ଇସ୍ରାଏଲ୍ ସେନାର ମସ୍ତବଡ ଭୁଲ । ଆତଙ୍କବାଦୀ ଭାବି  ମାରିଦେଲେ ନିଜର ୩ ବନ୍ଧକଙ୍କୁ ।

ଇସ୍ରାଏଲ୍ ସୈନ୍ୟମାନଙ୍କ ଦ୍ଵାରା ପ୍ରକାଶିତ ଏକ ସାମରିକ ଅନୁସନ୍ଧାନରେ କୁହାଯାଇଛି ଯେ ତାଙ୍କ ସୈନିକମାନେ ସାହାଯ୍ୟ ମାଗୁଥିବା ୩ ଜଣ ବନ୍ଧକଙ୍କୁ ଆତଙ୍କବାଦୀ ଭାବି ହତ୍ୟା କରିଦେଇଥିଲେ । ଇସ୍ରାଏଲ ଏବଂ ହାମାସ ଯୁଦ୍ଧକୁ ୮୪ ଦିନ ପୁରି ଗଲାଣି । ଏହି ସମୟ ମଧ୍ୟରେ, ଇସ୍ରାଏଲ୍ କ୍ରମାଗତ ଭାବରେ ଏୟାର ଷ୍ଟ୍ରାଇକ୍ କରିବା ସହିତ ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଆଟାକ୍ ମଧ୍ୟ ଜାରି ରଖିଛି ।  ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ପ୍ରାୟ ୨୦,୦୦୦ ରୁ ଉର୍ଦ୍ଧContinue reading “ଇସ୍ରାଏଲ୍ ସେନାର ମସ୍ତବଡ ଭୁଲ । ଆତଙ୍କବାଦୀ ଭାବି  ମାରିଦେଲେ ନିଜର ୩ ବନ୍ଧକଙ୍କୁ ।”

ତୀବ୍ର ହେଲା ଭୀମଭୋଇ ମେଡିକାଲ କଲେଜର ଛାତ୍ରଙ୍କ ଆନ୍ଦୋଳନ । ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ । ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି ।

କନକ ବ୍ୟୁରୋ: ତୀବ୍ର ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ରଙ୍କ ଆନ୍ଦୋଳନ । ହାଉସ୍ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ଜୋରଦାର ହୋଇଛି । ଛାତ୍ରଛାତ୍ରୀମାନେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରୁଛନ୍ତି । ମେଡିସିନ୍ ଓପିଡିକୁ ମଧ୍ୟ ଛାତ୍ରଛାତ୍ରୀ ବନ୍ଦ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ପୋଲିସ ସହ ଯୁକ୍ତିତର୍କ କରିଛନ୍ତି । ଗତକାଲି ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କୁ ଏନ୍ଏସ୍ରେContinue reading “ତୀବ୍ର ହେଲା ଭୀମଭୋଇ ମେଡିକାଲ କଲେଜର ଛାତ୍ରଙ୍କ ଆନ୍ଦୋଳନ । ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ । ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି ।”

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି । ବିଏସକେୱାଇ-ନବୀନ କାର୍ଡର ଯୋଜନାର ଶୁଭାରମ୍ଭ, ରାଜ୍ୟର ୯୦% ଲୋକ ହେବେ ଉପକୃତ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଏହି କାର୍ଡ?

କନକ ବ୍ୟୁରୋ : ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ନବୀନ ଆଣିଲେ ଖୁସିଖବର । ବିଏସକେୱାଇ ନବୀନ କାର୍ଡ ହୋଇଛି ଶୁଭାରମ୍ଭ । ଏହି ନୂଆ କାର୍ଡ ଜରିଆରେ ବିଏସକେୱାଇରୁ ବଞ୍ଚିତ ଗ୍ରାମଞ୍ଚଳର ସବୁ ପରିବାର ଏହି ନୂଆ ଯୋଜନାରେ ସାମିଲ ହେବେ । କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କରାଯିବ । ଏହି କାର୍ଡ ଜରିଆରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେContinue reading “ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି । ବିଏସକେୱାଇ-ନବୀନ କାର୍ଡର ଯୋଜନାର ଶୁଭାରମ୍ଭ, ରାଜ୍ୟର ୯୦% ଲୋକ ହେବେ ଉପକୃତ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଏହି କାର୍ଡ?”

