କନକ ବ୍ୟୁରୋ : ଓଡ଼ିଶା ପୁଲିସର ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ଆଜି ସରୁଛି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଙ୍କ କାର୍ଯ୍ୟକାଳ । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଅରୁଣ ଷଡଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୁନୀଲ ବଂଶଲ । ଅରୁଣ ଷଡଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର । ତେବେ ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିବେ ଅରୁଣ ଷଡଙ୍ଗୀ । TheContinue reading “ଓଡ଼ିଶା ପୁଲିସର ନୂଆ ଡିଜିପି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ”
Category Archives: News
ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ । ନୂଆ ଡିଜିପି ନିଯୁକ୍ତ ପର୍ଯ୍ୟନ୍ତ ସମ୍ଭାଳିବେ ପଦ
କନକ ବ୍ୟୁରୋ : ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି । ଏହା ପୂର୍ବରୁ ଅରୁଣ ଷଡଙ୍ଗୀ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣContinue reading “ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ । ନୂଆ ଡିଜିପି ନିଯୁକ୍ତ ପର୍ଯ୍ୟନ୍ତ ସମ୍ଭାଳିବେ ପଦ”
ଆଇଆଇଟି ବିଏଚୟୁ ଦୁଷ୍କର୍ମ ମାମଲା । ୩ ଅଭିଯୁକ୍ତ ଗିରଫ, ସମସ୍ତେ ବିଜେପି ଆଇଟି ସେଲର କର୍ମୀ
କନକ ବ୍ୟୁରୋ : ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁଷ୍କର୍ମ ମାମଲାରେ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ୩ ଅଭିଯୁକ୍ତ ବିଜେପି ଆଇଟି ସେଲର କର୍ମୀ ବୋଲି ଜଣାପଡିଛି । ଘଟଣାର ୬୦ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଏହି ମାମଲାରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟContinue reading “ଆଇଆଇଟି ବିଏଚୟୁ ଦୁଷ୍କର୍ମ ମାମଲା । ୩ ଅଭିଯୁକ୍ତ ଗିରଫ, ସମସ୍ତେ ବିଜେପି ଆଇଟି ସେଲର କର୍ମୀ”
କେବଳ ବର୍ଷ ନୁହେଁ, ଆସନ୍ତାକାଲି ଠାରୁ ବଦଳିଯିବ ଏସବୁ ନିୟମ । ଜାଣନ୍ତୁ କେଉଁ ନିୟମରେ କ’ଣ ହେବାକୁ ଯାଉଛି ପରିବର୍ତ୍ତନ
କନକ ବ୍ୟୁରୋ : ଆଜି ବର୍ଷ ୨୦୨୩ର ଶେଷ ଦିନ । ଆସନ୍ତା କାଲି ଠାରୁ ୨୦୨୪ ଆରମ୍ଭ ହେବାକୁ ଯାଉଛି । ଜାନୁଆରୀ ୧ ୨୦୨୪ରୁ କେବଳ ବର୍ଷ ବଦଳୁନାହିଁ ଏହସହ ଅନେକ ନିୟମର ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ଦୈନଦିନ ଜୀବନ ଉପରେ ପଡିବ । ଆସନ୍ତା କାଲିଠାରୁ ଆୟକର ଠାରୁ ନେଇ ସିମ୍ କାର୍ଡ ଓ ବ୍ୟାଙ୍କ ଲକର ଠାରୁ ଆରମଭ କରି ଅନ୍ୟ କିଛିContinue reading “କେବଳ ବର୍ଷ ନୁହେଁ, ଆସନ୍ତାକାଲି ଠାରୁ ବଦଳିଯିବ ଏସବୁ ନିୟମ । ଜାଣନ୍ତୁ କେଉଁ ନିୟମରେ କ’ଣ ହେବାକୁ ଯାଉଛି ପରିବର୍ତ୍ତନ”
ମୋଦୀ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ତେହରିକ-ଏ ହୁରିୟତ ସଂଗଠନକୁ ବେଆଇନ ଘୋଷଣା । ଘୋଷଣା କଲେ ଗୃହମନ୍ତ୍ରୀ
କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀ ବିଚାରଧାରାକୁ ନେଇ ମୋଦୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ତେହରିକ-ଏ ହୁରିୟତ ଜାମ୍ମୁ-କାଶ୍ମୀର ସଂଗଠନକୁ ଭାରତ ସରକାର ବେଆଇନ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଭାରତ ସରକାରଙ୍କର ଏହି ପଦକ୍ଷେପକୁ ନେଇ ଟ୍ୱିଟ୍ କରିଛନ୍ତି । ନୂଆ ଉପ-ଆଇନ ମୁତାବକ ଏହାକୁ ବେଆଇନ ସଂଗଠନ ଭାବେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ କହିବା ମୁତାବକ ତେହରିକ-ଏ ହୁରିୟତ ଜାମ୍ମୁ-କାଶ୍ମୀରରେ ଗତ କିଛିବର୍ଷ ଧରିContinue reading “ମୋଦୀ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ତେହରିକ-ଏ ହୁରିୟତ ସଂଗଠନକୁ ବେଆଇନ ଘୋଷଣା । ଘୋଷଣା କଲେ ଗୃହମନ୍ତ୍ରୀ”
ନନ୍ଦନକାନନରେ ପ୍ରବଳ ଭିଡ଼ । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ସୂଚନା
