ଲୋକଙ୍କ ନିକଟରୁ ଆସୁଥିବା ଅଭିଯୋଗ ପତ୍ର ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଚାନ୍ଦବାଲି ଗସ୍ତ ବେଳେ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନ କହିଲେ ସାତ ଦିନରେ ହେବ ଅଭିଯୋଗର ସମାଧାନ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ଲୋକଙ୍କ ଅଭିଯୋଗ ଫର୍ଦ୍ଦ । ଭଦ୍ରକ ଚାନ୍ଦବାଲି ଗସ୍ତରେ ଥିବା ଫାଇଭ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏହା କହିଛନ୍ତି । ଲୋକମାନେ ନିଜ ଅଂଚଳର ସମସ୍ୟା ବାବଦରେ ତାଙ୍କୁ ଅଭିଯୋଗ ପତ୍ର ଦେଉଛନ୍ତି । ଆଉ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ସାତ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରୁଛନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି । ଫାଇଭ ଟି ଅଧ୍ୟକ୍ଷ ଆଜିContinue reading “ଲୋକଙ୍କ ନିକଟରୁ ଆସୁଥିବା ଅଭିଯୋଗ ପତ୍ର ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଚାନ୍ଦବାଲି ଗସ୍ତ ବେଳେ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନ କହିଲେ ସାତ ଦିନରେ ହେବ ଅଭିଯୋଗର ସମାଧାନ”

ଭାରତ ନ୍ୟାୟ ଯାତ୍ରା, ମଣିପୁରରୁ ଆରମ୍ଭ ମହାରାଷ୍ଟ୍ରରେ ସରିବ । ୨୦୨୪ ନିର୍ବାଚନରେ କଂଗ୍ରେସକୁ ଫାଇଦା ମିଳିବ ତ?

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ରାହୁଲଙ୍କ ନେତୃତ୍ୱରେ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ମଣିପୁରରୁ ମହାରାଷ୍ଟ୍ର, ଦୀର୍ଘ ୬୨୦୦ କିଲୋମିଟର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ । ଜାନୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମହାରାଷ୍ଟ୍ରରେ ଶେଷ ହେବ ଏହି ଯାତ୍ରା । ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବା ପଛରେ କଂଗ୍ରେସର ବଡ ଉଦ୍ଦେଶ୍ୟ ଲୁଚି ରହିଛି । ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ କଂଗ୍ରେସ ପୁଣିଥରେContinue reading “ଭାରତ ନ୍ୟାୟ ଯାତ୍ରା, ମଣିପୁରରୁ ଆରମ୍ଭ ମହାରାଷ୍ଟ୍ରରେ ସରିବ । ୨୦୨୪ ନିର୍ବାଚନରେ କଂଗ୍ରେସକୁ ଫାଇଦା ମିଳିବ ତ?”

ବିଜେପି ନେତାଙ୍କ କଳା କାରନାମା । କୁକୁଡା ଫାର୍ମ ଭିତରେ ଚଳାଇଥିଲେ ଚୋରା ମଦ କାରବାର । ୧୪ ହଜାର ବୋତଲ ଜବତ କଲା ପୋଲିସ

କନକ ବ୍ୟୁରୋ : କେରଳ ପୋଲିସ ମଙ୍ଗଳବାର ଦିନ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ କୁକୁଡା ଫାର୍ମରେ ଚଢାଉ କରି ୧୪ ହଜାର ବୋତଲରୁ ଅଧିକ ଚୋରା ମଦ ଜବତ କରିଛି । ଏହାସହ ୨୪ଶହ ଲିଟର ସ୍ପିରିଟ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ ପୋଲିସକୁ ଏ ବାବଦରେ ସୂଚନା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କୁକୁଡା ଫାର୍ମଟି ସ୍ଥାନୀୟ ବିଜେପି ନେତା ତଥା ପୂର୍ବତନ ପଂଚାୟତContinue reading “ବିଜେପି ନେତାଙ୍କ କଳା କାରନାମା । କୁକୁଡା ଫାର୍ମ ଭିତରେ ଚଳାଇଥିଲେ ଚୋରା ମଦ କାରବାର । ୧୪ ହଜାର ବୋତଲ ଜବତ କଲା ପୋଲିସ”

