କନକ ବ୍ୟୁରୋ: ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୨ ଜଣ ବ୍ୟକ୍ତି ଏହି ଭାରିଆଣ୍ଟରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ୨ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ଜଣାପଡିଛି । ତେବେ ଚଳିତ ବର୍ଷ ରାଜ୍ୟରେ କରୋନା ଜନିତ ମୃତ୍ୟୁ ନେଇ କୌଣସି ଘଟଣା ଏଯାଏଁ ଘଟିନାହିଁ । ଯଦି ଏଭଳି ଅଭିଯୋଗ ଆସେ ,Continue reading “ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ । ଜେଏନ୍ .୧ ରେ ଆକ୍ରାନ୍ତ ୨ ଜଣ ଚିହ୍ନଟ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।”
Category Archives: News
‘ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କରିବେ, ମୁଁ କ’ଣ ସେଠି ତାଳି ମାରିବି?…ଅଯୋଧ୍ୟା ନଯିବାକୁ ଘୋଷଣା କଲେ ପୁରୀ ଶଙ୍କରାଚାର୍ଯ୍ୟ ।
କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ସମାରୋହକୁ ଐତିହାସିକ ବନାଇବାକୁ ଉତ୍ତରପ୍ରଦେଶ ସରକାର ଓ ଅଯୋଧ୍ୟା ପ୍ରଶାସନ ପୁରା ଦମରେ ଲାଗିଛନ୍ତି । ଶ୍ରୀରାମ ମନ୍ଦିରର ପ୍ରଥମ ମହଲା ସମ୍ପୂର୍ଣ୍ଣ ହୋଇଥିବାବେଳେ ଏବେ ଏହାକୁ ସଜ୍ଜିତ କରାଯାଉଛି । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟ ଯଜମାନ ଭାବେ ଚୟନ କରାଯାଇ ତାଙ୍କୁ ନିମନ୍ତ୍ରଣContinue reading “‘ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କରିବେ, ମୁଁ କ’ଣ ସେଠି ତାଳି ମାରିବି?…ଅଯୋଧ୍ୟା ନଯିବାକୁ ଘୋଷଣା କଲେ ପୁରୀ ଶଙ୍କରାଚାର୍ଯ୍ୟ ।”
୩୯୨ ଖୁମ୍ଭ, ୪୪ଟି ଦ୍ୱାର । ସିଂହଦ୍ୱାରରୁ ଶ୍ରୀରାମ ମନ୍ଦିରରେ ପ୍ରବେଶ କରିବେ ଭକ୍ତ । ଦେଖନ୍ତୁ, ୨୦ଟି ପଏଣ୍ଟରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ତଥ୍ୟ…
କନକ ବ୍ୟୁରୋ: ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଏବେ ସମସ୍ତଙ୍କର ଅପେକ୍ଷା । ଆସନ୍ତା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଭବ୍ୟ ସମାରୋହ । ତେବେ ଏହାପୂର୍ବରୁ ଗୁରୁବାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ମନ୍ଦିର ସମ୍ପର୍କରେ କିଛି ଜରୁରୀ ସୂଚନା ଦିଆଯାଇଛି । ଟ୍ରଷ୍ଟ ତରଫରୁ ୨୦ଟି ପଏଣ୍ଟରେ ମନ୍ଦିର ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦେଇଥିବା ସୂଚନା ମୁତାବକ, ମନ୍ଦିରରେContinue reading “୩୯୨ ଖୁମ୍ଭ, ୪୪ଟି ଦ୍ୱାର । ସିଂହଦ୍ୱାରରୁ ଶ୍ରୀରାମ ମନ୍ଦିରରେ ପ୍ରବେଶ କରିବେ ଭକ୍ତ । ଦେଖନ୍ତୁ, ୨୦ଟି ପଏଣ୍ଟରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ତଥ୍ୟ…”
ଆଉ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ ଚାଳକଙ୍କ ସମେତ ୪ ଗୁରୁତର । ହୀରାକୁଦରୁ ପିକନିକ୍ ସାରି ଫେରିବାବେଳେ ଦୁର୍ଘଟଣା ।
