ଭଉଣୀକୁ ନେଇ ହସ୍ପିଟାଲ ଯିବା ବାଟରେ ଛକିଥିଲା ଯମ । ଚାଲିଗଲା ଅନୁସୂୟାଙ୍କ ଜୀବନ । ଏପଟେ ପରୀକ୍ଷା ଦେବାକୁ ଯିବାବେଳେ ପ୍ରାଣ ହରାଇଲେ ନଳିନୀକାନ୍ତ ।

କନକ ବ୍ୟୁରୋ: ଅନୁସୂୟା ବାରିକ, ବୟସ-୧୯ ଆଉ ନଳିନୀକାନ୍ତ ଗାହାଣ, ବୟସ-୨୦ । ବଢ଼ିଲା ବୟସର ଦୁଇ ପିଲା । ଆଗକୁ ଏମାନେ ପରିବାରର ସାହାର ବନିଥାନ୍ତେ । ବାପା-ମାଙ୍କ ସ୍ୱପ୍ନକୁ ପୂରଣ କରିଥାନ୍ତେ । କିନ୍ତୁ ବିଧିର ବିଧାନ ବିଚିତ୍ର । ନିଶ୍ଚିନ୍ତ କୋଇଲି ନିକଟରେ ଘଟିଥିବା ଦୁର୍ଘଟଣାରେ ଉଭୟଙ୍କ ଜୀବନ ଚାଲିଯାଇଛି । ଏହି ଖବର ଉଭୟଙ୍କ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଅନୁସୂୟା ବାରିକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳିContinue reading “ଭଉଣୀକୁ ନେଇ ହସ୍ପିଟାଲ ଯିବା ବାଟରେ ଛକିଥିଲା ଯମ । ଚାଲିଗଲା ଅନୁସୂୟାଙ୍କ ଜୀବନ । ଏପଟେ ପରୀକ୍ଷା ଦେବାକୁ ଯିବାବେଳେ ପ୍ରାଣ ହରାଇଲେ ନଳିନୀକାନ୍ତ ।”

ଦୁଃଖ ଦେଇଗଲା ନୂଆବର୍ଷର ଦ୍ୱିତୀୟ ଦିନ । ନିଶ୍ଚିନ୍ତକୋଇଲି ନିକଟରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଚାଲିଗଲା ୩ ଜୀବନ, ୪୦ ଆହତ

କନକ ବ୍ୟୁରୋ: ବର୍ଷର ଦ୍ୱିତୀୟ ଦିନରେ ଛାତି ଥରାଇବା ଭଳି ବଡ ଦୁର୍ଘଟଣା ଘଟିଛି । ଏକ ଘରୋଇ ବସକୁ ନିଶ୍ଚିନ୍ତକୋଇଲି କଳାପୋଲ ନିକଟରେ ସାମ୍ନାରୁ ଧକ୍କା ଦେଇଛି ୧୦ ଚକିଆ ଟ୍ରକ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସହ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାର କାରଣ କୁହୁଡି ବୋଲି କୁହାଯାଉଛି । ଦୁର୍ଘଟଣାରେ ୨୦ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।Continue reading “ଦୁଃଖ ଦେଇଗଲା ନୂଆବର୍ଷର ଦ୍ୱିତୀୟ ଦିନ । ନିଶ୍ଚିନ୍ତକୋଇଲି ନିକଟରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଚାଲିଗଲା ୩ ଜୀବନ, ୪୦ ଆହତ”

ସାମାନ୍ୟ ବଚସାରୁ ବନ୍ଧୁକୁ ମାରିଲା ବନ୍ଧୁ: ଘରେ କେହି ନଥିବା ବେଳେ ରଶ୍ମିରଞ୍ଜନଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର

