କନକ ବ୍ୟୁରୋ : ମରିଗଲା କି ମାନବିକତା । ଝିଅର ମାଡରେ ୮୦ ବର୍ଷିଆ ବୃଦ୍ଧା ମାଆ ଆହତ । ସାମାନ୍ୟ କଥାକୁ ନେଇ ନିଜ ଜନ୍ମ କଲା ମାଆକୁ ବାଡିରେ ମାଡ ମାରିଛି ଝିଅ । କ୍ୟାମେରାରେ କଏଦ ହୋଇଥିବା ପୁରା ଦୃଶ୍ୟ ମାଆ ଓ ଝିଅର ସଂପର୍କକୁ କଳଙ୍କିତ କରିଛି । ପରିଣତ ବୟସରେ ମାଆର ସେବା ସୁଶ୍ରୁଷା କରିବା ବଦଳରେ ଝିଅର ଏପରି ନିଷ୍ଠୁର ଆଚରଣ ସମସ୍ତଙ୍କୁ ଚକିତ କରିଛି । କଟକContinue reading “ମାଆ ଓ ଝିଅର ସଂପର୍କ କଳଙ୍କିତ କଲା ନିଆଳିର ଖବର । ଅଶୀ ବର୍ଷରୁ ବୃଦ୍ଧା ମାଆଙ୍କୁ ଚୁଟି ଟାଣି ତଳେ ଗଡେଇ, ବାଡିରେ ନିସ୍ତୁକ ପିଟିଲା ଝିଅ”
Category Archives: News
ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ୧୩ ଦିନ ବାକି । ଚଳଚଞ୍ଚଳ ବରଗଡ ସହର, ଚାଲିଛି କଳାକାରଙ୍କ ପ୍ରସ୍ତୁତି
କନକ ବ୍ୟୁରୋ : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡର ଧନୁ ଯାତ୍ରାର ସମୟ । ଆସନ୍ତା ୧୫ ତାରିଖରେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟ । ବରଗଡ ଅମ୍ବାଭୋନା ପାଲଟିବ ମଥୁରା ଓ ଗୋପନଗରୀ । ସେଥିପାଇଁ ଏବେଠୁ କଳାକାର ଅଭ୍ୟାସ ଆରମ୍ଭ କରିଦେଲେଣି । ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ନିଜକୁ ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି । ଏଥର କଳାକାରଙ୍କ ଉନ୍ନତ ଅଭିନୟକୁ କମିଟିContinue reading “ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ୧୩ ଦିନ ବାକି । ଚଳଚଞ୍ଚଳ ବରଗଡ ସହର, ଚାଲିଛି କଳାକାରଙ୍କ ପ୍ରସ୍ତୁତି”
ରାଜନୀତି କରିବେ ଅର୍ଚ୍ଚନା ନାଗ ! ବ୍ଲାକମେଲିଂ ମାମଲାରେ ଜାମିନରେ ଆସିଥିବା ଅର୍ଚ୍ଚନାଙ୍କ ବଡ ବୟାନ
କନକ ବ୍ୟୁରୋ : ରାଜନୀତି କରିବେ ଅର୍ଚ୍ଚନା ନାଗ । ସୁଯୋଗ ମିଳିଲେ ରାଜନୀତି ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ଅର୍ଚ୍ଚନା । ବ୍ଲାକମେଲିଂ ଅଭିଯୋଗରେ ଗିରଫ ହୋଇ ବେଲରେ ଥିବା ଅର୍ଚ୍ଚନା ଏଭଳି କିଛି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି । ସେହିପରି ତାଙ୍କ ବିରୋଧରେ ଅଭିଯୋଗ ଆଣୁଥିବା କଥାକଥିତ ବଡ଼ ବଡ଼ିଆ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି । ନୂଆବର୍ଷ ଅବସରରେ ରାମ ମନ୍ଦିର ଆସିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦିContinue reading “ରାଜନୀତି କରିବେ ଅର୍ଚ୍ଚନା ନାଗ ! ବ୍ଲାକମେଲିଂ ମାମଲାରେ ଜାମିନରେ ଆସିଥିବା ଅର୍ଚ୍ଚନାଙ୍କ ବଡ ବୟାନ”
କମିବ ଶୀତର ପ୍ରଭାବ ! ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର
କନକ ବ୍ୟୁରୋ : ଜାନୁଆରିରେ ଶୀତର ପ୍ରଭାବ କମିପାରେ । ସ୍ୱାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ କୁହୁଡି ପାଇଁ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳ ପାଇଁ କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେContinue reading “କମିବ ଶୀତର ପ୍ରଭାବ ! ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର”
ଆଜି ଦୁଇ ଦିନିଆ ଦକ୍ଷିଣଭାରତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ତାମିଲନାଡୁକୁ ଭେଟିଦେବେ ୧୯ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ଦୁଇ ଦୁନିଆ ଦକ୍ଷିଣ ଭାରତ ଗସ୍ତରେ ଯିବେ । ଦୁଇ ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କେରଳ, ତାମିଲନାଡୁ ଓ ଲାକ୍ଷା ଦ୍ୱୀପ ଗସ୍ତ କରି ବହୁ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଦିଲ୍ଲୀରୁ ତାମିଲନାଡୁ ପହଞ୍ଚିବେ ପ୍ରଧାମନ୍ତ୍ରୀ । ସେଠାରେ ଭାରତୀଦର୍ଶନ ୟୁନିର୍ଭସିଟିର କାର୍ଯ୍ୟକ୍ରମରେ ସାମିଲ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମ୍ବୋଧିତ କରିବେContinue reading “ଆଜି ଦୁଇ ଦିନିଆ ଦକ୍ଷିଣଭାରତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ତାମିଲନାଡୁକୁ ଭେଟିଦେବେ ୧୯ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ”
ବର୍ଷର ପ୍ରଥମ ଦିନରୁ ମଣିପୁରକୁ ଫେରିଲା କର୍ଫ୍ୟୁ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ, ୫ ଆହତ
କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଛି ମଣିପୁର । ସୋମବାର ସନ୍ଧ୍ୟାରେ ହିଂସାକାଣ୍ଡ ହେବାରୁ ଥୋବାଲ ସମେତ ଇମ୍ଫାଲ ଭ୍ୟାଲିର ୫ଟି ଜିଲ୍ଲାରେ କର୍ଫ୍ୟୁ କଟକଣା ଜାରି କରାଯାଇଛି । ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଥୋବାଲ ଜିଲ୍ଲା ଲୋଲାଙ୍ଗ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ଓ ୫ ଜଣ ଆହତ ହୋଇଥିବା ମଣିପୁର ପୋଲିସContinue reading “ବର୍ଷର ପ୍ରଥମ ଦିନରୁ ମଣିପୁରକୁ ଫେରିଲା କର୍ଫ୍ୟୁ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ, ୫ ଆହତ”
ପୋଲିସ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ । କ୍ରସ୍ ଫାୟାରିଂରେ ଶିଶୁ ମୃତ, ମାଆ ଗୁରୁତର
କନକ ବ୍ୟୁରୋ: ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ଭିତରେ ହେଇଛି ଗୁଳିବିନିମୟ । ଏହି ଗୁଳି ବିନିମୟରେ ଜଣେ ଶିଶୁ ମୃତ୍ୟୁ ବରଣ କରିଥିବାବେଳେ, ମାଆ ଜଣକ ଗୁରୁତର ହେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଗୁରୁତର ହେଇଥିବା ମାଆଙ୍କ ହାତରେ ବାଜିଛି ଗୁଳି । ଗୁଳି ବାଜିବା ପରେ ମହିଳା ଜଣଙ୍କୁ ପୋଲିସ ଉଦ୍ଧାର କରିବା ସହିତ ହସ୍ପିଟାଲ ନେଇଛି । ଗଙ୍ଗାଲୁର ଥାନା ମୃତଓଣ୍ଡି ଜଙ୍ଗଲରେ ଏହି ଘଟଣା ଘଟିଥିବାContinue reading “ପୋଲିସ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ । କ୍ରସ୍ ଫାୟାରିଂରେ ଶିଶୁ ମୃତ, ମାଆ ଗୁରୁତର”
