ନିଆଁରେ ଜଳିଗଲା ବର୍ଷକର ଦାନା । ଖଳାରେ ପୋଡି ପାଉଁଶ ହେଲା ୭ ଏକର ଜମିର ଧାନ ହଳା । କଳାହାଣ୍ଡି ତେନ୍ତୁଳିଖୁଣ୍ଟିର ଘଟଣା ।

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତେନ୍ତୁଳିଖୁଣ୍ଟିର ଖଳାରେ ଥିବା ୭ ଏକର ଜମିରୁ ଅମଳ ଧାନ ଜଳି ପୋଡି ପାଉଁଶ । ଗାଁର ଝସକେତନ ଦୁର୍ଗର୍ା ଓ ଫକିର ଦୁର୍ଗା ଧାନ ଅମଳ କରି ଖଳାରେ ବିଡ଼ା ବାନ୍ଧି ରଖିଥିଲେ । ହେଲେ ହଠଶତ୍ ନିଆଁ ଲାଗି ଯିବାରୁ ୮୦ ପ୍ରତିଶତ ଧାନ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ହାରାମାଲ ରାଜସ୍ୱContinue reading “ନିଆଁରେ ଜଳିଗଲା ବର୍ଷକର ଦାନା । ଖଳାରେ ପୋଡି ପାଉଁଶ ହେଲା ୭ ଏକର ଜମିର ଧାନ ହଳା । କଳାହାଣ୍ଡି ତେନ୍ତୁଳିଖୁଣ୍ଟିର ଘଟଣା ।”

ସ୍ୱାମୀ ପକ୍ଷାଘାତରେ ଶଯ୍ୟାଶାୟୀ । ପରିବାର ପାଇଁ ମୋଟର ମେକାନିକ୍ ସାଜିଲେ ପୁନମ୍ । ନାରୀ ଜାତିକୁ ଦେଉଛନ୍ତି ବଞ୍ଚିବାର ରାହା ।

କନକ ବ୍ୟୁରୋ: ବେଳେ ବେଳେ ପରିସ୍ଥିତି ଏଭଳି ଭୟଙ୍କର ହୋଇ ସାମ୍ନାରେ ଛିଡା ହୁଏ ତାକୁ ଦେଖି ପ୍ରଥମେ ଭାରି ଡର ଲାଗିଲେ ବି ପର ସମୟରେ ସେଥିରୁ ବଞ୍ଚିବାର ସାହାସ ଯୋଗାଡ କରିହୁଏ । ସେ ପରିସ୍ଥିତିରେ ଦଳିମନ୍ଥି ହୋଇଗଲା ପରେ ଜୀବନ ଜିଇଁବାକୁ ଧୈର୍ଯ୍ୟ ଆଉ ସାହାସ ମିଳେ । ଏହାର ଉଦାହରଣ ହେଉଛନ୍ତି ଗାଜିଆବାଦର ପୁନମ୍ । ପୁନମଙ୍କ ସ୍ୱାମୀ ପେସାରେ ଜଣେ ମେକାନିକ ଥିଲେ। କିନ୍ତୁ ଏକ ଦୁର୍ଘଟଣାର ଶିକାର ହେବାପରେContinue reading “ସ୍ୱାମୀ ପକ୍ଷାଘାତରେ ଶଯ୍ୟାଶାୟୀ । ପରିବାର ପାଇଁ ମୋଟର ମେକାନିକ୍ ସାଜିଲେ ପୁନମ୍ । ନାରୀ ଜାତିକୁ ଦେଉଛନ୍ତି ବଞ୍ଚିବାର ରାହା ।”

ଆତଙ୍କୀ ଆକ୍ରମଣ ପରେ ଏବେ ଜୋରଦାର ସର୍ଚ୍ଚ ଅପରେସନ୍ । ରଜୌରୀ ଓ ପୁଂଛରେ ତନ୍ନତନ୍ନ କରି ଖୋଜୁଛନ୍ତି ସୁରକ୍ଷାକର୍ମୀ, ୨ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ।

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ ହେବା ପରେ ଏବେ ସେଠାରେ ଜୋରଦାର ଖାନତଲାସି ଜାରି ରହିଛି । ପୁଂଚ ଓ ରାଜୌରିରେ ଏହି ତଲାସି ଚାଲିଛି । ସେଠାରେ ଏବେବି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି, ଆଉ ଆତଙ୍କୀଙ୍କୁ ଖୋଜି ନିପାତ କରିବାକୁ ପ୍ରୟାସ କରୁଛନ୍ତି ସୁରକ୍ଷାକର୍ମୀ । ଉଭୟ ଜିଲ୍ାରେ ଇଂଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ସେପଟେ କେମିତି ଏତେ ବଡ଼ ଆତଙ୍କୀ ଆକ୍ରମଣContinue reading “ଆତଙ୍କୀ ଆକ୍ରମଣ ପରେ ଏବେ ଜୋରଦାର ସର୍ଚ୍ଚ ଅପରେସନ୍ । ରଜୌରୀ ଓ ପୁଂଛରେ ତନ୍ନତନ୍ନ କରି ଖୋଜୁଛନ୍ତି ସୁରକ୍ଷାକର୍ମୀ, ୨ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ।”

