ବର୍ଷର ଶେଷ ସୂର୍ଯ୍ୟ ଉଦୟ ଦେଖିବାକୁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ । ଆଜିଠୁ ଏସି ସେଡ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ବିଦାୟ ନେଉଛି ବର୍ଷ ୨୦୨୩ । ନୂଆ ବର୍ଷ ୨୦୨୪କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହେଲାଣି । ଆଜି ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିଛନ୍ତି ଲୋକେ । ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗ ସମେତ ବିଭିନ୍ନ ସ୍ଥାନରେ ବର୍ଷର ସୂର୍ଯ୍ୟୋଦୟକୁ ଉପଭୋଗ କରିଛନ୍ତି । ସୂର୍ଯ୍ୟୋଦୟ ଦେଖିବା ପାଇଁ ଭୋରରୁ ଚନ୍ଦ୍ରଭାଗା କୂଳରେ ଲୋକେ ଏକାଠି ହୋଇଥିଲେ । ଦୀପ ଜାଳି ସୂର୍ଯ୍ୟଙ୍କୁ ସ୍ୱାଗତ କରିଥିଲେ । ଏହା ସହ ମୋବାଇଲ୍ରେContinue reading “ବର୍ଷର ଶେଷ ସୂର୍ଯ୍ୟ ଉଦୟ ଦେଖିବାକୁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ । ଆଜିଠୁ ଏସି ସେଡ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ ।”

ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର କଡା ଚେକିଂ । ନୂଆ ବର୍ଷ ପାଇଁ ହୋଟେଲ, ରେଷ୍ଟୁରାଣ୍ଟ ପ୍ରସ୍ତୁତ ।

କନକ ବ୍ୟୁରୋ: ଆଜି ବିଦାୟ ନେବ ୨୦୨୩ । ଆଉ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋନାଇଟ ସେଲିବ୍ରେସନ ପାଇଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ସରିଛି । କେବଳ ସମସ୍ତେ ରାତିକୁ ଅପେକ୍ଷା କରିଛନ୍ତି । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀର ବିଭିନ୍ନ ଛକରେ ପୋଲିସ ଅଧିକାରୀ ମୁତୟନ ରହିବେ । ଡ୍ର୍ିଙ୍କ ଆଣ୍ଡContinue reading “ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର କଡା ଚେକିଂ । ନୂଆ ବର୍ଷ ପାଇଁ ହୋଟେଲ, ରେଷ୍ଟୁରାଣ୍ଟ ପ୍ରସ୍ତୁତ ।”

୨୦୨୪ ପାଇଁ ବିଜେପିର ଯୁଦ୍ଧଂଦେହୀ ଡକାରା । ଗାଁ ଗାଁକୁ ଯିବେ ଦଳୀୟ କର୍ମୀ ଓ ନେତା , କହିବେ ବିଜେଡି ସରକାରଙ୍କ ବିଫଳତା ।

କନକ ବ୍ୟୁରୋ: ନୂଆ ବର୍ଷରେ ବିଜେପିର ନୂଆ ରଣନୀତି । ଯୁଦ୍ଧ ପାଇଁ ପ୍ରଭାରୀଙ୍କ ଆହ୍ୱାନ । ଗତ କିଛି ଦିନ ହେବ ବିଜେଡି ଓ ବିଜେପି ନେତାଙ୍କ ବୟାନବାଜିରୁ ଯାହା ଆକଳନ କରାଯାଉଥିଲା ତାହା ସତ ହୋଇଛି । ବିଜେପି ତାର ରଣନୀତି ପରିବର୍ତନ କରିବା ସହ ବିଜେଡି ସରକାର ବିରୋଧରେ ଜୋରଦାର ଲଢ଼େଇ କରିବାକୁ ଘୋଷଣା କରିଛି । ବିଜେପି କ୍ଷେତ୍ରୀୟ ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହୋଇଥିବା ପଦାଧିକାରୀ ବୈଠକରେContinue reading “୨୦୨୪ ପାଇଁ ବିଜେପିର ଯୁଦ୍ଧଂଦେହୀ ଡକାରା । ଗାଁ ଗାଁକୁ ଯିବେ ଦଳୀୟ କର୍ମୀ ଓ ନେତା , କହିବେ ବିଜେଡି ସରକାରଙ୍କ ବିଫଳତା ।”

ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ଫେରାଇଲେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ । କର୍ତ୍ତବ୍ୟ ପଥରେ ପଦକ ଥୋଇ ଫେରି ଆସିଲେ ।

