ମୃତ୍ୟୁକୁ ଜୟ କରିଥିବାରୁ, କୁନି ଝିଅ ନା ପାଇଲା ‘ବିଜୟିନୀ’ । ଭୀମସାରରେ ହେଲା ଏକୋଇଶିଆ । କେକ୍ କାଟିବା ସହ ହେଲା ସତ୍ୟ ନାରାୟଣ ପୂଜା ।

କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲିର ଏକ ବୋରୱେଲରୁ ଉଦ୍ଧାର ହୋଇଥିବା କୁନି ଶିଶୁକୁ ଆଜି ୨୧ ଦିନ ପୂରିଛି । ଭୀମସାରରେ ଶିଶୁଟିର ଚିକିତ୍ସା କରାଯାଇଥିବା ବେଳେ ଆଜି ତା’ର ଏକୋଇଶିଆ ପାଳନ କରାଯାଇଛି । ଆଉ ଏହି ଅବସରରେ ତା’ର ନାଁ ବିଜୟିନୀ ରଖାଯାଇଛି । ଏକୋଇଶିଆରେ ପୂରା ରୀତିନୀତି ସହ ସତ୍ୟନାରାୟଣ ପୂଜା ଓ କେକ୍୍ କଟା ଯାଇଛି । ତେବେ ଯାହା ଭାଗ୍ୟରେ ସୁଖ ଥିବ, ହସ ଥିବ, ତାକୁ କିଏ ବା’Continue reading “ମୃତ୍ୟୁକୁ ଜୟ କରିଥିବାରୁ, କୁନି ଝିଅ ନା ପାଇଲା ‘ବିଜୟିନୀ’ । ଭୀମସାରରେ ହେଲା ଏକୋଇଶିଆ । କେକ୍ କାଟିବା ସହ ହେଲା ସତ୍ୟ ନାରାୟଣ ପୂଜା ।”

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ବିରୋଧରେ ଭାରତ ସରକାରଙ୍କ ବଡ ନିଷ୍ପତି । ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କଲା ଭାରତ

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଗୋଲଡୀ ବ୍ରାର୍କୁ ଆତଙ୍କବାଦୀ ଘୋଷଣା କଲା ଭାରତ । କାନାଡ଼ାରେ ରହି ଭାରତ ବିରୋଧୀ ଗତିବିଧି କରୁଥିବା ଗୋଲଡୀକୁ ସୋମବାର ଆତଙ୍କୀଭାବେ ଭାରତ ସରକାର ଘୋଷଣା କରିଛନ୍ତି । ଗତବର୍ଷ ଅର୍ନ୍ତଜାତୀୟ ଆତଙ୍କୀ ସଂଗଠନ ବବର ଖାଲସା ସହିତ ସମ୍ପର୍କ ଅଭିଯୋଗ ଆଣି ଭାରତ ସରକାର ଗୋଲଡିକୁ ଆତଙ୍କୀଭାବେ ଘୋଷଣା କରିଛନ୍ତି । ଲୋକପ୍ରିୟ ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ପଛରେ ମଧ୍ୟ ଗୋଲଡୀ ଓ ତା ସହଯୋଗୀଙ୍କ ହାତContinue reading “ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ବିରୋଧରେ ଭାରତ ସରକାରଙ୍କ ବଡ ନିଷ୍ପତି । ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କଲା ଭାରତ”

କରୋନାର ନୂଆଷ୍ଟ୍ରେନ୍ ଆଣିପାରେ ହୃଦଘାତ୍ । ଜାପାନୀ ବିଶେଷଜ୍ଞଙ୍କ ଗବେଷଣା ବଢ଼ାଇଲା ଚିନ୍ତା । ହୃତପିଣ୍ଡକୁ ପ୍ରଭାବିତ କରୁଛି ନୂଆଷ୍ଟ୍ରେନ୍!