ପେଟର ଭୋକ ଆଗରେ ଫିକା ପଡୁଛି ହାଡଭଙ୍ଗା ଶୀତ । ଅନ୍ଧାର ରାତିରେ ନିଛାଟିଆ ରାସ୍ତାରେ ଯାତ୍ରୀଙ୍କୁ ଅପେକ୍ଷା କରି ରହିଛନ୍ତି ରିକ୍ସାବାଲା ପଞ୍ଚୁ ।

କନକ ବ୍ୟୁରୋ: ନିଛାଟିଆ ରାତି, ହାଡ଼ ଭଙ୍ଗା ଶୀତ । ନିରୋଳା ରାସ୍ତାରେ ଏକୁଟିଆ ମଣିଷ । ରିକ୍ସାଟିଏ ଧରି ବାଟୋଇ ଅନ୍ୱେଷଣରେ ଘୁରି ବୁଲୁଥିବା ଏହି ମଣିଷର ନାଁ ପଞ୍ଚୁ । ଶୀତୁଆ ରାତିରେ ବ୍ରହ୍ମପୁର ଷ୍ଟେସନ୍ ଆଗରେ ଯାତ୍ରୀଙ୍କୁ ଚାହିଁ ବସୁଥିବା ଜଣେ ରିକ୍ସା ଚାଳକ । ଶୀତ ସିନା ହାଡ଼କୁ ଭାଙ୍ଗି ଦେବାର ସାମର୍ଥ୍ୟ ରଖୁଛି, କିନ୍ତୁ ପେଟର ଭୋକ ଆଗରେ କି ଶୀତ, କି କାକର । ମୁଣ୍ଡ ଉପରେ ପରିବାରContinue reading “ପେଟର ଭୋକ ଆଗରେ ଫିକା ପଡୁଛି ହାଡଭଙ୍ଗା ଶୀତ । ଅନ୍ଧାର ରାତିରେ ନିଛାଟିଆ ରାସ୍ତାରେ ଯାତ୍ରୀଙ୍କୁ ଅପେକ୍ଷା କରି ରହିଛନ୍ତି ରିକ୍ସାବାଲା ପଞ୍ଚୁ ।”

ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ୱର ଔପଦାରେ ଭାଲୁ ଆତଙ୍କ ।

କନକ ବ୍ୟୁରୋ: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ହାତୀଖୁଲୁ ଗାଁର ଦୁର୍ଗା ଚରଣ ସିଂହ । ସେ ତାଙ୍କ ପତ୍ନୀଙ୍କ ସହ ଛେଳି ଚରାଇବାକୁ ଯାଇଥିବା ବେଳେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ପତ୍ନୀ ଦୌଡ଼ି ଗାଁକୁ ପଳାଇଥିବା ବେଳେ ଦୁର୍ଗା ଏକ ଗଛ ଉପରକୁ ଚଢି ଯାଇଥିଲେ । ତାଙ୍କ ପାଦରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ୱରContinue reading “ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ୱର ଔପଦାରେ ଭାଲୁ ଆତଙ୍କ ।”

ପୁଣି ଛତିଶଗଡ ହାତୀଙ୍କ ଉପଦ୍ରବ । ନବରଙ୍ଗପୁରରେ ଚଳାଇଛନ୍ତି ଦୌରାତ୍ମ୍ୟ । ହାତୀ ଆକ୍ରମଣରେ ଜଣେ ମୃତ ।

କନକ ବ୍ୟୁରୋ: ପୁଣିଥରେ କିଛିଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଆକ୍ରମଣ ଜଣକର ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ରାଇଘର ବ୍ଳକରେ ଗତ ଦୁଇ ତଳେ ଉଦନ୍ତି ସୀତା ନଦୀ ଅଭୟାରଣ୍ୟରୁ ଛତିଶଗଡ଼ି ହାତୀପଲ ପଶି ଆସିଥିଲେ କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି ସଚେତନତା ହେଇନଥିବା ହେତୁ ଲୋକେ ଜାଣି ପାରି ନଥିଲେ । ଗୁରୁବାର ରାତିରେ ୩୦ ଟିକିଆ ହାତୀପଲContinue reading “ପୁଣି ଛତିଶଗଡ ହାତୀଙ୍କ ଉପଦ୍ରବ । ନବରଙ୍ଗପୁରରେ ଚଳାଇଛନ୍ତି ଦୌରାତ୍ମ୍ୟ । ହାତୀ ଆକ୍ରମଣରେ ଜଣେ ମୃତ ।”

ଝାରସୁଗୁଡ଼ାର ଗୁଳିକାଣ୍ଡ ମାଷ୍ଟରମାଇଣ୍ଡ ବ୍ୟବସାୟୀ ଗିରଫ । ଦିଲ୍ଲୀ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ଘଟିଥିଲା ଗୁଳିକାଣ୍ଡ ।