କନକ ବ୍ୟୁରୋ: କୁସ୍ତି ଦୁନିଆରେ ଚାଲିଥିବା ଝଡ ଥମିବାର ନାଁ ନେଉ ନାହିଁ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପରେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ ଖେଳରତ୍ନ ଫେରାଇ ଦେଇଛନ୍ତି । ପୂର୍ବରୁ ସେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ଫେରାଇବେ ବୋଲି ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖି ବିନେଶ କହିଥିଲେ, ଆଜି କୁସ୍ତି ଯୋଦ୍ଧାଙ୍କୁ ଏଭଳି ପରିସ୍ଥିତିକୁ ଆଣିଥିବା କ୍ଷମତାଶାଳୀଙ୍କୁ ଧନ୍ୟବାଦ । ପୂର୍ବContinue reading “ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ଫେରାଇଲେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ । କର୍ତ୍ତବ୍ୟ ପଥରେ ପଦକ ଥୋଇ ଫେରି ଆସିଲେ ।”

ଘରୋଇ କଳିକୁ ନେଇ ଭାଇକୁ ଗୁଳି କଲା ସାନ ଭାଇ । ସୁନ୍ଦରଗଡ ଦାଣ୍ଡପାଣି ଗାଁରେ ଚାଞ୍ଚଲ୍ୟ ।

କନକ ବ୍ୟୁରୋ: ଘରୋଇ କଳିକୁ ନେଇ ଭାଇକୁ ଗୁଳି ମାଡ କଲା ଭାଇ । ସୁନ୍ଦରଗଡ କିଞ୍ଜିରକେଲା ଥାନା ପାତକିଯୋର ଦାଣ୍ଡପାଣି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସାନ ଭାଇର ଗୁଳି ମାଡରେ ବଡ ଭାଇ ଗୁରୁତର ଆହତ ହୋଇଛି । ଗୁରୁତର ଅବସ୍ଥାରେ ବଡ ଭାଇକୁ ପ୍ରଥମେ କିଞ୍ଜିରକେଲା ମେଡିକାଲ ଓ ପରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘରୋଇ କଳିକୁ ନେଇ ଦାଣ୍ଡପାଣି ଗାଁର ବାସୁଦେବ ସାଙ୍କContinue reading “ଘରୋଇ କଳିକୁ ନେଇ ଭାଇକୁ ଗୁଳି କଲା ସାନ ଭାଇ । ସୁନ୍ଦରଗଡ ଦାଣ୍ଡପାଣି ଗାଁରେ ଚାଞ୍ଚଲ୍ୟ ।”

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା , ବୟସ ସୀମା ୩୮ ବର୍ଷକୁ ବୃଦ୍ଧି । ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ।

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପ୍ତ୍ତି ନିଆଯାଇଛି । ଓଡିଶା ପବ୍ଲିକ୍ ସର୍ଭିସ୍ ପରୀକ୍ଷା ପାଇଁ ବଢିଲା ବୟସ ସୀମା । ପରୀକ୍ଷାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମାକୁ ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ୨ଶହଟି ଇଲେକ୍ଟ୍ରିକ୍ ବସ୍ ଚଳାଇବେ ସରକାର । ରାଜ୍ୟରେ ୩୬୫ଟି ଜୁନିୟର ଡିପ୍ଲୋମା ଇଞ୍ଜିନିୟର ପଦବୀ ସୃଷ୍ଟି କରାଯିବ । ଜଗ୍ନନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷାContinue reading “ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା , ବୟସ ସୀମା ୩୮ ବର୍ଷକୁ ବୃଦ୍ଧି । ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ।”

ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀରେ ହୋଟେଲ, ରେଷ୍ଟୁରାଣ୍ଟ ପ୍ରସ୍ତୁତ ।

କନକ ବ୍ୟୁରୋ: ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୁଣା ବର୍ଷ ୨୦୨୩ ଆଜି ବିଦାୟ ନେଉଥିବା ବେଳେ ନୂଆ ବର୍ଷକୁ ସ୍ୱାଗତ ପୂର୍ବରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଭକ୍ତଙ୍କ ପ୍ରବଳ ଭିଡ ଜମୁଛି । ଏହାକୁ ଆଖିରେ ରଖି ଶ୍ରୀମନ୍ଦିରରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଓ ବେଳାଭୂମି ଲୋକାରଣ୍ୟ ହୋଇପଡୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ସେପଟେContinue reading “ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀରେ ହୋଟେଲ, ରେଷ୍ଟୁରାଣ୍ଟ ପ୍ରସ୍ତୁତ ।”

