ମାଟିରେ ମିଶିଲା ୫୦ ହଜାର ଗଞ୍ଜେଇ ଗଛ । ବୈପାରୀଗୁଡ଼ା ବ୍ଲକରେ ୫୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ।

 କନକ ବ୍ୟୁରୋ: ବେଆଇନ ଭାବେ କରାଯାଇଛି ୫୦ ଏକର ଜାଗାର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ୍ । ଅପରେସନ ଗ୍ରୀନ୍ କ୍ଲିନ ଜରିଆରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଜି.ମଝିଗୁଡ଼ା ପଂଚାୟତର ଉଲଦାନ ଓ ଆଖପାଖ ଗାଁରେ ଏହି ଚାଷ କରାଯାଇଥିବା ବେଳେ ନଷ୍ଟ କରିଦିଆଯାଇଛି । ବୈପାରୀଗୁଡ଼ା ପୋଲିସ୍ ଓ ଡିଭିଏଫ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ପ୍ରାୟ ୫୦ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ନଷ୍ଟContinue reading “ମାଟିରେ ମିଶିଲା ୫୦ ହଜାର ଗଞ୍ଜେଇ ଗଛ । ବୈପାରୀଗୁଡ଼ା ବ୍ଲକରେ ୫୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ।”

ମାଓ ବିରୋଧୀ ଅଭିଯାନରେ ବିଏସଏଫକୁ ବଡ଼ ସଫଳତା । ଠାବ ହେଲା ୨ଟି ଗୁପ୍ତ ଅସ୍ତ୍ରଭଣ୍ଡାର । ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ।

କନକ ବ୍ୟୁରୋ: ମାଓବାଦୀ ବିରୋଧୀ ଅଭିଯାନରେ ବର୍ଡର ସିକ୍ୟୁରିଟି ଫୋର୍ସ ବିଏସଏଫକୁ ବଡ଼ ସଫଳତା । ମାଓବାଦୀଙ୍କ ୨ ଟି ଗୁପ୍ତ ଅସ୍ତ୍ର ଲୁଚାଇବା ଜାଗାର ଠାବ କରିଛନ୍ତି ସୁରକ୍ଷା କର୍ମୀ । ଏହାସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଆଲୁରକୋଟା ଗାଁ ନିକଟ ବେଜାଙ୍ଗିୱାଡ଼ା ଜଙ୍ଗଲରୁ ଏହି ଗୁପ୍ତ କ୍ୟାମ୍ପ ଠାବ ହୋଇଛି । ଘଂଚ ଜଙ୍ଗଲ ଓ ପଥରContinue reading “ମାଓ ବିରୋଧୀ ଅଭିଯାନରେ ବିଏସଏଫକୁ ବଡ଼ ସଫଳତା । ଠାବ ହେଲା ୨ଟି ଗୁପ୍ତ ଅସ୍ତ୍ରଭଣ୍ଡାର । ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ।”

ମଝି ନଈରେ ବୁଡିଗଲା ଡଙ୍ଗା । ଜଣେ ମୃତ, ୪ ଜଣ ନିଖୋଜ । କୋରାପୁଟ ନନ୍ଦପୁର ବ୍ଲକର ଘଟଣା ।

କନକ ବ୍ୟୁରୋ: ନଦୀ ପାର ହେବା ବେଳେ ଅଘଟଣ । ନଦୀ ମଝିରେ ବୁଡ଼ିଗଲା ଡଙ୍ଗା । ଆଉ ଚାଲିଯାଇଛି ଜଣଙ୍କ ଜୀବନ । ଏହି ଘଟଣାରେ ୪ ଜଣ ନିଖୋଜ ଅଛନ୍ତି । ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି । ମୃତକ ଲାଲମଣି ସୀମା । ତାନସିଂ ଘାଟ ନିକଟରେ ମର ଶରୀର ଭାସୁଥିବା ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତର ତାନସିଂ ଗ୍ରାମରContinue reading “ମଝି ନଈରେ ବୁଡିଗଲା ଡଙ୍ଗା । ଜଣେ ମୃତ, ୪ ଜଣ ନିଖୋଜ । କୋରାପୁଟ ନନ୍ଦପୁର ବ୍ଲକର ଘଟଣା ।”

ବଲାଙ୍ଗିର ଭୀମଭୋଇ ମେଡିକାଲରେ ଉତ୍ତେଜନା । ଡାକ୍ତରଙ୍କୁ ମାଡ ମାରି ଘାଇଲା କଲେ ରୋଗୀଙ୍କ ସମ୍ପର୍କୀୟ । ପ୍ରତିବାଦରେ ଡାକ୍ତରୀ ଛାତ୍ର ମେଡିକାଲରେ ପକାଇଲେ ତାଲା

