁରୁବାର ଉଦ୍ଧାର ପାଇଁ ଜରୁରୀ ସଂକେତ ପାଇବା ପରେ ଭାରତୀୟ ନୌସେନା ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଅପହରଣ ହୋଇଥିବା ଅଞ୍ଚଳକୁ ଆଇଏନଏସ ଚେନ୍ନାଇ ଜାହାଜକୁ ପଠାଯାଇଥିଲା। ନୌସେନାର ମେରାଇନ କମାଣ୍ଡୋContinue reading “ଜଳଦସ୍ୟୁଙ୍କ କବଳରୁ ମୁକୁଳିଲା ଜାହାଜ । ୧୫ ଭାରତୀୟଙ୍କ ସହ ୨୨ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କଲେ ମେରାଇନ୍ କମାଣ୍ଡୋ ।”
ଆଜିଠୁ ଗାଁ ଗାଁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ପ୍ରତ୍ୟେକ ଘରୁ ସଂଗ୍ରହ ହେବ ଗୁଆ, ଚାଉଳ, ସାରା ରାଜ୍ୟ ହେବ ଜଗନ୍ନାଥ ମୟ ।
କନକ ବ୍ୟୁରୋ: ଆଜିଠୁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ରାଜ୍ୟର ସମସ୍ତ ପଂଚାୟତ, ବିଜ୍ଞାପିତ ଅଂଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଅରୁଆ ଚାଉଳ, ଗୁଆ ଓ ନଡିଆ ସଂଗ୍ରହ କରାଯିବ । ଆଜି ପ୍ରଥମ ଦିନରେ ପୁରୀ ସହରର ସଦର ବ୍ଲକ, ୨୫ ନମ୍ବର ଜୋନ୍ର ତଲଜଂଘ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ୍ର ଗୋପୀନାଥପୁର ଓ କାଶୀ ହରିପୁର, ୨୭ ନମ୍ବର ଜୋନ୍ର ବାଲିପୁଟ ଓ ରାଏଗୋରଡାContinue reading “ଆଜିଠୁ ଗାଁ ଗାଁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ପ୍ରତ୍ୟେକ ଘରୁ ସଂଗ୍ରହ ହେବ ଗୁଆ, ଚାଉଳ, ସାରା ରାଜ୍ୟ ହେବ ଜଗନ୍ନାଥ ମୟ ।”
କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ଦିଲ୍ଲୀପ? ଡାକ୍ତରଖାନା କର୍ତ୍ତୃପକ୍ଷ ଓ ସିଇଓଙ୍କ କଥାରେ ରହୁନି ତାଳମେଳ । ବିବାଦ, ପ୍ରଶ୍ନର ପାହାଡ ।
କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ଜୀବନ ଯାଇଛି । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁୁଥିବା ବ୍ୟକ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ୩ଟାରୁ ୩ଟା ୩୦ ମଧ୍ୟରେ ଜୀବନ ଯାଇଛି । ଏନେଇ ହସ୍ପିଟାଲ କର୍ତ୍ତର୍ୃପକ୍ଷ ସୂଚନା ଦେଇଛନ୍ତି । ମୃତ୍ୟୁ ଦ୍ୱନ୍ଦ୍ୱକୁ ନେଇ ଗତକାଲି ଦିନ ତମାମ ହାଇଟେକ୍ ହସ୍ପିଟାଲରେ ଉତେଜନା ଦେଖିବାକୁ ମିଳିଥିଲା । ଦୁର୍ଘଟଣାରେ ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କContinue reading “କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ଦିଲ୍ଲୀପ? ଡାକ୍ତରଖାନା କର୍ତ୍ତୃପକ୍ଷ ଓ ସିଇଓଙ୍କ କଥାରେ ରହୁନି ତାଳମେଳ । ବିବାଦ, ପ୍ରଶ୍ନର ପାହାଡ ।”
ଆଜିଠୁ ବିଏସକେୱାଇ୍-ନବୀନ କାର୍ଡର ପଞ୍ଜିକରଣ । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ହିତାଧିକାରୀ ।
