ବହୁତଳ କୋଠାରେ ଲାଗିଲା ନିଆଁ । ନିଆଁ ଲିଭାଇବାକୁ ଦମକଳ ବାହିନୀ ନାକେଦମ୍ । ଦିଲ୍ଲୀର ବୱନା ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ ।

କନକ ବ୍ୟୁରୋ: ଦିଲ୍ଲୀର ବୱନା ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ । ଏକ ବହୁତଳ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଜଳୁଥିବା କୋଠାଟି ଏକ କାରଖାନା ହୋଇଥିବା ବେଳେ ସେଥିରେ ଅଧିକ ମାତ୍ରାର ପ୍ଲାଷ୍ଟିକ୍ ସାମଗ୍ରୀ ରହିଥିଲା । ତେଣୁ ନିଆଁ ଖୁବ୍ କମ୍ ସମୟରେ ବ୍ୟାପକ ମାତ୍ରାରେ ମାଡି ଚଲିଥିଲା । ଚାହୁଁ ଚାହୁଁ ସବୁ କିଛି ଜଳି ଯାଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।Continue reading “ବହୁତଳ କୋଠାରେ ଲାଗିଲା ନିଆଁ । ନିଆଁ ଲିଭାଇବାକୁ ଦମକଳ ବାହିନୀ ନାକେଦମ୍ । ଦିଲ୍ଲୀର ବୱନା ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ ।”

ନୂଆ ବର୍ଷରୁ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ । ଆସନ୍ତା ୬ ତାରିଖରୁ ହେବ ନୂଆ ପଞ୍ଜିକରଣ ।କେମିତି କରିବେ ରେଜିଷ୍ଟ୍ରେସନ୍?

କନକ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଏସକେୱାଇ୍-ନବୀନ କାର୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗତ ୧ ତାରିଖରେ ସ୍ୱାସ୍ଥ୍ୟ ସଚିବ ସାଲିନ ପଣ୍ଡିତ ସମସ୍ତ ଜିଲ୍ଲାପାଳ ଚିଠି ଲେଖି ଯୋଜନା ବାବଦରେ ଅବଗତ କରାଇଛନ୍ତି । ବିଶେଷକରି ସରକାରୀ କର୍ମଚାରୀ, ପେନସନଭୋଗୀ, ଅବସରପ୍ରାପ୍ତ କର୍ମଚାରୀ ଓ ଆୟକର ଦାତା ଏହି ଯୋଜନାରୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ସାମିଲ କରାଯିବ । ଅର୍ଥାତ ଏମାନଙ୍କ ବ୍ୟତିତ ଅନ୍ୟମାନେ ଏହିContinue reading “ନୂଆ ବର୍ଷରୁ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ । ଆସନ୍ତା ୬ ତାରିଖରୁ ହେବ ନୂଆ ପଞ୍ଜିକରଣ ।କେମିତି କରିବେ ରେଜିଷ୍ଟ୍ରେସନ୍?”

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ନେଇ ମତ ରଖିଲା ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ । ବିଭାଗ କହିଲା, ଭର୍ଚୁଆଲ ବେଞ୍ଚ ଉପଲବ୍ଧ ଥିବାରୁ ସ୍ଥାୟୀ ଖଣ୍ଡପୀଠର ନାହିଁ ଆବଶ୍ୟକତା ।

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତ ସରକାର ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ ଅଧିନରେ ଭର୍ଚୁଆଲ ବେଞ୍ଚ ଓଡିଶାର ବିଭିନ୍ନ ସ୍ଥାନରେ ଉପଲବ୍ଧ ଥିବାରୁ ଓଡିଶା ହାଇକୋର୍ଟର ପୃଥକ ସ୍ଥାୟୀ ଖଣ୍ଡପୀଠର ଆବଶ୍ୟକତା ପଡିନାହିଁ । କାରଣ ଏଭଳି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଯଶବନ୍ତContinue reading “ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ନେଇ ମତ ରଖିଲା ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ । ବିଭାଗ କହିଲା, ଭର୍ଚୁଆଲ ବେଞ୍ଚ ଉପଲବ୍ଧ ଥିବାରୁ ସ୍ଥାୟୀ ଖଣ୍ଡପୀଠର ନାହିଁ ଆବଶ୍ୟକତା ।”

