ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀଙ୍କ ମାଆ । କହିଲେ, ପ୍ରସବ ବେଳେ ଠିକ୍ ନଥିଲା ମାନସିକ ସ୍ଥିିତି ।

କନକ ବ୍ୟୁରୋ: ରେଙ୍ଗାଲି ଲାରିପାଲିର ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା କୁନି ଝିଅର ମାର ପରିଚୟ ମିଳିଛି । ଏବେ ସେ କହିଥିବା କଥାକୁ ନେଇ ଚର୍ଚ୍ଚା ବଢିଛି । ଯଦିଓ ସେ ନିଜେ ସ୍ୱୀକାର କରିଛନ୍ତି ମାନସିକ ଭାରସାମ୍ୟ ହରାଇ ଝିଅକୁ ବୋରୱେଲକୁ ଫିଙ୍ଗିଦେଇଥିଲେ । କିନ୍ତୁ ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି । ବିଜୟନୀଙ୍କ ମାଙ୍କ ମାନସିକ ଅବସ୍ଥା ଠିକ୍ ଅଛି ବୋଲି କହୁଛନ୍ତି । ତେବେ ଥରେ ଚିନ୍ତା କରନ୍ତୁ, ସିଏ କେମିତିକା’Continue reading “ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀଙ୍କ ମାଆ । କହିଲେ, ପ୍ରସବ ବେଳେ ଠିକ୍ ନଥିଲା ମାନସିକ ସ୍ଥିିତି ।”

ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲା : ସେବି ତଦନ୍ତକୁ ସମର୍ଥନ କଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତ ନେଇ ହୋଇଥିବା ଅପିଲକୁ କଲେ ଖାରଜ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି । ଏହି ମାମଲାରେ ଆଦାନି ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ମିଳିଛି । ସେବିର ତଦନ୍ତରେ କୌଣସି ତ୍ରୁଟି ନଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସେବିକୁ କହିଛନ୍ତି ସୁପ୍ରିମକୋର୍ଟ । ଆଦାନୀଙ୍କୁ ଆଶ୍ୱସ୍ତି -ହିଣ୍ଡେନବର୍ଗର ଅଭିଯୋଗ ଉପରେ ସେବିର ଯାଂଚ ନେଇ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।Continue reading “ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲା : ସେବି ତଦନ୍ତକୁ ସମର୍ଥନ କଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତ ନେଇ ହୋଇଥିବା ଅପିଲକୁ କଲେ ଖାରଜ”

୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଭି କେ ପାଣ୍ଡିଆନ୍ । ପ୍ରଥମ ଦିନରେ ସଭାମଞ୍ଚରୁ ସମସ୍ୟା ସମାଧାନର ଦେଲେ ହିସାବ

କନକ ବ୍ୟୁରୋ: ସୁନ୍ଦରଗଡରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସମାବେଶ କରି ଲୋକଙ୍କୁ ଦେଇଛନ୍ତି କାମର ହିସାବ । ୧୬୦ଟି ଅଭିଯୋଗ ଆସିଥିବା ବେଳେ ୧୪୦ଟିର ସମାଧାନ ହୋଇଛି ବୋଲି ସେ ସମାବେଶରେ କହିଛନ୍ତି । ସୁ୍ନ୍ଦରଗଡରେ ଭି.କେ.ପାଣ୍ଡିଆନ ସମସ୍ୟା ସମାଧାନର ଦେଲେ ହିସାବ ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଥିବା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ପ୍ରଥମ ଦିନରେ କିରେଇ ଓ ବାଲିଶଙ୍କରାରେ ଜନସମାବେଶରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ ଯେମିତିContinue reading “୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଭି କେ ପାଣ୍ଡିଆନ୍ । ପ୍ରଥମ ଦିନରେ ସଭାମଞ୍ଚରୁ ସମସ୍ୟା ସମାଧାନର ଦେଲେ ହିସାବ”

