ବିଜେପିରେ ଏଣିକି ସହଜରେ ମିଳିବନି ଏଣ୍ଟ୍ରି: ଭଲ ଖରାପ ନେତା ବାଛିବ ବିଜେପିର ନୂଆ ସ୍କ୍ରିନିଂ କମିଟି

କନକ ବ୍ୟୁରୋ: ବିଜେପି ଗଠନ କଲା ନୂଆ କମିଟି । ଏହି କମିଟିର ମୁଖ୍ୟ କାମ ରହିବ ଭଲ ଓ ଖରାପ ନେତା ବାଛିବା । ମିଳିଥିବା ସୂଚନା ଅନୁସାରେ ପୂର୍ବ ଦଳ ଛାଡି ଯେଉଁ ଚେହେରା ବିଜେପିରେ ସାମିଲ ହେବାକୁ ଚାହିଁବେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଯୋଗାଡ ସହ ସେମାନଙ୍କୁ ଏଟ୍ରିଂ ଟିକେଟ ମିଳିବ ନା ନାହିଁ ସେକଥା କମିଟି ସ୍ଥିର କରିବ । କହିବାକୁ ଗଲେ ଅନ୍ୟ ଦଳର ନେତାଙ୍କ ଗୁଣ ଚିହ୍ନିବାContinue reading “ବିଜେପିରେ ଏଣିକି ସହଜରେ ମିଳିବନି ଏଣ୍ଟ୍ରି: ଭଲ ଖରାପ ନେତା ବାଛିବ ବିଜେପିର ନୂଆ ସ୍କ୍ରିନିଂ କମିଟି”

ପୁଣି ଅଶାନ୍ତ ହେଲା ମଣିପୁର । ଆତଙ୍କୀଙ୍କ ଗୁଳିରେ ୪ ପୋଲିସ୍ କର୍ମଚାରୀ, ଜଣେ ବିଏସଏଫ୍ ଯବାନ ଆହତ ।

କନକ ବ୍ୟୁରୋ: ପୁଣି ଅଶାନ୍ତ ହୋଇଛି ମଣିପୁର, ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ପୋଲିସ କର୍ମଚାରୀଙ୍କ ସହ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି । ସୋମବାର ଅଜଣା ଶସ୍ତ୍ରଧାରୀ ଏବଂ ସ୍ଥାନୀୟ ଲୋକଙ୍କ ସଂଘର୍ଷ ଯୋଗୁ ୪ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ପରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବାରୁ ସରକାର ଇମ୍ଫାଲ ଘାଟିରେ କର୍ଫ୍ୟୁ ଜାରି କରିଥିବା ବେଳେ ଏଭଳି ଅଘଟଣ ଘଟିଛି । ଉପଦ୍ରବୀ ମାନେ ପୋଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ ।Continue reading “ପୁଣି ଅଶାନ୍ତ ହେଲା ମଣିପୁର । ଆତଙ୍କୀଙ୍କ ଗୁଳିରେ ୪ ପୋଲିସ୍ କର୍ମଚାରୀ, ଜଣେ ବିଏସଏଫ୍ ଯବାନ ଆହତ ।”

ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି । ଏବେ ବି ଫସିରହିଛନ୍ତି ଏକାଧିକ ଲୋକ ।

କନକ ବ୍ୟୁରୋ: ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ କୋଠା ଭୁଶୁଡି ପଡିଥିବା ବେଳେ ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସାମ୍ନାକୁ ଆସୁଛି ଦୃଦୟ ବିଦାରକ ଦୃଶ୍ୟ । ତେବେ ନୂଆବର୍ଷ ଅବସରରେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ଜାପାନରେ ଆସିଥିବା ଭୂମିକମ୍ପ । ହଜାର ହଜାର ଘର ଭୁଶୁଡିContinue reading “ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି । ଏବେ ବି ଫସିରହିଛନ୍ତି ଏକାଧିକ ଲୋକ ।”

ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ: ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଦ ଏବେ ସଙ୍କଟରେ । ୭ଥର ସମନ ସତ୍ୱେ ଇଡି ନିକଟରେ ହାଜର ନହେବା ପରେ ସୋରେନଙ୍କୁ ଘାରିଛି ଗିରଫ ଭୟ । ଏହା ଭିତରେ ସେଫ ଜୋନରେ ଖେଳି ସମୟ ଥାଉ ଥାଉ ଶାସନର ରିମୋଟ କଂଟ୍ରୋଲ ପତ୍ନୀ କଳ୍ପନାଙ୍କୁ ଦେବାକୁ କୁଆଡେ ବିଚାର କରୁଛନ୍ତି ହେମନ୍ତ । ଚର୍ଚ୍ଚାକୁ ଜୋର କରିଛି ବିଧାୟକContinue reading “ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ: ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ”

