କନକ ବ୍ୟୁରୋ : ୫୮ ବର୍ଷରେ ପାଦ ରଖିଲେ ଭାଇଜାନ । ବଲିଉଡ ଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ । ସକାଳୁ ସକାଳୁ ପରିବାର ଲୋକ, ସାଙ୍ଗସାଥୀଙ୍କ ସହ ମୁମ୍ବାଇରେ ଜନ୍ମଦିନ ପାଳନ କରିଛନ୍ତି ସଲମାନ । ଗତକାଲି ଦବଙ୍ଗ ଷ୍ଟାରଙ୍କୁ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଆଜି ସକାଳୁ ସେ ମୁମ୍ବାଇ ଆସିଛନ୍ତି । ବ୍ଲାକ ଟି-ସାର୍ଟ ଓ ଜିନ୍ସରେ ସଲମାନଙ୍କୁ ଦେଖିବାକୁ ମିଳିଛି । ଜନ୍ମଦିନ ଉତ୍ସବରେContinue reading “୫୮ ବର୍ଷରେ ପାଦ ରଖିଲେ ଭାଇଜାନ । ସକାଳୁ ସକାଳୁ ପରିବାର ଲୋକଙ୍କ ସହ ଜନ୍ମଦିନ ପାଳିଲେ ସଲମାନ”
Category Archives: News
ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । ରାଜଧାନୀକୁ ଜଗିବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ
କନକ ବ୍ୟୁରୋ : ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନୂଆ ଗାଇଡ ଲାଇନ ଅନୁଯାୟୀ, ବାର୍ ଓ ହୋଟେଲ ଗୁଡ଼ିକ ରାତି ୧୨ ଟା ୩୦ ଯାଏ ଖୋଲା ରହିବ । ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର । ଗତକାଲି ହୋଟେଲ ଓ ବାର୍ ମାଲିକଙ୍କୁ ନେଇ ଏକ ବୈଠକ ବସିଥିଲା ।Continue reading “ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । ରାଜଧାନୀକୁ ଜଗିବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ”
ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁବାଇରେ ଆପର ମାଷ୍ଟରମାଇଣ୍ଡ ତଥା ପ୍ରମୋଟର ସୌରଭ ଚନ୍ଦ୍ରାକର ଅଟକ
କନକ ବ୍ୟୁରୋ : ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁବାଇରେ ମହାଦେବ ବେଟିଂ ଆପର ମାଷ୍ଟରମାଇଣ୍ଡ ତଥା ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ଅଟକ ରଖାଯାଇଛି । ଖୁବ୍ ଶୀଘ୍ର ଠକ ଚନ୍ଦ୍ରାକରଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରେ । ପୁଲିସ ଚନ୍ଦ୍ରାକରଙ୍କ ବିରୋଧରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଧାରାରେ ମାମଲା ରୁଜୁ କରିଛି । ଏହା ସହ ୨୦୧୯ ରୁ ଏହି ଆପ୍ ଜରିଆରେ ପ୍ରାୟ ୧୫ ହଜାର କୋଟିContinue reading “ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁବାଇରେ ଆପର ମାଷ୍ଟରମାଇଣ୍ଡ ତଥା ପ୍ରମୋଟର ସୌରଭ ଚନ୍ଦ୍ରାକର ଅଟକ”
ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ । କିଏ ଓ କାହିଁକି ବିସ୍ଫୋରଣ ଘଟାଇଲା କାରଣ ଅସ୍ପଷ୍ଟ
କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ । ମଙ୍ଗଳବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ଏହି ବିସ୍ଫୋରଣ ଘଟିଛି । ଦିଲ୍ଲୀ ପୁଲିସର ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ପହଞ୍ଚି ଛାନବିନ କରିଛି । ତେବେ ବିସ୍ଫୋରଣରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ । କେହି ଜଣେ ଅଜଣା ବ୍ୟକ୍ତି ଅଗ୍ନିଶବ ବିଭାଗକୁ ଫୋନ୍ କରି ଏହିContinue reading “ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ । କିଏ ଓ କାହିଁକି ବିସ୍ଫୋରଣ ଘଟାଇଲା କାରଣ ଅସ୍ପଷ୍ଟ”
ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ପ୍ରଶାସନିକ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ମିଳିଲା ଅନୁମତି
କନକ ବ୍ୟୁରୋ : ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି । ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଶିମିଳିପାଳ ବିକାଶ ପରିଷଦ । ଶିମିଳିପାଳ ମୁଖ୍ୟ ରାସ୍ତାରେ ମୋରମ ବିଛାଇବା ସହିତ ଅନ୍ୟ ଆନୁସଙ୍ଗିକ ଭିତିଭୂମି ସଜାଡିବା ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କ ବନ ବିଭାଗContinue reading “ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ପ୍ରଶାସନିକ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ମିଳିଲା ଅନୁମତି”
ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ୍ କାର୍ଡ । ଜାଣନ୍ତୁ ଅନଲାଇନରୁ କେମିତି କରିବେ ଡାଉନଲୋଡ୍
କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠାରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ଜାନୁଆରୀ ୨ରେ ପ୍ରାକ୍ଟିକାଲ ଏବଂ ଫେବ୍ରୃଆରୀ ୧୬ରୁ ଥିଓରି ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଜିଠୁ ଆଡମିଟ ଆଣିବେ । ସାମ୍ସ ୱେବସାଇଟ http://www.samsodisha.gov.in କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜContinue reading “ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ୍ କାର୍ଡ । ଜାଣନ୍ତୁ ଅନଲାଇନରୁ କେମିତି କରିବେ ଡାଉନଲୋଡ୍”
ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ଟ୍ରାଫିକରେ ଫଶିରହିଛି ହଜାର ହଜାର ଗାଡି
କନକ ବ୍ୟୁରୋ : ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ହିମାଂଚଳ ପ୍ରଦେଶରେ ଟ୍ରାଫିକ୍ରେ ଫଶିରହିଛି ହଜାର ହଜାର ଗାଡି । ଅଟଳ ଟନେଲରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ୨୪ ଘଂଟାରେ ୨୮ ହଜାର ଗାଡି ଟନେଲ ଅତିକ୍ରମ କରିଛି । ମନାଲି ଏବଂ ଅଟଲ ଟନେଲ ମଧ୍ୟରେ ଥିବା ଶୋଲାଙ୍ଗ, ଢୁଙ୍ଗୀ, ଶିଶୁ, ସ୍ପିତି ଆଦି ଅଂଚଳରେ ପ୍ରବଳ ଟ୍ରାଫିକ୍ ଜାମ ହୋଇଛି । ସେପଟେ ଟ୍ରାଫିକ୍ରୁ ବର୍ତିବାକୁ ବିପଦଜ୍ଜନକContinue reading “ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ଟ୍ରାଫିକରେ ଫଶିରହିଛି ହଜାର ହଜାର ଗାଡି”
ମୋବାଇଲ କମ୍ପାନୀ ଭିଭୋକୁ ନେଇ ଭାରତ-ଚୀନ ବିବାଦ । ଭିଭୋର ୩ ଅଫିସରଙ୍କୁ ଇଡି ଗିରଫ କରିବା ପରେ ପ୍ରତିକ୍ରିୟ। ରଖିଲା ଚୀନ
କନକ ବ୍ୟୁରୋ : ଚୀନର ମୋବାଇଲ କମ୍ପାନୀ ଭିଭୋର ୩ ଅଫିସରଙ୍କୁ ଗିରଫ କରିବା ପରେ ଚିହିଁକି ଉଠିଛି ଚୀନ । ଗିରଫ ହୋଇଥିବା କର୍ମଚାରୀଙ୍କୁ ରାଷ୍ଟ୍ରଦୂତ ତରଫରୁ ସମସ୍ତ ସହାୟତା ଯୋଗାଇଦେବ ବୋଲି କହିଛି ଚୀନ । ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି, ମାମଲାକୁ ଅତି ନିକଟରେ ତଜର୍ମା କରାଯିବା ସହ କର୍ମଚାରୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ବ୍ୟବସାୟ ପାଇଁ ଉଭୟ ଦେଶ ସହମତିରେ କାରବାର କରିବା ଉଚିତ୍ ବୋଲି କହିଛି ଚୀନ ।Continue reading “ମୋବାଇଲ କମ୍ପାନୀ ଭିଭୋକୁ ନେଇ ଭାରତ-ଚୀନ ବିବାଦ । ଭିଭୋର ୩ ଅଫିସରଙ୍କୁ ଇଡି ଗିରଫ କରିବା ପରେ ପ୍ରତିକ୍ରିୟ। ରଖିଲା ଚୀନ”
ଚିନ୍ତା ବଢାଉଛି କୋରୋନାର ନୂଆ ପ୍ରଜାତି ଜେଏନ ଡଟ୍ ୱାନ । ଜନଗହଳି ସ୍ଥାନରେ ସାମାଜିକ ଦୁରତା ରଖିବା ସହ ମାସ୍କ ପିନ୍ଧବାକୁ ପରାମର୍ଶ
କନକ ବ୍ୟୁରୋ : ଚିନ୍ତା ବଢାଉଛି କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନ । ଦିନକରେ ଜେଏନ ଡଟ୍ ୱାନରେ ୬୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୨୯୩ ରୋଗୀ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ହେଉଛନ୍ତି କର୍ଣ୍ଣାଟକର । ବତର୍ମାନ ଦେଶରେContinue reading “ଚିନ୍ତା ବଢାଉଛି କୋରୋନାର ନୂଆ ପ୍ରଜାତି ଜେଏନ ଡଟ୍ ୱାନ । ଜନଗହଳି ସ୍ଥାନରେ ସାମାଜିକ ଦୁରତା ରଖିବା ସହ ମାସ୍କ ପିନ୍ଧବାକୁ ପରାମର୍ଶ”
୪ ଦିନ ପରେ ଫ୍ରାନ୍ସରୁ ଭାରତ ଫେରିଲା ବିମାନ । ମାନବଚାଲାଣ ସନ୍ଦେହରେ ରଖାଯାଇଥିଲା ଅଟକ
କନକ ବ୍ୟୁରୋ : ୪ ଦିନ ଧରି ଫ୍ରାନ୍ସରେ ଅଟକ ଥିବା ବିମାନ ମଙ୍ଗଳବାର ମୁମ୍ବାଇରେ ପହଁଚିଛି । ୨୭୬ ଜଣ ଯାତ୍ରୀଙ୍କୁ ନେଇ ସୁରକ୍ଷିତ ଭାବେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଛି ଏହି ବିମାନ୍ । ଅଟକ ଥିବା ୩୦୩ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସରେ ଶରଣ ନେଇଛନ୍ତି । ଅବଶିଷ୍ଟ ୨୭୬ ଜଣ ଯାତ୍ରୀ ଏବେ ଭାରତ ଫେରିଛନ୍ତି । ମାନବ ଚାଲାଣ ନେଇ ସନ୍ଦେହ ପରେ ବିମାନକୁ ଫ୍ରାନ୍ସରେContinue reading “୪ ଦିନ ପରେ ଫ୍ରାନ୍ସରୁ ଭାରତ ଫେରିଲା ବିମାନ । ମାନବଚାଲାଣ ସନ୍ଦେହରେ ରଖାଯାଇଥିଲା ଅଟକ”