କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନ ପାଇଁ ଲାଗିଛି ପ୍ରତିଯୋଗିତା । ଗ୍ରାହକଙ୍କୁ ହୋଟେଲ ମୁହାଁ କରିବାକୁ ରାଜଧାନୀର ବିଭିନ୍ନ ହୋଟେଲ, କ୍ଲବ ଆକର୍ଷଣୀୟ ଅଫର ସହ ଯୋଗାଇ ଦେଉଛନ୍ତି ମାଗଣା ସେବା । ରସିଆନ ଗର୍ଲଙ୍କ ଏଲଇଡି ସୋ, ଆତସବାଜି ଓ ସେଲିବ୍ରିଟି ଡିଜେଙ୍କୂୁ ନେଇ ସେଲିବ୍ରେସନ ହେବ ଜିରୋ ଆୱାର । ଭୁବନେଶ୍ୱରର ଆଉ ଏକ ହୋଟେଲରେ ପୁରୁଣା ବର୍ଷକୁ ବିଦାୟ ଦେବାପାଇଁ ଦେଖିବାକୁ ମିଳିଛି ଏକ ନିଆରା ଆୟୋଜନ । କ୍ଲବକୁContinue reading “କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନ ପୂର୍ବରୁ ପୋଲିସକୁ ସୁରକ୍ଷା ଚିନ୍ତା । ହୋଟେଲ ଓ ବାରକୁ ଦେଲେ ଏଭଳି ଗାଇଡଲାଇନ”
Category Archives: News
ରାମମନ୍ଦିର ନିମନ୍ତ୍ରଣ ଓ ରାଜନୀତି: ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସିବେନି ମମତା, ଆସିବେନି ବାମପନ୍ଥୀ ନେତା ୟେଚୁରୀ
କନକ ବ୍ୟୁରୋ: ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିିଛି କାର୍ଯ୍ୟକ୍ରମ । ଅନ୍ତିମ ପର୍ଯ୍ୟାୟରେ ନିର୍ମାଣକାମ ପହଁଚିଥିବାବେରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦିନ ସମୟ ଧାର୍ଯ୍ୟ ହୋଇସାରିଛି । ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପଠାଯାଉଛି । ତେବେ ନିମନ୍ତ୍ରଣ ପାଇବା ସତ୍ୱେ କାର୍ଯ୍ୟକ୍ରମକୁ ଆସିବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି କାର୍ଯ୍ୟକ୍ରମରେ ସେ ଯୋଗଦେବାକୁContinue reading “ରାମମନ୍ଦିର ନିମନ୍ତ୍ରଣ ଓ ରାଜନୀତି: ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସିବେନି ମମତା, ଆସିବେନି ବାମପନ୍ଥୀ ନେତା ୟେଚୁରୀ”
ଜନତାଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଜାନୁଆରୀ ୧୪ରୁ ଦଳ କରିବ ଭାରତ ନ୍ୟାୟ ଯାତ୍ରା
କନକ ବ୍ୟୁରୋ: ୫ବିଧାନସଭା ନିର୍ବାଚନରେ ନୈରାଶଜନକ ପ୍ରଦର୍ଶନ ପରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନରେ ସଫଳତା ପାଇବାକୁ ଅଂଟା ଭିଡିଛି । ଜାନୁଆରୀ ୧୪ରୁ ଦଳ ଭାରତ ଯୋଡ଼ ଯାତ୍ରାର ୨ୟ ସଂସ୍କରଣ କୁହାଯାଉଥିବା ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏଥରକ ମଧ୍ୟ ଯାତ୍ରାର କମାଣ ସମ୍ଭାଳିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଶହ ଶହ ସମର୍ଥକ, କର୍ମୀ, ନେତାଙ୍କୁ ନେଇ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ କରିବେ ପଦଯାତ୍ରା । ଏନେଇContinue reading “ଜନତାଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଜାନୁଆରୀ ୧୪ରୁ ଦଳ କରିବ ଭାରତ ନ୍ୟାୟ ଯାତ୍ରା”
ରାଜ୍ୟରେ ୨୪ ଘଂଟାରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି, କୋଭିଡ଼ ନିୟମ ପାଳନ ପାଇଁ ଗଂଜାମ ପ୍ରଶାସନର ଗାଇଡଲାଇନ