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ । ନୂଆ ଷ୍ଟ୍ରେନ୍ ଆଣିପାରେ ଦୃଦଘାତ । ଜାପାନର ଶୀର୍ଷ ଗବେଷଣା ପ୍ରତିଷ୍ଠାନ ରିକେନର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି । ଗବେଷଣା ଅନୁସାରେ, କରୋନାର ନୂଆ ଭାରିଆଣ୍ଟ ଜେଏନ୍ ଡଟ୍ ୱାନ ହୃତପିଣ୍ଡର ଏସିଇ ଟୁ ସହ ଲାଖି ରୁହେ । ଯାହା ମଣିଷର ହୃତପିଣ୍ଡରେ ଭୂତାଣୁକୁ ରଖିବାରେ ସହାୟକ ହୁଏ । ଏହାଦ୍ୱାରା ହୃତପିଣ୍ଡ ସଠିକ ଭାବେ କାମ କରେ ନାହିଁ । ତେଣୁContinue reading “କରୋନାର ନୂଆଷ୍ଟ୍ରେନ୍ ଆଣିପାରେ ହୃଦଘାତ୍ । ଜାପାନୀ ବିଶେଷଜ୍ଞଙ୍କ ଗବେଷଣା ବଢ଼ାଇଲା ଚିନ୍ତା । ହୃତପିଣ୍ଡକୁ ପ୍ରଭାବିତ କରୁଛି ନୂଆଷ୍ଟ୍ରେନ୍!”

ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ । ୯୦ ମିନିଟରେ ୨୧ ଥର ଲାଗିଲା ଝଟକା, ରିକ୍ଟରସ୍କେଲରେ ୭.୪ ତୀବ୍ରତା ରେକର୍ଡ

କନକ ବ୍ୟୁରୋ : ପ୍ରଥମେ ଭୂମିକମ୍ପ ପରେ ସୁନାମି । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଥରି ଉଠିଲା ଜାପାନ । ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା ସୁନାମୀ । ସୋମବାର ଜାପାନ୍ରେ ୯୦ ମିନିଟ୍ରେ ୨୧ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ସର୍ବାଧିକ ତୀବ୍ରତା ୭.୪୬ ରେକର୍ଡ ହୋଇଛି । ଏହାପରେ ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ମାଡି ଆସୁଥିବା ଦେଖିବାକୁ ମିଳିଛି    । ଆଗକୁ ଉତର-ମଧ୍ୟ ଜାପାନରContinue reading “ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ । ୯୦ ମିନିଟରେ ୨୧ ଥର ଲାଗିଲା ଝଟକା, ରିକ୍ଟରସ୍କେଲରେ ୭.୪ ତୀବ୍ରତା ରେକର୍ଡ”

କରୋନାର ନୂଆ ସବ୍ ଭାରିଆଂଟ୍ ଜେଏନ୍ ଡଟ୍ ୱାନକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ । ଆକ୍ରାନ୍ତଙ୍କ ପାଖରେ ହୃଦ୍ଘାତ ଭୟ ଥିବା କହିଲେ ଜାପାନ ବିଶେଷଜ୍ଞ

କନକ ବ୍ୟୁରୋ : ଜାପାନ ବିଶେଷଜ୍ଞଙ୍କ ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । କରୋନା ମହାମାରୀ ପରେ ସାରା ଦେଶରେ ସ୍ୱାସ୍ଥ୍ୟଗତ ସମସ୍ୟା ବଢାଇ ଦେଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ବିଶେଷ କରି କରୋନା ଆକ୍ରାନ୍ତଙ୍କ ନିକଟରେ ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି ବୋଲି ଜାପାନ ବିଶେଷଜ୍ଞମାନେ କହିଛନ୍ତି । ଏହାରିଭିତରେ କୋଭିଡ୍ ସବ୍ ଭାରିଆଂଟ୍ ଜେଏନ୍ ଡଟ୍ ୱାନକୁ ନେଇ ଏକ ଚିନ୍ତାଜନକ ତଥ୍ୟ ଏହି ରିପୋର୍ଟରେContinue reading “କରୋନାର ନୂଆ ସବ୍ ଭାରିଆଂଟ୍ ଜେଏନ୍ ଡଟ୍ ୱାନକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ । ଆକ୍ରାନ୍ତଙ୍କ ପାଖରେ ହୃଦ୍ଘାତ ଭୟ ଥିବା କହିଲେ ଜାପାନ ବିଶେଷଜ୍ଞ”

