କନକ ବ୍ୟୁରୋ: ଆଦିବାସୀ ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲାରେ ୪ ଗିରଫ । ସରକାରୀ ଡାକ୍ତରଖାନାର ଫାର୍ମାସିଷ୍ଟ, ବେସରକାରୀ ନର୍ସିଂହୋମ ମ୍ୟାନେଜର, ଗର୍ଭବତୀ କରାଇଥିବା ଯୁବକକୁ ମିଶାଇ ମୋଟ ୪ ଜଣ ଗିରଫ ହୋଇଛନ୍ତି । ସୁନ୍ଦରଗଡ ବିଶ୍ରା ଥାନାରେ ଏହି ମାମଲା ରୁଜୁ ହୋଇଥିଲା । ଡାକ୍ତର ଜଣଙ୍କ ନାବାଳିକାକୁ ପ୍ରସବ କରାଇ ନବଜାତକ ଶିଶୁକୁ ନିଜ ଘରକୁ ନେଇଯାଇଥିଲେ ବୋଲି ଜଣାପଡିଛି । କିନ୍ତୁ ଲୋକଙ୍କୁ କୁହାଯାଇଥିଲା ଯେ ଶିଶୁଟିର ମୃତ୍ୟ ହୋଇଯାଇଛିContinue reading “ଆଦିବାସୀ ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲା । ଘରୋଇ ନର୍ସିଂହୋମ୍ ମ୍ୟାନେଜର, ସରକାରୀ ଫାର୍ମାସିଷ୍ଟ ସମେତ ୪ ଅଭିଯୁକ୍ତ ଗିରଫ”
Category Archives: News
୭ବର୍ଷ ବୟସରେ ସ୍କେଟିଙ୍ଗରେ ହାସଲ କରିଛନ୍ତି ୩୨ଟି ସ୍ୱର୍ଣ୍ଣ ପଦକ । ଦ୍ୱିତୀୟ ଥର ପାଇଁ ଜାତୀୟ ଚାମ୍ପିୟନ ହେଲେ ନୋଏଡାର ସମୃଦ୍ଧି
କନକ ବ୍ୟୁରୋ : ୭ ବର୍ଷ ବୟସର ସମୃଦ୍ଧି ଯେତେବେଳେ ସ୍କେଟିଙ୍ଗ ଦୌଡ ଆରମ୍ଭ କରନ୍ତି ସେତେେବେଳ ବଡ ବଡ ସ୍କେଟିଂ ଖେଳାଳୀମାନେ ମଧ୍ୟ ପଛରେ ପଡିଯାଆନ୍ତି । ଗ୍ରେଟର ନୋଏଡାରେ ରହୁଥିବା ସମୃଦ୍ଧି ସାଡେ ୩ ବର୍ଷଳରୁ ସ୍କେଟିଂ ଶିଖିବା ଆରମ୍ଭ କରିଦେଇଥିଲେ । ଏବେ ସମୃଦ୍ଧି ଦ୍ୱିତୀୟ ଥର ପାଇଁ ଜାତୀୟ ଚାମ୍ପିୟାନ ହୋଇଛନ୍ତି । ସ୍କେଟିଂ ଖେଳି ସମୃଦ୍ଧି ଏପର୍ଯ୍ୟନ୍ତ ୩୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସବୁ ପଦକContinue reading “୭ବର୍ଷ ବୟସରେ ସ୍କେଟିଙ୍ଗରେ ହାସଲ କରିଛନ୍ତି ୩୨ଟି ସ୍ୱର୍ଣ୍ଣ ପଦକ । ଦ୍ୱିତୀୟ ଥର ପାଇଁ ଜାତୀୟ ଚାମ୍ପିୟନ ହେଲେ ନୋଏଡାର ସମୃଦ୍ଧି”
ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ । ହାଇ ପରଫରମାନ୍ସ ସେଣ୍ଟରରେ ଖେଳିବାକୁ ଦିଆଯାଉନି ସୁଯୋଗ, ଓଡ଼ିଆ ପିଲାଙ୍କୁ ଜାଣିଶୁଣି କରାଯାଉନି ଚୟନ ।