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଶ୍ୱସ୍ତିକର କଥା ହେଉଛି ଓଡିଶାରେ ସଂକ୍ରମଣ ଉଦବେଗଜନକ ସ୍ଥିତିରେ ନାହିଁ । କିନ୍ତୁ ପାଖ ପଡୋଶୀ ରାଜ୍ୟରେ ସଂକ୍ରମଣ ବଢିଲେ ଓଡିଶା ପ୍ରତି ବିପଦ ରହିଛି । ସେପଟେ ରାଜ୍ୟରେ ଗତ ୨୪ ଘଂଟାରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ନମୂନାକୁ ଜିନୋମContinue reading “ରାଜ୍ୟରେ ୨୪ ଘଂଟାରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି, କୋଭିଡ଼ ନିୟମ ପାଳନ ପାଇଁ ଗଂଜାମ ପ୍ରଶାସନର ଗାଇଡଲାଇନ”
ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ । ସିଏମସି ବୈଠକରେ ହଙ୍ଗାମା, ଅଧାରୁ ଉଠିଗଲେ କଟକ ମେୟର
କନକ ବ୍ୟୁରୋ : କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା, ପାଟିତୁଣ୍ଡ । ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ ଆଣିଥିବା ବିରୋଧୀ ଦଳର କର୍ପୋରେଟର୍, ଦୁର୍ନୀତିର ତଦନ୍ତ ଦାବିରେ ଅଡ଼ି ବସିଥିଲେ । ନାରାବାଜି ଓ ପାଟିତୁଣ୍ଡ କରିବା ସହ ପ୍ଲା-କାର୍ଡ ଦେଇ ବିରୋଧ କରିଥିଲେ । ଫଳରେ ବୈଠକ ଚାଲି ପାରିନଥିଲା । କାଉନସିଲ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାକୁ ଥିଲେ ମଧ୍ୟ ବିରୋଧୀ କର୍ପୋରେଟରଙ୍କ ବିରୋଧ ଯୋଗୁଁ ବୈଠକ ଚାଲିପାରିନଥିଲା ।Continue reading “ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ । ସିଏମସି ବୈଠକରେ ହଙ୍ଗାମା, ଅଧାରୁ ଉଠିଗଲେ କଟକ ମେୟର”
ବିରୋଧୀଙ୍କୁ ୫-ଟି ଅଧ୍ୟକ୍ଷ ସିଧା ଟାର୍ଗେଟ । ଧାମନଗର ନିର୍ବାଚନ କଥା ଉଠାଇ ବର୍ଷିଲେ
କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଗସ୍ତରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପଣ୍ଡିଆନ । ଆରଡି, ଅସୁରାଳି ଓ ଭଦ୍ରକ ପୌରାଂଚଳରେ ଲୋକଙ୍କ ସହ ବାର୍ତାଳାପ କରିବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଅସୁରାଳିରେ ସେ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଧାମନଗର ଉପନିର୍ବାଚନ କଥା ଉଠାଇ ପରୋକ୍ଷରେ ବିରୋଧୀଙ୍କ ଉପରେ ବର୍ଷିଥିଲେ । ପାଣ୍ଡିଆନ କହିଛନ୍ତି , ୨୦୨୨ ଧାମନଗର ଉପନିର୍ବାଚନ ପାଇଁ ୫ ଥର ଆସିଥିଲେ ପ୍ରଚାରର ମଙ୍ଗ ଧରିଥିବା ନେତାContinue reading “ବିରୋଧୀଙ୍କୁ ୫-ଟି ଅଧ୍ୟକ୍ଷ ସିଧା ଟାର୍ଗେଟ । ଧାମନଗର ନିର୍ବାଚନ କଥା ଉଠାଇ ବର୍ଷିଲେ”
୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ମନ୍ତବ୍ୟ । କହିଲେ ବିଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଦିଲ୍ଲୀରୁ ଫେରି ୨୦୨୪ ନିର୍ବାଚନ ଲାଗି ବିଜେପି ରଣନୀତି ସଂପର୍କରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ସଂଘର୍ଷ ଓ ସଂଗଠନକୁ ଜୋରଦାର କରି ‘ବିଲ’ ପ୍ରସ୍ତୁତ ରଖିବାକୁ ବିଧାୟକ ଦଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜାନୁଆରୀ ବେଳକୁ ସବୁ ସାଂଗଠନିକ କାମ ଶେଷ କରି ‘ହଳ’ ପାଇଁ ‘ବିଲ’କୁ ଓହ୍ଲାଇବ ବିଜେପି । ଅର୍ଥାତ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆହୁରିContinue reading “୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ମନ୍ତବ୍ୟ । କହିଲେ ବିଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ”
ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୧୪ ଜାନୁଆରୀରୁ ଆରମ୍ଭ ହୋଇ ୨୦ମାର୍ଚ୍ଚ ପର୍ଯ୍ୟନ୍ତ ଦେଶର ୮୫ଟି ଜିଲ୍ଲା ବୁଲିବେ ରାହୁଲ
କନକ ବ୍ୟୁରୋ : କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡ ଯାତ୍ରା କରି ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୁହାଯାଏ, ଦକ୍ଷିଣ ଭାରତରେ ଏହି ଯାତ୍ରା ବେଶ ସଫଳ ହୋଇଥିଲା ଏବଂ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ସରକାର ଗଢିବାକୁ ସମର୍ଥ ହୋଇଥିଲା କଂଗ୍ରେସ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନ୍ୟାୟ ଯାତ୍ରା ପାଇଁ ଅଂଟା ଭିଡିଛନ୍ତି ରାହୁଲ । ଭାରତ ଯୋଡ଼ ଯାତ୍ରା ଦକ୍ଷିଣରୁ ଉତରକୁ ହୋଇଥିବା ବେଳେ ନ୍ୟାୟContinue reading “ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୧୪ ଜାନୁଆରୀରୁ ଆରମ୍ଭ ହୋଇ ୨୦ମାର୍ଚ୍ଚ ପର୍ଯ୍ୟନ୍ତ ଦେଶର ୮୫ଟି ଜିଲ୍ଲା ବୁଲିବେ ରାହୁଲ”
ପଡ଼ିଶା ନେଇଯାଉଛି ଓଡ଼ିଶା ଧାନ । ଟୋକନ ପାଇ ବି ମଣ୍ଡିକୁ ଯାଉନାହାନ୍ତି ଚାଷୀ, କହିଲେ, ଅଧିକ ଦାମ ଦେଉଛନ୍ତି ଛତିଶଗଡ଼ ଦଲାଲ
କନକ ବ୍ୟୁରୋ : ଏହି ଡିସେମ୍ବର ମାସରେ ଯେଉଁ ମଣ୍ଡିରେ ଚାଷୀଙ୍କ ଭିଡ଼ ଲାଗୁଥିଲା, ସେଠି ଏବେ କାଁଭାଁ ଚାଷୀ ଆସୁଛନ୍ତି । ଏମିତି ନୁହେଁ କି ଟୋକନ୍ ସମସ୍ୟା ରହିଛି । ହାତରେ ଟୋକନ୍ ଅଛି, ପାଖରେ ଧାନ ବି ଅଛି, ହେଲେ ଧାନ ବିକିବାକୁ ମଙ୍ଗୁ ନାହାଁନ୍ତି ଚାଷୀ । କାରଣ, ଏଠି ମଣ୍ଡିରେ ଚାଷୀଙ୍କ ଯେଉଁ ଦାମ ମିଳୁଛି, ତାଠୁ ଅଧିକ ଦାମ ଦେଉଛନ୍ତି ଛତିଶଗଡ଼ ଦଲାଲ୍ । ଏଭଳି କିଛି ଦାବିContinue reading “ପଡ଼ିଶା ନେଇଯାଉଛି ଓଡ଼ିଶା ଧାନ । ଟୋକନ ପାଇ ବି ମଣ୍ଡିକୁ ଯାଉନାହାନ୍ତି ଚାଷୀ, କହିଲେ, ଅଧିକ ଦାମ ଦେଉଛନ୍ତି ଛତିଶଗଡ଼ ଦଲାଲ”
ସଜେଇ ହୋଇଛି ଚିଲିକା ରାଣୀ । ମା’ କାଳିଜାଇଙ୍କ ପୀଠରେ ପର୍ଯ୍ୟଟକଙ୍କ ଗହଳି, ବିଦେଶୀ ପକ୍ଷୀଙ୍କ ସହ ଡଲଫିନ୍ ଦେଖିବାକୁ ପ୍ରବଳ ଭିଡ
କନକ ବ୍ୟୁରୋ : ଏବେ ପର୍ଯ୍ୟଟନ ଋତୁ । ଚଂଳଚଂଚଳ ଚିଲିକା । ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଯାଇଙ୍କୁ ଦର୍ଶନ କରିବାକୁ ପୀଠକୁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଗହଳି ଲାଗୁଛି । ସବୁ ସମୟରେ ମା’ଙ୍କ ପୀଠରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିବା ବେଳେ ଶୀତ ଋତୁର ଅଧିକ ସଂଖ୍ୟାର ପର୍ଯ୍ୟଟକ ଏଠାକୁ ଆସନ୍ତି । ପ୍ରାକୃତି ପରିବେଶ ସହ ଚିଲିକାରେ ଡଙ୍ଗାରେContinue reading “ସଜେଇ ହୋଇଛି ଚିଲିକା ରାଣୀ । ମା’ କାଳିଜାଇଙ୍କ ପୀଠରେ ପର୍ଯ୍ୟଟକଙ୍କ ଗହଳି, ବିଦେଶୀ ପକ୍ଷୀଙ୍କ ସହ ଡଲଫିନ୍ ଦେଖିବାକୁ ପ୍ରବଳ ଭିଡ”