‘ମୋ ବସ୍’ରୁ ଲୁଟ ପଛରେ ତିନ୍ ପାହାଡ଼ି ଗ୍ୟାଙ୍ଗ୍ । ମୋବାଇଲ୍ ନୁହେଁ ସିମ୍ କାର୍ଡକୁ କରୁଥିଲେ ଟାର୍ଗେଟ୍

କନକ ବ୍ୟୁରୋ: ୟୁପିଆଇ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ନୂଆ ତରିକା । କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରାଙ୍କ କାହାଣୀକୁ ନେଇ ବେଶ ଚର୍ଚ୍ଚା । ଏମାନେ ଅନ୍ତଃରାଜ୍ୟ ଲୁଟେରା । ବିଭିନ୍ନ ରାଜ୍ୟରେ ଲୁଟ୍ କରୁଥିବାର ଅଭିଯୋଗ ରହିଛି । ରାଜ୍ୟରେ ସକ୍ରିୟ ତିନ୍ ପାହାଡ଼ି ଗ୍ୟାଙ୍ଗ କ୍ଷଣିକରେ ସଫା କରୁଥିଲେ ବ୍ୟାଙ୍କ ଆକାଉଣ୍ଟ ଭୁବନଶ୍ୱେର କ୍ୟାପିଟାଲ ଥାନା ପୋଲିସ ଗିିରଫ କରିଛି ଆଠଜଣ ଲୁଟେରାଙ୍କୁ । ଏମାନେ କୌଣସି ସାଧାରଣContinue reading “‘ମୋ ବସ୍’ରୁ ଲୁଟ ପଛରେ ତିନ୍ ପାହାଡ଼ି ଗ୍ୟାଙ୍ଗ୍ । ମୋବାଇଲ୍ ନୁହେଁ ସିମ୍ କାର୍ଡକୁ କରୁଥିଲେ ଟାର୍ଗେଟ୍”

ରାଜଧାନୀ ମୁହାଁ ହେଉଛନ୍ତି ବିଜେଡି ନେତା । ନବୀନ ନିବାସରେ ଜମୁଛି ଭିଡ଼ । ନୂଆବର୍ଷ ଶୁଭେଚ୍ଛା ଆଳରେ ଟିକେଟ ଲବି ଚାଲିଥିବା ଚର୍ଚ୍ଚା

କନକ ବ୍ୟୁରୋ: ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଉ ବିଜେଡି ନେତାଙ୍କୁ ଘାରିଛି ଟିକେଟ୍ ଚିନ୍ତା । ଏହାପୂର୍ବରୁ ନୂଆବର୍ଷ ଆଳରେ ଶୁଭେଚ୍ଛା ଜଣାଇବାକୁ ଆସି ନବୀନ ନିବାସରେ ଜମୁଛି ବିଜେଡି ନେତାଙ୍କ ଭିଡ । ଦଳର ସୁପ୍ରିମୋ ମଧ୍ୟ ନେତାଙ୍କୁ ମାପୁଥିବା ଜଣାପଡିଛି । ରାଜଧାନୀ ମୁହାଁ ହେଉଛନ୍ତି ନେତା ନବୀନ ନିବାସରେ ଜମୁଛି ଭିଡ଼ ନୂଆବର୍ଷ ଶୁଭେଚ୍ଛା ଆଳରେ ଟିକେଟ ଲବି! ନୂଆବର୍ଷରେ ନବୀନ ନିବାସରେ ନେତାଙ୍କContinue reading “ରାଜଧାନୀ ମୁହାଁ ହେଉଛନ୍ତି ବିଜେଡି ନେତା । ନବୀନ ନିବାସରେ ଜମୁଛି ଭିଡ଼ । ନୂଆବର୍ଷ ଶୁଭେଚ୍ଛା ଆଳରେ ଟିକେଟ ଲବି ଚାଲିଥିବା ଚର୍ଚ୍ଚା”

