ଫାରୁକ  ଅବ୍ଦୁଲ୍ଲାଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ନ ହୁଏ ଶାନ୍ତି ଆଲୋଚନା ତେବେ …

କନକ ବ୍ୟୁରୋ : ପୁଂଛରେ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ  ଅବଦ୍ଦୁଲା ଏକ ବଡ ବୟାନ ଦେଇଛନ୍ତି । ସେ ଭାରତ ଓ ପାକିସ୍ତାନକୁ ନେଇ ଓକିଲାତି କରିଛନ୍ତି । ସେ କହିଛନ୍ତି କି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ନ ହୁଏ ତେବେ ଜାମ୍ମୁ-କାଶ୍ମୀରର ପରିସ୍ଥିତି ଗାଜା ଭଳି ହୋଇପାରେ । ଯଦି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନ କରାଯାଏContinue reading “ଫାରୁକ  ଅବ୍ଦୁଲ୍ଲାଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ନ ହୁଏ ଶାନ୍ତି ଆଲୋଚନା ତେବେ …”

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ପାଇଁ ଆରମ୍ଭ ହୋଇଛି ନିମନ୍ତ୍ରଣ । ଦେବାଦେବୀ ଓ ଧର୍ମଗୁରୁଙ୍କୁ କରାଯାଉଛି ନିମନ୍ତ୍ରଣ ।

କନକ ବ୍ୟୁରୋ: ଗୋଟିଏ ପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ଦେବାଦେବୀ, ଧର୍ମଗୁରୁ ଓ ବିଶିଷ୍ଠ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଉଛି । ଅନ୍ୟପଟେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଦିଆଯାଉଛି । ଦେଶର ଦେବପୀଠକୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଧର୍ମଗୁରୁଙ୍କୁ ନିର୍ମନ୍ତ୍ରଣ ଦିଆଯାଉଛି । ଏହି କ୍ରମରେ ମହାମଣ୍ଡଳେଶ୍ୱର ଡକ୍ଟର ସତ୍ୟାନନ୍ଦ ସରସ୍ୱତୀContinue reading “ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ପାଇଁ ଆରମ୍ଭ ହୋଇଛି ନିମନ୍ତ୍ରଣ । ଦେବାଦେବୀ ଓ ଧର୍ମଗୁରୁଙ୍କୁ କରାଯାଉଛି ନିମନ୍ତ୍ରଣ ।”

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ : ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କଲେ ପ୍ରସିଦ୍ଧ କ୍ରିଷ୍ଣା, ଜାଡେଜାଙ୍କ ସ୍ଥାନରେ ଅଶ୍ୱିନୀଙ୍କୁ ସୁଯୋଗ ।

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିବାକୁ ଭାରତ ନିଜର ଶ୍ରେଷ୍ଠ ଟିମକୁ ନେଇ ମୈଦାନକୁ ଓହ୍ଳାଇଛି । କାରଣ ଦୀର୍ଘ ୩୧ ବର୍ଷ ହେବ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଟେଷ୍ଟ ସିରିଜ ବିଜୟର ସ୍ୱାଦ ଚାଖିପାରିନି ।Continue reading “ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ : ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କଲେ ପ୍ରସିଦ୍ଧ କ୍ରିଷ୍ଣା, ଜାଡେଜାଙ୍କ ସ୍ଥାନରେ ଅଶ୍ୱିନୀଙ୍କୁ ସୁଯୋଗ ।”

ପରିବାର ଲୋକଙ୍କୁ ନିଦରୁ ଉଠାଇ ଲୁଟିନେଲେ ଲୁଟେରା । ଭଞ୍ଜନଗରରେ ବନ୍ଧୁକ, ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ।

