କନକ ବ୍ୟୁରୋ: ଓଡିଶାରେ ଯୋଗ ଦେଲେ ନୂତନ ବିଏସଏଫ୍ ଆଇଜି । ଆଇଜି ଡି ଜେ ଶର୍ମାଙ୍କ ସ୍ଥାନରେ ଏବେ ଯୋଗ ଦେଇଛନ୍ତି କୈଳାଶ ଚନ୍ଦ୍ର ଜାଟ୍ । ଜମ୍ମୁ-କାଶ୍ମୀରରେ ମିଲିଟାରୀ ତାଲିମ୍ ଓ ଅପରେସନରେ କୈଳାଶ ଚନ୍ଦ୍ରଙ୍କ ରହିଛି ଅଭିଜ୍ଞତା । ତେବେ କୈଳାଶ ଚନ୍ଦ୍ର ଜାଟ୍ ଦାୟିତ୍ୱ ନେବା ପରେ ଖୁବ ଶୀଘ୍ର ନକ୍ସଲ ଦମନ ନେଇ ବଡଧରଣର ପ୍ଲାନ୍ ହୋଇପାରେ ବୋଲି ଆକଳନ କରାଯାଉଛି । ରାଜସ୍ଥାନ ପୋଲିସ୍ ଏକାଡେମିରେ ଡିଆଇଜି ପଦବୀରେContinue reading “ଓଡିଶାରେ ଯୋଗ ଦେଲେ ନୂଆ ବିଏସଏଫ୍ ଆଇଜି କୈଳାଶ ଚନ୍ଦ୍ର ଜାଟ୍ । କହିଲେ ନକ୍ସଲ ଦମନକୁ ଦେବେ ଗୁରୁତ୍ୱ ।”
Category Archives: News
ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୨୧ଟି ଟିମ୍ ନିୟୋଜିତ । ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀରେ ହେବ ପକ୍ଷୀ ଗଣନା ।
କନକ ବ୍ୟୁରୋ: ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିପାଇଁ ସମଗ୍ର ଚିଲିକାରେ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାଲୁଗାଁରେ ୬ଟି, ଟାଙ୍ଗିରେ ୮ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକା ନୂଆପଡ଼ାରେ ଗୋଟିଏ ଟିମ୍ ଗଣନାରେ ସାମିଲ ହୋଇଛନ୍ତି । ଗଣନା ପାଇଁ ୧୧୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନେ ଚିଲିକାର ବିଭିନ୍ନ ସ୍ଥାନକୁ ଯାଇ ପକ୍ଷୀ ଗଣନା କରୁଛନ୍ତି । ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭContinue reading “ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୨୧ଟି ଟିମ୍ ନିୟୋଜିତ । ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀରେ ହେବ ପକ୍ଷୀ ଗଣନା ।”
ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ୫ ରୁ ୧୩ ତାରିଖ ଯାଏଁ ବନ୍ଦ ରହିବ ଅଭୟାରଣ୍ୟ ।
କନକ ବ୍ୟୁରୋ: କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ । ଆସନ୍ତାକାଲିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏମାନେ ବିଭିନ୍ନ ଗ୍ରୁପ୍ରେ କୁମ୍ଭୀର ଗଣନା କରିବେ । ଏଥିପାଇଁ ବୋଟ୍ ଚଳାଚଳ ଉପରେ କଟକଣା ଲଗାଯାଇଛି । The post ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ୫ ରୁ ୧୩ ତାରିଖ ଯାଏଁ ବନ୍ଦContinue reading “ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ୫ ରୁ ୧୩ ତାରିଖ ଯାଏଁ ବନ୍ଦ ରହିବ ଅଭୟାରଣ୍ୟ ।”
ବାଜ୍ୟାପ୍ତି ହେବ ଅର୍ଥତତ୍ତ୍ୱ ବା ଏଟି ଗ୍ରୁପର ସମ୍ପତ୍ତି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି ।
