କନକ ବ୍ୟୁରୋ : ଟଙ୍କା ପାଇଁ ରାଜ୍ୟରେ କାହାରି ଚିକିତ୍ସାରେ ଅବହେଳା ହେବ ନାହିଁ । ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ ହୋଇଛି । ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତ ସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ.ବିଏସକେୱାଇନବୀନ.ଓଡିଶା.ଜିଓଭି.ଇନ୍ ଜରିଆରେ ଜଣେContinue reading “ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ : ଆସନ୍ତା ୬ ତାରିଖରୁ ହେବ ନୂଆ ପଞ୍ଜିକରଣ”
Category Archives: News
ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୨୩ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି । ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ବର୍ତମାନ ରାଜ୍ୟରେ ଚିନ୍ତାଜନକ ସ୍ଥିତି ନାହିଁ । ଦେଶରେ ଚିହ୍ନଟ ସଂକ୍ରମିତ ରୋଗୀଙ୍କContinue reading “ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ”
ବର୍ଷର ପ୍ରଥମ ଦିନରେ ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । ଶୈଳଶ୍ରୀବିହାରର କଳିଙ୍ଗ ୟୁଥ୍ କ୍ଲବରେ ବୁଲିଲା ଖଣ୍ଡା । ଝାରପଡାରେ ବୋମାମାଡରେ ଭାଙ୍ଗିଲା ଘରର କାନ୍ଥ
କନକ ବ୍ୟୁରୋ : ନୂଆବର୍ଷ ବିଳମ୍ବିତ ରାତିରେ ବୋମାମାଡ଼ । ଅଧ ରାତିରେ ରାଜଧାନୀରେ ଘର ଉପରକୁ ବୋମା ମାଡ ହୋଇଛି । ଗତକାଲି ପ୍ରାୟ ରାତି ୧୨ଟା ବେଳେ ଝାରପଡାର କବିରାଜ ସ୍ୱାଇଁଙ୍କ ଘରକୁ ବୋମା ମାଡ ହୋଇଥିଲା । ସେଥିରେ କବିରାଜ ସାମାନ୍ୟ ଆହାତ ହୋଇଥିବା ବେଳେ ତାଙ୍କ ଘରର କାନ୍ଥ ଭାଙ୍ଗି ଯାଇଛି । ତେବେ କିଏ କାହିଁକି ବୋମାମାଡ କରିଛନ୍ତି ତାହା ଏଯାଏଁ ଜଣାପଡିନାହିଁ । ଝରପଡା ପୁଲିସ ଘଟଣାସ୍ଥଳରେ ତଦନ୍ତContinue reading “ବର୍ଷର ପ୍ରଥମ ଦିନରେ ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । ଶୈଳଶ୍ରୀବିହାରର କଳିଙ୍ଗ ୟୁଥ୍ କ୍ଲବରେ ବୁଲିଲା ଖଣ୍ଡା । ଝାରପଡାରେ ବୋମାମାଡରେ ଭାଙ୍ଗିଲା ଘରର କାନ୍ଥ”
ଗାଜାରୁ ନିଜ ସୈନିକ ମାନଙ୍କୁ ଫେରାଇ ଆଣୁଛି ଇସ୍ରାଏଲ । ବର୍ଷ ସାରା ଯୁଦ୍ଧ କେମିତି ଲଢିବ ?
ଗାଜା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଏକ ବଡ଼ ବିବୃତ୍ତି ଦେଇଛି । ଇସ୍ରାଏଲ୍ ସେନା କହିଛି ଯେ ସେମାନେ ବର୍ଷସାରା ଯୁଦ୍ଧ କରିବେ । ଗାଜାରେ ଏକ ନୂତନ ଯୁଦ୍ଧ ପାଇଁ ଇସ୍ରାଏଲ୍ ସେନା ଯୋଜନା ପ୍ରସ୍ତୁତ କରିଛି । ୮୮ ଦିନିଆ ଯୁଦ୍ଧ ସମୟରେ ଗାଜାରେ ୨୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୫୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ବର୍ଷ ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ଏହିContinue reading “ଗାଜାରୁ ନିଜ ସୈନିକ ମାନଙ୍କୁ ଫେରାଇ ଆଣୁଛି ଇସ୍ରାଏଲ । ବର୍ଷ ସାରା ଯୁଦ୍ଧ କେମିତି ଲଢିବ ?”