କନକ ବ୍ୟୁରୋ: ଡାକ୍ତରଙ୍କୁ ମାଡ ମାରି ଘାଇଲା କଲେ ରୋଗୀଙ୍କ ସମ୍ପର୍କୀୟ । ଛାତ୍ର ନ୍ୟାୟ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ପକାଇଲେ ତାଲା । ପ୍ରାୟ ଦେଢଘଂଟା ଧରି ଧାରଣା ଚାଲିବା ପରେ ଏହା ପ୍ରତ୍ୟାହୃତ ହୋଇଛି । ଦୋଷୀକୁ ଧରିବା ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ଡାକ୍ତରୀ ଛାତ୍ର । ତେବେ ଦୋଷୀ ଧରା ନ ହେବା ଯାଏଁ ଓପିଡି ଓ ଡାକ୍ତର ରାଉଣ୍ଡ ବନ୍ଦ ରହିବ । ଜରୁରୀକାଳୀନContinue reading “ବଲାଙ୍ଗିର ଭୀମଭୋଇ ମେଡିକାଲରେ ଉତ୍ତେଜନା । ଡାକ୍ତରଙ୍କୁ ମାଡ ମାରି ଘାଇଲା କଲେ ରୋଗୀଙ୍କ ସମ୍ପର୍କୀୟ । ପ୍ରତିବାଦରେ ଡାକ୍ତରୀ ଛାତ୍ର ମେଡିକାଲରେ ପକାଇଲେ ତାଲା”

ଏସସିବି ହସ୍ପିଟାଲରେ ଅବ୍ୟବସ୍ଥା । ୮ଦିନ ହେଲା ଅଚଳ ଲିଫ୍ଟ! ଉପର ମହଲାକୁ ଯିବାକୁ ରୋଗୀ ହନ୍ତସନ୍ତ

କନକ ବ୍ୟୁରୋ: ବିଶ୍ୱସ୍ତରୀୟ ହସ୍ପିଟାଲ ହେଉଛି କଟକ ବଡ ମେଡିକାଲ । କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମିର ଉନ୍ନତିକରଣ ଚାଲିଛି । ବଡ ବଡ କୋଠା ତିଆରି ଚାଲିଛି । ହେଲେ, ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । କେତେବେଳେ ବିଜୁଳି କଟି ଯାଉଛି ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ ଏବେ ନ୍ୟୁ ମେଡିସିନ୍ ୱାର୍ଡର ଲିଫ୍ଟ ଅଚଳ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ରୋଗୀ ସମ୍ପର୍କୀୟContinue reading “ଏସସିବି ହସ୍ପିଟାଲରେ ଅବ୍ୟବସ୍ଥା । ୮ଦିନ ହେଲା ଅଚଳ ଲିଫ୍ଟ! ଉପର ମହଲାକୁ ଯିବାକୁ ରୋଗୀ ହନ୍ତସନ୍ତ”

କ୍ରିକେଟରରୁ କନମ୍ୟାନ ମୃଣାଙ୍କ ସିଂ । ବିଳାସପୂର୍ଣ୍ଣ ଜୀବନ ବଂଚିବା ପାଇଁ ବାଛିଥିଲେ ଠକେଇ ରାସ୍ତା, ରିଷଭ ପନ୍ତଙ୍କ ଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା

କନକ ବ୍ୟୁରୋ : କେତେବେଳ ଆଇପିଏଲ ଖେଳାଳି ତ ଆଉ କେତେବେଳ ଆଇପିଏସ ଅଫିସର । ନିଜକୁ ନାମୀଦାମି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର କହି ବଡ଼ ବଡ଼ ହୋଟେଲକୁ ଲଗାଉଥଲା ଚୂନା    । ବିଳାସପୂର୍ଣ୍ଣ ଜୀବନଶୈଳୀରେ ବଂଚିବାକୁ ବାଛିଥିଲା ଠକେଇର ରାସ୍ତା । ଠକାମୀର ସବୁ ରାସ୍ତାକୁ ପାର କରି ସାରିଥିବା ବେଳେ ଶେଷରେ ପୋଲିସ ପଂଝାରୁ ମୁକୁଳିବାରେ ଫେଲ ମାରିଛି କ୍ରିକେଟରରୁ ଠକ ସାଜିଥିବା ମୃଣାଙ୍କ ସିଂ । ଦେଶ ବାହାରକୁ ଖସିଯିବାକୁ ଉଦ୍ୟମ ବେଳେContinue reading “କ୍ରିକେଟରରୁ କନମ୍ୟାନ ମୃଣାଙ୍କ ସିଂ । ବିଳାସପୂର୍ଣ୍ଣ ଜୀବନ ବଂଚିବା ପାଇଁ ବାଛିଥିଲେ ଠକେଇ ରାସ୍ତା, ରିଷଭ ପନ୍ତଙ୍କ ଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା”

ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି । ମହିଳା ମୋର୍ଚ୍ଚାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ ପାଳନ

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମା’ ଗୃହ ପରିଚାଳିକା ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚ । ତଦନ୍ତ ପ୍ରକିୟାକୁ ତ୍ୱରାନ୍ୱିତ କରିବା ସହ ଦୋଷୀଙ୍କୁ ଗିରଫ କରିବା ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି । ମହିଳା ମୋର୍ଚ୍ଚର କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ୍ କରିବା ସହ ବନ୍ଦ ପାଳନ କରିଛନ୍ତି । ଗତ ୨୧ ତାରିଖରେ ଚନ୍ଦ୍ରପୁରContinue reading “ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି । ମହିଳା ମୋର୍ଚ୍ଚାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ ପାଳନ”

