ଚାଲିଛି ରାଜ୍ୟ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କ ବୈଠକ । ଆଗାମୀ ନିର୍ବାଚନ ପାଇଁ ହେବ ରଣନୀତି ପ୍ରସ୍ତୁତି ।

କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ବିଜେପିର ପଦାଧିକାରୀ ବୈଠକ । ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ଚାଲିଛି । ଏଥିରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ସାଂସଦ ଜୁଏଲ ଓରାମ ଓ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତିContinue reading “ଚାଲିଛି ରାଜ୍ୟ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କ ବୈଠକ । ଆଗାମୀ ନିର୍ବାଚନ ପାଇଁ ହେବ ରଣନୀତି ପ୍ରସ୍ତୁତି ।”

ହେୟାର ଡାଇ(ରଙ୍ଗ)ରୁ ଆରମ୍ଭ କରିଥିବା  କସମେଟିକ୍ କମ୍ପାନୀ ‘ଲ’ରିୟଲ୍’ର ମାଲିକ ଏବେ ଏତେ ରୋଜଗାର କରୁଛନ୍ତି ଯେ ଏବେ ଏହା ଏକ ରେକର୍ଡ ।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୭୦ ବର୍ଷ ବୟସ୍କ ବେଟେନକୋର୍ଟ ମେୟର୍ସ ,୨୪୧  ବିଲିୟନ ୟୁରୋ ମୂଲ୍ୟର ବିଶ୍ୱବ୍ୟାପୀ କମ୍ପାନୀ ଲ’ରିୟଲ୍’ ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି । ବିଶ୍ବ ପ୍ରସିଦ୍ଧ କସମେଟିକ୍ ଉତ୍ପାଦ ଉତ୍ପାଦନ କମ୍ପାନୀ L’Oreal ର ଉତ୍ତରାଧିକାରୀ ତଥା ବ୍ୟବସାୟୀ ଫ୍ରାଙ୍କୋଇସ୍ ବେଟେନକୋର୍ଟ ମେୟର୍ସ ୧୦୦ ବିଲିୟନ ଡଲାର (ପ୍ରାୟ ୮୩,୨୪,୮୮,୫୦,୦୦,୦୦ ଟଙ୍କା) ରୋଜଗାର କରିବାରେ ପ୍ରଥମ ମହିଳା ହୋଇପାରିଛନ୍ତି। । ଫ୍ରାଙ୍କୋଇସ୍ ମୂଳତ ଫ୍ରାନ୍ସର ବାସିନ୍ଦା ଅଟନ୍ତି । ସେ ତାଙ୍କ ମା’ଙ୍କଠାରୁContinue reading “ହେୟାର ଡାଇ(ରଙ୍ଗ)ରୁ ଆରମ୍ଭ କରିଥିବା  କସମେଟିକ୍ କମ୍ପାନୀ ‘ଲ’ରିୟଲ୍’ର ମାଲିକ ଏବେ ଏତେ ରୋଜଗାର କରୁଛନ୍ତି ଯେ ଏବେ ଏହା ଏକ ରେକର୍ଡ ।”

ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଜ ପତାକା ଦେଖାଇବା ସହ ଗଡିଲା ବନ୍ଦେ ଭାରତ ଟ୍ରେନ ।

କନକ ବ୍ୟୁରୋ : ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କରିଛନ୍ତି ମୋଦି । ଅଯୋଧ୍ୟା ଧାମ ଷ୍ଟେସନରେ ସବୁଜ ପତାକା ଦେଖାଇବା ସହ ଗଡିଛି ଅମୃତ ଭାରତ ଟ୍ରେନ ଓ ବନ୍ଦେ ଭାରତ ଟ୍ରେନ । ଏହି ରେଳ ଷ୍ଟେସନରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାContinue reading “ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଜ ପତାକା ଦେଖାଇବା ସହ ଗଡିଲା ବନ୍ଦେ ଭାରତ ଟ୍ରେନ ।”