କନକ ବ୍ୟୁରୋ: ଢେଙ୍କାନାଳ ମହାବିରୋଡ଼ ଥାନା ଭେଜିଆ ମନ୍ଦିର ଛକ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁରରୁ ଚଣ୍ଡିଖୋଲ ଯାଉଥିବା ବେଳେ ତାଳଚେର ଆଡ଼ୁ ଖମାର ଆଡ଼କୁ ଯାଉଥିବା ଟ୍ରକ୍ ମଧ୍ୟ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୩ଜଣ ଆହତ ହୋଇଛନ୍ତି । ଟ୍ରକ୍ ଚାଳକ ମଧ୍ୟ ଗୁରୁତର ଅଛନ୍ତି । ବସରେ ଥିଲେ ୫୧ ଜଣ ଯାତ୍ରୀ । ଚଣ୍ଡୀଖୋଲରୁ ସମ୍ବଲପୁର ହୀରାକୁଦ ଯାଇଥିଲା ଏହି ବସ୍ ।Continue reading “ଆଉ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ ଚାଳକଙ୍କ ସମେତ ୪ ଗୁରୁତର । ହୀରାକୁଦରୁ ପିକନିକ୍ ସାରି ଫେରିବାବେଳେ ଦୁର୍ଘଟଣା ।”
ବୋଲଗଡ ତହସିଲଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଲୋକଙ୍କୁ ଦୁର୍ବ୍ୟବହାର ସହ ଶୋଷଣ କରୁଥିବା ଅଭିଯୋଗ ଆଣିଲେ ଆଇନଜୀବୀ ।
କନକ ବ୍ୟୁରୋ: ବୋଲଗଡ ତହସିଲଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସ୍ଥାନୀୟ ଆଇନଜୀବୀ । କହିଲେ, ଲୋକଙ୍କୁ ଶୋଷଣ ସହ ଓକିଲଙ୍କୁ ଦୁର୍ବ୍ୟବହାର, କରୁଛନ୍ତି ବୋଲଗଡ ତହସିଲଦାର । ବୁଧବାର ତହସିଲ ଅଫିସରେ ଏକ ସତ୍ୟପାଠ ଦାଖଲ ସମୟରେ ତହସିଲଦାର ଓ ଓକିଲ ପୁରୁଷୋତମ ସୁବୁଦ୍ଧିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୁରୁଷୋତମଙ୍କ ନାଁରେ ଦୁର୍ବବ୍ୟବହାର ଅଭିଯୋଗ କରି ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତହସିଲଦାର ନିବେଦିତା ପରିଡା । ଯାହାକୁ ନେଇ ପୁରୁଷୋତ୍ତମଙ୍କୁContinue reading “ବୋଲଗଡ ତହସିଲଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଲୋକଙ୍କୁ ଦୁର୍ବ୍ୟବହାର ସହ ଶୋଷଣ କରୁଥିବା ଅଭିଯୋଗ ଆଣିଲେ ଆଇନଜୀବୀ ।”
ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଧାନ , କପାର ଅଭାବୀ ବିକ୍ରି ଓ ଅବାଧ ମଦ କାରବାରକୁ ବିରୋଧ ।
କନକ ବ୍ୟୁରୋ: ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଦଳ । ଧର୍ମଗଡ, ଜୁନାଗଡ଼ ଓ ଗୋଳାମୁଣ୍ଡା ବ୍ଲକ ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଛି । ଧାନର କଟନି ଛଟନି, କପାର ଅଭାବି ବିକ୍ରି ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ଏବଂ ଜିଲ୍ଲାରେ ଅବାଧ ମଦ କାରବାରକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ବିଜେପି ନେତା ଓ କର୍ମୀ ରାସ୍ତା ଉପରେContinue reading “ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଧାନ , କପାର ଅଭାବୀ ବିକ୍ରି ଓ ଅବାଧ ମଦ କାରବାରକୁ ବିରୋଧ ।”
ଭଗବାନ ଶ୍ରୀରାମଙ୍କୁ ଭେଟି ଦିଆଯିବ ଏହି ପାଦୁକା । ଓଜନ ହେଉଛି ୧୨.୫ କେଜି । ସୁନା, ରୂପା ଓ ପିତ୍ତଳରେ ହେଇଛି ନିର୍ମାଣ ।
କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଉଦଘାଟିତ ହେବାକୁ ଯାଉଛି ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଏହି ଦିନ ଗର୍ଭଗୃହରେ ରାମଲଲ୍ଲା ବିରାଜମାନ କରିବାକୁ ଥିବାବେଳେ, ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଜାରି ରହିଛି । ଆଉ ଏହି ଅବସରରେ, ତେଲେଙ୍ଗାନା ହାଇଦ୍ରାବାଦର ଏକ ଅନୁଷ୍ଠାନ ଅଯୋଧ୍ୟା ଭାଗ୍ୟନଗର ସୀତରାମ ଫାଉଣ୍ଡେସନ୍ ଭଗବାନ ଶ୍ରୀରାମଙ୍କୁ ୧ କୋଟି ଟଙ୍କାର ଏକ ପାଦୁକା ଭେଟି ଦେବ । ସୂଚନା ମୁତାବକ, ପ୍ରଭୁ ଶ୍ରୀରାମଙ୍କ ପାଦୁକାରContinue reading “ଭଗବାନ ଶ୍ରୀରାମଙ୍କୁ ଭେଟି ଦିଆଯିବ ଏହି ପାଦୁକା । ଓଜନ ହେଉଛି ୧୨.୫ କେଜି । ସୁନା, ରୂପା ଓ ପିତ୍ତଳରେ ହେଇଛି ନିର୍ମାଣ ।”
