ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା: ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି

କନକ ବ୍ୟୁରୋ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା କରାଯାଉଛି । ଟିଏମସି ସାଂସଦ କଲ୍ୟାଣ ବାର୍ନାଜୀଙ୍କ ଆଚରଣ ଏକ ନିନ୍ଦନ୍ଦୀୟ ଆଚରଣ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ଧନଖଡଙ୍କ ସହ ଫୋନରେ କଥା ହୋଇ ମୋଦୀ କହିଛନ୍ତି ୨୦ବର୍ଷ ହେବ ସମାନ ଅପମାନ ସହି ଆସୁଛି । ସଂସଦର ବାରମ୍ବାର ଅପମାନ କରୁଛନ୍ତି ବିରୋଧୀ ସାଂସଦ । ସେପଟେ ସଫେଇ ରଖି କଲ୍ୟାଣ ବାର୍ନାଜୀ, କହିଛନ୍ତିContinue reading “ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା: ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି”

ଦ୍ରୁତ ଗତିରେ ଦେଶରେ ମାଡୁଛି କରୋନାର ନୂଆ ସବଭ୍ୟାରିଆଂଟ: ରାଜ୍ୟକୁ ରାଜ୍ୟ ଡେଉଁଛି ଭୂତାଣୁ ଜେଏନ-ଡଟ-ୱାନ

କନକ ବ୍ୟୁରୋ: ଦ୍ରୁତ ଗତିରେ ଦେଶରେ ମାଡୁଛି କରୋନାର ନୂଆ ସବଭ୍ୟାରିଆଂଟ । ରାଜ୍ୟକୁ ରାଜ୍ୟ ଡେଉଁଛି ସବଭ୍ୟାରିଆଂଟ ଜେଏନଡଟୱାନ । କୋଭିଡ ମୁକାବିଲା ପାଇଁ ଆକ୍ସନ ମୋଡରେ କେନ୍ଦ୍ର ସରକାର । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ । ଭୟଭୀତ ନହୋଇ ସର୍ତକ ରହିବାକୁ ପରାର୍ମଶ ଦେଇଛନ୍ତି ସରକାର । ଦ୍ରୁତିଗତିରେ ନୂଆ ସବଭ୍ୟାରିଆଂଟ ମାଡୁଥିବାରୁ ଚିନ୍ତା ବଢ଼ୁଛି । ଦେଶରେ କୋଭିଡ ନୂଆ ସବ ଭାରିଆଂଟ ‘ଜେଏନ୍-ଡଟ-ୱାନ’Continue reading “ଦ୍ରୁତ ଗତିରେ ଦେଶରେ ମାଡୁଛି କରୋନାର ନୂଆ ସବଭ୍ୟାରିଆଂଟ: ରାଜ୍ୟକୁ ରାଜ୍ୟ ଡେଉଁଛି ଭୂତାଣୁ ଜେଏନ-ଡଟ-ୱାନ”

ଓଡିଶା ବିଜେପି ଆପଣାଇବ ମଧ୍ୟପ୍ରଦେଶ ଫର୍ମୁଲା । ଆଶାୟୀ ପ୍ରାର୍ଥୀଙ୍କୁ ଆଗୁଆ ଦେବ ଟିକେଟ୍ । ବିଜେଡିକୁ ଚେକ୍ ଦେବାକୁ ବିଜେପିର ମାଷ୍ଟରପ୍ଲାନ୍ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜୟ ପରେ ରାଜ୍ୟ ବିଜେପି ଏବେ ଜୋଶରେ ଅଛି । ଆଉ ରାଜ୍ୟରେ ୨୦୨୪ରେ ମଧ୍ୟପ୍ରଦେଶ ଫର୍ମୁଲା ଆପଣେଇବ ବିଜେପି । ଦଳ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଆଗୁଆ ଟିକେଟ ଦେବାକୁ ଯୋଜନା କରୁଛି । ବିଶେଷକରି କଡା ଟକ୍କର ହୋଇଥିବା ୪୦ଟି ସିଟରେ ଏମପି ଫର୍ମୁଲାରେ ଆଗୁଆ ଟିକେଟ୍ ଘୋଷଣା କରିପାରେ ବିଜେପି । ରାଜ୍ୟରେ ବିଜେପି ଦେବ ଆଗୁଆ ଟିକେଟ! ମଧ୍ୟପ୍ରଦେଶ ଫର୍ମୁଲା ଆପଣାଇବ ରାଜ୍ୟ ବିଜେପିContinue reading “ଓଡିଶା ବିଜେପି ଆପଣାଇବ ମଧ୍ୟପ୍ରଦେଶ ଫର୍ମୁଲା । ଆଶାୟୀ ପ୍ରାର୍ଥୀଙ୍କୁ ଆଗୁଆ ଦେବ ଟିକେଟ୍ । ବିଜେଡିକୁ ଚେକ୍ ଦେବାକୁ ବିଜେପିର ମାଷ୍ଟରପ୍ଲାନ୍ ।”

ଅଗ୍ରୱାଲ ପରିବାରର ଉତ୍ତରାଧିକାରୀ କିଏ? ବେଦପ୍ରକାଶଙ୍କ ଜନ୍ମଜୟନ୍ତୀରେ ଦୁଇଫାଳ ପରିବାର !