କନକ ବ୍ୟୁରୋ: ସାମାନ୍ୟ ବଚସାରୁ ବନ୍ଧୁକୁ ମାରିଲା ବନ୍ଧୁ । ଖୋର୍ଦ୍ଧା ଜିଲ୍ଲାରୁ ଜଙ୍କିଆରେ ଅଭାବନୀୟ ଘଟଣା । ଗତକାଲି ଚମ୍ପତିପୁରରେ ରାମ ନାଟକରେ ଦୁଇ ବନ୍ଧୁ ଲବକୁଶ ଅଭିନୟ କରିଥିଲେ । ପରେ ନାଚକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ଉତକ୍ଷୀପ୍ତ ହୋଇ ରଶ୍ମିରଞ୍ଜନ ବଳିୟାରସିଂକୁ ହତ୍ୟା କରିଥିଲା ତାଙ୍କ ବନ୍ଧୁ । ଘରେ କେହି ନଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ହତ୍ୟା କରିବାContinue reading “ସାମାନ୍ୟ ବଚସାରୁ ବନ୍ଧୁକୁ ମାରିଲା ବନ୍ଧୁ: ଘରେ କେହି ନଥିବା ବେଳେ ରଶ୍ମିରଞ୍ଜନଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର”

୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା: ଆଜିର ଦିନରେ ମିଳିଥିଲା ଜିଲ୍ଲା ମାନ୍ୟତା

କନକ ବ୍ୟୁରୋ: ୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା । ଆଜିର ଦିନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଥିଲା । ଅନେକ ଉତ୍ଥାନ ପତନ ସହ ଅନେକ ସମସ୍ୟା ଲାଗି ରହିଛି । ହେଲେ ତାରି ଭିତରେ ମଧ୍ୟ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ଏସବୁ ଭିତରେ ବି ରହିଛି ବିକାଶର ଅନେକ ସ୍ୱପ୍ନ । ୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା । ପ୍ରବାଦContinue reading “୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା: ଆଜିର ଦିନରେ ମିଳିଥିଲା ଜିଲ୍ଲା ମାନ୍ୟତା”

ଗରିବଙ୍କ ଯୋଜନା ହଡପ ଅଭିଯୋଗ: ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଚଞ୍ଚକତା

କନକ ବ୍ୟୁରୋ: ଗରିବଙ୍କ ପାଇଁ ଥିବା ଯୋଜନା ହଡପ ଅଭିଯୋଗ । ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ହୋଇଛି ବ୍ୟାପକ ଅନିୟମିତତା । ଆଉ ଏଇ ଘଟଣାରେ ଅଭିଯୋଗକାରୀକୁ ଆକ୍ରମଣ ହୋଇଥିବା ନେଇ ଥାନରେ ଏତଲା ଦିଆଯାଇଛି । ଖୁବଶିଘ୍ର ଘଟଣାର ସମାଧାନ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛିନ୍ତି ଲୋକେ । ଗରିବଙ୍କ ଯୋଜନା ହଡପ ଅଭିଯୋଗ । ବିରୋଧ କରିବାକୁ ମରଣାନ୍ତକ ଆକ୍ରମଣ । ଏହି ଅଭିଯୋଗ ଆସିଛି କିଛି ଅସାଧୁ କର୍ମଚାରୀଙ୍କ ନାଁରେContinue reading “ଗରିବଙ୍କ ଯୋଜନା ହଡପ ଅଭିଯୋଗ: ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଚଞ୍ଚକତା”

ବନ୍ଦ କୋଠରୀରେ ବିତୁଛି ଜୀବନ: ପରିବାର ଲୋକଙ୍କ ସ୍ମୃତିରେ ପରିତ୍ୟକ୍ତ ଘରେ ପଡି ରହିଛନ୍ତି ନିମାପଡା ଗାୟଳ ଗାଁର କୁନ୍ତଳା ମହାପାତ୍ର