କନକ ବ୍ୟୁରୋ: ବାଜ୍ୟାପ୍ତି ହେବ ଅର୍ଥତତ୍ତ୍ୱ ବା ଏଟି ଗ୍ରୁପର ସମ୍ପତ୍ତିି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ଏଟି ଗ୍ରୁପ ମାଲିକାନାରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିିର ହେବ ନିଲାମ । ଯେଉଁଥିରେ କମ୍ପାନୀ ମାଲିକାନାରେ ଥିବା ବଡ ବଡ ଜମି, କାର ଓ କୋଠା ରହିଛି । ଭୁବନେଶ୍ୱର, ବେଗୁନିଆ, ଟାଙ୍ଗୀ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ପୁରୀ, ଅନୁଗୁଳରେ ରହିଛି ଭୂସମ୍ପତ୍ତି । ଏଟି ଗ୍ରୁପରContinue reading “ବାଜ୍ୟାପ୍ତି ହେବ ଅର୍ଥତତ୍ତ୍ୱ ବା ଏଟି ଗ୍ରୁପର ସମ୍ପତ୍ତି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି ।”
ଇରାନରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ । ଶହଶହ ଲୋକେ ହରାଇଲେ ଜୀବନ ।
କନକ ବ୍ୟୁରୋ: ଇରାନର କେରମନ ସହରର ଦୁଇ ଦୁଇଟି ଶକ୍ତିଶାଳୀ ଧମାକା ହୋଇଛି । ଏଥିରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି । ଦେଶର ପୂର୍ବତନ ଜେନେରାଲ କାସିମ ସୁଲେମାନିଙ୍କ କବର ନିକଟରେ ଏଭଳି ବିସ୍ଫୋରଣ ହୋଇଛି । ଇରାନର ସରକାରୀ ମିଡିଆ ଅନୁସାରେ, ସୁଲେମାନିଙ୍କ ହତ୍ୟାର ଚତୁର୍ଥ ବାର୍ଷିକୀ ବେଳେ ଏଭଳି ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏହି ସମୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।Continue reading “ଇରାନରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ । ଶହଶହ ଲୋକେ ହରାଇଲେ ଜୀବନ ।”
କେପଟାଉନ ଟେଷ୍ଟରେ ବଡ ବିପର୍ଯ୍ୟୟ । ଘାତକ ବୋଲିଂର ଶିକାର ହେଲେ ଉଭୟ ଆୟୋଜକ ଏବଂ ଭ୍ରମଣକାରୀ ଦଳ । ଏବେ ବି ୩୬ ରନରେ ଆଗୁଆ ଭାରତ ।
କନକ ବ୍ୟୁରୋ: କେପଟାଉନ ଟେଷ୍ଟରେ ବୋଲରଙ୍କ ରାଜୁତି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୨୪ତମ ଓଭରରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତୀୟ ଦଳ ମଧ୍ୟ ୩୫ତମ ଓଭରରେ ସୀମିତ ରହିଲା । ଆୟୋଜକ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍ କରିଥିଲା । ଜବାବରେ ଭାରତୀୟ ଦଳ ୧୫୩ ରନ୍ ହିଁ କରିପାରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୬ ରନ୍ କରିଥିଲେ । କିନ୍ତୁ ଖାସ୍ କଥା ହେଉଛିContinue reading “କେପଟାଉନ ଟେଷ୍ଟରେ ବଡ ବିପର୍ଯ୍ୟୟ । ଘାତକ ବୋଲିଂର ଶିକାର ହେଲେ ଉଭୟ ଆୟୋଜକ ଏବଂ ଭ୍ରମଣକାରୀ ଦଳ । ଏବେ ବି ୩୬ ରନରେ ଆଗୁଆ ଭାରତ ।”
ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ । ପିକନିକ୍ ଋତୁରେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, ଜମୁଛି ବଣଭୋଜି । ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ
କନକ ବ୍ୟୁରୋ: ଆସିଛି ପିକନିକ୍ ଋତୁ । ଜମୁଛି ବଣଭୋଜିର ମଜା । ପରିବାର ଓ ସାଙ୍ଗ ସାଥୀ ମେଳରେ ପ୍ରାକ୍ୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ସହରରୁ ୫୦ କି.ମି ଓ ସଦର ମହକୁମା ବାରିପଦାଠାରୁ ୬୦ କି.ମି ଦୂରରେ ଅବସ୍ଥିତ ଖାଣ୍ଡିଆ ଜଳପ୍ରପାତ । ରାତି ପାହିଲେ ଝରଣା ପାର୍ଶ୍ୟବର୍ତୀ ଖାଲି ସ୍ଥାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ସମସ୍ତେ ପରିବାର ଓ ସାଙ୍ଗସାଥୀଙ୍କ ସହ ଉପଭୋଗ କରୁଛନ୍ତିContinue reading “ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ । ପିକନିକ୍ ଋତୁରେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, ଜମୁଛି ବଣଭୋଜି । ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ”
ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଗସ୍ତର ଆଜି ଦ୍ୱିତୀୟ ଦିନ । ସମଲେଶ୍ୱରୀଙ୍କ ଦର୍ଶନ ସାରି ଯିବେ ରାଜଗାଙ୍ଗପୁର ।
କନକ ବ୍ୟୁରୋ: ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ । ଆଜି ସକାଳେ ସେ ସୁନ୍ଦରଗଡ଼ ସମଲେଶ୍ୱରୀଙ୍କ ଦର୍ଶନ ସାରି ରାଜଗାଙ୍ଗପୁର, ନୂଆଗାଁ, ବଣାଇ ଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ସେ କିରେଇ ଓ ବାଲିଶଙ୍କରାରେ ବିଶାଳ ସମାବେଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ ଯେମିତି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ, ସେମିତି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏଥିସହContinue reading “ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଗସ୍ତର ଆଜି ଦ୍ୱିତୀୟ ଦିନ । ସମଲେଶ୍ୱରୀଙ୍କ ଦର୍ଶନ ସାରି ଯିବେ ରାଜଗାଙ୍ଗପୁର । “
ଆହୁରି କଲବଲ କରିବ କୁହୁଡି । ତିନି ଦିନ ଯାଏଁ ଅଧିକାଂଶ ଜିଲ୍ଲାରେ ରହିବ ପ୍ରଭାବ । ୨ରୁ ୩ ଡିଗ୍ରୀ ବଢିପାରେ ତାପମାତ୍ରା ।
କନକ ବ୍ୟୁରୋ: ଆହୁରି କୁହୁଠି କରିବ କଲବଲ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ କୁହୁଡିର ପ୍ରଭାବ । ଉପକୂଳ ଓ ଉତର ଓଡ଼ିଶାର ଅଧିକାଂଶ ସ୍ଥାନରେ କୁହୁଡି ଅନୁଭୂତ ହେବ । ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ଗାଡି ଚାଳକଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଓ ୬ ତାରିଖରେ ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରContinue reading “ଆହୁରି କଲବଲ କରିବ କୁହୁଡି । ତିନି ଦିନ ଯାଏଁ ଅଧିକାଂଶ ଜିଲ୍ଲାରେ ରହିବ ପ୍ରଭାବ । ୨ରୁ ୩ ଡିଗ୍ରୀ ବଢିପାରେ ତାପମାତ୍ରା ।”
ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ।
କନକ ବ୍ୟୁରୋ: ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଦିଲ୍ଲୀ ଜନ୍ତରମନ୍ତରରେ ଆଲୋଚନା ପରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟିଅରିଂ ଛାଡି ଘରେ ରହିବା ପାଇଁ ଡ୍ରାଇଭରଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ କୁହାଯାଇଛି । ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଆନ୍ଦୋଳନ । ଟ୍ରକ, ବସ ଓContinue reading “ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ।”