କନକ ବ୍ୟୁରୋ: ପାଟକୁରାରେ ଅଗ୍ରୱାଲ ପରିବାରରେ ଉତ୍ତରାଧିକାରୀ ପାଇଁ ଟଣାଓଟରା ଦେଖିବାକୁ ମିଳିଛି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମଦିନରେ ତାଙ୍କ ପୁଅ ଓ ଝିଅ ଅଲଗା ଅଲଗା କାର୍ଯ୍ୟକ୍ରମ କରି ପତିଆରା ପ୍ରଦର୍ଶନ କରିଛନ୍ତି । ସବୁଠାରୁ ବଡ କଥାହେଲା, ଦୁଇଟି ଯାକ କାର୍ଯ୍ୟକ୍ରମରେ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ତଥା ସ୍ଥାନୀୟ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ଦେଖିବାକୁ ମିଳିନଥିଲା, ଯାହାକୁ ନେଇ ସ୍ଥାନୀୟ ରାଜନୀତି ସରଗରମ ହୋଇଛି । ପାଟକୁରା ନିର୍ବାଚନମଣ୍ଡଳୀରେ ବୁଧବାରContinue reading “ଅଗ୍ରୱାଲ ପରିବାରର ଉତ୍ତରାଧିକାରୀ କିଏ? ବେଦପ୍ରକାଶଙ୍କ ଜନ୍ମଜୟନ୍ତୀରେ ଦୁଇଫାଳ ପରିବାର !”

୨୦୨୪ରେ ମୋଦୀ ବନାମ କିଏ? କିଏ ହେବ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଦେଖନ୍ତୁ, ଭୋଟ୍ ରାଜନୀତିର ସଂଖ୍ୟାଗଣିତ…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ ବନାମ କିଏ? ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ଗତକାଲି ଇଣ୍ଡିଆ ମେଣ୍ଟ ବୈଠକରେ ମମତା ବାନାର୍ଜୀଙ୍କ ଏକ ପ୍ରସ୍ତାବ ନୂଆ ବିତର୍କ ସୃଷ୍ଟି କରିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମମତା ପ୍ରସ୍ତାବ ଦେଇଛନ୍ତି । ଆଉ ଏହାକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି । ତେବେ ରାଜନୀତିର ପ୍ରତିଟି ରଣନୀତି ଯଦି ଭୋଟ୍ ଗଣିତ ସହ ଯୋଡ଼ି ଦିଆଯାଏ,Continue reading “୨୦୨୪ରେ ମୋଦୀ ବନାମ କିଏ? କିଏ ହେବ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଦେଖନ୍ତୁ, ଭୋଟ୍ ରାଜନୀତିର ସଂଖ୍ୟାଗଣିତ…”

ରାଜ୍ୟପାଳଙ୍କ ଜନ ଶୁଣାଣି: ଲୋକଙ୍କ ସମସ୍ୟା ଶୁଣିଲେ ମହାମହିମ, ଯୁବତୀକୁ ପଢିବାକୁ ଦେଲେ ୧ଲକ୍ଷ ଟଙ୍କା

କନକ ବ୍ୟୁରୋ: ଉପାନ୍ତ ଅଂଚଳରେ ରାଜ୍ୟପାଳ ରଘୁବର ଦାସ । ବିଭିନ୍ନ ଅଂଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ରାଜ୍ୟପାଳ । ମାଲକାନଗିରିର ମାଥିଲି ବ୍ଲକ ପଙ୍ଗାମ ପଂଚାୟତର ବଡାଗୁଡା ଗାଁରେ ପହଂଚିଥିଲେ ରାଜ୍ୟପାଳ । ଏଠାରେ ଜଣେ ଶିକ୍ଷିତ ଯୁବତୀ କବିତା ଖରା ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ଓ ଏଥିପାଇଁ ଟଙ୍କା ନାହିଁ ବୋଲି କହିଥିଲେ । ଆଉ ଏହା ଶୁଣିବା ପରେ ତୁରନ୍ତ ରାଜ୍ୟପାଳ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଦେବାକୁContinue reading “ରାଜ୍ୟପାଳଙ୍କ ଜନ ଶୁଣାଣି: ଲୋକଙ୍କ ସମସ୍ୟା ଶୁଣିଲେ ମହାମହିମ, ଯୁବତୀକୁ ପଢିବାକୁ ଦେଲେ ୧ଲକ୍ଷ ଟଙ୍କା”