କନକ ବ୍ୟୁରୋ : ନୂଆବର୍ଷର ପୂର୍ବ ଦିନ ଅର୍ଥାତ୍ ୨୦୨୩ର ଶେଷ ଦିନରେ ନନ୍ଦନକାନନରେ ପ୍ରବଳ ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ନିଜ ନିଜର ପରିବାର ସହ ନନ୍ଦନକାନନ ବୁଲି ଆସିଛନ୍ତି । ରବିବାର ଛୁଟିଦିନ ଥିବାରୁ ନନ୍ଦନକାନନରେ ଏପରି ଭିଡ଼ ଦେଖିବାକୁ ମିଳିଛି । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ସୂଚନା ମିଳିଛି । ସୋମବାର ନୂଆବର୍ଷ ପଡ଼ୁଥିବାରୁ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି ।Continue reading “ନନ୍ଦନକାନନରେ ପ୍ରବଳ ଭିଡ଼ । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ସୂଚନା”
ରାତି ଗୋଟାଏରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ
କନକ ବ୍ୟୁରୋ : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିବ । ଏଥିପାଇଁ ଆଜି ରାତି ଗୋଟାଏରୁ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ହେବ । ଗୋଟାଏରୁ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିବେ ଭକ୍ତ । ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତି ନେଇଛି । ଗତକାଲି ମଧ୍ୟ ଭକ୍ତଙ୍କ ପାଇଁ ରାତି ୨ଟାରୁ ମନ୍ଦିର ଖୋଲା ରହିଥିଲା । ଆସନ୍ତାକାଲିଠାରୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁContinue reading “ରାତି ଗୋଟାଏରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ”
ଗଛରେ ପିଟି ହୋଇ ଜଳିଗଲା କାର. ଜଣେ ମୃତ, ୩ ଗୁରୁତର । ନୟାଗଡ଼ ଜାମୁସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
କନକ ବ୍ୟୁରୋ: ନୟାଗଡ଼ ଜାମୁସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଛରେ ପିଟି ହୋଇ ଜଳିଗଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ଼ ଅଞ୍ଚଳର ୪ଜଣ ଯୁବକ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ବେଳେ ଅଧା ବାଟରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ କାର ଭିତରୁ ଆହତଙ୍କୁ ବାହାର କରିଥିଲେ । ସେମାନଙ୍କୁContinue reading “ଗଛରେ ପିଟି ହୋଇ ଜଳିଗଲା କାର. ଜଣେ ମୃତ, ୩ ଗୁରୁତର । ନୟାଗଡ଼ ଜାମୁସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।”
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଯୁକ୍ତ ମୋର୍ଚ୍ଚା ବୈଠକ । ୨୪ଲଢ଼େଇରେ ଭୂମିକା ଓ ଗ୍ରାଉଣ୍ଡରେ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ ସେ ନେଇ ଆଲୋଚନା
କନକ ବ୍ୟୁରୋ : ଆଜି ସଂଯୁକ୍ତା ମୋର୍ଚ୍ଚା ବୈଠକ କରୁଛି ବିଜେପି । ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ’ଣ ରହିବ । ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ । ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଏସଟି ମୋର୍ଚ୍ଚା, ଏସି ମୋର୍ଚ୍ଚା, ଓବିସି ମୋର୍ଚ୍ଚାର ସଭାପତି ଉପସ୍ଥିତ ରହିବେ । ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାରContinue reading “ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଯୁକ୍ତ ମୋର୍ଚ୍ଚା ବୈଠକ । ୨୪ଲଢ଼େଇରେ ଭୂମିକା ଓ ଗ୍ରାଉଣ୍ଡରେ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ ସେ ନେଇ ଆଲୋଚନା”
ଶ୍ରୀକ୍ଷେତ୍ରରେ ବଢୁଛି ଭକ୍ତଙ୍କ ଭିଡ । ନୂଆ ବର୍ଷକୁ ଦୃଷ୍ଟିରେ ରଖି କରାଯାଇଛି ବ୍ୟାପକ ପ୍ରସ୍ତୁତି
କନକ ବ୍ୟୁରୋ : ଆଜି ବର୍ଷର ଶେଷ ଦିନ । ଏହାସହ ରବିବାର ପଡ଼ୁଥିବାରୁ ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଆସନ୍ତାକାଲି ନୂଆ ବର୍ଷ ହୋଇଥିବାରୁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଆସନ୍ତାକାଲିଠାରୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି । ଏସି ସେଡ୍ ଦେଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ । ବିଶ୍ରାମ ପାଇଁ ତିଆରି ହୋଇଛିContinue reading “ଶ୍ରୀକ୍ଷେତ୍ରରେ ବଢୁଛି ଭକ୍ତଙ୍କ ଭିଡ । ନୂଆ ବର୍ଷକୁ ଦୃଷ୍ଟିରେ ରଖି କରାଯାଇଛି ବ୍ୟାପକ ପ୍ରସ୍ତୁତି”