ମହାରାଷ୍ଟ୍ର ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ୬ଜଣ ଜୀବନ୍ତ ଦଗ୍ଧ । ଘଟଣା ସ୍ଥଳରେ ଚାଲିଛି ନିଆଁଲିଭା କାମ ।

କନକ ବ୍ୟୁରୋ: ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜି ନଗରର ଏକ ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ କମ୍ପାନୀ ମଧ୍ୟରେ ଫସି ରହିଥିବା ୬ଜଣ ଶ୍ରମିକ ଜୀବନ୍ତ ଦଗ୍ଧ । ଗୁରୁତର ମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଗକୁ ମଧ୍ୟ ମତ୍ୟୁ ସଂଖ୍ୟା ବଢିପାରେ ବୋଲିି ଆଶଙ୍କାContinue reading “ମହାରାଷ୍ଟ୍ର ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ୬ଜଣ ଜୀବନ୍ତ ଦଗ୍ଧ । ଘଟଣା ସ୍ଥଳରେ ଚାଲିଛି ନିଆଁଲିଭା କାମ ।”

ପୁଣି ବିବାଦରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ବିବାଦୀୟ ସଂଳାପ ଓ ଚିତ୍ରଣ ପାଇଁ ଅଟକିଲା ସିନେମା ବିହ୍ୟୁମର ରିଲିଜ

କନକ ବ୍ୟୁରୋ : ପୁଣି ଥରେ ବିବାଦରେ ଫିଲ୍ମ ମେକର୍ସ ରାମ ଗୋପାଳ ବର୍ମା । ନିଜ ଆଗାମୀ ଚଳଚ୍ଚିତ୍ର ‘ବ୍ୟୁହମ୍’କୁ ନେଇ ଏବେ ବିବାଦଘେରକୁ ଆସିଛନ୍ତି ରାମ ଗୋପାଳ । ଫିଲ୍ମଟି ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା, ହେଲେ ଏହାପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି । କୁହାଯାଉଛି ଚଳଚ୍ଚିତ୍ର ‘ବ୍ୟୁହମ୍’ ହେଉଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ବାୟୋପିକ୍, ଯେଉଁଥିରୁ ଦଳକୁ ନକ୍ରରାତ୍ମକ ଭାବେ ଦର୍ଶାଯାଇଛିContinue reading “ପୁଣି ବିବାଦରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ବିବାଦୀୟ ସଂଳାପ ଓ ଚିତ୍ରଣ ପାଇଁ ଅଟକିଲା ସିନେମା ବିହ୍ୟୁମର ରିଲିଜ”

ପଦାରେ ପଡିଲା ପାକିସ୍ତାନର ମୁଖା । ଆତଙ୍କୀ ହାଫିଜ ସୟିଦକୁ ଫେରାଇବାକୁ ମନା କଲା ଇସଲାମବାଦ

କନକ ବ୍ୟୁରୋ : ପଦାରେ ପଡିଲା ପାକିସ୍ତାନର ମୁଖା । କୁଖ୍ୟାତ ଆତଙ୍କବାଦୀ ହାଫି ସୟିଦକୁ ଦେବାକୁ ମନା କଲା ଇସଲାମବାଦ । ଭାରତର ପ୍ରସ୍ତାବକୁ ଖାରଜ କଲା ପାକିସ୍ତାନ ବୈଦେଶିକମନ୍ତ୍ରାଳୟ । ମୁଖପାତ୍ର ମୁମତାଜ ଜହର କହିଛନ୍ତି ଭାରତ ହାଫିଜକୁ ଫେରାଇବାକୁ ଯେଉଁ ପ୍ରସ୍ତାବ ଦେଇଥିଲା ଏହାକୁ ଖାରଜ କରିଛନ୍ତି ପାକିସ୍ତାନ ସରକାର । ଦୁଇ ଦେଶ ମଧ୍ୟରେ କୌଣସି ସନ୍ଧି ହୋଇନାହିଁ ।ତେଣୁ ହାଫିଜକୁ ଫେରାଇବାକୁ ପ୍ରଶ୍ନ ଉଠୁଛି । କେବଳ ବୁଝାମଣା ଦ୍ୱାରାContinue reading “ପଦାରେ ପଡିଲା ପାକିସ୍ତାନର ମୁଖା । ଆତଙ୍କୀ ହାଫିଜ ସୟିଦକୁ ଫେରାଇବାକୁ ମନା କଲା ଇସଲାମବାଦ”

Design a site like this with WordPress.com
Get started