ବର୍ଷକ ମଧ୍ୟରେ ନନ୍ଦନକାନନ ହେବ ବିଶ୍ୱସ୍ତରୀୟ । ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଘୋଷଣା । ଲୋକାର୍ପିତ ହେଲା ଫାର୍ମା ୱାଲାବୀ ଖୁଆଡ଼ ।

କନକ ବ୍ୟୁରୋ: ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ପାର୍ମା ୱାଲବୀ ଖୁଆଡ ଲୋକାର୍ପିତ କରିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ଏହାସହ କାସୁଆରୀ ପକ୍ଷୀ ପାଇଁ ସ୍ୱତନ୍ତ୍ର ଏକକ୍ଲୋଜର ଏବଂ ଅଷ୍ଟ୍ରିଜ ଖୁଆଡ ବି ଲୋକର୍ପିତ ହୋଇଛି । ଉତ୍ସବରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବନ୍ୟପ୍ରାଣୀ ପିସିସିଏଫ୍ ଉପସ୍ଥିତ ଥିଲେ । ଆଗାମୀ ବର୍ଷକContinue reading “ବର୍ଷକ ମଧ୍ୟରେ ନନ୍ଦନକାନନ ହେବ ବିଶ୍ୱସ୍ତରୀୟ । ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଘୋଷଣା । ଲୋକାର୍ପିତ ହେଲା ଫାର୍ମା ୱାଲାବୀ ଖୁଆଡ଼ ।”

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳର ନାଁ । ଏବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ହେବ ପରିଚିତ, ଗତ ନଭେମ୍ବରରେ ଘୋଷଣା କରିଥିଲେ ନବୀନ ।

କନକ ବ୍ୟୁରୋ : ବଦଳିଲା କଳାହାଣ୍ଡ ବିଶ୍ୱ ବିଦ୍ୟାଳୟର ନାଁ । କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସମୁଦାୟ ୫୦ କଲେଜକୁ ନେଇ ୨୦୨୦ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ବିଶ୍ୱବିଦ୍ୟାଳୟର ନାମକୁ ଜିଲ୍ଲାର ଅଧିଷ୍ଠାତ୍ରୀContinue reading “ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳର ନାଁ । ଏବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ହେବ ପରିଚିତ, ଗତ ନଭେମ୍ବରରେ ଘୋଷଣା କରିଥିଲେ ନବୀନ ।”

ଅଯୋଧ୍ୟା ରାମମନ୍ଦିରର ଗର୍ଭଗୃହରେ ରହିବେନି ମା’ ସୀତା । ୫ ବର୍ଷର ବାଳକ ରୂପେ ସ୍ଥାନ ପାଇବ ରାମଲଲାଙ୍କ ପ୍ରତିମା ।

କନକ ବ୍ୟୁରୋ : ଆଉ ମାତ୍ର କେଇ ଦିନ, ଅଯୋଧ୍ୟାରେ ହେବ ଭବ୍ୟ ଶ୍ରୀରାମ ମନ୍ଦିର ଉଦଘାଟନ ଉତ୍ସବ । ଅଯୋଧ୍ୟାର ୭୦ ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଗର୍ଭଗୃହରେ କିନ୍ତୁ ଭକ୍ତ ଦେଖିବାକୁ ପାଇବେନି ମାଆ ସୀତାଙ୍କୁ । ଗର୍ଭଗୃହରେ ବିରାଜମାନ କରିବେ ଭଗବାନ ରାମଲଲ୍ଲା । ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ । ଏହା ଶ୍ରୀରାମଙ୍କ ବାଳକ ରୂପ ହୋଇଥିବାରୁ ମୁଖ୍ୟମନ୍ଦିର ଗର୍ଭଗୃହରେ ମାଆContinue reading “ଅଯୋଧ୍ୟା ରାମମନ୍ଦିରର ଗର୍ଭଗୃହରେ ରହିବେନି ମା’ ସୀତା । ୫ ବର୍ଷର ବାଳକ ରୂପେ ସ୍ଥାନ ପାଇବ ରାମଲଲାଙ୍କ ପ୍ରତିମା ।”