କନକ ବ୍ୟୁରୋ : ଓଡିଶା କ୍ରୀଡା ବିଭାଗ ବିରୋଧରେ ପାତରଅନ୍ତର ଅଭିଯୋଗ । ଓଡିଆ ପିଲାଙ୍କୁ ଅଗ୍ରାଧିକାର ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ଖେଳାଳି ଓ ତାଙ୍କ ଅଭିଭାବକ । ହାଇ ପରଫରମାନ୍ସ ସେଣ୍ଟରରେ ଖେଳିବାକୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ସିନିୟର ଆଣ୍ଡ ଜୁନିୟର ଜିମ୍ନାଷ୍ଟିକ ଚାମ୍ପିୟନସିପ୍ । ଏହି ପ୍ରତିଯୋଗିତା ପାଇଁ ଓଡିଶା ଟିମରେ ଖେଳୁଛନ୍ତି ରାଜ୍ୟ ବାହାରର ପିଲା । ଯାହାକୁContinue reading “ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ । ହାଇ ପରଫରମାନ୍ସ ସେଣ୍ଟରରେ ଖେଳିବାକୁ ଦିଆଯାଉନି ସୁଯୋଗ, ଓଡ଼ିଆ ପିଲାଙ୍କୁ ଜାଣିଶୁଣି କରାଯାଉନି ଚୟନ ।”
କତରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଶ୍ୱସ୍ତି । ଟଳିଲା ମୃତ୍ୟୁଦଣ୍ଡ
କନକ ବ୍ୟୁରୋ : କତରରେ ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଆଶ୍ୱସ୍ତି ମିଳିଛି । କତର ସରକାର ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଭାରତ ସରକାରଙ୍କ ଆବେଦନ ପରେ ଏହି ମୃତ୍ୟୁଦଣ୍ଡ ଟଳିଛି । ଏହି ମୃତ୍ୟୁଦଣ୍ଡ ଏବେ କତର ସରକାର କୋହଳ କରିଛନ୍ତି । “We have noted the verdict today of the Court of Appeal of Qatar in the Dahra GlobalContinue reading “କତରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଶ୍ୱସ୍ତି । ଟଳିଲା ମୃତ୍ୟୁଦଣ୍ଡ”
‘ଆତଙ୍କବାଦୀ ହାଫିଜ ସଇଦକୁ ଆମକୁ ହସ୍ତାନ୍ତର କର’ । ଭାରତ ପୁଣି ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡକୁ ପ୍ରତ୍ୟର୍ପଣ କରିବାକୁ ଦାବିକରିଛି ।
ଆତଙ୍କବାଦୀ ହାଫିଜ ସଇଦକୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ପୁନର୍ବାର ଦାବି କରିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଭାରତ ସରକାର ଆନୁଷ୍ଠାନିକ ଭାବେ ପାକିସ୍ତାନକୁ କରିଛନ୍ତି ଯେ ଲଶ୍କର-ଏ-ତାଇବା ର ପ୍ରତିଷ୍ଠାତା ତଥା 26/11 ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛି । ଆତଙ୍କବାଦୀ ହାଫିଜ ସଇଦଙ୍କ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନ ସରକାରଙ୍କୁ ଏକContinue reading “‘ଆତଙ୍କବାଦୀ ହାଫିଜ ସଇଦକୁ ଆମକୁ ହସ୍ତାନ୍ତର କର’ । ଭାରତ ପୁଣି ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡକୁ ପ୍ରତ୍ୟର୍ପଣ କରିବାକୁ ଦାବିକରିଛି ।”
