୧୦୬ ସ୍କୁଲକୁ ମିଳିଲା ପଟ୍ଟା । ବିଏମସି ଅଧୀନରେ ଥିବା ସ୍କୁଲକୁ କରାଗଲା ପଟ୍ଟା ବଣ୍ଟନ ।

କନକ ବ୍ୟୁରୋ: ୧୦୬ ସ୍କୁଲକୁ ମିଳିଲା ପଟ୍ଟା । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ୧୦୬ଟି ସରକାରୀ ସ୍କୁଲକୁ ପ୍ରାଥମିକ ପର୍ଯ୍ୟାୟରେ ପଟ୍ଟା ବଣ୍ଟନ କରାଯାଇଛି । ଦୀଘ ବର୍ଷ ହେବ ଅନେକ ସ୍କୁଲର ନିଜସ୍ୱ ପଟ୍ଟା ନଥିବା ହେତୁ ସେମାନେ ଅଧିକାଂଶ ଅନୁଦାନରୁ ବଞ୍ଚିତ ହେଉଥିଲେ ବୋଲି କହିଛନ୍ତି ଶିକ୍ଷୟିତ୍ରୀ । ଏବେ ପଟ୍ଟା ମିଳିବା ସ୍କୁଲକୁ ତାର ନିଜସ୍ୱ ପରିଚୟ ମିଳିଗଲା ବୋଲି କହିଛନ୍ତି । ଏହି ଅବସରରେ ଭୁବନେଶ୍ୱରର ୩ ବିଧାୟକଙ୍କContinue reading “୧୦୬ ସ୍କୁଲକୁ ମିଳିଲା ପଟ୍ଟା । ବିଏମସି ଅଧୀନରେ ଥିବା ସ୍କୁଲକୁ କରାଗଲା ପଟ୍ଟା ବଣ୍ଟନ ।”

ଜାପାନ ହାନେଡ଼ା ବିମାନବନ୍ଦରରେ ଜଳିଗଲା ବିମାନ । ଅବତରଣ ପୂର୍ବରୁ କୋଷ୍ଟଗାର୍ଡ ବିମାନକୁ ଦେଲା ଧକ୍କା । ବିମାନରେ ଥିବା ୩୭୯ ଯାତ୍ରୀ ସୁରକ୍ଷିତ

କନକ ବ୍ୟୁରୋ: ରନୱେରେ ଅବତରଣ ସମୟରେ ବିମାନରେ ଲାଗିଲା ନିଆଁ । ଜାପାନ ଟୋକିଓ ହନୋଦା ଏୟାରପୋର୍ଟରେ ନିଆଁଲାଗି ଏକ ବିମାନ ଜଳିଯାଇଥିବା ଦେଖିବାକୁ ମିଳିଛି । ତେବେ ବିମାନରେ ଥିବା ୩୦୦ଜଣ ଯାତ୍ରୀ ବିମାନରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବିମାନଟି ହୋକ୍କାଇଦୋରୁ ଟୋକିଓ ଅଭିମୁଖେ ଆସୁଥିଲା । ତେବେ ହନୋଦା ଏୟାରପୋର୍ଟରେ ଅବତରଣ ସମୟରେ କୋଷ୍ଟଗାର୍ଡ ଏୟାରକ୍ରାପ୍ଟ ସହ ଧକ୍କା ହୋଇଥିଲା ଏହି ବିମାନଟି । ଧକ୍କା ହେବା ପରେ ବିମାନଟିରେ ନିଆଁ ଲାଗିବାContinue reading “ଜାପାନ ହାନେଡ଼ା ବିମାନବନ୍ଦରରେ ଜଳିଗଲା ବିମାନ । ଅବତରଣ ପୂର୍ବରୁ କୋଷ୍ଟଗାର୍ଡ ବିମାନକୁ ଦେଲା ଧକ୍କା । ବିମାନରେ ଥିବା ୩୭୯ ଯାତ୍ରୀ ସୁରକ୍ଷିତ”

ମୋହାଲି ନୁହେଁ, ଏଥର ନୂଆ ହୋମଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ ପଞ୍ଜାବ କିଙ୍ଗସ୍ । ପ୍ରସ୍ତୁତ ହେଇ ରହିଛି ନୂଆ ଷ୍ଟାଡିୟମ । ଜାଣନ୍ତୁ, କଣ ରହିଛି ସୁବିଧାସୁଯୋଗ….