ପିକନିକ୍ ପାଇଁ ଯାଉଛନ୍ତି କି? ପଢିରଖନ୍ତୁ, ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍…
କନକ ବ୍ୟୁରୋ: ଆପଣ ପିକନିକ୍ ଯାଉଛନ୍ତି କି? ନିକଟରେ ଅନେକ ପିକନିକ୍ ବସ ଦୁର୍ଘଟଣାର ଶିକାର ହୋଇଛି । ଆଉ ଅନେକ ସ୍କୁଲ ପିଲା ଦୁର୍ଘଟଣାରେ ଆହତ ହୋଇଛନ୍ତି । କୁହୁଡି ସାଙ୍ଗକୁ ଅନ୍ୟାନ୍ୟ କାରଣ ପାଇଁ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ସରକାରଙ୍କ ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୨ ମଧ୍ୟରେ ଡିସେମ୍ବର ଏବଂ ଜାନୁଆରୀରେ ସର୍ବାଧିକ ଦୁର୍ଘଟଣା ଘଟିଛି । ଏହାପରେ ବଢୁଥିବା ଦୁର୍ଘଟଣାକୁ ରୋକିବାକୁ ଯାଇ ସରକାର ନୂଆ ନିୟମ ଆଣିଛନ୍ତି । ଏବେContinue reading “ପିକନିକ୍ ପାଇଁ ଯାଉଛନ୍ତି କି? ପଢିରଖନ୍ତୁ, ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍…”
ମା’ଙ୍କ ସୋନିଆଙ୍କ ସହ ଏକାଠି ମିଶି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କଲେ କଂଗ୍ରେସ ସାଂସଦ । ଫଳବଗିଚାରୁ ତାଜା ଫଳ ତୋଳି ଜାମ ତିଆରି କଲେ ରାହୁଲ ଗାନ୍ଧୀ
କନକ ବ୍ୟୁରୋ : ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦଙ୍କ ଭଳିକି ଭଳି ଅବତାର ଅନେକବାର ଦେଖିବାକୁ ମିଳିଛି । ଏବେ ପୁଣି ଥରେ ତାଙ୍କର ଏକ ନୂଆ ଅବତାର ସାମ୍ନାକୁ ଆସିଛି । ୨୦୨୩ ଡିସେମ୍ବର ୩୧ ତାରିଖରେ ରାହୁଲ ନିଜର ୟୁଟ୍ୟୁବ ଚ୍ୟାନେଲ ଏକ ଭିଡିଓ ପୋଷ୍ଟ କରିଛନ୍ତି । ୫ମିନିଟରେ ଭିଡିଓରେ ଉଭୟ ରାହୁଲ ଓ ସୋନିଆଙ୍କୁ ଏକାଠି ଦେଖିବାକୁ ମିଳିଛି । ବଗିଚାରୁ ଫଳ ତୋଳିବାଠୁ ନେଇ ସୁଆଦିଆ ଜାମ ପ୍ରସ୍ତୁତିକୁContinue reading “ମା’ଙ୍କ ସୋନିଆଙ୍କ ସହ ଏକାଠି ମିଶି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କଲେ କଂଗ୍ରେସ ସାଂସଦ । ଫଳବଗିଚାରୁ ତାଜା ଫଳ ତୋଳି ଜାମ ତିଆରି କଲେ ରାହୁଲ ଗାନ୍ଧୀ”
୨ ମାସ ପରେ ଆଇଆଇଟି-ବିଏଚ୍ୟୁ ଛାତ୍ରୀଙ୍କ ଦୁଷ୍କର୍ମକାରୀଙ୍କୁ ବାନ୍ଧିଲା ପୋଲିସ । ବିଜେପି ଆଇଟି ସେଲର ସକ୍ରିୟ ଅଭିଯୁକ୍ତ
କନକ ବ୍ୟୁରୋ : ଧରାପଡିଛନ୍ତି ଆଇଆଇଟି –ବିଏଚ୍ୟୁ ଛାତ୍ରୀଙ୍କ ତିନି ଦୁଷ୍କର୍ମକାରୀ । ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରାଣାସୀ ପୋଲିସ । ଗିରଫ ଯୁବକମାନେ ହେଲେ କୁନାଲ ପାଣ୍ଡେ, ଅଭିଷେକ ଚୌହ୍ୱାନ ଏବଂ ସମକ୍ଷ ପଟେଲ । ତିନି ଅଭିଯୁକ୍ତ ବିଜେପି ଯୁବ ମୋର୍ଚ୍ଚାର ସକ୍ରିୟ ସଦସ୍ୟ ରହିଥିବାବେଳେ ଆଇଟି ସେଲ୍ରେ କାମ କରନ୍ତି । ଫଳରେContinue reading “୨ ମାସ ପରେ ଆଇଆଇଟି-ବିଏଚ୍ୟୁ ଛାତ୍ରୀଙ୍କ ଦୁଷ୍କର୍ମକାରୀଙ୍କୁ ବାନ୍ଧିଲା ପୋଲିସ । ବିଜେପି ଆଇଟି ସେଲର ସକ୍ରିୟ ଅଭିଯୁକ୍ତ”