ଆଜି ଆଦାନି-ହିଣ୍ଡେନବର୍ଗ ମାମଲାର ସୁପ୍ରିମ ରାୟ । ସେୟାର ମାର୍କେଟ ଉପରେ ପଡିବ କି ପ୍ରଭାବ?

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାର ଶୁଣାଣି ଆଜି ଆସିବ ସୁପ୍ରିମ ରାୟ । ଗତ ନଭେମ୍ବର ୨୪ ତାରିଖରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ଏବେ ସେହି ରାୟ ପ୍ରକାଶ କରିବା ପାଇଁ ଆଜି ଦିନ ୧୦ଟା ୩୦ ସମୟ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅର୍ଥାତ୍ ଆଜିର ଦିନ ଆଦାନି ଗ୍ରୁପ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୨୩ ଜାନୁଆରିରେ ଆମେରିକାର ସର୍ଟContinue reading “ଆଜି ଆଦାନି-ହିଣ୍ଡେନବର୍ଗ ମାମଲାର ସୁପ୍ରିମ ରାୟ । ସେୟାର ମାର୍କେଟ ଉପରେ ପଡିବ କି ପ୍ରଭାବ?”

ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢିଲା କେଜ୍ରିୱାଲଙ୍କ ଅଡୁଆ । ତୃତୀୟ ଥର ପାଇଁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୃତୀୟ ଥର ପାଇଁ ଇଡିର ସମନ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ ଉଲ୍ଲେଖ ରହିଛି । ପୂର୍ବରୁ ଦୁଇ ଦୁଇ ଥର ଇଡିର ସମନ ସତ୍ତେ୍ୱ୍ୱ ହାଜର ହୋଇନଥିଲେ ଅରବିନ୍ଦ କେଜ୍ରିଓକ୍ୱାଲ । ତେଣୁ ଆଜି ଇଡି ଅଫିସରେ ହାଜର ହେବ କିContinue reading “ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢିଲା କେଜ୍ରିୱାଲଙ୍କ ଅଡୁଆ । ତୃତୀୟ ଥର ପାଇଁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।”

ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡାରେ ଥରୁଛି ଓଡିଶା । ଆହୁରି ୨ ଦିନ ଅନୁଭୂତ ହେବ କୁହୁଡି । ଗାଡି ଚାଳକକଙ୍କୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ଦୁଇ ଦିନ ହେଲା କୁହୁଡି ସାଙ୍ଗକୁ ସାରା ଓଡିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ପ୍ରବଳ ଥଣ୍ଡାରେ ଥରୁଛି ଓଡିଶା । ସେପଟେ ପାଣିପାଗ ବିଭାଗର ଆକଳନ କରିଛି ଯେ, ଆସନ୍ତା ୨ ଦିନ ଯାଏଁ ଅଧାରୁ ଅଧିକ ଜିଲ୍ଲାରେ କୁହୁଡିର ପ୍ରଭାବ ରହିବ । ତେଣୁ ସତର୍କ ରହିବାକୁ ଗାଡି ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା ୫ ଓContinue reading “ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡାରେ ଥରୁଛି ଓଡିଶା । ଆହୁରି ୨ ଦିନ ଅନୁଭୂତ ହେବ କୁହୁଡି । ଗାଡି ଚାଳକକଙ୍କୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର ।”

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କର ଶୃଙ୍ଗାର କାର୍ଯ୍ୟ । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ ।