କନକ ବ୍ୟୁରୋ: ଆଇପିଏଲ୍ ୨୦୨୪ରେ ନୂଆ ହୋମଗ୍ରାଉଣ୍ଡରେ ଖେଳିବ ପଞ୍ଜାବ କିଙ୍ଗସ୍ । ଏଣିକି ମୋହାଲି ନୁହେଁ ବରଂ ପଞ୍ଜାବରେ ପ୍ରସ୍ତୁତ ହେଇଥିବା ନୂଆ କ୍ରିକେଟ୍ ଗ୍ରାଉଣ୍ଡକୁ ନିଜର ହୋମ୍ ଗ୍ରାଉଣ୍ଡ ବାଛିଛି ପଞ୍ଜାବ କିଙ୍ଗସ୍ । ଆଇପିଏଲ୍ ସମସ୍ତ ଟିମ୍ ନିଜ ହୋମ୍ ଗ୍ରାଉଣ୍ଡରେ ଅଧିକାଂଶ ମ୍ୟାଚ୍ ଖେଳିଥାନ୍ତି । ଯେଉଁଠି ଟିମକୁ ଫ୍ୟାନ୍ସମାନଙ୍କର ଭରପୂର ସମର୍ଥନ ମିଳିଥାଏ । ଯେମିତି ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମ ଏବଂ ମୁମ୍ବାଇContinue reading “ମୋହାଲି ନୁହେଁ, ଏଥର ନୂଆ ହୋମଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ ପଞ୍ଜାବ କିଙ୍ଗସ୍ । ପ୍ରସ୍ତୁତ ହେଇ ରହିଛି ନୂଆ ଷ୍ଟାଡିୟମ । ଜାଣନ୍ତୁ, କଣ ରହିଛି ସୁବିଧାସୁଯୋଗ….”

ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲରେ ଇଂରାଜୀ ନବବର୍ଷ ୨୦୨୪ ପାଳିତ । କର୍କଟ ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେଲା ଆଲୋଚନା ।

କନକ ବ୍ୟୁରୋ : କଟକ ତେଲେଙ୍ଗାପେଣ୍ଠସ୍ଥିତ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ ପରିସରରେ ଇଂରାଜୀ ନବବର୍ଷ ୨୦୨୪ ଦିବସ ପାଳିତ ହୋଇଯାଇଛି । ଏଥିରେ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା କର୍କଟ ରୋଗ ଏବଂ ଏହାର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ସେହିପରି ହସ୍ପିଟାଲ ପକ୍ଷରୁ ଡାକ୍ତର ରଣଜିତ କର, ଡ. ପ୍ରଶାନ୍ତ କୁମାର ପରିଡା, ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲର ସିଓଓ ଶାନ୍ତନୁ ଦାସ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ସୁବ୍ରାହମ୍ ପାନି,Continue reading “ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲରେ ଇଂରାଜୀ ନବବର୍ଷ ୨୦୨୪ ପାଳିତ । କର୍କଟ ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେଲା ଆଲୋଚନା ।”

ବାଲିଆପାଳ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ୫ ଦିନରେ ୩ ଥର ଦଳବଦଳ କଲେଣି ଦେବ କୁମାର ଦେ ।

କନକ ବ୍ୟୁରୋ: ବାଲିଆପାଳ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ଏ ଦଳ ହେଉଛନ୍ତି ତ କାଲି ସେ ଦଳ ହେଉଛନ୍ତି ନେତା । ୫ ଦିନ ଭିତରେ ତିନି ଥର ଦଳ ପରିବର୍ତ୍ତନ କଲେଣି କଂଗ୍ରେସର ବରିଷ୍ଠ ନେତା ତଥା ବାଲିଆପାଳ କଂଗ୍ରେସ ସରପଞ୍ଚ ସଂଘର ସଭାପତି ଦେବ କୁମାର ଦେ । କଂଗ୍ରେସ ଦଳର ବରିଷ୍ଠ ନେତା ଦେବ କୁମାର ଦେ ଏବଂ ତାଙ୍କର ୫୦ରୁ ଅଧିକ ସମର୍ଥକ ଗତ ୨୮ ତାରିଖContinue reading “ବାଲିଆପାଳ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ୫ ଦିନରେ ୩ ଥର ଦଳବଦଳ କଲେଣି ଦେବ କୁମାର ଦେ ।”