କନକ ବ୍ୟୁରୋ: ପ୍ରେମରୁ କଳି, ଓଡ଼ିଶାରୁ ଯାଇ ରାୟପୁରରେ ଗୁଳି । ଦିଲ୍ଲୀର ଜଣେ ଯୁବତୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ଶତ୍ରୁତାରୁ ରାୟପୁରରେ ସଂଗଠିତ ହୋଇଥିଲା ଗୁଳିକାଣ୍ଡ । ଏହି ଘଟଣାରେ ଝାରସୁଗୁଡ଼ାର ମାଷ୍ଟରମାଇଣ୍ଡ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ରାୟପୁରର ବ୍ୟବସାୟୀ ସନ୍ଦୀପ ଜୈନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସୁନ୍ଦରଗଡ଼ର ଦୁଇଜଣ ସୁଟରଙ୍କୁ ସୁପାରି ଦେଇଥିଲେ ଝାରସୁଗୁଡ଼ାର ବ୍ୟବସାୟୀ ସୁନୀଲ କେଡ଼ିଆ । ଏହିContinue reading “ଝାରସୁଗୁଡ଼ାର ଗୁଳିକାଣ୍ଡ ମାଷ୍ଟରମାଇଣ୍ଡ ବ୍ୟବସାୟୀ ଗିରଫ । ଦିଲ୍ଲୀ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ଘଟିଥିଲା ଗୁଳିକାଣ୍ଡ ।”

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ହେଲା ପୂଜାର୍ଚ୍ଚନା । ଜାନୁଆରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ମୁକ୍ତାକାଶ ରଙ୍ଗମଞ୍ଚ ।

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ, ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଛି । ଧାର୍ଯ୍ୟ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଦେବୀଙ୍କ ଇଦ୍ରଧ୍ୱଜକୁ ଶୋଭାଯାତ୍ରାରେ ନିଆଯାଇ ସ୍ଥାନୀୟ ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାରମଣ୍ଡଳୀ ପଡିଆରେ ପହଞ୍ଚିଥିଲା । ଏହା ପରେ ରାଜପୁରୋହିତ ପୂଜାର୍ଚ୍ଚନା କରି ଶୁଭସ୍ତମ୍ଭ ସ୍ଥାପନ କରିଥିଲେ । କର୍ତ୍ତା ଦାୟିତ୍ୱ ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀ ତୁଲାଇଥିଲେ ।Continue reading “ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ହେଲା ପୂଜାର୍ଚ୍ଚନା । ଜାନୁଆରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ମୁକ୍ତାକାଶ ରଙ୍ଗମଞ୍ଚ ।”

ପଦ୍ମଶ୍ରୀ ଫେରାଇଲେ ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଖେଳାଳିଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ ।

କନକ ବ୍ୟୁରୋ: ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ସଙ୍ଘର ଅଧକ୍ଷ ଭାବେ ନିର୍ବାଚିତ ହେବା ପରେ ଘନେଇବାରେ ଲାଗିଛି ବିବାଦ । ଏହି ଘୋଷଣା ପରେ ଅସନ୍ତୋଷ ବ୍ୟକ୍ତ କରି ପଦ୍ମଶ୍ରୀ ଫେରାଇ ଦେଇଛନ୍ତି ଜଣାଶୁଣା ରେସଲର ବଜରଙ୍ଗ ପୁନିଆ । ସୋସିଆଲ ମିଡିଆ ଏକ୍ସରେ ସେ ପୋଷ୍ଟ କରି ଏନେଇ ଘୋଷଣା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ମନର କଥା ବଖାଣିବାContinue reading “ପଦ୍ମଶ୍ରୀ ଫେରାଇଲେ ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଖେଳାଳିଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ ।”

ନୂଆଦିଲ୍ଲୀରୁ ଝାରୁସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଅସନ୍ତୋଷ । ସମୟ ପରବର୍ତ୍ତନ ପରେ ଶେଷରେ ଉଡାଣକୁ ବାତିଲ କଲା ସ୍ପାଇସ ଜେଟ୍ ।

କନକ ବ୍ୟୁରୋ: ନୂଆଦିଲ୍ଲୀରୁ ଝାରୁସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଯାତ୍ରୀ ଅସନ୍ତୋଷ । ଦୁଇ ଦୁଇ ଥର ସମୟ ପରବର୍ତନ କରିବା ପରେ ଶେଷରେ ଉଡାଣକୁ ବାତିଲ କରି ଦେଇଛି ସ୍ପାଇସ୍ ଜେଟ । ଏହି ଖବର ପାଇବା ପରେ ଝାରୁସୁଗୁଡା ଆସିବା ପାଇଁ ବିମାନ ବନ୍ଦରରେ ଅପେକ୍ଷା କରିଥିବା ଯାତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକାଲି ଦିନ ୧୨ଟାରେ ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଝାରସୁଗୁଡାକୁ ଉଡାଣ ଭରିବାର ଥିଲା ।Continue reading “ନୂଆଦିଲ୍ଲୀରୁ ଝାରୁସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଅସନ୍ତୋଷ । ସମୟ ପରବର୍ତ୍ତନ ପରେ ଶେଷରେ ଉଡାଣକୁ ବାତିଲ କଲା ସ୍ପାଇସ ଜେଟ୍ ।”

Design a site like this with WordPress.com
Get started