କନକ ବ୍ୟୁରୋ: ବନ୍ଦ କୋଠରୀରେ ବିତୁଛି ଜୀବନ । ଘର ଚାରିପଟେ ଅନାବନା ଗଛର ଜଙ୍ଗଲ । ପରିବାରର ସ୍ମୃତିରେ ପରିତ୍ୟକ୍ତ କୋଠରୀ ଭିତରେ ବନ୍ଦ ହୋଇ ରହିଛନ୍ତ,ି ପୁରୀ ନିମାପଡା ଗାୟଳ ଗାଁର କୁନ୍ତଳା ମହାପାତ୍ର । ପଡୋଶୀ ମାନେ କେବେ କିଛି ସାହାଯ୍ୟ ସହଯୋଗ କରୁଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ । ଆଉ ଏବେ ସେହି ପରିତ୍ୟକ୍ତ ଘରୁ ଉଦ୍ଧାର ପାଇଁ ଅନୁରାଧ କରିଛନ୍ତି ଲୋକେ । ବନ୍ଦ କୋଠରୀରେ ବିତୁଛି ଜୀବନContinue reading “ବନ୍ଦ କୋଠରୀରେ ବିତୁଛି ଜୀବନ: ପରିବାର ଲୋକଙ୍କ ସ୍ମୃତିରେ ପରିତ୍ୟକ୍ତ ଘରେ ପଡି ରହିଛନ୍ତି ନିମାପଡା ଗାୟଳ ଗାଁର କୁନ୍ତଳା ମହାପାତ୍ର”

ବାଲି ମାଫିଆଙ୍କ କବଜାରେ ନଦୀ ପଠା: କେନ୍ଦ୍ରପଡା ନୀଳକଣ୍ଠପୁର ବ୍ରାହ୍ମଣ ନଦୀ କୂଳରୁ ଚାଲାଣ ହେଉଛି ଟ୍ରିପ୍ ଟ୍ରିପ୍ ବାଲି

କନକ ବ୍ୟୁରୋ: ନଦୀ ପଠା ଏବେ ବାଲି ମାଫିଆଙ୍କ କବଜାରେ । ତହସିଲ ଅଫିସଠାରୁ ମାତ୍ର ୫ କିଲୋମିଟର ଦୂରରେ ଚାଲିଛି ଲୁଟତରାଜ୍ । ପ୍ରଶାସନ ଯାଉଛି, ଚଢ଼ାଉ ହେଉଛି । କିନ୍ତୁ ଧରାପଡୁ ନାହାନ୍ତି ବାଲି ମାଫିଆ କି ଜବତ ହେଉନି ବାଲି ଖାଦାନରେ ନିୟୋଜିତ ଗାଡି କି ଅନ୍ୟାନ୍ୟ ସାମଗ୍ରୀ । ଯାହାଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇବା ସହ ନଦୀ କୂଳରେ ଥିବା ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛିContinue reading “ବାଲି ମାଫିଆଙ୍କ କବଜାରେ ନଦୀ ପଠା: କେନ୍ଦ୍ରପଡା ନୀଳକଣ୍ଠପୁର ବ୍ରାହ୍ମଣ ନଦୀ କୂଳରୁ ଚାଲାଣ ହେଉଛି ଟ୍ରିପ୍ ଟ୍ରିପ୍ ବାଲି”

କଲେଜ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୁରଣ ଦାବିରେ ରାସ୍ତାରୋକ କଲେ ଶତାଧିକ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ନବରଙ୍ଗପୁର ଡବୁଗାଁ ଭୈରବ କଲେଜ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୁରଣ ଦାବିରେ ରାସ୍ତାରୋକ କଲେ ଶତାଧିକ ଛାତ୍ରଛାତ୍ରୀ । ଗତ ରବିବାର ଦିନ ଅଜଣା ଗାଡ଼ି ଧକ୍କାରେ ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଛାତ୍ର ଦୀପକ ଗଣ୍ଡ ଗୁରୁତର ଭାବେ ଆହତ ହୋଇଥିଲେ । ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ଡାବୁଗାଁ ଭୈରବ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ଉମରକୋଟContinue reading “କଲେଜ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୁରଣ ଦାବିରେ ରାସ୍ତାରୋକ କଲେ ଶତାଧିକ ଛାତ୍ରଛାତ୍ରୀ ।”