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା ।
କନକ ବ୍ୟୁରୋ : ନିଶ୍ଚିତକୋଇଲି ବସ୍-ଟ୍ରକ ମଧ୍ୟରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ୨୦ ଜଣ ଗୁରୁତର ଆହତ ରହିଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।Continue reading “ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା ।”
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରୀଜିଉଙ୍କୁ ଆସିଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ଦଳ ଶ୍ରୀମନ୍ଦିରରେ ଦେଲେ ନିମନ୍ତ୍ରଣ ପତ୍ର
କନକ ବ୍ୟୁରୋ : ଶ୍ରୀରାମଙ୍କ ପ୍ରତିଷ୍ଠା ପାଇଁ ଜଗାକୁ ଆସିଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଆସିଥିବା ସ୍ୱତନ୍ତ୍ର ନିମନ୍ତ୍ରଣକାରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀରାମଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ନିମନ୍ତ୍ରଣ ପତ୍ର ସହ ନଡ଼ିଆ , ପାନ, ଗୁଆ ଦେଇ ମହାପ୍ରଭୁଙ୍କୁ କରିଛନ୍ତି ନିମନ୍ତ୍ରଣ । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି ପ୍ରତିଷ୍ଠା ଉତ୍ସବରେ ସାମିଲContinue reading “ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରୀଜିଉଙ୍କୁ ଆସିଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ଦଳ ଶ୍ରୀମନ୍ଦିରରେ ଦେଲେ ନିମନ୍ତ୍ରଣ ପତ୍ର”
ଅସୁସ୍ଥ ବଡଭଉଣୀଙ୍କୁ ହସ୍ପିଟାଲ ନେଉଥିଲା ସାନଭଉଣୀ, ବସ୍ ଦୁର୍ଘଟଣାରେ ଚାଲିଗଲା ଜୀବନ । ସାନ ଭଉଣୀର ମୃତ୍ୟୁ ଖବର ଶୁଣି ବଡ ଭଉଣୀ ପୂରା ସ୍ତବ୍ଧ ।
କନକ ବ୍ୟୁରୋ : ନିଶ୍ଚିତକୋଇଲିରେ ମର୍ମନ୍ତୁଦ ବସ୍-ଟ୍ରକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ଯିଏ ନିଜ ସାନ ଭଉଣୀଙ୍କୁ ନେଇ ହସ୍ପିଟାଲକୁ ଯାଉଥିଲେ । କିନ୍ତୁ ଏହି ଯାତ୍ରା ଯେ, ସାନ ଭଉଣୀର ଶେଷ ଯାତ୍ରା ହେବ ତାହା କେବେ ଭାବିନଥିଲେ ବଡଭଉଣୀ । ଅସୁସ୍ଥ ବଡ ଭଉଣୀଙ୍କୁ କଟକ ବଡ ମେଡିକାଲକୁ ନେଇ ଯାଉଥିଲେ ସାନ ଭଉଣୀ । ହେଲେ ବିଧିର ବିଧାନ କେଡେContinue reading “ଅସୁସ୍ଥ ବଡଭଉଣୀଙ୍କୁ ହସ୍ପିଟାଲ ନେଉଥିଲା ସାନଭଉଣୀ, ବସ୍ ଦୁର୍ଘଟଣାରେ ଚାଲିଗଲା ଜୀବନ । ସାନ ଭଉଣୀର ମୃତ୍ୟୁ ଖବର ଶୁଣି ବଡ ଭଉଣୀ ପୂରା ସ୍ତବ୍ଧ ।”
ଦକ୍ଷିଣ କୋରିଆ ବିରୋଧୀ ଦଳର ନେତାଙ୍କୁ ହତ୍ୟା ଉଦ୍ୟମ । ସାମ୍ବାଦିକ ସମ୍ମିଳନୀରେ ବେକ କାଟିଦେଲେ ।