ଅଟା ଓ ଡାଲି ପରେ ଭାରତ ଚାଉଳ । କିଲୋପ୍ରତି ୨୫ ଟଙ୍କାରେ ଯୋଗାଇଦେବେ ସରକାର

କନକ ବ୍ୟୁରୋ : ଭାରତ ଅଟା ଓ ଭାରତ ଡାଲି ପରେ ଏବେ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଭାରତ ଚାଉଳ ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଗରିବ ଲୋକଙ୍କ ଉପରେ ଯେଭଳି ଦରବୃଦ୍ଧି ବୋଝ ନହେବ ସେଥିପାଇଁ ସରକାର ଏହି ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ବଜାରରେ ଚାଉଳର ଦାମ ଯେତେ ବୃଦ୍ଧି ହେଲେ ମଧ୍ୟ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ କିଲୋପ୍ରତି ୨୫ ଟଙ୍କାରେ ଭାରତ ଚାଉଳ ଯୋଗାଇ ଦେବେ ବୋଲିContinue reading “ଅଟା ଓ ଡାଲି ପରେ ଭାରତ ଚାଉଳ । କିଲୋପ୍ରତି ୨୫ ଟଙ୍କାରେ ଯୋଗାଇଦେବେ ସରକାର”

ତିନି ବର୍ଷ ପୂର୍ବେ ଇରାକରେ ହତ୍ୟା କରାଯାଇଥିଲା ଇରାନର ଜଣେ ବରିଷ୍ଠ ଆର୍ମି ଜେନେରାଲଙ୍କୁ । ଏବେ ସିରିଆରେ ଏୟାର ଷ୍ଟ୍ରାଇକରେ  ନିହତ ହେଲେ ଆଉଜଣେ ଟପ୍ କମାଣ୍ଡର

ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର ଦୀର୍ଘ ଦିନର ଉପଦେଷ୍ଟା ସୟଦ ରାଜୀ ମୁସାଭି ସୋମବାର ଦିନ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଛନ୍ତି । ସୋମବାର ଦିନ ସିରିଆର ରାଜଧାନୀ ଦାମାସ୍କସରେ ଏୟାର ଷ୍ଟ୍ରାଇକ୍ କରି ଇସ୍ରାଏଲ ଇରାନକୁ ଏକ ବଡ଼ ଝଟକା ଦେଇଛି । ଏହି ଆକ୍ରମଣରେ ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର ଦୀର୍ଘ ଦିନର ପରାମର୍ଶଦାତା ତଥା ପୂର୍ବତନ ବରିଷ୍ଠ ଆର୍ମି ଅଧିକାରୀ ସୟଦ ରାଜୀ ମୋସାଭିଙ୍କର ମୃତ୍ୟୁ ଘଟିଛି । ୨୦୨୦ ରେContinue reading “ତିନି ବର୍ଷ ପୂର୍ବେ ଇରାକରେ ହତ୍ୟା କରାଯାଇଥିଲା ଇରାନର ଜଣେ ବରିଷ୍ଠ ଆର୍ମି ଜେନେରାଲଙ୍କୁ । ଏବେ ସିରିଆରେ ଏୟାର ଷ୍ଟ୍ରାଇକରେ  ନିହତ ହେଲେ ଆଉଜଣେ ଟପ୍ କମାଣ୍ଡର”

ବସ୍ ଓଲଟି ୨୫ରୁ ଅଧିକ ଆହତ । ୨ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର

କନକ ବ୍ୟୁରୋ : ବାଲିଗୁଡାକୁ ଆସିଲା ଏକ ବଡ ଦୁର୍ଘଟଣାର ଖବର । ବ୍ରାହ୍ମଣୀଗାଁ ଥାନା ମାହାକୁଡି ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପର୍ଯ୍ୟଟକ ବସ୍ ଓଲଟି ୨୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ୨ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଛି । ଆହାତଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଆଧାରରେ ପଶ୍ଚିମବଙ୍ଗରୁ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ ପର୍ଯ୍ୟଟକ । ଦାରିଙ୍ଗବାଡିରୁ ଗଜପତି ଯିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।Continue reading “ବସ୍ ଓଲଟି ୨୫ରୁ ଅଧିକ ଆହତ । ୨ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର”

