ଅଭିନେତା ତଥା ଡିଏମଡିକେ କ୍ୟାପଟେନ ବିଜୟକାନ୍ତଙ୍କ ପରଲୋକ । କୋଭିଡ ପଜିଟିଭ ପରେ ଭେଣ୍ଟିଲେଟର ରହି ହେଉଥିଲେ ଚିକିତ୍ସିତ ।

କନକ ବ୍ୟୁରୋ: ପୁଣି କୋଭିଡ୍ ନେଲା ଜୀବନ । କରୋନାରେ ଆକ୍ରାନ୍ତ ହୋଇ ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ପରଲୋକ ହୋଇଛି । ଅଭିନେତା ତଥା ଡିଏମଡିକେ ପାର୍ଟିର ଅଧ୍ୟକ୍ଷ କ୍ୟାପ୍ଟେନ୍ ବିଜୟକାନ୍ତ କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତି ହୋଇଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଭେଣ୍ଟିଲଟରରେ ରଖାଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ପ୍ରସ୍ତୁତ କରାଯାଇଥିଲା । ଡାକ୍ତର ଉଦ୍ୟମ ପରେ ମଧ୍ୟContinue reading “ଅଭିନେତା ତଥା ଡିଏମଡିକେ କ୍ୟାପଟେନ ବିଜୟକାନ୍ତଙ୍କ ପରଲୋକ । କୋଭିଡ ପଜିଟିଭ ପରେ ଭେଣ୍ଟିଲେଟର ରହି ହେଉଥିଲେ ଚିକିତ୍ସିତ ।”

ଆଜି ବରପାଲି ବନ୍ଦ । ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ଓକିଲ ସଂଘର ବନ୍ଦ ଡାକରା ।

କନକ ବ୍ୟୁରୋ: ଗତକାଲି ବରଗଡ଼ ପରେ ଆଜି ବରପାଲିରେ ବନ୍ଦ ପାଳନ । ବରପାଲି ଓକିଲ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ସହରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା ହେବା ପୂର୍ବରୁ ବିବାଦ ସୃଷ୍ଟି ହୋଇଛି । ଯଦି ପଦ୍ମପୁର ଜିଲ୍ଲା ହେବ ତେବେ ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ବନ୍ଦ ପାଳନ ହେଉଛି । ଏପରି ନହେଲେ ଆଗାମୀContinue reading “ଆଜି ବରପାଲି ବନ୍ଦ । ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ଓକିଲ ସଂଘର ବନ୍ଦ ଡାକରା ।”

ଡମ୍ପରରେ ଧକ୍କା ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ୧୧ ଯାତ୍ରୀ ଜୀବନ୍ତ ଦଗ୍ଧ, ୧୪ ଗୁରୁତର । ମଧ୍ୟପ୍ରଦେଶ ଗୁନାରେ ଦୁର୍ଘଟଣା ।

କନକ ବ୍ୟୁରୋ: ମଧ୍ୟ ପ୍ରଦେଶ ଗୁନାରେ ଭୀଷଣ ଦୁର୍ଘଟଣା । ଏକ ଡମ୍ପର ସହ ଧକ୍କା ହୋଇ ଯାତ୍ରୀବାହୀ ବସରେ ନିଆଁ ଲାଗିବାରୁ ଜୀବନ୍ତ ପୋଡି ଚାଲିଗଲା ୧୧ ଯତ୍ରୀଙ୍କ ଜୀବନ । ପାଖାପାଖି ୧୪ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । ସୂଚନା ମୁତାବକ. ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସଟି ଗୁନାରୁ ଆରୋନ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁContinue reading “ଡମ୍ପରରେ ଧକ୍କା ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ୧୧ ଯାତ୍ରୀ ଜୀବନ୍ତ ଦଗ୍ଧ, ୧୪ ଗୁରୁତର । ମଧ୍ୟପ୍ରଦେଶ ଗୁନାରେ ଦୁର୍ଘଟଣା ।”