ଝାଡ଼ଖଣ୍ଡ ପଟୁ ଓଡ଼ିଶା ଦେଇ ଛତିଶଗଡ଼ ଯିବ ରାହୁଲଙ୍କ ନ୍ୟାୟ ଯାତ୍ରା । କେଉଁ ଜିଲ୍ଲା ଦେଇ ଯିବେ ରାହୁଲ, ପିସିସି ପକ୍ଷରୁ ଦିଆଗଲା ପ୍ରସ୍ତାବ

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାହୁଲଙ୍କ ନ୍ୟାୟ ଯାତ୍ରାକୁ ନେଇ ଉତ୍ସାହିତ ହୋଇପଡିଛି ରାଜ୍ୟ କଂଗ୍ରେସ ଶିବିର । ଓଡ଼ିଶାର କେଉଁ କେଉଁ ଜିଲ୍ଲା ଦେଇ ରାହୁଲ ଯାତ୍ରା କରିବେ, ଏ ନେଇ କେନ୍ଦ୍ର ନେତୃତ୍ୱକୁ ପ୍ରସ୍ତାବ ଦେଇଛି ପିସିସି । ଝାଡ଼ଖଣ୍ଡରୁ ଏହି ଯାତ୍ରା ଓଡ଼ିଶା ଦେଇ ଛତିଶଗଡ଼ ଯିବା କାର୍ଯ୍ୟକ୍ରମ ଥିବାରୁ ୨ଟି ରୁଟ୍ ନେଇ ପ୍ରସ୍ତାବ ଦିଆଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଗଂଜାମ, ରାୟଗଡ଼ା, କୋରାପୁଟ,Continue reading “ଝାଡ଼ଖଣ୍ଡ ପଟୁ ଓଡ଼ିଶା ଦେଇ ଛତିଶଗଡ଼ ଯିବ ରାହୁଲଙ୍କ ନ୍ୟାୟ ଯାତ୍ରା । କେଉଁ ଜିଲ୍ଲା ଦେଇ ଯିବେ ରାହୁଲ, ପିସିସି ପକ୍ଷରୁ ଦିଆଗଲା ପ୍ରସ୍ତାବ”

ଇରାନର କରମାନ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ । ୭୩ ମୃତ, ୧୨୦ ଆହାତ

କନକ ବ୍ୟୁରୋ : ଇରାନର କରମାନ ସହର ନିକଟ ଏକ କବରସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ସର୍ବନିମ୍ନ ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୨୦ ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ଇରାନର ସରକାରୀ ଟିଭି ଚ୍ୟାନେଲ ଅଲ ଅରବିୟା ରିପୋର୍ଟ ମୁତାବକ ଏହି କବରସ୍ଥାନରେ କମାଣ୍ଡର କାସିମ ସୁଲେମାନୀଙ୍କୁ କବର ଦିଆଯାଇଥିଲା    । ରିପୋର୍ଟ ମୁତାବକ ଏହି କବରସ୍ଥାନ ନିକଟରେ ୨ଟି ବିସ୍ଫୋରଣ ଘଟିଛିContinue reading “ଇରାନର କରମାନ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ । ୭୩ ମୃତ, ୧୨୦ ଆହାତ”

ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀ ସମ୍ପତ୍ତି । ସମ୍ପତି ନିଲାମ କରି ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ବାଜ୍ୟାପ୍ତି ହେବ ଅର୍ଥତତ୍ତ୍ୱ ବା ଏଟି ଗ୍ୁପର ସମ୍ପତି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ଏଟି ଗ୍ରୁପ ମାଲିକାନାରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତିର ହେବ ନିଲାମ । ଯେଉଁଥିରେ କଂପାନୀ ମାଲିକାନାରେ ଥିବା ବଡ ବଡ ଜମି, କାର ଓ କୋଠା ରହିଛି । ଭୁବନେଶ୍ୱର, ବେଗୁନିଆ, ଟାଙ୍ଗୀ, ଭଦ୍ରକ, ବାଲେଶ୍ୱର, ଗଂଜାମ, ପୁରୀ, ଅନୁଗୁଳରେ ରହିଛି ଭୂସଂପତି । ଏଟି ଗ୍ରୁପରContinue reading “ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀ ସମ୍ପତ୍ତି । ସମ୍ପତି ନିଲାମ କରି ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ।”