କାର୍ଯ୍ୟରେ ଅବହେଳା ଯୋଗୁଁ କଠୋର ହେଲା ବିଏମସି । ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା: କମିଶନରଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ବିଳମ୍ବରେ ଆସିଲେ ଦରମା ବନ୍ଦକାର୍ଯ୍ୟରେ ଅବହେଳା ଯୋଗୁ କଠୋର ହେଲା ବିଏମସି । ଅଫିସ ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା । ଅଧ ଘଣ୍ଟା ବିଳମ୍ବରେ ଆସିଲେ ଛୁଟି ଦେବା ସହ ଦରମା କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । କର୍ମଚାରୀଙ୍କୁ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମଧ୍ୟରେ ପହଂଚିବାକୁ ନିର୍ଦ୍ଦେଶ ରହିଛି । ଟ୍ରାଫିକ୍ ଜାମ, ଗାଡି ଖରାପ ଅବା ଅନ୍ୟାନ୍ୟ ଜରୁରୀକାଳୀନ ଅସୁବିଧାContinue reading “କାର୍ଯ୍ୟରେ ଅବହେଳା ଯୋଗୁଁ କଠୋର ହେଲା ବିଏମସି । ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା: କମିଶନରଙ୍କ ନିର୍ଦ୍ଦେଶ ।”

ଯାତ୍ରା ଦେଖା ହେଲା କାଳ । ଗଛରେ ପିଟିହେଲା କାର୍, ଜଣେ ମୃତ, ୩ ଗୁରୁତର । ପଦ୍ମପୁର ଡାଙ୍ଗବାହାଲ ନିକଟରେ ଦୁର୍ଘଟଣା ।

କନକ ବ୍ୟୁରୋ: ଯାତ୍ରା ଦେଖା ହେଲା କାଳ । ଯାତ୍ରାଦେଖି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପଟିହେଲା କାର । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପଦ୍ମପୁର ଉପଖଣ୍ଡ ଡାଙ୍ଗବାହାଲ ସ୍କୁଲ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ୪ଜଣ ଯୁବକ ଏକ କାରରେ ଫେରୁଥିଲେ । ଭାରସାମ୍ୟ ହରାଇ ଏକ ବିଲ ଭିତରକୁ ପଶିଯାଇଥିଲା କାର । ଏହା ପରେ ଏକ ଗଛରେContinue reading “ଯାତ୍ରା ଦେଖା ହେଲା କାଳ । ଗଛରେ ପିଟିହେଲା କାର୍, ଜଣେ ମୃତ, ୩ ଗୁରୁତର । ପଦ୍ମପୁର ଡାଙ୍ଗବାହାଲ ନିକଟରେ ଦୁର୍ଘଟଣା ।”

ପାକ୍ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି  ଅନେକ ପ୍ରସିଦ୍ଧ ତାରକା, ଅଭିନେତ୍ରୀ ନୁର ବୁଖାରୀ ଠାରୁ ଆରମ୍ଭ କରି ସୁନ୍ଦଲ ଖଟ୍ଟକ ପର୍ଯ୍ୟନ୍ତ । ବଡ ବଡ଼ ଲୋକଙ୍କୁ କରିବେ ଚିତପଟାଙ୍ଗ

ଫେବୃଆରୀରେ ପାକିସ୍ତାନରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି  କ୍ଷମତା ସଂଗ୍ରାମରେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ, ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ ଏବଂ ଆସିଫ ଅଲି ଜରଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟରେ ତୀବ୍ର ପ୍ରତିଯୋଗିତା ହେବାକୁ ଯାଉଛି । ଏହାଛଡା ସେଠାରେ ଆତଙ୍କବାଦୀମାନେ ମଧ୍ୟ ନିର୍ବାଚନ ମଇଦାନକୁ ଓଲହାଇଛନ୍ତି । ସବୁଠୁ ରୋଚକ କଥା ହେଲା ଏହି ନିର୍ବାଚନରେ କେତେକ ଚଳଚ୍ଚିତ୍ର ତାରକା ଏବଂ ସୋସିଆଲ ମିଡିଆ ସେଲିବ୍ରିଟିContinue reading “ପାକ୍ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି  ଅନେକ ପ୍ରସିଦ୍ଧ ତାରକା, ଅଭିନେତ୍ରୀ ନୁର ବୁଖାରୀ ଠାରୁ ଆରମ୍ଭ କରି ସୁନ୍ଦଲ ଖଟ୍ଟକ ପର୍ଯ୍ୟନ୍ତ । ବଡ ବଡ଼ ଲୋକଙ୍କୁ କରିବେ ଚିତପଟାଙ୍ଗ”

