କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ଭି.କେ ପାଣ୍ଡିଆନ । କହିଲେ, କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ଥାଇ ଜିଲ୍ଲା ପାଇଁ କରିଛନ୍ତି କ’ଣ?

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ୍ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଅନୁଗୁଳ ଗସ୍ତରେ ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ପ୍ରଭାଳଶାଳୀ ମନ୍ତ୍ରୀ ଥାଇ ୧୦ ବର୍ଷ ଭିତରେ ଅନୁଗୁଳ ପାଇଁ କ’ଣ କରିଛନ୍ତି ବୋଲି ପଚାରିଛନ୍ତି । କହିଛନ୍ତି, ଜିଲ୍ଲାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି, କେତୋଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନContinue reading “କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ଭି.କେ ପାଣ୍ଡିଆନ । କହିଲେ, କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ଥାଇ ଜିଲ୍ଲା ପାଇଁ କରିଛନ୍ତି କ’ଣ?”

ସରକାରୀ ଜମି ଦୁର୍ନିତୀ ନେଇ ତିନି ଦଲାଲଙ୍କ ବିରୋଧରେ ମାମଲା । ଇଓଡବ୍ଲୁରେ ଏତଲା ଦେଲା ବିଡିଏ ।

କନକ ବ୍ୟୁରୋ: ସରକାରୀ ଜମି ମାଡି ବସିବା ନେଇ ୩ ଦଲାଲଙ୍କ ନାଁରେ ଏତଲା ଦେଲା ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି । ଇଓଡବ୍ଲୁରେ ୩ଜଣଙ୍କ ନାଁରେ ଏତଲା ଦେଲା ବିଡିଏ । ଗୋଟିଏ କି ଦୁଇ ଏକର ନୁହେଁ ୬୮ ଏକର ସରକାରୀ ଜମିକୁ ଦଲାଲ ମାଡି ବସିଥିବା ଅଭିଯୋଗ ହୋଇଛି । ଏପରିକି ନିଜ ମାଲିକାନା ଦେଖାଇ ୧୦ଜଣଙ୍କୁ ଜମି ବିକ୍ରି କରିଦେଇଛନ୍ତି ଦଲାଲ । ଏନେଇ ମାନସ ନାୟକ ଓ ଅନ୍ୟ ଦୁଇ ଜଣଙ୍କContinue reading “ସରକାରୀ ଜମି ଦୁର୍ନିତୀ ନେଇ ତିନି ଦଲାଲଙ୍କ ବିରୋଧରେ ମାମଲା । ଇଓଡବ୍ଲୁରେ ଏତଲା ଦେଲା ବିଡିଏ ।”

ଘନ କୁହୁଡି ଯୋଗୁଁ ଦେଖାଗଲାନି ରାସ୍ତା । ଟ୍ରକକୁ ପଛପଟୁ ପିଟିଲା ପିକନିକ୍ ବସ୍ । ୮ ଆହତ, ୨ ଗୁରୁତର ।

କନକ ବ୍ୟୁରୋ: ଘନ କୁହୁଡ଼ି ହେଲା କାଳ । ସୁବର୍ଣ୍ଣପୁର ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ କଦମତଲ ନିକଟରେ ଟ୍ରକକୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍ । ଦୁର୍ଘଟଣାରେ ୯ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଛିଡ଼ା ହୋଇଥିବା ଟ୍ରକ ପଛକୁ ଟ୍ରକ ପିଟିଥିବା ବେଳେ ସେହି ଟ୍ରକକୁ ବସ୍ ପଛପଟୁ ଧକ୍କା ଦେଇଥିବା ସୂଚନା ରହିଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେContinue reading “ଘନ କୁହୁଡି ଯୋଗୁଁ ଦେଖାଗଲାନି ରାସ୍ତା । ଟ୍ରକକୁ ପଛପଟୁ ପିଟିଲା ପିକନିକ୍ ବସ୍ । ୮ ଆହତ, ୨ ଗୁରୁତର ।”

ଡ୍ରେନ୍ ସଫା କଲେ , ଝାଡୁମାରିଲେ ଉପମୁଖ୍ୟମନ୍ତ୍ରୀ । ଆକ୍ଟିଭ୍ ମୋଡରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ।