ଡେନମାର୍କର ରାଣୀ ହେବାକୁ ଯାଉଥିବା ମହିଳାଙ୍କ କାହାଣୀ ଯିଏ ବାରରେ ପ୍ରିନ୍ସଙ୍କୁ ଭେଟିଥିଲେ ।

ନୂଆ ବର୍ଷ ୨୦୨୪ ହେଉଛି ଡେନମାର୍କ ରାଜ ପରିବାର ପାଇଁ କ୍ଷମତା ହସ୍ତାନ୍ତରର ବର୍ଷ । ପ୍ରାୟ ପାଞ୍ଚ ଦଶନ୍ଧି ଧରି ଦେଶର ରାଣୀ ଥିବା ମାର୍ଗ୍ରେଥ୍ ଦ୍ୱିତୀୟ ନିଷ୍ପତ୍ତି ନେଇଛନ୍ତି ଯେ ସେ ଆଉ ସିଂହାସନରେ ବସିବେ ନାହିଁ। ତାଙ୍କ ବୟସ ଏବଂ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ସେ ବର୍ତ୍ତମାନ ରାଜମୁକୁଟ ତାଙ୍କ ପୁତ୍ର  ରାଜକୁମାର ପ୍ରିନ୍ସ ଫ୍ରେଡେରିକଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିକଟରେ, ଡେନମାର୍କର ବର୍ତ୍ତମାନର ରାଣୀ ମାର୍ଗ୍ରେଥ୍ ଦ୍ବିତୀୟ  ତାଙ୍କContinue reading “ଡେନମାର୍କର ରାଣୀ ହେବାକୁ ଯାଉଥିବା ମହିଳାଙ୍କ କାହାଣୀ ଯିଏ ବାରରେ ପ୍ରିନ୍ସଙ୍କୁ ଭେଟିଥିଲେ ।”

୩୩ ବର୍ଷ ପୂର୍ବରୁ କରିଥିଲେ ରାମ ମନ୍ଦିର ନିର୍ମାଣ ଭବିଷ୍ୟବାଣୀ । ଏବେ ଦେବରହା ବାବାଙ୍କ ଆଶ୍ରମରେ ପହଞ୍ଚିଲା ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର ।

କନକ ବ୍ୟୁରୋ: ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ଉତ୍ସବ ଏବେ ଜୋରସୋରରେ ଜାରି ରହିଛି । ରାମ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଏବେ ନିମନ୍ତ୍ରଣ ପତ୍ର ବଣ୍ଟାଚାଲିଛି । ତେବେ ଏହି କ୍ରମରେ ୟୁପିର ଦେବରିୟା ଜିଲ୍ଲାରେ ସ୍ଥିତ ବ୍ରହ୍ମଋଷି ଦେବରହା ବାବା ଆଶ୍ରମର ମହନ୍ତଙ୍କୁ ମଧ୍ୟ ପଠାଯାଇଛି ନିମନ୍ତ୍ରଣ ପତ୍ର । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପାଇବା ପରେ ମହନ୍ତ ଶ୍ୟାମ ସୁନ୍ଦର ଦାସContinue reading “୩୩ ବର୍ଷ ପୂର୍ବରୁ କରିଥିଲେ ରାମ ମନ୍ଦିର ନିର୍ମାଣ ଭବିଷ୍ୟବାଣୀ । ଏବେ ଦେବରହା ବାବାଙ୍କ ଆଶ୍ରମରେ ପହଞ୍ଚିଲା ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର ।”

Design a site like this with WordPress.com
Get started