ବାହାର ଖେଳାଳିଙ୍କୁ ହଁ, ଓଡିଆ ଖେଳାଳିଙ୍କୁ ନା । ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ ଖେଳାଳି ଓ ଅଭିଭାବକଙ୍କ ସମୂହ ଅସନ୍ତୋଷ । ଆଉ ଏହାର କାରଣ କାରଣ ବି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଜିମ୍ନାଷ୍ଟିକ ଟିମ ରାଜ୍ୟର ,କିନ୍ତୁ ଏଥିରେ ଖେଳୁଛନ୍ତି ରାଜ୍ୟ ବାହାରର ଖେଳାଳି । କଳିଙ୍ଗ ଷ୍ଟାଡିମୟରେ ଆରମ୍ଭ ହୋଇଛି ଜାତୀୟ ସିନିୟର ଓ ଜୁନିୟର ଜିମ୍ନାଷ୍ଟିକ ଚାମ୍ପିୟନସିପରେ ଓଡିଆ ଖେଳାଳିଙ୍କୁ ଅବହେଳା ହୋଇଥିବା ଅଭିଯୋଗ ଆସିଛି । ଏଥିରେ ବିଭିନ୍ନ ରାଜ୍ୟର ଖେଳାଳି ଭାଗ ନେଉଛନ୍ତି ।Continue reading “ବାହାର ଖେଳାଳିଙ୍କୁ ହଁ, ଓଡିଆ ଖେଳାଳିଙ୍କୁ ନା । ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ”

ସେଲିବ୍ରେସନ ଆଣିଲା ସମସ୍ୟା । ଅଭିନେତା ରଣବୀର କପୁରଙ୍କ ନାଁରେ ଥାନାରେ ମାମଲା ରୁଜୁ କଲେ ମୁମ୍ବାଇର ଦୁଇ ଓକିଲ

କନକ ବ୍ୟୁରୋ : ପୁଣି ବିବାଦରେ ଅଭିନେତା ରଣବୀର କପୁର । ସେଲିବ୍ରେସନ କରୁ କରୁ ଏବେ ବିବାଦ ଭିତରେ ଫସିଛନ୍ତି ବଲିଉଡ କଳାକାର । ବଡଦିନରେ ପରିବାର ସହ ରଣବୀର କାଟିଥିବା କେକ କଟିଂର ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କ ପାଇଁ ସମସ୍ୟା ଆଣିଛି । କପୁର ପରିବାର ବଡଦିନ ପାର୍ଟିର ଆୟୋଜନ କରିଥିଲେ । ଏହି ସମୟରେ ରଣବୀର କ୍ୟାଣ୍ଡେଲ ଫୁଙ୍କି ଜୟମାତାଦୀ କହି କେକ କାଟିଥିଲେ । ସେପଟେ ରଣବୀରଙ୍କContinue reading “ସେଲିବ୍ରେସନ ଆଣିଲା ସମସ୍ୟା । ଅଭିନେତା ରଣବୀର କପୁରଙ୍କ ନାଁରେ ଥାନାରେ ମାମଲା ରୁଜୁ କଲେ ମୁମ୍ବାଇର ଦୁଇ ଓକିଲ”

ଲୋକସଭା ନିର୍ବାଚନ ପାଇଁ ମୋଦୀଙ୍କୁ ପୁଟିନଙ୍କ ଆଗୁଆ ଶୁଭେଚ୍ଛା । ମସ୍କୋ ମିଟିଂରେ ମୋଦୀଙ୍କ ସଫଳ ରାଜନୈତିକ ଜୀବନ କାମନା କଲେ ରୁଷ ରାଷ୍ଟ୍ରପତି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା । ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୋଦୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ଭ୍ଲାଦିମୀର ପୁଟିନ । ରୁଷ ରାଷ୍ଟ୍ରପତି କହିଛନ୍ତି ମୋଦୀଙ୍କ ସଫଳତା କାମନା କରୁଛି । ରାଜନୈତିକ ସମନ୍ୱୟ ଯାହାବି ହେଉନା କାହିଁକି ନୂଆଦିଲ୍ଲୀ ଓ ମସ୍କୋ ମଧ୍ୟରେ ପାରମ୍ପାରିକ ତଥା ବନ୍ଧୁତାପୂର୍ଣ୍ଣ ସର୍ମ୍ପକ ଉତମ ରହିଛି ଓ ରହିବ । ଏଥିସହ ମୋଦୀଙ୍କୁ ରୁଷିଆ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି ପୁଟିନContinue reading “ଲୋକସଭା ନିର୍ବାଚନ ପାଇଁ ମୋଦୀଙ୍କୁ ପୁଟିନଙ୍କ ଆଗୁଆ ଶୁଭେଚ୍ଛା । ମସ୍କୋ ମିଟିଂରେ ମୋଦୀଙ୍କ ସଫଳ ରାଜନୈତିକ ଜୀବନ କାମନା କଲେ ରୁଷ ରାଷ୍ଟ୍ରପତି”

Design a site like this with WordPress.com
Get started