କଳାହାଣ୍ଡି ଗୁର୍ଜିମୁଣ୍ଡାରେ ଥିବା ଯୋଗମାୟାଙ୍କ ପୀଠରେ ଲାଗୁଛି ଗହଳି । ମାଆଙ୍କ ଦର୍ଶନ ସହ ସେଲ୍ଫି ପଏଂଟ ପାଲଟିଛି ମୁଖ୍ୟ ଆକର୍ଷଣ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଜମୁଛି ଭିଡ । ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ମାନେ । ବଣଭୋଜି କରିବା ସହିତ ମାଆ ଯୋଗମାୟାଙ୍କୁ ଦର୍ଶନ କରିବାକୁ ଗହଳି ଜମୁଛି । କଳାହାଣ୍ଡି କେସିଙ୍ଗା ଗୁର୍ଜିମୁଣ୍ଡାରେ ଥିବା ଯୋଗମାୟାଙ୍କ ପୀଠ । ମାଆଙ୍କ ନିକଟର ଭକ୍ତଙ୍କ ରହିଛି ଅଗାଧ ବିଶ୍ୱାସ । ଯାହା ମାନସିକ କରିଲେ ସବୁକିଛି ପୂରଣ ହୋଇଥାଏ । ଆଉ ଏହି ବିଶ୍ୱାସ ଆଧାରରେ ପ୍ରତିଦିନ ଦୂରଦୂରାନ୍ତରୁ ଲାଗୁଛି ଲୋକଙ୍କ ଭିଡ ।Continue reading “କଳାହାଣ୍ଡି ଗୁର୍ଜିମୁଣ୍ଡାରେ ଥିବା ଯୋଗମାୟାଙ୍କ ପୀଠରେ ଲାଗୁଛି ଗହଳି । ମାଆଙ୍କ ଦର୍ଶନ ସହ ସେଲ୍ଫି ପଏଂଟ ପାଲଟିଛି ମୁଖ୍ୟ ଆକର୍ଷଣ”

କୌଳିକ ବୃତ୍ତି ବଂଚାଇବାକୁ ପଥର ଶିଳ୍ପୀଙ୍କ ସଂଘର୍ଷ । ନାହିଁ ବଜାର ବ୍ୟବସ୍ଥା, କ୍ଷତିରେ ଶିଳ୍ପୀ

କନକ ବ୍ୟୁରୋ : ଜୀବନ ଜୀବୀକା ପାଇଁ ଜାରି ରହିଛି ସଂଘର୍ଷ । କୌଳିକ ବୃତ୍ତି ବଂଚାଇବାକୁ ଦିନ ରାତି ଏକାଠି କରିଦେଇଛନ୍ତି । ହେଲେ ଆବଶ୍ୟକ ଅନୁସାରେ ମିଳୁନି ପାଉଣା । ପେଟ ପାଟଣା ବଂଚାଇବାକୁ ଅହ ରହ ସଂଘର୍ଷ କରିଚାଲିଛନ୍ତି ମାହାଙ୍ଗା ଲଳିତଗିରିରର ପଥର କାରିଗର ମାନେ । ନିହଣ ମୁନରେ ପଥରରେ ଦିଅନ୍ତି ଜୀବନ୍ତ ରୂପ । ହାତୁଡିରେ ପଥର ଭାଙ୍ଗି ବିଭିନ୍ନ ପ୍ରକାର ପଥରର ମୂର୍ତିମାନ ଗଢିଚାଲିଛନ୍ତି । ଗାଁର ୨୬୦ରୁContinue reading “କୌଳିକ ବୃତ୍ତି ବଂଚାଇବାକୁ ପଥର ଶିଳ୍ପୀଙ୍କ ସଂଘର୍ଷ । ନାହିଁ ବଜାର ବ୍ୟବସ୍ଥା, କ୍ଷତିରେ ଶିଳ୍ପୀ”

Design a site like this with WordPress.com
Get started