ବିଚାର ବେଳେ ଓକିଲଙ୍କ ଉପରେ ରାଗିଗଲେ ପ୍ରଧାନ ବିଚାରପତି । କହିଲେ , ଅଦାଲତକୁ ଡରାଇବାକୁ ଚେଷ୍ଟା କରନି ।
କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଆଜି ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଦେଶର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏକ ମାମଲାର ଶୁଣାଣି ବେଳେ ଜନୈକ ଆଇନଜୀବୀଙ୍କ ଉପରେ ହଠାତ୍ ରାଗି ଯାଇଥିଲେ। ଆବେଦନ ତାଲିକାଭୁକ୍ତ କରିବା ମାମଲାରେ କଥା କଟାକଟି ହେବାରୁ ସିଜେଆଇ ଚନ୍ଦ୍ରଚୂଡ଼ ଉକ୍ତ ଓକିଲଙ୍କୁ ଭର୍ତ୍ସନା କରିବା ସହ ଅଦାଲତକୁ ଡରାଇବା ଓ ଧମକାଇବା ଚେଷ୍ଟା ବିରୋଧରେ କାର୍ୟ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ। ଓକିଲ ଜଣକ ଯୁକ୍ତି ଆରମ୍ଭ କରିବାରୁ ପ୍ରଧାନ ବିଚାରପତିContinue reading “ବିଚାର ବେଳେ ଓକିଲଙ୍କ ଉପରେ ରାଗିଗଲେ ପ୍ରଧାନ ବିଚାରପତି । କହିଲେ , ଅଦାଲତକୁ ଡରାଇବାକୁ ଚେଷ୍ଟା କରନି ।”
ଆଜି ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ୍ ଖଡଗେଙ୍କ ସମେତ ଯୋଗଦେବେ ରାଜ୍ୟ ପ୍ରଭାରୀ , ନ୍ୟାୟ ଯାତ୍ରା ପାଇଁ ହେବ ଆଲୋଚନା ।
କନକ ବ୍ୟୁରୋ: ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ପ୍ରଭାରୀମାନଙ୍କୁ ନେଇ ଦିନ ୧୧ଟାରେ ଦିଲ୍ଲୀ ପାର୍ଟି ଅଫିସ୍ରେ ଏହି ବୈଠକ ବସୁଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଏହାର ଅଧ୍ୟକ୍ଷତା କରୁଥିବାବେଳେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ବି ଏଥିରେ ସାମିଲ ହେବେ । ବୈଠକରେ ଭାରତ ନ୍ୟାୟ ଯାତ୍ରାକୁ ନେଇ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା କରିବେ ରାହୁଲ । ଏଥିସହ ଲୋକସଭା ନିର୍ବାଚନContinue reading “ଆଜି ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ୍ ଖଡଗେଙ୍କ ସମେତ ଯୋଗଦେବେ ରାଜ୍ୟ ପ୍ରଭାରୀ , ନ୍ୟାୟ ଯାତ୍ରା ପାଇଁ ହେବ ଆଲୋଚନା ।”
ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଳିଗଲେ ଟ୍ୟାଙ୍କର ଡ୍ରାଇଭର ।
କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଦୁର୍ଘଟଣା । ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜିଅନ୍ତା ଜଳିଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି । ତେଲ ବୋଝେଇ ଟ୍ୟାଙ୍କର ଘାଟିରୁ ତଳକୁ ଓହ୍ଳାଉଥିବା ବେଳେ ଘାଟି ଉପରକୁ ଉଠୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । The post ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେContinue reading “ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଳିଗଲେ ଟ୍ୟାଙ୍କର ଡ୍ରାଇଭର ।”