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ପୌଷ କୃଷ୍ଣ ସପ୍ତମୀ ତିଥୀରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ହେବ । ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନ ୪ଟାରୁ ନୀତି ଅନୁଷ୍ଠିତ ହେବ । ରାତି ୮ଟାରେ ବନକଲାଗି ନୀତି ଶେଷ ହେବ । ଏଣୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବContinue reading “ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କର ଶୃଙ୍ଗାର କାର୍ଯ୍ୟ । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ ।”

ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର କରିବେ ଲୋକାର୍ପଣ ।

କନକ ବ୍ୟୁରୋ: ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା ବୋଲାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ । ଯାହା ଚାଷ ଜମିକୁ ଜଳ ଓ ସ୍ଥାନୀୟ ଲୋକଙ୍କୁ ଜୀବିକା ଯୋଗାଇ ଦେବ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜରିଆରେ ୫ ହଜାର ୨୮୪ କିଲୋମିଟର ପର୍ଯ୍ୟନ୍ତ ଜଳସେଚନ ସୁବିଧା ମିଳିବ । ଫଳରେ ବଲାଙ୍ଗିର ଓ ସୁବର୍ଣ୍ଣପୁରର ୮୦ ହଜାରରୁ ଅଧିକ ଚାଷୀContinue reading “ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର କରିବେ ଲୋକାର୍ପଣ ।”

ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ: ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି

କନକ ବ୍ୟୁରୋ: ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ । ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି । ରାସ୍ତା ଉପରେ ଗାଡି ଛିଡା କରି କରୁଛନ୍ତି ବିକ୍ଷୋଭ । ସେପଟେ ଅତ୍ୟାବଶକୀୟ ସାମଗ୍ରୀ ପହଁଚି ପାରୁନଥିବାରୁ ଅସୁବିଧାରେ ଗ୍ରାହକ, ବ୍ୟବସାୟ । ସୋମବାର ପରେ ମଙ୍ଗଳବାର ଦେଶର ବିଭିନ୍ନ ସହରରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସ୍ଥାନେ ସ୍ଥାନେ ଛିଡା ହୋଇଛନ୍ତି ଟ୍ରକ, ଡମ୍ପର ।Continue reading “ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ: ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି”

ଏଆଇଏମଆଇଏମ ମୁଖ୍ୟଙ୍କ ନାଁରେ ମାମଲା ରୁଜୁ: ରାମମନ୍ଦିର ନିର୍ମାଣକୁ ବିରୋଧ କରି ଅସଦଉଦ୍ଦିନ ଓୱେସୀ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ

କନକ ବ୍ୟୁରୋ: ହିନ୍ଦୁ ବିରୋଧୀ ବୟାନ ଦେଇ ପୁଣି ବିବାଦରେ ଏଆଇଏମଆଇଏମ ମୁଖ୍ୟ ଅସଦଉଦ୍ଦିନ ଓୱେସୀ । ଓୱେସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ହିନ୍ଦୁ ସେନା । ନିକଟରେ ଏକ ଜନସଭାକୁ ସମ୍ବୋଧିତ କରି ଅଯୋଧ୍ୟା ରାମମନ୍ଦିର ବିରୋଧରେ ବିବାଦୀୟ ବୟାନ ଦେବା ସହ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ ହୋଇଛି । ଏଆଇଏମଆଇଏମ ମୁଖ୍ୟ କହିଥିଲେ ବାବ୍ରି ମସଜିଦଙ୍କୁ ଜାଣିଶୁଣି ବିଜେପି ସରକାର ମାଟିରେ ମିଶାଇଛନ୍ତି । ଆଗକୁ ଏଭଳି ଅନେକ ମସଜିଦContinue reading “ଏଆଇଏମଆଇଏମ ମୁଖ୍ୟଙ୍କ ନାଁରେ ମାମଲା ରୁଜୁ: ରାମମନ୍ଦିର ନିର୍ମାଣକୁ ବିରୋଧ କରି ଅସଦଉଦ୍ଦିନ ଓୱେସୀ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ”

Design a site like this with WordPress.com
Get started