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ।

କନକ ବ୍ୟୁରୋ : ଓଡିଶାରେ ବଢୁଛି କରୋନା ସଂକ୍ରମଣ । ଓଡିଶାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ରାଜ୍ୟରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩ରେ ପହଁଚିଛି । ଗତକାଲି ମଧ୍ୟ ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ରହିଛନ୍ତି । ଏସବୁ ଭିତରେ ରାଜ୍ୟରେ କରୋନାକୁ ନେଇ ସେଭଳିContinue reading “ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ।”

ମା’ ଘର ପରିଚାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ, ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ ।

କନକ ବ୍ୟୁରୋ : ମା’ ଘର ପରିଚାଳକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ସାଇଣ୍ଟିଫିକ୍ ଟିମ୍ ସହ ସାଥୀରେ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ମୃତକ ହେଉଛନ୍ତି ଲକ୍ଷ୍ମୀ ମାଝୀ, ଦୀର୍ଘ ୫ ବର୍ଷ ହେବContinue reading “ମା’ ଘର ପରିଚାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ, ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ ।”

ଜମିବାଡ଼ି ବିବାଦରୁ ହଣାକଟା । ଉଭୟ ପରିବାରର ୬ ଗୁରୁତର । ଭଦ୍ରକ ଚରମ୍ପା ବରାଳ ପୋଖରୀ ।

କନକ ବ୍ୟୁରୋ: ଜମିବାଡ଼ି ବିବାଦରୁ ହଣାକଟା । ଉଭୟ ପକ୍ଷର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖରୀର ୧ ନମ୍ବର ୱାର୍ଡରେ ଜାଗାବାଡ଼ି ବିବାଦକୁ ନେଇ ଘଟିଛି ଏହି ତୁମୁଳ କାଣ୍ଡ । ୪ ବର୍ଷ ହେବ ଜମି ଭାଗ ବଣ୍ଟାକୁ ନେଇ ଦଳେଇ ଓ ସେନାପତି ପରିବାର ମଧ୍ୟରେ ଚାଲିଥିଲା ବିବାଦ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାକୁ ନେଇ ପରିବାର ମଧ୍ୟରେContinue reading “ଜମିବାଡ଼ି ବିବାଦରୁ ହଣାକଟା । ଉଭୟ ପରିବାରର ୬ ଗୁରୁତର । ଭଦ୍ରକ ଚରମ୍ପା ବରାଳ ପୋଖରୀ ।”

ନୂଆବର୍ଷ ପୂର୍ବରୁ ମିଳିପାରେ ଖୁସି ଖବର । ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପ୍ରସ୍ତାବ ଦେଇଛି ପେଟ୍ରୋଲିୟମ୍ ମନ୍ତ୍ରାଳୟ ।

 କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ମିଳିପାରେ ଖୁସି ଖବର । କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ କମିପାରେ ବୋଲି ପ୍ରସ୍ତାବ ଦେଇଛି ପେଟ୍ରୋଲିୟମ୍ ମନ୍ତ୍ରାଳୟ । ଏବେ କେବଳ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି । ନୂଆବର୍ଷ ପୂର୍ବରୁ ଦର ହ୍ରାସ ନେଇ ଘୋଷଣା କରାଯିବା ଆଶା କରାଯାଉଛି । ଏହା ସହ ଆଗକୁ ସାଧାରଣ ନିର୍ବାଚନ ରହିଛି ।Continue reading “ନୂଆବର୍ଷ ପୂର୍ବରୁ ମିଳିପାରେ ଖୁସି ଖବର । ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପ୍ରସ୍ତାବ ଦେଇଛି ପେଟ୍ରୋଲିୟମ୍ ମନ୍ତ୍ରାଳୟ ।”

Design a site like this with WordPress.com
Get started