ସାମ୍ବାଦିକଙ୍କ ପ୍ରଶ୍ନରେ ଚିଡିଗଲେ କଟକ ସାଂସଦ । ଭର୍ତ୍ତୃହରି କହିଲେ, କାର୍ଯ୍ୟକ୍ରମ ସରକାରଙ୍କର, କଣ ପାଇଁ ନଥିଲେ ସେ କଥା ରାଜ୍ୟ ସରକାରଙ୍କୁ ପଚାରନ୍ତୁ

କନକ ବ୍ୟୁରୋ: ଟ୍ୱିନସିଟି ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସରେ କାହିଁକି ଯୋଗ ଦେଲେ ନାହିଁ ପ୍ରଶ୍ନରେ ଚିଡ଼ିଗଲେ କଟକ ସାଂସଦ । ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ କଲେ ଭର୍ତ୍ତର୍ୁହରି ମହତାବ । ପଚାରିଲେ, କାର୍ଯ୍ୟକ୍ରମ କାହାର ଥିଲା? କାର୍ଯ୍ୟକ୍ରମ ସରକାରଙ୍କ ଥିଲା । ଆଉ ମୁଁ କାହିଁକି ଗଲି ନାହିଁ, ତାହା ସରକାରଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ସାଂସଦ । ମୋତେ କାର୍ଯ୍ୟକ୍ରମକୁ ଡାକିଥିଲେ କି ନାହିଁ, ସେ କଥା ସରକାରଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ଭର୍ତ୍ତୁହରି ମହତାବContinue reading “ସାମ୍ବାଦିକଙ୍କ ପ୍ରଶ୍ନରେ ଚିଡିଗଲେ କଟକ ସାଂସଦ । ଭର୍ତ୍ତୃହରି କହିଲେ, କାର୍ଯ୍ୟକ୍ରମ ସରକାରଙ୍କର, କଣ ପାଇଁ ନଥିଲେ ସେ କଥା ରାଜ୍ୟ ସରକାରଙ୍କୁ ପଚାରନ୍ତୁ”

ବ୍ରିଟେନ ଛାତ୍ର ଭିସା ନିୟମରେ ବଡ଼ ପରିବର୍ତ୍ତନ । ବର୍ତ୍ତମାନ ଭାରତୀୟ ଛାତ୍ରମାନେ କଣ କରିବେ ?

ବ୍ରିଟେନର ନୂତନ ଛାତ୍ର ଭିସା ନିୟମ: ଦେଶରେ ବଢୁଥିବା ପ୍ରବାସୀ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବ୍ରିଟେନ କଡା ଭିସା ନିୟମ ଲାଗୁ କରିଛି । ଯାହା ପରେ ବ୍ରିଟେନକୁ ଯାଉଥିବା ଛାତ୍ର ସଂଖ୍ୟା ହ୍ରାସ ପାଇବ । ପରିସଂଖ୍ୟାନ ବିଷୟରେ କହିବାକୁ ଗଲେ, ୨୦୧୯ ମସିହାରୁ ବ୍ରିଟେନକୁ ଯାଉଥିବା ଲୋକଙ୍କ ସଂଖ୍ୟାରେ ୯୩୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ବ୍ରିଟେନରେ ପଢୁଥିବା ଛାତ୍ରମାନଙ୍କ ପାଇଁ ଅସୁବିଧା ବଢିବାକୁ  ଯାଉଛି । ସୁନକ ସରକାରଙ୍କ ନୂତନContinue reading “ବ୍ରିଟେନ ଛାତ୍ର ଭିସା ନିୟମରେ ବଡ଼ ପରିବର୍ତ୍ତନ । ବର୍ତ୍ତମାନ ଭାରତୀୟ ଛାତ୍ରମାନେ କଣ କରିବେ ?”

