ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ଆମ୍ ଆଦମୀ ପାର୍ଟି । ଜେଲରୁ ନାମାଙ୍କନ ଭରିବେ ସଂଜୟ ସିଂ

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟି ତରଫରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଳୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ତାଙ୍କୁ ସୁଶିଲ କୁମାର ଗୁପ୍ତାଙ୍କ ସ୍ଥାନରେ ଟିକେଟ ଦିଆଯାଇଛି । ଏହା ସହ ପାର୍ଟି ତରଫରୁ ପୁଣିଥରେ ସଂଜୟ ସିଂଙ୍କ ଉପରେ ଭରଶା କରାଯାଇଛି । ସଂଜୟ ସିଂ ଆପ୍ ଟିକେଟରୁ ପୁଣିଥରେ ରାଜ୍ୟସଭା ପ୍ରାର୍ଥୀ ହେବ । ଏନେଇ କୋର୍ଟ ମଧ୍ୟ ଅନୁମତିContinue reading “ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ଆମ୍ ଆଦମୀ ପାର୍ଟି । ଜେଲରୁ ନାମାଙ୍କନ ଭରିବେ ସଂଜୟ ସିଂ”

ଜେଲରେ ବନ୍ଦ ଥିବା ଆପ୍ ନେତା ସଂଜୟ ସିଂଙ୍କୁ ବଡ ଆଶ୍ୱସ୍ତି । ଏହି କାର୍ଯ୍ୟ ପାଇଁ କୋର୍ଟ ଦେଲେ ଅନୁମତି

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଆମ୍ ଆଦମୀ ପାର୍ଟି ତରଫରୁ ସଂଜୟ ସିଂ ପୁଣିଥରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇପାରିବେ । କାରଣ ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ରାୱଜ ଏଭିନ୍ୟୁ କୋର୍ଟ ଫର୍ମରେ ହସ୍ତାକ୍ଷର କରିବାକୁ ସଂଜୟଙ୍କୁ ଅନୁମତି ଦେଇଛନ୍ତି । ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନContinue reading “ଜେଲରେ ବନ୍ଦ ଥିବା ଆପ୍ ନେତା ସଂଜୟ ସିଂଙ୍କୁ ବଡ ଆଶ୍ୱସ୍ତି । ଏହି କାର୍ଯ୍ୟ ପାଇଁ କୋର୍ଟ ଦେଲେ ଅନୁମତି”

ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ଅଫିସ ଫାଟକ ସମ୍ମୁଖରେ ଅଳିଆ ପକାଇ ବିକ୍ଷୋଭ ।

କନକ ବ୍ୟୁରୋ: ଉମରକୋଟ ପୌର କାର୍ଯ୍ୟାଳୟ ଆଗରେ ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ମାସିକ ଦରମାରେ ଅନିୟମିତତା, ଦରମାରୁ କଟୁଥିବା ଇପିଫଓର ପ୍ରମାଣ, ସେପ୍ଟି ବୁଟ୍ ଓ ଗ୍ଲୋବସ ଯୋଗାଇଦେବା ଦାବିରେ ୪ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ସେମାନଙ୍କ ଦାବି ପୂରଣ ନହେବାରୁ ଆଜି ଅଫିସ୍ ଫାଟକ ଅମ୍ମୁଖରେ ଅଳିଆ ପକାଇ ଆନ୍ଦୋଳନ କରିଛନ୍ତି ସଫେଇ କର୍ମୀ । ୪ ଦିନ ଧରି ଉମରକୋଟ ସହରରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦContinue reading “ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ଅଫିସ ଫାଟକ ସମ୍ମୁଖରେ ଅଳିଆ ପକାଇ ବିକ୍ଷୋଭ ।”

ପୁରୀରେ ମୁଖ୍ୟ ଶାସନ ସଚିବ । ଶ୍ରୀଦାଣ୍ଡ, ଶ୍ରୀସେତୁ ନିକଟରେ ଥିବା ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନର କଲେ ସମୀକ୍ଷା ।

କନକ ବ୍ୟୁରୋ: ପୁରୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଶ୍ରୀଦାଣ୍ଡ ଓ ଶ୍ରୀସେତୁ ନିକଟରେ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନ୍ର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପୂର୍ତ ସଚିବଙ୍କ ସହ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହାସହ ସମଙ୍ଗରେ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ ମଧ୍ୟ କରିଛନ୍ତି । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିବାକୁ ଥିବା ସମସ୍ତ ଯାତ୍ରୀଙ୍କ ଗାଡ଼ି ସେଠାରେ ପାର୍କିଂContinue reading “ପୁରୀରେ ମୁଖ୍ୟ ଶାସନ ସଚିବ । ଶ୍ରୀଦାଣ୍ଡ, ଶ୍ରୀସେତୁ ନିକଟରେ ଥିବା ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନର କଲେ ସମୀକ୍ଷା ।”