କନକ ବ୍ୟୁରୋ: କବାଟ ତାଡ଼ି ପଶିଲେ ଲୁଟେରା । ବନ୍ଧୁକ ଓ ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଓ ଅଳଙ୍କାର ରାତି ଅଧରେ ଲୁଟି ନେଇଛନ୍ତି ଲୁଟେରା । ଗଞ୍ଜାମ ଭଞ୍ଜନଗର କୁଲାଡ଼ ବଡ଼ଦାଣ୍ଡରେ ପି. ରଙ୍କନିଧି ପାତ୍ରଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଏହି ଲୁଟରେ ୫ ଜଣ ଲୁଟେରା ସାମିଲ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ. ଘରର ପରିବାର ଲୋକେ ନିଘୋଡ଼ ନିଦରେ ଶୋଇଥିଲେ । କିନ୍ତୁ ଚୋରମାନେ ଭାବିଥିଲେContinue reading “ପରିବାର ଲୋକଙ୍କୁ ନିଦରୁ ଉଠାଇ ଲୁଟିନେଲେ ଲୁଟେରା । ଭଞ୍ଜନଗରରେ ବନ୍ଧୁକ, ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ।”

ରାଉରକେଲାରେ ବିଜେପିର ଜୋରଦାର ବିକ୍ଷୋଭ । ସରକାରୀ ଅବହେଳାରୁ ଡାଇରିଆ ହୋଇଥିବା ଅଭିଯୋଗ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ।

କନକ ବ୍ୟୁରୋ: ରାଉରକେଲାରେ ବିଜେପିର ଜୋରଦାର ପ୍ରତିବାଦ । ସରକାରୀ ଅବହେଳା କାରଣରୁ ପିଇବା ପାଣି ସଂକ୍ରମଣରେ ୧୬ଜଣଙ୍କର ହଇଜାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛି ଦଳ । ଏନେଇ ବିଜେପି ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସମୟରେ ବିଜେପି କର୍ମୀ ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଅଟକାଇଥିଲା । ଯାହାକୁ ନେଇ ଉତ୍ତେଜନାମୂଳକContinue reading “ରାଉରକେଲାରେ ବିଜେପିର ଜୋରଦାର ବିକ୍ଷୋଭ । ସରକାରୀ ଅବହେଳାରୁ ଡାଇରିଆ ହୋଇଥିବା ଅଭିଯୋଗ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ।”

ପାକିସ୍ତାନକୁ ଜବତ କରିବ ସମୁଦ୍ରର ନୂଆ ପ୍ରହରୀ INS IMPHAL , ଜାଣନ୍ତୁ ଏହି ଯୁଦ୍ଧପୋତର କ୍ଷମତା

କନକ ବ୍ୟୁରୋ: ଭାରତୀୟ ନୌସେନାରେ ସାମିଲ ହୋଇଛି ନୂଆ ଯୁଦ୍ଧପୋତ ଆଇଏଏସ୍ ଇମ୍ଫାଲ । ମୁମ୍ବାଇ ଡକୟାର୍କରେ ପହଞ୍ଚି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଶୁଭ ଉଦଘାଟନ କରିବା ପରେ ପଶ୍ଚିମ ନୌସେନାରେ ଏହାକୁ ସାମିଲ କରାଯାଇଛି । ଏହା ଆରବ ସାଗରରେ ଶ୍ରତ୍ରୁକୁ ଦମନ କରିବ । ଏହି ଯୁଦ୍ଧପୋତରେ ପାଖାପାଖି ୭୫ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଏଥିରେ ଏଭଳି ମିଶାଇଲକୁ ସଂଲଗ୍ନ କରାଯାଇଛି ଯାହା ମଧ୍ୟବର୍ତ୍ତୀ ଦୂରତା ଯାଏଁ ଶତ୍ରୁକୁContinue reading “ପାକିସ୍ତାନକୁ ଜବତ କରିବ ସମୁଦ୍ରର ନୂଆ ପ୍ରହରୀ INS IMPHAL , ଜାଣନ୍ତୁ ଏହି ଯୁଦ୍ଧପୋତର କ୍ଷମତା”

