କନକ ବ୍ୟୁରୋ : କର୍ଣ୍ଣାଟକରେ ଫେରିଲା କୋଭିଡ୍ କଟକଣା । କରୋନାରେ ସଂକ୍ରମିତ ବ୍ୟକ୍ତି ୭ ଦିନ ପର୍ଯ୍ୟନ୍ତ ଘରୋଇ ସଂଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର କର୍ମଚାରୀମାନେ ୭ ଦିନ ଛୁଟି ପାଇବେ । ଜେଏନ୍.୧ ସବ୍ ଭାରିଏଂଟ ଚିହ୍ନଟ ହେବା ପରେ ମଙ୍ଗଳବାର କୋଭିଡ୍-୧୯ ସଂକ୍ରାନ୍ତ କ୍ୟାବିନେଟ୍ ସବ୍ କମିଟି ବୈଠକ ବସିଥିଲା ।Continue reading “କର୍ଣ୍ଣାଟକରେ ଫେରିଲା କ୍ୱାରେଣ୍ଟାଇନ । କରୋନାରେ ସଂକ୍ରମିତ ହେଲେ ୭ ଦିନ ପର୍ଯ୍ୟନ୍ତ ରହିବେ ସଙ୍ଗରୋଧରେ ।”
Category Archives: News
ରାହୁଲ କୁସ୍ତି ଖେଳିଲେ, କୁସ୍ତିଯୋଦ୍ଧାଙ୍କ ଜୀବନଶୈଳୀ ବାବଦରେ ପଚାରି ବୁଝିଲେ । ଭାରତୀୟ କୁସ୍ତି ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ।
କନକ ବ୍ୟୁରୋ : ଭାରତୀୟ କୁସ୍ତି ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହରିୟାଣାର ଝାଜାର ଜିଲ୍ଲାରେ ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ଭେଟି ଆଲୋଚନା କରିଛନ୍ତି ରାହୁଲ । ଏହି ଭେଟଘାଟ ପରେ ବଜରଙ୍ଗ କହିଛନ୍ତି, ରାହୁଲ ଏଠାକୁ ଆସି କୁସ୍ତି ଶିଖିବା ସହ ଖେଳିଥିଲେ । କୁସ୍ତିଯୋଦ୍ଧାଙ୍କ ଦୈନନ୍ଦିନ ଜୀବନଶୈଳୀ କେମିତି ତାହା ଜାଣିଥିଲେ । ବିଜେପି ସାଂସଦ ତଥା କୁସ୍ତି ମହାସଂଘContinue reading “ରାହୁଲ କୁସ୍ତି ଖେଳିଲେ, କୁସ୍ତିଯୋଦ୍ଧାଙ୍କ ଜୀବନଶୈଳୀ ବାବଦରେ ପଚାରି ବୁଝିଲେ । ଭାରତୀୟ କୁସ୍ତି ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ।”
ଏସଡିଓ ଓ ସରପଞ୍ଚ ମାରପିଟ, ଉଭୟଙ୍କୁ କୋର୍ଟରୁ ମିଳିଲା ଜାମିନ । ନିମ୍ନମାନର କାମ ଅଭିଯୋଗ କରି ମାଡ ଖାଇଥିଲେ ସରପଞ୍ଚ !
