କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ଓଡ଼ିଶା ବିଜେପି । ସେଥିପାଇଁ ବିଜେପିର କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ପହଂଚିଛନ୍ତି । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଓଡ଼ିଶାରେ ଅଛନ୍ତି । ଗତକାଲି ବିଜେପିର ସମନ୍ୱୟ ବେଠକ ବସିଥିଲା । ଆଜି ପଦାଧିକାରୀ , ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ହେବ । ସେହିପରି ରବିବାରContinue reading “୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ରାଜ୍ୟ ବିଜେପି । ଆଜି ପଦାଧିକାରୀ , ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ୩ ଦିନିଆ ବୈଠକ ।”
Category Archives: News
ବଢ଼ିଲା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦରେ ରହିବେ ପ୍ରଦୀପ ଜେନା ।
କନକ ବ୍ୟୁରୋ: ନୂଆ ବର୍ଷରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାର ଅନ୍ତ ଘଟିଛି । ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିଥାନ୍ତା । ନୂଆ ମୁଖ୍ୟ ଶାସନ ସଚିବ ନେଇ ପାୱାର କରିଡରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା, ଏବେ ତାର ଅବସାନ ଘଟାଇ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି ।Continue reading “ବଢ଼ିଲା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦରେ ରହିବେ ପ୍ରଦୀପ ଜେନା ।”
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡଲାଇନ୍ । ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତି ସହ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରର ଚିଠି ପରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖି ସର୍ଭିଲାନ୍ସ, ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବେଡ୍, ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପଜିଟିଭ୍ ଚିହ୍ନଟ ହେଲେ, ଘରୋଇ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେContinue reading “କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡଲାଇନ୍ । ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତି ସହ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ।”
ଆଜି ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ମୋଦୀ ।
କନକ ବ୍ୟୁରୋ: ଆଜି ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥାContinue reading “ଆଜି ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ମୋଦୀ ।”
ଦକ୍ଷିଣଭାରତ ସିନେ ଅଭିନେତା ଥାଲାପତି ବିଜୟଙ୍କୁ ଚପଲ ମାଡ଼: କ୍ୟାମେରାରେ ଚପଲ ଫିଙ୍ଗା ଦୃଶ୍ୟ କଏଦ
କନକ ବ୍ୟୁରୋ: ଦକ୍ଷିଣଭାରତ ସିନେ ଜଗତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରେ ଚପଲ ମାଡ । ସୋସିଆଲ ମିିଡିଆରେ ଏକ ଭିଡିଓ ଭାଇାରାଲ ହେଉଛି ଯେଉଁଥିରେ ବିଜୟଙ୍କ ଉପରକୁ ଜଣେ ଅଜ୍ଞାତ ବ୍ୟକ୍ତି ଚପଲ ଫୋପାଡୁଥିବା ଘଟଣା ମୋବାଇଲ କ୍ୟାମେରାରେ କଏଦ ହୋଇଛି ।ତେବେ ବିଜୟଙ୍କ ଉପରେ ସିଧାସଳଖ ଚପଲ ନପଡି ନିକଟରେ ପଡିଥିଲା ।ପରେ ସୁରକ୍ଷାକର୍ମୀ ଏହାକୁ ଫିଙ୍ଗିଦେଇଥିଲେ । ତେବେ ବିଜୟଙ୍କ ଉପରେ କାହିଁକି ଚପଲ ମାଡ ହୋଇଛି । କଏ କରିଛିContinue reading “ଦକ୍ଷିଣଭାରତ ସିନେ ଅଭିନେତା ଥାଲାପତି ବିଜୟଙ୍କୁ ଚପଲ ମାଡ଼: କ୍ୟାମେରାରେ ଚପଲ ଫିଙ୍ଗା ଦୃଶ୍ୟ କଏଦ”
ମ୍ୟାଚ ହାରିବା ପରେ ଟିମ ଇଣ୍ଡିଆକୁ ଡବଲ ଝଟକା: ଧିମା ବୋଲିଂ ପାଇଁ ୧୦% କଟିଲା ମ୍ୟାଚ ଫି’
କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ଉପରେ ଜରିମାନା ଲଗାଇଛି ଆଇସିସି । ୧୦ ପ୍ରତିଶତ ମ୍ୟାଚ ଫି କଟାଯିବା ସହିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପରୁ ମଧ୍ୟ ୨ପଏଂଟ କଟାଯାଇଛି । ନିର୍ଧାରିତ ସମୟ ମଧ୍ୟରେ ଧୀମା ବୋଲିଂ ଯୋଗୁ ଟିମ୍ ଭାରତୀୟ କ୍ରିକେଟ ଟିମ୍ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆର୍ନ୍ତଜାତୀୟ କ୍ରିକେଟ ବୋର୍ଡ ।Continue reading “ମ୍ୟାଚ ହାରିବା ପରେ ଟିମ ଇଣ୍ଡିଆକୁ ଡବଲ ଝଟକା: ଧିମା ବୋଲିଂ ପାଇଁ ୧୦% କଟିଲା ମ୍ୟାଚ ଫି’”
ପରିତ୍ୟକ୍ତ ଘରୁ ମିଳିଲା ୫ବ୍ୟକ୍ତିଙ୍କ କଙ୍କାଳ: ୪ବର୍ଷ ହେବ ନିଖୋଜ ଥିଲା ଗୋଟିଏ ପରିବାର ୫ ସଦସ୍ୟ
କନକ ବ୍ୟୁରୋ: ୪ବର୍ଷ ପରେ ଏକ ପରିିତ୍ୟକ୍ତ ଘରୁ ମିଳିଲା ୫ଜଣ ବ୍ୟକ୍ତିଙ୍କ କଙ୍କାଳ । ପ୍ରାୟ ୪ବର୍ଷ ହେବ ପରିବାରର ସଦସ୍ୟଙ୍କ କୌଣସି ଖୋଜ ଖବର ନଥିଲା ହେଲେ ଏବେ ସେମାନଙ୍କ କଙ୍କାଳ ଜବତ ହୋଇଛି । ଏହି ଲୋମଟାଙ୍କୁରା ଖବର ଆସିଛି କର୍ଣ୍ଣାଟକ ଚିତ୍ରଦୁର୍ଗା ଅଂଚଳର । ମୃତକଙ୍କ ମଧ୍ୟରେ ବୃଦ୍ଧ ଦମ୍ପତି,ପୁଅ, ଝିଅ ଓ ନାତି ଥିବା ଜଣାପଡିଛି । ୨୦୧୯ ମସିହା ଜୁଲାଇ ମାସରେ ପଡୋଶୀମାନେ ଶେଷଥର ପାଇଁ ପରିବାକୁ ଦେଖିଥିଲେContinue reading “ପରିତ୍ୟକ୍ତ ଘରୁ ମିଳିଲା ୫ବ୍ୟକ୍ତିଙ୍କ କଙ୍କାଳ: ୪ବର୍ଷ ହେବ ନିଖୋଜ ଥିଲା ଗୋଟିଏ ପରିବାର ୫ ସଦସ୍ୟ”
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଆଯୋଧ୍ୟା ନଗରୀ: ଶନିବାର ମୋଦୀଙ୍କ ଗସ୍ତ ପାଇଁ ସଜେଇ ହେଉଛି ସହର, ସୁରକ୍ଷା ବ୍ୟବସ୍ଥା କଡ଼ାକଡି
କନକ ବ୍ୟୁରୋ: ଆଉ କିଛି ଦିନରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏହା ଭିତରେ ବଡ ଖବର ସାମ୍ନାକୁ ଆସୁଛି । ଅଯୋଧ୍ୟାର ୭୦ ଏକରବିଶିଷ୍ଟ ସ୍ଥାନରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଗର୍ଭଗୃହରେ ଭକ୍ତ ଦେଖିବାକୁ ପାଇବେନି ମାଆ ସୀତାଙ୍କୁ । ଗର୍ଭଗୃହରେ ବିରାଜମାନ କରିବେ ଭଗବାନ ରାମଲାଲା । ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ । ଏହା ଶ୍ରୀରାମଙ୍କ ବାଳକ ରୂପ ହୋଇଥିବାରୁContinue reading “ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଆଯୋଧ୍ୟା ନଗରୀ: ଶନିବାର ମୋଦୀଙ୍କ ଗସ୍ତ ପାଇଁ ସଜେଇ ହେଉଛି ସହର, ସୁରକ୍ଷା ବ୍ୟବସ୍ଥା କଡ଼ାକଡି “
ଖୁବଶୀଘ୍ର ଇଣ୍ଡିଆ ମେଂଟ ମଧ୍ୟରେ ହେବ ଆସନ ଭାଗବଣ୍ଟା: ଜାନୁଆରୀରେ କଂଗ୍ରେସ ଡାକିଲା ବୈଠକ
କନକ ବ୍ୟୁରୋ: ଇଣ୍ଡିଆ ମେଂଟରେ ହେବ ଆସନ ଭାଗବଂଟାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଜାନୁଆରି ପ୍ରଥମ ସପ୍ତାହରେ ସମସ୍ତ ସହଯୋଗୀ ଦଳ ସହିତ କଂଗ୍ରେସ ବୈଠକ କରିବ । ମେଂଟର ଏକମାତ୍ର ଲକ୍ଷ୍ୟ କିଭଳି ସାଧାରଣ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରାଯିବ । ତେବେ ଆସନ ଭାଗବଂଟାକୁ ନେଇ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଦାବି ରଖିଛନ୍ତି । ଟିଏମସି ନିଜର ଆଭମିୁଖ୍ୟ ସ୍ପଷ୍ଟ କରିଛି । ପଶ୍ଚିମବଙ୍ଗରେ ଏକାକୀ ଳଢିବେ ଦିଦିContinue reading “ଖୁବଶୀଘ୍ର ଇଣ୍ଡିଆ ମେଂଟ ମଧ୍ୟରେ ହେବ ଆସନ ଭାଗବଣ୍ଟା: ଜାନୁଆରୀରେ କଂଗ୍ରେସ ଡାକିଲା ବୈଠକ”
ବିହାର ରାଜନୀତିରେ ବଡ ହଲଚଲ: ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା, ନୀତୀଶ ହେଲେ ନୂଆ ଅଧ୍ୟକ୍ଷ
କନକ ବ୍ୟୁରୋ: ବିହାର ରାଜନୀତିରେ ବଡ ହଲଚଲ । ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଶେଷରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ନୀତୀଶ କୁମାରଙ୍କୁ ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବିହାର ରାଜନୀତିର ଏହି ବଡ ପରିବର୍ତନ ଉପରେ ବିଜେପି ପ୍ରତିକ୍ରିୟା ରଖିଛି । ଦଳ କହିଛି ଲାଲୁଙ୍କ ଚକ୍ରବ୍ୟୁହରେ ଫସିଛନ୍ତି ନୀତୀଶ ଓ ଆଗକୁ ବିହାର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ୱୀ ଯାଦବ । ସାଧାରଣ ନିର୍ବାଚନContinue reading “ବିହାର ରାଜନୀତିରେ ବଡ ହଲଚଲ: ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା, ନୀତୀଶ ହେଲେ ନୂଆ ଅଧ୍ୟକ୍ଷ”