୧୦ଡିଗ୍ରୀ ତଳେ ୪ ସହର । ରାଜ୍ୟରେ କମୁଛି ଶୀତର ଲହରୀ

କନକ ବ୍ୟୁରୋ : ମାତ୍ର କିଛି ଦିନ ହାଡଭଙ୍ଗା ଶୀଲ ପରେ ରାଜ୍ୟରେ କମିଛି ଶୀତର ଲହରୀ । ଗତ କିଛି ଦିନ ଲୋକେ ଥଣ୍ଡାରେ ଥରିବା ପରେ ଏବେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ୧୦ଡିଗ୍ରୀ ତଳେ ୪ସହର ରହିଛି । କୋରାପୁଟ ୭.୪, ଜି. ଉଦୟଗିରି ୭.୮, ଦାରିଙ୍ଗବାଡି ୯.୫, ସେମିଳିଗୁଡା ୯.୬, ଫୁଲବାଣୀ ୧୦.୫, କିରେଇ ୧୦.୭ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଭବାନୀପାଟଣା ଓ ନବରଙ୍ଗ ପୁରରେContinue reading “୧୦ଡିଗ୍ରୀ ତଳେ ୪ ସହର । ରାଜ୍ୟରେ କମୁଛି ଶୀତର ଲହରୀ”

ବିଜେପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ନମିଶିବା ନେଇ ବିଜେପୁର ନାଗରିକ କମିଟି ପକ୍ଷରୁ ପ୍ରତିବାଦ

କନକ ବ୍ୟୁରୋ : ଆଜି ବିଜେପୁରରେ ଚାଲିଛି ୧୨ ଘଣ୍ଟିଆ ବନ୍ଦ ପାଳନ । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ମିଶିବେ ନାହିଁ ବୋଲି ବିଜେପୁର ନାଗରିକ କମିଟି ସହ ବିଭିନ୍ନ ସଂଗଠନ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । ବିଜେପୁର ବ୍ଲକ ଓ ଏନ-ଏସ-ସି ଅଞ୍ଚଳ ସାମିଲ ନ ହେବା ପାଇଁ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡି ଚଳାଚଳContinue reading “ବିଜେପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ନମିଶିବା ନେଇ ବିଜେପୁର ନାଗରିକ କମିଟି ପକ୍ଷରୁ ପ୍ରତିବାଦ”

ଜାନୁଆରୀ ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା । ନେତୃତ୍ୱ ନେବେ ରାହୁଲ ଗାନ୍ଧୀ, ଓଡ଼ିଶା ଦେଇ ଆଗକୁ ବଢିବ ଯାତ୍ରା ।

କନକ ବ୍ୟୁରୋ : ଭାରତ ଯୋଡ ଯାତ୍ରା ଭଳି ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହି ଯାତ୍ରା ବେଶ ଗୁରୁତ୍ୱପୂର୍ଣ୍ଣ । ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ । ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଏହି ଯାତ୍ରା ଯିବ । ମୋଟ ୬୨୦୦ କିଲୋମିଟରରContinue reading “ଜାନୁଆରୀ ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା । ନେତୃତ୍ୱ ନେବେ ରାହୁଲ ଗାନ୍ଧୀ, ଓଡ଼ିଶା ଦେଇ ଆଗକୁ ବଢିବ ଯାତ୍ରା ।”

ପାଠପଢା ନାଁରେ କଲେଜ କ୍ୟାମ୍ପସରେ ଚାଲିଛି ସେକ୍ସ ରାକେଟ । ହିଞ୍ଜିଳିକାଟୁ ସାଇନ୍ସ କଲେଜ ନାଁରେ ଆସିଲା ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ଚାଲିଛି ସେକ୍ସ ରାକେଟ୍ । ଏପରି ଏକ ସାଂଘାତିକ ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରେ ଗତ ଦୁଇ ବର୍ଷ ହେଲା ସେକ୍ସ୍ ରାକେଟ କାରବାର ଚାଲୁଛି । ରାତିବେଳା କଲେଜ କ୍ୟାମ୍ପସରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ରହିଛି । ଏହାପରେ ଉଚ୍ଚ ଶିକ୍ଷା ବିଭାଗ ଏହାକୁContinue reading “ପାଠପଢା ନାଁରେ କଲେଜ କ୍ୟାମ୍ପସରେ ଚାଲିଛି ସେକ୍ସ ରାକେଟ । ହିଞ୍ଜିଳିକାଟୁ ସାଇନ୍ସ କଲେଜ ନାଁରେ ଆସିଲା ସାଂଘାତିକ ଅଭିଯୋଗ”

Design a site like this with WordPress.com
Get started