ପାରାଦୀପ ତୈଳ ପରିବହନ କର୍ମଚାରୀ ସଂଘର ପ୍ରତିବାଦ । ହିଟ୍ ଆଣ୍ଡ୍ ରନ୍ ଆଇନ ପ୍ରତ୍ୟାହାର କରିବାକୁ ଦାବି ।

କନକ ବ୍ୟୁରୋ: ପାରାଦୀପ ଇଣ୍ଡିଆନ୍ ଅଏଲ୍ ଟର୍ମିନାଲ ଠାରେ ପାରାଦୀପ ତୈଳ ପରିବହନ କର୍ମଚାରୀ ସଂଘର ପ୍ରତିବାଦ । ଏହି ପ୍ରତିବାଦ ସଭାରେ ତୈଳ ପରିବହନ କରୁଥିବା ଶତାଧିକ ଡ୍ରାଇଭର ମାନେ ସାମିଲ ହୋଇଛନ୍ତି । ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ୟାହାର ଦାବିରେ ଏହି ଆନ୍ଦୋଳନ ଜାରି ରହିଛି । ଡ୍ରାଇଭର ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ପ୍ରତିବାଦ ସ୍ୱର ଉଠିଥିବା ବେଳେ ପାରାଦୀପର ବିଭିନ୍ନ ତୈଳ ଡିପୁର ଡ୍ରାଇଭର ସଂଘ ପକ୍ଷରୁ ଏଭଳିContinue reading “ପାରାଦୀପ ତୈଳ ପରିବହନ କର୍ମଚାରୀ ସଂଘର ପ୍ରତିବାଦ । ହିଟ୍ ଆଣ୍ଡ୍ ରନ୍ ଆଇନ ପ୍ରତ୍ୟାହାର କରିବାକୁ ଦାବି ।”

ତୀବ୍ର ହେଉଛି ଡ୍ରାଇଭରଙ୍କ ଆନ୍ଦୋଳନ । କଟକ ବସ ଟର୍ମିନାଲରେ ହନ୍ତସନ୍ତ ଯାତ୍ରୀ ।

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ଜାରି ରହିଛି ଡ୍ରାଇଭର ଆନ୍ଦୋଳନ । ଗତକାଲି ପ୍ରଥମ ଦିନରେ ଏହାର ଏତେଟା ପ୍ରଭାବ ପଡ଼ିନାହିଁ । କିନ୍ତୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇପାରନ୍ତି । ଆସନ୍ତାକାଲିଠାରୁ ଏହି ଆନ୍ଦୋଳନ ଜୋରଦାର ହେବାକୁ ଥିବା ବେଳେ ଆଜିଠୁ କଟକ ବସ୍ ଟର୍ମିନାଲରେ ଏହାର ପ୍ରଭାବ ପଡ଼ିଲାଣି । ଆଜି ଟର୍ମିନାଲକୁ ଆସିଛି କମ୍ ସଂଖ୍ୟକ ବସ୍ । ଫଳରେ ଆଜି ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳକୁContinue reading “ତୀବ୍ର ହେଉଛି ଡ୍ରାଇଭରଙ୍କ ଆନ୍ଦୋଳନ । କଟକ ବସ ଟର୍ମିନାଲରେ ହନ୍ତସନ୍ତ ଯାତ୍ରୀ ।”

ଇରାନକୁ ବଡ଼ ଝଟକା :  ଆମେରିକାର ଏୟାର ଷ୍ଟ୍ରାଇକରେ କମାଣ୍ଡର ଆବୁ ତାକୱା ନିହତ

ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଇରାନର ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରଥମେ ତାଙ୍କ ଦେଶରେ ଆତଙ୍କବାଦୀ ଆକ୍ରମଣ ଏବଂ ପରେ ପଡୋଶୀ ଦେଶ ଇରାକରୁ ତାଙ୍କୁ ଆଉ ଏକ ଖରାପ ଖବର ମିଳୁଛି । ତାଙ୍କର ଜଣେ ବରିଷ୍ଠ କମାଣ୍ଡର ଇରାକରେ ପ୍ରାଣ ହରାଇଛନ୍ତି । ଆବୁ ତାକୱା ନାମକ ଏହି କମାଣ୍ଡରକୁ ଇରାନ ଆଖିବୁଜି ସମର୍ଥନ କରୁଥିଲା । ମାତ୍ର ଦୁଇ ଦିନ ପୂର୍ବେ ଘଟିଥିବା ଆତଙ୍କବାଦୀ ଆକ୍ରମଣର କ୍ଷତ ଶୁଖିନଥିବା ବେଳେContinue reading “ଇରାନକୁ ବଡ଼ ଝଟକା :  ଆମେରିକାର ଏୟାର ଷ୍ଟ୍ରାଇକରେ କମାଣ୍ଡର ଆବୁ ତାକୱା ନିହତ”