ପଦାରେ ପଡିଲାଣି ଇଣ୍ଡିଆ ମେଂଟ କନ୍ଦଳ । ମତ ଭିନ୍ନ ପରେ ମେଣ୍ଟର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ମତ ଓ ବିଚାରଧାରା ଭିନ୍ନ ଥିଲେ ମଧ୍ୟ ବିଜେପି ଭଳି ଶାସକ ଦଳକୁ ଚେକ ଦେବା ପାଇଁ ଏକାଠି ହୋଇଥିଲେ କଂଗ୍ରେସ ସମେତ ଦେଶର ଅନେକ ଆଂଚଳିକ ଦଳ । ଉଦ୍ଦେଶ୍ୟ ଥିଲା ଦେଶରେ ବଢୁଥିବା ବିଜେପିକୁ ଚେକ୍ ଦେବେ । ହେଲେ ଏବେ ଯେଉଁ ସ୍ଥିତି ଉପୁଜିଛି ତାହା ମେଣ୍ଟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ସାଧାରଣ ନିର୍ବାଚନକୁ ୬ ମାସରୁ କମ୍ ସମୟ ଥିବାବେଳେ ଆସନ ବୁଝାମଣାକୁ ମେଇContinue reading “ପଦାରେ ପଡିଲାଣି ଇଣ୍ଡିଆ ମେଂଟ କନ୍ଦଳ । ମତ ଭିନ୍ନ ପରେ ମେଣ୍ଟର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ”

କାଳିଆ ଦର୍ଶନରୁ ବର୍ଷ ଆରମ୍ଭ । ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଆଜିଠାରୁ କଡ଼ାକଡ଼ି ହେଲା ଡ୍ରେସକୋଡ୍ । ପାନ, ଗୁଟଖା ଖାଇଥିଲେ ଶ୍ରୀମନ୍ଦିର ମନା

କନକ ବ୍ୟୁରୋ: କାଳିଆ ଦର୍ଶନରୁ ଆରମ୍ଭ ହୋଇଛି ନୂଆବର୍ଷ । ନୂଆବର୍ଷ ପାଇଁ ଆଜି ଚଳଚଞ୍ଚଳ ହୋଇପଡ଼ିଥିଲା ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ କମ୍ପିଉଠିଥିଲା ପୂରା ପରିବେଶ । ପ୍ରତି ଶ୍ରଦ୍ଧାଳୁଙ୍କ ମୁହଁରେ ଶୁଭୁଥିଲା ଜୟ ଜଗନ୍ନାଥ ଧ୍ୱନି । ବେଳାଭୂମିରୁ ଆରମ୍ଭ କରି ଶ୍ରୀମନ୍ଦିର ସବୁଠି ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଜନଗହଳି । ତେବେ ସକାଳର ସୂର୍ଯ୍ୟ ଶ୍ରୀମନ୍ଦିର ଉପରେ ପଡ଼ିବା ଆଗରୁ ଲୋକାରଣ୍ୟ ହୋଇସାରିଥିଲା ବଡ଼ ଦାଣ୍ଡ । ଦିଅଁ ଦର୍ଶନରୁContinue reading “କାଳିଆ ଦର୍ଶନରୁ ବର୍ଷ ଆରମ୍ଭ । ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଆଜିଠାରୁ କଡ଼ାକଡ଼ି ହେଲା ଡ୍ରେସକୋଡ୍ । ପାନ, ଗୁଟଖା ଖାଇଥିଲେ ଶ୍ରୀମନ୍ଦିର ମନା”

ନୂଆ ବର୍ଷରେ ଇସ୍ରୋର ନୂଆ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଇସ୍ରୋର ପ୍ରଥମ ସାଇଂଟିଫିକ୍ ସାଟେଲାଇଟ୍ ଏକ୍ସପୋସାଟ