୨୦୨୩ ପାଇଁ ଭାରତୀୟ କ୍ରୀଡା ପୁରସ୍କାର ଘୋଷଣା: ମହମ୍ମଦ ସାମିଙ୍କୁ ମିଳିବ ଅର୍ଜୁନ ପୁରସ୍କାର

କନକ ବ୍ୟୁରୋ: ୨୦୨୩ ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ପୁରସ୍କାର ‘ଖେଳ ରତ୍ନ’ ପାଇଁ ଦୁଇ ଜଣ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଚୟନ କରାଯାଇଛି। ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କୁ ଏହି ବଡ ପୁରସ୍କାର ମିଳିବାକୁ ଯାଉଛି । ସେହିପରି କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଜଣ କ୍ରୀଡ଼ାବିତଙ୍କ ତାଲିକାରେContinue reading “୨୦୨୩ ପାଇଁ ଭାରତୀୟ କ୍ରୀଡା ପୁରସ୍କାର ଘୋଷଣା: ମହମ୍ମଦ ସାମିଙ୍କୁ ମିଳିବ ଅର୍ଜୁନ ପୁରସ୍କାର”

ସ୍ୱାମୀଙ୍କୁ କରେଣ୍ଟ ଦେଇ  ହତ୍ୟା , ଶବ ସହ ଦୁଇଦିନ

ଆଗ୍ରାରେ ଜଣେ ମହିଳା ନିଜ ସ୍ଵାମୀଙ୍କୁ ଇଲେକ୍ଟ୍ରିକ କରେଣ୍ଟ ଦେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଶବକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିଲେ । ପରେ ଦୁର୍ଗନ୍ଧ ବାହାରିବା ପରେ ସେ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି ହତ୍ୟା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ସଦର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ନାମContinue reading “ସ୍ୱାମୀଙ୍କୁ କରେଣ୍ଟ ଦେଇ  ହତ୍ୟା , ଶବ ସହ ଦୁଇଦିନ”

ମହାଲକ୍ଷ୍ମୀ ପୂଜାକୁ ନେଇ ଚଳଚଞ୍ଚଳ ମୁନିଗୁଡା ସହର: ତୋରଣ ସାଙ୍ଗକୁ ମା’ଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ଼

କନକ ବ୍ୟୁରୋ: ମହାଲକ୍ଷ୍ମୀ ପୂଜାକୁ ନେଇ ଚଳଚଂଚଳ ହୋଇ ପଡିଛି ରାୟଗଡା ଜିଲ୍ଲା ମୁନିଗୁଡା ସହର । ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୩୬ ବର୍ଷରେ ପଦାର୍ପଣ କରିଛି । ପୂଜା କମିଟି ତରଫରୁ ସୁଉଚ୍ଚ ତୋରଣ ସାଙ୍ଗକୁ ମିନାବଜାର ଓ ଅପେରାର ବ୍ୟବସ୍ଥାହୋଇଛି । ମା’ଙ୍କୁ ଦେଖିବାକୁ ସଂଧ୍ୟାରେ ହେଲେ ଜମୁଛି ଲୋକଙ୍କ ଗହଳି । ଝିଲିମିଲି ଆଲୋକରେ ଝଲସୁଛି ପୂଜା ପେଣ୍ଡାଲ । ସୁ-ଉର୍ଚ୍ଚ ତୋରଣ ସାଙ୍ଗକୁ ମା’ଙ୍କContinue reading “ମହାଲକ୍ଷ୍ମୀ ପୂଜାକୁ ନେଇ ଚଳଚଞ୍ଚଳ ମୁନିଗୁଡା ସହର: ତୋରଣ ସାଙ୍ଗକୁ ମା’ଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ଼”

ଧରାକୋଟ ବ୍ଲକର ଦାମଦରପଲ୍ଲି ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି: ଚୁଆ ପାଣି ଆଣି ଶୋଷ ମେଂଟାଉଛନ୍ତି ଲୋକେ

କନକ ବ୍ୟୁରୋ: ଗ୍ରାମାଚଂଳ ବିକାଶ ପାଇଁ ସରକାରଙ୍କ ପୁଳାପୁଳା ଯୋଜନା ରହିଛି । ହେଲେ ଏହା କେତେ ଦୁର ଲୋକଙ୍କ କାମରେ ଲାଗୁଛି ତାହା ଏହି ଘଟଣାରୁ ସ୍ୱଷ୍ଟ ବାରିହେଉଛି । ଗାଁ ଗହଳିରେ ସ୍ୱଛ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ବସୁଧା ଯୋଜନା ରହିଛି । ଅନେକ ଗାଁରେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ପାଣି ଟାଙ୍କି ନିର୍ମାଣ କରାଯାଇଛି । କିନ୍ତୁ ତାହା ଲୋକଙ୍କ ଶୋଷ ଦୂର କରିବାରେ କେତେContinue reading “ଧରାକୋଟ ବ୍ଲକର ଦାମଦରପଲ୍ଲି ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି: ଚୁଆ ପାଣି ଆଣି ଶୋଷ ମେଂଟାଉଛନ୍ତି ଲୋକେ”

Design a site like this with WordPress.com
Get started