ନୂଆ ବର୍ଷରେ ନନ୍ଦନକାନନ ଆସିବେ ନୂଆ ଅତିଥି । ଦୁବାଇରୁ ଆସିବେ ଚିତା ବାଘ, ଧଳା ସିଂହ ଛୁଆ ।

କନକ ବ୍ୟୁରୋ: ନୂଆ ବର୍ଷରେ ନନ୍ଦନକାନନ ଆସିବେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଦୁବାଇ ନ୍ୟାସନାଲ ପାର୍କରୁ ଏକ ହଳ ଚିତାବାଘ ଅଣାଯିବା ଲାଗି ଯୋଜନା ହୋଇଛି । ଜାନୁଆରୀରୁ ଫେବ୍ରୁଆରି ମାସ ମଧ୍ୟରେ ଚିତାବାଘ ଆଣିବା ଲାଗି ନିଷ୍ପତ୍ତିି ହୋଇଛି । ଚିତାବାଘ ହେଉଛି ବିଶ୍ୱର ସବୁଠୁ ଦ୍ରୁତଗାମୀ ଜୀବ । ଘଂଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ଚିତାବାଘ ଦୌଡ଼ିପାରେ । ସେହିଭଳି ପୁନେContinue reading “ନୂଆ ବର୍ଷରେ ନନ୍ଦନକାନନ ଆସିବେ ନୂଆ ଅତିଥି । ଦୁବାଇରୁ ଆସିବେ ଚିତା ବାଘ, ଧଳା ସିଂହ ଛୁଆ ।”

ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା । ପୁରୀ ସହରବାସୀଙ୍କ ପାଇଁ ରହିବନି କଟଣା ।

କନକ ବ୍ୟୁରୋ: ନୂଆବର୍ଷରୁ ଭକ୍ତଙ୍କ ପାଇଁ ଆରମ୍ଭ ହେବ ନୂଆ ଦର୍ଶନ ବ୍ୟବସ୍ଥା । ନୂଆ ଦର୍ଶନ ବ୍ୟବସ୍ଥା ଅନୁସାରେ ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତଙ୍କୁ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ନୂଆ କରି ତିଆରି ହୋଇଥିବା ସେଡ୍ରେ ଦର୍ଶନ ପାଇଁ ଛଡ଼ାଯିବ । ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରୁ ବଡଦାଣ୍ଡ ଦେଇ ଆସୁଥିବା ଭକ୍ତ ଶୀତତାପ ନିୟନ୍ତ୍ରିତ ସିଡ୍ ଦେଇ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଂଚିବେ । ପୁରୀ ସହରବାସୀଙ୍କ ପାଇଁContinue reading “ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା । ପୁରୀ ସହରବାସୀଙ୍କ ପାଇଁ ରହିବନି କଟଣା ।”

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ  ତିରୁପତି ପଦ୍ମନାଭ ସ୍ୱାମୀଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର । ରାଜ୍ୟ ବାହାର ୧୫ ମନ୍ଦିରକୁ ନିମନ୍ତ୍ରଣ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଉଛି । ଓଡ଼ିଶା ବାହାରେ ମୁମ୍ବାଇର ଅନେ୍ଧରୀ ଜଗନ୍ନାଥ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିର, କୋଲକାତାର କାଳୀଘାଟର କାଳୀ ମନ୍ଦିର, ଖିଦରପୁର ଜଗନ୍ନାଥ ମନ୍ଦିର, ମଦୁରାଇର ଶ୍ରୀରାମେଶ୍ୱରମ୍ ମନ୍ଦିରକୁ ନିମନ୍ତ୍ରଣ ଯାଇଛି । ଏହି ପରି ରାଜ୍ୟ ବହାରର ୧୫ ପ୍ରସିଦ୍ଧ ମନ୍ଦିରକୁ ନିମନ୍ତ୍ରଣ ଦିଆ ସରିଲାଣି । ସେହିପରି ରାଜ୍ୟ ଭିତରେ ୩୦ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଫୁଲବାଣୀରContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ  ତିରୁପତି ପଦ୍ମନାଭ ସ୍ୱାମୀଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର । ରାଜ୍ୟ ବାହାର ୧୫ ମନ୍ଦିରକୁ ନିମନ୍ତ୍ରଣ ।”

ବିବାହ, ନିର୍ଯାତନା ପରେ ହତ୍ୟା । ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ବାପ ଘର ଲୋକେ ।

କନକ ବ୍ୟୁରୋ: ପ୍ରେମ, ଏହାପରେ ବିବାହ, ପୁଣି ନିର୍ଯାତନା ଆଉ ତା ପରେ ହତ୍ୟା । ଦଶରଥପୁର ବ୍ଲକ ଐହାସ ପୁରୁଣା ସାହିରେ ବଧୂହତ୍ୟା ଅଭିଯୋଗ । ଦୁଇବର୍ଷ ପୂର୍ବେ ସେହି ଗାଁର ଉମେଶ ମୁଦୁଲିଙ୍କ ସହ ପାଲଟପୁର ପଞ୍ଚାୟତ ଦାସ ସାହିର ବର୍ଷା ସାହୁଙ୍କର ବିବାହ ହୋଇଥିଲା । ହେଲେ ବିବାହ ପରେ ତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେବା ଅଭିଯୋଗ କରିଆସୁଥିଲେ । ମଙ୍ଗଳବାର ବର୍ଷାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ବାପଘରContinue reading “ବିବାହ, ନିର୍ଯାତନା ପରେ ହତ୍ୟା । ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ବାପ ଘର ଲୋକେ ।”