କନକ ବ୍ୟୁରୋ : ୨୦୨୪ର ପ୍ରଥମ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆରମ୍ଭ କରିଛି ନୂଆ ଅଭିଯାନ । ସୋମବାର ସକାଳ ୯ଟା ୧୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରରୁ ଦେଶର ପ୍ରଥମ ସାଇଂଟିଫିକ ସାଟେଲାଇଟ୍ – ଏକ୍ସପୋସାଟର ସଫଳ ଉତକ୍ଷେପଣ ହୋଇଛି । ଏକ୍ସପୋସାଟ୍ ବା ଏକ୍ସରେ ପୋଲାରିମିଟର ସାଟେଲାଇଟ୍ । ଭାରତୀୟ ବୈଜ୍ଞାନିକମାନେ ପ୍ରଥମ କରି ଏହି ଅଭିଯାନ ଆରମ୍ଭ କରିଛନ୍ତି । ପିଏସ୍ଏଲଭି-ସି ୫୮ ରକେଟ୍Continue reading “ନୂଆ ବର୍ଷରେ ଇସ୍ରୋର ନୂଆ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଇସ୍ରୋର ପ୍ରଥମ ସାଇଂଟିଫିକ୍ ସାଟେଲାଇଟ୍ ଏକ୍ସପୋସାଟ”

ନୂଆବର୍ଷରେ ପୁଣି ମାତିଲେ ଲୁଟେରା । ଘର ଝରକା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ରୂପା, ଟଙ୍କା ଓ ସୁନା ଗହଣା ଲୁଟ୍ ।

କନକ ବ୍ୟୁରୋ: ବର୍ଷ ଆରମ୍ଭରୁ ଲୁଟେରାଙ୍କ ଉତ୍ପାତ । ରାଜଧାନୀରେ ମାତିଛନ୍ତି ଝରକା ତଡା ଗ୍ୟାଙ୍ଗ । ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଧୀନ ଜଗନ୍ନାଥ ନଗରର ୮ ନମ୍ବର ରୋଡରେ । ଏକ ଭଡା ଘର ନେଇ ଭୁବନେଶ୍ୱରରେ ନିଜ ପରିବାର ସହ ପ୍ରାୟ ୮ ବର୍ଷ ହେବ ରହି ଆସୁଛନ୍ତି ସାବିତ୍ରୀ ପଣ୍ଡା । ସାବିତ୍ରୀ ଜଣେ ଗୃହିଣୀ ହୋଇଥିବା ବେଳେ ସ୍ୱାମୀ ବଢ଼େଇ ଭାବେ କାମ କରି ନିଜ ଗୁଜୁରାଣ ମେଣ୍ଟାନ୍ତି ।Continue reading “ନୂଆବର୍ଷରେ ପୁଣି ମାତିଲେ ଲୁଟେରା । ଘର ଝରକା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ରୂପା, ଟଙ୍କା ଓ ସୁନା ଗହଣା ଲୁଟ୍ ।”

ପିକନିକ୍ ପାଇଁ ରାଜ୍ୟ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ୍ । ଦୁର୍ଘଟଣା କମାଇବାକୁ ସଚେତନତା ଉପରେ ଗରୁତ୍ୱ

କନକ ବ୍ୟୁରୋ : ନୂଆବର୍ଷ ଆରମ୍ଭ ହୋଇଛି । ସମସ୍ତ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ । ଏହାରି ଭିତରେ ରାଜ୍ୟ ପରିବହନ ବିଭାଗ ପିକନିକ୍ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ମୁଖ୍ୟତ ଦୁର୍ଘଟଣା କମାଇବାକୁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି । ପିକନିକରେ ଅମାନିଆଙ୍କ ଉପରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ତାର ନୂଆ ଗାଇଡଲାଇନରେ ଉଲ୍ଲେଖ କରିଛି । ପିକନିକ୍ ନେଇ ଯାଉଥିବା ଗାଡିର ଡ୍ରାଇଭରContinue reading “ପିକନିକ୍ ପାଇଁ ରାଜ୍ୟ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ୍ । ଦୁର୍ଘଟଣା କମାଇବାକୁ ସଚେତନତା ଉପରେ ଗରୁତ୍ୱ”

Design a site like this with WordPress.com
Get started