ଚୂଡ଼ାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । ଗର୍ଭଗୃହରେ ସ୍ଥାପନ ହେବ ଅରୁଣ ଯୋଗୀଙ୍କ ହାତ ତିଆରି ମୂର୍ତ୍ତି ।

କନକ ବ୍ୟୁରୋ: ଚୂଡ଼ାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । ଅଯୋଧ୍ୟାର ଗର୍ଭଗୃହରେ ସ୍ଥାପନ ହେବ କର୍ଣ୍ଣାଟକ ମୂର୍ତ୍ତି କାରିଗର ଅରୁଣ ଯୋଗୀଙ୍କ ହାତ ତିଆରି ମୂର୍ତ୍ତି । ମତଦାନ ସହ ଅରୁଣ ଗଢ଼ିଥିବା ୫୧ ଇଞ୍ଚର ରାମଲଲ୍ଲାଙ୍କ ମୂୂର୍ତ୍ତିରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୋହର ମାରିଛି । ଚୂଡ଼ାନ୍ତ ହେଲା ରାମଲଲାଙ୍କ ଦିବ୍ୟ ବିଗ୍ରହ କର୍ଣ୍ଣାଟକ ସ୍ଥପତିଙ୍କ ମୂର୍ତ୍ତି ଉପରେ ମୋହର ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରରେ ହେବ ମର୍ଯ୍ୟାଦା ପୁରୁଷContinue reading “ଚୂଡ଼ାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । ଗର୍ଭଗୃହରେ ସ୍ଥାପନ ହେବ ଅରୁଣ ଯୋଗୀଙ୍କ ହାତ ତିଆରି ମୂର୍ତ୍ତି ।”

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ । ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ରମନ୍ତ୍ରୀ । ଏପରି କହିଲେ ଅର୍ଜୁନ ରାମ ମେଘୱାଲ

କନକ ବ୍ୟୁରୋ: ୨୦୨୨ ଶେଷ ବେଳକୁ ତୀବ୍ର ହୋଇଥିଲା ବିଭିନ୍ନ ଓକିଲ ସଂଘର ଆନ୍ଦୋଳନ । କହିବାକୁ ଗଲେ ଓଡି଼ଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଚାଲିଆସିଥିବା ପ୍ରାୟ ୫୦ ବର୍ଷର ଆନ୍ଦୋଳନରେ ପୂର୍ଣ୍ଣାହୁତି ପଡିଥିଲା । କାରଣର ଓକିଲଙ୍କ ଆନ୍ଦୋଳନରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସେତେବେଳେ କୋର୍ଟ ଯାହା କହିଥିଲେ ଠିକ ସେହି କଥାକୁ ଦୋହରାଇଛନ୍ତିContinue reading “ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ । ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ରମନ୍ତ୍ରୀ । ଏପରି କହିଲେ ଅର୍ଜୁନ ରାମ ମେଘୱାଲ”

ଭଗବାନ ଭରସାରେ ୟୁନିଭରସିଟି ଲ’ କଲେଜ! ୬୦୦ ଛାତ୍ରଛାତ୍ରୀଙ୍କୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜର ବିବାଦ ପିଛା ଛାଡିବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛି ଏହି ପ୍ରତିଷ୍ଠିତ ଆଇନ ମହାବିଦ୍ୟାଳୟ । କିଛି ଦିନ ତଳେ ବାର କାଉନସିଲ ଅଫ ଇଣ୍ଡିଆର ଅନୁମୋଦନ ନଥିବାରୁ ଚର୍ଚ୍ଚାରେ ଥିଲା କଲେଜ । ଯେଉଁଥିପାଇଁ ଜଣେ ବିହାର ଛାତ୍ର ଆଇନ ଡିଗ୍ରୀ ପାଇ ମଧ୍ୟ ବିହାର ବାର କାଉନ୍ସିଲରେ ଓକିଲାତି ଲାଇସେନ୍ସ ମିଳୁନଥିବା ଅଭିଯୋଗ କରିଥିଲେ । ଆଉ ଏବେContinue reading “ଭଗବାନ ଭରସାରେ ୟୁନିଭରସିଟି ଲ’ କଲେଜ! ୬୦୦ ଛାତ୍ରଛାତ୍ରୀଙ୍କୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ”

ନୂଆ ବର୍ଷରୁ BSKY-ନବୀନ କାର୍ଡର ଶୁଭାରମ୍ଭ । ଜାଣନ୍ତୁ, କେମିତି କରିବେ ଆବେଦନ?