କୁହୁଡି ଯୋଗୁଁ ହୋଇଛି ନିଶ୍ଚିତକୋଇଲି ବସ-ଟ୍ରକ ମୁହାଁମୁହିଁ ଧକ୍କା: ପ୍ରାଥମିକ ତଦନ୍ତ ପରେ ପରିବହନ କମିଶନରଙ୍କ ସୂଚନା

କନକ ବ୍ୟୁରୋ: ବର୍ଷର ଦ୍ୱିତୀୟ ଦିନରେ ବଡ ଦୁର୍ଘଟଣା । ଚାନ୍ଦବାଲିରୁ କଟକ ଆସୁଥିବା ଘରୋଇ ବସ୍କୁ ନିଶ୍ଚିନ୍ତକୋଇଲି କଳାପୋଲ ନିକଟରେ ସାମ୍ନାରୁ ଧକ୍କା ଦେଇଛି ଟ୍ରକ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକ୍ ଡ୍ରାଇଭର ଓ ଦୁଇ ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ଆଳିର ଅନୁସୟା ବାରିକ, ରାଜକନିକାର ନଳିନୀକାନ୍ତ ଗାହାଣ ଓ ରାଜସ୍ଥାନର ଟ୍ରକ୍ ଡ୍ରାଇଭର ମୋହନ ଲାଲ । କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବାContinue reading “କୁହୁଡି ଯୋଗୁଁ ହୋଇଛି ନିଶ୍ଚିତକୋଇଲି ବସ-ଟ୍ରକ ମୁହାଁମୁହିଁ ଧକ୍କା: ପ୍ରାଥମିକ ତଦନ୍ତ ପରେ ପରିବହନ କମିଶନରଙ୍କ ସୂଚନା”

ବିଜେପିରୁ ଲଢ଼ିବେ କି ସୁରଙ୍କ ସାନ ପୁଅ? ଭୁବନେଶ୍ୱରରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲଙ୍କ ସହ ସାକ୍ଷାତ କରାଇଲେ ସୁର

କନକ ବ୍ୟୁରୋ: ବିଜେପିରୁ ଲଢିବେ କି ସୁରଙ୍କ ପୁଅ । ମନ୍ମଥ ରାଉତରାୟଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ ଖୁବଶୀଘ୍ର ରାଜନୀତିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ଉଭୟ ବିଜେଡି ଏବଂ ବିଜେପି ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ । ନିଜେ ସୁର ତାଙ୍କ ପୁଅ ମନ୍ମଥଙ୍କୁ ବିଜେପି ନେତାContinue reading “ବିଜେପିରୁ ଲଢ଼ିବେ କି ସୁରଙ୍କ ସାନ ପୁଅ? ଭୁବନେଶ୍ୱରରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲଙ୍କ ସହ ସାକ୍ଷାତ କରାଇଲେ ସୁର”

ମିଳିଲା ବିଜୟୀନିଙ୍କ ବାପା, ମାଆଙ୍କ ପରିଚୟ । ରେଙ୍ଗାଲି ଅଞ୍ଚଳରେ ହୋଇଥିବା ସମ୍ବଲପୁର ଏସପିଙ୍କ ସୂଚନା

କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀଙ୍କ ବାପା,ମା’ଙ୍କ ମିଳିଲା ପରିଚୟ । ରେଙ୍ଗାଲି ଅଞ୍ଚଳର ବାପା, ମା’ ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ବିଜୟନୀ ବାପା, ମା’ଙ୍କର ଦ୍ୱିତୀୟ ସନ୍ତାନ । ତେବେ ମା’ ମାନସିକ ଅସୁସ୍ଥ ଥିବାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି ଏସପି । କିନ୍ତୁ ଶିଶୁକନ୍ୟାକୁ କାହିଁକି ଫୋପାଡି ଦେଇଥିଲେ ସେନେଇ ସ୍ପଷ୍ଟ କରିନାହାଁନ୍ତି । ଗତମାସ ରେଙ୍ଗାଲିର ଏକ ବୋରୱେଲ ଭିତରୁContinue reading “ମିଳିଲା ବିଜୟୀନିଙ୍କ ବାପା, ମାଆଙ୍କ ପରିଚୟ । ରେଙ୍ଗାଲି ଅଞ୍ଚଳରେ ହୋଇଥିବା ସମ୍ବଲପୁର ଏସପିଙ୍କ ସୂଚନା”

Design a site like this with WordPress.com
Get started