ଆତଙ୍କବାଦୀ ଲଢୁଛନ୍ତି ପାକିସ୍ଥାନ ନିର୍ବାଚନ

କନକ ବ୍ୟୁରୋ : କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ‘ପାକିସ୍ତାନ ମାର୍କାଜି ମୁସଲିମ ଲିଗ’ ଆସନ୍ତା ନିର୍ବାଚନରେ ​​ଭାଗ ନେବାକୁ ଯାଉଛି । ପାକିସ୍ତାନର ସମସ୍ତ ସଂସଦ ଓ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଦଳ ଘୋଷଣା କରିଛି । ହାଫିଜ ସଇଦର ପୁଅ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରୁଛି । ଏହି ଦଳ ନୱାଜ ସରିଫଙ୍କ ବିରୋଧରେ ପ୍ରାର୍ଥୀ ମଧ୍ୟ ଦେଇଛି । ଫେବୃଆରୀ ୮ , ୨୦୨୪ ରେ ପାକିସ୍ତାନରେ ହେବାକୁContinue reading “ଆତଙ୍କବାଦୀ ଲଢୁଛନ୍ତି ପାକିସ୍ଥାନ ନିର୍ବାଚନ”

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ । କହିଲେ, ଏହି ପ୍ରକଳ୍ପ ପାଇଁ ଇତିହାସ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ମନେ ରଖିବ ।

କନକ ବ୍ୟୁରୋ : ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ସେବାୟତ । ନିମନ୍ତ୍ରଣ ରକ୍ଷା କରିବା ସହ ଏହି ଭବ୍ୟ ଉତ୍ ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରକାଶ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଠାଏ ଚାଉଳ ଓ ଗୁଆ ଦେଇଛନ୍ତି । ନିମନ୍ତ୍ରଣ କରିବାକୁ ଯାଇଥିବା ସେବାୟତ କହିଛନ୍ତି, ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ନାContinue reading “ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ । କହିଲେ, ଏହି ପ୍ରକଳ୍ପ ପାଇଁ ଇତିହାସ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ମନେ ରଖିବ ।”

ବରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟପାଳ । ଅତାବିରାରେ ଚାଷୀଙ୍କୁ ଭେଟିଲେ, ସମସ୍ୟା ବୁଝିଲେ । ଏସଏଚଜି ମହିଳାଙ୍କ ସହ ଆଲୋଚନା କଲେ ରଘୁବର ଦାସ ।

କନକ ବ୍ୟୁରୋ: ଚାଷୀଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ । ବରଗଡ଼ ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ ମନା କରିଦେଇଥିଲା । ତେବେ ରାଜ୍ୟପାଳ ଚାଷୀଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀଙ୍କୁ ଭେଟିଥିଲେ  ଏବଂ ତାଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀଙ୍କ ସହ ରାଜ୍ୟପାଳ ଆଲୋଚନାContinue reading “ବରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟପାଳ । ଅତାବିରାରେ ଚାଷୀଙ୍କୁ ଭେଟିଲେ, ସମସ୍ୟା ବୁଝିଲେ । ଏସଏଚଜି ମହିଳାଙ୍କ ସହ ଆଲୋଚନା କଲେ ରଘୁବର ଦାସ ।”

ଘର ପାଚେରୀ ଉପରେ ବୁଲୁଛି ମହାବଳ । ଭିଡିଓ କରୁଛନ୍ତି ଗାଁ ଲୋକେ ।

କନକ ବ୍ୟୁରୋ: କେତେବେଳେ ଘର ପାଚେରୀ ଉପରେ ତ କେତେବେଳେ ଛାତ ଉପରକୁ କୁଦା ମାରୁଛି ମହାବଳ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କଲିନଗର ତହସିଲ ଅନ୍ତର୍ଗତ ଅଟକୋନା ଗାଁରେ । ଏଠାରେ ସୋମବାର ରାତିରୁ ଏକ ମହାବଳ ବାଘ ଆତଙ୍କ ଖେଳାଇଛି । ଜଙ୍ଗଲରୁ ମହାବଳ ଜନବସତି ଭିତରକୁ ପଶି ଆସିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।Continue reading “ଘର ପାଚେରୀ ଉପରେ ବୁଲୁଛି ମହାବଳ । ଭିଡିଓ କରୁଛନ୍ତି ଗାଁ ଲୋକେ ।”

Design a site like this with WordPress.com
Get started