କନକ ବ୍ୟୁରୋ: ଆକ୍ଟିଭ ମୋଡରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବା ବେଳେ ଅଯୋଧ୍ୟାରେ ଡେରା ପକାଇଛନ୍ତି କେଶବ ପ୍ରସାଦ । କେତେବେଳେ ରାସ୍ତାରେ ଝାଡୁ ଧରି ବାହାରି ପଡୁଛନ୍ତି ତ ପୁଣି କେତେବେଳେ ଅଯୋଧ୍ୟାବାସୀଙ୍କୁ ଭେଟୁଛନ୍ତି । ଆଜି କର୍ମୀମାନଙ୍କୁ ଏକାଠି କରି ଅଯୋଧ୍ୟାର କଲୋନୀ ବୁଲି ଡ୍ରେନ୍ ଗୁଡିକୁ ନିଜେ ସଫା କରିବା ସହ ସେସବୁ ଅଳିଆକୁ କାଢି ନିଜେ ଗାର୍ବେଜ ଟ୍ରଲିରେ ବୋହିContinue reading “ଡ୍ରେନ୍ ସଫା କଲେ , ଝାଡୁମାରିଲେ ଉପମୁଖ୍ୟମନ୍ତ୍ରୀ । ଆକ୍ଟିଭ୍ ମୋଡରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ।”

କତାରରେ ଫସି ରହିଥିବା ୮  ଜଣ ଭାରତୀୟଙ୍କୁ ଆଜି ଶୁଣାଣି ପରେ ମୁକ୍ତ କରାଯିବ କି ?

କତାରରେ ଫସି ରହିଥିବା ୮ ଜଣ ଭାରତୀୟ କେବେ ନିଜ ଦେଶକୁ ଫେରିବେ ବୋଲି ପ୍ରଶ୍ନର ଉତ୍ତର ଆଜି କୋର୍ଟ ଶୁଣାଣିରେ ମିଳିପାରିବ। କତାରରେ ବନ୍ଦୀ ଥିବା ଭାରତୀୟମାନଙ୍କୁ ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ଦିଆଯାଇଛି। ତାଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନର  ଶୁଣାଣି ଆଜି ହେବ। କତାରରେ ବନ୍ଦୀ ଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଜି ଶୁଣାଣି ପରେ ଭାରତକୁ ଫେରି ଆସି ପାରିବେ କି ? ଏହି ପ୍ରଶ୍ନର ଉତ୍ତର ଆଜିContinue reading “କତାରରେ ଫସି ରହିଥିବା ୮  ଜଣ ଭାରତୀୟଙ୍କୁ ଆଜି ଶୁଣାଣି ପରେ ମୁକ୍ତ କରାଯିବ କି ?”

ମଧ୍ୟପ୍ରଦେଶ ଗୁନାରେ ବସ୍ ଜଳିଯିବା ଘଟଣା, ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି । ଏବେବି ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଗୁନାରେ ଦୁର୍ଘଟଣା ଘଟି ଯାତ୍ରୀବାହୀ ବସ ପୋଡିଯିବା ଘଟଣାରେ ମୃତ୍ୟୁ ସଂଖ୍ୟଶ ୧୩କୁ ବୃଦ୍ଧି ପାଇଛି । ଏବେବି ଏକାଧିକ ଯାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡମ୍ପର ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାପରେ ବିସ୍ଫୋରଣ ଘଟି ବସଟି ହୁ ହୁ ହୋଇ ଜଳି ଉଠିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଏବଂ ନିଆଁ ଆଖିପିଛୁଳାକେ ବ୍ୟାପୀଯିବାରୁ ଯାତ୍ରୀ ହଠାତ୍ ବସରୁ ବାହାରିବା ସମ୍ଭବ ହୋଇନଥିଲାContinue reading “ମଧ୍ୟପ୍ରଦେଶ ଗୁନାରେ ବସ୍ ଜଳିଯିବା ଘଟଣା, ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି । ଏବେବି ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ।”

ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ହେଲେ ମାଲକାନଗିରି ପୁଅ । ଟିମ୍ ଇଣ୍ଡିଆ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ ସତବୀର ସିଂ ।