ନାବାଳକ ମୃତ୍ୟୁ ପରେ ଉତ୍ତେଜନା । ଟ୍ରକ୍ ଧକ୍କାରେ ୫ ବର୍ଷ ଶିଶୁର ମୃତ୍ୟୁ ଘଟଣା ।

କନକ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ପରେ ଉତ୍ତେଜନା । କ୍ଷତିପୂରଣ ଦାବିରେ ନବରଙ୍ଗପୁରରୁ ରାୟପୁରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଛି । ଉତ୍ୟେକ୍ତ ଲୋକଙ୍କ ସହ ହାଟଭରଣ୍ଡି ଥାନା ପୋଲିସ ଆଲୋଚନା କରିଛନ୍ତି । ଦେଓଭରଣ୍ଡି ନିକଟରେ ୫ ବର୍ଷର ଶିଶୁକୁ ଧକ୍କା ଦେଇଥିଲା ଏକ ଟ୍ରକ । ଏଥିରେ ପିଲାଟିର ମୃତ୍ୟୁ ହୋଇଛି । ଯାହାକୁ ନେଇ ଉତେଜନା ଲାଗିରହିଛି । The post ନାବାଳକ ମୃତ୍ୟୁ ପରେ ଉତ୍ତେଜନା ।Continue reading “ନାବାଳକ ମୃତ୍ୟୁ ପରେ ଉତ୍ତେଜନା । ଟ୍ରକ୍ ଧକ୍କାରେ ୫ ବର୍ଷ ଶିଶୁର ମୃତ୍ୟୁ ଘଟଣା ।”

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ । ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନର କରିବେ ଉଦଘାଟନ । ରୋଡ଼ ଶୋ’ ସହ ହେବ ସାଧାରଣ ସଭା ।

କନକ ବ୍ୟୁରୋ: ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ । ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛିContinue reading “ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ । ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନର କରିବେ ଉଦଘାଟନ । ରୋଡ଼ ଶୋ’ ସହ ହେବ ସାଧାରଣ ସଭା ।”

କୋଟିଆରେ କାୟା ମେଲାଉଛି ମ୍ୟାଲେରିଆ । ସପ୍ତାହକରେ ୧୦ ମ୍ୟାଲେରିଆ ଆକ୍ରାନ୍ତ ।

କନକ ବ୍ୟୁରୋ: କୋରାପୁଟ ପଟାଙ୍ଗୀ ବ୍ଲକ କୋଟିଆରେ କାୟା ମେଲାଉଛି ମ୍ୟାଲେରିଆ । ଫଗୁଣସିନେରୀରେ ଗତ ସପ୍ତାହକ ମଧ୍ୟରେ ୧୦ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଫଗୁଣସିନେରୀରେ ହୋଇଥିବା ସ୍ୱାସ୍ଥ୍ୟ ଶିବିରରୁ ୪ ଜଣ ଶିଶୁଙ୍କ ମ୍ୟାଲେରିଆ ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି କିଛି ଦିନ ପୂର୍ବରୁ ହୋଇଥିବା ସ୍ୱାସ୍ଥ୍ୟ ଶିବିରରେ ୬ ଜଣ ଶିଶୁ ପଜିଟିଭ୍ ହୋଇଥିଲେ । ଫାଟୁସୁନେରୀ ଓ ଫଗୁଣସିନେରୀରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।Continue reading “କୋଟିଆରେ କାୟା ମେଲାଉଛି ମ୍ୟାଲେରିଆ । ସପ୍ତାହକରେ ୧୦ ମ୍ୟାଲେରିଆ ଆକ୍ରାନ୍ତ ।”

ନୟାଗଡ଼ ପାର୍ବତୀପୁର ଗାଁରେ ଅଘଟଣ । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର ।

କନକ ବ୍ୟୁରୋ: ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର । ନଷ୍ଟ ହୋଇଗଲା ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି । ନୟାଗଡ଼ ଭାପୁର ବ୍ଲକ ପାର୍ବତୀପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୮ଟି ପରିବାରର ୧୩ ବଖରା ଘର ଜଳିଯାଇଛି । ଶୀତ ରାତିରେ ଲୋକେ ଘରେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି । ପ୍ରଥମେ ପ୍ରକାଶ ବେହେରାଙ୍କ ଘରେ ନିଆଁଲାଗି ଅଖିପିଛୁଳାକେ ସବୁଆଡ଼େ ବ୍ୟାପୀଯାଇଥିଲା । ନିଆଁର ଭୟାବହତାContinue reading “ନୟାଗଡ଼ ପାର୍ବତୀପୁର ଗାଁରେ ଅଘଟଣ । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର ।”

Design a site like this with WordPress.com
Get started