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ନର୍ଦ୍ଦମାକୁ ଫିଙ୍ଗିଦେଲା ସ୍ତ୍ରୀ । ଲଇମୁରା ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ।

କନକ ବ୍ୟୁରୋ: ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅଞ୍ଚଳରେ ମାସେ ତଳୁ ନିଖୋଜ ଥିବା ବ୍ୟକ୍ତିଙ୍କର ହତ୍ୟା ଅଭିଯୋଗ ପରେ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରେମିକ ସହ ମିଶି ସ୍ୱାମୀକୁ ସ୍ତ୍ରୀ ହତ୍ୟା କରିଥିବା ପୋଲିସ କହିଛି । ଦୁଇ ଅଭିଯୁକ୍ତଙ୍କୁ ପୋଲି୍ ଗିରଫ କରିଛି । ନଭେମ୍ବର ୨୭ରୁ ଉମାକାନ୍ତ ବାଘ ନିଖୋଜ ଥିଲେ । ଏନେଇ ଥାନାରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ତଦନ୍ତ ବେଳେContinue reading “ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ନର୍ଦ୍ଦମାକୁ ଫିଙ୍ଗିଦେଲା ସ୍ତ୍ରୀ । ଲଇମୁରା ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ।”

ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ । ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ମହିଳା । ସୁଶ୍ରିତା ମିଶ୍ର ଟପ୍ପର ।

କନକ ବ୍ୟୁରୋ: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ  ଓଜେଏସ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ପୁଅଙ୍କ ଅପେକ୍ଷା ଝିଅ ଭଲ କରିଛନ୍ତି । ପରୀକ୍ଷାରେ ମୋଟ ୫୫ ଜଣ ପାସ କରିଛନ୍ତି ।  ପ୍ରଥମ ଦଶଜଣଙ୍କ ମଧ୍ୟରେ  ୮ ଜଣ ମହିଳା ଅଛନ୍ତି । ସୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି ।  ନିଲିଶା ପଟ୍ଟନାୟକ ଦ୍ୱିତୀୟ ହୋଇଥିବାବେଳେ ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ରାଣୀ ରଂଜିତା ପଟ୍ଟନାୟକ, ପଂଚମContinue reading “ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ । ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ମହିଳା । ସୁଶ୍ରିତା ମିଶ୍ର ଟପ୍ପର ।”

ହାଇୱାକୁ ପିଟିଲା ସ୍କୁଲ ବସ୍ । ସମ୍ବଲପୁରରୁ ପିକ୍ନିକ୍ ସାରି ସ୍କୁଳ ଛାତ୍ରଛାତ୍ରୀ ବାଲେଶ୍ୱର ଫେରୁଥିବା ବେଳେ ଭାଲୁକୁମା ନିକଟରେ ଦୁର୍ଘଟଣା ।

କନକ ବ୍ୟୁରୋ: ହାଇୱାକୁ ପିଟିଲା ସ୍କୁଲ ବସ୍ । ସମ୍ବଲପୁରରୁ ପିକନିକ୍ ସାରି ସ୍କୁଲ ଛାତ୍ରଛାତ୍ରୀ ବାଲେଶ୍ୱର ଫେରୁଥିବା ବେଳେ ଭାଲୁକୁମା ନିକଟରେ ଦୁର୍ଘଟଣା ହୋଇଛି । ଏଥିରେ ୧୦ରୁ ଅଧିକ ଆହତ ହୋଇଥିବା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଛାତ୍ରଛାତ୍ରୀ ନିରାପଦ ଥିବା ଜଣାପଡିଛି । The post ହାଇୱାକୁ ପିଟିଲା ସ୍କୁଲ ବସ୍ । ସମ୍ବଲପୁରରୁ ପିକ୍ନିକ୍ ସାରି ସ୍କୁଳ ଛାତ୍ରଛାତ୍ରୀ ବାଲେଶ୍ୱର ଫେରୁଥିବା ବେଳେ ଭାଲୁକୁମା ନିକଟରେ ଦୁର୍ଘଟଣା ।Continue reading “ହାଇୱାକୁ ପିଟିଲା ସ୍କୁଲ ବସ୍ । ସମ୍ବଲପୁରରୁ ପିକ୍ନିକ୍ ସାରି ସ୍କୁଳ ଛାତ୍ରଛାତ୍ରୀ ବାଲେଶ୍ୱର ଫେରୁଥିବା ବେଳେ ଭାଲୁକୁମା ନିକଟରେ ଦୁର୍ଘଟଣା ।”

Design a site like this with WordPress.com
Get started