କନକ ବ୍ୟୁରୋ : ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ପଦ ପାଇଁ ମନୋନୀତ ହୋଇଛନ୍ତି ମାଲକାନଗିରିର ପୁଅ ସତବୀର ସିଂ ରିୟର । ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ଅନେକ ଟିମ୍ ପାଇଁ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଛନ୍ତି ସତବୀର । Congratulations Mr. Satbir Singh Riar (Member, OCA) on being appointed as the ManagerContinue reading “ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ହେଲେ ମାଲକାନଗିରି ପୁଅ । ଟିମ୍ ଇଣ୍ଡିଆ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ ସତବୀର ସିଂ ।”

ଜାଲ ପ୍ରମାଣପତ୍ରରେ ଚାକିରି ପଡିଲା ମହଙ୍ଗା, ଡାକ୍ତରଙ୍କୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଜାଲ ଜାତିଗତ ପ୍ରମାଣ ପତ୍ରରେ ଚାକିରି । ନିଶ୍ଚେତକ ଡାକ୍ତରଙ୍କୁ ବାନ୍ଧିଲା ସେମିଳିଗୁଡ଼ା ପୋଲିସ । ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସରକାରୀ ସୁବିଧା ହାତେଇଥିବା ଅଭିଯୋଗରେ କୋରାପୁଟ ସମବାୟ କଲୋନୀର ଦୁର୍ଗାତର ଶାସନୀଙ୍କୁ ଗିରଫ କରାଯାଇଛି । ତାଙ୍କ ସାନ ଭାଇ ଅମ୍ବିକା ପ୍ରସାଦଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଗିରଫ କରିଥିବା ସୂଚନା ରହିଛି । ଗିରଫ ପରେ ଦୁର୍ଗାତରଙ୍କୁ କୋର୍ଟ ଚାଲାଣContinue reading “ଜାଲ ପ୍ରମାଣପତ୍ରରେ ଚାକିରି ପଡିଲା ମହଙ୍ଗା, ଡାକ୍ତରଙ୍କୁ ବାନ୍ଧିଲା ପୋଲିସ ।”

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୮କୁ ବୃଦ୍ଧି ।

କନକ ବ୍ୟୁରୋ: ରାଜ୍ୟରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୫ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ କରାଯାଇଥିବା ବେଳେ ଆଜି ଆଉ ୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଦେଶରେ ମଧ୍ୟ ବଢିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା ।  ୨୪ଘଂଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ଆଉ ୫୨୯ ନୂଆ କୋରୋନା ସଂକ୍ରମିତ । କର୍ଣ୍ଣାଟକରେ ୨ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସଂକ୍ରମିତContinue reading “ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୮କୁ ବୃଦ୍ଧି ।”

ରାୟଗଡ଼ାରେ ମା’ ଗୃହ ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ଉଦ୍ଧାର ଘଟଣା । ଦୋଷୀକୁ ଗିରଫ ଦାବିରେ ବିଜେପିର ବନ୍ଦ ଡାକାରା ।

କନକ ବ୍ୟୁରୋ: ରାୟଗଡ଼ାରେ ବିଜେପିର ୬ ଘଣ୍ଟିିଆ ବନ୍ଦ ଡାକାରା । ମା’ ଗୃହ ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ଉଦ୍ଧାର ଘଟଣାରେ ବିଜେପି ପକ୍ଷରୁ ବନ୍ଦ ପାଳନ । ଦୋଷୀକୁ ଗିରଫ କରାଯାଉ ଦାବି କରି ରାୟଗଡ଼ା ସହରର କପିଳାସ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଛି । ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ନଗର ସଭାପତି ମଂଜୁଳା ମିନିଆକା ଉପସ୍ଥିତ ଅଛନ୍ତି । ଗତContinue reading “ରାୟଗଡ଼ାରେ ମା’ ଗୃହ ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ଉଦ୍ଧାର ଘଟଣା । ଦୋଷୀକୁ ଗିରଫ ଦାବିରେ ବିଜେପିର ବନ୍ଦ ଡାକାରା ।”

Design a site like this with WordPress.com
Get started