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ହସ୍ପିଟାଲ ଆଗରେ କାନ୍ଦି କାନ୍ଦି ସ୍ୱାମୀଙ୍କ ମୃତଦେହ ମାଗୁଛନ୍ତି ଜ୍ୟୋତିଙ୍କ ପତ୍ନୀ । ବଢିଲା ଉତ୍ତେଜନା ।

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ଆଗରେ ଏକାଠି ହୋଇଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର । ଯାହାଙ୍କ ପାଇଁ ସେମାନେ ୮ ଦିନ ହେଲା ହସ୍ପିଟାଲରେ ପଡି ରହିଥିଲେ, କେବେ ଭେଣ୍ଟିିଲେଟରରୁ ବାହାରିବେ, ସୁସ୍ଥ ହୋଇ ବାହାରକୁ ଆସିବେ ଚାହିଁ ରହିଥିଲେ । ସେହି ଜ୍ୟୋତିରଞ୍ଜନ ଯେତେବେଳେ ମୃତ ବୋଲି ଶୁଣୁଛନ୍ତି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀରContinue reading “ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ହସ୍ପିଟାଲ ଆଗରେ କାନ୍ଦି କାନ୍ଦି ସ୍ୱାମୀଙ୍କ ମୃତଦେହ ମାଗୁଛନ୍ତି ଜ୍ୟୋତିଙ୍କ ପତ୍ନୀ । ବଢିଲା ଉତ୍ତେଜନା ।”

ସୋମାଲିଆ ତଟ ପାଖରୁ ହାଇଜାକ ହେଲା ଜାହାଜ ‘ଲୀଳା’, ୧୫ ଭାରତୀୟଙ୍କୁ ବଞ୍ଚାଇବାକୁ ବାହାରିଲା ଆଇଏନଏସ ଚେନ୍ନାଇ ।

କନକ ବ୍ୟୁରୋ : ସୋମାଲିଆ ନିକଟରୁ ଅପହୃତ ହୋଇଥିବା ଜାହାଜ ଏମଭି ଲୀଳା ନରଫ୍ଲକକୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଅପରେସନ ଆରମ୍ଭ କଲା ଭାରତୀୟ ନୌସେନା । ହାଇଜାକ ହୋଇଥିବା ଜାହାଜକୁ ଉଦ୍ଧାର ପାଇଁ ଆଇଏନଏସ ଚେନ୍ନାଇକୁ ପଠାଇଛି ଭାରତୀୟ ନୌସେନା । ହାଇଜାକ ହୋଇଥିବା ଜାହାଜର ଚାଳକ ଦଳରେ ୧୫ ଜଣ ଭାରତୀୟ ରହିଛନ୍ତି । କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ଆଇଏନଏସ ଚେନ୍ନାଇ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ଆଗକୁ ବଢୁଛିContinue reading “ସୋମାଲିଆ ତଟ ପାଖରୁ ହାଇଜାକ ହେଲା ଜାହାଜ ‘ଲୀଳା’, ୧୫ ଭାରତୀୟଙ୍କୁ ବଞ୍ଚାଇବାକୁ ବାହାରିଲା ଆଇଏନଏସ ଚେନ୍ନାଇ ।”

୨୪ ଘଣ୍ଟା ପରେ ବି କମୁନି ବାୟୁ ପ୍ରଦୂଷଣ । ଅନୁଗୁଳ ଓ ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ ଏବେବି ସାଂଘାତିକ।

କନକ ବ୍ୟୁରୋ: ରାଜ୍ୟରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଭିତରକୁ ଆସିପାରି ନାହିଁ । ୨୪ ଘଂଟା ପରେ ମଧ୍ୟ ଅନୁଗୁଳ ଓ ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ ଅତି ସାଂଘାତିକ ସ୍ତରରେ ରହିଛି । ଗତକାଲି ଅନୁଗୁଳରେ ୩୪୦ ଅର୍ଥାତ ଭେରି ପୋର ଥିବା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୩୦୪ ଓ କଟକରେ ପ୍ରଦୂଷଣ ମାତ୍ର ୨୮୪ ସହ ପୋର ରହିଛି । ରାଜ୍ୟରେ ଅନୁଗୁଳ ସହରର ବାୟୁ ପ୍ରଦୂଷଣ ଚରମ ସୀମାରେContinue reading “୨୪ ଘଣ୍ଟା ପରେ ବି କମୁନି ବାୟୁ ପ୍ରଦୂଷଣ । ଅନୁଗୁଳ ଓ ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ ଏବେବି ସାଂଘାତିକ।”

Design a site like this with WordPress.com
Get started