କନକ ବ୍ୟୁରୋ: ଆଜିଠୁ ବିଏସକେୱାଇ-ନବୀନ କାର୍ଡର ପଞ୍ଜିକରଣ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ହିତାଧିକାରୀ । ମୋ ସେବା କେନ୍ଦ୍ରରେ ବିନା ଦେୟରେ ପଞ୍ଜିକରଣ କରିପାରିବେ ହିତାଧିକାରୀ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସକେୱାଇନବୀନ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଜରିଆରେ ଜଣେ ବ୍ୟକ୍ତି ଆବେଦନ କରିପାରିବେ । ଅଫଲାଇନ୍ ବ୍ୟବସ୍ଥାରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ଏଥିପାଇଁ ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମContinue reading “ଆଜିଠୁ ବିଏସକେୱାଇ୍-ନବୀନ କାର୍ଡର ପଞ୍ଜିକରଣ । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ହିତାଧିକାରୀ ।”
ଗଞ୍ଜାମ ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା । ହରିଣ ସିଂଘ, ଗୋଳାବାରୁଦ ସହ ୪ ଶିକାରୀ ଗିରଫ ।
କନକ ବ୍ୟୁରୋ: ଗଞ୍ଜାମ ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା । ଦୁଇଟି ହରିଣ ସିଂଘ ଦୁଇଟି ବନ୍ଧୁକ ୧୨୫ଟି ଗୁଳି ସହ ୪ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଭଲିଆ ମଲ୍ଲିକ, ବୃନ୍ଦାବନ ମଲ୍ଲିକ, ଶଙ୍କର ପ୍ରଧାନ ଓ ପୂର୍ଣ୍ଣ ଗୌଡ । ଅଭିଯୁକ୍ତ ମାନଙ୍କ ନାଁରେ ପୂର୍ବରୁ ବହୁ ମାମଲା ରହିଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ନେଇ ବ୍ରହ୍ମପୁର ଏସପିଙ୍କ ପକ୍ଷରୁ ସୂଚନା ଦିଆଯାଇଛିContinue reading “ଗଞ୍ଜାମ ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା । ହରିଣ ସିଂଘ, ଗୋଳାବାରୁଦ ସହ ୪ ଶିକାରୀ ଗିରଫ ।”
ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ୧ । ଇସ୍ରୋରେ ଭିନ୍ନ ଉତ୍ସାହ ।
କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ସଫଳତା ପରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଭାରତର ପ୍ରଥମ ସୌରଯାନ । ନିର୍ଦ୍ଧାରିତ କକ୍ଷପଥ ଲାଗ୍ରାଞ୍ଜ ପଏଂଟରେ ଆଦିତ୍ୟ ଏଲ୧କୁ କରାଯିବ ଅବସ୍ଥାପିତ । ଏନେଇ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନରୁ ସୂର୍ଯ୍ୟ ଉପରେ ଗବେଷଣା କରିବ ଆଦିତ୍ୟ ଏଲ ୱାନ । ୨୦୨୩ ସେପ୍ଟେମ୍ବର ୨ତାରିଖରେContinue reading “ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ୧ । ଇସ୍ରୋରେ ଭିନ୍ନ ଉତ୍ସାହ ।”
୨୦୨୪ରେ ରାଜ୍ୟରେ ୧୩ ଲକ୍ଷ ନୂଆ ଭୋଟର । ଯୁବ ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୫ ହଜାର । ନିର୍ବାଚନରେ ନେଇପାରନ୍ତି ନିର୍ଣ୍ଣାୟକ ଭୂମିକା ।