ଟଙ୍କା ଦେଇ ଟୋକନ ନେଉଛନ୍ତି, ବାଉଁଶ ବାନ୍ଧି ଜଙ୍ଗଲ ଜମି ଜବରଦଖଲ କରୁଛନ୍ତି ବସ୍ତିବାସିନ୍ଦା । ଭୁବନେଶ୍ୱର ଶାମପୁର ଅଞ୍ଚଳରୁ ଆସିଲା ଜମି ଜବରଦଖଲର ଭିନ୍ନ ଚିତ୍ର ।
କନକ ବ୍ୟୁରୋ : ଲାଗିଛି ଜଙ୍ଗଲ ଜମି ବିକ୍ରି ମେଳା । ସରକାରୀ ଜଙ୍ଗଲ ଜମିକୁ ଟୋକନ୍ କରି ଗରିବ ବସ୍ତି ଲୋକଙ୍କୁ ବିକ୍ରି କରୁଛନ୍ତି ଦଲାଲ । ଭୁବନେଶ୍ୱର ଶାମପୁର ମୌଜାରେ ବିଡିଏ ଜମି ସହ ଜଙ୍ଗଲ ଜମିକୁ ବି ପ୍ଲଟିଂ କରି ବିକ୍ରି କରୁଛନ୍ତି କିଛି ଦଲାଲ । ଏହି ଜମି ନେବାକୁ ଲାଗିଛି ମେଳା । ଏଭଳି ଏକ ଏକ୍ସକ୍ଲ୍ୟୁସିଭ୍ ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । ସରକାରୀ ଜଙ୍ଗଲContinue reading “ଟଙ୍କା ଦେଇ ଟୋକନ ନେଉଛନ୍ତି, ବାଉଁଶ ବାନ୍ଧି ଜଙ୍ଗଲ ଜମି ଜବରଦଖଲ କରୁଛନ୍ତି ବସ୍ତିବାସିନ୍ଦା । ଭୁବନେଶ୍ୱର ଶାମପୁର ଅଞ୍ଚଳରୁ ଆସିଲା ଜମି ଜବରଦଖଲର ଭିନ୍ନ ଚିତ୍ର ।”
କଟକ ଏସସିବି ନ୍ୟୁ ମେଡିସିନ ୱାର୍ଡରେ ଚାଲୁନି ଲିପ୍ଟ । ହନ୍ତସନ୍ତ ହେଉଛନ୍ତି ରୋଗୀ ।
କନକ ବ୍ୟୁରୋ: କଟକ ଏସସିବିର ନ୍ୟୁ ମେଡିସିନ ୱାର୍ଡରେ ଚାଲୁନି ଲିପ୍ଟ । ହନ୍ତସନ୍ତ ହେଉଛନ୍ତି ରୋଗୀ । ଦୀର୍ଘ ଦିନ ଧରି ଅଚଳ ପଡ଼ିଛି ଏହି ଲିପ୍ଟ । ଗୁରୁତର ରୋଗୀଙ୍କୁ ଷ୍ଟେଚରେ ସିଡିରେ ବିପଦପ୍ରୂ୍ଣ୍ଣ ଭାବେ ନିଆଯାଉଛି । ଡାକ୍ତର ଓ ଷ୍ଟାଫଙ୍କ ପାଇଁ ଥିବା ଛୋଟ ଲିପ୍ଟରେ ଷ୍ଟେଚରରୁ ଓହ୍ଲାଇ ଟେକି ଟେକି ନିଆଯାଉଥିବା ଦେଖିବାକୁ ମିିଳିଛି । ଏମ୍ସ ପ୍ଲସ ହେବାକୁ ଥିବା ଏସସିବିର ନ୍ୟୁ ମେଡିସିନ ୱାର୍ଡରେ ଦୀର୍ଘ ଦିନContinue reading “କଟକ ଏସସିବି ନ୍ୟୁ ମେଡିସିନ ୱାର୍ଡରେ ଚାଲୁନି ଲିପ୍ଟ । ହନ୍ତସନ୍ତ ହେଉଛନ୍ତି ରୋଗୀ ।”
ସାରୁଅ ଶିଳ୍ପାଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ । ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ ।
କନକ ବ୍ୟୁରୋ: ଖୋର୍ଦ୍ଧା ସାରୁଅ ଶିଳ୍ପା ଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ । ‘ୟୁନିଭରସାଲ ଇନ୍ଫ୍ରା ଆଣ୍ଡ ଏଗ୍ରୀ ଅଏଲ ପ୍ରାଇଭେଟ୍ ଲିମିଟେଡ’ ନାମକ ତେଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ତେଲ ପ୍ୟାକିଂ ପାଇଁ ଥିବା ଆବଶ୍ୟକ ସାମଗ୍ରୀରେ ନିଅାଁ ଲାଗିଥିବା ଜଣାପଡ଼ିଛି । ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା ପାଇଁ ୩ଟି ଦମକଳ ବାହିନୀ ଗାଡିକୁ ନିୟୋଜିତ କରାଯାଇଛି । ଏଥିରେ କୌଣସି କର୍ମଚାରୀଙ୍କର କିଛିContinue reading “ସାରୁଅ ଶିଳ୍ପାଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ । ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ ।”
ଚନ୍ଦ୍ରଶେଖରପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଅଳିଆ ଗଦେଇଲା ବିଏମସି । ଧାରଣାରେ ବସିଲେ ବିଦ୍ୟୁତ କର୍ମଚାରୀ । ଜାଣନ୍ତୁ ପୁରା ଘଟଣା ।
କନକ ବ୍ୟୁରୋ: ଇଲେକ୍ଟ୍ରି ଅଫିସ୍ ଆଗରେ ବିଏମସି ଆଣି ଅଳିଆ ପକେଇବାକୁ ଧାରଣାରେ ବସିଲେ କର୍ମଚାରୀ । ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିଏମସି ଅଳିଆ ପକେଇବାକୁ ପ୍ରତିବାଦ କରି ଧାରଣାରେ ବସିଲେ ବିଦ୍ୟୁତ କର୍ମଚାରୀ । ସୂଚନା ଅନୁସାରେ, ଲାଇନ୍ ତାରରେ ଲାଗୁଥିବା ଗଛକୁ ବିଦ୍ୟୁତ କର୍ମଚାରୀମାନେ କାଟିବା ପରେ ଅବଶିଷ୍ଟକୁ ଅଳିଆ ପକାଇବା ସ୍ଥାନରେ ପକାଇଥିଲେ । ପରେ ବିଏମ୍ସି କର୍ମଚାରୀ ଆସି ସେହି ଅଳିଆକୁ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ପକାଇଥିବାContinue reading “ଚନ୍ଦ୍ରଶେଖରପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଅଳିଆ ଗଦେଇଲା ବିଏମସି । ଧାରଣାରେ ବସିଲେ ବିଦ୍ୟୁତ କର୍ମଚାରୀ । ଜାଣନ୍ତୁ ପୁରା ଘଟଣା ।”
ବିଧାୟକଙ୍କ ଆଗରେ ଫଳକ ଭାଙ୍ଗିଲେ ସରପଞ୍ଚ । ଫଳକରେ ନାଁ ନଥିବାରୁ ରାଗିଗଲେ ସରପଞ୍ଚ ।
କନକ ବ୍ୟୁରୋ: ବିଧାୟକଙ୍କ ଆଗରେ ଫଳକ ଭାଙ୍ଗିଲେ ସରପଞ୍ଚ । ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ସରପଞ୍ଚ ଫଳକ ଭାଙ୍ଗିଦେଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ହାଇଡ୍ରାମା ଦେଖିବାକୁ ମିଳିଛି । ୪ କୋଟି ୭୮ ଲକ୍ଷ ବ୍ୟୟରେ କଳାକାଦ-ଟିଆକଟା-ଚେକାମରା ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ଶିଳାନ୍ୟାସ ଫଳକଙ୍କୁ ଭାଙ୍ଗି ସେଠାରେ ବସି ରହି ବିରୋଧ କରିଥିଲେ । ଏହାକୁ ନେଇ ସରପଞ୍ଚ ଓ ବିଧାୟକ ସମର୍ଥକ ଗୋଷ୍ଠୀContinue reading “ବିଧାୟକଙ୍କ ଆଗରେ ଫଳକ ଭାଙ୍ଗିଲେ ସରପଞ୍ଚ । ଫଳକରେ ନାଁ ନଥିବାରୁ ରାଗିଗଲେ ସରପଞ୍ଚ ।”