କନକ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଏସକେୱାଇ୍-ନବୀନ କାର୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଏହାର ଆବଦେନ କରିବେ ଓ ଏହାର ପ୍ରକ୍ରିୟା କଣ ? କିଏ ପାଇବେ ଯୋଜନାର ଲାଭ? ସରକାରୀ କର୍ମଚାରୀ, ପେନସନଭୋଗୀ, ଅବସରପ୍ରାପ୍ତContinue reading “ନୂଆ ବର୍ଷରୁ BSKY-ନବୀନ କାର୍ଡର ଶୁଭାରମ୍ଭ । ଜାଣନ୍ତୁ, କେମିତି କରିବେ ଆବେଦନ?”

ବାଲିଆପାଳ ରାଜନିତିରେ ଘଡିକେ ଘୋଡା ଛୁଟୁଛି: ୫ ଦିନରେ ୩ ଥର ଦଳବଦଳ କଲେଣି ଦେବ କୁମାର ଦେ

କନକ ବ୍ୟୁରୋ: ଚର୍ଚ୍ଚାରେ ସରପଂଚଙ୍କ ଆୟାରାମ-ଗୟାରାମ ନୀତି । ୩-୩ ଥର ଦଳ ଡିଆଁ କରି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର ବାଲିଆପାଳର ସରପଂଚ ଦେବ କୁମାର ଦେ । ୫ ଦିନ ଭିତରେ ସେ ବିଜେଡିରୁ କଂଗ୍ରେସ ଓ କଂଗ୍ରେସରୁ ବିଜେଡିକୁ ଡେଇଁଛନ୍ତି । ଯଦିଓ ଜଣେ ସରପଂଚ ଦଳୀୟ ଭିତିରେ ନିର୍ବାଚନ ଲଢ଼ନ୍ତି ନାହିଁ, ତଥାପି ଦଳୀୟ ସମର୍ଥନରେ ନିର୍ବାଚନ ଲଢ଼ୁଥିବାରୁ ଏବଂ ଜିତୁଥିବାରୁ, ତାଙ୍କୁ ସମର୍ଥନ ଦେଇଥିବା ଦଳର ସରପଂଚ ବୋଲି ଧରି ନିଆଯାଏContinue reading “ବାଲିଆପାଳ ରାଜନିତିରେ ଘଡିକେ ଘୋଡା ଛୁଟୁଛି: ୫ ଦିନରେ ୩ ଥର ଦଳବଦଳ କଲେଣି ଦେବ କୁମାର ଦେ”

ପରିକ୍ରମା ପ୍ରକଳ୍ପ ପରେ ମା’ ସମଲେଶ୍ୱରୀ ପ୍ରକଳ୍ପର ଉଦଘାଟନ । ପଶ୍ଚିମ ଓଡିଶାର ଲୋକଙ୍କ ସାମିଲ ପାଇଁ ଉଦ୍ୟମ । ବିରୋଧୀ କହିଲେ ଭଗବାନ ଭରସାରେ ବିଜେଡି

କନକ ବ୍ୟୁରୋ: ପରିକ୍ରମା ପକଳ୍ପ ପରେ ସମଲେଇ ପ୍ରକଳ୍ପ । ଠିକ ଏକା ଢଙ୍ଗରେ ହେବ ଲୋକାର୍ପଣ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିପାଇଁ ପଶ୍ଚିମ ଓଡିଶାର ସବୁ ମନ୍ଦିରକୁ ନିମନ୍ତ୍ରଣ ଯିବ । ୪ ତାରିଖରେ ସମ୍ବଲପୁରରେ ଏନେଇ ଏକ ବୈଠକ ବସୁଛି । ଏଥିରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ବିଜେଡିର ତୁଙ୍ଗ ନେତା ସାମିଲ ହେବେContinue reading “ପରିକ୍ରମା ପ୍ରକଳ୍ପ ପରେ ମା’ ସମଲେଶ୍ୱରୀ ପ୍ରକଳ୍ପର ଉଦଘାଟନ । ପଶ୍ଚିମ ଓଡିଶାର ଲୋକଙ୍କ ସାମିଲ ପାଇଁ ଉଦ୍ୟମ । ବିରୋଧୀ କହିଲେ ଭଗବାନ ଭରସାରେ ବିଜେଡି”

Design a site like this with WordPress.com
Get started