କନକ ବ୍ୟୁରୋ : ହରିଶଙ୍କର ପୀଠର ଏସଡିଓ ଓ ସରପଞ୍ଚଙ୍କ ମାରପିଟ୍ ଘଟଣାରେ ଉଭୟଙ୍କୁ ଜାମିନ୍ । ପୋଲିସ କୋହଳ ଦଫା ଲଗାଇଥିବାରୁ ଉଭୟଙ୍କୁ କୋର୍ଟରୁ ଜାମିନ ମିଳିଯାଇଛି । ଗତକାଲି ବଲାଙ୍ଗୀର ହରିଶଙ୍କର ପୀଠରେ ଚଙ୍ଗରିଆ ପଂଚାୟତର ସରପଞ୍ଚ ସୁଶୀଲ ଗୁରୁଙ୍କୁ ମାଡ ମାରିଥିଲେ ପି.ଡବ୍ଲୁ,ଡି.ଏସଡିଓ ଶ୍ରୀଧର ଦାସ । ବାଡି ଓ ଲୁହାରଡ ଧରି ସରପଞ୍ଚଙ୍କୁ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହରିଶଙ୍କରରେ ବିଭିନ୍ନ ଉନ୍ନୟନମୂଳକ କାମ ନିମ୍ନମାନର ହୋଇଥିବାContinue reading “ଏସଡିଓ ଓ ସରପଞ୍ଚ ମାରପିଟ, ଉଭୟଙ୍କୁ କୋର୍ଟରୁ ମିଳିଲା ଜାମିନ । ନିମ୍ନମାନର କାମ ଅଭିଯୋଗ କରି ମାଡ ଖାଇଥିଲେ ସରପଞ୍ଚ !”
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
କନକ ବ୍ୟୁରୋ : ରାଜ୍ୟରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଆକ୍ରାନ୍ତ ବଢ଼ୁଥିବାରୁ ତତ୍ପର ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଥଣ୍ଡା, କାଶ, ଜ୍ୱର ଲାଗି ରହିଲେ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛି ପ୍ରଶାସନ । ଗତ ୨୪ ଘଂଟା ମଧ୍ୟରେContinue reading “ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି”
ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଭଜନ କୀର୍ତନ ସହ ରାମ ଧୂନରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରୀ
କନକ ବ୍ୟୁରୋ : ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା । ଜାନୁଆରୀ ୨୨ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହିଁଚିଛି । ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି । ଏହାରି ଭିତରେ ଶିଳ୍ପୀମାନେ ମଧ୍ୟ ନିର୍ମାଣ କାମ ବେଶ ଧୁମ୍ ଧାମରେ କରୁଛନ୍ତି । ମନ୍ଦିରରେ ଲାଗିବାକୁ ଥିବା ଖମ୍ବରେ ସୁନ୍ଦର ସୁନ୍ଦରContinue reading “ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଭଜନ କୀର୍ତନ ସହ ରାମ ଧୂନରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରୀ”
ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ତତ୍ପର ଗଞ୍ଜାମ ପ୍ରଶାସନ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ।
କନକ ବ୍ୟୁରୋ : ରାଜ୍ୟରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ତତ୍ପର ହୋଇଛି ଗଂଜାମ ଜିଲ୍ଲା ପ୍ରଶାସନ । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଥଣ୍ଡା, କାଶ, ଜ୍ୱର ଲାଗି ରହିଲେ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗତContinue reading “ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ତତ୍ପର ଗଞ୍ଜାମ ପ୍ରଶାସନ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ।”
ଭଦ୍ରକ ବାସୁଦେବପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ
କନକ ବ୍ୟୁରୋ : ଭଦ୍ରକ ବାସୁଦେବପୁରରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡରେ ଟ୍ରକ ରଖି ଠିଆ ହୋଇଥିବା ବେଳେ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ । ଘଟଣା ସ୍ଥଳରେ ଟ୍ରକ ଜଣଙ୍କର ମୃତ୍ୟୁ ହୋଇଛି । ଜାମୁଝାଡି-ଧାମରା ରାସ୍ତା ମନ୍ଦାରିରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଏକ ଟ୍ରକ କେନ୍ଦୁଝରରୁ ଲୁହାପଥର ନେଇ ଧାମରା ବନ୍ଦର ଯାଉଥିବା ବେଳେ ମନ୍ଦାରୀ ନିକଟରେ ଗାଡି ଖରାପ ହୋଇଯାଇଥିଲା । ଗାଡି ରଖି ହେଲପରContinue reading “ଭଦ୍ରକ ବାସୁଦେବପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ”
ସିଏନଜି କାରରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ପରିବାରର ତିନି ସଦସ୍ୟ, ଅନ୍ୟ ତିନି ଗୁରୁତର
କନକ ବ୍ୟୁରୋ : କେତେ ଭୟଙ୍କର ହୋଇପାରେ ସିଏନଜି ଚାଳିତ କାର ଗତକାଲି ତାର ଏକ ଉଦାହରଣ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । କାରରେ ନିଆଁ ଲାଗିଯିବାରୁ ଏକ ପରିବାରର ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରତର ହୋଇଛନ୍ତି । ସଙ୍କଟାପର୍ଣ୍ଣ ଅବସ୍ଥାରେ ସେମାନଙ୍କୁ ଚିତ୍କିତ୍ସା ଚାଲିଛି । ଗତକାଲି ମଧ୍ୟାନ ସମୟରେ ବେଙ୍ଗାଲୁରୁ ତୁମକର ରୋଡରେ ଏଭଳି ଅଘଟଣ ଘଟିଛି । ମାରୁତି ସୁଜୁକି କାରରେ ହଠାତ୍ ପଛପଟରେContinue reading “ସିଏନଜି କାରରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ପରିବାରର ତିନି ସଦସ୍ୟ, ଅନ୍ୟ ତିନି ଗୁରୁତର”
ଆଖି ବୁଜିଲା ରଣପୁରରେ ଅସୁସ୍ଥ ହୋଇପଡିଥିବା ହାତୀ । ଗୋଡରେ ହୋଇଥିଲା ସଂକ୍ରମଣ
କନକ ବ୍ୟୁରୋ : ଖୋର୍ଦ୍ଧା ରଣପୁରରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ହାତୀ ଶେଷରେ ଆଖି ବୁଜିଛି । ବିଳମ୍ବିତ ରାତିରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି । ହାତୀର ଆଗପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିଲା । ଗତ ସୋମବାର ସକାଳେ ଅସୁସ୍ଥ ଦନ୍ତାକୁ ମୟୁରଝାଲିଆ ବୋରବୋରଝର ଜଙ୍ଗଲରେ ବନ ବିଭାଗ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଥିଲା । ଏପରିକି ଭୁବନେଶ୍ୱର ନନ୍ଦନ କାନନ ଓ ଓୟୁଏଟିରୁ ବିଶେଷଜ୍ଞ ଟିମ୍ ଆସି ଚିକିତ୍ସା କରୁଥିଲେContinue reading “ଆଖି ବୁଜିଲା ରଣପୁରରେ ଅସୁସ୍ଥ ହୋଇପଡିଥିବା ହାତୀ । ଗୋଡରେ ହୋଇଥିଲା ସଂକ୍ରମଣ”
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳରେ ଅନ୍ତଃକନ୍ଦଳ ଚର୍ଚ୍ଚା । ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ ପୂର୍ବରୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନସିଂଙ୍କ ଇସ୍ତଫା
କନକ ବ୍ୟୁରୋ : ବିହାରର ଶାସକ ଦଳ ଜନତା ଦଳ (ୟୁନାଇଟେଡ୍)ରେ ସବୁକିଛି ଠିକ୍ ଅଛି ବୋଲି ଏବେ କହିବା ଠିକ୍ ହେବ ନାହିଁ । ଯଦି ଏହା ହୋଇଥାନ୍ତା ତେବେ ଡିସେମ୍ବର ୨୯ରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଡିସେମ୍ବର ୨୫ରେ ପାଟନାରେ ଜେଡିୟୁର ମେଗା ଇଭେଣ୍ଟ୍ ବାତିଲ ହୋଇନଥାନ୍ତା । ଅନ୍ୟପଟେ ଗତକାଲି ଲଲନ ସିଂହ ଜାତୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି । ତେଣୁ ଏବେ ଚର୍ଚ୍ଚା ହେଉଛିContinue reading “ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳରେ ଅନ୍ତଃକନ୍ଦଳ ଚର୍ଚ୍ଚା । ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ ପୂର୍ବରୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନସିଂଙ୍କ ଇସ୍ତଫା”