ଲି ଜେ-ମ୍ୟୁଙ୍ଗ ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ । ବୁସାନର ଗାଡୋକ ଦ୍ୱୀପରେ ଏକ ନୂତନ ବିମାନବନ୍ଦରର ନିର୍ମାଣ ସ୍ଥଳରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ଆତତାୟୀ ତାଙ୍କ ବେକକୁ ଛୁରୀ ଦ୍ଵାରା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା । ଏକ ସାଧାରଣ ସଭାରେ ଦକ୍ଷିଣ କୋରିଆର ବିରୋଧୀଦଳ ନେତା ଲି ଜେ-ମାୟୁଙ୍ଗଙ୍କୁ ସାଂଘାତିକ ଆକ୍ରମଣ କରାଯାଇଛି।Continue reading “ଦକ୍ଷିଣ କୋରିଆ ବିରୋଧୀ ଦଳର ନେତାଙ୍କୁ ହତ୍ୟା ଉଦ୍ୟମ । ସାମ୍ବାଦିକ ସମ୍ମିଳନୀରେ ବେକ କାଟିଦେଲେ ।”
ନୂଆ ବର୍ଷ ରାତିରେ ରାଜଧାନୀରେ ଲୁଟେରାଙ୍କ ଆତଙ୍କ । ତଣ୍ଟି କାଟି ଲୁଟିନେଲେ ଦୁର୍ବୃତ୍ତ
କନକ ବ୍ୟୁରୋ : ରାଜଧାନୀରେ ତଣ୍ଟି କାଟି ଲୁଟ୍ । ଚନ୍ଦ୍ରଶେଖରପୁର ଡମଣା ଗାଁରେ ଦୁର୍ବୁତଙ୍କ ଆତଙ୍କରାଜ । ଲୁଟେରାମାନେ ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟଣାଛନ୍ତି । ଶିବାନନ୍ଦ ବାରିକ ନାମକ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ୬ ହଜାର ଟଙ୍କା ଲୁଟି ନେଇଛନ୍ତି । ଗତକାଲି ରାତି ପ୍ରାୟ ୩ଟା ବେଳେ ଶିବାନନ୍ଦ ତାଙ୍କ ଦୋକାନକୁ ଯାଉଥିଲେ । ଘରୁ ବାହାରିବା ପରେ ଗେଟ୍ ପାଖରେ ଲୁଟେରାଙ୍କ ହାବୁଡରେ ପଡିଯାଇଥିଲେ । ଶିବାନନ୍ଦଙ୍କContinue reading “ନୂଆ ବର୍ଷ ରାତିରେ ରାଜଧାନୀରେ ଲୁଟେରାଙ୍କ ଆତଙ୍କ । ତଣ୍ଟି କାଟି ଲୁଟିନେଲେ ଦୁର୍ବୃତ୍ତ”
କେନ୍ଦ୍ରମନ୍ତ୍ରୀଙ୍କ ବୟାନ, ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ବିଜେଡି କହିଲା, ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ଦାବିକୁ ପୂରା କରୁ କେନ୍ଦ୍ର ।
କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ବୟାନ ଦେଇଛନ୍ତି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । କହିଛନ୍ତି, ଯେହେତୁ ଇ-କୋର୍ଟ ବ୍ୟବସ୍ଥା ଆରମ୍ଭ ହେଲାଣି, ଭର୍ଚୁଆଲରେ ସବୁ ସୁବିଧା ମିଳୁଛି । ଇ-କୋର୍ଟ ବ୍ୟବସ୍ଥା ହାଇକୋର୍ଟ ବେଂଚ ସହ ସମାନ । ଇ-କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି । ପ୍ରତି ଜିଲ୍ଲାରେ ମିଳୁଛି ଇ-କୋର୍ଟ ବ୍ୟବସ୍ଥା ।Continue reading “କେନ୍ଦ୍ରମନ୍ତ୍ରୀଙ୍କ ବୟାନ, ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ବିଜେଡି କହିଲା, ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ଦାବିକୁ ପୂରା କରୁ କେନ୍ଦ୍ର ।”