କନକ ବ୍ୟୁରୋ: ଯୁବ ଭୋଟ କାହା ପାଖକୁ ଯିବ । ମୋଦୀ, ନବୀନ ନା କଂଗ୍ରେସ । ଯାହାକୁ ନେଇ ଅନେକ କାର୍ଯ୍ୟକ୍ରମ କରୁଛନ୍ତି ରାଜନୈତିକ ଦଳ । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ଯ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କାରଣ ଦେଶରେ ହେଉଛନ୍ତୀ ୪୦ କୋଟି ଯୁବ ଭୋଟର । ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ପକ୍ଷରୁContinue reading “୨୦୨୪ରେ ରାଜ୍ୟରେ ୧୩ ଲକ୍ଷ ନୂଆ ଭୋଟର । ଯୁବ ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୫ ହଜାର । ନିର୍ବାଚନରେ ନେଇପାରନ୍ତି ନିର୍ଣ୍ଣାୟକ ଭୂମିକା ।”
ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା । ଆପ୍, କଂଗ୍ରେସ ପରେ ଆସନ ଭାଗବଣ୍ଟା ନେଇ ଆଡେଇଗଲା ଜେଡିୟୁ ।
କନକ ବ୍ୟୁରୋ: କଂଗ୍ରେସକୁ ମୁହଁ ମୋଡ଼ିଦେଲା ନୀତୀଶ କୁମାରଙ୍କ ଜେଡିୟୁ । ଇଣ୍ଡିଆ ମେଂଟରେ ଆସନ ବୁଝାମଣାକୁ ନେଇ ଜେଡିୟୁ କହିଛି, ବିହାରରେ କଂଗ୍ରେସ ସହ ଆସନ ବୁଝାମଣା କରିବ ନାହିଁ । ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏହି ଦଳ ଲୋକସଭା ନିର୍ବାଚନରେ ରାଜ୍ୟରେ ସର୍ବନିମ୍ନ ୧୬ଟି ଆସନରେ ଲଢିବ ବୋଲି ନିଷ୍ପତ୍ତି ନେଇଛି । ତେଣୁ କଂଗ୍ରେସ ସହ ଆସନ ବୁଝାମଣା ବାବଦରେ କଥା ହେବାର ନାହିଁ ବୋଲି ଦଳର ନେତା ତଥା ମନ୍ତ୍ରୀ ସଂଜୟContinue reading “ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା । ଆପ୍, କଂଗ୍ରେସ ପରେ ଆସନ ଭାଗବଣ୍ଟା ନେଇ ଆଡେଇଗଲା ଜେଡିୟୁ ।”
ବାଂଲାଦେଶରେ ରାଜନୈତିକ ହିଂସା । ଟ୍ରେନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ୫ଜଣଙ୍କ ମୃତ୍ୟୁ, ଅନେକ ଆହତ । ଟ୍ରେନରେ ଭାରତୀୟ ଯାତ୍ରୀ ଥିବା ସୂଚନା ।
କନକ ବ୍ୟୁରୋ: ବାଂଲାଦେଶରେ ଟ୍ରେନରେ ନିଆଁ ଲାଗି ୫ଯାତ୍ରୀ ମୃତ । ଶୁକ୍ରବାର ରାତିରେ ବାଂଲାଦେଶର ବେନାପୋଲ ଏକ୍ସପ୍ରେସରେ ନିଆଁ ଲାଗି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ୪ଟି ବଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଟ୍ରେନଟି ଜେସୋର ସହରରୁ ରାଜଧାନୀ ଢାକାକୁ ଆସୁଥିବା ବେଳେ ଏଭି ଅଘଟଣ ଘଟିଛି । ଆସନ୍ତାକାଲି ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ବିରୋଧି ଦଳ ନିର୍ବାଚନକୁContinue reading “ବାଂଲାଦେଶରେ ରାଜନୈତିକ ହିଂସା । ଟ୍ରେନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ୫ଜଣଙ୍କ ମୃତ୍ୟୁ, ଅନେକ ଆହତ । ଟ୍ରେନରେ ଭାରତୀୟ ଯାତ୍ରୀ ଥିବା ସୂଚନା ।”